Wednesday 22 November 2017

ଅଶ୍ଳୀଳ ଭିଡିଓ ଭାଇରାଲକାରୀଙ୍କୁ ୭ ବର୍ଷ ଜେଲ ଦଣ୍ଡ



ହ୍ବାଟ୍‌ସଆପ, ଫେସ୍‌ବୁକ୍‌ ଭଳି ବିଭିନ୍ନ ସୋସିଆଲ ମିଡିଆରେ ଦିନକୁ ଦିନ ଆପତ୍ତିଜନକ ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। ଯୁବତୀଙ୍କ ଆପତ୍ତିଜନକ ଦୁର୍ବଳ ମୁହୂର୍ତ୍ତର ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଛାଡିବା ଏକ ରୁଗ୍ନ ମାନସିକତା ଭାଇରାଲ୍ ଭିଡିଓର ବ୍ୟାଧି ମୋବାଇଲ୍ରୁ ମୋବାଇଲ୍ ଡେଉଁଛିଯୁବତୀ ମହିଳାଙ୍କ ଇଜ୍ଜତ ମୟୂରଭଞ୍ଜରୁ କେନ୍ଦୁଝର ସବୁଠି ନିଲାମ ହେଉଛିଯାହା ସୂଚାଇ ଦେଉଛି ସାମାଜିକ ଅଧୋପତନର ଚିତ୍ରଏହାର ମୁକାବିଲା ଲାଗି ଅଣ୍ଟା ଭିଡିଛି ପୋଲିସ ଆପତ୍ତିଜନକ ଭିଡିଓ ସୁଟିଂ, ସୋସିଆଲ ମିଡିଆରେ ପୋଷ୍ଟିଂ ଏହାର ପ୍ରଚାର କରୁଥିବା ଲୋକଙ୍କ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏଥିପାଇଁ ଏସ୍ପି ଡିସିପିଙ୍କ ଲାଗି ପୋଲିସ ଡିଜି ଜାରି କରିଛନ୍ତି ଷ୍ଟାଣ୍ଡାର୍ଡ ଅପେରେଟିଂ ପ୍ରୋସେଜିଅର(ଏସ୍ଓପି) ଏଭଳି ଅଭିଯୋଗ ଆସିଲେ ତାର କେମିତି ତଦନ୍ତ ହେବ ଅଭିଯୁକ୍ତଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ କରାଯାଇପାରିବ, ସେନେଇ ଏଥିରେ ନିର୍ଦ୍ଦେଶ ଦିଆଯାଇଛି ସେହିପରି ଏଭଳି ଘଟଣାକୁ ନେଇ ସମ୍ବେଦନଶୀଳ ହେବା ଲାଗି ଜନସାଧାରଣଙ୍କ ପାଇଁ ପୋଲିସ ଆଡଭାଇଜରି ମଧ୍ୟ ଜାରି କରିଛି ଏହାକୁ ରୋକିବା ଲାଗି ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ରାଜେନ୍ଦ୍ର ପ୍ରସାଦ ଶର୍ମା ବୁଧବାର ଆଡ୍ଭାଇଜରି ଜାରି କରିଛନ୍ତିଏହି ଆଇନ ଏବଂ ସାଇବର ଅପରାଧ ସଂକ୍ରାନ୍ତ ଦଣ୍ଡବିଧାନ ବିଷୟରେ ସାଧାରଣରେ ସଚେତନତା ସୃଷ୍ଟି କରିବାକୁ ପ୍ରତ୍ୟେକ ଜିଲାର ଏସ୍ପି ଭୁବନେଶ୍ୱର ଡିସିପିଙ୍କୁ ଶର୍ମା ପରାମର୍ଶ ଦେଇଛନ୍ତିସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଅଶ୍ଳୀଳ ଫଟୋ ଏବଂ ଭିଡିଓ ଯେହେତୁ ଏକ ଅପରାଧ, ତେଣୁ ଏହାକୁ ନେଇ ରୁଜୁ ହେଉଥିବା ମାମଲାଗୁଡ଼ିକର ତଦନ୍ତ ପ୍ରକ୍ରିୟା କିଭଳି ହେବ ସେନେଇ ଜିଲା ଏସ୍ପି ଡିସିପିଙ୍କ ପାଇଁ ଧାର୍ଯ୍ୟ ନିୟମାବଳୀ ଜାରି କରାଯାଇଛିଅଶ୍ଳୀଳ ଫଟୋ ଭିଡିଓଗୁଡ଼ିକ ଭାଇରାଲ ହେବା ଦ୍ୱାରା ଯୁବତୀମାନେ ମାନସିକ ଭାବେ ନିର୍ଯାତିତ ହେଉଛନ୍ତିକେତେକ କ୍ଷେତ୍ରରେ ସେମାନେ ଆତ୍ମହତ୍ୟା କରୁଥିବା ଦେଖିବାକୁ ମିଳୁଛିଏଥିପାଇଁ ଭିଡିଓ ଏବଂ ଫଟୋଗୁଡ଼ିକୁ ଭାଇରାଲ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ କିଭଳି ତଥ୍ୟ ସଂଗ୍ରହ କରାଯିବ ସେନେଇ ଡିଜିପି ଆଡଭାଇଜରିରେ ଉଲ୍ଲେଖ କରିଛନ୍ତିଅଶ୍ଳୀଳ ଭିଡିଓ କିପରି ଭାଇରାଲ ହେବ ତାହାକୁ ରୋକିବା ଦିଗରେ ସଚେତନତା ଜରୁରୀଏଥିରେ ଗଣମାଧ୍ୟମର ପ୍ରମୁଖ ସହଯୋଗ ଆବଶ୍ୟକ ବୋଲି ଡିଜିପି କହିଛନ୍ତିବର୍ତ୍ତମାନ ସମୟର ଯୁବପିଢ଼ି ଦାମୀ ସ୍ମାର୍ଟ ଫୋନ ବ୍ୟବହାର କରୁଥିବାରୁ ନିଜର ବାନ୍ଧବୀଙ୍କ ସହ କାଟୁଥିବା ବ୍ୟକ୍ତିଗତ ସମୟର ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ନିଜ ପାଖରେ ରଖୁଛନ୍ତିପରବର୍ତ୍ତୀ ସମୟରେ ଯଦି ସମ୍ପର୍କରେ ତିକ୍ତତା ଆସୁଛି, ତେବେ ତାହାକୁ ସେମାନେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ କରି ଯୁବତୀମାନଙ୍କୁ ବ୍ଲାକମେଲିଂ କରୁଛନ୍ତିଏହାକୁ ଦୃଷ୍ଟିରେ ରଖି ଏହି ଆଡଭାଇଜରି ଜାରି କରାଯାଇଛି

' ରହିଛି ପୋଲିସ ଡିଜିଙ୍କ ଆଡଭାଇଜରି

: ଆଡଭାଇଜରିରେ ଉଲ୍ଲେଖ ରହିଛି ଯେ, କୌଣସି ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିଗତ ମୁହୂର୍ତ୍ତର ଫଟୋ ଉଠାଇବା ଏବଂ ଏହାର ଭିଡିଓ ତିଆରି କରିବାରେ କେହି ସମ୍ପୃକ୍ତ ଥିଲେ ଆଇପିସିର ଧାରା ୩୫୪(ସି) ଅନୁଯାୟୀ ୧ ବର୍ଷରୁ ୩ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ବ୍ୟବସ୍ଥା ରହିଛି।
: ଆଇଟି ଆକ୍ଟର ସେକ୍ସନ ୬୬ ଅନୁସାରେ ଆପତ୍ତି ଭିଡିଓ ସୁଟିଂ କଲେ ଅଭିଯୁକ୍ତଙ୍କୁ ବର୍ଷର ସଜା ହେବ

: ଆପତ୍ତିଜନକ ଭିଡିଓକୁ ସୋସିଲ ମିଡିରେ ଭାଇରାଲ କଲେ ଆଇଟି ଆକ୍ଟର ସେକସନ ୬୭ ୬୭ଏ ଅନୁଯାୟୀ ବର୍ଷରୁ ବର୍ଷ ଯାଏଁ ସଜା ହେବ

: କୋଣସି ଆପତ୍ତିଜନକ ଭିଡିଓ ନଜରକୁ ଆସିଲେ ତୁରନ୍ତ ସ୍ଥାନୀୟ ପୋଲିସ କିମ୍ବା ସାଇବର କ୍ରାଇମ୍ ପୋଲିସ ଜଣାଇବାକୁ କୁହାଯାଇଛି

: ଏଭଳି ଘଟଣାର ପୀଡିତା ସମାଜିକ କଟକଣାକୁ ନଡରି ନିର୍ଭୟରେ ପୋଲିସରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି

: ଭାଇରାଲ ଭିଡିଓରୁ ନିବୃତ୍ତ ରହିବା ଲାଗି ଶିକ୍ଷାନୁଷ୍ଠାନ, ସରକାରୀ ଅଧିକାରୀ, ଜନ ପ୍ରତିନିଧି ସାମିଜିକ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି

: ପୀଡିତା ତାଙ୍କ ପରିବାରର ପରିଚୟ ପ୍ରକାଶ ନକରିବାକୁ ଗଣମାଧ୍ୟମକୁ କହିଛି ପୋଲିସ

ଗତ କିଛି ଦିନ ଭିତରେ ନିକଟରେ ବାରିପଦା କେନ୍ଦୁଝରରୁ ଆପତ୍ତିଜନକ ଭିଡିଓ ଭାଇରାଲ କରାଯିବା ନେଇ ତିନି ତିନିଟି ଅଭିଯୋଗ ଆସିବା ପରେ ସତର୍କ ହୋଇଛି ପୋଲିସ ତେବେ ପୋଲିସର ଆଡଭାଇଜୋରି ଏସଓପି ଏଭଳି ଘଟଣା ରୋକିବାରେ କେତେ ସଫଳ ହେଇଛି ତାଉପରେ ସମସ୍ତଙ୍କ ନଜର ରହିଛି

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...