Tuesday 16 January 2018

କ୍ୱାଣ୍ଟମ୍‌ କମ୍ପ୍ୟୁଟର ଓ ସାଇବର ଅପରାଧ






କ୍ୱାଣ୍ଟମ୍କମ୍ପ୍ୟୁଟର ସାଇବର ଅପରାଧ ଡା. ଦ୍ୱିଜେଶ କୁମାର ପଣ୍ଡା/ ଆଜିକାଲି କମ୍ପ୍ୟୁଟର ଦୈନନ୍ଦିନ ଅନେକ କାର୍ଯ୍ୟରେ ନିୟୋଜିତ ହେଉଛି ଯୋଗାଯୋଗ, ବ୍ୟବସାୟିକ କାରବାର, ଲୋକସଂପର୍କ ଏବଂ ଗବେଷଣା ଏହାଦ୍ୱାରା ସମ୍ଭବ ହେଉଛି ବ୍ୟକ୍ତିଗତ ଖାତା, ଆଇଡି ଗୋପନୀୟ ତଥ୍ୟ ଏଥିରେ ସୁରକ୍ଷିତ ଥାଏ ଆଜିକାଲି ଏହି ଗୁପ୍ତ ତଥ୍ୟ ଜାଣିବାର ଉପାୟ ବାହାରିଲାଣି ଏହାକୁ ହ୍ୟାକିଂ କୁହାଯାଏ ଅର୍ଥ ଆଦାୟ ପାଇଁ ଅସାମାଜିକ ବ୍ୟକ୍ତି ସୁରକ୍ଷା ବଳୟକୁ ଭେଦ କରି ଗୋପନୀୟ ତଥ୍ୟ ହାସଲ କରୁଛନ୍ତି ୨୦୧୬ ମସିହାରେ ଆମେରିକାର ଜାତୀୟ ସୁରକ୍ଷା ପ୍ରତିନିଧିଙ୍କ ଅନେକ ଗୁପ୍ତ ତଥ୍ୟ ସାଡୋ ବ୍ରୋକର ନାମକ ଏକ ହ୍ୟାକିଂ ସଂସ୍ଥା ଅକ୍ତିଆର କରିଥିଲା ଜୁନ୍୨୮ ତାରିଖରେ ବମ୍ବେ ବନ୍ଦର ସାଇବର ଆକ୍ରମଣର ଶିକାର ହୋଇଥିଲା ହ୍ୟାକରମାନେ ବ୍ୟକ୍ତିଗତ ଇମେଲ୍ଆକାଉଣ୍ଟରେ ପ୍ରବେଶ କରି ସେଥିରେ ଥିବା ବ୍ୟକ୍ତିର ବନ୍ଧୁମାନଙ୍କ ପାଖକୁ ଛଦ୍ମ ନାମରେ ଚିଠି ଲେଖି ପଇସା ମାଗୁଛନ୍ତି ୨୦୧୭ ମସିହାରେ ରାନ୍ସମ୍ୱେର ଭାଇରସ୍ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା ୨୦୧୮ ପାଇଁ ହ୍ୟାକରମାନେ ଅନେକ ବିପଜ୍ଜନକ ଆକ୍ରମଣ ଯୋଜନା ପ୍ରସ୍ତୁତ କରିସାରିଲେଣି ବିଶ୍ୱର ଧନୀ ବ୍ୟକ୍ତିମାନଙ୍କୁ ସେମାନେ ଟାର୍ଗେଟ୍କରିବେ ଏଣୁ ୨୦୧୮ରେ ହ୍ୟାକିଂରୁ ମୁକ୍ତି ପାଇବା ପାଇଁ ଆମେରିକାସ୍ଥିତ ଇଣ୍ଟରନେଟ୍ସୁରକ୍ଷା କମ୍ପାନୀମ୍ୟାକେଫିସତର୍କ କରାଇ ଦେଇଛି ବୌଦ୍ଧିକ ପୁଞ୍ଜି ବିଭବର ମାପକାଠି ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଆଦି ଦେଶ ବୌଦ୍ଧିକ ପୁଞ୍ଜିର ବିନିଯୋଗରେ ବିକଶିତ ହୋଇଛନ୍ତି ହ୍ୟାକିଂ ଏହି ବୌଦ୍ଧିକ ପୁଞ୍ଜିର ଅଧିକାରକୁ କ୍ଷୁଣ୍ଣ କରୁଛି ହ୍ୟାକରମାନେ ଯେପରି ୱେବ୍ସାଇଟ୍‌, ଇମେଲ, ଫେସ୍ବୁକ୍ ବ୍ୟକ୍ତିଗତ କମ୍ପ୍ୟୁଟର୍ ସୁରକ୍ଷା ବଳୟକୁ ପଶି ପାରନ୍ତି, ସେଥିପାଇଁ କମ୍ପ୍ୟୁଟର ବିଜ୍ଞାନୀମାନେ ବାଇନାରୀ ସାଙ୍କେତିକ ଲିଖନବିଦ୍ୟା ବା କ୍ରିପ୍ଟୋଗ୍ରାଫିର ପ୍ରୟୋଗ କରିଥାନ୍ତି କମ୍ପ୍ୟୁଟର ସୁରକ୍ଷା ବଳୟକୁ ଅଭେଦ୍ୟ କରିବାପାଇଁକ୍ୱାଣ୍ଟମ୍‌’ ତର୍କକୁ ନେଇ କ୍ରିପ୍ଟୋଗ୍ରାଫିର ବିକାଶ କରାଯାଇଛି ଭବିଷ୍ୟତରେ ଏହା ସୁରକ୍ଷାବଳୟକୁ ସୁଦୃଢ଼ କରିବ ଆଧୁନିକ ସଂଚାର ବିଜ୍ଞାନର ପ୍ରୟୋଗ ସିଲିକନ୍ଚିପ୍ସ ଦ୍ୱାରା ସମ୍ଭବ ହେଉଛି ଏହାଦ୍ୱାରା ତଥ୍ୟ ସମୀକ୍ଷା ସଂକଳନ ହୋଇପାରୁଛି ସିଲିକନ୍ବିଜ୍ଞାନର ପ୍ରୟୋଗ ୧୯୬୦ ମସିହାରେ ଆରମ୍ଭ ହୋଇଥିଲା ୧୯୭୧ ମସିହାରେ ଗୋଟିଏ ଚିପ୍ସରେ ୨୨୫ ଟ୍ରାଞ୍ଜିିଷ୍ଟର ଥିଲା ଏହାର କାର୍ଯ୍ୟକାରିତା ଧୀରେ ଧୀରେ ବଢ଼ିବାକୁ ଲାଗିଲା ୨୦୦୦ ବର୍ଷ ବେଳକୁ ଗୋଟିଏ ଚିପ୍ସରେ ୪୨ ଲକ୍ଷ ଟ୍ରାଞ୍ଜିଷ୍ଟର ସ୍ଥାପିତ ହେଲା ଗଡନ୍ମୁର୍ଙ୍କ ମତରେ ୨୦୨୦ ସୁଦ୍ଧା ପୁରାତନ କମ୍ପ୍ୟୁଟର ବଦଳରେ ନୂତନ କ୍ୱାଣ୍ଟମ୍କମ୍ପ୍ୟୁଟର ବ୍ୟବହାର ହେବ ଏହାର ଶକ୍ତି ବହୁଗୁଣିତ ହେବ ଏଥିରେ ସାଙ୍କେତିକ ଗୁପ୍ତ ଭାଷାର ବ୍ୟବହାର ହେବ କ୍ୱାଣ୍ଟମ୍କମ୍ପ୍ୟୁଟରର ଆଉ ଗୋଟିଏ ବ୍ୟବହାର ହେଉଛି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ Cryptography ମାଧ୍ୟମରେ ଗୁପ୍ତ ଭାଷାରେ ସଂକେତ ପଠାଇବା ପୁରାତନ କମ୍ପ୍ୟୁଟର ଏହାର ପରିପୂରକ ନୁହେଁ କ୍ୱାଣ୍ଟମ୍କମ୍ପ୍ୟୁଟର ଏବେ ବାଲ୍ୟାବସ୍ଥାରେ ଅଛି ଏହାର ଭବିଷ୍ୟତ ପୂର୍ବାନୁମାନ କରିବା ଅସମ୍ଭବ କୋଳାହଳପୂର୍ଣ୍ଣ ପରିବେଶରେ ଏହାର ଅସଙ୍ଗତି ପରିଲକ୍ଷିତ ହୁଏ ସମାଧାନର ବାଟ ହେଉଛି ଅନେକ ଛୋଟ କ୍ୱାଣ୍ଟମ୍କମ୍ପ୍ୟୁଟର ମଧ୍ୟରେ ତଥ୍ୟ ପ୍ରେରଣ କରିବା ଏହାକୁଉଡ଼ନ୍ତା ଖଣ୍ଡକୁହାଯାଏ ନିର୍ଦ୍ଦିଷ୍ଟ ସ୍ଥାନ ମଧ୍ୟରେ ବିଶ୍ୱସ୍ତ ନିର୍ଭୁଲ ଭାବରେ ତଥ୍ୟ ପ୍ରେରଣ ହେବା ବାଞ୍ଛନୀୟ ଏହାର ପରୀକ୍ଷା ଶେଷ ହୋଇଛି ଫଳାଫଳ ଅନୁକୂଳ ଭବିଷ୍ୟତରେ କାର୍ଯ୍ୟଦକ୍ଷତା ସମୟ କହିବ କ୍ୱାଣ୍ଟମ୍କମ୍ପ୍ୟୁଟରରେ କୋଟି କୋଟି ବାଟ ଅଛି- ଏହାକୁ Superposition Principle କୁହାଯାଏ ତାହା ମଧ୍ୟରୁ କମ୍ପ୍ୟୁଟରକୁ କେବଳ ଗୋଟିଏ ବାଟ ଥାଏ, ଯାହା କମ୍ପ୍ୟୁଟର ମାଲିକକୁ ଜଣା ଅର୍ଥ କାରବାରରେ ଘଟୁଥିବା ଠକାମିକୁ ଏହା ପ୍ରତିରୋଧ କରିବ ଯୁଦ୍ଧକ୍ଷେତ୍ରରେ ଲଢ଼ୁଥିବା ସୈନିକ ସେନାଧ୍ୟକ୍ଷଙ୍କୁ ଗୁପ୍ତ ଖବର ପ୍ରେରଣ କରିବ ଶତ୍ରୁପକ୍ଷ ଏହାର ସୁରାକ ପାଇପାରିବେ ନାହିଁ ଏଥିପାଇଁ Quantum ସାଙ୍କେତିକ ପଦ୍ଧତି ବ୍ୟବହାର ହେବ ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସ୍ବତନ୍ତ୍ର ଯନ୍ତ୍ର ଦ୍ୱାରା କାର୍ଯ୍ୟକାରୀ ହେଉଥିଲା ତୃତୀୟ ବ୍ୟକ୍ତି ପ୍ରେରିତ ବାର୍ତ୍ତା ଜାଣିବା ସମ୍ଭବ ନୁହେଁ ପ୍ରତ୍ୟେକ ଖବର ପାଇଁ ସ୍ବତନ୍ତ୍ର ସାଙ୍କେତିକ ଶବ୍ଦ ବ୍ୟବହାର ଅନିବାର୍ଯ୍ୟ ନଚେତ୍ଗୁପ୍ତବାର୍ତ୍ତା ଅନୁଶୀଳନ ବିଶେଷଜ୍ଞ ସାଙ୍କେତିକ ତଥ୍ୟକୁ ବୋଧଗମ୍ୟ ଭାଷାରେ ପରିଣତ କରିଦେବେ ଏହାକୁ ପ୍ରତିରୋଧ କରିବା ପାଇଁ ବାର୍ତ୍ତା ପ୍ରେରକ ନିଜସ୍ବ ଚାବି ବ୍ୟବହାର କରିବେ ତାଙ୍କ ବ୍ୟତୀତ ଅନ୍ୟ କେହି ଜାଣିପାରିବେ ନାହିଁ ଏହା ପ୍ରତିରକ୍ଷା, ପ୍ରଶାସନ ବିତ୍ତ ବ୍ୟବସ୍ଥା ପାଇଁ ନିରାପଦ ହେବ ନିଜର ସ୍ବାର୍ଥ ପାଇଁ ବ୍ୟକ୍ତିଗତ ତଥ୍ୟ ଚୋରି କରିବା, ଅନଧିକାର ଭାବେ କୌଣସି ନେଟ୍ୱର୍କରେ ପ୍ରବେଶ କରିବା, ବ୍ୟକ୍ତି ବିଶେଷର କ୍ରେଡିଟ୍କାର୍ଡର ବିବରଣୀ ନେଇଯିବା, କମ୍ପ୍ୟୁଟରରେ ଭାଇରସ୍ପୂରାଇବା, ମିଥ୍ୟା ଆର୍ଥିକ ବିବରଣୀ ପ୍ରଦାନ କରି ଅର୍ଥ ଦେଣନେଣ କରିବା ଇତ୍ୟାଦି ଧର୍ତ୍ତବ୍ୟ ଅପରାଧକୁ ଏହା ମାଧ୍ୟମରେ ରୋକାଯାଇ ପାରିବ ଫଳରେ ଉଭୟ ବିକଶିତ ବିକାଶଶୀଳ ଦେଶ ସାଇବର ଆକ୍ରମଣରୁ ରକ୍ଷା ପାଇପାରିବେ

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...