Tuesday 27 March 2018

କମ୍ପାନୀ ବଣ୍ଡ୍ ବନାମ ଚିଟ୍ଫଣ୍ଡ୍


 ଚିଟ୍ହେଉଛି ରସିଦ୍ରୂପକ କାଗଜ ଟୁକୁରା- ଆଗକାଳର ହାତଲେଖା ଏବେ ମୁଦ୍ରିତ କାଗଜ, ସାହୁକାର ଋଣୀ ଭିତରେ ଟଙ୍କା ନେଣଦେଣର ପ୍ରମାଣଘରୋଇ ବା ଅନୌପଚାରିକ ଭାବେ ପୁଞ୍ଜି ଉଠାଇବାର ରସିଦ୍ହେଉଛି ଚିଟ୍‌। ରସିଦର ସର୍ତ୍ତ ପାଳନ କଲେ ତାହା ଚିଟିଙ୍ଗ ବା ଠକାମିରେ ପରିଣତ ହୋଇଥାଏ ବୋଲି ଲୋକେ ଚିଟ୍ଫଣ୍ଡ୍କୁ ଠକ ଫଣ୍ଡ୍ବୋଲି କହନ୍ତିପୁଞ୍ଜି ଉଠାଣକାରୀ କମ୍ପାନୀମାନେ ଔପଚାରିକ ଭାବେ ଯେଉଁ ରସିଦ୍ଦିଅନ୍ତି ତାହାକୁ ବଣ୍ଡ୍କୁହାଯାଏକମ୍ପାନୀର ପୁଞ୍ଜିରେ ବଣ୍ଡ୍ଧାରୀର ଅଂଶକୁ ଏହା ସୂଚିତ କରେକମ୍ପାନୀ ଲାଭ କଲେ ଲାଭାଂଶ ବା ଡିଭିଡେଣ୍ଡ୍ଦେବ, ବଣ୍ଡ୍କୁ ବି ବେଶି ଦରରେ ବିକିହେବଯଦି କମ୍ପାନୀ ଫେଲ୍ମାରିଲା ପୁଞ୍ଜି ଦେଇଥିବା ଲୋକ ମୂଳ ଟଙ୍କା ଫେରି ପାଇବ ନାହିଁ, ଡିଭିଡେଣ୍ଡ୍କଥା ଛାଡତେଣୁ କମ୍ପାନୀର ବଣ୍ଡ୍ଆଉ ଚିଟ୍ଫଣ୍ଡ୍ ଚିଟ୍ଭିତରେ ପ୍ରଭେଦ କେଉଁଠି ରହିଲା? ଉଭୟ ଭଣ୍ଡେଇ ଲୋକଙ୍କଠାରୁ ଟଙ୍କା ଛଡାଇ ନିଅନ୍ତିଉଭୟ ମାର୍କିନ୍ଢାଞ୍ଚାର ଅନୁକରଣଆମେରିକାରେ ଚିଟ୍କାରବାରକୁ ପଞ୍ଜି ସ୍କିମ୍କହନ୍ତି ବଣ୍ଡ୍କୁ ଶେୟାର (ଅଂଶଧନ) କହନ୍ତି ଏବଂ ବଣ୍ଡ୍ବିକାକିଣାକୁ ଶେୟାର ବଜାର ବା ଷ୍ଟକ୍ମାର୍କେଟ୍କହନ୍ତିନିରିଖେଇ ଦେଖିଲେ ବଣ୍ଡ୍ଆଉ ଚିଟ୍ସମାନଯେଉଁ ବଣ୍ଡ୍ଦେବା କମ୍ପାନୀ ଫେଲ୍ମାରେ ତାହାର ବଣ୍ଡ୍ ଚିଟ୍ଠାରୁ ଆହୁରି ଠକକମ୍ପାନୀମାନେ ସର୍ବସାଧାରଣଙ୍କଠାରୁ ଧନ ଉଠାଇବା ଲାଗି ଆଇପିଓ (ଇନିସିଆଲ୍ପବ୍ଲିକ୍ଅଫର୍‌) ଜରିଆରେ ବଣ୍ଡ୍ବା ଋଣପତ୍ର ବିକନ୍ତି୧୦ ଟଙ୍କା ଲିଖିତ ମୂଲ୍ୟର ବଣ୍ଡ୍କୁ ୩୦୦ଟଙ୍କାରେ ବିକନ୍ତି, ବେଳେ ବେଳେ କମ୍ବେଶି ହୋଇଥାଏ୨୯୦ ଟଙ୍କା ଅଧିକା ଦେବ, କିନ୍ତୁ ଋଣଦେଇଛ ୧୦ ଟଙ୍କାର ବୋଲି ପ୍ରମାଣପତ୍ର ହେଉଛି ବଣ୍ଡ୍‌। ଯଦି କମ୍ପାନୀ ଲାଭ କଲା ତେବେ ଲାଭାଂଶ ମିଳିବ, ତାହା କିନ୍ତୁ ୧୦ ଉପରେ, ୩୦୦ ଉପରେ ନୁହେଁ ଏକ ପ୍ରାରମ୍ଭିକ ଠକାମି, ସବୁଦିନ ପାଇଁ ତୁମର ୨୯୦ ଟଙ୍କା ଗଲାକେବେ ଲାଭାଂଶ ପାଇବ ତାହା ଠିକ୍ନାହିଁ, ଯେମିତି ଚିଟ୍ଫଣ୍ଡ୍ଟଙ୍କା କେବେ ମିଳିବ ଠିକ୍ ଥାଏଜିଡିପି ବୃଦ୍ଧିର ମୂଳ ହେଉଛି ବଣ୍ଡ୍କାରବାର, ଚିଟ୍ଫଣ୍ଡ୍ଭଳି କାରବାରପ୍ରଭେଦ ଏତିକି ଯେ କମ୍ପାନୀ ତିଆରି କରୁଥିବା ଲୋକ ଫାଙ୍କି ମାରିଦେଲେ (ଦେବାଳିଆ ଘୋଷଣା କଲେ) ଦଣ୍ଡ ନାହିଁ, କିନ୍ତୁ ଚିଟ୍ଫଣ୍ଡ୍ବାଲା ଫୌଜଦାରି ଅପରାଧରେ ଜେଲ୍ ଜରିମାନା ଦେଇଥାଏପୁଞ୍ଜିନିବେଶକାରୀର ପ୍ରଚ୍ଛନ୍ନ ପ୍ରବଞ୍ଚନା ବ୍ୟବସାୟର ଅଙ୍ଗ, ଗରିବର ପରୋକ୍ଷ ପ୍ରବଞ୍ଚନା ପିଙ୍ଗଳକୋଡ୍ଧାରାର ଅଙ୍ଗଠିକ୍ଯେମିତି ଚିଟ୍ଫଣ୍ଡ୍ବାଲାଏ ଲୋକଙ୍କଠାରୁ ଲୁଟନ୍ତି, ସେହିପରି ବ୍ୟାଙ୍କମାନଙ୍କୁ ସରକାରଙ୍କୁ ଠକିଥିବା ଅର୍ବୁଦପତି (ବିଲିୟନେୟାର୍‌)ମାନେ ବିଦେଶ ପଳାନ୍ତି ପ୍ରକାରର ଦେବାଳିଆ ପଳାତକଙ୍କୁ ଧରିବାର ଆଇନକୁ ତାଚ୍ଛଲ୍ୟ କରିଛନ୍ତି ଅନ୍ୟତମ କୁବେର କୁମାରମଙ୍ଗଲମ୍ବିର୍ଲାଦେଶ ବିଦେଶରେ ଗୃହନିର୍ମାଣ ଲାଗି ଋଣର ଅନାଦାୟ ଯୋଗୁ ବିର୍ଲାଙ୍କ ଅଲଟ୍ରାଟେକ୍ସିମେଣ୍ଟ କମ୍ପାନୀକୁ ଦେବାଳିଆ ଘୋଷଣା କରାହେବାର ଥିବାରୁ ସେ ତାଙ୍କ ପାଣ୍ଠିରୁ ୧୧୦ କୋଟି ଡଲାର ଉଧାର ଦେଇସରକାରଙ୍କୁ ସାହାଯ୍ୟ କରିବେ ବୋଲି କହିଛନ୍ତିକି ଆସ୍ପର୍ଦ୍ଧା! ତୁମ ଗୋଷ୍ଠୀର କମ୍ପାନୀମାନଙ୍କ ପାଖରେ ଧନ ଅଛି ଅଥଚ ତୁମ ସିମେଣ୍ଟ କମ୍ପାନୀଟି ଋଣ ପରିଶୋଧ କଲାନାହିଁ- ପ୍ରଶ୍ନର ଉତ୍ତର ମିଳିବ ଅର୍ବୁଦପତିମାନଙ୍କ ଆମ ଦେଶର ଆଇନ ପ୍ରତି ତାଚ୍ଛଲ୍ୟ ପ୍ରକାଶରେକ୍ରେଡ଼ିଟ୍ସୁଇଟ୍ସର ହିସାବକୁ ଦେଖ ବା ଲୁକାସ ଚାନ୍ସେଲ ଟମାସ ପିକେଟ୍ଟିଙ୍କର ଆଲୋଚନା ଦେଖ, ସବୁଥିରେ ଜଳ ଜଳ ଦିଶୁଛି ଯେ ଆମେ ଦେଶର ସମ୍ପତ୍ତି ବଣ୍ଟନରେ ବଡ଼ ଅସମାନତା ଅଛି ଅସମାନତା ଶତାବ୍ଦୀ ଶତାବ୍ଦୀ ଧରି ଥିଲାଅତି ଗରିବ ଥିଲେ, ବିଶ୍ୱର ସବୁଠାରୁ ଧନୀ ବି ଥିଲେ୧୯୩୭ରେ ଟାଇମ୍ମାଗାଜିନ୍ହାଇଦ୍ରାବାଦର ନିଜାମଙ୍କୁ ପୃଥିବୀର ସବୁଠୁ ଧନୀ ବ୍ୟକ୍ତି ଘୋଷଣା କରିଥିଲା୧୯୬୬ ବେଳକୁ ଭାରତର ଉଚ୍ଚତମ ଧନୀ ପରିବାର ୨ଲକ୍ଷ (ଶତକଡ଼ା . ଭାଗ)ଙ୍କ ହାତରେ ଯେତେ ସମ୍ପତ୍ତି ଥିଲା ତା ଭାରତର ଜିଡିପିର ଶତକଡ଼ା ୧୬-୧୭ ଭାଗ ମାତ୍ରଉପନିବେଶ ସମୟର ଅସମାନତାଠାରୁ ଏହା ଭଲ ଥିଲା ଏବଂ ଉଦାରୀକରଣ ପୂର୍ବ ପର୍ଯ୍ୟନ୍ତ ଏହା ଭଲ ଥିଲା୧୯୮୫ରେ ଭାରତର ଧନିକତମ ଦେଶର ଶତକଡା . ଭାଗଙ୍କ ହାତରେ ନିଟ୍ସମ୍ପତ୍ତି ଯାହା ଥିଲା ତାହା ଜିଡିପିର ଶତକଡା - ଭାଗରୁ କମ୍ଥିଲା୧୯୯୦ ଦଶକ ପରଠାରୁ ଧନୀମାନଙ୍କର ସାମାଜିକ ଢାଞ୍ଚା ବି ବଦଳିଲାଜମା ହୋଇ ରହିଥିବା ପୁରୁଣା ସମ୍ପତ୍ତି ନୂଆ ଶିଳ୍ପ ସମ୍ପତ୍ତିରେ ପରିଣତ ହେଲା; ଇକୋନମିକ୍ଡାଇନିମିଜମ୍ଆସିଲା ଯହିଁରେ ଅର୍ଥନୈତିକ ପ୍ରଭାବ ରାଜନୈତିକ ପ୍ରଭାବ ସହିତ ମିଶିଗଲା୨୦୦୭ ବେଳକୁ ଷ୍ଟକ୍ମାର୍କେଟ୍ପୁଞ୍ଜି ବଢିଯିବାରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ମୁକେଶ ଅମ୍ବାନୀ ପୃଥିବୀର ଧନୀତମ ବ୍ୟକ୍ତି ହୋଇଗଲେଏବେ ଭାରତର କୁବେର ବା ବିଲିୟନେୟାର ଗୋଷ୍ଠୀ ଦେଶର ଜିଡିପିର ଶତକଡ଼ା ୨୦ ଭାଗ ହାତେଇ ନେଇଛନ୍ତିଉତ୍ତରାଧିକାର ଉପରେ ଟିକସ, ସମ୍ପତ୍ତି କ୍ରୟବିକ୍ରୟ ପୁଞ୍ଜି କାରବାର ଉପରେ ଟିକସ କାରଣରୁ ପ୍ରଥମେ ପ୍ରଥମେ ଅତିଧନୀମାନଙ୍କ ସଂଖ୍ୟା କମୁଥିଲାଏଗୁଡ଼ିକୁ କୋହଳ କରି ବଜାର ସଂସ୍କାର ଢଙ୍ଗ ବା ଟ୍ରେଣ୍ଡ୍ଧନୀ ଦେଶମାନଙ୍କ ଢାଞ୍ଚାକୁ ଅନୁକରଣ କଲାପିକେଟ୍ଟି ତାଙ୍କ ବହି କ୍ୟାପିଟାଲ ଇନ୍ଦି ଟ୍ବେଣ୍ଟି ଫାଷ୍ଟ ସେଞ୍ଚୁରିରେ ଉଲ୍ଲେଖ କରିଛନ୍ତି, ଏହା ଏକ ଇନ୍ଭର୍ଟେଡ କୁଜ୍ନେଟ କର୍ଭ (ଓଲଟା ୟୁ ଅକ୍ଷର ଆକାର) ଧନ-କେନ୍ଦ୍ରୀକରଣ ଆଣିଦେଇଛିଦେଶରେ ଗଣତନ୍ତ୍ର ଉଧେଇବାକୁ ହେଲେ ଆର୍ଥିକ ସମ୍ପଦର ଗଣତାନ୍ତ୍ରିକୀକରଣ ଦରକାର, ସର୍ବଜନହିତାୟ ନ୍ୟାୟପୂର୍ଣ୍ଣ ଅଭିବୃଦ୍ଧି ଏକ ଅପରିହାର୍ଯ୍ୟ ଅଙ୍ଗ ହେବା କଥାକିନ୍ତୁ ଆମେ ଏହାର ବିପରୀତରେ ଗତି କରୁଛୁ ଏବଂ ଗଣତନ୍ତ୍ରକୁ ହତ୍ୟା କରୁଛି ଧନୀମାନଙ୍କ ପ୍ରତିପତ୍ତି, ଯେଉଁମାନଙ୍କ ଧନ ଯୋଗୁ ଜିଡିପି ବଢ଼ୁଛି ସତ, ଦେଶର ଶତକଡା ୯୯ ଭାଗଙ୍କର ରୋଜଗାର-ଧନ ବଢୁନାହିଁଯେ ପର୍ଯ୍ୟନ୍ତ ଅତି ଧନୀ ବା କୁବେରମାନେ ଯେଉଁ ହାରରେ ଧନ ବଢାଉଛନ୍ତି ସେହି ହାରରେ ଜଣେ ସାଧାରଣ ନାଗରିକ ତାହାର ଧନ ବଢାଇ ପାରିବ ନାହିଁ, ସେ ପର୍ଯ୍ୟନ୍ତ ଗଣତନ୍ତ୍ର ବିପନ୍ନ ହେଲା ବୋଲି ଜାଣିବ
     
  - ସହଦେବ ସାହୁ   (ମୋ- ୭୦୦୮୭୬୪୦୩୪, ଇମେଲ୍‌: sahadevas@yahoo.com)


No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...