Sunday 29 July 2018

ମହିଳାଙ୍କ ପାଇଁ ଥିବା ୫ଟି ଆଇନଗତ ଅଧିକାର


ଆସନ୍ତୁ ଜାଣିବା ମହିଳାଙ୍କ ପାଇଁ ଥିବା ୫ଟି ଆଇନଗତ ଅଧିକାର ସମ୍ବନ୍ଧରେ


ଅନେକ ମହିଳା ନିଜର ଆଇନଗତ ଅଧିକାର ସମ୍ବନ୍ଧରେ ଅବଗତ ନଥାନ୍ତିଆଉ ଏଥିପାଇଁ ତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବା ପାଇଁ ପଡ଼େତେବେ ଆସନ୍ତୁ ଜାଣିବା ମହିଳାଙ୍କ ପାଇଁ ହୋଇଥିବା ଆଇନ୍ବିଷୟରେ ଯାହା ବିଷୟରେ ପ୍ରାୟ ମହିଳା ଅଜ୍ଞ ଥାଆନ୍ତି
ରାତିରେ ମହିଳାଙ୍କୁ ଗିରଫ କରିପାରିବ ନାହିଁ ପୁଲିସ :

ସୁପ୍ରିମକୋର୍ଟ ଆଦେଶ ଅନୁସାରେ କୌଣସି ମହିଳାଙ୍କୁ ସୂର୍ଯ୍ୟାସ୍ତ ପରେ ଗିରଫ କରାଯାଇ ପାରିବ ନାହିଁପ୍ରାୟତଃ ୬ଟା ପରେ ସୂର୍ଯ୍ୟ ଅସ୍ତ ହୋଇଯାଆନ୍ତିଅନେକ ମହିଳା ନିଜର ଏହି ଅଧିକାର ବିଷୟରେ ଅଜ୍ଞ ଥାଆନ୍ତିମହିଳା ପୁଲିସ୍ମଧ୍ୟ ମହିଳାଙ୍କୁ ରାତିରେ ଗିରଫ କରିପାରିବେ ନାହିଁତେବେ ସଙ୍ଗୀନ ପରିସ୍ଥିତି ହୋଇଥିଲେ ଲିଖିତ ଆକାରରେ ମାଜଷ୍ଟ୍ରେଟଙ୍କ ଠାରୁ ଅନୁମତି ଆଣି ଗିରଫ କରାଯାଇପାରିବ
ଗୋପନୀୟତା ଅଧିକାର

ଦୁଷ୍କର୍ମ ପୀଡିତା ନିଜର ବୟାନ ଗୋପନ ସ୍ଥାନରେ ଦେବାର ଅଧିକାର ରହିଛିତେବେ ଏହି ସମୟରେ କେବଳ ମାଜିଷ୍ଟ୍ରେଟ୍ହିଁ ମହିଳାଙ୍କ ସହିତ ରହିପାରିବେପୀଡିତା ମହିଳା ଜଣକ କେବଳ ମହିଳା କନେଷ୍ଟବଳ ପୁଲିସ ଅଧିକାରୀଙ୍କୁ ଗୋପନୀୟ ଭାବେ ନିଜର ବୟାନ ଦେଇପାରିବେଏହିପରି ଘଟଣାରେ ପୁଲିସ ମହିଳାଙ୍କୁ ସମସ୍ତଙ୍କ ସାମ୍ନାରେ ବୟାନ ଦେବା ପାଇଁ ବାଧ୍ୟ କରିପାରିବ ନାହିଁ
ଅନେକ ସମୟ ବ୍ୟବଧାନରେ ଅଭିଯୋଗ କରିପାରିବେ ମହିଳା

ସମାଜ, ପରିବାର ଅନ୍ୟ କୌଣସି କାରଣ ବଶତଃ ପୀଡିତା ଯଦି ଘଟଣାଦିନ ଅଭିଯୋଗ କରିପାରି ନାହାନ୍ତି, ତେବେ ପରେ ମହିଳା ଅଭିଯୋଗ କରିପାରିବେଆଉ ପୁଲିସ୍କମ୍ଲେନ ରେଜିଷ୍ଟର କରିବା ପାଇଁ ମନା କରିପାରିବେ ନାହିଁମହିଳା ଇମେଲ ଜରିଆରେ ମଧ୍ୟ ଅଭିଯୋଗ କରିପାରିବେ
ପଚରା ଉଚରା ପାଇଁ ଡାକି ପାରିବେ ନାହିଁ ପୁଲିସ

କୌଣସି ମହିଳାଙ୍କୁ ପଚରାଉଚୁରା ପାଇଁ ପୁଲିସ ଷ୍ଟେସନ୍ଡକାଯାଇ ପାରିବ ନାହିଁପୁଲିସ ମହିଳାଙ୍କୁ ତାଙ୍କ ଘରେ କେହି ମହିଳା କନେଷ୍ଟବଳଙ୍କ ଉପସ୍ଥିତିରେ ପଚରାଉଚୁରା କରିପାରିବେ
ଜିରୋ ଏଫଆଇଆର ଅଧିକାର

ଦୁଷ୍କର୍ମ ପୀଡିତାଙ୍କୁ ଜିରୋ ଏଫଆଇଆରର ଅଧିକାର ରହିଛିଏପରି କେସରେ ମହିଳା କୌଣସି ବି ପୁଲିସ ଷ୍ଟେସନରେ ଅଭିଯୋଗ ରେଜିଷ୍ଟର କରିପାରିବେ

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...