Tuesday 14 August 2018

ଅସୁରକ୍ଷିତ ନାରୀ ଓ ଶିଶୁ






ସମଗ୍ର ବିଶ୍ୱରେ ଭାରତ ଦ୍ରୁତ ଅଭିବୃଦ୍ଧି ପ୍ରଗତିର ଦୌଡ଼ରେ ସାମିଲ ହୋଇଛିସୂଚନା ପ୍ରଯୁକ୍ତି ନାରୀ ସଶକ୍ତୀକରଣର ଜୋରଦାର ପ୍ରଚାର ପ୍ରସାର ହେଉଛିସରକାରୀ ବେସରକାରୀ ଭାବରେ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ଗଣମାଧ୍ୟମର ବିଜ୍ଞାପନରେ ନାରୀ ସଶକ୍ତୀକରଣର ଢୋଲ ପିଟା ଯାଉଥିବା ବେଳେ ସମଗ୍ର ଭାରତୀୟଙ୍କ ସାମଗ୍ରିକ ବିବେକ ଚେତନାକୁ ଦୋହଲାଇ ଦେଇଛି ବିହାର ମୁଜାଫରସ୍ଥିତ ବାଳିକା ଆଶ୍ରୟ କେନ୍ଦ୍ରରେ ସଂଘଟିତ ଲୋମହର୍ଷଣକାରୀ ଯୌନ କେଳେଙ୍କାରୀ ଘଟଣାଏହି ଲଜ୍ଜାକର ଘଟଣା ସମଗ୍ର ଦେଶବାସୀଙ୍କୁ ବ୍ୟଥିତ କରୁଥିବା ବେଳେ ଉତ୍ତରପ୍ରଦେଶର ଦେଓରିଆରେ ଏକ ଆଶ୍ରୟ ଗୃହରେ ମହିଳା ଶିଶୁ ଅନ୍ତେବାସୀଙ୍କ ପ୍ରତି ଯୌନ ଶୋଷଣର ଲୋମଟାଙ୍କୁରା ଘଟଣା ସମଗ୍ର ଭାରତୀୟଙ୍କ ଶ୍ୱାସପ୍ରଶ୍ୱାସକୁ ସତେ ଯେପରି ଅଟକାଇଦେଇଛିପୀଡ଼ିତାଙ୍କ ମଧ୍ୟରୁ ଅଧିକାଂଶ ନାବାଳିକା ଅନାଥନିଜ ମାତାପିତା ବଂଶ ପରିବାରକୁ ହରାଇ ଅତ୍ୟନ୍ତ ଦୁଃଖଦ ଜୀବନ କଟାଉଥିବା ଭବିଷ୍ୟତକୁ ନେଇ ଅନେକ ସ୍ବପ୍ନ ଦେଖୁଥିବା ଏହି କିଶୋରୀମାନଙ୍କ ପ୍ରତି ଯେଉଁପରି ଘଟଣା ସଂଘଟିତ ହୋଇଛି ତାକୁ ଯେତେ ନିନ୍ଦା କଲେ ବି କମ୍ହେବଆଧ୍ୟାତ୍ମିକତାର ଦେଶ ଭାବେ ପରିଚିତ କିଛି ଭାରତୀୟଙ୍କ ଭିତରେ ଏହିପରି ଚରିତ୍ରହୀନତା ଯେଉଁପରି ଲଜ୍ଜା ସୃଷ୍ଟି କରିଛି ତାହାକୁ ସହ୍ୟ କରିହେବ ନାହିଁଭାରତରେ ଯେଉଁପରି ଭାବରେ ଦିନକୁ ଦିନ ନାବାଳିକା, ଶିଶୁକନ୍ୟା, ମହିଳାଙ୍କ ବିରୋଧରେ ଯୌନ ଅପରାଧ ବୃଦ୍ଧି ପାଉଛି ତାହା କେଉଁ ସଭ୍ୟ ସମାଜର ପ୍ରଗତିର ଚିତ୍ର? ବାର ବର୍ଷରୁ କମ୍ନାବାଳିକାଙ୍କ ପ୍ରତି ବଳାତ୍କାର ଘଟଣା ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ହୋଇଥିବା ସମୟରେ ଉଦ୍ବେଗଜନକ ଭାବରେ ଯେପରି ଏହିସବୁ ଘଟଣା ସଂଘଟିତ ହେଉଛି, କଠୋର ଆଇନ ପ୍ରତି ଅପରାଧୀମାନଙ୍କର ତିଳେମାତ୍ର ଭୟ ଥିବା ପରି ଲାଗୁଛି
ଅଠର ବର୍ଷ ବୟସରୁ କମ୍ଶିଶୁ ବା ବାଳିକାଙ୍କ ପ୍ରତି ଅସଦ୍ବ୍ୟବହାରକୁ ନେଇ ଜାତୀୟ ଅପରାଧ ରେକର୍ଡସ୍ବ୍ୟୁରୋ ଯେଉଁ ଉଦ୍ବେଗଜନକ ତଥ୍ୟ ଦେଇଛି ତାହା ପ୍ରତିଟି ଭାରତୀୟଙ୍କ ମୁଣ୍ଡକୁ ଲଜ୍ଜାରେ ନୁଅଁାଇ ଦେବା ପରି ଘଟଣାଏହି ତଥ୍ୟ ଅନୁଯାୟୀ ଆମ ଦେଶରେ ନାବାଳିକାଙ୍କ ପ୍ରତି ଅସଦ୍ବ୍ୟବହାର, ବଳାତ୍କାର ମାମଲାର ସବୁଠାରୁ ଶୀର୍ଷରେ ରହିଛି ମଧ୍ୟପ୍ରଦେଶଏହି ପ୍ରଦେଶରେ ୨୦୧୬ରେ ୧୮ରୁ କମ୍ବର୍ଷ ବୟସର ୨୪୭୯ଜଣ ନାବାଳିକା ଯୌନ ଅପରାଧର ଶିକାର ହୋଇଛନ୍ତିତେବେ ଲୋମହର୍ଷଣକାରୀ ପ୍ରସଙ୍ଗ ହେଉଛି ଏହି ପୀଡ଼ିତାଙ୍କ ଭିତରୁ ୩୯ଜଣ ହେଉଛନ୍ତି ମାତ୍ର ୬ବର୍ଷ ବୟସରୁ କମ୍ପିଲାସେହିପରି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ନାବାଳିକାଙ୍କ ପ୍ରତି ବଳାତ୍କାର ସଂଖ୍ୟା ଦୃଷ୍ଟିରୁ ପ୍ରଥମ ପାଞ୍ଚଟି ରାଜ୍ୟ ଭିତରେ ଚତୁର୍ଥ ସ୍ଥାନରେ ରହିଛି ଓଡ଼ିଶାସରଳ ବିଶ୍ୱାସ, ନିରାଡ଼ମ୍ବର ଜୀବନ, ଅସରନ୍ତି ପ୍ରାକୃତିକ ବିଭବ ସର୍ବୋପରି ଜଗନ୍ନାଥଙ୍କ ଦେଶ ଭାବେ ପରିଚିତ ଏହି ରାଜ୍ୟରେ ଯେପରି ଉଦ୍ବେଗଜନକ ଭାବରେ ଉକ୍ତ ଘଟଣା ସଂଘଟିତ ହେଉଛି ତାହା କମ୍ଲଜ୍ଜାଜନକ ନୁହେଁ୨୦୧୬ରେ ଓଡ଼ିଶାରେ ଏହି ଯୌନ ହିଂସାର ଶିକାର ହୋଇଥିବା ପୀଡ଼ିତାଙ୍କ ଭିତରେ ୧୨୫୮ଜଣ ହେଉଛନ୍ତି ନାବାଳିକା, ଯେଉଁମାନଙ୍କ ଭିତରୁ ୫ଜଣଙ୍କ ବୟସ ହେଉଛି ୬ବର୍ଷରୁ କମ୍‌। ସର୍ବଭାରତୀୟ ସ୍ତରରେ ଏହି ଲଜ୍ଜାଜନକ ଘଟଣା ସଂଘଟିତ ହେଉଥିବା ମହାରାଷ୍ଟ୍ରର ସ୍ଥାନ ଦୁଇ ନମ୍ବର, ତିନି ନମ୍ବରରେ ଉତ୍ତରପ୍ରଦେଶ ପାଞ୍ଚନମ୍ବରରେ ରହିଛି କର୍ନାଟକମହାରାଷ୍ଟ୍ରରେ ଏହି ଲୋମହର୍ଷଣକାରୀ ଘଟଣାର ଶିକାର ହୋଇଥିବା ବର୍ଷରୁ କମ୍ବୟସର ଶିଶୁଙ୍କ ସଂଖ୍ୟା ସର୍ବାଧିକ ୧୦୭ଉତ୍ତରପ୍ରଦେଶରେ ୨୧୧୫ଜଣ ୧୮ ବର୍ଷରୁ କମ୍ବୟସର ଯୌନ ପୀଡ଼ିତାଙ୍କ ଭିତରେ ୫୬ଜଣ ହେଉଛନ୍ତି ଶିଶୁକେବଳ ସେତିକି ନୁହେଁ ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋର ତଥ୍ୟ ଅନୁଯାୟୀ ୬ବର୍ଷରୁ କମ୍ -୧୨ବର୍ଷ ବୟସ୍କଙ୍କ ମଧ୍ୟରେ ଯୌନ ପୀଡ଼ିତାଙ୍କ ସଂଖ୍ୟାରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଦିଲ୍ଲୀର ସ୍ଥାନ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ତୃତୀୟସେହିପରି ୧୨-୧୮ ବର୍ଷ ବୟସର ଯୌନ ପୀଡ଼ିତାଙ୍କ ଭିତରୁ ପ୍ରଥମ ସ୍ଥାନରେ ରହିଛି ମଧ୍ୟପ୍ରଦେଶ, ଦ୍ୱିତୀୟରେ ମହାରାଷ୍ଟ୍ର ତୃତୀୟରେ ଉତ୍ତରପ୍ରଦେଶସଂସଦରେ ୧୨ବର୍ଷରୁ କମ୍ନାବାଳିକାଙ୍କ ପ୍ରତି ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତଙ୍କୁ ୨୦ ବର୍ଷର ସର୍ବନିମ୍ନ ଜେଲ ଦଣ୍ଡଠାରୁ ଆଜୀବନ କାରାଦଣ୍ଡ ମୃତ୍ୟୁଦଣ୍ଡ ଯେଉଁଦିନ ଘୋଷଣା ହେଲା ସେହିଦିନ ହିଁ ଉତ୍ତରପ୍ରଦେଶର ଦେଉରିଆ ମହିଳା ଆଶ୍ରୟସ୍ଥଳର ସଙ୍ଗିନ ବ୍ୟଭିଚାର ଘଟଣା ଲୋକଲୋଚନକୁ ଆସିଥିଲା୨୦୧୨ ଡିସେମ୍ବରରେ ସମଗ୍ର ଭାରତବର୍ଷକୁ ଦୋହଲାଇ ଦେଇଥିବା ନୂଆଦିଲ୍ଲୀର ନିର୍ଭୟା ଘଟଣା ପରେ ସରକାର କଡ଼ାକଡ଼ି ଭାବେ ଆଇନ ବ୍ୟବସ୍ଥା କରିଛନ୍ତିକିନ୍ତୁ ଦିନକୁ ଦିନ ଶିଶୁ ମହିଳାଙ୍କ ପ୍ରତି ଅସଦ୍ବ୍ୟବହାର ବଳାତ୍କାର ମାମଲା ବଢ଼ିଛିତେଣୁ ଏଠାରେ ପ୍ରଶ୍ନ ଉଠୁଛି ଏପରି କଠୋର ଦଣ୍ଡ ବ୍ୟବସ୍ଥା ସତ୍ତ୍ୱେ ନାବାଳିକାମାନେ ସୁରକ୍ଷିତ ରହିପାରୁ ନାହାନ୍ତି କାହିଁକି? କ୍ଷେତ୍ରରେ ସମସ୍ତଙ୍କ ଭିତରେ ସଚେତନତା ସୃଷ୍ଟି କରିବା ସହ ସରକାର ତତ୍କାଳ ତଦନ୍ତ, ନାବାଳିକାଙ୍କ ଥଇଥାନ ଦଣ୍ଡ ବ୍ୟବସ୍ଥା କରିବା ଅତ୍ୟନ୍ତ ଜରୁରୀମହିଳାମାନଙ୍କୁ ସଶକ୍ତୀକରଣ କରିବାର ଢୋଲ କେବଳ ପିଟିଲେ ଚଳିବ ନାହିଁଆଇନ ଯେତେ କଠୋର ହେଲେ ବି ଜନସାଧାରଣ ସଚେତନ ହେବା ଅପରାଧୀଙ୍କୁ ଆଇନ ହାତରେ ଧରାଇଦେବାର ଆବଶ୍ୟକତା ରହିଛି
ଝରଣା ପଣ୍ଡା,ବିଜୁପଟ୍ଟନାୟକ ଛକ, ତୁଳସୀପୁର, କଟକ, ଫୋନ୍‌-୦୬୭୧-୩୦୨୩୦୦

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...