Saturday, 22 November 2025

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।


୧୯୮୦  ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା'ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ । ହଠାତ ବିଲୁଆଖାଇ ନଦୀ ପଠାରେ ଘଟିଗଲା ଏକ ବଡ ଘଟଣା। ସମସ୍ତେ ଧାଇଁଥିଲେ ଏକମୁହାଁ ହୋଇ ସେଇଆଡକୁ । ଲାଗୁଥିଲା ଯେମିତି ଅଞ୍ଚଳର ସବୁରାସ୍ତ ପଢିଥିଲା ବିଲୁଆଖାଇ ନଦୀ ପଠାକୁ । କିଛି କ୍ଷଣ ମଧ୍ୟରେ ସେଠାରେ ଜମା ହୋଇଯାଇଥିଲେ ଏହ ଶହଁ ଶହ ଲୋକ । ସେଠାକାର ସ୍ଥିତି ଥିଲା ବଡ ସଙ୍ଗୀନ ଏବଂ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା, କିଏ ଏପରି କଲା, କାହିଁକି ଏପରି କଲା?

 କିଛି ନାରମାଂସଲୋଭା ମଣିଷଙ୍କ ଦ୍ବାରା ଲହୁ ଲୁହାଣ ହୋଇ ନିସ୍ତେଜ ହୋଇ ପଡିରହିଥିଲା ଛବିରାଣୀଙ୍କ ଅର୍ଦ୍ଧନଗ୍ନ ଶରୀର । ବିସ୍ତୀର୍ଣ୍ଣ ବାଲିର ଶେଜରେ ଚିରଦିନ ପାଇଁ ଶୁଆଇ ଦେଇଥିଲେ ସମାଜର କିଛି ତଥାକଥିତ ବଡପଣ୍ଡାମାନେ ସେଇ ନିରୀହ ଜୀବନଟିକୁ । ଛବିରାଣୀଙ୍କ ଗୋଟିଏ ଭୁଲ ଥିଲା ,ସେ ଥିଲେ ନିର୍ଜୀକ ଏବଂ ନିରପେକ୍ଷ ଖବର ପ୍ରସାରଣ କରୁଥିବା 'ପ୍ରଗତିବାଦୀ'ର ସାମ୍ବାଦିକଙ୍କ ପତ୍ନୀ । ଖବର ମାଧ୍ୟମରେ କିଛି ନିୟମ ବିରୁଦ୍ଧ କାର୍ଯ୍ୟର ଅବତାରଣା କରିଥିଲେ ପତି ନନ୍ଦ ମହାପାତ୍ର । ଏସବୁ ବେହରେ ଯାଇନଥିଲା କୁ ଜି ନେତା, କଣ୍ଟାକୁରଙ୍କର ତ‌ଥା ଦୁର୍ନୀତି ଖୋର ଲୋକମାନଙ୍କର। ଦୀର୍ଘ ଦିନର ଅଶାନ୍ତି, ଅସନ୍ତୋଷର ରାଗ ସେମାନେ ଶେଷରେ ଛବିରାଣୀଙ୍କ ଉପରେ ସୁ ଝାଇଥିଲେ ଏବଂ ଗଣ ଦୁଷ୍କର୍ମ ସହିତ ତାଙ୍କୁ ଜୀବନରୁ ମାରି ରାତାରାତି ଫେରାର ହୋଇଯାଇଥିଲେ। ସେମାନଙ୍କ ନାଁରେ କେସ୍ ହେଲା, ଆଇନ୍ ସେମାନଙ୍କୁ ଦଣ୍ଡ ଦେଲା ସତ କିନ୍ତୁ ଢେର ବିଳମ୍ବ  ହୋଇଯାଇଥିଲା । ଛବିରାଣୀଙ୍କ ଅନ୍ତେ ତାଙ୍କ ପରିବାରର ସ୍ଥିତି ସମ୍ପୂର୍ଣ ବିଗିଡି ଯାଇଥିଲା । ଛବିରାଣୀ ମର୍ଡର  ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

କଟକ ଠାରୁ ମାତ୍ର ୨୫ କିଲୋମିଟର ଦୂର ବିଲୁଆଖାଇ ନଦୀ ଶଯ୍ୟାରେ ଅତି ବିଭତ୍ସ ଭାବେ 'ପ୍ରଗତିବାଦୀର' ବିରିଡି ବ୍ଲକ ପ୍ରତିନିଧ ନବକିଶୋର ମହାପାତ୍ରଙ୍କ ପତ୍ନୀ ଛାୟାରାଣ ମହାପାତ୍ର ଓରଫ ଛବିରାଣୀଙ୍କୁ ୭/୮ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିବା ସଙ୍ଗେ ସଙ୍ଗେ ଜଗନ୍ୟ ଭାବେ ହତ୍ୟା କରିଥିଲେ । ଏହାର ଅଳ୍ପ କିଛିଦିନ ତଳେ ବିଲୁଆଖାଇର ପ୍ରଳୟଙ୍କରୀ ଚନ୍ୟାରେ ଆତଙ୍କିତ ହୋଇଥିବା ୨୨ ମୌଜାର ଜନ ସାଧାରଣ ସେହି ନଦୀ ଶଯ୍ୟାରେ ଘଟିଥିବା ଏକ ନାରକୀୟ ହତ୍ୟାକାଣ୍ଡ ଓ ବିଉତ୍ସ ଧର୍ଷଣରେ ଦୃଶ୍ୟ ଦେଖୀ ଶଙ୍କିତ ହୋଇଯାଇଥିଲେ। ଏହା ସହିତ ସେମାନେ ସଂଘବଦ୍ଧ ଭାବେ ନିଜ ଅଞ୍ଚଳର ନାରୀ ଜାତିରସମ୍ମାନ ରକ୍ଷା ପାଇଁ ଘଟଣା ସହିତ ସମ୍ପୃକ୍ତ ମୁଖ୍ୟ ଆସାମୀ ବିରିଡିର ପ୍ରଖ୍ୟାତ ବ୍ୟବସାୟୀ ରାଜୁରାଓ ଦୋରାଙ୍କ ଘର ଭାଙ୍ଗିରୁଜି ଦେଇଥୁଲେ।

 ନବକିଶୋର ମହାପାତ୍ରଙ୍କ ଘର ୨୬ ମୌଳା ଅଞ୍ଚଳରେ ହୋଇଥିରେ ମଧ୍ୟ ସେ ଚିରିତିରେ ରାଜୁରାଓ ଦୋରାଙ୍କ ଘରେ ଭା ଡା ନେଇ ରହୁଥିଲେ। ଦୈନିକ “ପ୍ରଗତିବାଦୀ' ଓ ମାସିକ ସମାଲୋଚନା ମୂଳକ ପତ୍ରିକା ଦୁର୍ମୁଖ ଏବଂ ନିଆଁଖୁଣ୍ଡାକୁ ସେ ସମ୍ବାଦ ପରିବେଷଣ କରିଆସୁଥିଲେ। ରାଜୁରାଓଙ୍କ ଘରେ ଭଡାରେ ରହୁଥିଲେ ବି ଅନ୍ୟାୟ ଅନୀତି ତାଙ୍କଦେହରେ ଯାଉନଥିଲା । ସେବାରମ୍ବାର ରାଜୁରାଓଙ୍କୁ ସତର୍କ କରାଇଥିଲେ ହେଁ ସେ ଏହାକୁ ନମାନି ବାରୁ ତାଙ୍କ ଚୋରା ସିମେଣ୍ଟ ଓ ସାର ବ୍ୟବସାୟକୁ ନେଇ ନବକିଶୋର କିଛି ସମ୍ବାଦ ପ୍ରକାଶ କରିଥିଲେ ।ଏହାକୁ ନେଇ ଶ୍ରୀ ଦୋରା ତାଙ୍କ ଉପରେ ପ୍ରତିଶୋଧନେଇ ନିଜର ଉଡ଼ାଟିଆ ଗୁଣ୍ଡା ମାନଙ୍କ ସାହାଯ୍ୟରେ ତାଙ୍କୁ ମାଡ଼ମାରିବା ସହିତ ଧମକ ଚମକ ଦେଇଥିଲେ । ଏ ବିଷୟରେ ନବଳିଶୋର ପୋଲିସରେ ଏତଲା ଦେଇଥିଲେ ଏବଂ କେସ୍ ମଧ୍ୟ ହୋଇଥିଲା

ଜଗତସିଂହପୁର ପୋଲିସ ଶ୍ରୀ ଦୋରାଙ୍କ ସମେତ କେତେଜଣଙ୍କୁ ଗିରଫ କରି ପରେ କାମିନରେ ଛାଡ଼ି ଦେଇଥିଲେ । ଏପରି ଦୁଇଥର ଦେଇଛି।--------------ଶ୍ରୀ ମହାପାତ୍ର ସାମ୍ବାଦକ ଭାବରେ ଆହୁରି କିଛିବଡ଼ ଦୁର୍ନୀତିର ପର୍ଦ୍ଦାଫାସ୍‌ ସହିତ ସ୍ପାନୀୟ କଂଗ୍ରେସ (ଇ) ନେତା ତଥା ଦୁର୍ନୀତି ଅଭିଯୋଗରେ ସସପେଣ୍ଡ ହୋଇ ଥିବା ସରପଂଚ ଦିବାକର ନାଯକଙ୍କ କାର୍ଯ୍ୟକଳାପ ବିଷୟରେ କେତେକ ସମ୍ବାଦ ପରିବେଷଣ କରିଥିଲେ । ଏଣୁ ସେ ମଧ୍ୟ ଶ୍ରୀ ମହାପାତ୍ରଙ୍କ ଉପରେ ପ୍ରତିଶୋଧ ନେବାକୁ ଚାହୁଁଥିଲେ।

ଘଟଣା ଦିନ ଅର୍ଥାତ ଅକ୍ଟୋବର ୩ ରେ ଶ୍ରୀ ମହାପାତ୍ର ତାଙ୍କ ପତ୍ନୀଙ୍କ ସହ କଟକ ଆସିବା ପାଇଁ ବଡ଼ ବିରିଡି ବସଷ୍ଟାଣ୍ଡରେ ଅପେକ୍ଷା କରିଥିବା ସମୟରେ କେତେକ ବ୍ୟକ୍ତି ତାଙ୍କୁ ଯାଇ ଖବର ଦେଲେ ଯେ ଦିବାକର ନାଯକ ତାଙ୍କୁ ହାଟରେ ରହି ଡାକୁଛନ୍ତି । ଶ୍ରୀ ମହାପାତ୍ର ପ୍ରଥମେ ଯିବାକୁ ଅମଙ୍ଗ ହେଲେ ଓ କଟକରୁ ଆସିଲେ ଭେଟିବେ ବୋଲି କହିଲେ। କିନ୍ତୁ ରକ୍ତ ଉଡ଼ାଟିଆ ଗୁଣ୍ଡାମାନେ ତାଙ୍କୁ ଜୋର ଜବର ଦସ୍ତ  ବସଷ୍ଟାଣ୍ଡରୁ ଘୋଷାଡ଼ି ନେଇଯାଇଥିଲେ।

ଶ୍ରୀ ମହାପାତ୍ରଙ୍କୁ ଆଣି ହାଟରେ ବସିଥିବା ଶ୍ରୀ ଦିବାକର ନାୟକ ଓ ଶ୍ରୀ ନନ୍ଦ ମହାନ୍ତିଙ୍କ (ଆଉ ଜଣେ ସ୍ଥାନୀୟ ନେତା) ସମ୍ମୁଖରେ ହାଜର କରାଗଲା । ତାଙ୍କୁ ଭୀଷଣ ମାଡ଼ ଦିଆ ଯାଇ ଜବରଦସ୍ତ ତାଙ୍କଠାରୁ ସବୁ ମଜଦ୍ଦମା ପ୍ରତ୍ୟାହାର ପାଇଁ ଗୋଟିଏ ଲେଖା ଲେଖାଇ ନିଆଯିବା ସଙ୍ଗେ ସଙ୍ଗେ ତାଙ୍କ ଉପରେ ଅନ୍ୟା ଯଭାବେ କେତେ ଟଙ୍କା ବାଳି ଅଛି ବୋଲି କୁହାଯାଇ ସେ ବାବଦକୁ ମୃତା ଶ୍ରୀମତା ଛାୟାରାଣୀ ମହାପାତ୍ରଙ୍କ କାନଫୁଲ ଏବଂ ହାତମୁଦିକୁ ନେଇଗଲେ । ଶ୍ରୀ ମହାପାତ୍ରଙ୍କୁ ସନ୍ଧ୍ୟା ୫ଟାରେ ମୁକ୍ତ କରାଗଲା ।

ସେଦିନ ସନ୍ଧ୍ୟାରେ ସ୍ବାମୀ ଓ ସ୍ତ୍ରୀ ସେହି ସ୍ଥାନ ଛାଡ଼ି ସେମାନଙ୍କର ନିଜ ଗ୍ରାମକୁ ଚାଲି ଯିବାକୁ ସ୍ଥିର କଲେ। ସନ୍ଧ୍ୟା ୭ଟା ପରେ ସେମାନଙ୍କର ନିଜର ଛୋଟ ପିଲାକୁ ଧରି ବାଇଶି ମୌଜା ଅଭିମୁଖେ ଚାଲିଲେ। ବିଜୁଆଖାଇ ନଈ ପାର ହେଲେ ବାଇଶି ମୌଳା । ଶ୍ରୀ ମହାପାତ୍ରଙ୍କ ଗ୍ରାମ । ବିରୀଡ଼ି ଠାରୁ ପ୍ରାୟ ୭କିଲୋମିଟର ହେବ।ସ୍ଵାମୀ ଓ ସ୍ତ୍ରୀ ବିଲୁଆ ଖାଇ ନଈ ପାର ହେଉଥିବା ସମୟରେ ପଛରୁ କିଛି ଲୋକଙ୍କ ପାଦ ଶବ୍ଦ ଶୁଣାଯିବାରୁ ଶ୍ରୀ ମହାପାତ୍ର ପଛକୁ ଟର୍କ ବୁରାଇ ଦେଖଲେ ଯେ ତାଙ୍କୁ ଘୋଷାଡ଼ି ମାରିଥିବା ଦୁର୍ତ୍ତରମାନେ ଆସୁଛନ୍ତି । ସେମାନେ ପାର୍ଟିକଲେ ଶଳା କୁ ଆଃ ଦେ  ଲୁଚିକରି ଯାଉଛି, ତୋତେ ଆଜି ଜୀବନରେ ମାରିଦେବୀ” । ଏଥିରେ ଶ୍ରୀମତୀ ମହାପାତ୍ର ଡ଼ ରିଯାଇ ସ୍ବାମୀଙ୍କୁ କହିଲେ ଯେ ତମେ ପିଲାଙ୍କୁ ଧରି ଜୀବନ ରକ୍ଷା କର । ସ୍ବାମୀ ଦୁଇ ପିଲାଙ୍କୁ ଧରି ଦୌଡୁଥିବା ବେଳେ ପଛରେ ଛବିରାଣୀଙ୍କୁ ଦୁର୍ବୃତ୍ତମାନେ ଧରିନେଇଥିଲେ। ନଈ ବନ୍ଧକୁ ଉଠି ଶ୍ରୀ ମହାପାତ୍ର ଟର୍କ ବୁଲାଇ ଦେଖ‌ିବା ବେଳକୁ ଦୁର୍ବୃତ୍ତମାନେ ତାଙ୍କ ସ୍ତ୍ରୀକୁ ତଳେ ପକାଇ ଦେଇଛନ୍ତି। ତାଙ୍କ ଆଡ଼କୁ ୪ଜଣ ଦୌଡିଅ ସିବା ଯୋଗୁ ସେ ଜୀବନ ବିକଳରେ ଦୌଡ଼ିଲେ । ପ୍ରାୟ ୨ କିଲୋମିଟର ଚାଲିଆସି ସେ କିଛି ଲୋକଙ୍କୁ ଡ଼ାକି ପୁଣି ଘଟଣା ସ୍ଥଳରେ ରାତି ୯ଟା ୩୦ ମିନିଟରେ ପହଞ୍ଚି ଦେଖିଲେ ଯେ ଛବିରାଣାଙ୍କ ମୃତଦେହ ସେଠାରେ ପଢ଼ିରହିଛି । ବିଭାଷ୍ୟ  ନଗ୍ନ ଦେହରେ ଚାରିଆଡ଼େ କ୍ଷତ ଚିହ୍ନ । ନାଇଁ  'ଠାରୁ ଅଛ ଦୂରରେ ଥ‌ିବା ଅକ୍ଷିଆ ପୋଷ୍ଟ ଅପିସକୁ ଯାଇ ଜଗତସିଂହପୁର ଥାନାକୁ ରାତି ୧୧ଟା ୩୦ ରେ ଟେଲିଫୋନ କରାଗଲା । କିନ୍ତୁ ଆରପଟୁ କନଷ୍ଟେବଳ କହିଲେ ଯେ ବାବୁ ଶୋଇଲେଣି ।

ପରଦିନ ସନାକୁ ଶ୍ରୀ ମହାପାତ୍ର ଥାନାକୁ ଗଲେ । କିନ୍ତୁ ସେ ଲେଖୁଥିବା ଏତଲା ତାଙ୍କଠାରୁ ଗ୍ରହଣ ନକରି ପୋଲିସ ନିର୍ଦ୍ଦେଶରେ ସେ ଏତଲା ଲେଖୁଲେ ଏବଂ ସେଥିରୁ କିଛି ଲୋକଙ୍କ ନାଁ ବାଦ୍ ଦିଆଗଲା । ଗତ ରାତିରେ ଟେଲିଫୋନ ଲାଇନ ଅଚଳ ଥିଲା ବୋଲି ଲେଖିଦେବାକୁ ଶ୍ରୀ ମହାପାତ୍ରଙ୍କୁ ବାଧ କରାଗଲା । ଦିନ ୧୨ଟାରେ ଥାନାର ସେକେଣ୍ଡ ଅଫିସର ଭଗବାନ ମିଶ୍ର ଘଟଣାର ତଦନ୍ତ ଆରମ୍ଭ କଲେ । ଶବ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ପୋଲିସ ତତ୍ତ୍ବାବଧାନରେ ନ ଆଣି ଶ୍ରୀ ମହାପାତ୍ରଙ୍କୁ ଦାୟିତ୍ବ ଦିଆ ଗଲା ଓ ବାଇଶି ମୌଳା ଭିତରେ ଶବ ଆସିବା ଫଳରେ ସେଠାରେ ଉତ୍ତେଜନା କ୍ରମଶଃ ବଢିବାକୁ ଲାଗିଲା । ପରଦିନ ଅର୍ଥାତ ଅକ୍ଟୋଚର ୫ ତାରିଖରେ ବାଇଶମୌକାର ପ୍ରାୟ ୭୮ ହଳାର ଲୋକ ବିରିଡ଼ି ଆସି ହାଟରେ ସଭା କରିଥିଲେ ଏବଂ ରାଜୁ ରାଓ ଦୋରାଙ୍କ ଘର ଉପରେ ଚଢ଼ାଉ କରି ଲୁଟ  ତରାଜ କରିଥିଲେ । ୫ ତାରିଖରେ ମନ୍ତ୍ରୀ କାସୁଦେବ ମହାପାତ୍ର   ମହାପାତ୍ର (ଓ ଆଇ  ସିସି (ଇ) ସାଧାରଣ ସମ୍ପାଦକ  ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିବାରୁ ଏସଡିଓ ଘଟଣା ସ୍ଥଳକୁ ଆସିପାରିଲେ ନାହିଁ । ଏଣୁ ରତ୍ତେଜନା ଅଧ‌ିକ ବଢିଯାଇଥିଲା। ବାସ୍ ଏହା ପରେ ଇନ୍‌ଭେଷ୍ଟିଗେସନ ଏବଂଗିରଫ ଦା ରି  । ଘଟଣା ଘଟିବାର ୧୫ ଦିନ ମଧ୍ୟରେ ୧୧ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ଏବଂ ଏହି ୧୧ତମ ଅଭିଯୁକ୍ତ ଥିଲେ କଂଗ୍ରେସ ନେତା ବିଶାଳର ନାୟକ । ତାଙ୍କୁ ଦଳରୁ ବହିଷ୍କାର କରାଯିବାର ୩ଦିନ ପରେ ସେ ଆନାରେ ଆତ୍ମସମର୍ପଣ କରିଥିଲେ । ଜଗତସିଂପୁରର ସମସାମଯ଼ିକ ସାଂସଦ ଲକ୍ଷ୍ମଣ ମଲ୍ଲିକଙ୍କ ଉପରେ ଏହି ଅକ୍ଷମଣୀଯ଼ କାର୍ଯ୍ଯ଼ର ଅପରାଧୀମାନଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଥିଲା,  ଏହି କେସରେ ରାଜନେତାଙ୍କଠାରୁ ଆରମ୍ଭ କରି ଠିକାଦାର, ପୋଲିସ, ବିଜନେସମ୍ୟାନ ଏମିତି ବନ୍ଧୁ ବ୍ୟକ୍ତି ସମ୍ପୃକ୍ତ ଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତଙ୍କୁ ଗିରଫ କରାଯାଇ ଜେଇ ପଠାଯାଇଥିଲା । କିନ୍ତୁ ସଜା ଶୁଣାଯିବା ବେଳକୁ ସେମାନଙ୍କ ମଧ୍ୟରୁ କିଛି ମୃତ୍ୟୁବରଣ କରିଥିବା ବେଳେ ଆଉ କିଛିଙ୍କ ଦଣ୍ଡ ଅବଧୂ ଶେଷ ହୋଇଯାଇଥିଲା । ଜିଲ୍ଲା ବିଚାରପତି ଆଠ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ, ଓଡ଼ିଶା ହାଇକୋର୍ଟ ସମସ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଘଟଣାର 22 ବର୍ଷ ପରେ ସୁପ୍ରିମକୋର୍ଟ ଶେଷରେ ଆଠ ଜଣ ଅଭିଯୁକ୍ତଙ୍କ ମଧ୍ଯ଼ରୁ ଚାରି ଜଣଙ୍କୁ ଦୋଷୀ ସାବ୍ଯ଼ସ୍ତ କରିଥିଲେ।।  ଅନେକ ବର୍ଷ ପରେ, ମୁଁସେହି ଅପମାନିତ ସାମ୍ବାଦିକ ଜଣକ ପୁନର୍ବାର ବିବାହ କରି ଲୋ ପ୍ରୋଫାଇଲ୍ ଜୀବନ ବିତାଉଥିବା ଖବର ପଢ଼ିଲି। 

ମଣିଷ ଯେ ଭୟଙ୍କର ପଶୁ ପାଲଟିଯାଇପାରେ ତା'ର ସବୁଠୁ ବଡ ଉଦାହରଣ ବୋଧେ ଏହି ଛବିରାଣୀ ରେପ୍ ଏବଂ ମର୍ଡର ଜେସ୍, ଯାହାର ଚର୍ଜା ସବୁଦିନ ପାଇଁ ରହିଥ‌ିବ । କିନ୍ତୁ ମଣିଷ ଏତେସରି ହୋଇନି ଏଥିରୁ କିଛି ବି ଶିକ୍ଷା ଲାଉ କରିପାରିନି । ଏବେ ମଧ୍ୟ ପ୍ରତିଦିନ ଏହିଭଳି ବହୁ କେସ୍ ଘଟିଯାଉଛି ଯାହାର ହିସାବ ରଖୁବା ମୁସ୍କିଲ।


 

ପ୍ରଦ୍ୟୁମ୍ନ ବଳ ଏହି କେସକୁ ବଳ ଯୋଗାଇଥିଲେ

ବର୍ଷେ ତଳେ ସାପ୍ତାହିକରୁ ଦୈନିକ ହୋଇଥିବା ପ୍ରଗତିବାଦୀର ସମ୍ପାଦକ ପ୍ରଦ୍ୟୁମ୍ନ ବଳଙ୍କ ଶାଣୀତ ଆଲେଖ୍ୟ ଏହି କେସକୁ ଅଧିକ ବଳ ଯୋଗାଇଥିଲା। ପ୍ରତିଦିନ ସେ ସ୍ତମ୍ଭ ମାଧ୍ୟମରେ ଛବିରାଣୀ ହତ୍ୟାକାଣ୍ଡର ପ୍ରତିଟି କଥାକୁ ସେ ଖବରକାଗଜରେ ସ୍ଥାନ ଦେଲେ। ଖାଲି ସେତିକି ନୁହେଁ ସେ ସର୍ବଭାରତୀୟ ନେତା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ସେତବେଳର ଶାସକଙ୍କ ନିଦ ହଜାଇ ଦେଇଥିଲେ। ଶ୍ରୀଯୁକ୍ତ ବଳଙ୍କ ଆଲେଖ୍ୟ ମାଧ୍ୟମରେ ଛବିରାଣୀ ହତ୍ୟା ମାମଲାର ବନ୍ଧୁ ଅଜଣା ତଥ୍ୟ ଲୋକଲୋଚନକୁ ଆସିପାରିଥିଲା ।

No comments:

Post a Comment

ବିଲୁଆଖାଇର ଭୟ- ଛବିରାଣୀ ମର୍ଡର ମିଷ୍ଟ୍ରିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୯୮୦   ମସିହା ଅକ୍ଟୋବର ୨ ୩ ତାରିଖ ରାତି ପ୍ରାୟ ୯ଟା। ସବୁଠି ଅନ୍ଧାର ତା ' ର ସମ୍ରାଜ୍ୟ ବିସ୍ତାର କରିସାରିଥିବା ବେଳେ ହାଲୁକା ଶୀତୁଆ ପବନରେ ଦେହ ଶୀଦେଇ ଯାଉଥାଏ...