Tuesday 18 September 2018

ଘରୋଇ ହିଂସାର କରାଳ ରୂପ


ହିଂସା ଏକ ନକାରାତ୍ମକ ଶବ୍ଦ, ଯାହା ପରପୀଡ଼ନ, ପରର କ୍ଷତି ସାଧନ, ଏପରି କି ଧ୍ୱଂସ ମୃତ୍ୟୁଲୀଳା ସଂଯୋଜନାକୁ ବୁଝାଏ ଯେତେବେଳେ ଏହା ଆତ୍ମୀୟସ୍ବଜନ ବା ରକ୍ତ ସମ୍ପର୍କୀୟ ପ୍ରତି କରାଯାଏ, ତାହାକୁ ପାରିବାରିକ ବା ଘରୋଇ ହିଂସା କୁହାଯାଏ ନିଜ ପୁତ୍ର ବା କନ୍ୟା ପରିବାରର ସମ୍ମାନକୁ ଭ୍ରୂକ୍ଷେପ କରି ଏପରି କିଛି କରିବସନ୍ତି, ଯାହା ପରିବାର ସଦସ୍ୟଙ୍କ ମନରେ ସେମାନଙ୍କ ପ୍ରତି ଘୃଣାଭାବ ଜାତ କରାଏ ଏବଂ ପରିବାର ସଦସ୍ୟ ଆତ୍ମୀୟତାକୁ ଭୁଲି ନିଜ ପିଲାଙ୍କର ମୃତ୍ୟୁଲୀଳା ରଚନା କରନ୍ତି ମାବାପାଙ୍କ ଇଚ୍ଛା ବିରୋଧରେ ଯଦି ଝିଅଟି କୌଣସି ପୁଅ, ବିଶେଷତଃ ନୀଚ ଜାତିର ପୁଅକୁ ଭଲ ପାଇ ବସେ ପରିବାରର ଅନିଚ୍ଛା ସତ୍ତ୍ୱେ ବିବାହ କରେ ତେବେ ମାତାପିତା ପ୍ରତ୍ୟକ୍ଷରେ କିଛି କରିପାରନ୍ତିନି ସିନା ହେଲେ ମନ ମଧ୍ୟରେ ହିଂସାର ବହ୍ନି ଜଳୁଥାଏ କନ୍ୟା ଜାମାତାଙ୍କ ସହ ଛଳନାପୂର୍ଣ୍ଣ ଆଚରଣ କରି ତାଙ୍କ ମନରେ ପ୍ରତ୍ୟୟ ସୃଷ୍ଟି କରି ସୁଯୋଗ ଦେଖି ହତ୍ୟା କରାଯାଏ, ଯାହାକୁ କୁହାଯାଏ ଅନରକିଲିଂ
ଅନେକ କ୍ଷେତ୍ରରେ ବିବାହ ପୂର୍ବରୁ ଝିଅର ଆତ୍ମୀୟମାନେ ପୁଅକୁ ହତ୍ୟା କରନ୍ତି ବିବାହ ପରେ ପୁଅଘର ଲୋକେ ଝିଅକୁ ହତ୍ୟା କରନ୍ତି ନବବଧୂକୁ ଯୌତୁକ ଲୋଭରେ ଶାରୀରିକ ନିର୍ଯାତନା ଦେବା, ଏପରିକି ଜୀବିତ ଅଗ୍ନିସଂଯୋଗ କରି ହତ୍ୟା କରିବା ପାରିବାରିକ ହିଂସାର ନଗ୍ନରୂପ ଝିଅ ପାଇଁ ପୁଅଟିଏ ପୁଅ ପାଇଁ ଝିଅଟିଏ- ଏହା ବିଧିନିର୍ଦ୍ଧାରିତ ଏଥିରେ ଅନ୍ତରାୟ ସୃଷ୍ଟି କରିବା ମଣିଷର ଶକ୍ତିର ବାହାରେ ଆମେ ଦୈବୀ ସଂଯୋଜନାର ବିରୋଧରେ ଯାଇ ବୃଥା ଗର୍ବ, ଅହଂକାରରେ ହିଂସାର ପଥ ବାଛିନେଉଛୁ
ଓଡ଼ିଶା ସରକାର ଘରୋଇ ହିଂସା ଅନରକିଲିଂକୁ ରୋକିବା ପାଇଁ ଏସ୍‌..ପି.  (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିକ୍ୟୁଟର) ଜାରି କରିଛନ୍ତି ଏଥିପାଇଁ ଗତ ୩୦ ଅଗଷ୍ଟ ୨୦୧୮ରେ ପ୍ରତ୍ୟେକ ଜିଲା ପ୍ରଶାସନ, ପୋଲିସ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ମାର୍ଚ୍ଚ ୨୦୧୮ର ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ଅନେକ କ୍ଷେତ୍ରରେ ଗ୍ରାମ କମିଟି କିମ୍ବା ପଞ୍ଚାୟତ ବସି ଅନରକିଲିଂ ବା ଘରୋଇ ହିଂସା ଭଳି ସମ୍ବେଦନଶୀଳ ଘଟଣାର ସମାଧାନ କରିଥାନ୍ତି ଏଥିରେ ଝିଅପୁଅଙ୍କ ଉପରେ ଚାପ ପ୍ରୟୋଗ କରାଯାଇ ବିଚ୍ଛେଦ ପାଇଁ ଉଦ୍ୟମ ହୁଏ ଉତ୍ତର ଭାରତରେ ଏପରି ପଞ୍ଚାୟତ ମାଧ୍ୟମରେ ଆନ୍ତଃଜାତି ଆନ୍ତଃଧର୍ମ ବିବାହ ଉପରେ ନିଷ୍ପତ୍ତି ନିଆଯାଇ ଆଇନକୁ ହାତକୁ ନିଆଯାଏ ଓଡ଼ିଶାରେ ଖାପ ପଞ୍ଚାୟତର ପ୍ରଚଳନ ଥିଲେ ମଧ୍ୟ ଗ୍ରାମସଭା ପଞ୍ଚାୟତ ମାଧ୍ୟମରେ ଏପରି କରାଯାଏ ଏପରି ନିଷ୍ପତ୍ତିର ଆବଶ୍ୟକତା ଅନୁଭୂତ ହେଲେ ଡିଏସ୍ପି ପାହ୍ୟାର ଜଣେ ପୋଲିସ ଅଧିକାରୀଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରାଯିବା ଜରୁରୀ ଭାରତୀୟ ପିଙ୍ଗଳ କୋଡର ଧାରା ୧୪୪ ଅନୁସାରେ ସମ୍ପୃକ୍ତ ପୋଲିସ ଅଧିକାରୀ ଉକ୍ତ ନିଷ୍ପତ୍ତିନାମାର ଏକ କପି ଜିଲା ମାଜିଷ୍ଟ୍ରେଟ୍ଙ୍କ ନିକଟରେ ଦାଖଲ କରିବେ ଫାଷ୍ଟଟ୍ରାକ୍କୋର୍ଟରେ ଉକ୍ତ କେସ୍ ବିଚାର କରାଯାଇ ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ ହୋଇ ଦୋଷୀକୁ ସମୁଚିତ ଦଣ୍ଡ ଦିଆଯିବ ନିଷ୍ପତ୍ତି ଆନ୍ତଃଜାତି ବିବାହ ସପକ୍ଷରେ ଯିବା ଦରକାର କୌଣସି ନବଦମ୍ପତି ଗ୍ରାମବାସୀ କିମ୍ବା ପରିବାର ପକ୍ଷରୁ ବିପଦ ଆଶଙ୍କା କରୁଥିଲେ ସେମାନଙ୍କୁ ସରକାରଙ୍କ ତରଫରୁ ସାଧାରଣ ଭଡାରେ ମାସକ ପାଇଁ ଘର ଯୋଗାଇ ଦିଆଯିବ ଦମ୍ପତିଙ୍କୁ ଧମକ ମିଳିଲେ ଡିଏସ୍ପି ନିଜଆଡୁ ଏଫ୍ଆଇଆର୍ରୁଜୁ କରିପାରିବେ ସରକାରୀ ଘୋଷଣା ଅନୁସାରେ ୨୪ ଘଣ୍ଟିଆ ହେଲ୍ପଲାଇନ ସହ ପ୍ରତି ଜିଲାରେ ଏକ ସ୍ବତନ୍ତ୍ର ସେଲ୍ଖୋଲାଯାଇ ଆନ୍ତଃଜାତି ବିବାହ ସଂକ୍ରାନ୍ତ କୌଣସି ଅଘଟଣକୁ ଦୂର କରାଯିବ
ଓଡ଼ିଶାର ଆଇନମନ୍ତ୍ରୀଙ୍କ ମତରେ, ଘରୋଇ ହିଂସା କେବଳ ପୀଡ଼ିତାଙ୍କୁ କଷ୍ଟ ଦିଏ ନାହିଁ, ବରଂ ଏହା ପରିବାର ସମାଜ ଉପରେ ଏକ ନକାରାତ୍ମକ ପ୍ରଭାବ ପକାଇଥାଏ ମହିଳାମାନଙ୍କୁ ଘରୋଇ ହିଂସାରୁ ରକ୍ଷାକରିବା ପାଇଁ ୨୦୦୫ରେ ପ୍ରଣୀତ ଆଇନକୁ କଡ଼ାକଡ଼ି ପାଳନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମହିଳା ଶିଶୁ ବିକାଶ ବିଭାଗ ଶାସନ ସଚିବ ମଧ୍ୟ ଦୃଢ଼ୋକ୍ତି କରିଛନ୍ତି ଯେ, ତାଙ୍କ ବିଭାଗ ପାରିବାରିକ ହିଂସା ରୋକିବା ଆବଶ୍ୟକ ସ୍ଥଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବ ସରକାର ଘରୋଇ ହିଂସାକୁ ପ୍ରତିହତ କରିବା ପାଇଁ ଏକ ସ୍ବତନ୍ତ୍ର ବିଭାଗ ଖୋଲିବାକୁ ଚିନ୍ତା କରୁଛନ୍ତି
କ୍ରମେ ଘରୋଇ ହିଂସାକାଣ୍ଡ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଲାଣି ଏକ ଆକଳନ ଅନୁସାରେ ଓଡ଼ିଶାର ୩୫. ପ୍ରତିଶତ ମହିଳା ବିଭିନ୍ନ କାରଣରୁ ଘରୋଇ ହିଂସାର ଶିକାର ହେଉଛନ୍ତି ଗତ ବର୍ଷରେ ଓଡ଼ିଶାରେ ୨୮୮ଟି ଅନରକିଲିଂ ଘଟିଛି ନିକଟରେ ୨୨ ମେ ୨୦୧୮ରେ କଟକ ଜିଲା ନିଆଳିରେ ଘଟିଥିବା ଅନରକିଲିଂ ସବୁଠାରୁ ହୃଦୟବିଦାରକ ପରିବାରର ସମ୍ମାନ ହାନି ଘଟାଇଥିବା ଅଭିଯୋଗରେ ବାପା, ଭାଇଙ୍କ ଦ୍ୱାରା ଏହି ନାରକୀୟ କାଣ୍ଡ ରଚିତ ହୋଇଥିଲା ଦୁଇବର୍ଷ ତଳେ ଜଗତ୍ସିଂହପୁର ଜିଲା ଧଳତଙ୍ଗଗଡ଼ ଜଙ୍ଗଲରୁ ଏକ ଝିଅର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା, ଯାହାକୁ ଅନରକିଲିଂ ବୋଲି ବିଶ୍ୱାସ କରାଯାଇଥିଲା
ଆଜିର ମଣିଷ ବିବେକରହିତ ମାନ, ସମ୍ମାନ, ସ୍ବାର୍ଥପରତା, କ୍ରୂରତା ସର୍ବୋପରି ଅର୍ଥପିପାସା ମଣିଷକୁ ଅନ୍ଧ କରିଦେଇଛି ପିଲାମାନଙ୍କୁ ସ୍ବେଚ୍ଛାଚାରୀ ହେବାର ସମସ୍ତ ସୁବିଧା ସୁଯୋଗ ଆମେ ଯୋଗାଇ ଦେଉଛୁ ଫଳସ୍ବରୂପ ବଡ଼ ହେବା ପରେ ସେମାନେ ଅବାଟକୁ ଚାଲିଯାଉଛନ୍ତି ତେଣୁ ସେମାନେ ନିଜ ଇଚ୍ଛାରେ ଜୀବନସାଥୀ ଚୟନ କରିବାରେ ଆମ୍ଭମାନଙ୍କର ପରୋକ୍ଷ ସହଯୋଗ ରହିଛି ଅଭିଭାବକଙ୍କ କୋହଳ କଟକଣାର ସୁଯୋଗ ନେଇ ଝିଅପୁଅମାନେ ପ୍ରାକ୍ବୈବାହିକ ସମ୍ପର୍କ ସ୍ଥାପନରେ ସଫଳ ହେଉଛନ୍ତି ନେଡିଗୁଡ କହୁଣିକୁ ବହିଗଲା ପରେ ଅରଣ୍ୟରୋଦନର କିଛି ମାନେ ନାହିଁ ସମୟରେ ପିଲାଙ୍କ ବିପକ୍ଷରେ କୌଣସି କାର୍ଯ୍ୟାନୁଷ୍ଠାନ ବିପଜ୍ଜନକ ହୋଇଥାଏ ଅନେକ ମାତାପିତାଙ୍କର ବିଶ୍ୱାସ ଯେ ତାଙ୍କ କନ୍ୟାକୁ ଗୁଣି କରାଯାଇଛି, ଯଦ୍ଦ୍ବାରା ସେ ମାବାପାଙ୍କ ସ୍ନେହକୁ ପାଦରେ ଆଡେଇ ପରପୁଅକୁ ଆପଣାର କରିନେଉଛି ଏହା ସମ୍ପୂର୍ଣ୍ଣ ଭ୍ରମାତ୍ମକ ଅବିଶ୍ୱସନୀୟ କାରଣ ଅନ୍ଧପ୍ରେମ ସବୁକିଛି ଅନ୍ଧକାର କରିଦିଏ କେହି ଯଦି ତାଙ୍କ ପୁତ୍ର ବା କନ୍ୟାଙ୍କ ପ୍ରେମବିବାହକୁ ଗ୍ରହଣ କରୁ ଥାନ୍ତି, ତେବେ ତାଙ୍କ ସହ ସମ୍ପର୍କ ଛିନ୍ନ କରିଦେବା ବରଂ ସମୀଚୀନ ହୋଇପାରେ, ମାତ୍ର ତାଙ୍କୁ ଜୀବନରୁ ମାରିଦେବା ଅପରାଧ ଅଧର୍ମ

ବୈକୁଣ୍ଠନାଥ ମିଶ୍ର
ସିଦ୍ଧଳ, ଜଗତ୍ସିଂହପୁର, ମୋ-୯୯୩୭୪୫୦୫୪୦

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...