Monday 27 January 2020

ଇଞ୍ଜେକ୍ସନ୍ ଦେଲା ପ୍ରମାଣ


ଆଧୁନିକତାର ଚାକଚକ୍ୟ ମୋହରେ ଆଜିର ଯୁବପିଢ଼ି ଏପରି ଜୀବନଶୈଳୀ ବେଶଭୁଷାକୁ ଆପଣାଉଛନ୍ତିଯାହା ପରୋକ୍ଷରେ ଅନେକେ ଦୁର୍ବଳମନାଙ୍କ କାମବାସନାକୁ ଜାଗୃତ କରୁଛି ସଞ୍ଜମତା ହରାଇଏମାନେ ଖୋଜୁଛନ୍ତ ନିଜ ପିପାସା ମେଣ୍ଟାଇବାର ସହଜ ତରିକା ଯେଉଥିପାଲ ଦିନୁଦିନ ବୃଦ୍ଧିପାଇଚାଲିଛି ନାବାଳିକା ଯୌନ ନିର୍ଯାତନା ହତ୍ୟାଘଟଣା ଏଭଳିଏକ ଅସାମଞ୍ଜସ୍ୟ ସ୍ଥିତିରେ ପ୍ରତ ଚିନ୍ତାଶୀଳ ଦମ୍ପତିଙ୍କ ଭାବନାକୁ ଦୋହଲାଇ ଦେଇଛି ହରିଆଣାରେ ସଂଗଠିତ ବର୍ଷର କନ୍ୟା ପ୍ରତି ପାସବିକ ଅତ୍ୟାଚାର ନିର୍ଦ୍ଦୟ ହତ୍ୟା ଖବର ଯାହାକୁ ଶୁଣି ସମସ୍ତେ କହୁଛନ୍ତି ଧୂକ୍ ଦୁନିଆ, ଧୂକ ଏସଂସାର...


ଜୁନ୍ ତାରିଖ ଫସର ଫାଟିବା ମାତ୍ରେ ହରିଆଣାର ଯମୁନାନଗର ବାସୀଙ୍କ ପାଇଁ ଏହା ପାଲଟି ଯାଇଥିଲା  କଳା ସକାଳ ଏକଫାର୍ମହାଉସ୍ ନିକଟସ୍ଥ କ୍ଷେତରୁ ଡାଳପତ୍ରଘୋଡ଼ା ଜଣେ ନାବାଳିକାଙ୍କ `ଅର୍ଧ ନଗ୍ନ ମୃତଦେହ ମିଳିବା ମାତ୍ରେ ଗାରେ ଚାଞ୍ଚଲ୍ୟ ଖେଳିଯାଇଥିଲା  'ଆଗରୁ ଅଭିଯୋଗ ପାଇଥିବାରୁ ପୋଲିସ ପହଞ୍ଚୁ ମୃତଦେହ କାହାର ଜାଣିବାରେ ବିଳମ୍ବ ହୋଇନଥିଲା  କେବଳ ଖୋଜିବାକୁ ଥିଲା  କିଏ ଘଟଣା ପଛର ନିର୍ଦ୍ଦୟ ନାୟକ ଶବ ଜବତ ପରେ ପୋଲିସକୁକରିବାକୁ ପଡ଼ିଥିଲା  ଦୁଇଦିନର ଛାନ୍ଭିନ୍ ଆଉ ତଦନ୍ତର କସରତ ଆଉ ଅଭିଯୁକ୍ତର ସନ୍ଧାନ ପରେ ଯେଉଁ ବୀଭତ୍ସ ସତ୍ୟ ଉନ୍ମୋଚନ ହୋଇଥିଲା  ସେଥିରେ ପୋଲିସ ବାବୁଙ୍କ ବଳିଷ୍ଠ ବକ୍ଷ ବିଦାରୀ ହୋଇଯାଇଥିଲା  ଅଭିଯୁକ୍ତର ସ୍ଵୀକାରୋକ୍ତି ଅନୁସାରେ ପୂରା ଘଟଣାକ୍ରମଟି ହେଲା-

ହରିଆଣାର ପୂର୍ବତନ ମନ୍ତ୍ରୀ ନିର୍ମଳ ସିଂହଙ୍କ ଖୂଜରାବାଦ ବେଲଗଢ଼ସ୍ଥିତ ଫାର୍ମହାଉସ୍ ରେ ଗତ ବର୍ଷ ଧରି କାମ କରିଆସୁଥିଲେ
ଝାଡ଼ଖଣ୍ଡର ଗୁମ୍ଲା ନିବାସୀ ନକୂଲ ରାଠୀ (ଛଦ୍ମ) ରାଠୀ ଫାର୍ମରେ ଘୋଡ଼ାଙ୍କ ଦେଖାରଖା ସହ ଚୌକିଦାରର ଦାୟିତ୍ବ ମଧ୍ୟ
ତୁଲାଉଥିୁଲେ ଏଥିପାଇଁ ନିର୍ମଳ ତାଙ୍କୁ ଫାର୍ମହାଉସ୍ ଭିତରେ ଏକ ଘର ରହିବା ପାଇଁ ଦେଇଥିଲେ ଯେଉଁ ଥରେ ନକୂଲ ପନ୍ଜୀ ପୁଅ -ଝିଅଙ୍କୁ ନେଇ ରହୁଥିଲେ ଜୁନ୍ ତାରିଖ ସକାଳେ ନକଲ ସ୍ଥାନୀୟ ଯମୁନା ନଦୀକୁ ମାଛ ଧରିବାକୁ ବାହାରିବାରୁ ତାଙ୍କ ବର୍ଷରକନ୍ୟା ସାଥ୍ରେ ଯିବାପାଇଁ ଜିଦ୍ କରିଥିଲା  ନକୂଲ ତାକୁ ବୁଝାଶୁଝା କରି ଏକକୀ ଚାଲିଯାଇଥିଲେ
ହେଲେ ଝିଅଟି କାନ୍ଦି କାନ୍ଦି ତାଙ୍କ ପଛରେ ଆସୁଛି ବୋଲିନକୂଲ ଜାଣିପାରି ନଥିଲେ ଅନ୍ୟପଟେ ନକୂଲଙ୍କ ସ୍ତ୍ରୀ ଭାବିଥିଲେ
ଝିଅ ସ୍ଵାମୀଙ୍କ ସହ ଯାଇଛି ଇତିମଧ୍ଯରେ ବିତିଯାଇଥିଲା  ଘଣ୍ଟା ଆଉ ଯାହାର ଫାଇଦା ଉଠାଇଥିଲା  ଉକ୍ତ ଫାର୍ମହାଉସ୍ ସହିତ ଜଡ଼ିତ ଜଣେ ଦୁର୍ବଳମନା କାମୁକ ଯୁବକ ଝିଅଟି ବାପାଙ୍କୁ ଡାକି ଡାକି ଏକାକୀ ଯାଉଥିବା ବେଳେ ଏହାକୁ ଦେଖୀ ନେଇଥିଲା  ଉକ୍ତ ଫାର୍ମହାଉସ୍କୁ ୧୦ ବର୍ଷଧରି ଆସୁଥିବା ପ୍ରାଣୀଚିକିତ୍ସକଙ୍କ ସହାୟକ ରାଜସ୍ଥାନର ଜୟସଲ୍ମିରସ୍ଥିତ ଭୋସଡ଼ା ନିବାସୀ
ଯୁବକ ଦେବୀ ସିଂ ଦେବୀ ସେତେବେଳ ମଦ ନିଶାରେ ଚୁର୍ଥିବାରୁ ଝିଅଟିକୁ ଦେଖୀ ବା ମାତ୍ରେ ତାମନରେ ପାପାଚାର
ଜାଗିଉଠିଥିଲା  ଆଉ ବିଳମ୍ବ ନକରି ଚାରିଆଡ଼କୁ ଟିକେ ନଜର ବୁଲାଇଆଣି ଝିଅର ମୁହଁକୁ ଚାପିଧରି ଫାର୍ମହାଉ ସ୍ ଠାରୁ
କିଲୋମିଟର ଦୂର ଏକ ନିର୍ଜନ କ୍ଷେତକୁ ନେଇଯାଇଥିଲା  କାଳେ ଝିଅଟି ଚିଲାଇବା ସେଥିଲା ଗି ଦେବୀ ସିଂ ତାକୁ ଘୋଡ଼ାକୁ ବଶ
କରିବାକୁ ଦିଆଯାଉଥିବା ଇଞ୍ଜେକ୍ସନ୍ ଫୋଡ଼ି ଦେଇଥିଲା  ଫଳରେ ଝିଅଟି ସଙ୍ଗେ ସଙ୍ଗେ ଅଚେତ ହୋଇଯାଇଥିଲା ଏହାପରେ ଆରମ୍ଭ ହୋଇଥିଲା  ଦେବୀର ଅମାନବୀୟ ଅତ୍ୟାଚାର

ଦେବୀ ଝିଅଟିକୁ ସକାଳୁ ରାତି ପର୍ଯ୍ୟନ୍ତ ଥର ବଳାତ୍କାର କରିଥିଲା  ପ୍ରଥମେ ସକାଳ ୧୧.୩୦, ଦ୍ବିତୀୟ ଦିନ ୨ଟା ତୃତୀୟ
ରାତି ୮ଟା ହେଲେ ସେତେବେଳକୁ ଝିଅଟିର ହୋସ୍ ଆସିଯିବାରୁସେ ଯନ୍ତ୍ରଣାରେ ଛଟପଟ ହୋଇ ଚିଲାଇଥିଲା ଏହା ଦେଖୁ ଦେବୀରମୁଣ୍ଡ କାମ କରିନଥିଲା  ଝିଅଟି ତାକୁ ଚିହ୍ନିଥିବାରୁ ନିଶ୍ଚିନ୍ତ ତା'ରମୁଖା ଖୋଲିଯିବ ଭୟରେ ଦେବୀ ହଡ଼ବଡ଼େଇ ଯାଇଥିଲା  ଶେଷରେ ନିଷ୍ପରି ନେଇଥିଲା  ଝିଅଟିକୁ ଜୀବନରୁ ମାରିଦେଲେ ସବୁ ପ୍ରମାଣନଷ୍ଟ ହୋଇଯିବ ଆଉ ବିଳମ୍ବ ନକରି ସେ ସାଥିରେ ନେଇଥିବା ଏକ ଛୁରିରେ ଝିଅଟିର ବେକକୁ କାଟିଦେଇଥିଲା କିଛିକ୍ଷଣ ମଧ୍ଯରେଝିଅଟି ଜଡ଼ ପାଲଟିଯିବାରୁ ଏହି ରକ୍ତ ଜୁଡୁବୁଡୁ ମୃତଦେହକୁ ଦେବୀ କ୍ଷେତ ମଧ୍ଯସ୍ଥ ଏକ ଛୋଟ ଖାଲରେ ପକାଇ ତା' ଉପରେ ଶୁଖୁଲା ଡାଳପ ତ୍ର ଘୋଡ଼ାଇଦେଇ ଚାଲିଆସିଥିଲା 

ଅନ୍ୟପଟେ ନକୂଲ ଘଣ୍ଟା ପରେ ମାଛଧରି ଘରକୁ ଫେରିଝିଅକୁ ଖୋଜିଥିଲେ ସ୍ତ୍ରୀ ନକୂଲଙ୍କୁ ତୁମ ସହିତ ଝିଅ ଜାଇଥିଲା ବୋଲି କହିବାରୁ ଦୁହିଁଙ୍କ ପାଦତଳୁ ମାଟି ଖସିଯାଇଥିଲା  ଦୁହେଁ ପାଗଳପ୍ରାୟ ଚାରିଆଡେ ଖୋଜାଖୋଜି କରି ବିଫଳ ହେବାରୁପୋଲିସର ଦ୍ବାରସ୍ଥ ହୋଇଥ୍ୁଲେ ହେଲେ ପୋଲିସ ଘଟଣାକୁହାଲୁକା ଭାବେ ନେଇ ବସିପଡ଼ିଥିଲା  ଥାନାରୁ ନିରାଶ ହୋଇ
ଫେରିବା ପରେ ନକୂଲ ଫାର୍ମହାଉସ୍ରେ କାର୍ଯ୍ୟରତ ଶ୍ରମିକ, ସ୍ଥାନୀୟଲୋକଙ୍କୁ ନେଇ ଦିନ ରାତି ତମାମ ଖୋଜିଥିଲେ ହେଲେ କିଛିଲାଭ ହୋଇନଥିଲା  ଦୁଶ୍ଢିନ୍ତାରେ ରାତି କଟିବା ପରେ ସକାଳହେବାମାତ୍ରେ ରାଠୀ ଦମ୍ପତିଙ୍କ ଉପରେ ପାହାଡ଼ ଛିଡ଼ିପଡ଼ିଥିଲା 

ଫାର୍ମହାଉସ୍ଠାରୁ କିଛିଦୂର ଏକ କ୍ଷେତରୁ ମିଳିଥିଲା  ଅର୍ଦନଗ୍ନ ରକ୍ତ ଜୁଡୁବୁଡୁ ନକୂଲଙ୍କ ଝିଅର ମୃତଦେହ ଖବର ପାଇବାମାତ୍ରେ
ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲ ମୃତଦେହକୁ ଦେଖୁବାମାତ୍ରେ ଏହା ଏକ ଦୁଷ୍କର୍ମ ହତ୍ୟା ମାମଲା
ବୋଲି ପୋଲିସ ନିଶ୍ଚିତ ହୋଇଯାଇଥିଲା  ଆଉ ଶବଠାରୁ କିଛିଦୂରରେ ପଡ଼ିଥିବା ଏକ ସିରିଞ୍ଜ ମିଳିବା ପରେ ଘଟଣାପଛରେ କେହିଡାକ୍ତର କିମ୍ବା ତାଙ୍କ ସହାୟକ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହକରିଥଲା ମୃତଦେହର ବ୍ୟବଚ୍ଛେଦ କରାଇ ପୋଲିସ ପରିବାରକୁହସ୍ତାନ୍ତର କରିବା ପରେ ତଦନ୍ତ ଆରମ୍ଭ କରିଥିଲା 

ପୋଲିସ ପ୍ରଥମେ ସିରିଞ୍ଜର ଗୁମର ଖୋଲିବାକୁ ଫାର୍ମହାଉସ୍ ରୁପଚରାଉଚରା ରମ୍ଭ କରିଥିଲା  ଏଥିରୁ ସାମ୍ନାକୁ ଆସିଥିଲା  ସିରିଞ୍ଜସହିତ ଜଡ଼ିତ ଦୁଇଜଣଙ୍କ ନା ଜଣେ ହେଲେ ଫାର୍ମହାଉସ୍କୁ ଆସୁଥିବାପ୍ରାଣୀ ଚିକିତ୍ସକ ଅନ୍ୟ ଜଣକ ତାଙ୍କ ସହାୟକ ଦେବୀ ସିଂ ଦୁହିଁଙ୍କ ମଧ୍ଯରୁ ପୋଲିସ ପ୍ରଥମେ ଦେବୀଙ୍କୁ ସନ୍ଦେହ କରିଥଲା ଆଉ ଦେବୀ ସେଠାରେ ଉପସ୍ଥିତ ଥିବାରୁ ପୋଲିସର ସନ୍ଦେହଆହୁରି ମଜଭୁତ ହୋଇଥିଲା  ସେତେବେଳକୁ ଦେବୀ ଦେହ ଖରାପବାହାନା କରି ଏକ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭରି ହୋଇଥଲା ଏହା ଶୁଣିବା ମାତ୍ରେ ପୋଲିସ ତୁରନ୍ତ ସେଠାରେ ପହଞ୍ଚି ଦେବୀକୁଉଠାଇ ଆଣିଥିଲା  ଆଉ ଦୁଇଚାରିଟି ଲାଠି ପାହାର ବାଜିବା ମାତ୍ରେଦେବୀ ଘଟଣାଦିନର କୁକର୍ମ କାହାଣୀସବୁ ଉଗାଳି ପକାଇଥିଲା  ଦେବୀର ବୟାନ ରେକର୍ଡ ପରେ ତାକୁ କୋର୍ଟରେ ହାଜରକରାଯାଇଥିଲା ସେଠାରେ ଜାମିନ ନାମଞ୍ଜୁର ହେବାରୁ ଜେଲ୍ କୁପଠାଇ ଦିଆଯାଇଥିଲା  -------------------

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...