ଭାରତୀୟ ରାଜନୀତିକୁ ଅପରାଧର କରାଳ ଛାଇରୁ ମୁକୁଳାଇବା ଦିଗରେ ମାନ୍ୟବର
ସୁପ୍ରିମ୍ କୋର୍ଟ ଆଉ ଏକ ବଳିଷ୍ଠ ନ୍ୟାୟିକ ପଦକ୍ଷେପ ନେଇଛନ୍ତି। ସାଂସଦ ଓ
ବିଧାୟକମାନେ ଅଭିଯୁକ୍ତ ଥିବା ଆପରାଧିକ ମାମଲାଗୁଡ଼ିକର ବିଚାର ସକାଶେ ସ୍ୱତନ୍ତ୍ର କୋର୍ଟ
ପ୍ରତିଷ୍ଠା ଲାଗି ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା
ଆଇନ ପ୍ରଣେତାଙ୍କ ବିରୋଧରେ ଆଇନ ହାତକୁ ନେବା ଅଭିଯୋଗରେ ଦାଏର୍ ମାମଲାଗୁଡ଼ିକର ଫଇସଲା
ପ୍ରକ୍ରିୟା ତ୍ୱରାନ୍ଵିତ ହେବ। ଦେଶର ଗଣତନ୍ତ୍ର ଏବଂ ଶାସନ ବ୍ୟବସ୍ଥାର ସମ୍ମାନ ଓ
ବିଶ୍ୱସନୀୟତା ଦୃଷ୍ଟିରୁ ଏହା ଏକ ଗମ୍ଭୀର ପ୍ରସଙ୍ଗ। ଯଦି ଆଇନର ଖିଲାପୀମାନେ ସଂସଦ ଓ
ବିଧାନସଭାରେ ଆଇନ ପ୍ରଣୟନ କରନ୍ତି, ତେବେ ସେ ଆଇନର ପବିତ୍ରତା ଓ ମର୍ଯ୍ୟାଦା ଉପରେ କ’ଣ
ପ୍ରଶ୍ନ ଉଠିବ ନାହିଁ? ଦୁଃଖର ବିଷୟ ହେଲା, ଗଣତନ୍ତ୍ରର ସମ୍ମାନ, ଶାସନ ବ୍ୟବସ୍ଥାର
ବିଶ୍ୱସନୀୟତା ଓ ଆଇନର ମର୍ଯ୍ୟାଦା ବଜାୟ ରଖିବା ଲାଗି ସାଧାରଣତଃ ସ୍ୱାଭାବିକ
ପ୍ରକ୍ରିୟାରେ ଯାହା କାର୍ଯ୍ୟନିର୍ବାହୀ ଓ ବ୍ୟବସ୍ଥାପକ ସଭାଠାରୁ ଅପେକ୍ଷା କରାଯାଏ,
ସେଥିପାଇଁ ନ୍ୟାୟପାଳିକାକୁ ବାରମ୍ବାର ହସ୍ତକ୍ଷେପ କରିବାକୁ ପଡୁଛି। ସେହି କ୍ରମରେ
ବୁଧବାର ରାୟ ନ୍ୟାୟପାଳିକାର ଆଉ ଏକ ପଦକ୍ଷେପ।
୨୦୧୪ର ତଥ୍ୟ ଅନୁଯାୟୀ ଦେଶର ସଂସଦ ଓ ରାଜ୍ୟ ବିଧାନସଭାଗୁଡ଼ିକରେ ଆପରାଧିକ ମାମଲାରେ ଅଭିଯୁକ୍ତ ଥିବା ଜନପ୍ରତିନିଧିଙ୍କ ସଂଖ୍ୟା ୧୫୮୧। ଏମାନଙ୍କ ବିରୋଧରେ ୯୦୦୦ରୁ ଅଧିକ ଧର୍ତ୍ତବ୍ୟ ଅପରାଧର ମାମଲା ବିଚାରାଧୀନ ରହିଛି। ସାଂସଦ ଓ ବିଧାୟକଙ୍କ ବିରୋଧରେ ମାମଲାର ବିଚାର ଲାଗି ଅନ୍ତତଃ ୧୦୦୦ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ସହ ରାଜନୀତିକୁ ଅପରାଧମୁକ୍ତ କରିବା ପ୍ରସଙ୍ଗରେ ମାନ୍ୟବର ସୁପ୍ରିମ୍କୋର୍ଟ ସରକାରଙ୍କ ଆଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଧ୍ୟ ରଖିଛନ୍ତି। ଆପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ, ଦଣ୍ଡିତ ରାଜନେତାଙ୍କ ସଂସଦ ଓ ବିଧାନସଭାକୁ ପ୍ରବେଶ ଉପରେ ଆଜୀବନ ପ୍ରତିବନ୍ଧ ଲାଗୁ କରାଯିବା ପ୍ରସ୍ତାବ ଉପରେ କୋର୍ଟ ସରକାରଙ୍କ ଠାରୁ ନିର୍ଦ୍ଦିଷ୍ଟ ମତ ଲୋଡ଼ିଛନ୍ତି। ଦୋଷୀ ସାବ୍ୟସ୍ତ ଦଣ୍ଡିତ ବ୍ୟକ୍ତିଙ୍କ ସଂସଦ ଓ ବିଧାନସଭା ପ୍ରବେଶ ଉପରେ ଆଜୀବନ ପ୍ରତିବନ୍ଧ ଲାଗୁ ପାଇଁ ଆଇନ କମିସନ୍ ସୁପାରିସ କରିଥିଲେ। ଆଇନ କମିସନ୍ଙ୍କ ଏହି ପ୍ରସ୍ତାବ ସହ ନିର୍ବାଚନ କମିସନ୍ ମଧ୍ୟ ଏକମତ ହୋଇଛନ୍ତି। ଏହାର କାର୍ଯ୍ୟକାରିତା ଲାଗି ଜନପ୍ରତିନିଧି ଆଇନ-୧୯୫୧ର ସଂଶୋଧନ ଆବଶ୍ୟକ। ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ କୌଣସି ଆପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୁଇ ବର୍ଷରୁ ଅଧିକ ଜେଲ୍ ଦଣ୍ଡାଦେଶ ପାଇଥିବା ବ୍ୟକ୍ତି ଛଅ ବର୍ଷ ପର୍ଯ୍ୟନ୍ତ ସଂସଦ ଓ ବିଧାନସଭା ପାଇଁ ନିର୍ବାଚନ ଲଢ଼ି ପାରିବେ ନାହିଁ। ଆଇନ ଓ ନିର୍ବାଚନ କମିସନ୍ଙ୍କ ସୁପାରିସ କାର୍ଯ୍ୟକାରୀ କରିବା ଲାଗି ପ୍ରଚଳିତ ବ୍ୟବସ୍ଥାର ସଂଶୋଧନ ଦରକାର ଯାହା ପାର୍ଲାମେଣ୍ଟର କ୍ଷମତା ପରିସରଭୁକ୍ତ।
ଭାରତୀୟ ଗଣତନ୍ତ୍ରର ଗରିମା, ଶାସନ ବ୍ୟବସ୍ଥାର ବିଶ୍ୱସନୀୟତା ଓ ଆଇନର ମର୍ଯ୍ୟାଦା ରକ୍ଷା ନେଇ ଯେଉଁମାନେ ଚିନ୍ତିତ, ସୁପ୍ରିମ୍କୋର୍ଟଙ୍କ ବୁଧବାର ରାୟ ସେମାନଙ୍କୁ ନିଶ୍ଚିତ ଭାବେ ଆଶ୍ୱସ୍ତ କରୁଥିବ। କିନ୍ତୁ ତା ସହ ଗୋଟିଏ ପ୍ରଶ୍ନ ସେମାନଙ୍କୁ ବ୍ୟଥିତ କରୁଥାଇ ପାରେ। ପ୍ରଶ୍ନ ହେଲା, ରାଜନୀତିର ଅପରାଧୀକରଣ ବିରୋଧରେ ମାନ୍ୟବର ନ୍ୟାୟପାଳିକା ଯେଉଁ ସାନି ପ୍ରକ୍ରିୟା ଆରମ୍ଭ କରିଛନ୍ତି, ସେଥିରେ ରାଜନୈତିକ ବର୍ଗଙ୍କ ନିୟନ୍ତ୍ରଣରେ ଥିବା ସମ୍ବିଧାନର ଅନ୍ୟ ଦୁଇଟି ଅଂଗ- କାର୍ଯ୍ୟନିର୍ବାହୀ ଓ ବ୍ୟବସ୍ଥାପକ ସଭା ସମ୍ପୂର୍ଣ୍ଣ ସହଯୋଗ କରିବେ ତ? ଏ ଅପ୍ରୀତିକର ପ୍ରଶ୍ନ ଏଥିପାଇଁ ଉଠୁଛି ଯେ, ରାଜନୀତିକୁ ଅପରାଧରୁ ମୁକୁଳାଇବା ଦିଗରେ ନା କାର୍ଯ୍ୟନିର୍ବାହୀ ନା ବ୍ୟବସ୍ଥାପକ ସଭା ସ୍ୱତଃ ନିଜ ଆଡୁ ସ୍ୱେଚ୍ଛାକୃତ ଭାବେ କେବେ କୌଣସି ପ୍ରୟାସ କରିଛନ୍ତି। ମର୍ମନ୍ତୁଦ ମୁମ୍ବାଇ ବିସ୍ଫୋରଣ ଘଟଣା ପ୍ରଥମ ଥର ପାଇଁ ରାଜନୀତିର ଅପରାଧୀକରଣ ବା ଅପରାଧର ରାଜନୀତିକରଣର ଭୟାନକ ପରିଣତି ନେଇ କ୍ଷମତା ଅଳିନ୍ଦରେ କମ୍ପନ ସୃଷ୍ଟି କରିଥିଲା। ଏହା ଉପରେ ଅନୁଧ୍ୟାନ ପାଇଁ ୧୯୯୩ରେ ତତ୍କାଳୀନ ଗୃହ ସଚିବ ଏନ୍ଏନ୍ ଭୋରାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଗଲା। ଭୋରା କମିଟି ତାଙ୍କ ରିପୋର୍ଟରେ ରାଜନୀତି ଓ ଅପରାଧ ମଧ୍ୟରେ ରହିଥିବା ଅସାଧୁ ମେଣ୍ଟର କବଳରେ କିଭଳି ଭାରତୀୟ ଗଣତନ୍ତ୍ର ଓ ରାଜନୀତି ତଥା ବ୍ୟବସ୍ଥା କବଳିତ ତାର ଏକ ଭୟଙ୍କର ଚିତ୍ର ଉପସ୍ଥାପନ କରିଥିଲେ।
ଇତିମଧ୍ୟରେ ପଚିଶ ବର୍ଷ ବିତିଯାଇଥିଲେ ସୁଦ୍ଧା ସେ ଅସାଧୁମେଣ୍ଟ କିମ୍ବା ରାଜନୀତିର-ଅପରାଧୀକରଣ ଓ ଅପରାଧର ରାଜନୀତିକରଣର ବିଷଚକ୍ର ଭାଙ୍ଗିବା ଲାଗି କାର୍ଯ୍ୟନିର୍ବାହୀ ଓ ବ୍ୟବସ୍ଥାପକ ସଭା ପକ୍ଷରୁ କୌଣସି ପ୍ରଭାବଶାଳୀ ପଦକ୍ଷେପ ନିଆଯାଇନାହିଁ। ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଗଣତନ୍ତ୍ରର ବୃହତ୍ତର ସ୍ୱାର୍ଥକୁ ଉପେକ୍ଷା କରାଯାଇଛି। ଯଦି ଏ ଦିଗରେ କିଛି ସକାରାତ୍ମକ, ପ୍ରଭାବଶାଳୀ ପଦକ୍ଷେପ ନିଆଯାଇଛି, ତେବେ ତାହା କେବଳ ନ୍ୟାୟପାଳିକାର ଚାପରେ। ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ବେଳେ ଆପରାଧିକ ମାମଲାର ଘୋଷଣା, ସମ୍ପତ୍ତି ତାଲିକା ପ୍ରକାଶ ଏହାର ଗୋଟିଏ ଗୋଟିଏ ଉଦାହରଣ। ଅନ୍ୟପକ୍ଷରେ ଅନେକ ସମୟରେ ନ୍ୟାୟପାଳିକାଙ୍କ ନିର୍ଦ୍ଦେଶକୁ ମୋଡ଼ିବା କିମ୍ବା ତାର ଠିକ ଅନୁପାଳନକୁ ଏଡ଼ାଇବା ଲାଗି ଚେଷ୍ଟା କରାଯାଇଛି। ଦୋଷୀ ସାବ୍ୟସ୍ତ ନେତାଙ୍କୁ ନିର୍ବାଚନ ପାଇଁ ଅଯୋଗ୍ୟ ଘୋଷଣା କରି ସୁପ୍ରିମ୍ କୋର୍ଟଙ୍କ ଆଦେଶକୁ ଅକାମି କରିବା ଲାଗି ୟୁପିଏ ଅମଳରେ ଅଧ୍ୟାଦେଶ ଜାରି ଉଦ୍ୟମ ଏହାର ଏକ ଉଦାହରଣ। ସୁପ୍ରିମ୍ କୋର୍ଟଙ୍କ ହସ୍ତକ୍ଷେପ ଫଳରେ ମନୋନୟନ ପତ୍ର ଦାଖଲ ବେଳେ ନିଜର ଆପରାଧିକ ପୃଷ୍ଠଭୂମିର ବିଶଦ ସୂଚନା ଦେବା ପ୍ରାର୍ଥୀଙ୍କ ପାଇଁ ବାଧ୍ୟତାମୂଳକ ହେଲା। କିନ୍ତୁ ଆପରାଧିକ ମାମଲାଗୁଡ଼ିକର ନ୍ୟାୟଳୟରେ ସ୍ଥିତି କ’ଣ, ସେ ସମ୍ପର୍କରେ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ।
୨୦୧୪ରେ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଥିଲେ, ବିଧାୟକ ଓ ସାଂସଦଙ୍କ ବିରୋଧରେ ଆପରାଧିକ ମାମଲାର ଫଇସଲା ଗୋଟିଏ ବର୍ଷ ମଧ୍ୟରେ ସମାପ୍ତ ହେବ। ଅଥଚ, ସାଂସଦ ଓ ବିଧାୟକଙ୍କ ବିରୋଧରେ ଆପରାଧିକ ମାମଲାଗୁଡ଼ିକର ବିଚାର ପ୍ରକ୍ରିୟାରେ ଅଗ୍ରଗତି କ’ଣ? କେତେଜଣ ଦୋଷୀ ସାବ୍ୟସ୍ତ ହେଉଛନ୍ତି? କେତେ ଜଣ ମାମଲାରୁ ଖଲାସ ହୋଇଛନ୍ତି? ସେ ସମ୍ପର୍କରେ ନା କେନ୍ଦ୍ର ନା ରାଜ୍ୟ ସରକାରଙ୍କ ପାଖରେ କୌଣସି ହିସାବ ଅଛି। ଆଇନ ପ୍ରଣେତା ଅଭିଯୁକ୍ତ ଥିଲେ ସାଧାରଣତଃ ଆଇନକୁ ବାଟବଣା କରିଦିଆଯାଏ। ଏହାକୁ ଲୁଚାଇବା ପାଇଁ ତଥ୍ୟ ଚାନି ଦିଆଯାଉନାହିଁ ତ? ବାହୁବଳ ଭଳି ଭାରତୀୟ ରାଜନୀତିକୁ ଆକ୍ରାନ୍ତ କରିଥିବା ଆଉ ଏକ ରୋଗ ହେଲା ଅର୍ଥବଳ। ଅର୍ଥବଳ ଉପରେ ଅଙ୍କୁଶ ଳଗାଇବା ଦିଗରେ ଏକ ପଦକ୍ଷେପ ସ୍ୱରୂପ ସମ୍ପତ୍ତି ତାଲିକା ଘୋଷଣା ବାଧ୍ୟତାମୂଳକ ହେଲା। ପାଞ୍ଚବର୍ଷରେ ଜଣେ ଜଣେ ବିଧାୟକ, ସାଂସଦଙ୍କ ସମ୍ପତ୍ତି ପରିମାଣ ୫୦୦ରୁ ଦୁଇହଜାର ଗୁଣ ପର୍ଯ୍ୟନ୍ତ ବୃଦ୍ଧି ହେଲା। ଅଥଚ ସମ୍ପତ୍ତିର ଏ ଅସ୍ୱାଭାବିକ ବୃଦ୍ଧିର କୌଣସି ତଦନ୍ତ ପାଇଁ ସମ୍ପୃକ୍ତ ସରକାରୀ ସଂସ୍ଥାମାନେ ଉଚିତ ମଣିଲେ ନାହିଁ। ଶେଷରେ ଏଥିପାଇଁ ମଧ୍ୟ ନ୍ୟାୟାଳୟକୁ ହସ୍ତକ୍ଷେପ କରିବାକୁ ପଡ଼ିଛି।
ବାହୁବଳ ହେଉ ଅବା ଅର୍ଥବଳ, ଭାରତୀୟ ରାଜନୀତିକୁ କଳୁଷିତ କରିଥିବା ଏହି ଦୁଇ ପ୍ରସଙ୍ଗରେ ରାଜନୈତିକ ବର୍ଗଙ୍କ କୋହଳ ଏବଂ ଏକପ୍ରକାର ସହଯୋଗପୂର୍ଣ୍ଣ ଆଭିମୁଖ୍ୟର ପରିଣତି ହେଲା ବିଧାନସଭା ଓ ସଂସଦରେ ବାହୁବଳୀ ଓ କୋଟିପତି ନେତାଙ୍କ ସଂଖ୍ୟା ବୃଦ୍ଧି ଯାହା ଭାରତୀୟ ଗଣତନ୍ତ୍ରର ପ୍ରତିନିଧିମୂଳକ ଚରତ୍ରର ଆଦୌ ପ୍ରତିଫଳନ ନୁହେଁ। ତେଣୁ ବାହୁବଳ ଉପରେ ଅଙ୍କୁଶ ଲଗାଇବା ଲାଗି ମାନ୍ୟବର ସୁପ୍ରିମ୍କୋର୍ଟ ଯେଉଁ ସାନି ସୁଯୋଗ ସୃଷ୍ଟି କରିଛନ୍ତି, କାର୍ଯ୍ୟନିର୍ବାହୀ ଓ ବ୍ୟବସ୍ଥାପକ ସଭା ତାର ପ୍ରକୃଷ୍ଟ ଉପଯୋଗ କରନ୍ତୁ। ସରକାର ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ପାଇଁ ଟାଳଟୁଳ ନ କରି ତ୍ୱରାନ୍ଵିତ ପଦକ୍ଷେପ ନିଅନ୍ତୁ, ଆଇନ ଓ ନିର୍ବାଚନ କମିସନ୍ଙ୍କ ସୁପାରିସକୁ କାର୍ଯ୍ୟକାରୀ କରିବା ଲାଗି ଜନପ୍ରତିନିଧି ଆଇନରେ ସଂଶୋଧନ ପାଇଁ ସଂସଦର ପରବର୍ତ୍ତୀ ଅଧିବେଶନରେ ହିଁ ବିଧେୟକ ଅଣାଯାଉ।

No comments:
Post a Comment