୨୨
ଜାନୁୟାରୀ ୨୦୧୮ ଓଡ଼ିଶା ପୋଲିସ
ପାଇଁ ଏକ କଳଙ୍କିତ ଦିବସ
ଭାବେ ମନେରହିବ। ଗଣବଳାତ୍କାରର
ଶିକାର ହୋଇଥିବା କୁନ୍ଦୁଲି ପୀଡ଼ିତାଙ୍କ
ଆତ୍ମହତ୍ୟା ରାଜ୍ୟର ଚିନ୍ତାଶୀଳ ସମାଜକୁ
ବ୍ୟସ୍ତ କରିବା କଥା।
ଆଜିର ପୃଥିବୀରେ ”#ମିଟୂ“ ଏକ ସାମାଜିକ
ବିପ୍ଳବରେ ପରିଣତ ହେଲାଣି।
ଏହି କ୍ରାନ୍ତିକାରୀ ଚିନ୍ତା ମାଧ୍ୟମରେ ମହିଳାମାନଙ୍କୁ
ନିର୍ଯାତନା ବିରୋଧରେ ସ୍ବର ଉତ୍ତୋଳନ
କରିବାକୁ ସମାଜରେ ଉତ୍ସାହିତ କରାଯାଉଛି। ଦେହକୁ
ନ ଛୁଇଁ ଯଦି
ଭାଷାରେ ପୁରୁଷଙ୍କ ତରଫରୁ ଇଙ୍ଗିତ କରାଯାଉଛି,
ତାହାକୁ ମଧ୍ୟ ପଦାରେ ପକାଇବା
ପାଇଁ ମହିଳାମାନଙ୍କୁ ଶକ୍ତି ଦିଆଯାଉଛି।
ଏଭଳି ଏକ ଚିନ୍ତାଧାରାରେ ସମଗ୍ର
ପୃଥିବୀ ପ୍ରଭାବିତ ହେବା ସମୟରେ, ଓଡ଼ିଶାର
କୋରାପୁଟ ଜିଲା କୁନ୍ଦୁଲି ନିକଟସ୍ଥ
ମୂୂଷାଗୁଡ଼ା ଗ୍ରାମର ନବମ ଶ୍ରେଣୀ
ଛାତ୍ରୀ ଆତ୍ମହତ୍ୟା କରିବା ସମଗ୍ର ଓଡ଼ିଆ
ଜାତିକୁ ଲଜ୍ଜିତ କରିବା କଥା। ଏହି
ଛାତ୍ରୀଙ୍କ କହିବା ଅନୁଯାୟୀ ତାଙ୍କୁ
ଗଣବଳାତ୍କାର କରିଥିବା ୪ଜଣ ବ୍ୟକ୍ତି
ପୋଲିସ ପୋଷାକଧାରୀ ଥିଲେ। ଏହି
ଗଣବଳାତ୍କାରୀଙ୍କୁ ଲୁଚାଇବା ପାଇଁ ସମଗ୍ର
ବ୍ୟବସ୍ଥା ମିଶିଯିବା ଅତ୍ୟନ୍ତ କ୍ଷୋଭର ବିଷୟ। ଆଜିର
ଆତ୍ମହତ୍ୟା ପ୍ରମାଣ କରୁଛି ଯେ
ଉଭୟ ଓଡ଼ିଶା ପୋଲିସର ଦାବି
ଏବଂ ଡାକ୍ତରୀ ରିପୋର୍ଟ ସମ୍ପୂର୍ଣ୍ଣ
ମିଥ୍ୟା। ଛାତ୍ରୀ
ଜଣକ ବଞ୍ଚିଥିବା ବେଳେ ବାରମ୍ବାର ଦୋହରାଇଥିଲେ
ଯେ ଗଣବଳାତ୍କାରୀମାନେ ପୋଲିସ କର୍ମଚାରୀ।
କେତେକ ଗଣମାଧ୍ୟମରେ କୁହାଯାଉଥିଲା ଏମାନେ କେନ୍ଦ୍ରୀୟ ସୁରକ୍ଷା
କର୍ମଚାରୀ ହୋଇଥାଇପାରନ୍ତି। ଓଡ଼ିଶା
ପୋଲିସ ତରଫରୁ କୌଣସି ତଦନ୍ତ
କରାଗଲା ନାହିଁ। ସେଥିପାଇଁ
କେହି ଗିରଫ ହୋଇପାରି ନ
ଥିଲେ। ଅନ୍ୟପଟେ
ନ୍ୟାୟିକ ତଦନ୍ତ ଏବଂ କ୍ରାଇମବ୍ରାଞ୍ଚ
ତଦନ୍ତ ହେବା ସତ୍ତ୍ୱେ କୌଣସି
ଫଳାଫଳ ଦେଖିବାକୁ ମିଳିଲା ନାହିଁ।
୨୦୧୭ ଅକ୍ଟୋବର ୧୦ର ଘଟଣାକୁ
ପୋଲିସ ତରଫରୁ ଅସତ୍ୟ ବୋଲି
ଦାବି କରାଯାଉଥିବା ବେଳେ ପୀଡ଼ିତା ତାଙ୍କ
ମତ ପରିବର୍ତ୍ତନ କରି ନ ଥିବା
ବିଷୟ ସମସ୍ତେ ଜାଣିବା ସତ୍ତ୍ୱେ
ନ୍ୟାୟ ମିଳିପାରିଲା ନାହିଁ। ବିଶ୍ୱବ୍ୟାପୀ
”#ମିଟୂ“ ଯୁଗରେ ଏହି ନାବାଳିକା
ଯଥେଷ୍ଟ ସାହସ ଦେଖାଇ ତାଙ୍କର
ଆଶ୍ଚର୍ଯ୍ୟଜନକ ମନୋବଳ ପ୍ରଦର୍ଶନ କରିଥିଲେ। ତାଙ୍କର
ଆତ୍ମହତ୍ୟା ମାତୃଜାତିକୁ ଆଘାତ ପହଞ୍ଚାଇବା ସହିତ
ସେମାନଙ୍କ ମନରେ ଭୟ ସୃଷ୍ଟି
କରିସାରିବଣି।
ଏହି ସାମାଜିକ କ୍ଷତି ପୂରଣ
କରିବା ଓଡ଼ିଶା ପାଇଁ କଷ୍ଟକର
ହୋଇପଡ଼ିବ। ସବୁଠାରୁ
ଜଘନ୍ୟ ବିଷୟ ହେଉଛି ଥାନା
ସ୍ତରର ପୋଲିସ କର୍ମଚାରୀଙ୍କଠାରୁ ଆରମ୍ଭକରି
ଓଡ଼ିଶା ପୋଲିସର ସର୍ବୋଚ୍ଚ ସ୍ତର
ପର୍ଯ୍ୟନ୍ତ ସମସ୍ତେ ଏହି ଅନ୍ୟାୟକୁ
ଘୋଡ଼ାଇବାକୁ ଚେଷ୍ଟା କରି ନୀରବ
ରହିଲେ। ଆଜିର
ଯୁଗରେ ଏଭଳି ଅସତ୍ୟର ବିଜୟ
ସମସ୍ତଙ୍କୁ ବ୍ୟସ୍ତ କରୁଛି।
ଏହି ପୀଡ଼ିତାଙ୍କୁ ନ୍ୟାୟ ମିଳିବା ଦୂରର
କଥା ହୋଇପଡ଼ିଲା। ନ୍ୟାୟ
ମିଳିବା ପରିବର୍ତ୍ତେ ତାଙ୍କୁ ମିଛୁଆର ଆଖ୍ୟା
ଦେଇ ସାମାଜିକ ସ୍ତରରେ ବଦନାମ
ଓ ଦୁର୍ବଳ କରିଦେବାର
ପ୍ରୟାସ ଆଜି ସମ୍ପୂର୍ଣ୍ଣ ଭାବେ
ସଫଳ ହୋଇଛି। ଯେଉଁ
ଡାକ୍ତର ଏବଂ ପୋଲିସ କର୍ମକର୍ତ୍ତା
ଏହି ନାବାଳିକାଙ୍କ ବୟାନକୁ ଅସତ୍ୟ ପ୍ରମାଣ
କରିବାରେ ସକ୍ରିୟ ଭୂମିକା ଗ୍ରହଣ
କରିଥିଲେ ସେମାନେ ଆଜି ମଉଜମଜଲିସ୍
କରୁଥିବେ। ସେମାନଙ୍କ
ଘରେ ଦୀପ ଜଳିଲେ ମଧ୍ୟ
ଓଡ଼ିଶା ଇତିହାସରେ ଏହା ଏକ ଅନ୍ଧକାରମୟ
ଦିବସ ହୋଇ ରହିଲା।
ନାରୀକୁ ସମ୍ମାନର ସ୍ଲୋଗାନ ସହିତ ଯୋଡି ହୋଇଥିବା ବିଜେଡି ସରକାର ରାଜ୍ୟରେ ନାରୀଙ୍କୁ ସୁରକ୍ଷା ଦେବାରେ ବାରମ୍ବାର ବିଫଳ ଘଟଣା ରାଜନୈତିିକ ପର୍ଯ୍ୟବେକ୍ଷକ ମହଲ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବିସ୍ମିତ କରୁଛି।
ଟିକିରି ଶିକ୍ଷୟିତ୍ରୀଙ୍କ ଠାରୁ ଆରମ୍ଭ କରି କୁନ୍ଦୁଲି ପୀଡ଼ିତାଙ୍କ ପର୍ଯ୍ୟନ୍ତ କାହିଁକି କେହି ନ୍ୟାୟ ପାଉନାହାନ୍ତି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଏଥିପାଇଁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ନା ପ୍ରଶାସନିକ ଉଦାସୀନତା ଦାୟୀ କିମ୍ବା ସରକାରଙ୍କ ସାମ୍ନାରେ ଆଉ କୌଣସି ବାଧ୍ୟବାଧ୍ୟକତା ରହିଛି, ତାହା ତର୍ଜମା କରିବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।
ଉଲ୍ଲେଖଥାଉକି, ନ୍ୟାୟ ପାଇଁ ଲଢି ଲଢି ଶେଷରେ କୁନ୍ଦିଲି ପୀଡ଼ିତା ଆଜି ଆତ୍ମହତ୍ୟା କରିଛନ୍ତି। ଏହା ପୂର୍ବରୁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ। କେଉଁଠାରେ ତ ନ୍ୟାୟ ମିଳିଲାନି, ଓଲଟା ତାଙ୍କର ହତ୍ୟାକାରୀକୁ ଗିରଫ କରିବାରେ ଉଭୟ କେନ୍ଦ୍ରର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ରାଜ୍ୟ ପୁଲିସର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଉଭୟ ଫେଲ୍ ମାରିଲେ।
କେବଳ ଏହି ଦୁଇଟି ଘଟଣାରେ ଏମିତି ହୋଇଛି ତା ନୁହେଁ, ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଜଣେ ହାଇସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା, ନୟାଗଡ଼ ଜିଲ୍ଲା ରାଜସୁନାଖଳା ଦୁଷ୍କର୍ମ ମାମଲା, କେନ୍ଦ୍ରାପଡ଼ାର େ଼ଡରାବିଶ ଥାନା ଅନ୍ତର୍ଗତ ଦଶମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଆଦି ମାମଲାରେ ମଧ୍ୟ ପୁଲିସ ନ୍ୟାୟ ଦେବା କ୍ଷେତ୍ରରେ କାଳକ୍ଷେପଣ ନୀତି ଅବଲମ୍ବନ କରିଆସୁଛି।
ଉଲ୍ଲେଖଥାଉକି, ଏସବୁ ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ସରକାର ପୁଲିସକୁ ନିର୍ଦେଶ ଦେଇଛନ୍ତି। ଏପରିସ୍ଥଳେ କାହିଁକି ଓ ପୁଣି କାହା ଚାପରେ ତଦନ୍ତ ନିର୍ଣ୍ଣାୟକ ମୋଡ଼ ନେଇପାରୁନାହିଁ କିମ୍ବା ପୀଡିତାଙ୍କୁ ନ୍ୟାୟ ସ୍ୱପ୍ନ ହୋଇଯାଉଛି, ତାହା ବୁଝାପଡୁନାହିଁ।
କେବଳ ଯେ ଅପରାଧୀକୁ ଗିରଫ କରିବା କ୍ଷେତ୍ରରେ ପୁଲିସ କାଳକ୍ଷେପଣ ନୀତି ଅବଲମ୍ବନ କରୁଛି ତା ନୁହେଁ, ମାମଲା ଦଣ୍ଡବିଧାନ ହାର ଓ ତଥ୍ୟ ଦେଖିଲେ ମାମଲାର ତଦନ୍ତ ନେଇ ମଧ୍ୟ ପ୍ରଶ୍ନ ଉଠିବା ସ୍ୱାଭାବିକ। ଜାତୀୟ ରେକର୍ଡ ବ୍ୟୁରୋର ସର୍ବଶେଷ ପରିସଂଖ୍ୟାନ ଅନୁଯାୟୀ, ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧ କ୍ଷେତ୍ରରେ ଓଡିଶାରେ ବାର୍ଷିକ ଦଣ୍ଡବିଧାନ ହାର ମାତ୍ର ୬.୨ ପ୍ରତିଶତ ରହିଛି। ସର୍ବଭାରତୀୟ ସ୍ତରରେ ଏହାର ହାର ପ୍ରାୟ ୩ଗୁଣ। ବର୍ଷ ଆରମ୍ଭ ବେଳକୁ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ୮୨,୩୬୪ ଟି ମାମଲା ଆମ ରାଜ୍ୟରେ ବିଚାରାଧୀନ ଥିବାବେଳେ ସେଥିରୁ ବର୍ଷରେ ମାତ୍ର ୬୩୦୪ଟି ମାମଲା ଫଏସଲା ହୋଇଥିଲା । ଏଥିରୁ ମାତ୍ର ୩୯୨ଟିରେ ଦଣ୍ଡବିଧାନ ହୋଇଥିବାବେଳେ ୫୯୧୨ଟିରେ ଅଭିଯୁକ୍ତମାନେ ଖସି ଯାଇଥିଲେ । ମୋଟାମୋଟି ଭାବେ ବର୍ଷ ଶେଷବେଳକୁ ୯୨.୩ ପ୍ରତିଶତ ଅର୍ଥାତ୍ ୬୭,୦୫୭ ମାମଲା ବିଚାର ନହୋଇ ପଡିରହିଥିଲା ।
No comments:
Post a Comment