Sunday 21 January 2018

ସଇତାନ ଶ୍ୱଶୁର: ବୋହୂ ସହ ଦୁଷ୍କର୍ମ ପରେ କିରୋସିନ୍‌ ଢାଳି ଲଗାଇଲା ନିଆଁ



ଆଜି ଠୁଁ ୟେ ତୋ ବାପାଶ୍ୱଶୁର ହାତରେ ସମର୍ପି ଦେଲାବେଳେ କାନ୍ଦି କାନ୍ଦି ଛାତିରେ ଲୋଟି ପଡ଼ିଥିବା ଅଲିଅଳି ଝିଅ ଶିବାଙ୍ଗୀକୁ ବୋଧ ଦେଇଥିଲେ ବାପାଶ୍ୱଶୁର ବି ଶିବାଙ୍ଗୀ ମୁଣ୍ଡରେ ସ୍ନେହସ୍ପର୍ଶ ଦେଇଥିଲେତରଳି ଯାଇଥିଲେ ଶିବାଙ୍ଗୀନିୟତିର ନିର୍ଦ୍ଦେଶରେ ବାପ ଘର ଛାଡୁଥିଲେ ବି ଆଉ ଜଣେ ବାପାଙ୍କ ସ୍ନେହ ତାକୁ ଜଗି ବସିଛି ଜାଣି ମନକୁ ବୁଝାଇ ଦେଇଥିଲେଶ୍ୱଶୂର ଘରେ ପାଦ ଦେବା ପରେ ଶିବାଙ୍ଗୀ ଖୁସିରେ ଫାଟି ପଡ଼ିଥିଲେରାଜପ୍ରାସାଦ ଭଳି ଘର, ଦାସୀ ପୋଇଲି ଯାହାକୁ ଯେତେଯୁବରାଣୀ ଭଳି ଜୀବନ ଜିଇଁବା ସ୍ୱପ୍ନରେ ସେ କୁରୁଳି ଉଠିଥିଲେହେଲେ ବାପରୂପୀ ଶ୍ୱଶୁର ଯେ ପାପୀ ସଇତାନ ଥିଲା ସେ କଥା ମାଲୁମ୍ନଥିଲା ତାଙ୍କୁସ୍ନେହ ଲୋଡୁଥିବା ଶିବାଙ୍ଗୀ ପ୍ରତି ଶ୍ୱଶୁର ମନରେ ଯେ ଶାଗୁଣାର ଲୋଲୁପତା ଛପି ରହିଛି ସେ ଅବା କାହୁଁ ଜାଣିଥାନ୍ତେଯେତେବେଳେ ଜାଣିଲେ ତାଙ୍କ ଦେହର ରକ୍ତ ପାଣି ହୋଇ ଯାଇଥିଲା ଯେମିତିପାଦ ତଳୁ ମାଟି ଖସି ଯାଇଥିଲାଆଉ ଶେଷକୁ ସଇତାନ ଶ୍ୱଶୁରର ପାପ ପଞ୍ଝାରୁ ମୁକୁଳିବାର ବାଟ ଖୋଜୁଥିବା ବେଳେ ଶିବାଙ୍ଗୀଙ୍କ ପ୍ରାଣ ଚାଲି ଯାଇଥିଲାମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ସଇତାନ ଶ୍ୱଶୁର ଘଟାଇଥିବା ଏଭଳି ଲୋମହର୍ଷକ କାହାଣୀ ଏବେ ସାରା ରାଇଜରେ ଚାଞ୍ଚଲ୍ୟ ଖେଳାଇ ଦେଇଛି

ଚଳିତ ଜାନୁଆରୀ ମାସର ୧୨ ତାରିଖର କଥାବଡ଼ଗାଁ ସ୍ଥିତ ବାପ ଘରକୁ ରାଇରଙ୍ଗପୁର ଶ୍ୱଶୁର ଘରୁ ଖବର ଆସିଲା ଗିଜର୍ଫାଟି ଶିବାଙ୍ଗୀ ପୋଡ଼ି ଯାଇଛିଏବେ ସେ ଜାମସେଦପୁର ଟାଟା ମେମୋରିଆଲ ହସ୍ପିଟାଲରେକାନ୍ଦବୋବାଳି ପଡ଼ି ଯାଇଥିଲା ଘରେବାପା ଦିଲୀପ ଅଗ୍ରଓ୍ଵାଲ ପରିବାର ଲୋକେ ଛୁଟି ଯାଇଥିଲେ ଜାମସେଦପୁରସେଇଠି ମୁମୂର୍ଷୁ ଶିବାଙ୍ଗୀ ମୁହଁରୁ ଯାହା ଶୁଣିଲେ, ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେଶ୍ୱଶୁର ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେଏହା ଶୁଣିବା ପରେ ତାତି ଉଠିଥିଲେ ବାପା, ମା ପରିବାରତୁରନ୍ତ ଜାମସେଦପୁର ସହର ସ୍ଥିତ ବିଷ୍ଣୁପୁର ପୁଲିସକୁ ଖବର ଦିଆଯାଇଥିଲାଏପଟେ ସ୍ୱାମୀ, ଶାଶୂ ନଣନ୍ଦ ଶିବାଙ୍ଗୀଙ୍କ ମାସର ପୁଅକୁ ନେଇ ଜଣକ ପରେ ଜଣେ ଡାକ୍ତରଖାନାରୁ ଖସି ପଳାଇଲେପୁଲିସ ଆସି କେବଳ ଜହ୍ଲାଦ ଶ୍ୱଶୁରକୁ ଥାନାକୁ ନେଇ ଯାଇଥିଲାଏପଟେ ମରଣ ସହ ଦୀର୍ଘ ୪୨ ଘଣ୍ଟାର ସଂଗ୍ରାମ ପରେ ୧୩ ତାରିଖ ରାତି ୧୧ଟା ୫୫ ମିନିଟରେ ଆଖି ବୁଜି ଦେଇଥିଲେ ଶିବାଙ୍ଗୀଶିବାଙ୍ଗୀଙ୍କ ଏଭଳି ନିର୍ମମ ହତ୍ୟା ଉଭୟ ରାଇରଙ୍ଗପୁର ବଡ଼ଗାଁରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି


ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁର ଶିବାଙ୍ଗୀ ଦେଖିବାକୁ ଯେତିକି ସୁନ୍ଦରୀ, ସେତିକି ଖୁସି ମିଜାଜର ବି ଥିଲେତା ଏହି ଗୁଣ ଟିକକ ନିମିଷକେ ସମସ୍ତଙ୍କୁ ଆପଣାର କରିନେଉଥିଲାବାପା ବ୍ୟବସାୟୀ ଦିଲୀପ ଅଗ୍ରଓ୍ଵାଲଙ୍କ ଗୋଟିଏ ବୋଲି ଝିଅ ହୋଇଥିବାରୁ ପରିବାରରେ ସେ ବେଶ ଅଲିଅଳି ଥିଲାକୌଣସି ରାଜକୁମାର ହାତରେ ହିଁ ସେ ଝିଅକୁ ଦେବେ ବୋଲି ମନସ୍ଥ କରିଥିଲେଏହା ଭିତରେ ସଂଯୋଗ କ୍ରମେ ରାଇରଙ୍ଗପୁର ଧରମଗଳି (ପିଛିଲଘାଟି ବସ୍ତି) ଓ୍ଵାର୍ଡନଂ ୬ର ବିଶିଷ୍ଟ ବିଲ୍ଡର୍ରାମଗୋପାଳ ଖେମ୍କାଙ୍କ ପୁଅ ଅବିନାଶ ଖେମ୍କାଙ୍କ ସହ ବିବାହ ପ୍ରସ୍ତାବ ପଡ଼ିଥିଲାବଡ଼ ଦାମୀ ପରିବାର ହୋଇ ଥିବାରୁ ଝିଅ ସୁଖରେ ରହିବ ବୋଲି ବାପା ଦିଲୀପ ତୁରନ୍ତ ହଁ କରି ଦେଇଥିଲେ୨୦୧୪ ଏପ୍ରିଲ ୨୮ରେ ରାଜକୀୟ ଢଙ୍ଗରେ ତାଙ୍କ ବିବାହ ସମ୍ପନ୍ନ ହୋଇଥିଲାଶ୍ୱଶୁରଙ୍କ ରାଜୋପମ ପ୍ରାସାଦରେ ସ୍ୱାମୀ, ଶ୍ୱଶୁର, ଶାଶୂ, ନଣନ୍ଦକୁ ନେଇ ବେଶ ଖୁସିରେ ଶିବାଙ୍ଗୀଙ୍କ କିଛି ଦିନ କଟିଥିଲାଏପଟେ ଶ୍ୱଶୁର କିନ୍ତୁ ଭିନ୍ନ ନଜରରେ ଶିବାଙ୍ଗୀକୁ ଦେଖୁଥିଲେ କଥା ଜଣା ଥିଲା ଶିବାଙ୍ଗୀକୁବହୁ ସମୟରେ ବ୍ୟବସାୟ କାମରେ ସ୍ୱାମୀ ଅବିନାଶ ବାହାରକୁ ଯାଉଥିବାରୁ ଶ୍ୱଶୁର ଏହାର ସୁଯୋଗ ନେବାକୁ ସ୍ଥିର କରିଥିଲେଦିନେ ସ୍ୱାମୀ ବାହାରକୁ ଯାଇଥିବା ଶାଶୂ, ନଣନ୍ଦ ମନ୍ଦିର ଯାଇଥିବା ବେଳେ ଶ୍ୱଶୁର ରାମଗୋପାଳ ଜବରଦସ୍ତି ଶିବାଙ୍ଗୀଙ୍କୁ ଦୁଷ୍କର୍ମ କରିଥିଲେଶ୍ୱଶୁରଙ୍କ ଏଭଳି କୁକର୍ମ ତାଙ୍କୁ ହତବମ୍ଭ କରିଥିଲାଲାଜ ଭୟରେ କାହାକୁ କିଛି କହି ପାରି ନଥିଲେ ସେହେଲେ କିଛି ଦିନ ଅନ୍ତରରେ ପୁଣି ଘଟଣାର ପୁନରାବୃତ୍ତି ହେବାରୁ ଶିବାଙ୍ଗୀ ବାଧ୍ୟ ହୋଇ ଶାଶୂ ସୁନିତାଙ୍କୁ କହିଥିଲେହେଲେ ଶାଶୂ ଚୁପ୍ରହିଥିଲେଏହା ପରେ ଶ୍ୱଶୁରଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିଥିଲେ ବି ବର୍ତ୍ତି ପାରି ନଥିଲେ ଶିବାଙ୍ଗୀଇତିମଧ୍ୟରେ ତାଙ୍କ କୋଳକୁ ପୁତ୍ର ସନ୍ତାନଟେ ଆସିଲାହେଲେ ଶ୍ୱଶୁରଙ୍କ କାମନା ପିପାସା ବଢ଼ି ବଢ଼ି ଚାଲିଥିଲାଅତିଷ୍ଠ ଶିବାଙ୍ଗୀ ଶେଷକୁ ସ୍ୱାମୀ ଅବିନାଶଙ୍କୁ ଫୋନ୍ରେ ଚାଟିଂ କରି ସବୁ ଘଟଣା ଜଣାଇ ଦେଇଥିଲେହେଲେ ସ୍ୱାମୀ ବିଶେଷ କିଛି ପ୍ରତିକ୍ରିୟା ପ୍ରକାଶ କରି ନଥିଲେଓଲଟା ପୁଅ କାହା ଔରସର ବୋଲି କଟୁକ୍ତି କରିଥିଲେସ୍ୱାମୀଙ୍କ ଆଚରଣରେ ଶିବାଙ୍ଗୀ ପୂରା ଭାଙ୍ଗି ପଡ଼ିଥିଲେଘଟଣାର ମାତ୍ର କିଛି ଦିନ ଆଗରୁ ପରିବାରର ସମସ୍ତଙ୍କୁ ଦିନ ପାଇଁ ହାଇଦ୍ରାବାଦ ପଠାଇ ଦେଇ ଶ୍ୱଶୂର ଶିବାଙ୍ଗୀ ଠାରେ ବାରମ୍ବାର ନିଜ କାମ ପିପାସା ମେଣ୍ଟାଇଥିଲେଶେଷକୁ ଗତ ଜାନୁଆରି ୧୧ରେ ଶିବାଙ୍ଗୀ ବଡ଼ଗାଁରେ ରହୁଥିବା ନିଜ ମାଈଁଙ୍କୁ ଏସ୍ଏମ୍ଏସ୍କରି ସବୁ କଥା ଜଣାଇ ଦେଇଥିଲେଏହା ଜାଣି ପାରି ଉତ୍କ୍ଷିପ୍ତ ଶ୍ୱଶୁର ରାମଗୋପାଳ ତାଙ୍କୁ ମାରିଦେବାକୁ ଯୋଜନା କରିଥିଲେ୧୨ ତାରିଖ ରାତିରେ ଶେଷ ଥର ପାଇଁ ପୁଣି ନିଜ କାମ ପିପାସା ମେଣ୍ଟାଇବା ପରେ ରାମଗୋପାଳ ଶିବାଙ୍ଗୀ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେଏପରିକି ସ୍ୱାମୀ ଅବିନାଶ, ଶାଶୂ ସୁନିତା ନଣନ୍ଦ ପାୟଲ ମଧ୍ୟ ରାମଗୋପାଳଙ୍କୁ ସମର୍ଥନ କରି ଶିବାଙ୍ଗୀକୁ ଜାଳି ଦେବାରେ ସହଯୋଗ କରିଥିଲେଏହା ପରେ ଘଟଣାକୁ ଭିନ୍ନ ରୂପ ଦେବା ପାଇଁ ଗିଜର୍ବିସ୍ଫୋରଣ କଥା ଉଠାଇଥିଲେ ଶ୍ୱଶୂରପ୍ରଥମେ ମୁମୂର୍ଷୁ ଶିବାଙ୍ଗୀଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲାପରେ ପରେ ତାଙ୍କ ଜାମସେଦପୁର ନିଆଯାଇଥିଲାସେଠାରେ ଶିବାଙ୍ଗୀଙ୍କ ମୃତ୍ୟୁ ହୋଇ ଯାଇଥିଲାଏହା ପରେ ୧୫ରେ ରାଇରଙ୍ଗପୁର ମାରଓ୍ଵାଡ଼ି ସମାଜ ଏକ କ୍ୟାଣ୍ଡେଲ ରାଲି କରି ଘଟଣାର କଡ଼ା ନିନ୍ଦା କରିବା ସହିତ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡ ଦାବି କରିଛନ୍ତିବାପା ଦିଲୀପ ରାଇରଙ୍ଗପୁର ଥାନାରେ ଏତଲା ଦେବା ପରେ ରାଇରଙ୍ଗପୁର ଏସ୍ପି ଅଶୋକ କୁମାର ପଟ୍ଟନାୟକ ମାମଲାକୁ ଗମ୍ଭୀରତାର ସହିତ ନେଇ ତଦନ୍ତ ତ୍ୱରାନ୍ଵିତ କରିଥିଲେଟାଉନଥାନାରେ ଦଫା ୩୭୬, ୩୦୨, ୫୦୬ ୩୪ରେ ମାମଲା ରୁଜୁ କରି ଥାନାଧିକାରୀ ପ୍ରଦୀପ ମାଝି ରାମଗୋପାଳକୁ ଗିରଫ କରିଥିଲେତାକୁ ରାଇରଙ୍ଗପୁର ଏସ୍ଡିଜେଏମ୍କୋର୍ଟରେ ହାଜର କରାଯାଇଥିବା ବେଳେ କୋର୍ଟ ଜାମିନ ନାମଞ୍ଜୁର କରି ତାକୁ ଜେଲ୍କୁ ପଠାଇ ଦେଇଛନ୍ତିଅନ୍ୟପଟେ ଜାମସେଦପୁର ଟାଟା ମେମୋରିଆଲ ହସ୍ପିଟାଲରୁ ମାସର ପୁଅକୁ ନେଇ ଚମ୍ପଟ ମାରିଥିଲେ ସ୍ୱାମୀ ଅବିନାଶ, ଶାଶୂ ସୁନିତା ନଣନ୍ଦ ପାୟଲଇତିମଧ୍ୟରେ ପୁଲିସ ସାଇଣ୍ଟିଫିକ୍ଟିମ୍ଖେମକା ହାଉସ୍ରେ ଚଢ଼ଉ କରି ତଦନ୍ତ କରିବା ପରେ ବିଶାଳ ପ୍ରାସାଦକୁ ସିଲ୍କରି ଦେଇଛି ଏବଂ ଅବିନାଶ ମଧ୍ୟ ଗିରଫ ହୋଇଛନ୍ତି
ଅଲିଅଳି ଝିଅର ଏଭଳି ନିର୍ମମ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ବାପାମା ଶ୍ୱଶୂର ଅନ୍ୟ ଦୋଷୀମାନଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତିଶ୍ୱଶୂରଙ୍କ ସଇତାନୀରେ ଶିବାଙ୍ଗୀ ଭଳି ଜଣେ ସୁନାନାକୀ ବୋହୂ ବଳି ପଡ଼ିବାଟା ସଭ୍ୟ ସମାଜରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...