Saturday 31 March 2018

ହୀନ ରାଜନୀତି, ହୀନ ନିର୍ବାଚନ




 ୯୦ ଦଶକରୁ ଉଦାରୀକରଣ ଅର୍ଥନୀତି ଦେଶରେ କାର୍ଯ୍ୟକାରୀ ହେବା ପରଠାରୁ ଦେଶବାସୀ ଥିଲାବାଲା ନଥିଲାବାଲା ଦୁଇଭାଗରେ ବିଭକ୍ତ ହୋଇଯାଇଛନ୍ତିଥିଲାବାଲା ଅତ୍ୟନ୍ତ ଧନଶାଳୀ ହେବାରେ ଲାଗିଛନ୍ତି ଏବଂ ନଥିଲାବାଲା ଦଳିତ, ଆଦିବାସୀ ଦରିଦ୍ରମାନେ ତଳିତଳାନ୍ତ ହୋଇଯାଉଛନ୍ତିଶାସନ ଗାଦିରେ ଥିବା ପୁଞ୍ଜିବାଦୀ ଜାତୀୟ ତଥା ଆଞ୍ଚଳିକ ଦଳମାନେ ଦରିଦ୍ର ଜନତାଙ୍କର ଏହି ଅସହାୟତାର ସୁଯୋଗ ନେଇ ସେମାନଙ୍କୁ ନାନା ଅସାଧୁ ଉପାୟରେ ପ୍ରଭାବିତ କରି ସେମାନଙ୍କର ବହୁମୂଲ୍ୟ ଭୋଟ୍କୁ ନିର୍ବାଚନରେ ହାତେଇ ନେଉଛନ୍ତି ଏବଂ ନିଜର କୁତ୍ସିତ ଶାସନ ଜାରି ରଖୁଛନ୍ତିଏହିଭଳି ଭାବରେ ସେମାନେ ତାଙ୍କର ନିର୍ଦ୍ଦିଷ୍ଟ ଭୋଟ୍ବ୍ୟାଙ୍କ ସୃଷ୍ଟି କରିଦେଇଛନ୍ତିରିଗିଂ, ବୁଥ୍ଦଖଲ, ବିରୋଧୀଙ୍କୁ ଭୟଭୀତ କରାଇ, ମଦମାଂସ ଖୁଆଇ, ଗାଡ଼ି, ମୋବାଇଲ୍‌, ଟଙ୍କା ବାଣ୍ଟି ଶହ ଶହ କୋଟି କଳା ଟଙ୍କା ଖଟାଇ ନିର୍ବାଚନ ଜିତିଯାଇ ମନଇଚ୍ଛା ସ୍ବେଚ୍ଛାଚାରୀ ଶାସନ ଚାଲୁ ରଖୁଛନ୍ତିନିର୍ବାଚନ ଭଳି ଏକ ବଳିଷ୍ଠ ଗଣତାନ୍ତ୍ରିକ ପ୍ରକ୍ରିୟା ପ୍ରହସନରେ ପରିଣତ ହୋଇଛିଆମ ଦେଶର ଜନପ୍ରତିନିଧି ଆଇନ ୧୯୫୧ ଆଧାରରେ ପଞ୍ଚାୟତରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ସାବାଳକ ଭୋଟ ପ୍ରଥା ଅନୁଯାୟୀ ୧୮ ବର୍ଷରୁ ଅଧିକ ବୟସ୍କମାନେ ଜନପ୍ରତିନିଧିମାନଙ୍କୁ ନିର୍ବାଚିତ କରନ୍ତିନୀତିନିୟମ ଆଧାରରେ ଦେଶର ନିର୍ବାଚନ କମିଶନର ନିର୍ବାଚନ ପରିଚାଳନା କରନ୍ତିଭୋଟର ତାଲିକାରେ ନାମ ଉଠିଥିବା ସାବାଳକ ଭୋଟରମାନେ ନିଜ ମନପସନ୍ଦର ପ୍ରାର୍ଥୀମାନଙ୍କୁ ଦଳମତନିର୍ବିଶେଷରେ କାହାଦ୍ୱାରା ପ୍ରଭାବିତ ହୋଇ ଭୋଟ ଦେବାର ନୀତିନିୟମ ରହିଛିଦେଶ ସ୍ବାଧୀନତା ଲାଭ କରିବା ପରେ ଜାତୀୟ କଂଗ୍ରେସ, କମ୍ୟୁନିଷ୍ଟ, ସୋସାଲିଷ୍ଟ, ହିନ୍ଦୁ ମହାସଭା ପରେ ଭାରତୀୟ ଜନତା ପାର୍ଟି, ସ୍ବତନ୍ତ୍ର ପାର୍ଟି, ତଥା ବିଭିନ୍ନ ଆଞ୍ଚଳିକ ଦଳମାନେ ପ୍ରାର୍ଥୀ ଛିଡ଼ା କରାଇ ନିର୍ବାଚନରେ ସକ୍ରିୟ ଭାଗ ନେଉଥିଲେପ୍ରଥମେ ବିବେକାନୁମୋଦିତ ନୀତି ଆଦର୍ଶଭିତ୍ତିକ ମୂଲ୍ୟବୋଧରେ ବିଶ୍ୱାସ ରଖି ଜନସେବାରେ ଇଚ୍ଛା ରଖିଥିବା ବ୍ୟକ୍ତିବିଶେଷ ନିର୍ବାଚନ ଲଢୁଥିଲେସେତେବେଳେ ନିର୍ବାଚନ ପ୍ରଚାରରେ ଏତେ କଳାଟଙ୍କାର ଉପଯୋଗ ତଥା ବାହୁବଳ, ହିଂସା, ପ୍ରତିହିଂସା ଦୃଷ୍ଟିଗୋଚର ହେଉ ଥିଲାବ୍ରିଟିଶ ଶାସନକୁ ଭାରତ ମାଟିରୁ ହଟାଇ ଦେଶରେ ସ୍ବଦେଶୀ ଶାସନ ପ୍ରତିଷ୍ଠା ପାଇଁ ଜାତିର ପିତା ମହାମତ୍ା ଗାନ୍ଧୀଙ୍କ ନେତୃତ୍ୱରେ ଦଳମତ ନିର୍ବିଶେଷରେ ଆବାଳବୃଦ୍ଧବନିତା ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେଦେଶକୁ ସ୍ବାଧୀନ କରିବା ପାଇଁ ଯେଉଁ ମହାମନୀଷୀମାନେ ରାଜନୀତିରେ ଯୋଗ ଦେଇଥିଲେ, ସେମାନେ ସ୍ବାଧୀନତା ସଂଗ୍ରାମ ସ୍ବାଧୀନତା ପରେ ରାଜନୀତିକୁ ଦେଶସେବା ବୋଲି ଧରି ନେଇଥିଲେଯେଉଁଠି କୌଣସି ଜାତି, ଧର୍ମ, ଅର୍ଥବଳ, ବାହୁବଳ, ହତ୍ୟା, ଲୁଣ୍ଠନ, ଦଙ୍ଗାହଙ୍ଗାମାର ସ୍ଥାନ ଥିଲାସରଳ ନିରାଡ଼ମ୍ବର, ସାଧୁତା, ଭ୍ରାତୃଭାବ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୈତିକ କର୍ମୀମାନେ ଆଗେଇ ଆସୁଥିଲେମାତ୍ର ୬୦ ଦଶକ ପରେ ଧୀରେ ଧୀରେ ପୁଞ୍ଜିବାଦୀ ଦଳମାନେ ନିର୍ବାଚନ ପ୍ରଚାରକୁ ପୁଞ୍ଜିପତିଙ୍କଠାରୁ ବିଭିନ୍ନ ଉପାୟରେ ପାଣ୍ଠି ସଂଗ୍ରହ କରି ବ୍ୟୟବହୁଳ କରିବା ଆରମ୍ଭ କଲେ୧୯୬୨ରେ ତୃତୀୟ ସାଧାରଣ ନିର୍ବାଚନରେ କଂଗ୍ରେସର ବିଜୟ ପରେ ରାଜଗୋପାଳଚାରୀ କହିଥିଲେ, ନିର୍ବାଚନ ପ୍ରକ୍ରିୟା ଧୀରେ ଧୀରେ ଶାସକ ଦଳ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛିପୁଞ୍ଜିପତି, ଶିଳ୍ପପତିମାନଙ୍କର ନିର୍ବାଚନରେ ହସ୍ତକ୍ଷେପ ବଢୁଛି ଏବଂ ଶାସକ ଦଳର ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ୱ କମିଯାଉଛି୯୦ ଦଶକ ପରଠାରୁ ଭାରତର ରାଜନୀତି ଆଉ ଜାତୀୟ ଦଳମାନଙ୍କ ନିକଟରେ କେନ୍ଦ୍ରୀଭୂତ ହୋଇ ରହିନାହିଁପ୍ରାୟ ପ୍ରତ୍ୟେକ ରାଜ୍ୟରେ ରାଜ୍ୟସ୍ତରୀୟ ଆଞ୍ଚଳିକ ଦଳମାନେ ଜାତି, ଧର୍ମ, ଆଞ୍ଚଳିକତାକୁ ନେଇ ଗଢି ଉଠିଛନ୍ତିଏହା ଭାରତବର୍ଷର ସଂଘୀୟ ବ୍ୟବସ୍ଥାରେ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠାରେ ବ୍ୟାଘାତ ସୃଷ୍ଟି କରୁଛିଯେହେତୁ ସଂଘ ଗଠନ ବା ଦଳ ଗଠନ ଏହାର ପ୍ରଚାର ପ୍ରସାର କରିବା ନିର୍ବାଚନରେ ଭାଗ ନେବା ଏକ ସାମ୍ବିଧାନିକ ଅଧିକାର, ତେଣୁ କାହାରିକୁ ସେଥିରୁ ନିବୃତ୍ତ କରିହେବ ନାହିଁଏହାଦ୍ୱାରା କୌଣସି ଜାତୀୟ ଦଳ ଏକାକୀ କେନ୍ଦ୍ରରେ ସରକାର ଗଠନ କରିବାରେ ପ୍ରାୟ ସକ୍ଷମ ହେଉନାହାନ୍ତିଯାହାଫଳରେ ଦଳବଦଳ, ଏମ୍‌.ପି. କିଣାବିକା ଭଳି ଘୋଡ଼ା ବେପାର ବ୍ୟାପକ ଭାବେ ଦେଖିବାକୁ ମିଳୁଛିଭାରତୀୟ ଜନତା ପାର୍ଟି ୯୦ ଦଶକ ପରଠାରୁ ଦେଶରେ ତା କାୟା ବିସ୍ତାର କରିଛିଦେଶପ୍ରେମ ଜାତୀୟତାବାଦର ଡେଙ୍ଗୁରା ପିଟୁଥିବା ଏହି ଦଳ ୨୦୦୦ ମସିହାରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ସରକାର ଗଠନ କରି ମେଣ୍ଟର ପ୍ରାୟ ୧୮ଟି ପରସ୍ପର ବିରୋଧୀ ଆଞ୍ଚଳିକ ଦଳକୁ ସାଙ୍ଗରେ ଧରି ରଖିବା ପାଇଁ ନାହିଁ ଥିବା ଘୋଡ଼ା ବେପାର କଲେତେବେ ଏହି ପ୍ରକ୍ରିୟା ୧୯୯୧ ମସିହାରେ ନରସିଂହ ରାଓଙ୍କଠାରୁ ଆରମ୍ଭ ହୋଇଥିଲା୨୦୧୪ ମସିହାରେ ଭାରତୀୟ ଜନତା ପାର୍ଟି ନାନା ଉପାୟରେ ପୁନଶ୍ଚ କ୍ଷମତା ଦଖଲ କଲାଏହାପରେ ଗୋଟିକ ପରେ ଗୋଟିଏ ରାଜ୍ୟ କଳେବଳେକୌଶଳେ ଦଖଲ କରିବାରେ ଲାଗିଛିଦେଶରୁ ବିରୋଧୀ ନିପାତର ଆହ୍ବାନ ଦେଇ ସ୍ବୟଂ ପ୍ରଧାନମନ୍ତ୍ରୀ ମୋଦିଜୀ ଏବଂ ତାଙ୍କ ଦଳର ସଭାପତି ଅମିତ୍ଶାହ ରଣହୁଙ୍କାର ଦେଉଛନ୍ତିଦେଶରୁ ଦୁର୍ନୀତି ହଟାଇବା, କୋଟି ବେକାରଙ୍କୁ ପ୍ରତିବର୍ଷ ନିଯୁକ୍ତି ଦେବା, ବିଦେଶୀ ବ୍ୟାଙ୍କରେ ଗଚ୍ଛିତ ଥିବା ଲକ୍ଷ ଲକ୍ଷ କୋଟି କଳାଟଙ୍କା ଫେରାଇ ଆଣିବା, ସ୍ବଚ୍ଛ ଭାରତ, ଉନ୍ନତ ଭାରତ ବନାଇବା ଇତ୍ୟାଦିର ସ୍ଲୋଗାନ ଦେଇଥିବା ଭାଜପା ସରକାର ବର୍ଷ ବିତିଯାଇଥିବା ସ୍ଥଳେ କୌଣସି ଗୋଟିଏ ହେଲେ ପ୍ରତିଶ୍ରୁତି ପୂରଣ କରିପାରି ନାହିଁବିମୁଦ୍ରୀକରଣ, ଜି.ଏସ୍‌.ଟି. ଲାଗୁ ଆଦି ମୋଦି ସରକାରଙ୍କର ଅପରିଣାମଦର୍ଶୀ କାର୍ଯ୍ୟ କହିଲେ ଅତ୍ୟୁକ୍ତି ହେବନାହିଁକଳାଟଙ୍କା ଫେରାଇ ଆଣିବା ଦୂରେ ଥାଉ ବିଜୟ ମାଲ୍ୟା, ନୀରବ ମୋଦିଙ୍କ ଭଳି ଡକାୟତମାନେ ଦେଶର ସରକାରୀ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଲୁଟିନେଇ ରାତାରାତି ବିଦେଶ ପଳାୟନ କରିଛନ୍ତିସଦ୍ୟ ସମାପ୍ତ ପୂର୍ବଭାରତର ତିନୋଟି ରାଜ୍ୟ ନିର୍ବାଚନରେ ଭାଜପାର ଶହ ଶହ କୋଟି ଟଙ୍କା ବ୍ୟୟ, ବାହୁବଳ ପ୍ରୟୋଗ ଦ୍ୱାରା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଉପାୟରେ ୩ଟି ରାଜ୍ୟର ଶାସନ ଗାଦିକୁ ହାତେଇନେବା ଦେଶବାସୀଙ୍କୁ ହତଚକିତ କରିଛିବିଶେଷକରି ପାହାଡ଼ି କ୍ଷୁଦ୍ର ରାଜ୍ୟ ତ୍ରିପୁରାରେ ମାଣିକ ସରକାରଙ୍କ ନେତୃତ୍ୱରେ ଚାଲିଥିବା ଏକ ପ୍ରଗତିଶୀଳ ଜନଦରଦୀ ଶାନ୍ତିପ୍ରିୟ ସରକାରକୁ ହଟାଇବା ପାଇଁ ଏକ ଦେଶ ବିଭାଜନକାରୀ ଆଦିବାସୀ ଗେରିଲାବାହିନୀ ସହିତ ଅସାଧୁ ମେଣ୍ଟ କରି ବାମପନ୍ଥୀ ସରକାରଙ୍କ ସମସ୍ତ ବିରୋଧୀ ଗୋଷ୍ଠୀକୁ କୋଟି କୋଟି ଟଙ୍କାରେ କ୍ରୟ କରି ସମସ୍ତ ମିଥ୍ୟା ଅପପ୍ରଚାରର ଆଶ୍ରା ନେଇ ଭାଜପା ଲୋକମତକୁ କିଣିନେଇଥିବା ଅଭିଯୋଗ ହୋଇଛିତାହା ସତ୍ୟ ହୋଇଥିଲେ ଅତ୍ୟନ୍ତ ସାଂଘାତିକପ୍ରଶ୍ନ ଉଠୁଛି ସାଧୁ, ସନ୍ଥ ସଚ୍ଚୋଟମାନଙ୍କର ଦଳ ବୋଲାଉଥିବା ଭାଜପା ପାଖକୁ ଏତେ ଟଙ୍କା ଆସୁଛି କେଉଁଠୁ? ଏହା ନୀରବ ମୋଦି ଭଳି ଜଘନ୍ୟ କଳା ବେପାରୀମାନଙ୍କଠାରୁ ଆସୁନାହିଁ ? ଏପରି ସ୍ଥଳେ ଏହି ବିଶାଳ ଦେଶରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା କିପରି ତିଷ୍ଠି ରହିବ, ତାହା ସୁଧୀଜନ ବିଚାର କରିବା ଉଚିତ ହେବ। 
 ପ୍ରଦୀପ୍ତ ନାୟକ/
(ଟିକରପଡ଼ା, କାକଟପୁର, ପୁରୀ, ମୋ-୯୪୩୭୦୫୩୩୨୯)

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...