Saturday 31 March 2018

ଦାଗୀ ନେତା ଓ ବିଳମ୍ବିତ ନ୍ୟାୟ

ବଳରାମ ସାହୁ/ ଏକ ଗଣତାନ୍ତ୍ରିକ, ଲୋକାଭିମୁଖୀ ଉତ୍ତରଦାୟୀ ସରକାରରେ ବିଳମ୍ବିତ ନ୍ୟାୟ ସାଧାରଣ ନାଗରିକଙ୍କ ମନରେ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଯେ ଅନାସ୍ଥା ସୃଷ୍ଟି କରେ ତାହା ନୁହେଁ, ବରଂ ପରୋକ୍ଷରେ ଅପରାଧୀମାନଙ୍କର ଆପରାଧିକ ମନୋବୃତ୍ତିକୁ ପ୍ରୋତ୍ସାହିତ କରିଥାଏଦେଶରେ ଜନସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ଅପରାଧୀମାନେ ଆଧୁନିକ ଢଙ୍ଗରେ ଅପରାଧ ଘଟାଇ ଚାଲିଛନ୍ତିନ୍ୟାୟାଳୟର ଅନିୟନ୍ତ୍ରିତ ଭିଡ଼ ମଧ୍ୟରେ ପୀଡିତ ବ୍ୟକ୍ତି ନ୍ୟାୟ ପାଇବା କାଠିକରପାଠନ୍ୟାୟାଳୟରେ ଯେ କେବଳ ପେସାଦାର ଅପରାଧୀମାନଙ୍କର ଆପରାଧିକ ମାମଲାର ଅନିୟନ୍ତ୍ରିତ ଭିଡ ତାହା ନୁହେଁ, ଯେଉଁମାନଙ୍କୁ ଆମେ ନିଜର ବହୁମୂଲ୍ୟ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରି ସଂସଦ ବିଧାନସଭାକୁ ପଠାଇଛୁ, ସେମାନଙ୍କ ନାମରେ ୧୩,୫୦୦ ମକଦ୍ଦମା ବିଭିନ୍ନ ବିଚାରାଳୟରେ ବିଚାର ପାଇଁ ପଡିରହିଛିସଦ୍ୟ ଏକ ରିପୋର୍ଟ ଅନୁସାରେ ଦେଶର ସମସ୍ତ ୪୦୭୦ ବିଧାୟକଙ୍କ ମଧ୍ୟରୁ ୧୩୫୩ ଜଣ ବିଭିନ୍ନ ମାଲିମକଦ୍ଦମାରେ ଅଭିଯୁକ୍ତସେହିପରି ୭୯୦ ସାଂସଦଙ୍କ ମଧ୍ୟରୁ ୨୨୮ଜଣଙ୍କ ନାମରେ ବିଭିନ୍ନ ମକଦ୍ଦମା ଚାଲୁ ରହିଛିଗୁଜରାଟର ୧୮୨ ଜଣ ବିଧାୟକଙ୍କ ମଧ୍ୟରୁ ୪୩ ହିମାଚଳପ୍ରଦେଶର ୬୮ ଜଣଙ୍କ ମଧ୍ୟରୁ ୨୨ ଜଣଙ୍କ ନାମରେ ବିଭିନ୍ନ ନ୍ୟାୟାଳୟରେ ଆପରାଧିକ ମାମଲା ଚାଲିଛିପ୍ରାୟ ୧୩,୫୦୦ ମାମଲା ମଧ୍ୟରୁ ହତ୍ୟା, ହତ୍ୟା ପାଇଁ ଉଦ୍ୟମ, ବଳାତ୍କାର, ଲୁଣ୍ଠନ ଆଦି ୯୯୩ ମାମଲା ମଧ୍ୟ ଏହି ଅଭିଯୁକ୍ତ ନେତାମାନଙ୍କ ନାମରେ ରହିଛିସାଧାରଣ ଲୋକେ ଚାହାନ୍ତି, ନିର୍ବାଚିତ ଜନପ୍ରତିନିଧି ସଂସଦ କିମ୍ବା ବିଧାନସଭାରେ ତାଙ୍କ ସମସ୍ୟାକୁ ଠିକ୍ଭାବେ ଉପସ୍ଥାପିତ କରି ସମାଧାନର ପ୍ରୟାସ କରନ୍ତୁଦାଗୀ ହୋଇ କାଠଗଡାରେ ଠିଆହୋଇ ସମ୍ମାନହାନି କରନ୍ତୁକିନ୍ତୁ ରାଜନୈତିକ ଦଳଗୁଡିକ ବାହୁବଳୀ ଅଭିଯୁକ୍ତ ନେତାମାନଙ୍କୁ ନିର୍ବାଚନରେ ଲଢ଼ିବା ପାଇଁ ଟିକେଟ ଦେଉଛନ୍ତିଫଳରେ ଦେଶର ସଚ୍ଚୋଟ ଗୁଣୀ ବ୍ୟକ୍ତିମାନେ ରାଜନୀତିରେ ପ୍ରବେଶକରି ସେବା କରିବାର ସୁଯୋଗ ପାଉନାହାନ୍ତିତେବେ ଲଙ୍କାରେ ହରିଧ୍ୱନି ସଦୃଶ ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ୨୦୧୯ ସାଧାରଣ ନିର୍ବାଚନରେ କୌଣସି ଅଭିଯୁକ୍ତଙ୍କୁ ଦଳୀୟ ଟିକେଟ ଦେବନାହିଁ ବୋଲି ଘୋଷଣା କରିଛିଅନ୍ୟ ରାଜନୈତିକ ଦଳଙ୍କ ପାଇଁ ଏହା ଉଦାହରଣ ସୃଷ୍ଟି କରିବରାଜନୀତିରେ ବିପୁଳ ସଂଖ୍ୟକ ଅପରାଧୀଙ୍କ ଅବାଧ ପ୍ରବେଶ ବାହୁବଳୀ ନେତାମାନଙ୍କର ଆଧିପତ୍ୟରୁ ଭାରତୀୟ ରାଜନୀତିକୁ ମୁକ୍ତ କରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ଏବେ ଅଣ୍ଟା ଭିଡିଛନ୍ତିସାଧାରଣ ନିର୍ବାଚନ ପୂର୍ବରୁ ଜନପ୍ରତିନିଧି ଆଇନକୁ ସମ୍ମାନ ଦେଇ ନିର୍ବାଚନ ପୂର୍ବରୁ ୧୨ଟି ଫାଷ୍ଟଟ୍ରାକ୍କୋର୍ଟ ଦ୍ୱାରା ଅଭିଯୁକ୍ତ ନେତାମାନଙ୍କର ବିଚାର ସମାପ୍ତ କରିବାକୁ ପ୍ରୟାସ କରାଯାଉଛିଡିସେମ୍ବର ୧୭ ତାରିଖରେ ମାନ୍ୟବର ସୁପ୍ରିମ୍କୋର୍ଟର ନ୍ୟାୟାଧୀଶ ରଞ୍ଜନ ଗୋଗୋଇ ନବୀନ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ୨ଟି ଫାଷ୍ଟଟ୍ରାକ୍କୋର୍ଟ ଦ୍ୱାରା ୨୨୮ଜଣ ଅଭିଯୁକ୍ତ ସାଂସଦ ୧୦ଟି ଫାଷ୍ଟଟ୍ରାକ୍କୋର୍ଟ ଦ୍ୱାରା ଅଧିକ ଅପରାଧପ୍ରବଣ ରାଜ୍ୟ ଯଥା-ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ବିହାର, କର୍ନାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ଉତ୍ତରପ୍ରଦେଶ ତେଲେଙ୍ଗାନାର ଅଭିଯୁକ୍ତ ବିଧାୟକମାନଙ୍କର ତୁରନ୍ତ ବିଚାର କରିବାକୁ ଚେଷ୍ଟିତ କଥା ସତ୍ୟ ଯେ, ବେଳେବେଳେ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଦୋଷ ଥାଇ ମଧ୍ୟ ପ୍ରଭାବଶାଳୀ ଦଳର ନେତାମାନେ ମିଥ୍ୟା ମାମଲାରେ ତାଙ୍କୁ ଫସେଇଥାନ୍ତିନିକଟରେ ପ୍ରକାଶିତ ୨ଜି ଦୁର୍ନୀତିରେ ତାମିଲନାଡୁର କାନିମୋଝି ଟି. ରାଜାଙ୍କୁ କ୍ଲିନ୍ଚିଟ୍ମିଳିବା ତଥା ମହାରାଷ୍ଟ୍ରର ଆଦର୍ଶ ହାଉସିଂ ମାମଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କୁ ସିବିଆଇ କୋର୍ଟ ନିର୍ଦ୍ଦୋଷ ପ୍ରମାଣିତ କରିବା ଘଟଣା ପୋଲିସ, କ୍ରାଇମବ୍ରାଞ୍ଚ ସିବିଆଇ ଭଳି ଉଚ୍ଚପଦସ୍ଥ ଅଫିସରଙ୍କ ନିରପେକ୍ଷତା ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରେଏହାସତ୍ତ୍ୱେ ସାଧାରଣ ନିର୍ବାଚନ ପୂର୍ବରୁ ଫାଷ୍ଟଟ୍ରାକ୍କୋର୍ଟ ପ୍ରତିଷ୍ଠା ହୋଇ ଅଭିଯୁକ୍ତ ନେତାମାନଙ୍କର ଯଦି ତୁରନ୍ତ ବିଚାର ହୋଇପାରେ ତେବେ ତାହା ସ୍ବାଗତଯୋଗ୍ୟ ହେବଲୋକେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଯୁଗାନ୍ତକାରୀ ପଦକ୍ଷେପକୁ ଲୋକଦେଖାଣିଆ ବା ଅସମ୍ଭବ କହି ସମାଲୋଚନା କରୁଥିବାବେଳେ ମାତ୍ର ୫୨ଦିନ ମଧ୍ୟରେ ମଧ୍ୟପ୍ରଦେଶର ଗଣବଳାତ୍କାର ଘଟଣାର ଦୋଷୀଙ୍କୁ ଦଣ୍ଡବିଧାନ କରି ଜଷ୍ଟିସ ସବିତା ଦୁବେ ନ୍ୟାୟାଳୟ ଦ୍ୱାରା ଯେ ଶୀଘ୍ର ଫଇସଲା ସମ୍ଭବ, ତାହା ପ୍ରମାଣ କରିଛନ୍ତିକେବଳ ବିଚାରପତି ନୁହନ୍ତି, ତଦନ୍ତକାରୀ ଅଫିସର ବା ସଂସ୍ଥା ଉଭୟପକ୍ଷ ଓକିଲଙ୍କ ସହଯୋଗରେ ତୁରନ୍ତ ନ୍ୟାୟ ପ୍ରଦାନ ମଧ୍ୟ ସମ୍ଭବ ହୋଇପାରିବଯେଉଁମାନେ ନିରାଶ ହୋଇ ଏହା ସମ୍ଭବ ନୁହେଁ ବୋଲି କହି ଗଣତାନ୍ତ୍ରିକ ପ୍ରକ୍ରିୟା ଉପରୁ ନିଜର ବିଶ୍ୱାସ ହରାଇ ବସୁଛନ୍ତି, ସେମାନେ ଏତଦ୍ଦ୍ବାରା ସେମାନଙ୍କର ଦୃଢ଼ ବିଶ୍ୱାସ ଫେରିପାଇବେ

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...