Sunday 5 August 2018

ଆଳସୀ କଢ଼ି ଆଉ ଉନ୍ମତ୍ତ ଭ୍ରମର


        ଦୁହେଁ ଥ୍‌ଲେପ୍ରେମପକ୍ଷୀ । ଜଣେ ଚାହୁଁଥିଲା ବିନା ବନ୍ଧନରେ ମୁକ୍ତାକାଶରେ ଉଡ଼ିବାକୁ ତ ଆଉ ଜଣେ ଚାହୁଁଥ୍‌ଲା ବାନ୍ଧିବାକୁ ନିଡ଼ । ହସଖୁସିରେ କଟିଯାଉଥି ଲା ଦିବସ, ରଜନୀ । ହେଲେ କିଛିଦିନ ପରେ ଦୁହିଙ୍କ ଖୁସିକୁ ଲାଗିଗଲା ଗ୍ରହଣ । କୌଣସି ଏକ କାରଣକୁ ନେଇ ଦୁର୍ବଳମନା ପ୍ରେମିକ ମନରେ ସୃଷ୍ଟିହେଲା ସନ୍ଦେହ । ପ୍ରେମିକା ହାତରୁ ଖସିଯିବ ଭାବି ସେ ଚାହିଁଲା ତୁରନ୍ତବିବାହ । ପାଠପଢ଼ା ପାଇଁ ପ୍ରେମିକା ବିବାହ ଟାଳିବାକୁ ଚାହିଁବାରୁ ସେ ହୋଇଉଠିଲା ହିଂସ ।ଆଉ କ୍ଷଣିକଉତ୍ତେଜନାର ବଶବର୍ତ୍ତୀହୋଇ ରଚିବସିଲା ଖୁନୀ ଖେଳ ।

      
 ଉତ୍ତର ପ୍ରଦେଶ ମିରଠର ଏକ ଲୋକାଲଥାନା ସବୁଦିନ ପରି ଚଳଚଞ୍ଚଳ ଥି ଲା । ଦିନ ଦୁଇଟା ବେଳେ ଅନ୍ୟ କର୍ମଚାରୀମାନେ ମଧ୍ଯାହ୍ୃଭୋଜନ ସାରି ସମ୍ୟକ ବିଶ୍ରାମ ନେଇଥିବା ବେଳେ ଥାନାଧକାରୀ ବିଜୟ ବାଗ୍‌ କୌଣସି ଏକ କେସ୍‌ ଫାଇଲ୍‌ ଖେଳାଇ 
ଚାଲିଥିଲେ ।ଏହି ସମୟରେ ଥାନାର ପଚ୍ଲକ୍‌ କଲିଂ ଫୋନ୍‌ଟି ଗଜିଉଠିଲା । ବାଗ୍‌ ଫୋନ୍‌ ଉଠାଇବା ମାତ୍ରେ ଅନ୍ୟପଟୁ ଶୁଭିଲା ବୁକୁଫଟା କ୍ରନ୍ଦନର ସ୍ଵର । ଶେଷରେ ଏତିକି ଶୁଭିଥି ଲା ମୋର ସବୁ ସରିଗଲା । ଶ୍ରୀ ବାଗ୍‌ କଲ୍‌ବ୍ୟାକ୍‌ କରିବାପରେ ଜାଣିବାକୁ ପାଇଲେ ଫୋନ୍‌ଟି ଆସିଥି ଲା ଥାନାଠାରୁ ମାତ୍ର କିଛି ମିଟର ଦୂରରେ ଥି ବା ମେଡିକାଲ୍‌ କଲେଜ୍‌ କ୍ୟାମ୍ପସରୁ । ସଙ୍ଗେ ସଙ୍ଗେ ଥାନାଧୂକାରୀ କିଛି କର୍ମଚାରୀଙ୍କୁ ଧରି ବାହାରିପଡ଼ିଲେ କଲେଜ କ୍ୟାମ୍ପସକୁ । ଆଉ ସେଠାରେ ପହଞ୍ଚି ଯେଉଁ ଦୃଶ୍ୟ ଦେଖ୍‌ଲେ ସେଥି ରେ ଥାନାଧ୍କାରୀ ହତବାକ୍‌ ହୋଇଗଲେ । ଦିନ ଦ୍ଵିପ୍ରହରେ ଦୁଇ ଜଣ ଯୁବତୀ ଯୁବକଙ୍କୁ ଗୁଳିକରିବା କିପରି ସମ୍ଭବ ହେଲା ଓ ଏକଥା କେହି କେମିତି ଜାଣିପାରିଲେ ନାହିଁ ତାହା ସହଜରେ ହଜମ କରିପାରିଲେ ନାହିଁ ବିଜୟ ବାଗ୍‌ । ତେବେ ଦୁହିଁଙ୍କ ବଡ଼ି ଯାଞ୍ଚ କଟୁ କରୁ ଯୁବକ ଜଣଙ୍କ ଶ୍ଵାସକ୍ରିୟା ଚାଲୁଥିବା ଜାଣି ତାଙ୍କୁ ତୁରନ୍ତ ନିକଟସ୍ଥ ସ୍ଵାସ୍ଥ୍ୟକେନ୍ଦ୍ରରେ ଭଭ୍ି କରାଯାଇଥି ଲା । ଅନ୍ୟପଟେ ଯୁବତୀଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥି ଲା ।

        ତେବେ ଯୁବକ ଜଣକ ବଞ୍ଚିଯିବା, ଦୁଇ ଦୁଇ ରାଉଣ୍ଡ ଗୁଳି ଫୁଟିବା ସକ୍ତ୍ଵେ କେହି ଜାଣି ନପାରିବା ଓ ଘରର କୌଣସି ଜିନିଷପତ୍ର ଏପଟସେପଟ ନହେବାରୁ ବାଗ୍‌ ସ୍ପଷ୍ଟ ହୋଇଯାଇଥି ଲେ ଯେ ଏହା ଚୋରି ଉଦ୍ଦେଶ୍ୟ କିମ୍ବା କୌଣସି ଆ ତତାୟୀଙ୍କ କାର୍ଯ୍ୟ ନୁହେଁ । ଏହି କାଣ୍ଡ ନିଶ୍ଚିତ ଘରର କୌଣସି ସଦସ୍ୟ ଘଟାଇଛନ୍ତି । ଆଉ ବିଳମ୍ବ ନକରି ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଦେଲା ପୋଲିସ । ପରିବାର ଲୋକଙ୍କଠାରୁ ଆହତ ଯୁବକଙ୍କ ନାମ ରବିନ୍ଦ୍ର ଓ ସେ ମୃତକ ଦିବ୍ୟାର ତଥାକଥି ତ ପ୍ରେମିକ ଜାଣିବା ପରେ ଏହା ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ପୋଲିସ ସ୍ଥିରନିଶ୍ଚିତ ହୋଇଯାଇଥିଲା । ଆଉ ବିଳମ୍ବ ନକରି ପୋଲିସ ଛୁଟିଯାଇଥି ଲା ରବିନ୍ଦ୍ର ଭି ହୋଇଥି ବା ମେଡିକାଲ୍‌କୁ । ସେଠାରେ ଜୋର୍‌ଦାର ପଚରା ଉଚରା କରାଯିବାରୁ ପ୍ରଥମେ ସତ ଲୁଚାଇବାକୁ ଚେଷ୍ଟା କରିଥ୍‌ଲେ ହେଁ ଶେଷରେ ରବିନ୍ଦ୍ର ଘଟଣାର ସମସ୍ତ କାହାଣୀ ଶୁଣାଇଥି ଲା ।

           ଅଭିଯୁକ୍ତର ସ୍ଵବୀକାରୋକ୍ତି ଅନୁସାରେ ୟୁପି ମିରଠର ଲାଲା ଲଜପତ୍‌ ରାୟ ମେଡିକାଲ୍‌ କଲେଜ କ୍ୟାମ୍ପସର ଧୋବିଘାଟ ଏଫ୍‌ ୨୧୬ରେ ରହୁଥି ଲେ ସୁରେନ୍ଦ୍ର ଗୌତମଙ୍କ ପରିବାର । ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ କାର୍ଯ୍ୟକରୁଥି ବା ସୁରେନ୍ଦ୍ରଙ୍କ ପରିବାରରେ ଥି ଲେ ପନ୍ନୀ କୁସୁମ ଲତା, ଚାରିଝିଅ ଦୀପା, ଦିବ୍ଯା, ଅଞ୍ଜଳି, ଭୁମିକା ଓ ଏକମାତ୍ର ପୁତ୍ର ଅନୁରାଗ । ସୁରେନ୍ଦ୍ରଙ୍କ ଅକାଳ ବିୟୋଗ ପରେ ତାଙ୍କ ପେନ୍‌ସନ୍‌ ଅର୍ଥରେ କୁସୁମଲତା କଷ୍ଟେମଷ୍ଟେ ପରିବାର ଚଳାଇ ଆସୁଥିଲେ । ଚାରି ଝିଅଙ୍କ ମଧ୍ୟ ଚୁ ବଡ଼ଝିଅ ଦୀପା ଏକ ଘରୋଇକମ୍ପାନୀରେ କାମ କରି କିଛି ଅର୍ଥ ଉପାର୍ଜନ କରୁଥି ବା ବେଳେ ବଡ଼ମଝିଆଁ ୧୮ ବର୍ଷୀୟା ଦିବ୍ୟା ଏକ ଭଲ ଚାକିରି କରି ପରିବାର ବୋଝ ହାଲ୍‌କା କରିବାର ସ୍ଵପ୍ନ ଦେଖୁଥି ଲା ।
              ଶ୍ୟାମଳାଙ୍ଗୀ ହେଲେ ମଧ୍ୟ  ଗଢ଼ନରେ ଦିବ୍ୟା ଥି ଲା ଖୁବ୍‌ ସୁନ୍ଦରୀ । ପାଠପଢ଼ା ସହିତ କିଛି ଅର୍ଥ ରୋଜଗାର କରିବା ଲକ୍ଷ୍ୟରେ ସେ ସ୍ଥାନୀୟ ଜାଗୃତିବିହାରସ୍ଥିତ ଏକ ସରକାରୀ ଅନୁଦାନପ୍ରାପ୍ତ କମ୍ପୁଟର ସେଣ୍ଟରକୁ ଯାଉଥିଲା । ଏହି ସେଣ୍ଟରର ମାଲିକଥି ଲେ ଖଜୁରୀ ପରିକ୍ଷିତଗଡ଼ ନିବାସୀ ଗଜେନ୍ଦ୍ର କୁମାର । ଗଜେନ୍ଦ୍ରଙ୍କ ମାମୁପୁଅ ଭାଇ ନାସରପୁରର ୨୧ ବର୍ଷୀୟ ରବିନ୍ଦ୍ର ଏହି ସେଣ୍ଟରକୁ ନିୟମିତ ଯା'ଆସ କରୁଥିଲା | ମାଲିକଙ୍କ ଭାଇ ହିସାବରେ ଦିବ୍ୟା ସମ୍ମାନ ଜଣାଉଥି ବା ବେଳେ ରବିନ୍ଦ କିନ୍ଗୁ ମନେ ମନେ ପ୍ରେମ କରିବସିଥି ଲା । ଦିନେ ଏକୁଟିଆ ପାଇ ରବିନ୍ଦ୍ର ଦିବ୍ୟାକୁ ମନକଥା କହିବାରୁ ସେ କିଛି ନକହି ମୁହ ମୋଡ଼ି ଚାଲିଯାଇଥି ଲା । ହେଲେ ପର ମୁହୂର୍ତ ରେ ଦୁହିଁଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଗଢ଼ିଉଠିଥି ଲା ।

           ବର୍ଷେ କାଳ ଦୁହେଁ ପ୍ରେମପକ୍ଷୀ ହୋଇ ଉଡ଼ିବୁଲିବା ପରେ ଧୀରେ ଧୀରେ ପ୍ରେମ ମଳିନ ପଡ଼ିବାକୁ ଲାଗିଲା । ନିଜ ପାଠପଢ଼ା ପ୍ରତି ଧ୍ଯାନ ଦେବାକୁ ଯାଇ ଦିବ୍ୟା ପ୍ରେମଠାରୁ କିଞ୍ଚିତ ଦୁରେଇ ରହିବାକୁ ଚେଷ୍ଟା କରିବାରୁ ରବିନ୍ଦ୍ର ମନରେ ସନ୍ଦେହ ସୃଷ୍ଟି ହୋଇଥି ଲା । ସେ ଭାବୁଥି ଲା ଦିବ୍ୟା ତା'ଠାରୁ ଦୂରେଇ ଆଉ କାହା ସହ ସମ୍ପର୍କ ରଖୁବାକୁ ଚାହୁଁଛି । ଏଥି ପାଇଁ ବିଳମ୍ବ ନକରି ସେ ବିବାହ କରିନେବା ପାଇଁ  ଦିବ୍ୟାକୁ ବାଧ୍ୟ  କରିଥି ଲା । ପାଠପଢ଼ା ନସରିବା ପର୍ଯ୍ୟନ୍ତ ବିବାହ କରିବନାହିଁ ବୋଲି ଦିବ୍ୟା ରୋକ୍‌ଠୋକ୍‌ ମନା କରିଦେବାରୁ ରବିନ୍ଦ୍ର ସନ୍ଦେହ ଆହୁରି ଘନୀଭୂତ ହୋଇଥି ଲା । ସେ ଯେପରି ପାଗଳ ହୋଇଉଠିଥି ଲା । ତା'ର ନହେଲେ ଦିବ୍ଯା ଆଉ କାହାର ହେବାକୁ ଦେବନାହି ବୋଲି ରବିନ୍ଦ୍ର ସ୍ଥିର କରିନେଇଥି ଲା ।

          ଯୋଜନା ମୁତାବକ ଦିନେ ପରିବାର ଲୋକେ କେହି ନଥି ବା ଜାଣି ରବିନ୍ଦ୍ର ପହଞ୍ଚି ଯାଇଥି ଲା ଦିବ୍ୟାଙ୍କ ଘରେ । ସେଠାରେ ଦୁହିଙ୍କ ମଧ୍ୟ ରେ ବିବାହକୁ ନେଇ କିଛିସମୟ ବାକ୍‌ବିତଣ୍ଡା ହେବା ପରେ ଦିବ୍ୟା ରବିନ୍ଦ୍ରକୁ ଘରୁ ବାହାରିଯିବାକୁ କହିଥି ଲା । ଏଥି ରେ ଆପା ହରାଇ ରବିନ୍ଦ୍ର ଜୋର୍‌ ଜବରଦସ୍ତ ବଳାତ୍କାର କରିବାକୁ ଚେଷ୍ଟା କରିଥି ଲା । ଏଥି ରେ ସଫଳ ନହେବାରୁ ଶେଷରେ ରବିନ୍ଦ୍ର ସାଥି ରେ ନେଇଥି ବା ସମ୍ପର୍କୀୟଙ୍କ ଲାଇସେନ୍ସ ବନ୍ଧୁକରେ ପ୍ରଥମେ ଦିବ୍ୟାଙ୍କ କାନମୁଣ୍ଡାକୁ ଗୁଳି କରିଥି ଲ। । ଘଟଣାସ୍ଥଳରେ ଦିବ୍ୟାର ମୃତ୍ୟୁ ହୋଇଯିବା ପରେ ରବିନ୍ଦ୍ର ନିଜକୁ ଗୁଳି କରିଦେଇଥି ଲା । ହେଲେ ସୌଭାଗ୍ୟକୁ ଗୁଳିଟି ମଥାରେ ବାଜି ଚାଲିଯାଇଥୁ୍‌ଲେ ହେଁ ସେବଞ୍ଚିଯାଇଥି ଲା ।
             ବୟାନ ରେକର୍ଡ କରିବା ସମୟରେ ରବିନ୍ଦ୍ର ଏଥ୍‌ପୂର୍ବରୁ ଆଉ ଏକ ପ୍ରେମଜନିତ ହତ୍ୟାକାଣ୍ଡରେ ଜଡ଼ିତ ରହି ଜେଲ୍‌ ଦଣ୍ଡ ଭୋଗିସାରିଥି ବା ଜଣାପଡ଼ିଥି ଲା । ତେବେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟାଇଥିବା ରବିନ୍ଦ୍ର ଯେ ଜଣେ ପ୍ରେମପାଗଳ ଏଥି ରେ ଆଉ ସନ୍ଦେହ ନଥି ଲା । ସୁସ୍ଥ ହେବାମାତ୍ରେ ଥାନାଧୂକାରୀ ବିଜୟ ବାଗ୍‌ ରବିନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥି ଲେ । ସେଠାରୁ ଆଜୀବନ କାରାଦଣ୍ଡାଦେଶ ମିଳିବା ପରେ ରବିନ୍ଦ୍ରକୁ ଜେଲ୍‌ର କାଳକୋଠରିକୁ ପଠାଇ ଦିଆଯାଇଥି ଲା ।

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...