Wednesday 13 March 2019

'ଭୋଲ୍' ଗୋଲ୍ମାଲ୍

ପ୍ରାୟ ପାଞ୍ଚ ବର୍ଷ ତଳେ ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ୍ଏନ୍କିରୁବାକରନ୍ଦେଶବ୍ୟାପୀ ଏକ ହୈଚୈ ସୃଷ୍ଟି କରିଥିଲେ, ଯେତେବେଳେ ମହିଳାଙ୍କୁ ପାରିବାରିକ ହି˚ସାରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଆଇନ ଅନ୍ତର୍ଗତ ଏକ ମାମଲାର ଶୁଣାଣି କଲାବେଳେ ସେ ପ୍ରସ୍ତାବ ଦେଇଥିଲେ ଯେ ବିବାହ ପୂର୍ବରୁ ଉଭୟ ବର କନ୍ୟାଙ୍କର ପ୍ରଜନନ କ୍ଷମତା ସମ୍ବନ୍ଧରେ ନିଶ୍ଚିତ ହେବା ପାଇଁ ସେମାନଙ୍କର ବିଧିବଦ୍ଧ ଡାକ୍ତରୀ ପରୀକ୍ଷା କରାଯିବା ଉଚିତଯେହେତୁ ପ୍ରଜନନ ଅକ୍ଷମତା କାରଣରୁ ଘଟୁଥିବା ବିବାହ ବିଚ୍ଛେଦ ˚ଖ୍ୟାରେ ବୃଦ୍ଧି ଘଟିଚାଲିବା ଦେଖାଯାଉଛି, ପ୍ରାକ୍‌-ବିବାହ ଯାଞ୍ଚ ସେ ସମସ୍ୟାକୁ ମୂଳୁ ମାରିଦେବ ବୋଲି ଜଷ୍ଟିସ୍କିରୁବାକରନ୍ବିଶ୍ବାସ କରନ୍ତିସେଇ ଜଷ୍ଟିସ୍କିରୁବାକରନ୍ପାରିବାରିକ ସୁଖ ଶାନ୍ତି ସୁରକ୍ଷା ପାଇଁ ଗତ ସପ୍ତାହରେ ସେଇଭଳି ଆଉ ଏକ ନିର୍ଦ୍ଦେଶ ଦେଇଛନ୍ତି ଯାହା ପୁଣି ଥରେ ଦେଶ ସାରା ଚର୍ଚ୍ଚାର ବିଷୟ ହୋଇପଡ଼ିଛି

କହିବା ବାହୁଲ୍ୟ ପତି କିମ୍ବା ପତ୍ନୀଙ୍କର ପରକୀୟା ପ୍ରୀତି ବୈବାହିକ ଜୀବନରେ ଝଡ଼ ସୃଷ୍ଟି କରିଥାଏଏଥିଯୋଗୁଁ ଅପହରଣ, ହତ୍ୟାକାଣ୍ତ ଭଳି ଅପରାଧମାନ ମଧୢ ଘଟିଥାଏଏହିପରି ଏକ ହତ୍ୟାକାଣ୍ତ ଅଭିଯୁକ୍ତଙ୍କର ଆବେଦନର ଶୁଣାଣି କରିବା ଅବସରରେ ମାଡ୍ରାସ୍ହାଇକୋର୍ଟର ଏହି ମାନ୍ୟବର ବିଚାରପତିମେଗା ଟିଭିି ସିରିଆଲ୍ ସବୁ ଏବ˚ ସିନେମା ଆଦିର ପ୍ରଭାବରେ ସମାଜରେ ପରକୀୟା ପ୍ରୀତି ବୃଦ୍ଧି ପାଉଛି କି, ତାହା ନିଶ୍ଚିତ କରିବା ପାଇଁ ଉଭୟ କେନ୍ଦ୍ର ସରକାର ଏବ˚ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତିସରକାରଙ୍କୁ ସେ ପଚାରିଥିବା ଏଇଭଳି ୨୦ଟି ପ୍ରଶ୍ନ ମଧୢରେ ରହିଛି ଇଣ୍ଟରନେଟ୍‌, ସୋସିଆଲ୍ମିଡିଆ, ପାଶ୍ଚାତ୍ୟ ˚ସ୍କୃତି, ଆଧୁନିକ ଜୀବନ ଶୈଳୀ ତଥା ମହିଳାମାନଙ୍କର ବୃତ୍ତିଗତ ସ୍ବାଧୀନତା ଆଦିର ପରକୀୟା ପ୍ରୀତି ସହିତ ସମ୍ଭାବ୍ୟ ସମ୍ପର୍କ ସମ୍ବନ୍ଧିତ ପ୍ରଶ୍ନମାନଜଷ୍ଟିସ୍କିରୁବାକରନ୍ ଜଷ୍ଟିସ୍ଅବଦୁଲ୍କୁଦ୍ଦୋସ୍ଙ୍କର ବେଞ୍ଚ୍ପରକୀୟା ପ୍ରୀତିରେ ଦେଖାଯାଉଥିବା ବୃଦ୍ଧିକୁ ଏକ ସାମାଜିକ ବିପତ୍ତି ରୂପେ ବର୍ଣ୍ଣନା କରି ଅବସରପ୍ରାପ୍ତ ବିଚାରପତି ବିଶେଷଜ୍ଞ ମାନଙ୍କୁ ନେଇ ଏକ ପ୍ୟାନେଲ୍ଦ୍ବାରା ଏହାର ଅନୁଶୀଳନ କରାଯିବା ପାଇଁ ମଧୢ ସୁପାରିସ କରିଛନ୍ତି

ବିଚାରପତି ଦ୍ବୟଙ୍କର ସାମାଜିକ ସଚେତନତା ସମସ୍ୟାର ସମାଧାନ ଖୋଜିବା ପାଇଁ ଆଗ୍ରହ ନେଇ କୌଣସି ସନ୍ଦେହ ନାହିଁସେମାନେ ଯେଉଁଭଳି ଚିନ୍ତା ପ୍ରକଟ କରିଛନ୍ତି ସେଭଳି ଚିନ୍ତା କରିବାରେ ସେମାନେ ପ୍ରଥମ ନୁହଁନ୍ତିସମାଜର ଅନେକ ଚିନ୍ତାଶୀଳ ବ୍ୟକ୍ତି ପରକୀୟା ପ୍ରୀତି ଏକ ଅପସ˚ସ୍କୃତି ରୂପେ ବିଚାର କରିଥାନ୍ତି ଏବ˚ ଧର୍ଷଣ ଆଦି ଅନ୍ୟାନ୍ୟ ସାମାଜିକ ବ୍ୟାଧି ଭଳି ଏଥିପାଇଁ ମଧୢ ଅପସ˚ସ୍କୃତିର ମୁଖ୍ୟ ବାହକ ରୂପେ ସିନେମା ଟେଲିଭିଜନ୍କୁ ଦାୟୀ କରିଥାନ୍ତିଏଭଳି ଅଭିଯୋଗରେ କେତେ ସତ୍ୟତା ରହିଛି ତାହା ନିର୍ଣ୍ଣୟ କରିବାରେ ସରକାର କେତେ ଦୂର ସଫଳ ହେବେ ବା ନହେବେ ତାହା ଜୁନ୍ତୃତୀୟ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ହୁଏତ ଜଣାପଡ଼ିବ, କିନ୍ତୁ ପରକୀୟା ପ୍ରୀତି ସମସ୍ୟାର ମଧୢ ଏପରି ଅନ୍ୟ ଏକ ଦିଗ ରହିଛି, ଯାହା ଅଦାଲତର ନିର୍ଦ୍ଦେଶନାମାରେ ସ୍ଥାନ ପାଇ ନାହିଁ ଏବ˚ ଯାହାକୁ ଆଶ୍ରୟ କରି ସରକାର ତାଙ୍କ ଉପରେ ଅଦାଲତ ନ୍ୟସ୍ତ କରିଥିବା ଦାୟିତ୍ବରୁ ଯଦି ଖସିଯିବାକୁ ଚେଷ୍ଟା କରନ୍ତି, ସେଥିରେ କେହି ତଥ୍ୟାଭିଜ୍ଞ ବ୍ୟକ୍ତି ଆଶ୍ଚର୍ଯ୍ୟ ହେବେ ନାହିଁଉପରୋକ୍ତ ବିଚାରପତି ଦ୍ବୟ ମଧୢ ଏକମତ ହେବେ ଯେ ସମାଜର ସମସ୍ତ ଟିଭି ସିରିଆଲ୍ବା ସିନେମା ଦେଖୁଥିବା, କିମ୍ବା ଇଣ୍ଟରନେଟ୍ବ୍ୟବହାର କରୁଥିବା ଅଥବା ସୋସିଆଲ୍ମିଡିଆରେ ସକ୍ରିୟ ଥିବା ବିବାହିତ ନାରୀ ପୁରୁଷମାନେ ପରକୀୟା ପ୍ରୀତିରେ ପ୍ରବୃତ୍ତ ହୋଇ ନଥାନ୍ତିତେଣୁ ଯେଉଁମାନେ ପରକୀୟା ପ୍ରୀତି ପ୍ରତି ଆକର୍ଷିତ ହୋଇଥାନ୍ତି, ସେମାନେ ଅନ୍ୟ କୌଣସି କାରଣ ଦ୍ବାରା ପ୍ରଭାବିତ ହେଉଥିବାର ଦୃଢ଼ ସମ୍ଭାବନା ଯେ ରହିଛି ତାହା ନ୍ୟାୟମୂର୍ତ୍ତି ଦ୍ବୟ ଅସ୍ବୀକାର କରିପାରିବେ ନାହିଁ କ୍ଷେତ୍ରରେ ଗବେଷକମାନେ ଆବିଷ୍କାର କରିଛନ୍ତି ଯେ ସିନେମା ବା ଟିଭି ବା ସୋସିଆଲ୍ମିଡିଆ ଭଳି ପରିବେଶଗତ କାରଣ ମାନ ଅପେକ୍ଷା ମନୁଷ୍ୟର ପରକୀୟାପ୍ରବଣତାକୁ ଯାହା ଅଧିକ ନିୟନ୍ତ୍ରିତ କରିଥାଏ ତାହା ବୋଧହୁଏ ହେଉଛି ସେ ବହନ କରୁଥିବା ଜିନ୍‌। ଅଷ୍ଟ୍ରେଲୀୟ ଗବେଷକ ବ୍ରେଣ୍ତାନ୍ଜିଏଶ୍ଚ୍ ୨୦୧୪ରେ କରିଥିବା ଏକ ଅନୁଶୀଳନରୁ ଆବିଷ୍କାର କରିଥିଲେ ଯେ ପୁରୁଷମାନଙ୍କର ପରକୀୟା ପ୍ରବୃତ୍ତିର ୬୩ ଶତା˚ ସେମାନଙ୍କର ଜିନ୍ଦ୍ବାରା ପ୍ରଭାବିତ ହେଉଥିବା ବେଳେ ନାରୀମାନଙ୍କର ପରକୀୟା ପ୍ରବୃତ୍ତିର ୪୦% ଜିନ୍ଦ୍ବାରା ପ୍ରଭାବିତ ହୋଇଥାଏଏହାକୁ ସତ୍ୟ ସାବ୍ୟସ୍ତ କଲା ଭଳି ଦେଖାଯାଇଥିଲା ଯେ ଅବିକଳ ଏକା ପ୍ରକାର ଜିନ୍ବହନ କରୁଥିବା ଅବିକଳ ଯମଜ (ଆଇଡେଣ୍ଟିକାଲ୍ଟ୍ବିନ୍)ମାନଙ୍କର ପରକୀୟାପ୍ରବଣତା ବା ବିମୁଖତା ˚ପୂର୍ଣ୍ଣ ଏକାଭଳି ହୋଇଥିବା ବେଳେ ସାଧାରଣ ଯମଜ (ଫ୍ରାଟର୍ନାଲ୍ଟ୍ବିନ୍) ମାନଙ୍କର ଏହା ଭିନ୍ନ ଭିନ୍ନ ହୋଇଥାଏ, କାରଣ ସେମାନଙ୍କର ଜିନ୍ଏକା ଭଳି ହୋଇ ନଥାଏ

କେତେକ ଗବେଷକ ପରକୀୟାପ୍ରବଣତା ଉପରେ ଜିନ୍ ସମ୍ଭାବ୍ୟ ପ୍ରଭାବ ନିର୍ଣ୍ଣୟ କରିବା ପାଇଁଭୋଲ୍ ନାମକ ଏକ ମୂଷା ଜାତୀୟ ଜୀବକୁ ବ୍ୟବହାର କରିଥାନ୍ତିଏହା ଜଣାଶୁଣା ଯେପ୍ରେରି ଭୋଲ୍ ନାମକ ଏକ ଜାତିର ଭୋଲ୍ଦୁଇଟି ମଧୢରେ ଥରେ ପତି-ପତ୍ନୀ ସମ୍ପର୍କ ସ୍ଥାପିତ ହୋଇଗଲେ ସେମାନେ ସାରା ଜୀବନ ପରସ୍ପର ପ୍ରତି ବିଶ୍ବସ୍ତ ରହିଥାନ୍ତିକିନ୍ତୁପ୍ରେରି ଭୋଲ୍ ନିକଟ ˚ପର୍କୀୟମଣ୍ଟେନ୍ଭୋଲ୍ ମାନଙ୍କଠାରେ ଠିକ୍ଏହାର ବିପରୀତ ପ୍ରବୃତ୍ତି ପରିଲକ୍ଷିତ ହୋଇଥାଏମଣ୍ଟେନ୍ଭୋଲ୍ଦମ୍ପତି ମାନଙ୍କ ମଧୢରେ ଥରେ ଯୌନ ˚ପର୍କ ସ୍ଥାପିତ ହେବା ପରେ ସେମାନେ ପାର୍ଟନରପରିବର୍ତ୍ତନ କରିଚାଲିବା ଦେଖାଯାଇଥାଏପାଖାପାଖି ଏକା ଜାତିର ଦୁଇ ପ୍ରାଣୀଙ୍କର ଦାମ୍ପତ୍ୟ ବିଶ୍ବସ୍ତତାରେ ଏଭଳି ଆକାଶ ପାତାଳ ଫରକ୍ଏହାର କାରଣ ଖୋଜୁଥିବା ଗବେଷକମାନଙ୍କ ପାଇଁ ସେମାନଙ୍କୁ ଅତ୍ୟନ୍ତ ଉପଯୁକ୍ତ ନମୁନାରେ ପରିଣତ କରିଛିସେମାନଙ୍କୁ ନେଇ ଲାବରଟରିରେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି ଯେଭାସୋପ୍ରେସିନ୍ ନାମକ ହର୍ମୋନ୍ଗ୍ରହଣ କରିବା ପାଇଁ ପ୍ରେରି ଭୋଲ୍ ମସ୍ତିଷ୍କରେ ଅଧିକ ˚ଖ୍ୟକ ଗ୍ରହଣକାରୀ କୋଷ ବା ରିସେପ୍ଟରମାନ ଥାଏ। ‘ପ୍ରେରି ଭୋଲ୍ ଦମ୍ପତି ଯେତେବେଳେ ˚ଗମରେ ବ୍ୟାପୃତ ହୁଅନ୍ତି ସେମାନଙ୍କର ଶରୀର ଅଧିକଭାସୋପ୍ରେସିନ୍ କ୍ଷରଣ କରେ, ଯାହାକୁ ମସ୍ତିଷ୍କରରିସେପ୍ଟରମାନେ ଗ୍ରହଣ କରି ସେମାନଙ୍କ ଠାରେ ଏକ ଆନନ୍ଦମୟ ଅନୁଭୂତିର ବନ୍ୟା ସୃଷ୍ଟି କରିଦିଅନ୍ତିଏହି ଆନନ୍ଦ ଅନୁଭୂତି ସେମାନଙ୍କର ଦାମ୍ପତ୍ୟ ˚ପର୍କକୁ ସର୍ବଦା ମଜଭୁତ ଅତୁଟ କରି ରଖିଥାଏ। ‘ମଣ୍ଟେନ୍ଭୋଲ୍ମାନଙ୍କର ମସ୍ତିଷ୍କରେ କିନ୍ତୁ ବହୁ କମ୍˚ଖ୍ୟକ ଭାସୋପ୍ରେସିନ୍ରିସେପ୍ଟର ଥିବା ଦେଖାଯାଏସେମାନଙ୍କ ମଧୢରେ ଯୌନ ସଙ୍ଗମ ତେଣୁ ସେମାନଙ୍କ ମସ୍ତିଷ୍କରେ ଅନୁରୂପ ଆନନ୍ଦ ଲହରୀ ସୃଷ୍ଟି କରି ନଥାଏସେମାନେ ତେଣୁ ଆନନ୍ଦ ସନ୍ଧାନରେ ବାରମ୍ବାର ପାର୍ଟନରବଦଳାଇ ଚାଲିଥାନ୍ତି

ହର୍ମୋନ୍ରିସେପ୍ଟରମାନଙ୍କର ସ୍ଥାନ ଏବ˚ ସମ୍ବେଦନଶୀଳତାକୁ ନିୟନ୍ତ୍ରଣ କରିଥାଏ ଜିନ୍‌। ୧୯୯୯ରେ ଜଣେ ଗବେଷକ ଏକପ୍ରେରି ଭୋଲ୍ଠାରୁ ଭାସୋପ୍ରେସିନ୍ରିସେପ୍ଟରଜିନ୍ନେଇ ଏକ ଭାଇରସ୍ମାଧୢମରେ ତାହାକୁ ପରକୀୟାପ୍ରବଣମଣ୍ଟେନ୍ଭୋଲ୍ ଜିନୋମ୍ରେ ସ୍ଥାପନ କରି ଦେଲେଦେଖାଗଲା ସେଇ ଜିନ୍ପରିବର୍ତ୍ତିତ ଯୌନ-ଅବିଶ୍ବସ୍ତ ମଣ୍ଟେନ୍ଭୋଲ୍ତାର ସେ ଆଚରଣ ପରିତ୍ୟାଗ କରି ଏକ ˚ପୂର୍ଣ୍ଣ ବିଶ୍ବସ୍ତ ପାର୍ଟନରରେ ପରିଣତ ହୋଇଗଲା- ତା ସମ୍ପର୍କୀୟ ପ୍ରେରି ଭୋଲ୍ଭଳିଉଲ୍ଲେଖଯୋଗ୍ୟ ଯେଭାସୋପ୍ରେସିନ୍ ଏପରି ପ୍ରଭାବ ସୃଷ୍ଟି କରୁଥିବା ଏକମାତ୍ର ହର୍ମୋନ୍ନୁହେଁ। ‘ଅକ୍ସିଟୋସିନ୍ ହେଉଛି ଏଇଭଳି ଆଉ ଏକ ହର୍ମୋନ୍‌। ଯେଉଁ ମାଈ ଭୋଲ୍ଙ୍କ ଠାରେ ଅଧିକ ˚ଖ୍ୟକ ଅକ୍ସିଟୋସିନ୍ରିସେପ୍ଟରମାନ ଥାଏ ସେମାନେ ସାରା ଜୀବନ ପାଇଁ ବିଶ୍ବସ୍ତ ରହିବାର ସମ୍ଭାବନା ଅଧିକ ହୋଇଥାଏତାହେଲେ ସମାଜରେ କେତେକ ପୁରୁଷ ନାରୀ ପ୍ରେରି ଭୋଲ୍ ମସ୍ତିଷ୍କ ନେଇ ବିଚରଣ କରୁଛନ୍ତି ଯେଉଁମାନେ ପରକୀୟା ବିମୁଖ ଏବ˚ ଆଉ କେତେକମଣ୍ଟେନ୍ଭୋଲ୍ ମସ୍ତିଷ୍କ ନେଇ ବୁଲୁଛନ୍ତି ଯେଉଁମାନେ ପରକୀୟାପ୍ରବଣ? ମନେ ହେଉଛି ଅଦାଲତ ନିର୍ଦ୍ଦେଶିତ ପ୍ୟାନେଲ୍ପରକୀୟା ପ୍ରୀତିର କାରଣ ଖୋଜିବା ବେଳେ ସିନେମା ବା ଟିଭିକୁ ଅତିକ୍ରମ କରି ମନୁଷ୍ୟମାନଙ୍କ ମଧୢରେ ଥିବା ଏହି ଦୁଇ ଜାତିର ଭୋଲ୍ମାନଙ୍କୁ ମଧୢ ଚିହ୍ନଟ କରିବାକୁ ପଡ଼ିବ





No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...