Tuesday 19 March 2019

ଶୈତାନ କୁଳବଧୁ ସଙ୍ଗୀତା





ଆଶ୍ଚର୍ଯ୍ୟ ସେତେବେଳେ ଲାଗେ ଯେତେବେଳେ ମଣିଷ ତା' କ୍ଷଣିକ ଖୁସି ସକାଶେ ଆଉ ଗୋଟିଏ ମଣିଷର ହତ୍ୟା କରିବାକୁ କୁଣ୍ଠାବୋ କରେ ନାହିଁ ସେମିତି ସଙ୍ଗୀତା ତା' ପ୍ରେମୀକ ବିଜୟ ସହିତ ମିଶି ତାପାପପ୍ରଣୟର ପ୍ରତ୍ୟକ୍ଷଦର୍ଶୀ ଶ୍ଵଶୁରକୁ ଚିରନିଦ୍ରାରେ ଶୁଆଇ ଦେଲା ଦେହ ଅର୍ଥ ଲାଳସା ସଙ୍ଗୀତାକୁ ଏମିତି କିମିଆ କରିଥ୍ଲା ଯେ ଅପରାଧ କରିବା ପୂର୍ବରୁ ସେ ଟିକେ ବି ଭାବି ଥଲା

୨୦୧୮; ସେପ୍ଟେମ୍ବର ୧୮ ତାରିଖ, ଯେମିତି ରାତି ବଢ଼ି ବଢ଼ି ଆସୁଥାଏ ସେମିତି କାମତାଙ୍କ ମନରେ ଚିନ୍ତା ମାଡ଼ି ବସୁଥାଏ ଗାରେ ଗଣେଶ ପୂଜା କାର୍ଯ୍ୟକ୍ରମ ଚାଲିଥାଏ କାମତାଙ୍କ ବାପା ବିଶ୍ରାମ ସିଂହ ପୂଜାରେ ସାମିଲ ହେବା ପାଇଁ ଯାଇଥିଲେ ସନ୍ଧ୍ୟା ବେଳେ ସେ ଘରକୁ ଫେରି ଆସିଯିବା କଥା କିନ୍ଗୁ ବିଶ୍ରାମ ବାବୁଙ୍କ ଫେରିବାରେ ଡେରି ହେବା ଦେଖୁ କାମତାଙ୍କ ମନରେ ଅନେକ କଥା ଆସୁଥିଲା ସମୟ ପ୍ରାୟ ୫ଟା ହୋଇଯାଇଥିଲା ଯେତେବେଳେ ବିଶ୍ରାମ ସିଂହ ଘରକୁ ଫେରିଲେ ନାହିଁ ପୁଅ କାମତା ସାଙ୍ଗ ବିଜୟକୁ ସାଥିରେ ଧରି ମହାରାଜାପୁର ଥାନାରେ ପହଞ୍ଚିଗଲେ ଥାନାରେ ପୋଲିସ ଅଧିକାରୀ  ରବିଶଙ୍କର ତ୍ରିପାଠୀ ୬୨ ବର୍ଷୀୟ ବିଶ୍ରାମ ସିଂହଙ୍କ ନିଖୋଜ ଘଟଣାରେ ଏକ ଏଫ୍ଆଇଆର୍ଲେଖୁ କେସ୍ ଦାୟିତ୍ଵ ଏସ୍ଆଇ ଧର୍ମପାଲ ସିଂହଙ୍କୁ ହସ୍ତାନ୍ତର କରିଦେଲେ ସଙ୍ଗେ ସଙ୍ଗେ ଏସ୍ଆଇ ଧର୍ମପାଲ ବିଶ୍ରାମ ସିଂହଙ୍କ କେସ୍ ତଦନ୍ତ ପାଇଁ ଗା ରୁମାରେ ପହଞ୍ଚିଗଲେ
ପୁଅ - ବୋହୁଙ୍କୁ ପଚରାଉଚରା କରିବା ସହିତ ଗା ଲୋକଙ୍କୁ ମଧ୍ଯ ବିଶ୍ରାମ ସିଂହଙ୍କ ବାବଦରେ ପଚାରି ବୂଝିଥିଲେ ଥାନା ଅଧୁକାରୀ ପ୍ରାଥମିକ ତଦନ୍ତରୁ ଜଣାଗଲା ଯେ ବିଶ୍ରାମ ସିଂହ ଜଣେ ସାଧାରଣ ଲୋକ ଗାରେ କାହାରି ସହିତ ତାଙ୍କର ମତଭେଦ ହୋଇ ନଥିବା ବେଳେ ସଭିଙ୍କ ସହ ମିଳିମିଶି ରୁହନ୍ତି ବିଶ୍ରାମ ସିଂହ କିନ୍ତୁ ତାଙ୍କର ଗୋଟିଏ ଖରାପ ଅଭ୍ୟାସ ଥିଲା ଯିଏ ଯେତେବେଳେ ମଦ ପିଇବା ପାଇଁ କୁହେ ସେ ମଦ ପିଇବାକୁ କେବେ ମନା କରନ୍ତି ନାହିଁନିଖୋଜ ଦିନ ଗୀ ଲୋକେ ପୂଜା ଅନୁଷ୍ପାନରେ ତାଙ୍କୁ ଦେଖୁଥିବା କଥା କହିବା ସହ ସେ କୁଆଡ଼େ ସେଦିନ ମଦ ନିଶାରେ ଚୁର୍ହୋଇ ନାଚୁଥିଲେ ବୋଲି ପୂଜା ମଣ୍ଡପରେ ଉପସ୍ଥିତ ଲୋକେ ଥାନା ଅଧୁକାରୀଙ୍କୁ କହିଥିଲେ

ବିଶ୍ରାମ ସିଂହ କାନପୁର ସ୍ଥିତ ରୁମା ଗାର ବାସିନ୍ଦାବିଶ୍ରାମ ସିଂହ କାନପୁର ଇଲେକ୍ତି, ସିଟି କମ୍ପାନୀରେ ଚାକିରି କରିଥିଲେଚାକିରିରୁ ଯାହା ଦରମା ମିଳେ ବିଶ୍ରାମଙ୍କ ପରିବାର ଚଳିଯାଏବିଶ୍ରାମଙ୍କ ପରିବାରରେ ଥାନ୍ତି ପୁଅ କମତା, ବୋହୂ ସଙ୍ଗୀତା ବିଶ୍ରାମ ସିଂହ

ବିଶ୍ରାମ ସିଂହଙ୍କ ନିଖୋଜ ହେବାର ବିତିଯାଇଥିଲା ୪ଦିନ ତଥାପି ବିଶ୍ରାମ ବାବୁଙ୍କ ଟେର୍ପାଇପାରୁ ଥିଲା ପୋଲିସସେପ୍ଟେମ୍ବର ୨୨ ତାରିଖ ସକାଳପୂର୍ବଦିଗରୁ ହାଲୁକା ପବନ ବହୁଥାଏପବନ ସାଙ୍ଗକୁ ଆସୁଥାଏ ଅତି ଉତ୍କଟ ଗନ୍ଧଗ୍ରାମବାସୀ ଭାବିଲେ ବୋଧହୁଏ କେଉଁଠାରେ କୁକୁରଟିଏ ମରିଯାଇଛି ଯାହାର ଗନ୍ଧ ପବନରେ ଭାସି ଆସୁଛିଗ୍ରାମବାସୀ ଲକ୍ଷ୍ୟ କଲେ ଗନ୍ଧ ଗାର ପୂର୍ବପଟେ ଥିବା ରାମ ଭରୋସେଙ୍କ କୂଅରୁ ଆସୁଛିକିଛି ଲୋକ କୂଅ ନିକଟକୁ ଯାଇ ଦେଖନ୍ତି କୂଅ ଭିତରେ ପଡ଼ିରହିଛି ଏକ ଶବ ଯାହା ଗୀକୁ ଗନ୍ଧମୟ କରି ଦେଉଛି

ଗାଲୋକଙ୍କ ସହ କମତା ମଧ୍ଯ ସେ କୂଅ ପାଖକୁ ଗଲାସେଠାରେ ଶବ ଦେଖ୍କମତା ଏକଦମ୍ରେ ଡରିଗଲା ଶବଟି ଅଧମୁହାଁ ହୋଇ ପଡ଼ିଥିବାରୁ ଶବ ଚିହ୍ନବାରେ ଅସୁବିଧା ହେଉଥିଲାକମତାଙ୍କ ପାଖରେ ଥାନାଧୂକାରୀ ଧର୍ମପାଲଙ୍କ ଫୋନ୍ନମ୍ବର ଥିଲା ସେ ସଙ୍ଗେ ସଙ୍ଗେ ତାଙ୍କୁ ଫୋନ୍କଲାଡେରି କରି ଥାନାଧୂକାରୀ ପହଞ୍ଚିଗଲେ ଘଟଣା ସ୍ଥଳରେଦୁର୍ଗନ୍ଧ ପାଇଁ କେହି ରାଜି ହେଲେ ନାହିଁ କୂଅ ଭିତରକୁ ଯାଇ ଶବ ଉଦ୍ଧାର କରିବାକୁବହୁ ବୁଝାବୁଝି କଲାପରେ ୨ଟି ଜମାଦାର ଶବ ଉଦ୍ଧାର ପାଇଁ ରାଜି ହୋଇଗଲେଶବ ବାହାରକୁଆସିବା ପରେ ଜଣାପଡ଼ିଲା ଏ ଶବ ହେଉଛି ନିଖୋଜ ବିଶ୍ରାମ ସିଂହଙ୍କର ।
            ଘଟଣାସ୍ଥଳରେ ପୁଅ -ବୋହୂ ଆଉଁ ଚିତ୍କାର କରି କାନ୍ଦିବାକୁ ଲାଗିଲେ । ପୁଅ କମତା ବାପାଙ୍କ ଏପରି ମୃତ୍ୟୁରେ ଭୂମିରେ ଲୋଟି ପଡ଼ି କାନ୍ଦୁଥିବା ବେଳେ ବୋହୂ ଖାଲି କାନ୍ଦିବାର ବାହାନା କରୁଥିଲା ତା' ଆଖିରୁ ବିନ୍ଦୁଟିଏ ମଧ୍ଯ ଲୁହ ବାହାରୁ ନ ଥିଲା । ମିଳିଥିବା ଶବ ବିଷୟରେ ଏସ୍‌ଆଇ ଚନ୍ଦ୍ରପାଲ ଏସ୍‌ପି ପ୍ରଦ୍ଯୁମ୍ନ ସିଂହଙ୍କୁ ସୂଚନା ଦେଲେ । ପୋଲିସ ମନରେ ଦୁଇଟି କଥା ଆସୁଥିଲା ବିଶ୍ରାମ ସିଂହଙ୍କ ଶବକୁ ଦେଖୁ । ପୋଲିସ ଭାବୁଥିଲେ ବିଶ୍ରାମ ବାବୁଙ୍କୁ କେହି ହତ୍ୟା କରି ଏଠାରେ ପକାଇ ଦେଇଛି ନଚେତ୍‌ ମଦ ନିଶାରେ ତାଙ୍କ ପାଦ କୂଅରେ ପଡ଼ିଯାଇଛି ଓ ତାଙ୍କ ଜୀବନ ଚାଲିଯାଇଛି । ଏସ୍‌ଆଇ ଉଚ୍ଚାଧୂକାରୀଙ୍କୁ ଶବ ଉଦ୍ଧାର ସୂଚନା ଦେଇ ଶବ ବ୍ୟବଚ୍ଛେଦ ପାଇଁ ଲାଜପତ ରାୟ ଡାକ୍ତରଖାନାକୁ ପଠାଇ ଦେଲେ । ବିଶ୍ରାମ ସିଂହଙ୍କ ମୃତ୍ୟୁ ତଣ୍ଟିଚିପା ଯାଇ କରାଯାଇଛି ବୋଲି ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଲା ।

ବିଶ୍ରାମ ସିଂହଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ପୋଲିସ ସକ୍ରିୟ ହେବାକୁ ଲାଗିଲା । ଥାନାଧୂକାରୀ ବିଶ୍ରାମ ସିଂହଙ୍କ ଘରକୁ ଯାଇ ଅଧୁକ ସୂଚନା ଯୋଗାଡ଼ କରିବାରେ ଲାଗି ପଡ଼ିଲେ । ଅଧୁକ ପଚରା ଉଚରା।ରୁୂ ପୋଲିସ ଆଗକୁ ଆସିଲା ଆଉ ଗୋଟିଏ ନୂଆ ଚେହେରା । ସେ ନୂଆ ଚେହେରାଟି ଥିଲା ବିଜୟ କୋରୀ ।
    ବିଜୟ ଥିଲା ରୁମା ଗାର ଅଧୁବାସୀ ଯେ ଥିଲା କମତାର ବାଲ୍ୟକାଳ ବନ୍ଧୁ । ବିଜୟ ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ଯ ତା' ମୁଣ୍ଡରେ ନେତା ବନିବାର ଭୂତ ସବାର ଥିଲା । ଯାହା ଫଳରେ ସେ ବହୁଜନ ସମାଜବାଦୀ ପାର୍ଟିର ଜଣେ ସକ୍ରିୟ କର୍ମକର୍ତାଭାବେ ରୁମା ଗାରେ ଉଭା ହାଇଥିଲା । କମତାର ଘରକୁ ସବୁବେଳେ ବିଜୟର ଯା'ଆସ ଲାଗି ରହୁଥିଲା । ଏ କଥା ଶୁଣି ଚନ୍ଦ୍ରପାଲଙ୍କ ମନରେ ବିଜୟକୁ ନେଇ ସନ୍ଦେହ ବଢ଼ିବାକୁ ଲାଗିଲା । ଥାନାଧ୍କାରୀ ବିଜୟକୁ ଜେରା କରିବାକୁ ଥାନାକୁ ଡକାଇ ପଠେଇଲେ । ବିଜୟ ଥାନାରେ ପହଞ୍ଚି ସ୍ଵୀକାର କଲା ଯେ ସେ ସବୁବେଳେ ପ୍ରାୟ ସମୟ କାମତାର ଘରକୁ ଯାଏ ବୋଲି । କିନ୍ଧୁ ଥାନାଧୂକାରୀ ଯେତେବେଳେ ତାକୁ ବିଶ୍ରାମ ସିଂହଙ୍କ ହତ୍ୟା କଥା ପଚାରିଲେ ସେ କହିଲା- ବିଶ୍ରାମ ଦାଦା ଜଣେ ବହୁତ ଭଲ ମଣିଷ, ସେ ମୋତେ ତାଙ୍କ ସାନ ପୁଅ ଭଳି ଭାବୁଥିଲେ, ତାଙ୍କ ମୃତ୍ୟୁରେ ମୁଁ ଦୁଃଖ୍ୁତ। ବିଜୟର ଏଭଳି ଭାବପ୍ରବଣ ଉପରେ ପୋଲିସ ବିଶ୍ବାସ କରି ତାକୁ ଏନେଇ ଆଉ କୌଣସି ପ୍ରଶ୍ନ ନ ପଚାରି ଘରକୁ ଯିବାର ଅନୁମତି ଦେଇଦେଲେ ।
              ବିଜୟ ଘରକୃ ଫେରଗୋଟିଏ କଥା ଚିନ୍ତା କଲା ଯେ ସେ ଆଜି ସିନା ମିଛ କହି ପୋଲିସ ଆଖୁରେ ଧୂଳି ଦେଇଦେଲା କିନ୍ତୁ ଆଗାମୀ ଦିନରେ ପୋଲିସ ଯଦି ଜାଣିବାକୁ ପାଏ ଯେ ମୁଁ ହିଁ ବିଶ୍ରାମ ସିଂହଙ୍କୁ ହତ୍ୟା କରିଛି ବୋଲି ତେବେ ମୋତେ କେହି ବଞ୍ଚେଇ ପାରିବେନି । ଦଣ୍ଡରୁ ରକ୍ଷା ପାଇବା । ପାଇଁ ବିଜୟ ଗୀ ଛାଡି କୌଣସି ଆଡ଼େ ଚାଲିଗଲା । ପୋଲିସ ଏସ୍‌ଆଇ ଚନ୍ଦ୍ରପାଳ କିନ୍ତୁ ଗାରେ ଜଣେ ସାଦା ପୋଷାକଧାରୀ ପୋଲିସଙ୍କୁ ମୁତୟନ କରିଥଲେ । : ସେପଟେ ଗା ଛାଡ଼ିଯାଇଥିବା ବିଜୟ ବିଷୟରେ ପୋଲିସ ପାଖରେ ଖବର ପହଞ୍ଚୁ ଯାଇଥିଲା । ସେଠାରେ ମୁତୟନ ପୋଲିସ । ଗାଁ ଲୋକଙ୍କ ସହ କଥାଭାଷା କରି ବିଶ୍ରାମ ସିଂହ ଓ ତାଙ୍କ ପରିବାର ବିଷୟରେ ଅଧୁକ ତଥ୍ୟ ସଂଗ୍ରହ କରିବାରେ ଲାଗିପଡ଼ିଥ୍‌ଲେ । ଏହି ସମୟରେ ପୋଲିସ କାନରେ ପଡ଼ିଲା ଗୋଟିଏ ଗୁପ୍ତ କଥା ।, ଗ୍ରାମବାସୀଙ୍କ କହିବା ଅନୁସାରେ କମତାଙ୍କ ପନ୍ନୀ ସଙ୍ଗୀତା ଓ ବିଜୟ . ମଧ୍ଯରେ ଥିଲା ଅନୈତିକ ସମ୍ପର୍କ । ଏକଥା ଶୁଣିବା ପରେ ପୋଲିସର  ସନ୍ଦେହଘେରକୁ ଆସିଥିଲେ ବିଜୟ ଓ ସଙ୍ଗୀତା । ¦
          ପୋଲିସ ବିଜୟକୁ ଧରିବା ପାଇଁ ପ୍ରତ୍ୟେକ ଜାଗା ଘୁରି ବୁଲିଲା କିନ୍ଧୁ ବିଜୟକୁ ପାଇବାରେ ପୋଲିସ ଫେଲ୍‌ ମାରିଲା । ପୋଲିସର ପ୍ରତିଟି କାର୍ଯ୍ୟକୁ ସଙ୍ଗୀତା ବିଜୟକୁ ଜଣାଇ ଦେଉଥିଲା । ବିଜୟ ଯେତେବେଳେ ଜାଣିଲା ତାକୁ ପୋଲସ ଖୋଜିବାରେ ଲାଗିପଡ଼ିଛି ତା' ପରେ ସେ ବିଚଳିତ ହୋଇ ଅକ୍କୋବର ୫ ତାରିଖରେ ଟ୍ରେନ୍‌ ଲାଇନ୍‌ରେ ଶୋଇ ଆତ୍ମହତ୍ୟା କଲା । ବିଜୟ ମୃତ୍ୟୁ ପରେ ପୋଲିସର ସନ୍ଦେହ ଘେରରେ ଥିବା ସଙ୍ଗୀତା ଫେରାର୍‌ ବା ଆତ୍ମହତ୍ୟା ପରି କିଛି ପଦକ୍ଷେପ ନେଇଯିବ ସେଥ୍‌ ପାଇଁ ଏସ୍‌ଆଇ ଚନ୍ଦ୍ରପାଲ ତାଙ୍କ ସହ ମହିଳା ଥାନା ଅଧୂକାରୀ ସୋନୀଙ୍କୁ ନେଇ ବିଶ୍ରାମ ବାବୁଙ୍କ ଘରେ ପହଞ୍ଚୁଲେ । ଘରକୁ ପୋଲିସ ଆସିବାର ଦେଖ୍‌ ସଙ୍ଗୀତା ନିର୍ଭୀକ ଭାବେ କହିଲା - 'ସାର୍‌, ଶ୍ବଶୁରଙ୍କ ହତ୍ୟାକାରୀର ସନ୍ଧାନ ପାଇଲେ ?଼' ଉତ୍ତରରେ ଚନ୍ଦ୍ରପାଲ ବାବୁ କହିଲେ - ' ହଁ, ତୁମ ଶ୍ବଶୁରଙ୍କ ହତ୍ୟାକାରୀକୁ ଆମେ ଖୁବ୍‌ଶୀଘ୍ର ଧରିବୁ, ବର୍ତମାନ ତୁମେ ଖାଲି ଆମ ସହ ଥାନାକୁ ଆସ ।' ମହିଳା ଥାନା ଅଧୁକାରୀ ସୋନୀଙ୍କ ସହାୟତାରେ ସଙ୍ଗୀତାକୁ ଥାନାକୁ ଅଣାଗଲା । ସଙ୍ଗୀତା ଥାନାରେ ପହଞ୍ଚିବା ମାତ୍ରକେ ଏସ୍‌ ଆଇ ଚନ୍ଦ୍ରପାଲ ରୁକ୍ଷଗଳାରେ ତାର ଜେରା ଆରମ୍ଭ କଲେ । ପ୍ରଥମେ ତ ସେ କିଛି ଜାଣିନାହିଁ ବୋଲି କହିଲା କିନ୍ତୁ ପରେ ସେ ତା ଶ୍ବଶୁରଙ୍କୁ ହତ୍ୟା କରିଥିବା ମାନିଗଲା । ସେ ମଧ୍ଯ ବିଜୟ ସହ ଅନୈତିକ ସମ୍ପର୍କ ରଖୁଥିବା ପୋଲିସ ଆଗରେ ପ୍ରକାଶ କଲା ।

          ଯେହେତୁ ବିଜୟ ସମାଜବାଦୀ ପାର୍ଟିର ଜଣେ କର୍ମକର୍ତା ଥିଲା ସେଥିପାଇଁ ପାଟି ପକ୍ଷରୁ ତାକୁ ସରସୋଲ ଇଲାକାରୁ କାଉନସିଲର ଟିକେଟ ମିଳିଗଲା । ଟିକେଟ ପାଇବା ପରେ ବିଜୟ ତା'ର ପ୍ରଚାରରେ ଲାଗିପଡ଼ିଲା । ଭୋଟ ପ୍ରଚାର ସମୟରେ ବିଜୟ କାମତା ଘରକୁ ବାରମ୍ବାର ଯାଉଥାଏ । ପିଲାବେଳର ସାଙ୍ଗ ବିଜୟ ପାଇଁ ଭୋଟ ପ୍ରଚାରରେ କାମତା ସାମିଲ ହୋଇଗଲା । କାମତାର ପନ୍ନୀ ସଙ୍ଗୀତାକୁ ଦେଖୁ ବିଜୟ ପାଗଳ ହୋଇଗଲା । ପହିଲି ଦେଖାରୁ ବିଜୟ ସଙ୍ଗୀତାର ଦିୱାନା ସାଜି ଯାଇଥିଲା । ନିର୍ବାଚନରେ ବିଜୟ ହାରିଯାଇଥିଲେ ବି ସଙ୍ଗୀତାର ହୃଦୟ ଜିତି ଯାଇଥିଲା ।
            ଉତ୍ତର ପ୍ରଦେଶ କନୌଜ ଜିଲ୍ଲାର ଗବଡହା ଗ୍ରାମର ଦୀପନାରାୟଣଙ୍କ ସାନ ଝିଅ ଥିଲା ସଙ୍ଗୀତା । ଅନ୍ୟ ଭାଇ ଭଉଣୀଙ୍କ ଭିତରୁ ସଙ୍ଗୀତା ଥିଲା ଚାଲାକ ଓ ହୁସିଆର । ସଙ୍ଗୀତା ବଡ ହେବା ପରେ ଦୀପନାରାୟଣ ତା' ବାହାଘର କାମତା ସହ କରିଦେଲେ । କାମତା ବିଲକାମ କରି ପରିବାର ଚଳାଉଥିଲା । ସଙ୍ଗୀତା ପରି ସୁନ୍ଦର ପନ୍ଜୀ ପାଇଁ ସେ ପୁରା ଖୁସି ଥିଲା । ବିବାହର କିଛି ଦିନ ପରେ ସଙ୍ଗୀତା ଯାହା ଚାହୁଁଥିଲା କାମତା ତାକୁ ପୂରା କରିବାରେ ଅସଫଳ ହେଉଥିଲା ଯାହା ଫଳରେ ଦୁଁହଁଙ୍କ ଭିତରେ ସବୁବେଳେ କଳିଗୋଳ ଲାଗୁଥିଲା ।
            ଏଇ ଭିତରେ ବିଜୟର ଘରକୁ ବାରମ୍ବାର ଆସିବା ଦ୍ବାରା ସଙ୍ଗୀତା ବିଜୟ ଆଡ଼କୁ ଢଳିଗଲା । ବିଜୟ କେବେ ବି ଖାଲି ହାତରେ କାମତାଙ୍କ ଘରକ ଆସୁ ନ ଥିଲା । ବିଜୟ କେବେ ଚିକେନ୍‌ ତ ଆଉ କେବେ ସଙ୍ଗୀତା ପାଇଁ ଉପହାର ଆଣି ତା' ନିକଟକୁ ଯାଉଥିଲା । ସଙ୍ଗୀତା କାମତାଠାରୁ ଯାହା ପାଇବାର ଆଶା ରଖୁଥିଲା ତାକୁ ବିଜୟ ପୁରା କରୁଥିଲା । ଏମିତି ଦିନେ ବିଜୟ କାମତା ଘରକୁ ଯାଇଥିବା ବେଳେ ଘରେ କେହି ନଥିଲେ । ସଙ୍ଗୀତାକୁ ସେ ଏକୁଟିଆ ପାଇ ଜୋରରେ ତା' ବାହୁରେ ଜାବୁଡି ଧରିଲା । ସଙ୍ଗୀତା ଏହାର ବିରୋଧ ନ କରି ବିଜୟ ପରି ସେ ମଧ୍ଯ ତାକୁ ଜୋରରେ ଜାବୁଡି ଧରିଲା । ଆଉ ସେ ଦିନ ସେ ଲଙ୍ଘିଗଲେ ସେମାନଙ୍କ ସବୁ ସୀମା । କିଛି ସମୟ ପରେ ନିଜ ଦେହର। ଭୋକକୁ ମେଣ୍ଟାଇ ବିଜୟ ଫେରି ଆସିଲା ତା' ଘରକୁ |ଏମିତି ଦୁହେ ଏକାନ୍ତରେ ପ୍ରତିଦିନ ମିଳାମିଶା କରିବାକୁ, ଲାଗିଲେ । କିଛି ଦିନ ପରେ କୌଣସି ଏକ ପଡୋଶୀଠାରୁ କାମତା ଶୁଣିବାକୁ ପାଇଲା ସଙ୍ଗୀତା ଓ ବିଜୟର କଳାକାରନାମା ବିଷୟରେ । କାମତା ସଙ୍ଗେ ସଙ୍ଗେ ଏ ନେଇସଙ୍ଗୀତାକୁ ପଚାରିଲା । ସଙ୍ଗୀତା ଦୃଢ଼ଭାବେ କହିଲା ¬ “ସେ,ତୁମ ସାଙ୍ଗ, ତୁମେ ଯଦି ସେମିତି କିଛି ଭାବୁଚ ତେବେ ତାକୁ ଘରକୁ ଆସିବାକୁ ମନା କରିଦିଅ... ସେମିତିରେ ପଡୋଶୀ ତ ଆମକୁ ଦେଖ୍‌ ସହି ପାରୁନାହାନ୍ତି ।
     ସଙ୍ଗୀତାର କଥାଶୁଣି କାମତା ବିଜୟକୁ ତା ଅନୁପସ୍ଥିତିରେ ଘରକୁ ଆସିବାକୁ ବାରଣ କଲା । ବିଜୟ କିନ୍ତୁ କାମତା କଥାର ଭ୍ରୁକ୍ଷେପ ନ କରି ପ୍ରତିଦିନ ସଙ୍ଗୀତା ସହ ମିଳାମିଶା କଲା । ଦିନେ ଦୁହେଁ ଅସଞ୍ଜତ ଅବସ୍ଥାରେ ଥବାବେଳେ ବିଶ୍ରାମ ସିଂହ ସେମାନଙ୍କୁ ଦେଖୁଦେଲେ । ଏହାପରେ ସଙ୍ଗୀତାକୁ ସେ ଅନେକ କଥା ଶୁଣାଇଲେ । କାମତା ଘରକୁ ଫେରିବା ପରେ ବିଶ୍ରାମ ସିଂହ ତାକୁ ସବୁ କଥା କହିଲେ । ଏହା ପରଠାରୁ କାମତା ଘରକୁ ବିଜୟର ଯିବା ବନ୍ଦ ହୋଇଗଲା । ସେପଟେ ବିଶ୍ରାମ ସିଂହ ବୋହୂ ସଙ୍ଗୀତା ଉପରେ କଡା ନଜର ରଖୁଥିଲେ ।
          ବିଶ୍ରାମ ସିଂହଙ୍କୁ ଏମାନଙ୍କ ପାପପ୍ରଣୟର ରାମ୍ତାରୁ ସବୁଦିନ ପାଇଁ ସଫା କରିବା ନେଇ ବିଜୟ ଓ ସଙ୍ଗୀତା ଷଡ଼ଯନ୍ତ୍ର ରଚିଲେ । ଗଣେଶ ପୂଜା ଦିନ ବିଶ୍ରାମ ସିଂହ ମଦ ପିଇ ମାତାଲ ଥିବାବେଳେ ବିଜୟ ବିଶ୍ରାମଙ୍କୁ ଆହୁରି ମଦ ପିଇବା ପାଇଁ ଦେଇଥିଲା । ମଦଲୋଭି ବିଶ୍ରାମ ସିଂହ ବିଜୟର କଥାରେ ମଦ ପିଇଥିଲେ । ଏହାପରେ ମାତାଲ ହୋଇ ଯେତେବେଳେ ସେ ମଣ୍ଡପ ଆଗରେ ନାଚିବାକୁ ଲାଗିଲେ ସେଠାରେ ଉପସ୍ଥିତ ଅନ୍ୟ ଲୋକେ ତାଙ୍କୁ ଘରକୁ ଯିବାର ପରାମର୍ଶ ଦେଲେ । ବିଜୟ ଏ ମୌକାରେ ବିଶ୍ରାମ ବାବୁଙ୍କୁ ସାଙ୍ଗରେ ନେଇ ଘରେ ଛାଡିଦେବାର କଥା କହିଲା ଓ ବିଶ୍ରାମ ବାବୁ ତା ସହ ଚାଲିଗଲେ । କିନ୍ତୁ ଘରକୁ ନ ନେଇ ବିଜୟ ତାଙ୍କୁ ରାମ ଭରୋସେଙ୍କ କୂଅ ଆଡ଼କୁ ନେଇ ଯାଇଥିଲା । ପୂବ ପ୍ରସ୍ତୁତି ପ୍ଲାନ୍‌ ମୁତାବକ ସଙ୍ଗୀତା ସେ କୂଅ ନିକଟରେ ଉଭା ହୋଇଗଲା । ବିଶ୍ରାମ ବାବୁଙ୍କୁ ତଳେ ପକାଇ ତାଙ୍କ ବେକରେ ଥିବା ଗାମୁଛାରେ ତାଙ୍କ ଗଳାକୁ ଚାପି ଧରିଲା ବିଜୟ । ଛାଟିପିଟି ହେଉଥିବା ବିଶ୍ରାମ ସିଂହଙ୍କ ପାଦକୁ ଜୋର୍‌ରେ ଜାବୁଡି ଧରିଥିଲା ସଙ୍ଗୀତା । ବିଶ୍ରାମ ବାବୁଙ୍କ ମୃତ୍ୟୁ ପରେ ବିଜୟ ଓ ସଙ୍ଗୀତା ତାଙ୍କୁ ସେ ଶୁଖିଲା କୂଅରେ ପକାଇ ଦେଇଥିଲେ ।
   ଅପରାଧ ସ୍ଵୀକାର କରିବା ପରେ କୋର୍ଟରେ ଅପରାଧୀ ସଙ୍ଗୀତାକୁ ହାଜର କରାଇ ଜିଲ୍ଲା କାରାଗାରକୁ ପଠାଗଲା ଓ ବିଜୟର ମୃତ୍ୟୁ କାରଣରୁ ତା ଫାଇଲ୍‌କୁ କ୍ଲୋଜ୍‌ କରିଦିଆଗଲା ।


abpnews

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...