Monday 29 April 2019

ଭଲ କଲି ମାରିଦେଲି


         ଶୀର୍ଷକଟି କୌଣସି ପେସାଦାର ହତ୍ୟାକାରୀର ଦମ୍ଭୋଣ୍ତି ନୁହେଁ, ଏହା ହେଉଛି ଜଣେ ବ୍ୟଭିଚାରୀ ପନ୍ନୀ ପୀଡ଼ିତ ବ୍ୟଲ୍ତଙ୍କ ସ୍ଵୀକାରୋକ୍ତି । ଆଉ ଧୈର୍ଯ୍ୟ ବରଦାସ୍ତର ସୀମା ଲଂଘିଲେ ଜଣେ ସାଧାରଣ ମଣିଷ ଯେ କେତେ ହିଂସ୍ର ହୋଇପାରେ ତାହାର ଏକ ହ୍ଳଳନ୍ତ ନମୁନା । କୁହାଯାଏ ଦୁହିତା ଦୁଇ କୁଳକୁ ହିତା । ହେଳେ କୁଳବଧୂ ଯଦି ମର୍ଯ୍ୟାଦା ଭୁଲି କୁଳଟା ପାଲଟେ ତାହା ନିଶ୍ଚିତ ଦୁର୍ଗତିକୁ ଡାକିଆଣେ । ପରକୀୟା ପ୍ରୀତି ପାଇଁ ହରିଆଣାର ରୋହତକରେ ଘଟିଥିବା ଏକ ନାରକୀୟ ଘଟଣାକୁ ନେଇ ଆମର ଏ ବିଶେଷ ଉପସ୍ଥାପନା ।


    ନଭେମ୍ବର ୨୧ ତାରିଖରେ ହରିଆଣା ରୋହତକ୍‌ ଅଞ୍ଚଳର ମୋକଡୋଲି ଗୀ ନିକଟରୁ ଜଣେ ମହିଳାଙ୍କ କଟାଗୋଡ଼ ମିଳିବା ପୋଲିସକୁ ଚକିତ କରିଥିଲା । ଡିସେମ୍ବର ୪ ତାରିଖରେ ଦାଦ୍‌ରୀ ପୋଲିସକୁ ନାଳ ନିକଟ ଏକ ବୁଦା ମୂଳରୁ ଆଉ ଏକ କଟାଗୋଡ଼ ମିଳିବାରୁ ଘଟଣା ପଛର କାହାଣୀର ପର୍ଦ୍ଦାଫାସ୍‌ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟି ଯାଇଥିଲା ।
 ଏହି ସନ୍ଧାନରେ ପୋଲିସକୁ ଡିସେମ୍ବର ୧୧ ତାରିଖରେ ପୁରୁଣା ସୁଗାରମିଲ୍‌ ନିକଟରୁ ଶରୀରର କିଛି କଟାଅଂଶ ମିଳିବାରୁ ଏହା ଏକ ବୀଭସ୍ସ ହତ୍ଯାକ।ଣ୍ଡ ବେ।ଲି ପୋଲିସ ସ୍ଥିରନିଶ୍ଟତ ହୋଇଯାଇଥିଲା । ସ୍ଥାନୀୟ ଅଞ୍ଚଳର ନିଖୋଜ ମହିଳାଙ୍କ ପତ୍ତା ଲଗାଉ ଲଗାଉ ପୋଲିସ ଅତି ସହଜରେ ହତ୍ଯାକ।ରୀ ପାଖରେ ପହଞ୍ଚିଯାଇଥିଲା । ହେଲେ ଘଟଣାପଛର କାହାଣୀ ଜାଣିବା ପରେ ପୋଲିସର ଗୋଡ଼ତଳୁ ମାଟି ଖସିଯାଇଥିଲା । ହତ୍ୟାକାରୀର ସ୍ଵୀକାରୋକ୍ତି ଅନୁସାରେ ପୂରା କାହାଣୀଟି ହେଲା ହରିଆଣାର । ରୋହତକ ଅଞ୍ଚଳର ମକଡୋଲି ଗୀ ବାସିନ୍ଦା ରାଜକୁମାର ଶର୍ମା ୨୦୧୦ରେ ବିବାହ କରିଥିଲେ ପଞ୍ଜାବସ୍ଥିତ ଜଳନ୍ଧର ନିବାସୀ ଗୀତାଞ୍ଜାଳିଙ୍କୁ । ବିବାହର ଦୁଇ ବର୍ଷ ହସଖୁସିରେ ବିତିବା ପରେ ପାରିବାରିକ କଳହ ଯୋଗୁଁ ଗୀତାଞ୍ଜଳି ଓ ରାଜକୁମାର ଘରର ଦ୍ବିତୀୟ ମହଲାରେ ଭାଇ, ଭାଉଜ ଓ ମା 'ଙ୍କଠାରୁ ଅଲଗା ହୋଇ ରହୁଥିଲେ । ଇତିମଧ୍ଯରେ ଦୁହେଁ ୭ ବର୍ଷର କନ୍ୟା ଓ ୩ ବର୍ଷର ପୁତ୍ର ସନ୍ତାନର ଜନକ, ଜନନୀ ହୋଇସାରିଥିଲେ । ବିବାହର ୫ ବର୍ଷ ପରେ ଦୁହିଁଙ୍କ ମଧ୍ଯରେ କଳିତକରାଳ ଆରମ୍ଭ ହୋଇଯାଇଥିଲା । ପରସ୍ପର ମଧ୍ଯରେ ସଦାସର୍ବଦା ତିକ୍ତତା ଲାଗିରହିବାରୁ ଏହାର ସୁଯୋଗରେ ତୃତୀୟ ବ୍ୟକ୍ତିଙ୍କ ଅବାଧ ପ୍ରବେଶ ଘଟିଥିଲା । ଆଉ ଏହି ତୃତୀୟ ଜଣକ ଥିଲେ ଗୀତାଞ୍ଜଳିଙ୍କ ନଣନ୍ଦେଇ ତଥା ରାଜକୁମାରଙ୍କ ଭିଣୋଇ ରାକେଶ । ସମ୍ପର୍କୀୟ ହିସାବରେ ଘରକୁ ବାରମ୍ବାର ଆସିବା ଓ ଦୁହିଁଙ୍କୁ ବୁଝାସୁଝା କରୁ କରୁ ଗୀତାଞ୍ଜାଳିଙ୍କ ସହ ରାକେଶର ଅବାଧ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । କିଛିଦିନ ସମ୍ପର୍କ ଗୋପନ ରହିଥିଲେ ହେଁ ଧୀରେ ଧୀରେ ଏହା ରାଜକୁମାର ଜାଣିଯାଇଥିଲେ । ଲୋକଲଚ୍ଛାରୁ ଦୂରେଇ ରହିବାକୁ ଗୀତାଞ୍ଜଳିଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ସେ କୌଣସି କଥା ନଶୁଣି ପୂର୍ବବତ୍‌ ଗୁପ୍ତ ପ୍ରଣୟରେ ଲିପ୍ତ ରହିଥିଲା ।ପରେ କଳିଝଗଡ଼ା ଉଗ୍ରରୂପ ନେବାରୁ ଓ ରାଜକୁମାର ମାଡ଼ମାରି ଜବତ କରିବାକୁ ଚେଷ୍ଟା କରିବାରୁ ଗୀତାଞ୍ଜଳି ୨୦୧୭, ଜୁନ୍‌ ୧୭ ତାରିଖରେ ଦୁଇ ପିଲାଙ୍କୁ ଧରି ସବୁଦିନ ପାଇଁ ରାକେଶ ପାଖକୁ ଚାଲିଯାଇଥିଲା ।
                ସେଠାରେ କିଛିଦିନ ରହିବା ପରେ ନଭେମ୍ବର ୧୩ ତାରିଖରେ ଗୀତାଞ୍ଜଳି ଦୁଇ ପିଲାଙ୍କୁ ନିଜ ମା' ପାଖରେ ଛାଡ଼ିଦେଇ ଶୀତବର୍ଷନେବାପାଇଁ ଶାଶୁଘରକୁ ଆସିଥିଲା । ଗୀତାଞ୍ଜଳିକୁ ଦେଖୁବା ମାତ୍ରେ ଅପମାନ ନିଆଁରେ ଜଳୁଥିବା ରାଜକୁମାରର ରାଗ ପଞ୍ଚମକୁ ଚଢ଼ିଯାଇଥିଲା । ଆଉ କାଳବିଳମ୍ବ ନକରି ସେ ଧାଇଯାଇ ଗୀତାଞ୍ଜଳିର ଚ୍ଗୁଟିକୁ ଧରି ମୁହଁ ଓ ମୁଣ୍ଡକୁ କାନ୍ଥରେ ପିଟିଚାଲିଲା । କିଛିସମୟ ପରେ ରକ୍ତ ଜୁଡୁବୁଡୁ ଗୀତାଞ୍ଜଳିର ଶରୀର କାନ୍ଥର କଡ଼ରେ ଟଳିପଡ଼ିଥିଲା । ଆଉ ରାଜକୁମାରର ରାଗ ଶାନ୍ତ ପଡ଼ିବା ବେଳକୁ ସବୁକିଛି ଶେଷ ହୋଇସାରିଥିଲା । ପ୍ରତିଶୋଧର ଭୂତ ମୁଣ୍ଡରୁ ଓହ୍ଲାଇଯିବା ପରେ ରାଜକୁମାର ପାଗଳପ୍ରାୟ ହୋଇଉଠିଥିଲା । ଆଉ ନିଜକୁ ପୋଲିସଠାରୁ ବଞ୍ଚାଇବା ପାଇଁ ଉପାୟ ପାଞ୍ଚିଥିଲା । ଏହି ସମୟରେ ଭାଇଭାଉଜ ଚାକିରିକୁ ଯାଇଥିବା ବେଳେ ଛୋଟି ମା' ଉପର ମହଲାକୁ ଯିବାରେ ସକ୍ଷମ ନଥିଲେ | ଏହାର ସୁଯୋଗରେ ରାଜକୁମାର ଗୀତାଞ୍ଜଳିର ଶବକୁ ଲୁଚାଇଦେଇ ଘଟଣାସ୍ଥଳକୁ ସଫା କରିଦେଇଥିଲେ । ଉକ୍ତ ରାତିରେ ରାଜକୁମାର ଅଞ୍ଜଳିର ଶବକୁ ଏକ କରତରେ ପ୍ରଥମେ ବେକ, ଛାତି ଓ ପେଟକୁ ତିନିଗଡ଼ କରି କାଟିଦେଇଥିଲା । ଏହାକୁ ଏକ ଜରିଥଳିରେ ପୂରାଇ ଖଟତଳେ ରଖୁୂଦେଇଥିଲା । ପରଦିନ ରାତିରେ ରାଜକୁମାର ଶବର ଦୁଇ ଗୋଡ଼ ଓ ଦୁଇ ହାତକୁ କାଟି ମୋଟ୍‌ ୭ ଗଡ଼ କରିଦେଇଥିଲା । ଶବର ସବୁ ଟୁକୁଡ଼ାକୁ ରାଜକୁମାର ୭ଟି ଜରି ପଲିଥିନ୍‌ରେ ପୂରାଇ ଭଲଭାବେ ପ୍ୟାକିଂ କରିଦେଇଥିଲା । ଉକ୍ତ ରାତିରେ ରାଜକୁମାରଏକ ଅଟୋ ରିଜଭ୍ଭ ଭରି ଶବର ହାତ, ଗୋଡ଼ ଅଂଶକୁ ସ୍ଥାନୀୟ ଆଇଜି ଅଫିସ ସମ୍ମୁଖରେ ଥିବା ଜେଏଲ୍‌ଏନ୍‌ ନାଳରେ ଫିଙ୍ଗିଦେଇ ପଳାଇ ଆସିଥିଲା । ବାକି ଟୁକୁଡ଼ା ତକକୁ ରାଜକୁମାର ଅନ୍ଯ ଏକ ଅଟୋ ଭଡ଼ାକରି ନେଇଯାଇଥିଲା । ଏହାକୁ ସେ ମକ୍‌ଡୋଲି ଓ ପେଟା ଗାର ମଧ୍ଯବର୍ଭୀ ଇଲାକାରେ ଥିବା ଚିନକଳ ନିକଟସ୍ଥ ଖୋଲା ପଡ଼ିଆରେ ଫିଙ୍ଗଦେଇ ଚାଲିଆସିଥିଲା । ହାତଗୋଡ଼ର ଟୁକୁଡ଼ା ନାଳରେ ଭାସି ଭାସି ଯାଇ ଦାଦ୍‌ରି ଅଞ୍ଚଳର ଏକ ବୁଦାରେ ଲାଗିଥିବାର ଦେଖୁ ପୋଲିସ ଖବର ଦେବାରୁ ହତ୍ୟାକାଣ୍ଡର ଖୋଳତାଡ଼ ଆରମ୍ଭ ହୋଇଥିଲା ।

ଅନ୍ୟପଟେ ୪ ଘଣ୍ଟା ବିତିଯାଇଥ୍‌ଲେ ହେଁ ଗୀତ।ଞ୍ଜଳି ନଫେରିବାର୍‌୍, ର।କେଶ ସିଧ। ର।ଜକୂମାରଙ୍କ ଘରକୁ ଆସିଥିଲେ । ହେଲେ ପରିବାରର କେହି ଗୀତାଞ୍ଜାଳିଙ୍କୁ ଦେଖୁନଥିବା କହିଥିଲେ । ହେଲେ ଗୀତାଞ୍ଜଳି ଶୀତବସ୍ତ୍ର ପାଇଁ ଆସିଥିବା ଦିନ କେବଳ ରାଜକୁମାର ହିଁ ଘରେ ଥିବାର ସୂଚନା ପାଇବା ପରେ ରାକେଶ ସନ୍ଦେହ ତାଙ୍କରି ଉପରେ ହିଁ କେନ୍ଦ୍ରୀଭୂତ ହୋଇଥିଲା । ରାଗ ସୁଝାଇବା ପାଇଁ ସେ ହି କିଛି କରିଥାଏ ପାରେ ବୋଲି ରାକେଶ ସ୍ଥର ନିଶ୍ଚୃତ ହୋଇଯାଇଥିଲେ । ଆଉ କାଳବିଳମ୍ବ ନକରି ସେ ରୋହତକ ପୋଲିସରେ ଘଟଣା ସମ୍ପର୍କରେ ଜଣାଇଥିଲେ । ସଙ୍ଗେ ସଙ୍ଗେ ପୋଲିସ ଦାଦ୍‌ରିରୁ ମିଳିଥିବା କଟା ଗୋଡ଼ର ସମ୍ପର୍କ ଗୀତାଞ୍ଜଳି ନିଖୋଜ ସହିତ ଥିବ। ସନ୍ଦେହରେ ଖୋଳତାଡ଼ ଆରମ୍ଭ କରିଥିଲେ । ଶରୀରର ଅନ୍ୟ ଖଣ୍ଡବିଖଣ୍ଡିତ ଅଂଶ ଖୋଜୁଥିବା ପୋଲିସକୁ ମକ୍‌ଡୋଲି ଗୀ ନିକଟ ପଡ଼ିଆରୁ ମିଳିଯିବାରୁ ହତ୍ଯାକାରୀ କିଏ ତାହା ଜାଣିବାକୁ ପୋଲିସକୁ ଆଉ ଅସୁବିଧା ହୋଇନଥିଲା ।


ପୋଲିସ ସିଧା ଡିସେମ୍ବର ୧୪ ତାରିଖରେ ରାଜକୁମାରଙ୍କ ଘରେ ପହଞ୍ଚି ତାକୁ ଥାନାକୁ ଉଠାଇ ଆଣିଥିଲ। । ଜେରା।ରେ ରାଜକୁମାର ପୋଲିସ ଭୂଆବୁଲାଇବାକୁ ବହୁ ଚେଷ୍ଟା କରିଥଲା । ହେଲେ ପୋଲିସ ଲାଠିର ସ୍ଵଳ୍ପକିଛି ସ୍ପର୍ଶ ବାଜିବା ପରେ ସେ ଆପେ ଆପେ ସବୁ ସତକଥା ଓଗାଳି ଦେଇଥିଲା । ଡିସେମ୍ବର ୧୬ ତାରିଖରେ ରାଜକୁମାରଙ୍କୁ କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ର କାଳକୋଠରିକୁ ପଠାଇ ଦିଆଯାଇଥିଲା ।


hindustantimes.com

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...