Wednesday 21 August 2019

ପ୍ରତିଶୋଧ


ସକାଳୁ ଅମ୍ବାଲା ରେଳ ପୁଲିସ ଷ୍ଟେସନକୁ ସୂଚନା ମିଳିଥିଲା ରେଳଷ୍ଟେସନରେ  ମଝିରେ ଥିବା ଖମ୍ବ ନମ୍ବର ୨୬୭/୧୫
ପାଖରେ ଜଣେ ବ୍ଯକ୍ତିର କଟାମୁଣ୍ଡ ଶବ ପଡିଛି।ଶବଠାରୁ କିଛି ଦୂରରେ ପଡିଥିଲା କଟାସୁଣ୍ତ।ମୃତ ବ୍ୟକ୍ତି ଜଣକ ୩୫ରୁ ୪୦ ବର୍ଷର ହୋଇଥିବବୋଲି ପୁଲିସ ଅନୁମାନ କରିଥିଲା। ଲୋକଟିରପରିଚୟ ମିଳି ପାରିନଥିଲା । ଥାନାଧିକାରୀ ମନଜିତକୌରଙ୍କୁ ପ୍ରଥମେ ଏହି ଘଟଣା ଆତ୍ନ ହତ୍ୟା ବୋଲିମନେ ହୋଇଥିଲା । ହେଲେ ଭଲଭାବେ ଖୋଳତାଡ଼କରିବା ପରେ ଜଣାପଡିଥିଲା ଏହା ଆତ୍ମ ହତ୍ୟା ନୁହଁ ବରଂ କେହି ଜଣେ ଲୋକଟିକୁ ହତ୍ୟା କରିଥିଲା |
ଦୁଇଦିନ ପରେ ଥାନାକୁ ପହଞ୍ଚିଥିଲେମୋହନଲାଲ ମେହତା। ସାଙ୍ଗରେ ଆଣିଥିଲେଖବରକାଗଜରେ ଛପା ଯାଇଥିବା ସେହି କଟାମୁଣ୍ଶବଟିର ବିଜ୍ଞାପନ । ଥାନାରେ ପହଞ୍ଚି ସେ ପରିଚୟଦେଇଥିଲେ ଯେ ଖବରକାଗଜରେ ଯାହାର ଫଟୋବାହାରିଛି ସେ ତାଙ୍କ ପୁଅ ଜଗି ମେହତା। ପୁଲିସଜଗି ବିଷୟରେ ମୋହନଲାଲଙ୍କୁ ପଚାରିଥିଲା। ମୋହନଲାଲ କହିଥିଲେ ଜଗି ପଞ୍ଜାବ ନ୍ୟାସନାଲବ୍ୟାଙ୍କରେ କିରାଣୀ ଚାକିରି କରିଥିଲା। ତାଂର ପୋଷ୍ଠିଙ୍ଗକ୍ ମେନ୍ ।ବଜାର ଶାଖାରେ ହୋଇଥିଲା। “୧୪ ଜୁଲାଇ ରାତିରେ ସେ ତାଂର ବ୍ୟାଙ୍କ ପିଅନ ସହିତ ସ୍କୁଟରରେ କେଉଁଆଡେ ଯାଇଥିଲା। ହେଲେ ତାଂପରଠାରୁ ଆଉ ଫେରିନି।ପିଅନକୁ ଫୋନ୍ କରି ପଚାରିଥିଲି । ସେ କହିଥିଲା, କୌଣସି ଜରୁରିକାମରେ ଅମ୍ମାଲା ବାହାରକୁ ଯାଇଛି ଜଗି | ୨-୪ ଦିନ ପରେ ଫେରିଆସିବ |ପୁଲିସ ପଚାରିଥିଲା ପିଅନ ନା କଣ ?ମୋହନଲାଲା କହିଥିଲେ ତା'ର ନାମୁନା। ସେ ହିସାର ରୋଡ୍ର କେଉଁଠିଭଡା ଘର ନେଇ ରହୁଛି। ଯଦି ଆପଣତାଂକୁ କିଛି ପଚାରିବାକୁ ଚାହୁଁ ଛନ୍ତିତା'ହେଲେ ବ୍ୟାଙ୍କ ଯାଆନ୍ତୁ ।ପୁଲିସ ମୁନାକୁ ଜେରା କରିବାରୁ ସେ ଅନେକସୂଚନା ଦେଇଥିଲା। ମୁନା କହିଥିଲା, ସେଦିନରାତିରେ ସେ ଜଗି ସାର୍ଙ୍କ ସହିତ ତାଙ୍କ ଘରକୁଯାଇଥିଲା। ଖାଇସାରି ଘରକୁ ଯିବାକୁ ବାହାରିବା ସମୟରେସେ ବି ମୋ ସହିତ ଆସିବେ ବୋଲି କହିଥିଲେ । ସେ ମତେତାଙ୍କ ସ୍କୁଟରରେ ବସାଇ ବିଶ୍ଵାସ ନଗର ନେଇ ଯାଇଥିଲେ ।ସେଠି ଗୋଟିଏ ଘର ସାମ୍ନାରେ ଗାଡ଼ି ଅଟକାଇଥିଲେ ।ପୁଲିସ ଏହି କଥାବାର୍ତା ମଝିରେ ପଚାରିଥିଲା ଘର କାହାରଥିଲା? ମୁନା କହିଥିଲା, ସେ ଜାଣିନଥିଲା। ତାଂପରେ
କହିଥିଲା ଜଗି ସାର୍ ରାତିରେ ସେଇଠାରେ ରହିବେ ବୋଲିକହି ମତେ ସ୍କୁଟର ଦେଇ ଦେଇଥିଲେ। ସେ ମତେ ସେହିଘରର ନମ୍ବର ଦେଇଥିଲେ । କହିଥିଲେ ଯେ ଯଦି ଆବଶ୍ୟକ ପଡେ ସେହି ନମ୍ବରକୁ କଲ୍ କରିବାକୁ । ହେଲେ ନମ୍ବର ଜଣେଝିଅ ଉଠାଇବ। ସକାଳ ହୋଇଥିଲା ହେଲେ ଜଗି ସାର୍ସେହି ଘରୁ ଫେରିନଥିଲେ। ସେହି ନମ୍ବରକୁ ଫୋନ୍ କରିବାରୁସତରେ ଜଣେ ଝିଅ ଉଠାଇଥିଲା। ହେଲେ ଯେତେବେଳେ ଜଗି ସାର୍ଙ୍କ ବିଷୟରେ ପଚାରିଲି ସେ ଜାଣିନାହ କହି ଫୋନ୍ କାଟି ଦେଇଥିଲା।
ପୁଲିସ ଖୋଳତାଡ ପରେ ଜାଣିବାକୁ ପାଇଥିଲା ସେହି ଘରଟିଥିଲା ହରିଶର | ସେ ତା'ର ପତ୍ନୀ ଦୁଇ ଝିଅ ଯବନିକା ଏବଂଶାମଲା ସହିତ ସେଠି ରହୁଥିଲା। ହେଲେ ହରିଶର ଦେହଖରାପ ହେବାରୁ ସେମାନେ ଚଣ୍ଡତିଗଡ଼ର ପିଜିଆଇରେରହୁଥିଲେ। ଘରେ କେବଳ ଯବନିକା ଏବଂ ତାଂ ସାନଭଉଣୀ ଶାମଲା ରହୁଥିଲେ। ଜଗି ହରିଶର ସାଙ୍ଗ ଥିଲା।ସେଥିପାଇ ତାଂର ଦେହ କଥା ବୁଝିବାକୁ ଘରକୁ ଯାଉଥିଲା।ଏହି ସମୟରେ ସୁରଜିତ ନାମକ ଜଣେ ଯୁବକ ପୁଲିସନଜରରେ ଆସିଥିଲା। ସେ ଥିଲା ଜଗିର ବହୁତ ଭଲ ସାଙ୍ଗ ।ସୁରଜିତଠାରୁ ପୁଲିସ ଚାଞ୍ଚଲ୍ୟକର କଥା ଜାଣିବାକୁ ପାଇଥିଲା ।ସୁରଜିତ କହିଥିଲା, ଯେଉଁଦିନ ଜଗି ମୋ କାର୍ରେ ଚଣ୍ଡିଗଡ଼ଯାଇଥିଲା ହରିଶକୁ ଦେଖାକରିବା ପାଇଁ ସେଦିନ ଯବନିକାମଧ୍ଯ ସାଙ୍ଗରେ ଥିଲା। ଆସିଲା ବେଳେ ଜଗି ପଛ ସିଟ୍ରେ
ଯବନିକା ସହିତ ଅଶ୍ବୀଳ ବ୍ଯବହାର କରୁଥିଲା। ଜିରକପୁରସ୍ଥିତ ଗୋଟିଏ ହୋଟେଲରେ ଜଗି ଗାଡ଼ି ଅଟକାଇଥିଲା।ଯବନିକାକୁ ହୋଟେଲ ରୁମ୍ ଭିତରକୁ ନେଇଯାଇଥିଲା। ସେଠୁସେ ଦୁଇଘଣ୍ଟା ପରେ ବାହାରକୁ ଆସିଥିଲା। ସୁରଜିତ କଥାରୁପୁଲିସ ସନ୍ଦେହ କରିଥିଲା ଯେ ଯବନିକା ଏବଂ ଜଗି ଭିତରେ ଶାରୀରିକ ସଂପର୍କ ଥିଲା।

ସୁରଜିତଠାରୁ ଏସବୁ ଶୁଣି ପୁଲିସ ଜାଣିପାରିଥିଲା ଏହିହତ୍ୟାକାଣ୍ଡ ପଛରେ କିଏ ଅଛି। ପୁଲିସ ସନ୍ଦେହ କରିଥିଲା
ଯବନିକା ସହିତ ନିଶ୍ଚୟ ଆଉ କେହି ହ ତ୍ୟାକାଣ୍ଡରେ ସାମିଲଅଛି। ଯବନିକା ଏବଂ ଶାମଲାକୁ ପୁଲିସ ଟିମ୍ ସେମାନଙ୍କ ଘରୁଉଠାଇ ଆଣିଥିଲେ। ଦୁଇଜଣ ପୁଲିସ ନିକଟରେ ଅପରାଧସ୍ବୀକାର କରି ଆତ୍ନସମର୍ପଣ କରିଥିଲେ। ପୁଲିସ ଯାହା ସନହେହ କରିଥିଲା ତାହା ହିଁ ସତ ହୋଇଥିଲା। ହ ତ୍ୟାକାଣ୍ଡରେକେବଳ ଯବନିକା ଏବଂ ଶାମଲା ନଥିଲେ, ସେମାନଙ୍କ ଦୁଇପ୍ରେମିକ ଅମିତ୍ ଏବଂ ସୁନୀଲ୍ ମଧ୍ଯ ସାମିଲ ଥିଲେ । ତା'ପରେପୁଲିସ୍ର ଅନ୍ୟ ଏକ ଟିମ୍ ଅମିତ ଏବଂ ସୁନୀଲକୁ ଗିରଫକରି ଥାନାକୁ ଆଣିଥିଲା। ପଚରାଉଚରା ପାଇଁ ତିନି ଦିନରିମାଣ୍ଡରେ ନେଇଥିଲା ପୁଲିସ। ରିମାଣ୍ଡ ଅବଧି ସମୟରେପୁଲିସକୁ ଶୁଣାଇଥିଲେ ଏହି ହତ୍ୟାକାଣ୍ଡ ପଛରେ ଥିବା ଅସଲ ଉଦ୍ଦେଶ୍ୟ ।
ଅମିତ ଏବଂ ଯବନିକା ମଧ୍ଯରେ ପ୍ରେମ ସଂପର୍କ ଥିଲା। ମାବାପାଘରେ ନ ଥିବାରୁ ଯବନିକା ଅମିତକୁ ଘରକୁ ଡାକୁଥିଲା।କିଛି ଦିନ ମଧ୍ଯରେ ସେମାନଙ୍କ ଭିତରେ ଶାରୀରିକ ସଂପର୍କ ସ୍ମ୍ରାପନ ହୋଇଯାଇଥିଲା । ଅମିତର ସାଙ୍ଗ ଥିଲା ସୁନୀଲ। ସେଯବନିକାକୁ ତା'ର ପ୍ରେମିକା ରୂପେ ପରିଚୟ ଦେଇଥିଲା।ସୁନୀଲର ନଜର ପଡିଥିଲା ଯବନିକାର ଭଉଣୀ ଶାମଲାଉପରେ। ମିଳମିଶା ଭିତରେ ସୁନୀଲ ଶାମଲାକୁ ଭଲପାଇବସିଥିଲା। ହେଲେ ଦୁଇଭଉଣୀଙ୍କ ରାସ୍ତାର କଣ୍ଟା ଥିଲା ଜଗି ।ଦିନେ ଜଗି ହରିଶ ଘରକୁ ଯାଇଥିଲା। ଏହି ସମୟରେ ଅମିତବି ଘରେ ଉପସ୍ତିତ ଥିଲା। ଅମିତକୁ ଦେଖି ଜଗି ଯବନିକାକୁକହିଥିଲା, ଘରେ କେହି ନାହାନ୍ତି | ଏହି ପୁଅ ସହିତ ଏକୁଟିଆ
କଣ କରୁଛୁ ? ଜଗି ବିବାହିତ ଥିଲା। ତାଂର ପିଲାଛୁଆ ମଧ୍ଯ ଥିଲେ। ହେଲେ ସେଦିନ ସେ ଯବନିକାକୁ କହିଥିଲା ଯଦିସେ ତା ସହିତ ଶାରୀରିକ ସଂପର୍କ ନ ରଖିବ ସେ ସବୁକଥାହରିଶକୁ କହିଦେବ। ଜଗି ଏହାପରେ ଜବରଦସ୍ତି ଯବନିକାସହିତ ଶାରୀରିକ ସଂପର୍କ ରଖିଥିଲା|
ଅମିତ ଯେତେବେଳେ ଏ ବିଷୟରେ ଜାଣିଲା ଜଗିକୁ ରାସ୍ତାରୁହଟାଇବାକୁ ଚେଷ୍ଟା କଲା। ଯବନିକା ବି ତା ସହିତ ସାମିଲହୋଇଥିଲା। ହତ୍ୟା ଯୋଜନା ପାଇଁ ସେମାନେ ଶାମଲା ଏବଂସୁନୀଲ ସହିତ କଥା ହୋଇଥିଲେ | ୧୪ ଜୁଲାଇରେ ଯବନିକାଜଗି ଘରକୁ ଫୋନ୍ କରି ବ୍ୟାଙ୍କ ନମ୍ବର ନେଇଥିଲା। ତାଂପରେବ୍ୟାଙ୍କ ଫୋନ୍ କରିଥିଲା। ଜଗି ହରିଶର ଦେହ କଥା ପଚାରିବୁଝିଥିଲା। ଯବନିକା ରାତିରେ ଆସିବାକୁ କହିଥିଲା। ସେଦିନରାତି ୧୦ଟାରେ ଜଗି ଯବନିକାକୁ ଫୋନ୍ କରିଥିଲା | କହିଥିଲା,କୌଣସି ହୋଟେଲରେ ରାତି କାଟିବାକୁ । ହେଲେ ଯବନିକା ମନା କରିଥିଲା । ଯବନିକା କହିଥିଲା, ଘରେ ଶାମଲା ବ୍ୟତୀତକେହି ନାହାନ୍ତି। ସୁନୀଲ ବଜାରରୁ ମଦ ନେଇ ଆସିଥିଲା।ଅମିତ ନିଶା ବଟିକା ଯୋଗାଡ କରିଥିଲା ।ମଦରେ ନିଶା ବଟିକା ମିଶିଥିଲା। ହେଲେ ଜଗି ଜାଣିନପାରିପିଇ ଦେଇଥିଲା। ନିଶାରେ ଟଳମଳ ହେଉଥିଲା ଜଗି । ଏହିସମୟରେ ତାର ସାମ୍ନାକୁ ଚାଲି ଆସିଥିଲେ ସୁନୀଲ ଏବଂଅମିତ। ଅମିତ ଜଗିକୁ କହିଥିଲା, ଯବନିକାକୁ ଜୋର୍ କରିଉପଭୋଗ କରିଥିଲୁ। ତା'ର ଦଣ୍ଡ ତତେ ଯେମିତି ହେଲେମିଳିବ। ଜଗି ଜାଣିପାରିଥିଲା ତା ସହିତ କିଛି ଖରାପହେବାକୁ ଯାଉଛି। ସେଥିପାଇଁ ସେ ଯବନିକାର ଗୋଡ଼ ଧରିକ୍ଷମା ମାଗିଥିଲା। ହେଲେ ଏହି ସମୟରେ ଅମିତ ଛୁରୀରେ ଜଗିର ବେକକୁ କାଟି ଦେଇଥିଲା। ସୁନୀଲ ମଧ୍ଯ ଅନ୍ୟ ଏକ ଛୁରୀ ଆଣି ଆକ୍ରମଣ କରିଥିଲା। ଜଗି ମରିଯିବା ପରେ ତା'ର ଶବକୁ ସାଇକେଲରେ ଲଦି ରେଳଷ୍ଟେସନରେ ଫିଙ୍ଗି ଦେଇଆସିଥିଲେ। ଅମ୍ବାଲା ଜିଲ୍ଲା ଅଦାଲତରେ ତିନିବର୍ଷ ପର୍ଯ୍ୟନ୍ତଏହି କେସ୍ ଚାଲିଲା। ପରେ ଚାରିଜଣ ଅପରାଧୀଙ୍କୁ ଆଜୀବନକାରାଦଣ୍ଡରେ ଦଣ୍ଡିତ କରାଗଲା।-

ସନ୍ଦେହ ନେଲା ଜୀବନ


ସେ ଦିନ ଭିନ୍ଦାର କ'ଣ ହୋଇଥିଲା କେଜାଣି ମାଂଙ୍କୁ ତାଂର ସବୁଠୁ ଘନିଷ୍ଠ ବନ୍ଧୁ ଆଶୁ ବିରୋଧରେ କହି ଚାଲିଥିଲା। ମାଂଙ୍କୁ ସଫା ସଫା ଶୁଣାଇଦେଇ  କହିଥିଲା ଆଶୁ ଯେମିତି ଏ ଘରକୁ ନ ଆସ୍ଵ। ତାଂକୁ ଦେଖି ଲେ ମୋ ରକ୍ତ ଗରମ ହେଇଯଉଛି। ମା କସମିରା କୌର ପୁଅଠାରୁ ଏମିତି କଥା ଶୁଣି ଡରି ଯଇଥିଲେ। କସମିରା କୌର ଜଳନ୍ଧରର ଆଦି ଗାଁର ଥିଲେ। ଭିନ୍ଦା ଥିଲା ତାଙ୍କ ସାନ ପୁଅ। ସେ ପୁଅକୁ ବୂଝାଇବାକୁ ଯାଇ କହିଥିଲେ ତୁ କ'ଣ ପାଇଁ ଏମିତି ହେଉଛୁ। ଆଶୁ ସହିତ କିଛି ଝଗଡ଼ା ହୋଇଛି କି? ସେ ତୋ ପିଲାବେଳର ସାଙ୍ଗ ? ହେଲେ ଭିନ୍ଦା ବୁଝି କିଛି ଶୁଣିନଥିଲା। ତା'ମୁ ହଁରେ କେବଳ ଗୋଟେ କଥାଯଦି ଆଶୁ ଏ ଘରକୁ ଆସେ ସେ ତାକୁ ମାରିଦେବ । କସମିରା ସହିତ କଥା ହେବା ପରେ ଭିନ୍ଦା ଅଗଣାରେ ବସିଥିବା ତାଂ ଭାଉଜ ଲଭପ୍ରୀତ ପାଖକୁ ଯାଇ ଧମକାଇ କହିଥିଲା ସେ ଯେମିତି ଏ ଘରୁ ବାହାରକୁ ପାଦ ରଖିବନି। ଭିନ୍ଦାର ଧମକପୂର୍ଣ୍ରକଥା ଶୁଣି ଲଭପ୍ରୀତ ରାଗି ଯାଇ କହିଥିଲା ମୁଁ ତୋର କୌଣସି କଥା ଶୁଣିବିନି। ତୋର ସାହସ କେମିତି ହେଲା ମତେ ଧମକାଇବାକୁ। ଏହି ଅଧ କାର କେବଳ ମୋର ଶାଶୂ ଏବଂ ମୋ ସ୍ବାମୀଙ୍କର ଅଛି। ତୁ ମୋର ସାନ ଦିଅର। ମୋର ଇଜତ କରିବା ଶିଖ୍। ଭିନ୍ଦା ରାଗିଯଇ କହିଥିଲା, କେଉଁ ଇଜତ ? ତୁମେ ସେ ଇଜ୍ଜତ ହରେଇ ବସିଛ। ତୁମେ କ'ଣ ଭାବୁଛ ମୁଁ ତୁମର ଆଉ ଅଶୁର ସଂପର୍କ ବିଷୟରେ କିଛି ଜାଣିନି। ଭିନ୍ଦା ଠାରୁଏମିତି କଥା ଶୁଣି ଲଭପ୍ରୀତ ଆଉ ନିଳକୁ ସମ୍ଭାଳି ପାରିନଥିଲା ।ତା' ହାତ ଉଠି ଯାଇଥିଲା ଭିନ୍ଦା ଉପରେ । ଶେଷରେ କସମିରା ବୁଝାଇବା ପରେ ଘଟଣା ଶାନ୍ତ ପଡ଼ିଥିଲା।
 ସ୍ଵାମୀଙ୍କ ଦେହାନ୍ତହେବା ପରେ କସମିରା ଦୁଇ ପୁଅ ତିରଥ ସିଂହ ଏବଂ ଭିନ୍ଦାଙ୍କୁଏକୁଚିଆ ମଣିଷ କରିଥିଲେ। ଦୂଇ ପୁଅ ବଡ଼ ହେବା ପରେ ବିଦେଶ ଯାଇ ଟଙ୍କା ରୋଜଗାର କରୁଥିଲେ। ତିରଥ ସିଂହଙ୍କ ସହିତ ଭିନ୍ଦା ମଧ୍ୟ ବିଦେଶରେ ରହୁଥିଲା। ଘରର ଅଭାବ ଦୂର ହେବା ପରେ ପୁରୁଣା ଘର ବିକ୍ରି କରି ନୂଆ ଘର କିଣିଥିଲେ। ଏହା ଭିତରେ କସମିରା ଲଭପ୍ରୀତ କୌରକୁ ତାଙ୍କ ବଡ଼ ପୁଅତିରଥ ସିଂହ ପାଇଁ ଠିକ୍ କରିଥିଲେ। ୨୦୧୩ରେ ଲଭପ୍ରୀତସହିତ ତିରଥ ସିଂହଙ୍କ ବିବାହ ହୋଇଥିଲା। ବିବାହ ପରେ ତିରଥ ସାନ ଭାଇ ଭିନ୍ଦା ସହିତ ପୁଣି ବିଦେଶ ଚାଲି ଯଇଥିଲେ।ଆଶୁ ମଧ୍ୟ ସେହି ଗାର ଥିଲା। ତିରଥ ସିଂହ, ଭିନ୍ଦା ଏବଂ ଆଶୁତିନିଜଣ ପିଲା ଦିନର ସାଙ୍ଗ ଥିଲେ। ଦୁଇ ପରିବାର ମଧ୍ୟରେନିବିଡ଼ ସଂପର୍କ ଥିଲା। ଆଶୁ ଅଧ୍୍କାଂଶ ସମୟ ଭିନ୍ଦାର ଘରକୁ ଆସୁଥିଲା। କସମିରା ତାଂକୁ ନିଳ ପୁଅ ପରି ଭାବୁଥିଲେ। ଦୁଇ ପୁଅଙ୍କ ଅନୁପସ୍ଥିତିରେ ଆଶୁ କସମିରାଙ୍କ ଘର କାମମଧ୍ୟ କରି ଦେଉଥିଲା। ଲଭପ୍ରୀତକୁ ସେ ଭାଉଜ ଡାକୁଥିଲା ।ସଂପର୍କରେ ଦିଅର ଭାଉଜ ହୋଇଥିବାରୁ ଛୋଟମୋଟ ହସମଜାକ ତାଙ୍କ ଭିତରେ ଚାଲୁଥିଲା। ସ୍ବାମୀ ବିଦେଶଯିବା ପରେ ଲଭପ୍ରୀତ ପୂରା ଏକୁଚିଆ ହୋଇପଡ଼ିଥିଲା।କସମିରା ତାଂକୁ ସବୁ କାମରେ ସହଯୋଗ କରୁଥିଲେ ସତ ।ହେଲେ ସେ ଘରେ ଏକୁଚିଆ କେତେ ଦିନ ରହିଥାନ୍ତା। ତାଂରମଧ୍ୟ ମନଥିଲା ସ୍ବାମୀଙ୍କ ସହିତ ବାହାରକୁ ବୁଲିଯିବାକୁ।ହେଲେ ଲଭପ୍ରୀତର ଇଚ୍ଛା ଇଚ୍ଛାରେ ହିଁ ରହି ଯାଉଥିଲା।
ଆଶୁ ଲଭପ୍ରୀତର ଛୋଟମୋଟ କାମ କରି ଦେଉଥିଲା। ଏଇବାହାନାରେ ଲଭପ୍ରୀତ ଆଶୁ ସହିତ ବାହାରକୁ ମଧ୍ୟ ଯାଉଥିଲା।ଲଭପ୍ରୀତକୁ ଆଶୁ ସହିତ ବାହାରକୁ ଯିବା ଭଲ ଲାଗୁଥିଲା।କିନ୍ତୁ ଦୁଇଜଣଙ୍କ ବୁଲାବୁଲି କରିବା ଗାଁର ଲୋକମାନଙ୍କୁ ପସନ୍ଦନଥିଲା। ଦୁଇଳଣଙ୍କୁ ଭିନ୍ନ ଦୃଷ୍ଟିରେ ଦେଖି ବାକୁ ଲାଗିଲେ ଗାରଲୋକମାନେ । କିନ୍ତୁ ତିରଥ ଏବଂ ଆଶୁ ପରିବାରର ଘନିଷ୍ଠତାଦେଖ୍ ସେମାନେ ନିଳ ନିଜ ମୁହଁ ବନ୍ଦ ରଖିଥିଲେ।
ଡିସେମ୍ବର ୨୦୧୭ ଆଶୁର ବାହାଘର ଥିଲା। ସାଙ୍ଗର ବାହାଘରେ ସାମିଲ୍ହେବା ପାଇଁ ଭିନ୍ଦା ଦୁଇ ତିନିମାସ ପୂର୍ବରୁ ଛୁଚି ନେଇ ଗାଁକୁଆସିଯାଇଥିଲା। ଏହି ସମୟରେ ଗାଁର କେହି ଜଣେ ବ୍ୟକ୍ତିଭିନ୍ଦାକୁ ଭାଉଳ ବିରୋଧରେ କାନ ଭରିଥିଲା। ଲଭପ୍ରୀତ ଆଶୁସହିତ ବୁଲାବୁଲି କରିବା କଥା ଭିନ୍ଦା ଗାଁ ଲୋକଙ୍କ ଠାରୁଶୁଣିବାକୁ ପାଇଲା। ଏମିତି କଥା ଶୁଣିବା `ପରେ ଭିନ୍ଦା ଆଶୁକୁ ଘୃଣା କରିବାକୁ ଲାଗିଲା। ଆଶୁ ଆଉ ତାଂ ସାଙ୍ଗ ନୁହଁଶତ୍ରୁ ପାଲଟିଗଲା। ଏହାପରଠାରୁ ଭିନ୍ଦାଆଉ ଆଶୁ ସହିତ କଥାବାର୍ଭା ହେବା ବନ୍ଦକରିଦେଲା। ଏମିତିକି ସେ ଆଉ ଚାକିରି ପାଇଁ ବିଦେଶ ମଧ୍ୟ ଗଲା ନାହିଁ। କିନ୍ତୁ ଆଶ ଜାଣିପାରୁନଥିଲା ଭିନ୍ଦା ତାଂ ସହିତ କଥାବାର୍ତା କଂଣ ପାଇଁ ହେଉନି।
 ଜୁନ୍ ୨୦୧୮, ଆରମ୍ଭବେଳକୁ ଭିନ୍ଦାର ସ୍ବଭାବ ଦେଖ୍ ସମସ୍ତେ ଆଶ୍ଚର୍ଯ୍ୟ ଥିଲେ । କଥାକଥାରେ ଆଶୁ ନା ଶୁଣିବା ମାତ୍ରେ ସେ ଚିଡ଼ିଚିଡ଼ି ହେଉଥିଲା। ବାଟଘାଟରେ ଆଶୁକୁ ଦେଖିଲେ ତାଂକୁ ଅଟକାଇ ଝଗଡ଼ାକରୁଥିଲା। ଭିନ୍ଦାର ଏମିତି ପରିବର୍ଭନ ଦେଖି  ଗୋଟେ ଦିନଆଶୁ ତାଂକୁ ଅଟକାଇ କହିଲା, ଭିନ୍ଦା। ତୁ କୌଣସି କାରଣନଥାଇ ମୋ ସହିତ ଝଗଡ଼ା କରୁଛୁ। ଯଦି କସମିରା ମାଉସୀମତେ ଘରକୁ ଆସିବାକୁ ମନା କରନ୍ତି ମୁଁ କେବେ ବି ଯିବିନି ।ଆଶୁ ଅଧୁକ ଯୁକ୍ତି କରିବାକୁ ଚାହୁଁନଥିଲା। ଆଶୁର ସ୍ଥୀ ସେ ସମୟରେ ଗର୍ଭବତୀ ଥିଲା। ତାଙ୍କ ଘର ପୂଜାରେ ସାମିଲ୍ ହେବାପାଇଁ କସମିରା ଏବଂ ଲଭପ୍ରୀତ ଯାଇଥିଲେ। ହେଲେ ଭିନ୍ଦାଯାଇନଥିଲା। ସେ ସେତେବେଳେ ଭାବୁଥିଲା ଅଶୁକୁ ଯେମିତିବି ହେଉ ତାଂ ପରିବାର ଠାରୁ ଦୂରେଇ ରଖିବ। ହେଲେଏଥିପାଇଁ ଯେ ଭିନ୍ଦା ଏତେ ବଡ଼ ପଦକ୍ଷେପ ନେବ କେହି ଜାଣିନଥିଲେ। ଭିନ୍ଦା ଖୋଜୁଥିଲା କେବଳ ମଉକା।
୯ଳୁନ୍ , ୨୦୧୮ ସନ୍ଧ୍ୟାରେ ତା'କୁ ମଉକା ମିଳିଯାଇଥିଲା। ସନ୍ଧ୍ୟା ସାଢେ ୫ଟାରେଗାର ଶେଷମୁଣ୍ଡରେ ଥିବା ବଡ଼ ବରଗଛ ନିକଟରେ ଗୀର କିଛି ଲୋକ ବସିଥିଲେ। ଆଶୁର କାକା ବିଟୁ ସିଂହ ମଧ୍ୟସେଠି ଉପସ୍ଥିତ ଥିଲେ। ଏହି ସମୟରେ ଆଶୁ ତାଂର ଘରୁବାହାରି ଶେଷମୁଣ୍ଡରେ ଥିବା ଦୋକାନକୁ ବାହାରିଥିଲା କିଛିଜିନିଷ କିଣିବାକୁ । ସେ ଦୋକାନ ପାଖକୁ ପହଞ୍ଚିଛି କି ନାହିଁ ଭିନ୍ଦା ଆସି ତା ରାସ୍ତା ଅଟକାଇଥିଲା। ଆଶୁ ଭିନ୍ଦାକୁ ଦେଖ୍ ଡରିଯଇଥିଲା। କାରଣ ଭିନ୍ଦା ସେତେବେଳେ ହୋସ୍ରେ ନଥିଲା।ରାଗରେ ତା ଶରୀର ଲାଲ୍ ପଡ଼ିଯଇଥିଲା। ଆଶୁ ତା' ସହିତଝଗଡ଼ା ନକରି ସେଠୁ ସଙ୍ଗେ ସଙ୍ଗେ ଖସି ପଳାଇଯିବା ଠିକ୍ଭାବିଥିଲା। ହେଲେ ଭିନ୍ଦା ତା'କୁ ଛାଡ଼ିନଥିଲା। କାରଣ ଭିନ୍ଦାରଯୋଜନା କିଛି ଅଲଗା ଥିଲା। ଏଥର ଆଉ ମାଡ଼ ଝଗଡ଼ାରେନୁହଁ। ସିଧା ରାସ୍ତାରୁ ହଟେଇ ଦେବାର ଯୋଜନା ପ୍ରସ୍ତୁତକରିଥିଲା। ଆଶୁ ଭିନ୍ଦାକୁ ନଳର ଅନ୍ଦାଜ କରି ତା ସାଇଡ୍ଦେଇ ଚାଲି ଆସିବାକୁ ଭଦ୍ୟମ କରିଥିଲା। ଆଶୁ କିଛି ବାଟଯଇଛି କି ନାହିଁ ଭିନ୍ଦା ପଛରୁ ଆସି କଟୁରୀରେ ଆଶୁ ଉପରେଆକ୍ରମଣ କରିଥିଲା। ଏସବୁ ଦୃଶ୍ୟ ଗଛ ନିକଟରେ ବସିଥିବା ଗାଁର ଲୋକମାନେ ଦେଖି ଥିଲେ। ହେଲେ ଆଶୁକୁ ବଞ୍ଚେଇବାକୁଆସିବା ପୂର୍ବରୁ ଭିନ୍ଦା ଆକ୍ରମଣ କରି ଖସି ପଳାଇଥିଲା। ସେଠୁଆସିବାପରେ ସିଧା ତାଂ ଘରକୁ ଆସିଥିଲା। ସେହି ସମୟରେ ଘରେ ତା' ଭାଉଜ ଲଭପ୍ରୀତ ଥିଲା। ମାଂ କସମିରା ଅଗଣାରେ ଥିଲେ। କିଛିବୁଝିବା ଆଗରୁ ଭିନ୍ଦାଲଭପ୍ରୀତର ବେକକୁ କଟୁରୀଆକ୍ରମଣ କରିଥିଲା। ଚିକ୍ରାର କରି ଲଭପ୍ରୀତ ତଳେ ପଡ଼ିଥିଲା। କସମିରାଆସି ଦେଖି ଲା ବେଳକୁ ଭିନ୍ଦା ଖସି ଚାଲିଯାଇଥିଲା। ସଙ୍ଗେ ସଙ୍ଗେ ଲଭପ୍ରୀତକୁ ମେଡିକାଲ ନିଆଯାଇଥିଲା। ହେଲେ କସମିରା ଜାଣିନଥିଲେ ଭିନ୍ଦାଆଶୁକୁ ମଧ୍ୟ ଆକ୍ରମଣ କରିଥିଲା। ଆଶୁର କାକା ବିଟୁ ସିଂହଆଶୁକୁ ମେଡିକାଲ ନେବା ପରେ ସିଧା ଯାଇ ଥାନାରେପହଞ୍ଚିଥିଲେ। ଆଉ ସମସ୍ତ ଘଟଣା ବର୍ଣ୍ଣନା କରି କହିଥିଲେ।
ପୁଲିସ ଘଟଣା ଳାଣିବା ପରେ ଭିନ୍ଦାକୁ ଖୋଜିଥିଲା । ଆଶୁ ଏବଂ ଲଭପ୍ରୀତ ଦୂଇଳଣଙ୍କୁ ଅଲଗା ଅଲଗା ମେଡିକାଲରେ ଭର୍ଭିକରାଯାଇଥିଲା। ଦୁଇଜଣଙ୍କ ଅବସ୍ଫା ଗମ୍ଭୀର ଥିଲା। ଡକ୍ଟରଦୁଇଜଣଙ୍କୁ ବଞ୍ଚେଇବାକୁ ବହୁତ ଚେଷ୍ଟା କରିଥିଲେ। ହେଲେଶେଷରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ସେପଟେ ପୁଲିସଭିନ୍ଦାକୁ ସବୁସ୍ଥାନ ଖୋଜାଖୋଜି କରୁଥିଲା। ଭିନ୍ଦାର ମା ଙ୍କୁମଧ୍ୟ ପଚରାଯାଇଥିଲା। ହେଲେ ଭିନ୍ଦା କେଉଁଠି ଲୁଚିଥିଲାକାହାକୁ ଜଣାନଥିଲା।
ପାଞ୍ଚଦିନ ଲଗାତାର ଦୌଡ଼ ଧାପଡ଼ ପରେ ୫ଳୁନ୍, ରାତିରେ ଏକ ଗୁପ୍ତ ସୂଚନା ଆଧାରରେ ଗାଁ ରହିମପଘ୍ୁରରୁ ଭିନ୍ଦାକୁ ଗିରଫ କରି ଥାନାକୁ ଅଣାଯାଇଥିଲା।ପୁଲିସ ସମ୍ମୁଖରେ ନିଜ ଅପରାଧ ସ୍ଵୀକାର କରିଥିଲା ଭିନ୍ଦା। ଭିନ୍ଦା ଆଶୁ ଓ ତାଭାଉଜର ସଂପର୍କକୁ ନେଇ ସନ୍ଦେହକରୁଥିଲା। ସେ ଭାବୁଥିଲା ଦୁଇଜଣଙ୍କ ଭିତରେ ଅନୈତିକସଂପର୍କ ଅଛି। ସେଥିପାଇଁ ସେ ରାଗରେ ତା' ଭାଉଜ ଏବଂସାଙ୍ଗ ଆଶ୍ରୁର ହତ୍ୟା କରିଥିଲା। ଲଭପ୍ରୀତ ଓ ଆଶୁକୁ ହତ୍ୟାକଲା ପରେ ଭିନ୍ଦା ଦିଲ୍ଲୀ ପଳେଇଥିଲା। ଦିଲ୍ଲୀରେ କିଛି ଦିନରହିବା ପରେ ସୁରତ ଚାଲି ଯାଇଥିଲା। ତାଂ ପାଖରେ ଟଙ୍କାବେଶି ନଥିଲା। କେତେବେଳେ ରାସ୍ତାକଡ଼ରେ ତ ଆଉକେତେବେଳେ ରେଳଷ୍ଟେସନ ନିକଟରେ ଶୋଉଥିଲା। ଟଙ୍କାପୂରା ସରିଯିବାରୁ ପୁଣି ଗାଁକୁ ଫେରି ଆସିଥିଲା। ଆଉ ପୁଲିସ ହାତରେ ଧରା ପଡ଼ିଯାଇଥିଲା।-

ମାୟାବିନୀ ସାଧନା


୨୨ ନଭେମ୍ବର, ୨୦୧୬ ସକାଳ। ସେଦିନ କାନପୁରର ବାସଇ  ଗାର ଅଧୁବାସୀମାନେ ନଦୀ କୂଳରେଏକ ବସ୍ତାରେ ବନ୍ଧା ହୋଇ ପଡ଼ିଥିବା ଜଣେ ଯୁବକର ଶବ ଦେଖି ବାକୁ ପାଇଥିଲେ। ପୁଲିସକୁ ସୂଚନା ଦେବା ପରେ ଶବ ଚିହ୍ନଟ ହୋଇଥିଲା। ପୁଲିସ ଉପସ୍ଥିତିରେ ବସ୍ତା ଖୋଲାଯିବା ମାତ୍ରେ ଗାଁ ଲୋକଙ୍କ ଭିତରେ ଠିଆ ହୋଇଥିବା ରମେଶଶବକୁ ଦେଖି ଚିକ୍ରାର କରି କାନ୍ଦି ଭଠିଲା। କାରଣ ସେହି ଶବଟି ରମେଶର ଭାଇ ରାଜେଶର ଥିଲା। କାନ୍ଦି କାନ୍ଦି କହୁଥିଲାଏହା ନିଶ୍ଚିତ ଭାବେ ସେଇସାଧନାର କାମ। ପରେ ପୁଲିସ ଜାଣିବାକୁ ପାଇଥିଲା ସାଧନା ନାମକ ଜଣେ ମହିଳା ସହିତରାଜେଶର ଅନୈତିକ ସଂପର୍କଥିଲା। ପରେ ଲାଲୁ ନାମକ ଆଉ ଏକ ଯୁବକକୁ ସେ ଫସାଇଥିଲା।
ସମସ୍ତ ଘଟଣା ଶୁଣିବା ପରେ ପୁଲିସ ପ୍ରଥମେ ଲାଲୁକୁ ଖୋଳିବା ଆରମ୍ଭ କରିଥିଲା।୨୫ ନଭେମ୍ଭରକୁ ପୁଲିସ ଚିମ୍ ଲାଲୁକୁ ଗିରଫ କରିଥିଲେ। ଥାନାକୁ ଆସିବା ପରେ ଭୟରେ ସେ ତା'ର ଅପରାଧ ସ୍ବୀକାର କରିଥିଲା। ସାଧନା ସହିତ ମିଶି ସେ ରାଜେଶରହତ୍ୟା କରିଛି ବୋଲି ପୁଲିସ ଆଗରେ କହିଥିଲା।ଏହାପରେ ସାଧନାକୁ ମଧ୍ୟ ଘୁଲିସ ଗିରଫ କରିଥିଲା। ଦୁଇଜଣ ପୁଲିସକୁ ରାଜେଶର ହ ତ୍ୟାକାଣ୍ଡ ବିଷୟରେପେଉଁ କାହାଣୀ ଶୁଣାଇଥିଲେ ତାହା କିଛି ଏହି ପ୍ରକାର ଥିଲା।
ବସଇ ଗାଁର ବାସିନ୍ଦା ଥିଲେ ରାମବାବୁ। ସ୍ଥୀ ଶାନ୍ତିଦେବୀ, ଦୁଇ ଝିଅ ରମନ, ସାଧନା ଏବଂ ପୁଅ ଅଳୟ ସହିତ ରହୁଥିଲେ ରାମବାବୁ। ଗୋବିନ୍ଦ ନାମକ ଜଣେ ଯୁବକ ସହିତ ସାଧନାର ବିବାହ କରିଥିଲେ । ବାହାଘର ପରେ ଦୁଇଳଣଙ୍କ ଦାମ୍ପତ୍ୟ ଜୀବନ ହସଖି ସିରେ କଚିଥିଲା। ୩ ବର୍ଷ ପରେ ସାଧନାଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲା। ପୁଅ ଜନ୍ମର କିଛି ମାସ ପରେ ଏକ ବସ୍ ଦୁର୍ଘଟଣାରେ ଗୋବିନ୍ଦ ଗୁରୁତର ଆହତ ହୋଇଥିଲା। ସାଧନା ଦିନରାତି
ଏକ କରି ସ୍ବାମୀର ଚିକିତ୍ସା କରିଥିଲା। ଗୋବିନ୍ଦର ଜୀବନ ବଞ୍ଚିଗଲା ସତ। ହେଲେ ମୁଣ୍ଡରେଆଘାତ ଲାଗିବା କାରଣରୁ ସେ ଅର୍ଦ୍ଧ ପାଗଳ ପ୍ରାୟ ହୋଇଗଲା।
 ଅପର ପକ୍ଷେ ସାଧନା ଜଣେ ପିଲାର ମା' ହୋଇସାରିଲେ ମଧ୍ୟ ତା'ର ଯୌବନ ଯାଇନଥିଲା। ସେ ପୁରୁଷ ସୁଖ ପାଇଁ ବ୍ୟାକୁଳ ହେଉଥିଲା। ତା'ର ନଜର ପଡ଼ିଥିଲା ପଡ଼ିଶା ଘର ଯୁବକ ରାଜେଶ ଉପରେ। ରାଜେଶ ତା ବଡ଼ ଭାଇରମେଶ ସହି ତ ରହୁ ଥିଲା। ଦୁଇଭାଇ ମିଶି କ୍ଷୀର ବ୍ୟବସାୟକରୁଥିଲେ। ରାଳେଶ ଏବଂ ଗୋବିନ୍ଦର ସମାନ ବୟସ ଥିଲା।ଦୁଇଜଣଙ୍କ ବନ୍ଧୁତା ମଧ୍ୟ ଥିଲା। କିନ୍ତୁ ଗୋବିନ୍ଦ ପାଗଳ ହେବାପରେ ରାଜେଶର ସାଧନା ଘରକୁ ଆସିବା କମି ଯାଇଥିଲା।ହେଲେ ସଂପର୍କରେ ଦୁଇଜଣ ଦିଅର ଭାଉଜ ହୋଇଥିବାରୁ ଯେତେବେଳେ ବି ଦେଖା ହେଉଥିଲେ ଥଟ୍ଟାମଜା ହେଉଥିଲେ ।କିନ୍ତୁ ସାଧନା ମନରେ ଆଉ କିଛି ଚାଲିଥିଲା। ସେ ରାଜେଶ କୁ ମନେ ମନେ ଚାହୁଁ ଥିଲା। ରାଜେଶକୁ ମଧ୍ୟ ସାଧନାର ମନକଥା ବୁଝିବାକୁ ବେଶି ଦିନ ଲାଗିଲା ନାହିଁ। ଏଥର ସାଧନା ଘରକୁରାଜେଶର ଯିବାଆସିବା ବଢ଼ି ଯଇଥିଲା। ସାଧନାକୁ ଖି ସିକରିବା ପାଇଁ ଖାଇବା ପିଇବା ଜିନିଷ ଏବଂ ଉପହାର ଆଣିଦେଉଥିଲା। ସାଧନା ଏତେ ସବୁ ଜିନିଷ ପାଇ ବହୁତ ଖି ସି ହେଉଥିଲା। ସାଧନା ତା ଠାଣିରେ ରାଜେଶ କୁ ତା ନିକଟତର ହେବାକୁ ଡାକୁଥିଲା। ଆଉ ରାଳେଶ ମଧ୍ୟ ସାଧନାର ସେ ଇଚ୍ଛା ପୂରଣ କରିଥିଲା। ଦୁହେଁ ସଂପର୍କର ସବୁ ସୀମା ଟପିଯାଇଥିଲେ।
 ରଜେଶର ସାଧନା ସହିତ ଅନୈତିକ ସଂପର୍କ ଆରମ୍ଭ ହୋଇ ଯଇଥିଲା। ସେ ସାଧନା ପାଇଁ ଏମିତି ଦିଥ୍ଵାନା ହେଲା ଯେ ତାଂର ସବୁ ରୋଜଗାର ସାଧନା ପଛରେ ଉଡ଼ାଇଦେଉଥିଲା। ଏପଟେ ପାଗଳ ହେବା କାରଣରୁ ଗେବିନ୍ଦ କିଛି ଜାଣିପାରୁ ନଥିଲା। ଏମିତିକି ଗୋବିନ୍ଦ ଘରେ ଥିବା ଅବସ୍ଫାରେ ମଧ୍ୟ ଦୁଇଜଣ ପରସ୍ପରର ଦେହର ସୁଖ ମେଣ୍ଟାଭଥିଲେ। ଯଦିଗୋବିନ୍ଦ କିଛି ବି କହୁଥିଲା ସେମାନେ ତାଂକୁ ମାଡ଼ ମାରି ପାଚି ବନ୍ଦ କରି ଦେଉଥିଲେ। ସେଥିପାଇଁ ସେ ଭୟରେ ଅନେକଦିନ ପର୍ଯ୍ୟନ୍ତ ଘରକୁ ଆସ୍ୁନଥିଲା। ସାଧନା ସମ୍ପୂର୍ଣ୍ଣ ରୂପେ ସ୍ବାଧୀନ ଥିଲା। ଶଶୂଙ୍କମୃତ୍ୟୁ ପରେ ଶଶୂର ତୀର୍ଥ ବୁଲାବୁଲି କରୁଥିଲେ।
ସାଧନାକୁ ଶାସନ କରିବାକୁ ଘରେ କେହି ନଥିଲେ। ସେଥିପାଇଁ ସେ ଖୋଲାଖୋଲି ରାଳେଶ ସହିତମସ୍ତି କରୁଥିଲା। କିନ୍ତୁ ଦିନେ ଏହି ଲୁଚାଛପା ସଂପର୍କ ଖୋଲିଯାଇଥିଲା। ଅଧା ରାତିରେ ରମେଶର ଆଖ୍ ଖୋଲିଲା ବେଳକୁରାଜେଶ ଘରେ ନଥିଲା। ଘର କବାଟ ବାହାରୁ ବନ୍ଦ ଥିଲା।ଏଥିରୁ ସେ ବୂଝିଗଲା ଯେ ରାଜେଶ ଘର ବାହାରେ ଅଛି।ସେ ତା'ର ଫେରିବା ବାଟକୁ ଅପେକ୍ଷା କରି ରହିଲା। ରାଜେଶପାଖାପାଖି  ଦୂଇଘଣ୍ଟା ପରେ ଘରକୁ ଫେରି ଆସିଥିଲା।ରମେଶ ସଙ୍ଗେ ସଙ୍ଗେ ତା'ଉପରେ ବରଷି ପଡ଼ିଲା। ଭାଇରଗାଳି ଶୁଣି ରାଜେଶ ଡରି ଯାଇଥିଲା। ସେଥିପାଇଁ ସେ ଭାଇକୁ କହିଦେଲା ଯେ ସେ ସାଧନାର ଘରକୁ ଯାଇଥିଲା। ରମେଶବୁଝିପାରିଲା ରାଜେଶ ଏବଂ ସାଧନା ମଧ୍ୟରେ କେଉଁ ସଂପର୍କଅଛି। ସେ ଜାଣିପାରିଲା ଯେ ରାଜେଶ ତାଂର ରୋଜଗାରସାଧନା ପଛରେ ଖର୍ଚ୍ଚ କରୁ ଥିଲା। ସେଦିନ ରମେଶ ଭାଇକୁତାଗିଦ୍ କରି ସାଧନା ଘରକୁ ଯିବାକୁ ବନ୍ଦ କରି ଦେଲା।
ଏମିତିକି ରୋଜଗାର ଟଙ୍କା ମଧ୍ୟ ରମେଶ ତା ପାଖରେରଖିଲା। ଫଳରେ ରାଜେଶ ପାଖରେ ଆର୍ଦୌ ଟଙ୍କା ରହିଲାନାହିଁ। ରାଳେଶ ଟଙ୍କା ଦେବା ବନ୍ଦ କରିବାରୁ ସାଧନା ମଧ୍ୟତାଂକୁ ଆଖି ଉଠାଇ ଚାହିଁଲାନି। କେବେ କେବେ ଲୁଚି ଲୁଚିରାଳେଶ ସାଧନା ଘରେ ପହଞ୍ଚିଯାଉଥିଲା। ହେଲେ ସାଧନାତା'କୁ ବହୁ କଥା ଶୁଣାଇ ଘରୁ ବାହାର କରି ଦେଉଥିଲା। ଏହାଭିତରେ ସାଧନାର ୩ ବର୍ଷର ପୁଅ ଅଙ୍କୁରକୁ ଡେଙ୍ଗ ହୋଇଥିଲା। ତାଂର ଚିକିସ୍ସା ପାଇଁ୧୦ ହଳାର ଟଙ୍କା ଦରକାର ଥିଲା। କିନ୍ତୁଯେତେବେଳେ ସାଧନା ରାଳେଶକୁ ଟଙ୍କାମାଗିଛି ସେ ଦେବ ନାହିଁ ବୋଲି ମନାକରି ଦେଇଥିଲା। ଟଙ୍କାକୁ ନେଇରାଜେଶ ଏବଂ ସାଧନା ମଧ୍ୟରେ ଖି ବ୍ ଜୋର ଝଗଡ଼ା ହୋଇଥିଲା। ସେଦିନ ସାଧନା ସଫା ସଫା କହିଥିଲାଏହାପର ଠାରୁ ସେ ଯଦି ଆଉ କେବେ ବି ତା' ଘରକୁ ଆସେସେ ଧକ୍କା ଦେଇ ବାହାର କରିଦେବ। ସାଧନାକୁ ପୁଅରଚିକିତ୍ସା ପାଇଁ ଟଙ୍କା ଦରକାର ଥିଲା। ସେଥିପାଇଁ ସେ ଗାଁର ଲାଲ୍ମ୍ ଯଦବ ଠାରୁ ୧୦ହଜାର ଟଙ୍କା ଉଦ୍ଧାର ଆଣିଥିଲା। ସେହି ଟଙ୍କାରେ ପୁଅ ଠିକ  ହୋଇଗଲା। ହେଲେ ସାଧନାକୁ ଟଙ୍କାଫେରାଇବା ଚିନ୍ତା ଘାରିଥିଲା। ସାଧନା ପାଖରେ ଟଙ୍କା ନଥିଲା।ଲାଲୁ ମାସ ଶେଷରେ ଟଙ୍କା ନେବାକୁ ପହଞ୍ଚେ । ହେଲେ ସାଧନାକୌଣସି ବାହାନା କରି ଫେରାଇ ଦିଏ । ଏମିତି ଅନେକ ଥରହେବାରୁ ଲାଲୁ ସାଧନା ଉପରେ ରାଗି ଯଇଥିଲା। ଦିନେସେ ଭାବିଲା ଯଦି ସାଧନା ଟଙ୍କା ନ ଦେଉଛି ସେ ତା ଶରୀରଉପଭୋଗ କରି ନିଜ ଟଙ୍କା ଅସ୍କୁଲ୍ କରିବ। ତେଣୁ ଲାଲୁସାଧନା ସହିତ ଥଟ୍ଟମଜା ଆରମ୍ଭ କରି ଦେଲା। ସାଧନା ମଧ୍ୟତା' ରୂପ ଜାଲରେ ଲାଲୁକୁ ଫସେଇ ଦେଲା। ଆଉ ତାଂକୁଟଙ୍କା ମଧ୍ୟ ଦେବାକୁ ପଡିଲା ନାହିଁ। କିଛି ଦିନ ପରେ ଲାଲୁଏବଂ ସାଧନା ଭିତରେ ଅନୈତିକ ସଂପର୍କ ଗଢିଉଠିଲା।ଲାଲୁ ମଧ୍ୟ ସାଧନା ପାଇଁ ପାଗଳ ଥିଲା। ସେଥିପାଇଁ ସେ ମନ ଇଚ୍ଛା ସାଧନା ଭପରେ ଟଙ୍କା ବର୍ଷା କରିବାକୁ ଲାଗିଲା।ଲାଲୁ ଏବଂ ସାଧନାର ସଂପର୍କକୁ ରୋକିବାକୁ କେହି ନଥିଲେ ।କିନ୍ତୁ ରାଜେଶ ହଠାତ ସେମାନଙ୍କ ରାସ୍ତାକୁ ଆସି ଯାଇଥିଲା।ରାଜେଶକୁ ଯେତେବେଳେ ଜଣାପଡ଼ିଲା ସାଧନା ଲାଲୁ ସହିତସଂପର୍କ ବନେଇ ସାରିଛି ସେ ସାଧନାକୁ ବ୍ଳାକମେଲ୍କରିବାଆରମ୍ଭ କଲା। ସେ ସାଧନାକୁ ଧମକ ଦେଇ କହିଲା ସେ ତା'ସହିତ ମଧ୍ୟ ସଂପର୍କ ରଖି  । ନହେଲେ ଗାଁର ସବୁ ଲୋକଙ୍କୁ ଲାଲୁ ଏବଂ ତା'ର ସଂପର୍କ ବିଷୟରେ କହିଦେବ।
ରାଳେଶରଏମିତି ଧମକରେ ସାଧନା ଡରି ଯାଇଥିଲା। ଲାଲୁ କୁ ସେ ସବୁ କଥା କହିଥିଲା। ସାଧନା କଥା ଶୁଣି ଲାଲୁର ମୁଣ୍ତ ଗରମ ହୋଇ ଯାଇଥିଲା।ସାଧନାକୁ କହିଥିଲା ମୁଁ ତା'କୁଏମିତି ମଜା ଚଖେଇବି ଯେ ସେ ତା ଜୀବନରେ କେବେବି ଭୁଲି ପାରିବ ନାହିଁ। ହେଲେ ସେଥିପାଇଁ ମତେ ତୋରସାହାଯ୍ୟ ଦରକାର। ସେହି ଅନୁସାରେ ୨୧ ନଭେମ୍ବର ରାତି୧୦ଟାରେ ସାଧନା ରାଜେଶକ୍ଲ୍ କଲ୍ କରିଥିଲା। ଆଉ ରାଜେଶ ସହିତ ସଂପର୍କ ସ୍ଫ୍ରାପନ କରିବ ବୋଲି ସାଧନା ରାଜି ହୋଇଯାଇଥିଲା। ସାଧନା ତାଂକୁ ଘରକୁ ଡାକି ଆଣିଥିଲା। ଘରେ ପହଞ୍ଚିବା କ୍ଷଣି ସାଧନା ତା'କୁ ଖି ସିରେ ଆଲିଙ୍ଗନ କରିଥିଲା।ଠିକ୍ ଏତିକିବେଳେ ଲାଲୁ ଅନ୍ୟ ରୁମ୍ରୁ ବାହାରି ଆସି ରାଜେଶକୁ ପିଟିବାକୁ ଲାଗିଲା। ଲାଲୁ ଗାମ୍ଲ୍ଛ୍ାାରେ ରାଜେଶରବେକକୁ ଚାପି ଧରିଥିଲା। ରାଜେଶ ଖସିବାକୁ ବହୁତ ଚେଷ୍ଟାକରିଥିଲା। ହେଲେ ପାରିନଥିଲା। ରାଜେଶ ମରିଯିବା ପରେ ଶବକୁ ଗୋଟେ ବଡ଼ ଅଖା ବସ୍ତାରେ ଭଉ୍ଭି କରିଥିଲେ ଏବଂଅନ୍ଧାର ରାତିରେ ସାଇକେଲରେ ଲଦି ଗାଁ ବାହାରେ ଫୋପାଡି ଦେଇ ପଳେଇ ଆସିଥିଲେ।-----------

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...