Wednesday 21 August 2019

ସନ୍ଦେହ ନେଲା ଜୀବନ


ସେ ଦିନ ଭିନ୍ଦାର କ'ଣ ହୋଇଥିଲା କେଜାଣି ମାଂଙ୍କୁ ତାଂର ସବୁଠୁ ଘନିଷ୍ଠ ବନ୍ଧୁ ଆଶୁ ବିରୋଧରେ କହି ଚାଲିଥିଲା। ମାଂଙ୍କୁ ସଫା ସଫା ଶୁଣାଇଦେଇ  କହିଥିଲା ଆଶୁ ଯେମିତି ଏ ଘରକୁ ନ ଆସ୍ଵ। ତାଂକୁ ଦେଖି ଲେ ମୋ ରକ୍ତ ଗରମ ହେଇଯଉଛି। ମା କସମିରା କୌର ପୁଅଠାରୁ ଏମିତି କଥା ଶୁଣି ଡରି ଯଇଥିଲେ। କସମିରା କୌର ଜଳନ୍ଧରର ଆଦି ଗାଁର ଥିଲେ। ଭିନ୍ଦା ଥିଲା ତାଙ୍କ ସାନ ପୁଅ। ସେ ପୁଅକୁ ବୂଝାଇବାକୁ ଯାଇ କହିଥିଲେ ତୁ କ'ଣ ପାଇଁ ଏମିତି ହେଉଛୁ। ଆଶୁ ସହିତ କିଛି ଝଗଡ଼ା ହୋଇଛି କି? ସେ ତୋ ପିଲାବେଳର ସାଙ୍ଗ ? ହେଲେ ଭିନ୍ଦା ବୁଝି କିଛି ଶୁଣିନଥିଲା। ତା'ମୁ ହଁରେ କେବଳ ଗୋଟେ କଥାଯଦି ଆଶୁ ଏ ଘରକୁ ଆସେ ସେ ତାକୁ ମାରିଦେବ । କସମିରା ସହିତ କଥା ହେବା ପରେ ଭିନ୍ଦା ଅଗଣାରେ ବସିଥିବା ତାଂ ଭାଉଜ ଲଭପ୍ରୀତ ପାଖକୁ ଯାଇ ଧମକାଇ କହିଥିଲା ସେ ଯେମିତି ଏ ଘରୁ ବାହାରକୁ ପାଦ ରଖିବନି। ଭିନ୍ଦାର ଧମକପୂର୍ଣ୍ରକଥା ଶୁଣି ଲଭପ୍ରୀତ ରାଗି ଯାଇ କହିଥିଲା ମୁଁ ତୋର କୌଣସି କଥା ଶୁଣିବିନି। ତୋର ସାହସ କେମିତି ହେଲା ମତେ ଧମକାଇବାକୁ। ଏହି ଅଧ କାର କେବଳ ମୋର ଶାଶୂ ଏବଂ ମୋ ସ୍ବାମୀଙ୍କର ଅଛି। ତୁ ମୋର ସାନ ଦିଅର। ମୋର ଇଜତ କରିବା ଶିଖ୍। ଭିନ୍ଦା ରାଗିଯଇ କହିଥିଲା, କେଉଁ ଇଜତ ? ତୁମେ ସେ ଇଜ୍ଜତ ହରେଇ ବସିଛ। ତୁମେ କ'ଣ ଭାବୁଛ ମୁଁ ତୁମର ଆଉ ଅଶୁର ସଂପର୍କ ବିଷୟରେ କିଛି ଜାଣିନି। ଭିନ୍ଦା ଠାରୁଏମିତି କଥା ଶୁଣି ଲଭପ୍ରୀତ ଆଉ ନିଳକୁ ସମ୍ଭାଳି ପାରିନଥିଲା ।ତା' ହାତ ଉଠି ଯାଇଥିଲା ଭିନ୍ଦା ଉପରେ । ଶେଷରେ କସମିରା ବୁଝାଇବା ପରେ ଘଟଣା ଶାନ୍ତ ପଡ଼ିଥିଲା।
 ସ୍ଵାମୀଙ୍କ ଦେହାନ୍ତହେବା ପରେ କସମିରା ଦୁଇ ପୁଅ ତିରଥ ସିଂହ ଏବଂ ଭିନ୍ଦାଙ୍କୁଏକୁଚିଆ ମଣିଷ କରିଥିଲେ। ଦୂଇ ପୁଅ ବଡ଼ ହେବା ପରେ ବିଦେଶ ଯାଇ ଟଙ୍କା ରୋଜଗାର କରୁଥିଲେ। ତିରଥ ସିଂହଙ୍କ ସହିତ ଭିନ୍ଦା ମଧ୍ୟ ବିଦେଶରେ ରହୁଥିଲା। ଘରର ଅଭାବ ଦୂର ହେବା ପରେ ପୁରୁଣା ଘର ବିକ୍ରି କରି ନୂଆ ଘର କିଣିଥିଲେ। ଏହା ଭିତରେ କସମିରା ଲଭପ୍ରୀତ କୌରକୁ ତାଙ୍କ ବଡ଼ ପୁଅତିରଥ ସିଂହ ପାଇଁ ଠିକ୍ କରିଥିଲେ। ୨୦୧୩ରେ ଲଭପ୍ରୀତସହିତ ତିରଥ ସିଂହଙ୍କ ବିବାହ ହୋଇଥିଲା। ବିବାହ ପରେ ତିରଥ ସାନ ଭାଇ ଭିନ୍ଦା ସହିତ ପୁଣି ବିଦେଶ ଚାଲି ଯଇଥିଲେ।ଆଶୁ ମଧ୍ୟ ସେହି ଗାର ଥିଲା। ତିରଥ ସିଂହ, ଭିନ୍ଦା ଏବଂ ଆଶୁତିନିଜଣ ପିଲା ଦିନର ସାଙ୍ଗ ଥିଲେ। ଦୁଇ ପରିବାର ମଧ୍ୟରେନିବିଡ଼ ସଂପର୍କ ଥିଲା। ଆଶୁ ଅଧ୍୍କାଂଶ ସମୟ ଭିନ୍ଦାର ଘରକୁ ଆସୁଥିଲା। କସମିରା ତାଂକୁ ନିଳ ପୁଅ ପରି ଭାବୁଥିଲେ। ଦୁଇ ପୁଅଙ୍କ ଅନୁପସ୍ଥିତିରେ ଆଶୁ କସମିରାଙ୍କ ଘର କାମମଧ୍ୟ କରି ଦେଉଥିଲା। ଲଭପ୍ରୀତକୁ ସେ ଭାଉଜ ଡାକୁଥିଲା ।ସଂପର୍କରେ ଦିଅର ଭାଉଜ ହୋଇଥିବାରୁ ଛୋଟମୋଟ ହସମଜାକ ତାଙ୍କ ଭିତରେ ଚାଲୁଥିଲା। ସ୍ବାମୀ ବିଦେଶଯିବା ପରେ ଲଭପ୍ରୀତ ପୂରା ଏକୁଚିଆ ହୋଇପଡ଼ିଥିଲା।କସମିରା ତାଂକୁ ସବୁ କାମରେ ସହଯୋଗ କରୁଥିଲେ ସତ ।ହେଲେ ସେ ଘରେ ଏକୁଚିଆ କେତେ ଦିନ ରହିଥାନ୍ତା। ତାଂରମଧ୍ୟ ମନଥିଲା ସ୍ବାମୀଙ୍କ ସହିତ ବାହାରକୁ ବୁଲିଯିବାକୁ।ହେଲେ ଲଭପ୍ରୀତର ଇଚ୍ଛା ଇଚ୍ଛାରେ ହିଁ ରହି ଯାଉଥିଲା।
ଆଶୁ ଲଭପ୍ରୀତର ଛୋଟମୋଟ କାମ କରି ଦେଉଥିଲା। ଏଇବାହାନାରେ ଲଭପ୍ରୀତ ଆଶୁ ସହିତ ବାହାରକୁ ମଧ୍ୟ ଯାଉଥିଲା।ଲଭପ୍ରୀତକୁ ଆଶୁ ସହିତ ବାହାରକୁ ଯିବା ଭଲ ଲାଗୁଥିଲା।କିନ୍ତୁ ଦୁଇଜଣଙ୍କ ବୁଲାବୁଲି କରିବା ଗାଁର ଲୋକମାନଙ୍କୁ ପସନ୍ଦନଥିଲା। ଦୁଇଳଣଙ୍କୁ ଭିନ୍ନ ଦୃଷ୍ଟିରେ ଦେଖି ବାକୁ ଲାଗିଲେ ଗାରଲୋକମାନେ । କିନ୍ତୁ ତିରଥ ଏବଂ ଆଶୁ ପରିବାରର ଘନିଷ୍ଠତାଦେଖ୍ ସେମାନେ ନିଳ ନିଜ ମୁହଁ ବନ୍ଦ ରଖିଥିଲେ।
ଡିସେମ୍ବର ୨୦୧୭ ଆଶୁର ବାହାଘର ଥିଲା। ସାଙ୍ଗର ବାହାଘରେ ସାମିଲ୍ହେବା ପାଇଁ ଭିନ୍ଦା ଦୁଇ ତିନିମାସ ପୂର୍ବରୁ ଛୁଚି ନେଇ ଗାଁକୁଆସିଯାଇଥିଲା। ଏହି ସମୟରେ ଗାଁର କେହି ଜଣେ ବ୍ୟକ୍ତିଭିନ୍ଦାକୁ ଭାଉଳ ବିରୋଧରେ କାନ ଭରିଥିଲା। ଲଭପ୍ରୀତ ଆଶୁସହିତ ବୁଲାବୁଲି କରିବା କଥା ଭିନ୍ଦା ଗାଁ ଲୋକଙ୍କ ଠାରୁଶୁଣିବାକୁ ପାଇଲା। ଏମିତି କଥା ଶୁଣିବା `ପରେ ଭିନ୍ଦା ଆଶୁକୁ ଘୃଣା କରିବାକୁ ଲାଗିଲା। ଆଶୁ ଆଉ ତାଂ ସାଙ୍ଗ ନୁହଁଶତ୍ରୁ ପାଲଟିଗଲା। ଏହାପରଠାରୁ ଭିନ୍ଦାଆଉ ଆଶୁ ସହିତ କଥାବାର୍ଭା ହେବା ବନ୍ଦକରିଦେଲା। ଏମିତିକି ସେ ଆଉ ଚାକିରି ପାଇଁ ବିଦେଶ ମଧ୍ୟ ଗଲା ନାହିଁ। କିନ୍ତୁ ଆଶ ଜାଣିପାରୁନଥିଲା ଭିନ୍ଦା ତାଂ ସହିତ କଥାବାର୍ତା କଂଣ ପାଇଁ ହେଉନି।
 ଜୁନ୍ ୨୦୧୮, ଆରମ୍ଭବେଳକୁ ଭିନ୍ଦାର ସ୍ବଭାବ ଦେଖ୍ ସମସ୍ତେ ଆଶ୍ଚର୍ଯ୍ୟ ଥିଲେ । କଥାକଥାରେ ଆଶୁ ନା ଶୁଣିବା ମାତ୍ରେ ସେ ଚିଡ଼ିଚିଡ଼ି ହେଉଥିଲା। ବାଟଘାଟରେ ଆଶୁକୁ ଦେଖିଲେ ତାଂକୁ ଅଟକାଇ ଝଗଡ଼ାକରୁଥିଲା। ଭିନ୍ଦାର ଏମିତି ପରିବର୍ଭନ ଦେଖି  ଗୋଟେ ଦିନଆଶୁ ତାଂକୁ ଅଟକାଇ କହିଲା, ଭିନ୍ଦା। ତୁ କୌଣସି କାରଣନଥାଇ ମୋ ସହିତ ଝଗଡ଼ା କରୁଛୁ। ଯଦି କସମିରା ମାଉସୀମତେ ଘରକୁ ଆସିବାକୁ ମନା କରନ୍ତି ମୁଁ କେବେ ବି ଯିବିନି ।ଆଶୁ ଅଧୁକ ଯୁକ୍ତି କରିବାକୁ ଚାହୁଁନଥିଲା। ଆଶୁର ସ୍ଥୀ ସେ ସମୟରେ ଗର୍ଭବତୀ ଥିଲା। ତାଙ୍କ ଘର ପୂଜାରେ ସାମିଲ୍ ହେବାପାଇଁ କସମିରା ଏବଂ ଲଭପ୍ରୀତ ଯାଇଥିଲେ। ହେଲେ ଭିନ୍ଦାଯାଇନଥିଲା। ସେ ସେତେବେଳେ ଭାବୁଥିଲା ଅଶୁକୁ ଯେମିତିବି ହେଉ ତାଂ ପରିବାର ଠାରୁ ଦୂରେଇ ରଖିବ। ହେଲେଏଥିପାଇଁ ଯେ ଭିନ୍ଦା ଏତେ ବଡ଼ ପଦକ୍ଷେପ ନେବ କେହି ଜାଣିନଥିଲେ। ଭିନ୍ଦା ଖୋଜୁଥିଲା କେବଳ ମଉକା।
୯ଳୁନ୍ , ୨୦୧୮ ସନ୍ଧ୍ୟାରେ ତା'କୁ ମଉକା ମିଳିଯାଇଥିଲା। ସନ୍ଧ୍ୟା ସାଢେ ୫ଟାରେଗାର ଶେଷମୁଣ୍ଡରେ ଥିବା ବଡ଼ ବରଗଛ ନିକଟରେ ଗୀର କିଛି ଲୋକ ବସିଥିଲେ। ଆଶୁର କାକା ବିଟୁ ସିଂହ ମଧ୍ୟସେଠି ଉପସ୍ଥିତ ଥିଲେ। ଏହି ସମୟରେ ଆଶୁ ତାଂର ଘରୁବାହାରି ଶେଷମୁଣ୍ଡରେ ଥିବା ଦୋକାନକୁ ବାହାରିଥିଲା କିଛିଜିନିଷ କିଣିବାକୁ । ସେ ଦୋକାନ ପାଖକୁ ପହଞ୍ଚିଛି କି ନାହିଁ ଭିନ୍ଦା ଆସି ତା ରାସ୍ତା ଅଟକାଇଥିଲା। ଆଶୁ ଭିନ୍ଦାକୁ ଦେଖ୍ ଡରିଯଇଥିଲା। କାରଣ ଭିନ୍ଦା ସେତେବେଳେ ହୋସ୍ରେ ନଥିଲା।ରାଗରେ ତା ଶରୀର ଲାଲ୍ ପଡ଼ିଯଇଥିଲା। ଆଶୁ ତା' ସହିତଝଗଡ଼ା ନକରି ସେଠୁ ସଙ୍ଗେ ସଙ୍ଗେ ଖସି ପଳାଇଯିବା ଠିକ୍ଭାବିଥିଲା। ହେଲେ ଭିନ୍ଦା ତା'କୁ ଛାଡ଼ିନଥିଲା। କାରଣ ଭିନ୍ଦାରଯୋଜନା କିଛି ଅଲଗା ଥିଲା। ଏଥର ଆଉ ମାଡ଼ ଝଗଡ଼ାରେନୁହଁ। ସିଧା ରାସ୍ତାରୁ ହଟେଇ ଦେବାର ଯୋଜନା ପ୍ରସ୍ତୁତକରିଥିଲା। ଆଶୁ ଭିନ୍ଦାକୁ ନଳର ଅନ୍ଦାଜ କରି ତା ସାଇଡ୍ଦେଇ ଚାଲି ଆସିବାକୁ ଭଦ୍ୟମ କରିଥିଲା। ଆଶୁ କିଛି ବାଟଯଇଛି କି ନାହିଁ ଭିନ୍ଦା ପଛରୁ ଆସି କଟୁରୀରେ ଆଶୁ ଉପରେଆକ୍ରମଣ କରିଥିଲା। ଏସବୁ ଦୃଶ୍ୟ ଗଛ ନିକଟରେ ବସିଥିବା ଗାଁର ଲୋକମାନେ ଦେଖି ଥିଲେ। ହେଲେ ଆଶୁକୁ ବଞ୍ଚେଇବାକୁଆସିବା ପୂର୍ବରୁ ଭିନ୍ଦା ଆକ୍ରମଣ କରି ଖସି ପଳାଇଥିଲା। ସେଠୁଆସିବାପରେ ସିଧା ତାଂ ଘରକୁ ଆସିଥିଲା। ସେହି ସମୟରେ ଘରେ ତା' ଭାଉଜ ଲଭପ୍ରୀତ ଥିଲା। ମାଂ କସମିରା ଅଗଣାରେ ଥିଲେ। କିଛିବୁଝିବା ଆଗରୁ ଭିନ୍ଦାଲଭପ୍ରୀତର ବେକକୁ କଟୁରୀଆକ୍ରମଣ କରିଥିଲା। ଚିକ୍ରାର କରି ଲଭପ୍ରୀତ ତଳେ ପଡ଼ିଥିଲା। କସମିରାଆସି ଦେଖି ଲା ବେଳକୁ ଭିନ୍ଦା ଖସି ଚାଲିଯାଇଥିଲା। ସଙ୍ଗେ ସଙ୍ଗେ ଲଭପ୍ରୀତକୁ ମେଡିକାଲ ନିଆଯାଇଥିଲା। ହେଲେ କସମିରା ଜାଣିନଥିଲେ ଭିନ୍ଦାଆଶୁକୁ ମଧ୍ୟ ଆକ୍ରମଣ କରିଥିଲା। ଆଶୁର କାକା ବିଟୁ ସିଂହଆଶୁକୁ ମେଡିକାଲ ନେବା ପରେ ସିଧା ଯାଇ ଥାନାରେପହଞ୍ଚିଥିଲେ। ଆଉ ସମସ୍ତ ଘଟଣା ବର୍ଣ୍ଣନା କରି କହିଥିଲେ।
ପୁଲିସ ଘଟଣା ଳାଣିବା ପରେ ଭିନ୍ଦାକୁ ଖୋଜିଥିଲା । ଆଶୁ ଏବଂ ଲଭପ୍ରୀତ ଦୂଇଳଣଙ୍କୁ ଅଲଗା ଅଲଗା ମେଡିକାଲରେ ଭର୍ଭିକରାଯାଇଥିଲା। ଦୁଇଜଣଙ୍କ ଅବସ୍ଫା ଗମ୍ଭୀର ଥିଲା। ଡକ୍ଟରଦୁଇଜଣଙ୍କୁ ବଞ୍ଚେଇବାକୁ ବହୁତ ଚେଷ୍ଟା କରିଥିଲେ। ହେଲେଶେଷରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ସେପଟେ ପୁଲିସଭିନ୍ଦାକୁ ସବୁସ୍ଥାନ ଖୋଜାଖୋଜି କରୁଥିଲା। ଭିନ୍ଦାର ମା ଙ୍କୁମଧ୍ୟ ପଚରାଯାଇଥିଲା। ହେଲେ ଭିନ୍ଦା କେଉଁଠି ଲୁଚିଥିଲାକାହାକୁ ଜଣାନଥିଲା।
ପାଞ୍ଚଦିନ ଲଗାତାର ଦୌଡ଼ ଧାପଡ଼ ପରେ ୫ଳୁନ୍, ରାତିରେ ଏକ ଗୁପ୍ତ ସୂଚନା ଆଧାରରେ ଗାଁ ରହିମପଘ୍ୁରରୁ ଭିନ୍ଦାକୁ ଗିରଫ କରି ଥାନାକୁ ଅଣାଯାଇଥିଲା।ପୁଲିସ ସମ୍ମୁଖରେ ନିଜ ଅପରାଧ ସ୍ଵୀକାର କରିଥିଲା ଭିନ୍ଦା। ଭିନ୍ଦା ଆଶୁ ଓ ତାଭାଉଜର ସଂପର୍କକୁ ନେଇ ସନ୍ଦେହକରୁଥିଲା। ସେ ଭାବୁଥିଲା ଦୁଇଜଣଙ୍କ ଭିତରେ ଅନୈତିକସଂପର୍କ ଅଛି। ସେଥିପାଇଁ ସେ ରାଗରେ ତା' ଭାଉଜ ଏବଂସାଙ୍ଗ ଆଶ୍ରୁର ହତ୍ୟା କରିଥିଲା। ଲଭପ୍ରୀତ ଓ ଆଶୁକୁ ହତ୍ୟାକଲା ପରେ ଭିନ୍ଦା ଦିଲ୍ଲୀ ପଳେଇଥିଲା। ଦିଲ୍ଲୀରେ କିଛି ଦିନରହିବା ପରେ ସୁରତ ଚାଲି ଯାଇଥିଲା। ତାଂ ପାଖରେ ଟଙ୍କାବେଶି ନଥିଲା। କେତେବେଳେ ରାସ୍ତାକଡ଼ରେ ତ ଆଉକେତେବେଳେ ରେଳଷ୍ଟେସନ ନିକଟରେ ଶୋଉଥିଲା। ଟଙ୍କାପୂରା ସରିଯିବାରୁ ପୁଣି ଗାଁକୁ ଫେରି ଆସିଥିଲା। ଆଉ ପୁଲିସ ହାତରେ ଧରା ପଡ଼ିଯାଇଥିଲା।-

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...