Thursday 14 November 2019

ସମାଜମଙ୍ଗଳକାରୀ କାର୍ଯ୍ୟ ଡାକି ଆଣିଲା ବିପଦ


ମାନବ କଲ୍ୟାଣ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ଯେତିକି ଆଦର ସମ୍ମାନ ମିଳେ ତା'ଠାରୁ ଅଧିକମାତ୍ରାରେ ସେମାନଙ୍କ ଜୀବନରେ ନୂତନ ଶତ୍ରୁ ପ୍ରବେଶ କରନ୍ତି । ସମାଜର ମଙ୍ଗଳ ପାଇଁ ସ୍ଵର ଉଠାଉଥିବା ବ୍ୟକ୍ତିଗଣ ଅନ୍ୟର ଦୁଃଖ ଲାଘବ କରନ୍ତି ସତ କିନ୍ତୁ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ପ୍ରକାର ସମସ୍ୟା ମୁଣ୍ଡ ଟେକି ଛିଡ଼ାହୁଏ । ଦୁଇ ଭଉଣୀଙ୍କ ସମାଜମଙ୍ଗଳକାରୀ କାର୍ଯ୍ୟ ସେମାନଙ୍କ ପାଇଁ ବିପଦ ଡାକି ଆଣିଲା ଯାହା ଫଳରେ ସେମାନେ ବେଶି ଦିନ ଏପରି କାର୍ଯ୍ୟରେ ଲିପ୍ତ ରହିପାରିଲେ ନାହିଁ । ସେବାରୁ ସେମାନେ ଯେଉଁ ଶତୁମାନଙ୍କୁ ଅର୍ଜନ କରିଥିଲେ ଶେଷରେ ସେମାନେ ହିଁ ଏ ଦୁଇ ଭଉଣୀଙ୍କ ଜୀବନ ଦୀପକୁ କ୍ଷଣକରେ ଲିଭାଇଦେଲେ ।
ବିହାରର ପୁର୍ଣିୟା ଜିଲ୍ଲା ଜଲାଲଗଡ଼ର ଚକ ହାଟ ଗ୍ରାମ । ଜୟଦେବ ତତମା ନାମକ ଜଣେ ବରିଷ୍ଠ ବ୍ୟକ୍ତି ଏଠାରେ ପରିବାର ସହ ରୁହନ୍ତି । ଜୟଦେବ ପେଶାରେ ଜଣେ କୃଷକ କିନ୍ତୁ ଚକ ହଟା ଗ୍ରାମରେ ତାଙ୍କର ଖାତିର ବହୁତ । ଲୋକେ ଅନେକ କାର୍ଯ୍ୟ ପାଇଁ ତାଙ୍କଠାରୁ ପରାମର୍ଶ ନିଅନ୍ତି । ପୁଅ ଅଶୋକ ଓ ଦୁଇଝିଅ କଳାବତୀ ଓ ମଲାବତୀଙ୍କୁ ନେଇ ଜୟଦେବ ତତମାଙ୍କ ପରିବାର । ପୁଅ ଅଶୋକଠାରୁ ଦୁଇଝିଅ ଥିଲେ ଅଧୁକ ବୁଦ୍ଧିଆ । ଜୟଦେବ ତାଙ୍କ ପିଲାମାନଙ୍କୁ ଭଲ ମଣିଷ ଭାବେ ଗଢ଼ି ତୋଳିଥିଲେ। ପାଠ ପଢ଼ିବା ପରେ ଦୁଇଝିଅ କଳାବତୀ ଓ ମଲାବତୀ ସମାଜ ସେବାରେ ଲାଗି ପଡ଼ିଲେ ।
ବାପା ଜୟଦେବ ଦୁଇ ଝିଅଙ୍କ କାର୍ଯ୍ୟରେ ବେଶ୍ ଖୁସିଥିଲେ । ପ୍ରତ୍ୟେକବାପର ଝିଅ ପ୍ରତି ସ୍ଵତନ୍ତ୍ର କର୍ତବ୍ୟ ଥାଏ । ସେ କରଉଁବ୍ୟଟି ବାହାଘର ।କଳାବତୀ ଓ ପରେ ମଲାବତୀଙ୍କର ବିବାହ ଜୟଦେବ ତତମା ପାଖଗାରେ କରାଇ ଆଶ୍ଵସ୍ତି ଅନୁଭବ କଲେ । ପୁଅ ଅଶୋକ ବାପା ଜୟଦେବ ତତମାଙ୍କ ସେବାରେ ଲାଗିପଡ଼ିଲେ । ଦୁଇ ଝିଅ ବିବାହ କରିବା ପରେ ଜୟେଦବ ପୁଅର ମଧ୍ୟ ବିବାହ କାର୍ଯ୍ୟ ସମ୍ପନ୍ନ କରିଦେଲେ । ଅଶୋକ ବାପା ଜୟଦେବଙ୍କ ସେବାରେ କୌଣସି ପ୍ରକାର ଖୂଲାପ ହେବାକୁ ଦେଉ ନ ଥିଲେ । ବୃଦ୍ଧାବସ୍ଥାରେ ଅଶୋକ ହିଁ ଜୟଦେବଙ୍କର ଥିଲେ ଏକମାତ୍ର ସାହାରା ।
ଦୁଇଝିଅଙ୍କ ବିବାହ ତ କରିଦେଲେ ଜୟଦେବ କିନ୍ତୁ ଝିଅମାନଙ୍କ ବୈବାହିକ ଜୀବନ ସେତେ ସୁଖମୟ ନ ଥିଲା । କଳାବତୀ ଓ ମଲାବତୀ ଦୁହେଁ ବେଶି ଦିନ ଓଢ଼ଣା ତଳେ ନିଜକୁ ଲୁଚାଇ ରଖୁପାରିଲେ ନାହିଁ । ବାପଘରେ ଯେମିତି ଦୁଇ ଭଉଣୀ ସମାଜସେବାରେ ନିରତ ଲାଗିଥିଲେ ଶାଶୂଘରେ ମଧ୍ୟ ସେହି ପରି କାର୍ଯ୍ୟରେ ଲାଗି ପଡ଼ିଲେ । କିନ୍ତୁ ସେମାନଙ୍କ ଶାଶୂଘର ଲୋକେ ବୋହୂମାନଙ୍କ ଏପରି କାର୍ଯ୍ୟ କଳାପକୁ ଆଦୌ ସହ୍ୟ କରିପାରୁ ନ ଥିଲେ । କଳାବତୀ ଓ ମଲାବତୀ ସେବା କାର୍ଯ୍ୟ ଯୋଗୁଁ ଘରକ଼ ସବଦିନ ବିଳମ୍ବରେ ଫେରିବାକ଼ ଲାଗିଲେ ଯାହା ପାଇଁ  ଶାଶ୍ରଘର ଲୋକ ବିରକ୍ତ  ହୋଇଥିଲେ  । କିନ୍ତୁ ଦୁଇ ଭଉଣୀ ସେମାନଙ୍କ କାର୍ଯ୍ୟରୁ ନିବୃତ୍ତ ହେଲେନାହିଁ । ଏ ନେଇ ସେମାନଙ୍କ ସ୍ଵାମୀମାନେ ମଧ୍ୟ ଅନେକ ବୁଝାଶୁଝା କଲେ କିନ୍ତୁ ସ୍ଵାମୀମାନଙ୍କ ସବୁ ପ୍ରଚେଷ୍ଟା ଫେଲ୍ ମାରିଲା । ଶେଷରେ କଳାବତୀଓ ମଲାବତୀଙ୍କ ସ୍ଵାମୀମାନେ ସେମାନଙ୍କୁ ଛାଡ଼ିଦେଲେ ।

ଜୟଦେବ ତତମାଙ୍କ ଦୁଇ ଝିଅଙ୍କ ସଂସାର ବସିବା ପୂବରୁ ଭାଙ୍ଗିଗଲା ।ଏହି ଦୁଃଖରେ ଜୟଦେବ ତତମା ଦୁନିଆ ଛାଡି ଚାଲିଗଲେ ।ଭାଇ ଅଶୋକ ଥିଲେ ଅତ୍ୟନ୍ତ ଶାନ୍ତ ସ୍ଵଭାବର । ସେ ଚାହୁଁ ନଥିଲେ ତାଙ୍କ ଭଉଣୀମାନଙ୍କ ସଂସାର ଉଜୁଡି ଯାଉ । ସେଥିପାଇଁ ବାପାଙ୍କମୃତ୍ୟୁ ପରେ ସେ ଦୁଇଭଉଣୀଙ୍କ ସଂସାର ପୁର୍ନବାର ଗଢ଼ିବା ପାଇଁ ପ୍ରୟାସକଲେ । କିନ୍ତୁ ଭଉଣୀମାନଙ୍କ ସଂସାର ଯୋଡିବାରେ ବିଫଳ ହେଲେଅଶୋକ । କଳାବତୀ ଓ ମଲାବତୀଙ୍କୁ ଅଶୋକ ନିଜ ଘରେ ମୁଣ୍ଡ ଗୁଞ୍ଜବାକୁ ଯାଗା ଦେଲେ କାରଣ ତାଙ୍କ ପାଖରେ ଆଉ କୌଣସି ପ୍ରକାରଉପାୟ ନ ଥିଲା । କଳାବତୀ ଓ ମଲାବତୀ ଭାଇ ଅଶୋକଙ୍କ ମୁଣ୍ଡରବୋଝ ହେବାକୁ ଚାହୁଁ ନ ଥିଲେ । ସେମାନେ ଦିନେ ଅଶୋକଙ୍କୁ କହିଲେ,“ତୁମେ ଆମକୁ ଘରେ ମୁଣ୍ଡ ଗୁଞ୍ଜବା ପାଇଁ ଯାଗା ଦେଲ, ସେଥ୍ପାଇଁ
ତୁମକୁ ଅଶେଷ ଧନ୍ୟବାଦ୍ | କିନ୍ତୁ ଆମେ କେବେବି ତୁମ ମୁଣ୍ଡର ବୋଝହେବୁ ନାହିଁ । ପୁଣି କଳାବତୀ ଓ ମଲାବତୀ ଲାଗିଗଲେ ସମାଜ କଲ୍ୟାଣକାର୍ଯ୍ୟରେ । ଦୁହେଁ ସମାଜ ସେବା କାର୍ଯ୍ୟରେ ସକାଳୁ ଘରୁ ବାହାରି ଯାଉଥିଲେ ଓ ପ୍ରାୟତଃ ଡେରି ରାତିରେ ଘରକୁ ଫେରୁଥିଲେ । ଦୁଇଭଉଣୀଙ୍କ ପ୍ରତି ଅଶୋକଙ୍କର ଅଗାଢ଼ ବିଶ୍ଵାସ ଥିଲା । ସେ ଜାଣିଥିଲେତାଙ୍କ ଭଉଣୀମାନେ କେବେ କୌଣସି ପ୍ରକାର ଖରାପ କାର୍ଯ୍ୟରେ ଲିପ୍ତରହିବେ ନାହିଁ । ଚକ ହାଟ ଗାଁ ସମେତ ପାଖ ଗାଲୋକଙ୍କୁ ସାହାଯ୍ୟ କରୁଥ୍ଲେ ଦୁଇ ଭଉଣୀ । ସେମାନଙ୍କୁ ଉପକୃତ ଲୋକେ ଖୁବ୍ ଆଦର କରୁଥିଲେ ।

କିନ୍ତୁ କଳାବତୀ ଓ ମଲାବତୀଙ୍କ ସମାଜ ସେବା କାର୍ଯ୍ୟକୁ ଏକଅଲଗା ରୂପ ଦେଲେ ତାଙ୍କ ପଡ଼ୋଶୀ ବୀରେନ୍ଦ୍ର, ରାମଜୀ, ବୁଢୁ ଓଜିତେନ୍ଦ୍ର । ଏହି ଚାରି ଯୁବକ କଳାବତୀ ଓ ମଲାବତୀଙ୍କୁ ଚରିତ୍ରହୀନା ବୋଲିଅପବାଦ ଦେଲେ । ଗାସାରା ଏମାନେ ଏ ଦୁଇ ଭଉଣୀ ଅନୈତିକ କାର୍ଯ୍ୟକରି ଚଳୁଥିବା କଥା କହି ସେମାନଙ୍କ ନାରେ ଅପପ୍ରଚାର କରିବାକୁ ମଧ୍ୟପଛାଇ ନ ଥିଲେ । ଏ କଥା ଜାଣିବା ପରେ କଳାବତୀ ଓ ମଲାବତୀଙ୍କ ପାଦତଳୁ ମାଟି ଖସିଗଲା । ଦୁହେଁ ଏ କଥା ଶୁଣିବା ପରେ ବିଶ୍ବାସକରିପାରିଲେ ନାହିଁ । କିନ୍ତୁ କଳାବତୀ ଓ ମଲାବତୀ ଚୁପ୍ ରହିବା ସ୍ଵଭାବରନ ଥିଲେ । ସେମାନେ ଚାରି ଯୁବକଙ୍କ ବିଷୟରେ ଖୋଳତାଡ଼ ଆରମ୍ଭକରିଦେଲେ ।ବୀରେନ୍ଦ୍ର, ରାମଜୀ, ବୁଢୁ ଓ ଜିତେନ୍ଦ୍ର ଗୀ ମୁଖିଆଙ୍କ ଚେଲାଥିଲେ । ମଖିଆଙ୍କ ବଳରେ ଗାରେ ଏମାନଙ୍କର ବେଶ ଖାତିର ଥଲା । ମଖିଆଙ୍କ ବିରୋଧରେ ପ୍ରମାଣ ସବୁ ଏକାଠି କରି ପ୍ରଥମେ ଦୁଇ ସମାଜସେବୀଭଉଣୀ ସେମାନଙ୍କୁ ଜେଲ୍ ପଠାଇ ଦେଲେ । ବୀରେନ୍ଦ୍ର ଓ ରାମଜୀଙ୍କପରେ ବୁଦୁ ଓ ଜିତେନ୍ଦ୍ର ମଧ୍ୟ ସେହି ଦଶା ଭୋଗିଲେ ।

କିଛିଦିନ ଜେଲ୍ରେ ରହି ବୀରେନ୍ଦ୍ର, ରାମଜୀ, ବୁଦୁ ଓ ଜିତେନ୍ଦ୍ର ଜେଲ୍ରୁବାହାରିଲେ । ଏମାନଙ୍କ ମୁଣ୍ଡରେ ଚାଲିଥାଏ କିପରି ଦୁଇ ଭଉଣୀଙ୍କଠାରୁପ୍ରତିଶୋଧ ନିଆଯିବ । ଏହା ପରେ ବୀରେନ୍ଦ୍ର, ରାମଜୀ, ବୁଢୁ ଓ ଜିତେନ୍ଦ୍ରପ୍ରସ୍ତୁତ କଲେ ପ୍ଲାନ୍ ଯାହା ଫଳରେ ସେମାନେ ସବୁଦିନ ପାଇଁ ସେମାନଙ୍କପ୍ରତିଶୋଧ ଦୁଇ ଭଉଣୀଙ୍କଠାରୁ ନେଇ ପାରିବେ । ତେବେ ଏମାନଙ୍କଷଡଯନ୍ତ୍ରରେ ମାସିଲ ହୋଇଗଲେ ଗାର ଆଉ ୧୨ ଜଣ ସହଯୋଗୀ ।ଯେଉଁମାନେ କଳାବତୀ ଓ ମଲାବତୀଙ୍କ ପ୍ରତ୍ୟେକ କାର୍ଯ୍ୟରେ ନଜରରଖୁଥିଲେ । ସେମାନେ କେଉଁଆଡେ ଗଲେ, କାହା ସହ କଥାହେଲେ ସବୁ ପ୍ରକାରର ଖବର ରୁହେ ବୀରେନ୍ଦ୍ର, ରାମଜୀ, ବୁଢୁ ଓ ଜିତେନ୍ଦ୍ରଙ୍କ ପାଖରେ ।

ଜୁନ୍ ୨୩ ତାରିଖରେ ଦୁଇ ଭଉଣୀ ବାହାରିଗଲେ ଜଲାଲଗଡ଼ ବଜାରଅଭିମୁଖେ ଯାହାର ଖବର ମିଳିଗଲା ବୀରେନ୍ଦ୍ର, ରାମଜୀ, ବୁଢୁ ଓ ଜିତେନ୍ଦ୍ରକୁ ।ବଜାରକୁ ଯିବା ସମୟରେ ଏକ ଜଙ୍ଗଲ ରାସ୍ତା ପଡେ । କଳାବତୀ ଓ
ମଲାବତୀ ସେ ଜଙ୍ଗଲ ପାଖାପାଖ୍ ହେଲା ବେଳକୁ ବୀରେନ୍ଦ୍ର, ରାମଜୀ,ବୁଢ୍ଧୁ ଓ ଜିତେନ୍ଦ୍ରଙ୍କ ସମେତ ଗୀର ଅନ୍ୟ ୧୨ ଜଣ ସେମାନଙ୍କୁ ଘେରିଗଲେ ।ସେଠାରେ ବିରେନ୍ଦ୍ର, ରାମଜୀ, ବୁଦୁ ଓ ଜିତେନ୍ଦ୍ର ସେମାନଙ୍କୁ ଅପହରଣ କରି
ବିଲରିୟା ଘାଟକୁ ନେଇଗଲେ । ସେଠାରେ ସେମାନେ କଳାବତୀ ଓମଲାବତୀଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଲେ । ଘାଟ କୂଳରେ ଦୁଇ ଭଉଣୀଙ୍କମୁଣ୍ଡକୁ ପୋତି କଳାବତୀ ଓ ମଲାବତୀଙ୍କ ଶବକୁ ସେଠାରୁ ୫୦୦ କିଲୋମିଟରଦୂର ନେଇ ଯାଇ କୌଣସି ଏକ ବୁଦା ମୂଳେ ଫୋପାଡ଼ିଦେଲେ ।

୨୪ ତାରିଖ ଦିନ ପିଉସୀମାନେ ଘରକୁ ନ ଫେରିବା କାରଣରୁଅଶୋକଙ୍କ ପୁଅ ଅର୍ଥାତ କଳାବତୀ ଓମଲାବତୀଙ୍କ ପୁତୁରା ମନୋଜପିଉସୀମାନଙ୍କ ନିଖୋଜ ନେଇ ଜଲାଲଗଡ଼ ଥାନାରେ ଅଭିଯୋଗ କରିଥିଲେ । ୨୭ ଜୁନ୍ରେ ମେଣ୍ଢାଚରାଳୀ ବୁଦାମୂଳେ ଶବ ଦେଖି ପୋଲିସକୁଏ ସମ୍ପର୍କରେ ସୂଚନା ଦେଲେ ।ସୂଚନା ପାଇ ଘଟଣା ସ୍ଥଳରେ ମନୋଜଯାଇ ପହଞ୍ଚିଲେ । ଶବ ମାନେ ପିନ୍ଧିଥିବା ପୋଷାକରୁ ମନୋଜ ଜାଣିପାରିଲେଯେ ବେନାମୀ ଶବ ଦୁଇଟି ହେଉଛି ତାଙ୍କ ନିଖୋଜ ପିଉସୀମାନଙ୍କର ।ଏହାପରେ ମମ୍ତକ ବିହୀନ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଗଲା । ପୋଲିସକର୍ମଚାରୀ ପାଖ ବୁଦାରେ ଶବମାନଙ୍କର ମୁଣ୍ଡ ଖୋଜା ଖୋଜି କଲେ କିନ୍ତୁ ସେମାନଙ୍କ ହାତକୁ କୌଣସି ସଫଳତା ମିଳିଲା ନାହିଁ । ମୃତକଙ୍କବିଷୟରେ ପୋଲିସ ପରିବାର ସମେତ ଗ୍ରାମବାସୀଙ୍କୁ କଳାବତୀ ଓ ମଲାବତୀଙ୍କ ବିଷୟରେ ପଚରା ଉଚରା ଆରମ୍ଭ କରିଦେଲେ ।

ବୀରେନ୍ଦ୍ର, ରାମଜୀ, ବୁଢୁ ଓ ଜିତେନ୍ଦ୍ର ସମ୍ପର୍କରେ ପୋଲିସ ଜାଣିବାକୁପାଇଲା । କିନ୍ତୁ ସେମାନଙ୍କୁ ଧରିବା ପାଇଁ ପୋଲିସ ପାଖରେ କୌଣସିପ୍ରକାର ପ୍ରମଣ ନଥିଲା । ବୁଢୁ ଓ ଜିତେନ୍ଦ୍ରଙ୍କ ଫେନ୍ ନମ୍ବରକୁ ପୋଲିସ୍
ଟ୍ରେସ୍ କରି ଜାଣିବାକୁ ପାଇଲା ଘଟଣା ଦିନ କଳାବତୀ ଓ ମଲାବତୀଙ୍କଫୋନ୍ଙ୍କୁ ଏମାନେ ଏକାଧୂକ ଥର କଲ୍ କରିଛନ୍ତି ଯାହା ଆଧାରରେପୋଲିସ ସେମାନଙ୍କ ଥାନା ଡକାଇ ଜେରା କଲା । ଜେରା ପରେ ବୁଦୁଓ ଜିତେନ୍ଦ୍ର ସବୁ ସତ ଓଗାଳି ପାକାଇଲେ ପୋଲିସ ଆଗରେ । ବହୁଖୋଜାଖୋଜି ପରେ ପୋଲିସ ଅନ୍ୟ ଦୁଇ ଅଭିଯୁକ୍ତ ବିରେନ୍ଦ୍ର, ରାମଜୀଙ୍କୁମଧ୍ୟ ଧରିବାରେ ସଫଳ ହୋଇଗଲା । ଖାଲି ଏ ଚାରି ଅଭିଯୁକ୍ତ ନୁହନ୍ତିଗାର ହେଉଁ ୧୨ଜଣ ଲୋକ ଏ ଚାରି ଯୁବକଙ୍କ ସହଯୋଗ କରିଥିଲେସେମାନଙ୍କୁ ମଧ୍ୟ ପୋଲିସ ଧରିବାରେ ସଫଳ ହେଲା । ସର୍ବମୋଟ ୧୬ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରି ଜେଲ୍ ପଠାଇ ଦେଇଛି । --

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...