Thursday 14 November 2019

ରାଗ ବ୍ରହ୍ମ ଚାଣ୍ଡାଳ


ରାଗ ଜର୍ଜରିତ ମଣିଷ କ୍ଷଣିକ ଉତ୍ତେଜନାରେ କ'ଣଯେ କରିବସେ ତାହା ଜାଣିପାରେନା । ଭାବିଲା ବେଳକୁ ଏମିତି ଭୁଲ୍ କରିସାରିଥାଏ ଯାହାର ଭରଣା ଓ ପଶ୍ଚାତାପ କରିହୁଏନା । ଆଉ ଏହି ରାଗରେ ଯଦି ପ୍ରତିହିଂସା ସାମିଲ ହୋଇଯାଏ ତା'ହେଲେ କଥା ସରିଲା । ଏହା ଏଭଳି ଅଘଟଣକୁ ଆହ୍ଵାନ କରେ ଯାହାପାଇଁ ସାରାଜୀବନ ଅନ୍ଧକାରମୟ ହୋଇପଡ଼େ । ଯାହାର ଏକ ଚାକ୍ଷୁସ ପ୍ରମାଣ ନିକଟରେ ଦେଖବାକୁ ମିଳିଛି ହରିଆଣାରେ ।। 


 ହରିଆଣା ଯମୁନାନଗରର ଥାପର କଲୋ ନୀସ୍ଥିତ ସ୍ଵାମୀ ବିବେକାନନ୍ଦ ପବ୍ଲିକ୍ ସ୍କୁଲର ପ୍ରିନ୍ସପାଲ ୪୫ ବର୍ଷୀୟ ରିତୁ ଛାବ୍ଡା ଥିଲେ ଖୁବ୍ ଅନୁସାଶନଶୀଳ । ସେ ପିଲାମାନଙ୍କୁ ଯେତିକି ସ୍ନେହ କରୁଥିଲେ, ଭୁଲ୍ କ ଲେ ତା'ଠୁ ଅଧୁକ କଠୋର ଆକଟ ମଧ କରୁଥ୍ ଲେ | ଖାସ୍ ଏଥିପାଇଁ ପାଠପଢ଼ାରେ ଅବ୍ ଲ ଛାତ୍ରଛାତ୍ରୀ ତାଙ୍କୁ ଯେତିକି ପସନ୍ଦ କରୁଥିଲେ, ପଢ଼ାରେ ଦୁର୍ବଳ ପିଲାମାନେ ତାଙ୍କୁ ସେତିକି ଭୟ
କରୁଥିଲେ । ହେଲେ ଅଭିଭାବକମାନେ ରିତ୍କଣଙ୍କୁ ଖୁବ୍ ପସନ୍ଦ ଓ ସମ୍ମାନ କରୁଥିଲେ ।

ସ୍କୁଲର ସମସ୍ତ ଦାୟିତ୍ଵ ସହ ପିଲାଙ୍କୁ ସୂଚାରୁରୂପେ ପାଠ ପଢ଼ାଇବା ମଧ୍ୟରେ ରିତୁଙ୍କ ଆକଟ ନଜର ପଡ଼ିଥିଲା ଆନନ୍ଦ କଲୋନୀ ନିବାସୀ ୪୬ ବର୍ଷୀୟ ସଞ୍ଜୟ ଗୁମ୍ବରଙ୍କ ୧୮ ବର୍ଷୀୟ ପୁଅ ଶିବାଂଶ ଉପରେ । ଶିବାଂଶ ପାଠରେ ଥିଲା ଖୁବ୍ ଦୁର୍ବଳ । କମର୍ସ ଓ ଇକ୍ନୋମିକ୍ସ ରଖୁ ଦ୍ଵାଦଶ ଶ୍ରେଣୀରେ ପଢ଼ୁଥିବା ଶିବାଂଶର ପାଠପଢ଼ାରେ ଆଦୌ ମନ ଲାଗୁନଥିଲା । ଏପରିକି ସେ ନିୟମିତ ସ୍କୁଲକୁ ବିଳମ୍ବରେ ଆସିବା ସହ ଅନେକ ସମୟରେ ଶ୍ରେଣୀରେ ଅନୁପସ୍ଥିତ ରହୁଥିଲା। । ସଦାସର୍ବଦା ତା'ମନ ସଙ୍ଗୀତ ଦୁନିଆରେ ବୁଡ଼ିରହୁଥିଲା | ପାଠପଢ଼ା ସାରିବା ପରେ ବମ୍ବେ ଯାଇ ସଙ୍ଗୀତ ଇଣ୍ଡଷ୍ଟ୍ରୀରେ ମନୋନିବେଶ  ପାଇଁ ଉତ୍ସୁକ ଥିଲା ଶିବାଂଶ । ଏପରିକି ସେ ପଞ୍ଜାବୀ ଗୀତଗୁଡ଼ିକୁ ଡବିଂକରି ନିଜେ ଗାଇବା ପରି ଭିଡିଓ ପ୍ରସ୍ତୁତ କରି ଯୁଟ୍ୟୁବ୍ ମାଧ୍ୟମରେ ଛାଡ଼ୁଥିଲା । ସେ ୟୁଟ୍ୟୁବ୍ ଚ୍ୟାନେଲ୍ରେ “ପଞ୍ଜାବୀ ପୁତ୍' ନାମରେ ଦୁଇ ମାସ ତଳେ ୮ଟି ମ୍ୟୁଜିକ୍ ଭିଡିଓ ଛାଡ଼ିଥିଲା । ଏସବୁରେ ସମୟ ବିତାଇ ପାଠପଢ଼ାକୁ ଅଣଦେଖା କରିବାରୁ ଏଥିପାଇଁ ଅନେକ ସମୟରେ ପ୍ରିନ୍ସପାଲ ରିତୁ ମାଡାମ୍ ତାକୁ ତାଗିଦ୍ କରିବା ସହ ଛୋଟମୋଟ ଦଣ୍ଡ ମଧ୍ୟ ଦେଉ ଥିଲେ । କିନ୍ତୁ ଏଥିରେ ତା'ର କୌଣସି ପରିବର୍ତନ ହେଉନଥିଲା ।

ପ୍ରି-ବୋଡ ପରୀକ୍ଷାରେ ଆକାଉଣ୍ଟ ଓ ଅନ୍ୟ ୪ଟି ବିଷୟରେ ଫେଲ୍ ହେବାରୁ ଶିବାଂଶଙ୍କୁ ରିତୁ ମ୍ୟାଡମ୍ ଖୁବ୍ ଗାଳି କରିଥିଲେ । ଏପରିକି ଛାତ୍ରୀମାନଙ୍କ ଗହଣରେ ଚାପୁଡ଼ା ମଧ୍ୟ ମାରିଥିଲେ । ଏହାକୁ କିନ୍ତୁ ସହଜରେ ଗ୍ରହଣ କରିପାରିନଥିଲା ଶିବାଂଶ । ଏହି ଆକଟକୃୂ ସେ ଅପମାନ ବୋଧକରି ପ୍ରତିହିଂସାପର।ୟଣ ହୋଇଉଠିଥିଲା । ଆଉ ଏହାର ବଦ୍ଲା ସେ ରିତୁ ମ୍ୟାଡମ୍ ଙ୍କୁ ନିଶ୍ଚିତ ନେବ ବୋଲି ମନେ ମନେ ସ୍ଥିର କରିନେଇଥିଲା ।

ସେହିଦିନଠାରୁ ଶିବାଂଶ କିପରି ସବୁଦିନ ପାଇଁ ରିତୁ ମ୍ୟାଡାମ୍ ଙ୍କ ଗାଳି ଓ ଅପମାନରୁ ମୁକ୍ତି ପାଇବ ସେହି ଯେଜନ।ରେ ----- ଲ।ଗିପଡ଼ିଥିଲା ।। ବିଭନ୍ନ ଉପାୟ ପାଞ୍ଚିବ। ପରେ ଶେଷରେ ନିଷ୍ପତ୍ତି ନେଇଥିଲା ଯେ ସବୁଦିନ ପାଇଁ ରିତୁ ମ୍ୟାଡମ୍ ଙ୍କ ଜୀବ ନ ଦୀପ ଲିଭାଇଦେବ । ଯୋଜନ। ମୂତ।ବକ ସେ ପିତାଙ୍କ ଲ।ଇସେନ୍ଡ୍ ବନ୍ଧୃକ ଆଲମାରିର୍ ଚେ।ର।ଇ ନେଇଥିଲା । ସେଥିରେ ଗୁଳି ନଥିବାରୁ ବିବ୍ରତ ହୋଇପଡ଼ିଥିଲା ଶିବାଂଶ । ଦୁଇଦିନ କାଳ ଖୋଜାଖୋଜି ପରେ ବେଡ୍ ରୁମ୍ର ଆଲମିରା ରୁ ୪ଟି ଗୁଳି ପାଇଯାଇଥିଲା । ଗୁଳି ବନ୍ଧୁକ ମିଳିଯିବାରୁ ପରଦିନ ଅର୍ଥାତ୍ ଜାନୁଆରୀ ୨୧ ତାରିଖ -ଦିନ ଏହାକୁ ପ୍ୟାଣ୍ଟ୍ ପକେଟ୍ରେ ଲୁଚାଇ ଜଣେ ସାଙ୍ଗସହ ବୁଲେଟ୍ରେ ଶିବାଂଶ ସ୍କୁଲ ପହଞ୍ଚି ଯାଇଥଲା । ଉକ୍ତ ଦିନ ପ୍ୟାରେଣ୍ଟ୍ ଟିଚର୍ସ ମିଟିଂ ଥିବାରୁ ସ୍କୁଲର ଅନ୍ୟ ଷ୍ଟାଫ୍ ମାନେ ବ୍ୟସ୍ତ ଥିଲେ । ସ୍କୁଲ ପୂରା ଚଳଚଞ୍ଚଳ ଥିବାବେଳେ ରିତୁ ମ୍ୟାଡମ୍ କିନ୍ତୁ ନିଜ ଅଫିସ୍ରେ କିଛି କାମ କରୁଥିଲେ । ଏହା ଦେଖୁବା ପରେ ଶିବାଂଶ ଭାବିନେଇଥିଲା ଏଇଟା ହିଁ ପ୍ରତିଶୋଧ ନେବାର ପ୍ରକୃତ ସମୟ ।

ଦିନ ପ୍ରାୟ ୧୧ଟା ୩୦ରେ ଶିବାଂଶ ଇକୋନୋମିକ୍ସ ପ୍ରୋଜେକ୍ଟ ଖାତା ଦେଖାଇବା ବାହାନାରେ ପ୍ରିନ୍ସପାଲ୍ ଙ୍କ ଚ୍ୟାମ୍ବରକୁ ପଶିଥିଲା । ହେଲେ ରିତୁ ମ୍ୟାଡାମ୍ ଖାତା ଦେଖୁବେନି ବୋଲି କହି ତାକୁ ଫେରାଇ ଦେଇଥିଲେ । ଏଥିରେ ଅତିଷ୍ଠ ଶିବାଂଶ ରୁମ୍ର ଦରଜା ପର୍ଯ୍ୟନ୍ତ ଯାଇ ବୁଲିପଡ଼ି ମ୍ୟାଡାମ୍ ଙ୍କ ଉପରକୁ ଅନ୍ଧାଧୁନ୍ ଗୁଳି ଚଳାଇଥିଲା । ସେ ଫାୟାର୍ କରିଥିବା ଚାରିଟି ଗୁଳିରୁ ଗୋଟିଏ ଛାତି, ଅନ୍ଯଟି ମଥା ଓ ଆଉ ଦୁଇଟି କାନ୍ଧରେ ବାଜିଥିଲା । ଆଉ ନିମିଷକ ମଧ୍ୟରେ ରିତୁ ଛାବ୍ଡାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ସେଠାରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଗୁଳି ଶବ୍ଦଶୁଣି ଦୌଡ଼ିଆସିଥିବା ସ୍କୁଲ କର୍ମଚାରୀ ଓ ଅଭିଭାବକମାନେ ଶିବାଂଶକୁ କାବୁ କରିନେଇଥିଲେ । ଏପରିକି ସେଠାରେ ରୁଣ୍ଡ ହୋଇଯାଇଥିଲା ସ୍ଥାନୀୟ ଲୋକମାନେ ଖୁବ୍ ଉତ୍ତମ ମଧ୍ୟମ ମଧ୍ୟ ଦେଇଥିଲେ । ଏଥିରେ ଲହୁଲୁହାଣ ହେବା ପରେ ତାକୁ ପୋଲିସ ଜିମା ଦିଆଯାଇଥିଲା ।

ଘଟଣାସ୍ଥଳରୁ ଶିବାଂଶ ଧରାପଡ଼ିବା ପରେ ହତ୍ୟା ସମ୍ପର୍କରେ ପୋଲିସର ଆଉ କୌଣସି ସନ୍ଦେହ ନଥିଲା । ହେଲେ କାହିଁକି ଓ କେଉଁ ପରିସ୍ଥିତିରେ ସେ ଏପରି କାଣ୍ଡ ଘଟାଇଲା ତାହା ଜାଣିବା ପାଇଁ ପୋଲିସ ଶିବାଂଶକୁ ୩ ଦିନ ପାଇଁ ହେପାଜତକୁ ନେଇଥିଲା । ଜେରାରେ ଶିବାଂଶ ହତ୍ୟାକାଣ୍ଡ ପଛର ସମସ୍ତ କାହାଣୀ ବଣ୍ଣିନା କରିବା ସହ ଭୁଲ୍ ନୁହେଁ, ବରଂ ଉଚିତ୍ ଶାସ୍ତି ଦେଇଛି ବୋଲି କହିଚାଲିଥିଲା । ସମସ୍ତ କାହାଣୀ ଶୁଣିବା ପୋଲିସ ଶିବାଂଶକୁ ହତ୍ୟାକାରୀ କହିବ ନା ସାଇକୋ ତାହା ବୁଝିପାରି ନଥିଲା । ଘରେ ଅସ୍ତ୍ରଶସ୍ତ୍ର ରଖୁବା ଓ ଲାଇସେନ୍ସ ରେନୁ ନ କରିବା ଅଭିଯୋଗରେ ଶିବାଂଶର ପିତା ସଞ୍ଜୟ ଉପରେ ଆର୍ମସ୍ ଆକ୍ଟରେ ମାମଲା ରୁଜୁ ହୋଇଥଲା । ତାଙ୍କୁ ଜେରା ବେଳେ ସେ ପୁଅର ଏପରି କୌଣସି ଅସ୍ବାଭାବିକ ଲକ୍ଷଣକୁ ଅନୁମାନ କରିନଥିବା ଓ ପାଠରେ ଏତେ ଦୁର୍ବଳ ବୋଲି ଜାଣିନଥିବା କହିଥିଲେ । ଏଥିପାଇଁ ସେ ଖୁବ୍ ଦୁଃଖୀତ ଓ କୃତଘ୍ନ ବୋଲି ପୋଲିସ ଆଗରେ ପଶ୍ଚାତାପ କରିଥିଲେ ।

ବାପାପୁଅ ଦୁହିଁଙ୍କୁ ଅଦାଲତରେ ହାଜର କରାଯିବା ପରେ ସଞ୍ଜୟଙ୍କୁ ଜାମିନ ମିଳିଯାଇଥିଲା । ହେଲେ ଶିବାଂଶକୁ ଅଦାଲତ ପକ୍ଷରୁ କୌଣସି ସହାନୁଭୂତି ପ୍ରଦର୍ଶନ କରାଯାଇନଥିଲା । ହତ୍ୟା ଅଭିଯୋଗରେ ତାକୁ ସିଧାସଳଖ ଜେଲ୍  କୁ ପଠାଇ ଦିଆଯିବା ପରେ ଏହି ହତ୍ୟାକାଣ୍ଡ ଭିଆଇବାରେ ତାକୁ କେହି ସହଯୋଗ କରିଛନ୍ତି କି ନାହିଁ ଜାଣିବା ପାଇଁ ପୋଲିସକୁ ଅଦାଲତ ତଦନ୍ତ ନିର୍ଦ୍ଦେଶ ଦେଇଥ୍ଲେ

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...