ମୁଲ୍ଲା
ନସିରୁଦ୍ଦିନଙ୍କୁ ନେଇ ଏକ ଦୁଇ
ଧାଡ଼ିଆ ଗଳ୍ପ ଯାହା ପିଲା
ଦିନେ ଶୁଣୁଥିବା ବେଳେ ହାସ୍ୟ ରୋଳ
ସୃଷ୍ଟି କରିଥିଲା, ପରବର୍ତ୍ତୀ କାଳରେ ତାହା ଏକ
ପ୍ରସଙ୍ଗକୁ ନେଇ ଗଭୀର ଭାବେ
ଚିନ୍ତା କରିବାକୁ ବାଧୢ କରିଥାଏ। ଗଳ୍ପଟି
ଏହିପରି: ମୁଲ୍ଲା ନସିରୁଦ୍ଦିନ ତାଙ୍କ
ପତ୍ନୀଙ୍କୁ କାହିଁକି ଅଚାନକ ପାହାରେ
ଦେଲେ ବୋଲି ତାଙ୍କ ପ୍ରତିବେଶୀ
ପ୍ରଶ୍ନ କରନ୍ତେ ଉତ୍ତରରେ ମୁଲ୍ଲା
କହିବା ଶୁଣାଯାଇଥିଲା ଯେ ‘ସେ (ପତ୍ନୀ)
ମୋ ପାଖରେ ଥିଲା ଏବ˚
ଦେଖିଲି ବାଡ଼ିଟିଏ କାନ୍ଥରେ ଡେରା ହୋଇ
ରହିଛି; ସୁତରା˚, ଆଉ ସମ୍ଭାଳି
ପାରିଲି ନାହିଁ।’ ଅବଶ୍ୟ,
ଏହା ପରେ ମୁଲ୍ଲାଙ୍କ ପତ୍ନୀଙ୍କ
ପ୍ରତିକ୍ରିୟା କିଭଳି ହୋଇଥିଲା, ସେ
ସମ୍ବନ୍ଧରେ କୌଣସି ସୂଚନା ଗଳ୍ପରେ
ନାହିଁ, ତଥାପି ପ୍ରାଚୀନ ଉଜ୍ବେକିସ୍ତାନ, ଯେଉଁଠି ମୁଲ୍ଲା ନସିରୁଦ୍ଦିନ
ନାମକ ଏହି ଚରିତ୍ର ଏକଦା
ବିଚରଣ କରୁଥିଲେ ବୋଲି ସେଠାକାର
ଲୋକେ ବିଶ୍ବାସ କରନ୍ତି, ଏକ
ରକ୍ଷଣଶୀଳ ସମାଜ ହୋଇଥିବାରୁ ହୁଏ’ତ ମୁଲ୍ଲାଙ୍କ ପତ୍ନୀ
କୌଣସି ଅଭିଯୋଗ ନ କରି
ନିରବ ରହିଯାଇଥିବେ ଏବ˚ ଏହା ମଧୢ
ଖୁବ୍ ସମ୍ଭବ ଯେ ସେ
ମୁଲ୍ଲାଙ୍କ ଆଚରଣକୁ ଯଥାର୍ଥ ବୋଲି
ମଧୢ ବିଚାର କରିଥାଇପାରନ୍ତି।
ଅନେକ ପାଠକପାଠିକା ପ୍ରଶ୍ନ କରିପାରନ୍ତି ଯେ
ମୁଲ୍ଲାଙ୍କ ପତ୍ନୀ ଏତାଦୃଶ ପ୍ରତିକ୍ରିୟା
ପ୍ରଦର୍ଶନ କରିଥିବେ ବୋଲି ସୃଷ୍ଟ
ଧାରଣାର ହେତୁ କ’ଣ?
ଏହାର କାରଣ ହେଉଛି ଗଲା
ନଭେମ୍ବର ୨୫ ତାରିଖ, ‘ଇଣ୍ଟରନେସନାଲ
ଡେ’ ଫର୍ ଏଲିମିନେସନ୍ ଅଫ୍
ଭାୟୋଲେନ୍ସ ଏଗେନ୍ଷ୍ଟ
ଉମେନ୍’ ବା ‘ନାରୀଙ୍କ ପ୍ରତି
ପ୍ରଦର୍ଶିତ ହି˚ସା ଦୂରୀକରଣ
ଦିବସ’ ଅବସରରେ ଯୁକ୍ତରାଷ୍ଟ୍ର ଆମେରିକାର
ପ୍ରସିଦ୍ଧ ଖବରକାଗଜ ‘ଦ ଗାର୍ଡିଆନ୍’ରେ
ପ୍ରକାଶିତ ଏକ ସମ୍ବାଦ, ଯାହା
କହିଥିଲା ଯେ ଏବେ ମଧୢ
ପୃଥିବୀର ଅଧିକା˚ଶ ସମାଜରେ
ପାର˚ପରିକ ଭାବେ ସ˚ଖ୍ୟାଧିକ ମହିଳା ସେମାନଙ୍କ
ପ୍ରତି ସେମାନଙ୍କ ସ୍ବାମୀ ବା ପୁରୁଷ
ବନ୍ଧୁଙ୍କ ଦ୍ବାରା ପ୍ରଦର୍ଶିତ ହି˚ସାକୁ ଯଥାର୍ଥ ବୋଲି
ମନେ କରିଥାଆନ୍ତି। କହିବା
ନିଷ୍ପ୍ରୟୋଜନ ଯେ ଏଭଳି ଏକ
ଘୋର ବିଡ଼ମ୍ବନା ପଛରେ ଐତିହାସିକ, ସାମାଜିକ
ତଥା ମନସ୍ତାତ୍ତ୍ବିକ କାରଣ ଯାହା ବି
ଥାଉ ନା କାହିଁକି, ତାହା
ଯେ ସେମାନେ ଭୋଗି ଚାଲିଥିବା
ଅନ୍ତହୀନ ପୀଡ଼ାର ଏକ ପ୍ରମୁଖ
କାରଣ, ତାହା ନିଃସନ୍ଦେହ।
କୋଭିଡ୍ ପାନ୍ଡେମିକ୍ ସମୟରେ
ପୃଥିବୀର ସର୍ବତ୍ର ପାରିବାରିକ ହି˚ସାରେ ବୃଦ୍ଧି ଘଟିବା
ଏବ˚ ଅଧିିକରୁ ଅଧିକ ସ˚ଖ୍ୟକ ମହିଳା ଏହାର
ଶିକାର ହେଉଥିବା ପରିପ୍ରେକ୍ଷୀରେ ଏହି
ଦିନ ଜାତିସ˚ଘର ସେକ୍ରେଟାରି
ଜେନେରାଲ ଆଣ୍ଟୋନିଓ ଗ୍ୟୁଟେରସ ଏହାର ସ˚ପୂର୍ଣ୍ଣ
ନିର୍ମୂଳନ ଲାଗି ପଥିକୃତ୍ ଅଭିଯାନ
ପ୍ରାରମ୍ଭ କରିବା ଉପରେ ଗୁରୁତ୍ବ
ଆରୋପ କରିଥିବା ବେଳେ ଉପରେ
ବର୍ଣ୍ଣିତ ବିଡ଼ମ୍ବନାର ଆଲୋକରେ ଏହି ସ˚ଦର୍ଭ ଉପରେ ଦୃଷ୍ଟି
ନିକ୍ଷେପ କରିବା ଆବଶ୍ୟକ ମନେ
ହୋଇଥାଏ।
ଉଲ୍ଲେଖଯୋଗ୍ୟ
ଯେ ୨୦୧୫ ମସିହାର ‘ନେସନାଲ
ଫ୍ୟାମିଲି ହେଲ୍ଥ ସର୍ବେକ୍ଷଣ-୪’ ତଥ୍ୟ (ଯାହା
୨୦୧୮ରେ ପ୍ରକାଶିତ ହୋଇଥିଲା) ଯେଉଁ ଚିତ୍ର ପ୍ରଦାନ
କରିଥାଏ ତାହା ହେଲା ୫୨
ପ୍ରତିଶତ ଭାରତୀୟ ମହିଳା ସେମାନଙ୍କ
ସ୍ବାମୀ ବା ପୁରୁଷ ବନ୍ଧୁଙ୍କ
ହାତରେ ମାଡ଼ ଖାଇବାକୁ ଯଥାର୍ଥ
ବୋଲି ବିଚାର କରନ୍ତି।
ତେବେ ସେହି ସର୍ବେକ୍ଷଣର ରିପୋର୍ଟ
ଏହା ମଧୢ କହିଥାଏ ଯେ
ଏହାର ବିପରୀତରେ ୫୮ ପ୍ରତିଶତ ଅର୍ଥାତ୍
ସ˚ଖ୍ୟାଧିକ ପୁରୁଷ
ଏହାକୁ ନାପସନ୍ଦ କରିଥାଆନ୍ତି।
ଜଣାପଡ଼ିଛି ଯେ ଏହାର ଦଶ
ବର୍ଷ ପୂର୍ବରୁ ଅର୍ଥାତ୍ ୨୦୦୫ରେ
ହୋଇଥିବା ‘ନେସନାଲ ଫ୍ୟାମିଲି ହେଲ୍ଥ ସର୍ବେକ୍ଷଣ-୩’ରେ ଏ ସ˚ଦର୍ଭରେ ସମାନ ମତାମତ
ପୋଷଣ କରିଥିବା ମହିଳାଙ୍କ ସ˚ଖ୍ୟା ଚଳିତ ସର୍ବେକ୍ଷଣର
ଫଳାଫଳ ସହିତ ପ୍ରାୟ ସମତୁଲ
ଥିବା ବେଳେ ଏହାକୁ ନାପସନ୍ଦ
କରୁଥିବା ପୁରୁଷମାନଙ୍କ ସ˚ଖ୍ୟାରେ ସ˚ପ୍ରତି ବୃଦ୍ଧି ପାଇଥିବା
ପରିଲକ୍ଷିତ ହୋଇଛି, ଯାହା ଆଶ୍ବାସନା
ପ୍ରଦାୟକ। ସ୍ବାମୀ
ବା ପୁରୁଷ ବନ୍ଧୁମାନଙ୍କ ଦ୍ବାରା
ପ୍ରଦର୍ଶିତ ଏଭଳି ଆଚରଣ ପଛରେ
ନିହିତ ଥିବା ସମ୍ଭାବ୍ୟ କାରଣଗୁଡ଼ିକୁ
ଏହି ସର୍ବେକ୍ଷଣରେ ଯେଉଁ ଛଅଟି ବିଭାଗରେ
ବିଭକ୍ତ କରାଯାଇଥିଲା, ସେଗୁଡ଼ିକ ହେଲା: ଘରେ କାହାକୁ
ନ କହି ବାହାରକୁ
ବୁଲିଯିବା, ଯୁକ୍ତି କରିବା, ରୋଷେଇରେ
ଅବହେଳା, ସହବାସ ଲାଗି ଅସମ୍ମତି,
ଶାଶୂ ଘରର ଲୋକମାନଙ୍କ ସହିତ
କଳହ ଏବ˚ ପତି ବା
ପୁରୁଷ ବନ୍ଧୁଙ୍କ ପ୍ରତି ଅନୁରକ୍ତ ନୁହନ୍ତି
ବୋଲି ଜାତ ହେଉଥିବା ସନ୍ଦେହ।
ଏହି ସବୁ ପ୍ରସଙ୍ଗରେ ସ୍ବାମୀମାନଙ୍କ
ତାଡ଼ନ ଯଥାର୍ଥ ବୋଲି ଉପରୋକ୍ତ
୫୨ ପ୍ରତିଶତ ମହିଳା ମତ
ପ୍ରଦାନ କରିଥିେଲ।
ସେହି ସର୍ବେକ୍ଷଣ ଆହୁରି କହିଥାଏ ଯେ
ଗ୍ରାମାଞ୍ଚଳରେ ଏଭଳି ମତ ପୋଷଣ
କରୁଥିବା ମହିଳାଙ୍କ ସ˚ଖ୍ୟା ସହରାଞ୍ଚଳ
ତୁଳନାରେ ଅଧିକ ଏବଂ ଅନେକ
ଶିକ୍ଷିତ ସହରୀ ମହିଳାଙ୍କ କ୍ଷେତ୍ରରେ
ମଧ୍ୟ ଏହା ସଂପୂର୍ଣ୍ଣ ଅନୁପସ୍ଥିତ
ନୁହେଁ। ସୁତରା˚,
ଏଥିରେ ବିସ୍ମିତ ହେବାର ନାହିଁ
ଯେ ଅନେକ ମହିଳା ସେମାନଙ୍କ
ପ୍ରତି ଏଭଳି ହିଂସାଚରଣ ସତ୍ତ୍ବେ
ନିରବ ରହନ୍ତି। ପୁଣି
ସେତିକି ନୁହେଁ, ପୃଥିବୀର ସମୁଦାୟ
ଜନସ˚ଖ୍ୟାର ପ୍ରାୟ ଅର୍ଧେକ
ସ୍ଥାନ ଅଧିକାର କରିଥିବା ମହିଳାଙ୍କ
ନିରବତା କିଭଳି ଜୀବନର ଅନ୍ୟାନ୍ୟ
ସ୍ତରକୁ ମଧୢ ସ˚ପ୍ରସାରିତ,
ତାହା ଏକ ବିଶ୍ବ ସ୍ତରୀୟ
ସର୍ବେକ୍ଷଣ ପ୍ରସୂତ ଅନୁଶୀଳନରୁ ସ୍ପଷ୍ଟ
ହୋଇଥାଏ। ତାହା
ଅନୁସାରେ ନିଜ ପରିବାର ଲାଗି
ମହିଳାମାନେ ନିରବରେ ସ˚ପାଦନ
କରି ଚାଲିଥିବା ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରୁ ପ୍ରତ୍ୟହ ୧୨.୫
ବିଲିଅନ୍ (ଏକ ବିଲିଅନ ହେଉଛି
ଶହେ କୋଟି) ଅବୈତନିକ ଶ୍ରମ
ଘଣ୍ଟା ସୃଷ୍ଟି ହୋଇଥାଏ।
ଏହି ଅବଦାନକୁ ଯଦି ଅର୍ଥ
ଆକାରରେ ମୂଲ୍ୟାୟନ କରାଯିବ, ତେବେ ତାହା
ହେବ ବାର୍ଷିକ ୧୦.୮
ଟ୍ରିଲିଅନ ଆମେରିକୀୟ ଡଲାର; ଯାହା ବିଶ୍ବର
ସମଗ୍ର ପ୍ରାଦ୍ୟୋଗିକ ଶିଳ୍ପ କ୍ଷେତ୍ରର ଅବଦାନର
ପ୍ରାୟ ତିନି ଗୁଣ।
ସେହି ଅନୁଶୀଳନରେ ସ୍ଥାନିତ ଭାରତ ସମ୍ବନ୍ଧୀୟ
ଏକ ତଥ୍ୟ କହିଥାଏ ଯେ
ଏଠାରେ ଅତ୍ୟନ୍ତ ସ୍ବଳ୍ପ ପାରିଶ୍ରମିକରେ
ଘରୋଇ କାର୍ଯ୍ୟ (ଯାହା ପୁରୁଷମାନେ ପ୍ରାୟତଃ
କରି ନ ଥାଆନ୍ତି) କରୁଥିବା
ଜଣେ ମହିଳାଙ୍କ ୨୨,୨୭୭ ବର୍ଷର
ମୋଟ ଉପାର୍ଜନ ମିଶିଲେ ଯାଇ
ତାହା କୌଣସି ଉଚ୍ଚ ସ୍ତରୀୟ
ଭାରତୀୟ ପ୍ରାଦ୍ୟୋଗିକ କ˚ପାନିର ସି.ଇ.ଓ.ଙ୍କ
ବାର୍ଷିକ ବେତନ ସହିତ ସମକକ୍ଷ
ହୋଇପାରିବ। ସୁତରା˚,
ଉପରୋକ୍ତ ସର୍ବେକ୍ଷଣ ଓ ଅନୁଶୀଳନ ଆଧାରରେ
କୁହାଯାଇପାରେ ଯେ ମହିଳାମାନେ ସମ୍ମୁଖୀନ
ହେଉଥିବା ଲିଙ୍ଗଗତ ତାରତମ୍ୟ ତଥା
ସେମାନଙ୍କ ଠାରେ ପରିଲକ୍ଷିତ ହେଉଥିବା
ଭାଗ୍ୟାଶ୍ରୟୀ ମନୋବୃତ୍ତି ଯେ ସେମାନଙ୍କ ନିର୍ଯାତନାକୁ
ଏକ ନିରନ୍ତର ଧାରାବାହିକତା ପ୍ରଦାନ
କରିଛି, ଏଥିରେ ସନ୍ଦେହ ନାହିଁ।
ଉଲ୍ଲେଖନୀୟ
ଯେ ଆମ ସମାଜରେ ପରିଦୃଷ୍ଟ
ପୁରୁଷ ପ୍ରାଧାନ୍ୟ ମାନସିକତା ନାରୀ ଚେତନାକୁ ମଧୢ
ଅନେକତ୍ର କବଳିତ କରିଛି।
‘ନେସନାଲ ଫ୍ୟାମିଲି ହେଲ୍ଥ ସର୍ବେକ୍ଷଣ-୪’ରୁ ମିଳିଥିବା
ତଥ୍ୟ କହିଥାଏ ଯେ ୧୫ରୁ
୪୦ ବର୍ଷ ବୟସ ବର୍ଗର
ଯେତିକି ସ˚ଖ୍ୟକ ମହିଳା
ସେମାନଙ୍କ ସ୍ବାମୀଙ୍କ ନିଷ୍ଠୁର ଆଚରଣକୁ ଯଥାର୍ଥତା
ପ୍ରଦାନ କରନ୍ତି, ତା’ ତୁଳନାରେ
୪୦ରୁ ୪୯ ବର୍ଷ ବୟସ
ବର୍ଗରେ ଅନୁରୂପ ମତ ପୋଷଣ
କରୁଥିବା ମହିଳାଙ୍କ ସ˚ଖ୍ୟା ବିସ୍ମୟକର
ଭାବେ ଅଧିକ। ଏଭଳି
ଏକ ସ୍ଥିତିରେ ଏହା ସମସ୍ତେ ସ୍ବୀକାର
କରିବେ ଯେ ପାରିବାରିକ ହି˚ସାକୁ ପ୍ରତିହତ କରିବା
ଲାଗି ଉଭୟ ପୁରୁଷ ଓ
ମହିଳାମାନଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସିବା ଅତ୍ୟନ୍ତ ଜରୁରୀ। ବିଶେଷଜ୍ଞମାନଙ୍କ
ମତରେ ଶିକ୍ଷା ଓ ସଚେତନତା
ଏ ଦିଗରେ କାର୍ଯ୍ୟ
କରିବ। କିନ୍ତୁ
ତହିଁରେ ମଧୢ ଏକ ବିଡ଼ମ୍ବନା
ବାସ୍ତବ କ୍ଷେତ୍ରରେ ପରିଦୃଷ୍ଟ ହୋଇଥାଏ, ଯାହା ହେଲା ଅନେକ
ଅତ୍ୟନ୍ତ ଉଚ୍ଚ ଶିକ୍ଷିତ ଓ
ସଫଳ ମହିଳା ମଧୢ ନିଜକୁ
ପୁରୁଷମାନଙ୍କ ତୁଳନାରେ ଗୌଣ ବୋଲି
ବିଚାର କରନ୍ତି। ସମ୍ଭବତଃ
ତାହା ପେପ୍ସିକୋର ମୁଖ୍ୟ
ଇନ୍ଦ୍ରା ନୁୟୀଙ୍କୁ ଏହି ଆହ୍ବାନ ଦେବାକୁ
ବାଧୢ କରିଥିଲା ଯେ ଅନ୍ତତଃ
ଶିକ୍ଷିତ ମହିଳାମାନେ ନିଜକୁ ଦ୍ବିତୀୟ ଶ୍ରେଣୀର
ନାଗରିକ ବୋଲି ବିଚାର ନ
କରନ୍ତୁ!
No comments:
Post a Comment