ଆଜିର ସୂଚନା ଓ ପ୍ରଯୁକ୍ତିବିଦ୍ୟା
ଯୁଗରେ ଯାହା ପାଖରେ ଯେତେ
ତଥ୍ୟ ରହିଛି ସେ ଧନୀ
ଗଣାଯାଉଛନ୍ତି। ବଜାରସର୍ବସ୍ବ
ଅର୍ଥନୀତିରେ ତଥ୍ୟ ହାତେଇବା ପାଇଁ
ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲୁଥିବା ଦେଖାଯାଉଛି। ନିକଟରେ
ମଧ୍ୟପ୍ରଦେଶ ପୋଲିସ ଅନ୍ତର୍ଜାତୀୟ ସ୍ତରର
ଏକ ତଥ୍ୟ ଚୋରି ର଼୍ୟାକେଟର
ମୁଖା ଖୋଲିଛି। ଏଥିରୁ
ଜଣାପଡ଼ିଛି ଯେ ଭାରତୀୟ ବ୍ୟାଙ୍କରୁ
ଡାଟା ଚୋରି କରିବା ଲାଗି
ଜଣେ ବିଦେଶୀ ନାଗରିକଙ୍କ ନେତୃତ୍ୱରେ
ଗଠିତ ଦଳ ଲାହୋରଠାରେ କୌଶଳ
କରିଥିଲା। ଏପରିକି
ଭାରତୀୟଙ୍କ ବ୍ୟାଙ୍କ ତଥ୍ୟାବଳୀ ୫୦୦
ଟଙ୍କାରେ ଅନ୍ଲାଇନ୍ରେ
ବିକ୍ରି କରାଯାଇଛି। ଏହି
ତଥ୍ୟ ମଧ୍ୟରେ ଡେବିଟ୍ ଓ
କ୍ରେଡିଟ୍ କାର୍ଡ ଏବଂ ବ୍ୟାଙ୍କ
ଆକାଉଣ୍ଟର ବିବରଣୀ, କାର୍ଡ ଭେରିଫିକେଶନ
ଭାଲ୍ୟୁ (ସିଭିଭି) ନମ୍ବର, ଫୋନ୍
ନମ୍ବର, ଇ-ମେଲ୍ ଠିକଣା
ଆଦି ସ୍ଥାନ ପାଇଛି।
ଉଲ୍ଲେଖଯୋଗ୍ୟ, ସିଭିଭି ନମ୍ବର ଏବଂ
ପିନ୍ (ପର୍ସନାଲ ଆଇଡେଣ୍ଟିଫିକେଶନ ନମ୍ବର)
ସମ୍ପୂର୍ଣ୍ଣ ଅଲଗା। ସିଭିଭି
ନମ୍ବର କାର୍ଡର ନିରାପତ୍ତା ବଜାୟ
ରଖୁଥିବା ବେଳେ ପିନ୍ ବ୍ୟକ୍ତିଗତ
ଭାବେ ଆକାଉଣ୍ଟ ପରିଚାଳନାରେ ସାହାଯ୍ୟ
କରେ। ଅନେକ
ସମୟରେ ମନ୍ଦ ଉଦ୍ଦେଶ୍ୟ ରଖି
କାର୍ଯ୍ୟ କରୁଥିବା ବ୍ୟକ୍ତି ସିଭିଭି
ନମ୍ବର ଜାଣିବା ଆଳରେ ଗୋଳମାଳିଆ
ପରିସ୍ଥିତି ସୃଷ୍ଟିକରି ପିନ୍ ନମ୍ବର ହାତେଇ
ନେଇଥାନ୍ତି। ସେଭଳି
ସ୍ଥଳେ ବ୍ୟକ୍ତିବିଶେଷ ସିଧାସଳଖ ଠକାମିର ଶିକାର
ହୋଇଥାନ୍ତି। ଅର୍ଥାତ୍
ଜଣଙ୍କ ବ୍ୟାଙ୍କ ଖାତାରୁ ଅନ୍ୟ
ଜଣେ ସହଜରେ ଟଙ୍କା ଉଠାଇ
ନେଇପାରିବେ। ଅଗଷ୍ଟ
୨୮ରେ ଜୟକିଷନ୍ ଗୁପ୍ତା ନାମକ ଜଣେ
ବ୍ୟାଙ୍କ କର୍ମଚାରୀଙ୍କ କ୍ରେଡିଟ୍ କାର୍ଡରୁ ୭୨,୪୦୧
ଟଙ୍କା କଟି ଯାଇଥିଲା।
ତାଙ୍କ ଅଭିଯୋଗ ଭିତ୍ତିରେ ମଧ୍ୟପ୍ରଦେଶ
ପୋଲିସ ତଦନ୍ତ କରି ବମ୍ବେରୁ
ଦୁଇଜଣଙ୍କୁ ଗିରଫ କରିବା ପରେ
ବ୍ୟାଙ୍କ ତଥ୍ୟ ଚୋରି ବିଷୟ
ପ୍ରଘଟ ହୋଇଛି। ଭାରତୀୟ
ଅର୍ଥନୀତିକୁ ସ୍ବଚ୍ଛ ଓ ସମୃଦ୍ଧ
କରି ରଖିବା ପାଇଁ ବର୍ତ୍ତମାନର
କେନ୍ଦ୍ର ସରକାର ନଗଦବିହୀନ ଅର୍ଥନୀତି
ବା କ୍ୟାଶଲେସ୍ ଇକୋନମି ଉପରେ ଗୁରୁତ୍ୱ
ଦେଉଛନ୍ତି। ବ୍ୟାଙ୍କ
ଆକାଉଣ୍ଟ ସହ ଆଧାର ନମ୍ବର
ସଂଯୁକ୍ତ କରିବା ଲାଗି ଗ୍ରାହକଙ୍କୁ
ବାରମ୍ବାର ବାଧ୍ୟ କରାଯାଉଛି।
ଆଧାର କାର୍ଡରେ ବ୍ୟକ୍ତିବିଶେଷଙ୍କ ଅନ୍ତରଙ୍ଗ
ତଥ୍ୟ ରହିଛି। ତାହା
ସହ ଯେତେବେଳେ ବ୍ୟାଙ୍କ ଆକାଉଣ୍ଟ ଯୋଡ଼ା
ହୋଇଯାଉଛି ସେତେବେଳେ ଗ୍ରାହକଙ୍କ ବ୍ୟାଙ୍କ ବିବରଣୀ ଜାଣିବା
ସହଜ ହୋଇଯାଉଛି। ସଦ୍ୟ
ତଥ୍ୟ ଚୋରି ଘଟଣାକୁ ଦେଖିଲେ
ସମ୍ପୃକ୍ତ ଠକ ଦଳ ଓ୍ବାନ୍
ଟାଇମ୍ ପାସ୍ଓ୍ବାର୍ଡ (ଓଟିପି)
ଆବଶ୍ୟକ କରୁ ନ ଥିବା
ଅନ୍ତର୍ଜାତୀୟ ଓ୍ବେବ୍ସାଇଟ୍ରୁ
କ୍ରେଡିଟ୍ କାର୍ଡର ବିବରଣୀ ପାଇପାରିଛନ୍ତି। ଏଥିରୁ
ଭାରତର ସାଇବର ନିରାପତ୍ତା କେତେ
ସୁଦୃଢ଼ ରହିଛି ବୁଝିହେଉଛି।
ନରେନ୍ଦ୍ର ଦାମୋଦରଦାସ ମୋଦି ସରକାର ଗୋଟିଏ
ପଟେ ଅନ୍ଲାଇନ୍ କାରବାର
ଓ ନଗଦବିହୀନ ଅର୍ଥନୀତି
ଉପରେ ଗୁରୁତ୍ୱ ଦେଉଥିଲେ ମଧ୍ୟ
ଏହାର ସୁରକ୍ଷା ଦିଗରେ ସମ୍ପୂର୍ଣ୍ଣ
ପ୍ରସ୍ତୁତ ହେଉ ନ ଥିବାରୁ
ଜନସାଧାରଣଙ୍କ ଜମା ଅର୍ଥ ଅସୁରକ୍ଷିତ
ହୋଇପଡ଼ିଲାଣି। ସ୍ମରଣ
କରାଯାଇପାରେ ଯେ ବିମୁଦ୍ରୀକରଣ ପରେ
ଲୋକେ ସେମାନଙ୍କ କଷ୍ଟାର୍ଜିତ ଅର୍ଥ ପାଇବା ପାଇଁ
ଡହଳବିକଳ ହୋଇଥିଲେ। ଭାରତରେ
ଆଜିର ପରିସ୍ଥିତିରେ ଅସଂଖ୍ୟ ପ୍ଲାଷ୍ଟିକ୍ କାର୍ଡ
ସହ ଆବଶ୍ୟକ ପିନ୍ ମନେରଖି
ଜୀବନର ପ୍ରତି ପଦକ୍ଷେପରେ ଅନ୍ଲାଇନ୍ କାରବାର କରିବା
ଲାଗି ଲୋକଙ୍କୁ ପ୍ରବର୍ତ୍ତାଯାଉଛି।
ହେଲେ ଏସବୁର ନିରାପତ୍ତା ପ୍ରତି
ସରକାର ଦୃଷ୍ଟି ଦେଉ ନ
ଥିବାରୁ ଜନସାଧାରଣଙ୍କ ଜୀବନ ବିପଦରେ ପଡ଼ୁଛି। ଏହି
ବିପଦ ଆଗକୁ ବୃଦ୍ଧିପାଇବାର ସଙ୍କେତ
ଏବେଠୁ ମିଳିଲାଣି। କୁହାଯାଏ
ଏକ ରାଷ୍ଟ୍ରକୁ ଦୁର୍ବଳ କରିବାକୁ ହେଲେ
ସାମରିକ କାର୍ଯ୍ୟାନୁଷ୍ଠାନ ଅପେକ୍ଷା ପ୍ରଥମେ ତା’ର ଅର୍ଥନୀତିକୁ ଧ୍ୱଂସ
କରିଦେଲେ ଅଧିକ ସୁଫଳ ମିଳିଥାଏ। ଜନସଂଖ୍ୟାବହୁଳ
ଭାରତରେ ଅର୍ଥନୀତିର ଆକାର ବୃହତ୍ ଥିବାରୁ
ସାଇବର ଅପରାଧୀମାନେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଉପରେ ନଜର ପକାଉଛନ୍ତି। ତେଣୁ
ଦେଶର ନେତୃତ୍ୱ ଅର୍ଥନୀତି ଉପରେ
ବଡ଼ ବଡ଼ ଭାଷଣ ନ
ଦେଇ ଏହାକୁ କିଭଳି ସୁରକ୍ଷିତ
ରଖାଯାଇପାରିବ ତା’ ଉପରେ ଗୁରୁତ୍ୱ
ଦେବା ଆବଶ୍ୟକ। ଶୁଣିବାକୁ
ମିଳୁଛି ସରକାରୀ ଭାବେ ଜନସାଧାରଣଙ୍କ
ଜୀବନର ସବିଶେଷ ବିବରଣୀ ସାଉଁଟାଯାଇ
ସେଗୁଡ଼ିକୁ କର୍ପୋରେଟ ସଂସ୍ଥାଗୁଡ଼ିକୁ ଡାଟାବେସ୍ ପ୍ରସ୍ତୁତି ପାଇଁ ବିକ୍ରି କରାଯାଉଛି। ଦେଶବାସୀଙ୍କ
ତଥ୍ୟ ସହଜରେ ପାଇଯାଉଥିବାରୁ ବ୍ୟବସାୟୀ
ସେମାନଙ୍କ ଲକ୍ଷ୍ୟ ହାସଲ କରିପାରୁଛନ୍ତି
ଓ ପରୋକ୍ଷରେ ଶାସକ
ଗୋଷ୍ଠୀକୁ ଲାଭ ମିଳିପାରୁଛି।
ତେଣୁ ସରକାରୀ ବ୍ୟବସ୍ଥା ବିଭିନ୍ନ
କାର୍ଯ୍ୟକ୍ରମ ପାଇଁ କେବଳ ତଥ୍ୟ
ଯୋଗାଡ଼ରେ ନ ମାତି ମଣିଷର
ମଙ୍ଗଳ ହେବା ଭଳି ପଦକ୍ଷେପ
ନେଲେ ଦେଶର ଉନ୍ନତି ହୋଇପାରିବ।
Subscribe to:
Post Comments (Atom)
ବୁଢ଼ୀ ଅସୁରୁଣୀ
ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...
-
ଏକତରଫା ପ୍ରେମକୁ କେନ୍ଦ୍ର କରି ଜଗତସିଂହପୁରରେ ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉତ ଏସିଡ଼ ମାଡ଼ ଘଟଣାରେ ଅଭିଯୁକ୍ତମାନେ ୮ ବର୍ଷ ପରେ କୋଲକାତାରୁ ...
-
Shahrukh Khan's upcoming and most awaited film “Raees” is biopic of a Gujarati don Abdul Latif Most,...
-
Years of twists and turns, suspicious evidence, and prominent personalities have made these murders India’s most extraordinary i...
No comments:
Post a Comment