ଦଫା ୩୭୭ ଏକବିଂଶ ଶତାବ୍ଦୀରେ ବଞ୍ଚୁଥିବା ଅନେକ ମଣିଷଙ୍କ ମନରେ ଏବେ ପୁରୁଣାକାଳିଆ ବିଶ୍ୱାସ ବସାବାନ୍ଧି ରହିଛି। ସମାଜ ବଦଳୁଛି, ପ୍ରକୃତିରେ ପରିବର୍ତ୍ତନ ଆସୁଛି, ମଣିଷର ଚିନ୍ତାଧାରା, ଚାଲିଚଳଣ ବଦଳିଲାଣି, କିନ୍ତୁ ଅନେକ କ୍ଷେତ୍ରରେ ଦେଶର ଆଇନ ବ୍ୟବସ୍ଥା ଏ ପଯର୍ୟନ୍ତ ନୂଆ ଧାରାରେ ପଡିପାରି ନାହିଁ। ଭାରତରେ ସରକାର ଚଳାଉଥିବା ଓ ନ୍ୟାୟିକ ବ୍ୟବସ୍ଥାରେ ରହିଆସିଥିବା ପୁରୁଣା ଚିନ୍ତାଧାରାର କେତେକ ମହିଳା ପୁରୁଷ ସମୟ ଅନୁଯାୟୀ ପରିବର୍ତ୍ତନକୁ ସ୍ବୀକାର କରିପାରୁନାହାନ୍ତି। ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ଦଫା ୩୭୭କୁ ଦେଖିଲେ ସେହି କଥା ମନକୁ ଆସୁଛି। ୧୮୬୧ ମସିହାରେ ବ୍ରିଟିଶ ଶାସନ କାଳରେ ଆଇପିସିରେ ଏହି ଦଫା ଅନ୍ତର୍ଭୁକ୍ତ କରି ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଭାବେ ବିବେଚନା କରାଯାଇଥିଲା। ଇତିମଧ୍ୟରେ ଦେଢଶହ ବର୍ଷରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ସେହି ଆଇନ ଆଜି ବଳବତ୍ତର ରହିଛି। ଗତବର୍ଷ ଅଗଷ୍ଟ ୨୪ରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ ଅନ୍ତରଙ୍ଗ ଗୋପନୀୟତା ବା ପ୍ରିଭେସିକୁ ମୌଳିକ ଅଧିକାର ମାନ୍ୟତା ଦେଇଥିଲେ । ଏହି ସମୟରେ ସମଲିଙ୍ଗୀଙ୍କ ମଧ୍ୟରେ ଉଲ୍ଲାସ ଖେଳିଯାଇଥିଲା । କାରଣ ଏହି ସମ୍ପର୍କ ବ୍ୟକ୍ତିଗତ ବ୍ୟାପାର ଭିତରେ ଅନ୍ତର୍ଭୁକ୍ତ । ଏହି ପରିପ୍ରେକ୍ଷୀରେ ଆଲ୍ଲିଗଡ ମୁସ୍ଲିମ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଶ୍ରୀନିବାସ ରାମଚନ୍ଦ୍ର ସିରସଙ୍କ ଦୁଃଖଦ ଆତ୍ମହତ୍ୟା ମନେପଡୁଛି । ଶ୍ରୀନିବାସଙ୍କୁ ସମଲିଙ୍ଗୀ ସମ୍ପର୍କ କାରଣରୁ ବିଶ୍ୱବିଦ୍ୟାଳୟରୁ ବିତାଡିତ କରାଯାଇଥିଲା । ସେ ୨୦୧୦ ଏପ୍ରିଲରେ ଆତ୍ମହତ୍ୟା କରିଥିଲେ । ସର୍ବୋଚ୍ଚ ଅଦାଲତରେ ଦଫା ୩୭୭ ମାମଲା ଏ ପଯର୍ୟନ୍ତ ଗଡି ଚାଲିଛି। ଫଳରେ ସମଲିଙ୍ଗୀ ସମ୍ପର୍କ ରକ୍ଷା କରୁଥିବା ମହିଳା ପୁରୁଷ ଭୟଭୀତ ଜୀବନଯାପନ କରୁଛନ୍ତି। ସମଲିଙ୍ଗୀମାନଙ୍କ ସକାଶେ ସୁଖର କଥା ହେଉଛି ସୁପ୍ରିମକୋର୍ଟ ୨୦୧୮ ଜାନୁୟାରୀ ୮ରେ ଉକ୍ତ ମାମଲାର ଶୁଣାଣି କରି ତାଙ୍କର ପୂର୍ବ ରାୟର ପୁନର୍ବିଚାର ପାଇଁ ରାଜି ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଏକ ସ୍ବେଚ୍ଛାସେବୀ ସଙ୍ଗଠନ ୨୦୦୯ରେ ଦିଲ୍ଲୀ ହାଇକୋର୍ଟରେ ସମଲିଙ୍ଗୀ ସମ୍ପର୍କର ଅପରାଧୀକରଣକୁ ବିରୋଧ କରି ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ଉକ୍ତ ମାମଲାର ବିଚାର କରି ଆଇପିସିର ଦଫା ୩୭୭କୁ ଅସାମ୍ବିଧାନିକ ବୋଲି ରାୟ ଦେଇଥିଲେ। ମାତ୍ର ୨୦୧୩ରେ ସୁପ୍ରିମକୋର୍ଟ ୩୭୭ ଦଫା ଯୁକ୍ତିଯୁକ୍ତ ଏବଂ ସାମ୍ବିଧାନିକ ବୋଲି ଦର୍ଶାଇ ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେଇଥିଲେ। ଏବେ ସୁପ୍ରିମକୋର୍ଟ ଉକ୍ତ ମାମଲାର ତର୍ଜମା ପାଇଁ ବୃହତ୍ ଖଣ୍ଡପୀଠକୁ ପଠାଇବାର ନିଷ୍ପତ୍ତି ନେଇଛନ୍ତି। ପ୍ରଶ୍ନ ଉଠୁଛି ୨୦୧୩ରେ ସର୍ବୋଚ୍ଚ ଅଦାଲତ ଉକ୍ତ ମାମଲାକୁ ଖାମଖିଆଲି ଭାବେ ଗ୍ରହଣକରି ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେଇଥିଲେ କାହିଁକି । ସେତେବେଳେ ମଧ୍ୟ ଏହାକୁ ସାମ୍ବିଧାନିକ ବେଞ୍ଚକୁ ପଠାଯାଇପାରିଥାନ୍ତା। ଭାରତୀୟ ଆଇନ ବ୍ୟବସ୍ଥାରେ ସମଲିଙ୍ଗୀ ସମ୍ପର୍କ ରଖୁଥିବା ବ୍ୟକ୍ତିଙ୍କୁ ଅପରାଧୀ ବୋଲି ଦର୍ଶାଇ ଆଜୀବନ କାରାଦଣ୍ଡ ଓ ଜରିମାନାର ବ୍ୟବସ୍ଥା ରହିଛି। ଯେଉଁ ବ୍ରିଟିଶ ସରକାର ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ବିବେଚନା କରିଥିଲେ, ସେହିମାନେ ନିଜ ଦେଶ ବ୍ରିଟେନରେ ଏହାକୁ ଉଚ୍ଛେଦ କରିସାରିଲେଣି। ସମଲିଙ୍ଗୀଙ୍କ ବିକ୍ଷୋଭ ଏବଂ ଆନ୍ଦୋଳନ ଫଳରେ ଅନେକ ୟୁରୋପୀୟ ରାଷ୍ଟ୍ର ସମଲିଙ୍ଗୀ ସମ୍ପର୍କ ଏବଂ ବିବାହକୁ ସ୍ବୀକୃତି ଦେବାକୁ ବାଧ୍ୟ ହୋଇଛନ୍ତି। ୨୦୦୫ରେ ସ୍ପେନ୍, କାନାଡା ଏହାକୁ ସ୍ବୀକୃତି ଦେବା ପରେ ଆର୍ଜେଣ୍ଟିନା, ବେଲଜିୟମ, ଫ୍ରାନ୍ସ, ଜର୍ମାନୀ, ନ୍ୟୁଜିଲାଣ୍ଡ, ଆମେରିକା ଏବଂ ଅଷ୍ଟ୍ରେଲିଆ ଭଳି ଦେଶ ସମଲିଙ୍ଗୀମାନଙ୍କୁ ଆଇନଗତ ସ୍ବୀକୃତି ଦେଇସାରିଲେଣି । ୬ବର୍ଷ ପୂର୍ବରୁ ଜାତିସଂଘ ମାନବାଧିକାର ପରିଷଦ ଏକ ପ୍ରସ୍ତାବରେ ଏଲ୍ଜିବିଟି (ମହିଳା ସମଲିଙ୍ଗୀ, ପୁରୁଷ ସମଲିଙ୍ଗୀ, ଉଭୟ ଲିଙ୍ଗୀ, ତୃତୀୟ ଲିଙ୍ଗୀ) ଅଧିକାରକୁ ସ୍ବୀକୃତି ଦେଇଥିଲେ । ଏହା ଅନୁସରଣ କରିବା ସକାଶେ ସବୁ ଦେଶକୁ ପରାମର୍ଶ ଦିଆଯାଇଥିଲା । କିନ୍ତୁ ଭାରତ ସରକାର ଏବଂ ଏହି ଦେଶର ନ୍ୟାୟପ୍ରଦାନକାରୀ ବ୍ୟବସ୍ଥା ଉକ୍ତ ପରାମର୍ଶ ପାଳନରେ ହେଳା କରିଆସିଛନ୍ତି । ସମଲିଙ୍ଗୀ ସମ୍ପର୍କକୁ ବ୍ୟଭିଚାରର ଆଖ୍ୟା ଦିଆଯାଇ ସଂସ୍କୃତିର ପରିପନ୍ଥୀ ବୋଲି ବିବେଚନା କରାଯାଉଛି। ବିଡମ୍ବନାର ବିଷୟ ହେଉଛି ବଳାତ୍କାର, ହତ୍ୟା ଭଳି ଜଘନ୍ୟ ଅପରାଧ ବଢୁଥିବା ବେଳେ ଜୀବନଯାପନ କ୍ଷେତ୍ରରେ ବ୍ୟକ୍ତିଗତ ପସନ୍ଦକୁ ଅପରାଧ ଭାବେ ଧରିବା ମାନବାଧିକାର ଉଲ୍ଲଂଘନଠାରୁ କିଛି କମ୍ନୁହେଁ । ପରିବର୍ତ୍ତିତ ସାମାଜିକ ବ୍ୟବସ୍ଥା, ମଣିଷର ଜୀବନ ଧାରଣର ସ୍ବାଧୀନତା, ପ୍ରଗତିର ଧାରାକୁ ନେଇ ସାଂସ୍କୃତିର ସଂଜ୍ଞା ବଦଳି ଚାଲିଛି। ବିଶେଷକରି ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ବ୍ୟକ୍ତିଗତ ସ୍ବାଧୀନତାକୁ ସମ୍ବିଧାନରେ ମୌଳିକ ଅଧିକାର ଭୁକ୍ତ କରାଯାଇଛି। ଏପରିସ୍ଥଳେ ବ୍ୟକ୍ତିଗତ ପସନ୍ଦକୁ ଅପରାଧ କୁହାଯିବା ଏକ ମୁକ୍ତ ଓ ସ୍ବାଧୀନ ଦେଶର ପରିଚୟ ନୁହେଁ। ସୁପ୍ରିମକୋର୍ଟ ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହାର ଏକ ଉଜ୍ଜ୍ୱଳ ଦିଗ ଦେଖାଯାଉଛି । ବିଶେଷକରି ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଦୀପକ ମିଶ୍ର ସମଲିଙ୍ଗୀମାନଙ୍କୁ ଭୟଭୀତ ହେବା ଦରକାର ନାହିଁ ବୋଲି କହିଛନ୍ତି। ସର୍ବୋଚ୍ଚ ଅଦାଲତଙ୍କର ପୂର୍ବର ଗୋପନୀୟତା (ପ୍ରିଭେସି) ରାୟ ଏବଂ ଏବେ ଦଫା ୩୭୭ ସମ୍ପର୍କିତ ନିଷ୍ପତ୍ତିରୁ ଆଶାକରାଯାଇପାରେ ଯେ, ଭାରତ ଅନ୍ୟାୟ ଓ ପକ୍ଷପାତର ଅନ୍ଧାର ଯୁଗରୁ ମୁକୁଳିପାରିବ ।
Wednesday, 10 January 2018
ଦଫା ୩୭୭

Subscribe to:
Post Comments (Atom)
ବୁଢ଼ୀ ଅସୁରୁଣୀ
ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...
-
ଏକତରଫା ପ୍ରେମକୁ କେନ୍ଦ୍ର କରି ଜଗତସିଂହପୁରରେ ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉତ ଏସିଡ଼ ମାଡ଼ ଘଟଣାରେ ଅଭିଯୁକ୍ତମାନେ ୮ ବର୍ଷ ପରେ କୋଲକାତାରୁ ...
-
Shahrukh Khan's upcoming and most awaited film “Raees” is biopic of a Gujarati don Abdul Latif Most,...
-
Years of twists and turns, suspicious evidence, and prominent personalities have made these murders India’s most extraordinary i...
No comments:
Post a Comment