ବାଳିକା ବଧୂ ଓ ସ୍ବାମୀ ସମ୍ପର୍କ ହୃଦୟବଲ୍ଲଭ ଦାସ/ନିକଟରେ ସୁପ୍ରିମକୋର୍ଟ ଏକ ରାୟରେ କହିଛନ୍ତି, ୧୮ ବର୍ଷରୁ କମ୍ ବୟସର ନାବାଳିକା ସ୍ତ୍ରୀ ସହ ଯୌନସମ୍ବନ୍ଧ ରଖିବା ‘ବଳାତ୍କାର’ ଅପରାଧର ପର୍ଯ୍ୟାୟଭୁକ୍ତ। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଯଦି ଏଭଳି ଅଭିଯୋଗ ନାବାଳିକା ସ୍ତ୍ରୀ ତରଫରୁ ଘଟଣାର ଏକ ବର୍ଷ ଭିତରେ କରାଯାଏ, ତେବେଯାଇ ତାହା ଗ୍ରହଣଯୋଗ୍ୟ ହେବ। ଆଇପିସିର ଦଫା ୩୭୫ ଅନୁସାରେ ଏଥିରେ ଏକ ବ୍ୟତିକ୍ରମ ବ୍ୟବସ୍ଥା ରହିଛି, ଯେଉଁଥିରେ କୁହାଯାଇଛି ଯଦି କୌଣସି ବ୍ୟକ୍ତି ୧୫ରୁ ୧୮ ବର୍ଷ ବୟସର ସ୍ତ୍ରୀ ସହ ଶାରୀରିକ ସମ୍ବନ୍ଧ ରଖେ, ତେବେ ତାକୁ ‘ବଳାତ୍କାର’ କୁହାଯିବ ନାହିଁ। ଦଣ୍ଡବିଧି ଆଇନରେ ଏଭଳି ଉଲ୍ଲେଖ ଥିବା ହେତୁ ‘ଇଣ୍ଡିପେଣ୍ଡେଣ୍ଟ ଥଟ୍’ ନାମକ ଏକ ସ୍ବେଚ୍ଛାସେବୀ ସଙ୍ଗଠନ ଦ୍ୱାରା ଏ ସଂକ୍ରାନ୍ତରେ ଆଗତ ମକଦ୍ଦମାର ବିଚାର ପରିପ୍ରେକ୍ଷୀରେ ସର୍ବୋଚ୍ଚ ନ୍ୟାୟାଳୟ ପିଙ୍ଗଳ କୋଡ୍ର ଦଫା ୩୭୫ ଓ ଆନୁଷଙ୍ଗିକ ଆଇନର ବ୍ୟାପକ ତର୍ଜମା କରି ଉପରୋକ୍ତ ରାୟ ଦେଇଛନ୍ତି। ପ୍ରଥମ କଥା ହେଲା, ୧୮ ବର୍ଷରୁ କମ୍ ବୟସ ବାଳିକାର ବିବାହ ‘ବାଲ୍ୟବିବାହ ନିରୋଧ ଆଇନ-୨୦୦୬’ର ବିରୁଦ୍ଧାଚରଣ କରୁଛି ଓ ଏଭଳି ବାଲ୍ୟବିବାହ ଏକ ଧର୍ତ୍ତବ୍ୟ ଏବଂ ଜାମିନବିହୀନ ଅପରାଧ। ଏଭଳି ଅଭିଯୋଗରେ ପୋଲିସ ବିନା ପରୱାନାରେ ଓ ମାଜିଷ୍ଟ୍ରେଟଙ୍କ ବିନା ଅନୁମତିରେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାର ଆଇନଗତ ବ୍ୟବସ୍ଥା ରହିଛି। ଦ୍ୱିତୀୟ କଥା ହେଲା, ଯଦି ୧୮ ବର୍ଷରୁ କମ୍ ବୟସ ନାବାଳିକାର ବିବାହ ହୋଇଥାଏ, ସେପରି କ୍ଷେତ୍ରରେ ନାବାଳିକା ସ୍ତ୍ରୀ ବାରମ୍ବାର ଯୌନ ଉପତ୍ୀଡ଼ନର ଶିକାର ହୁଏ ଓ ସର୍ବୋପରି ବାଲ୍ୟବିବାହ ଦ୍ୱାରା ଅତି କମ୍ ବୟସରେ ନାବାଳିକା ଉପରେ ଘରର ବୋହୂ ହିସାବରେ ସମସ୍ତ ଦାୟିତ୍ୱ ମଧ୍ୟ ଲଦି ଦିଆଯାଇଥାଏ। ତେଣୁ ସ୍ବାମୀ ସହିତ ଶାରୀରିକ ସମ୍ବନ୍ଧ ଓ ବିବାହ ପରେ ପରିବାରର ବୋଝ ଉଭୟ ତା’ର ମାନସିକ ଓ ଶାରୀରିକ ନିର୍ଯାତନାର କାରଣ ହୋଇଥାଏ। ସୂଚନାଯୋଗ୍ୟ, ଗୋଟିଏପଟେ ବାଲ୍ୟବିବାହକୁ ରୋକିବା ପାଇଁ ବାଲ୍ୟବିବାହ ପ୍ରତିରୋଧ ଆଇନ-୧୯୨୯କୁ ୧୯୪୯ ଓ ୧୯୭୮ରେ ପର୍ଯ୍ୟାପ୍ତ ଭାବେ ସଂଶୋଧନ କରାଗଲା। ୨୦୦୬ ମସିହାରେ ପୁଣି ଦେଶରେ ଏକ ପୂର୍ଣ୍ଣାଙ୍ଗ ବାଲ୍ୟବିବାହ ନିରୋଧ ଆଇନ ପ୍ରଚଳନ କରାଗଲା। ଏପରି ଆଇନ ନାବାଳିକାଙ୍କ ସାମାଜିକ ସୁରକ୍ଷା ଓ ନିରାପତ୍ତା ଅଧିକାର ବିଷୟ ଉପରେ ପର୍ଯ୍ୟବସିତ। ୧୮ ବର୍ଷରୁ କମ୍ ବୟସ୍କ ବାଳିକା ଓ ୨୧ ବର୍ଷରୁ କମ୍ ବୟସ୍କ ବାଳକଙ୍କ ବିବାହ ଆଇନସଙ୍ଗତ ନୁହେଁ। ଯେତେବେଳେ ବାଲ୍ୟବିବାହ ନିରୋଧ ଆଇନ ୨୦୦୬ ମସିହାରେ ପ୍ରଚଳନ କରାଗଲା, ବିଭିନ୍ନ ରାଜ୍ୟ ସେଥିପାଇଁ ସେମାନଙ୍କ ଅଧିନିୟମ ପ୍ରଣୟନ କଲେ, ଯାହାଫଳରେ ୧୮ ବର୍ଷରୁ କମ୍ ବୟସର ନାବାଳିକାଙ୍କ ବିବାହ ଏକ ଦଣ୍ଡନୀୟ ଅପରାଧରେ ପରିଣତ ହେଲା। ସେପରି ସ୍ଥଳେ ୧୫ରୁ ୧୮ ବର୍ଷ ବୟସର ନାବାଳିକା ସ୍ତ୍ରୀ ସହିତ ତା’ ସ୍ବାମୀ ଶାରୀରିକ ସମ୍ପର୍କ ରଖିବା ଆଇନସଙ୍ଗତ ବୋଲି ଦଫା ୩୭୫ରେ ଉଲ୍ଲେଖ କରିବା ଓ ଏଭଳି ଯୌନ ସମ୍ବନ୍ଧକୁ ‘ବଳାତ୍କାର’ ବୋଲି ନ କହିବା ନିଶ୍ଚିତଭାବେ ନାବାଳିକାଙ୍କ ଶାରୀରିକ ସୁରକ୍ଷାକୁ ନେଇ ଏକ ବ୍ୟତିକ୍ରମ। ସେଥିପାଇଁ ସୁପ୍ରିମ୍କୋର୍ଟ ମକଦ୍ଦମାର ବିଚାରକରି ବିଶେଷକରି ବିବାହିତା ନାବାଳିକାଙ୍କ ଶାରୀରିକ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କୁ ନ୍ୟାୟ ପ୍ରଦାନ ଅବସରରେ ଏଭଳି ସିଦ୍ଧାନ୍ତ ନେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଏବେ ୧୫ରୁ ୧୮ ବର୍ଷ ବୟସର ନାବାଳିକା ସ୍ତ୍ରୀ ସହିତ ତା’ ସ୍ବାମୀର ଶାରୀରିକ ସମ୍ବନ୍ଧ ରଖିବା ହେଉଛି ‘ବଳାତ୍କାର’ ଅପରାଧର ପରିସରଭୁକ୍ତ। ସେହି ଅନୁସାରେ ଦଫା ୩୭୫ରେ ଥିବା ‘ଏକ୍ସେପ୍ସନ୍ କ୍ଲଜ୍’ ହେଉଛି ଅସାମ୍ବିଧାନିକ, ଯାହା ସମ୍ବିଧାନର ଧାରା-୧୪, ୧୫ ଓ ୨୧ର ବିରୁଦ୍ଧାଚରଣ କରେ। ପ୍ରଚଳିତ ଦଣ୍ଡବିଧି ଆଇନ ଅନୁସାରେ, ଯଦି ନାବାଳିକାଙ୍କ ବୟସ ୧୫ ବର୍ଷରୁ କମ୍ ହୋଇଥାଏ ତେବେ କେବଳ ସେ କ୍ଷେତ୍ରରେ ସ୍ବାମୀ ତା’ ସହିତ ଯୌନସମ୍ପର୍କ ରଖିଲେ ଏହା ‘ବଳାତ୍କାର’ ଅପରାଧର ପରିସରଭୁକ୍ତ ହେବ। ଏହି ପରିପ୍ରେକ୍ଷୀରେ ସ୍ପଷ୍ଟ କରିବା ଉଚିତ ଯେ, ଆଇନ ଅନୁସାରେ ‘ସମ୍ମତି’ ଦେବାର ବୟସ ହେଉଛି ୧୮ ବର୍ଷ। ସେ ଦୃଷ୍ଟିରୁ ଦଫା ୩୭୫ରେ ଥିବା ୧୫ରୁ ୧୮ ବର୍ଷ ମଧ୍ୟରେ ନାବାଳିକା ସ୍ତ୍ରୀ ସହିତ ଯୌନସମ୍ବନ୍ଧର ‘ଏକ୍ସେପ୍ସନ କ୍ଲଜ୍’ ବାଲ୍ୟବିବାହ ନିରୋଧ ଆଇନ-୨୦୦୬ ଓ ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ଆଇନ-୨୦୧୨ର ବିରୁଦ୍ଧାଚରଣ କରୁଛି। ସର୍ବୋପରି ପେନାଲ କୋଡ୍ରେ ବର୍ଣ୍ଣିତ ‘ବଳାତ୍କାର’ ଅପରାଧ ବିଷୟରେ ଏଭଳି ବ୍ୟତିକ୍ରମ ବ୍ୟବସ୍ଥା ଯୋଡ଼ାହେବା ଦ୍ୱାରା ନାବାଳିକା ସ୍ତ୍ରୀଙ୍କ ଶାରୀରିକ ସୁରକ୍ଷାର ଖୋଲାଖୋଲି ଉଲ୍ଲଂଘନ ହେଉଛି। ସେ ଦୃଷ୍ଟିରୁ ସୁପ୍ରିମ୍କୋର୍ଟ ଏଭଳି ରାୟ ଦେଇଛନ୍ତି। ତେବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ବାସ୍ତବିକ କେତେଦୂର କାର୍ଯ୍ୟକାରୀ ହେବ ତାହା ସମୟ ହିଁ କହିବ। ଏହା ପଛରେ ଅନେକ କାରଣ ରହିଛି, ବିଶେଷକରି ତଦାରଖ ବ୍ୟବସ୍ଥା ଓ ବାୟୋଲୋଜିକାଲ କାରଣ ପ୍ରମୁଖ। ବାଲ୍ୟବିବାହ ରୋକିବା ପାଇଁ ଅନେକ ଆଇନଗତ ପଦକ୍ଷେପ ନିଆଯାଇଛି। କିନ୍ତୁ ତାହା ଅଦ୍ୟାବଧି ପୂରାମାତ୍ରାରେ କାର୍ଯ୍ୟକାରୀ ହୋଇପାରିନାହିଁ। ସେ ଦୃଷ୍ଟିରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ବାସ୍ତବରେ କାର୍ଯ୍ୟକାରୀ ହେବା ପାଇଁ ସମୟ ଲାଗିବ। ଆଉ ଗୋଟିଏ ପ୍ରସଙ୍ଗ ହେଲା- ୧୮ ବର୍ଷ ପୂର୍ବରୁ ଝିଅର ଉଭୟ ମାନସିକ ଓ ଶାରୀରିକ ବିକାଶ ହୋଇସାରିଥାଏ। ତେଣୁ ନାବାଳିକାଟିର ବାଲ୍ୟବିବାହ ଆଇନର ଉଲ୍ଲଂଘନ ହୋଇ ବିବାହ ସମ୍ପନ୍ନ ହେଲା ପରେ ଉଭୟ ନାବାଳିକା ସ୍ତ୍ରୀ ଓ ସ୍ବାମୀ ମଧ୍ୟରେ ଶାରୀରିକ ସମ୍ପର୍କ ନେଇ ପ୍ରତିଷେଧକ ଆଇନଗତ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଆଦୌ ସମ୍ଭବ ନୁହେଁ। ବୁଢ଼ା ହେଉ ବା ପିଲା, ଯୌନଲାଳସା ମଣିଷର ଏକ ସହଜାତ ପ୍ରବୃତ୍ତି। ତା’ ଉପରେ ଆଇନଗତ ପ୍ରତିବନ୍ଧକ କରାଗଲେ ଏହା ପ୍ରକୃତିର ନିର୍ଦ୍ଦେଶ ବିରୋଧରେ ଯିବା ସଙ୍ଗେ ସମାନ। ତା’ଛଡ଼ା ବାଳିକା ବଧୂଟି ତା’ର ସ୍ବାମୀ ବିରୋଧରେ ଅଭିଯୋଗ ଆଣିବା ପାଇଁ ସେ ବୟସରେ ସାହସ ଜୁଟାଇ ପାରିବ ନାହିଁ। ଯଦି ନାବାଳିକା ସ୍ତ୍ରୀ ଅଭିଯୋଗ କରିବାକୁ ଚାହିଁବ ତଥାପି ତା’ର ପରିବାର ଓ ବନ୍ଧୁବାନ୍ଧବ ଆମର ସାମାଜିକ ବ୍ୟବସ୍ଥା ଦୃଷ୍ଟିକୋଣରୁ ଏ ବିଷୟରେ ହସ୍ତକ୍ଷେପ କରିବାର ସମ୍ଭାବନା ରହିଛି। ସେ ଦୃଷ୍ଟିରୁ ବାସ୍ତବତାକୁ ଦେଖିଲେ ସୁପ୍ରିମକୋର୍ଟଙ୍କ ରାୟ ପାରିବାରିକ ପରିବେଷ୍ଟନୀ ମଧ୍ୟରେ କେବେ ବି କାର୍ଯ୍ୟକାରୀ ହୋଇପାରିବ ନାହିଁ।
Monday, 29 January 2018
ବାଳିକା ବଧୂ ଓ ସ୍ବାମୀ ସମ୍ପର୍କ

Subscribe to:
Post Comments (Atom)
ବୁଢ଼ୀ ଅସୁରୁଣୀ
ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...
-
ଏକତରଫା ପ୍ରେମକୁ କେନ୍ଦ୍ର କରି ଜଗତସିଂହପୁରରେ ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉତ ଏସିଡ଼ ମାଡ଼ ଘଟଣାରେ ଅଭିଯୁକ୍ତମାନେ ୮ ବର୍ଷ ପରେ କୋଲକାତାରୁ ...
-
Shahrukh Khan's upcoming and most awaited film “Raees” is biopic of a Gujarati don Abdul Latif Most,...
-
Years of twists and turns, suspicious evidence, and prominent personalities have made these murders India’s most extraordinary i...
No comments:
Post a Comment