Thursday 5 April 2018

ଦେଶର ହିତ କେଉଁଠି




ତଫସିଲଭୁକ୍ତ ଜାତି/ଜନଜାତି ନିର୍ଯାତନା ନିବାରଣ ଆଇନ (ଏସ୍ସି/ଏସ୍ଟି ଆଟ୍ରୋସିଟି ଆକ୍ଟ) ସଂଶୋଧନ କରି ସୁପ୍ରିମକୋର୍ଟ ୨୦୧୮ ମାର୍ଚ୍ଚ ୨୦ରେ ରାୟ ଦେଇଥିଲେଏହି ରାୟର ସାରମର୍ମ ହେଉଛି ଦଳିତ ବର୍ଗର ଲୋକଙ୍କ ଉପରେ ଅତ୍ୟାଚାର ହେଉଥିବାର ଅଭିଯୋଗ ସମ୍ପର୍କରେ ବିଧିବଦ୍ଧ ତଦନ୍ତ କରା ଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରିବ ନାହିଁଏଭଳି ଅଭିଯୋଗ ଯଦି କୌଣସି ସରକାରୀ କର୍ମଚାରୀ କିମ୍ବା ଅଧିକାରୀଙ୍କ ବିରୋଧରେ ହୋଇଥାଏ ତେବେ ତାଙ୍କୁ ଗିରଫ କରିବା ପୂର୍ବରୁ ଉପରିସ୍ଥ ଅଧିକାରୀଙ୍କ ଲିଖିତ ଅନୁମତି ଦରକାରବେସରକାରୀ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆସିଲେ ଡିଏସ୍ପି ପାହ୍ୟାର ଜଣେ ପୋଲିସ ଅଧିକାରୀଙ୍କ ଯାଞ୍ଚ ପରେ ଯାଇ ତାଙ୍କୁ ଗିରଫ କରାଯାଇପାରିବଯେହେତୁ ଆଟ୍ରୋସିଟି ଆଇନର ଦୁରୁପଯୋଗ ହେଉଥିବାର ଅଭିଯୋଗ ବାରମ୍ବାର ଶୁଣିବାକୁ ମିଳୁଛି ତେଣୁ ସର୍ବୋଚ୍ଚ ଅଦାଲତ ଉକ୍ତ ଆଇନର ସଂଶୋଧନ କରି ଏହି ରାୟ ଦେଇଥିଲେଅଦ୍ୟାବଧି ଆଇନରେ ରହିଥିବା ବ୍ୟବସ୍ଥା ଅନୁଯାୟୀ କୌଣସି ବ୍ୟକ୍ତିଙ୍କ ବିରୋଧରେ ଦଳିତ ବର୍ଗର ଲୋକ ଅଭିଯୋଗ ଆଣିଲେ ତାଙ୍କୁ ତତ୍କ୍ଷଣାତ୍ଗିରଫ କରାଯାଉଥିଲାସୁପ୍ରିମ୍କୋର୍ଟ ଏଥିରେ ସଂଶୋଧନ କରିଥିବାରୁ ଏପ୍ରିଲ ସୋମବାର ବିଭିନ୍ନ ଦଳିତ ସଙ୍ଗଠନ ତରଫରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲାବନ୍ଦ ପାଳନ ସମୟରେ ଦେଶବ୍ୟାପୀ ଅନେକ ସ୍ଥାନରେ, ବିଶେଷକରି ହିନ୍ଦୀ ଭାଷାଭାଷୀ ରାଜ୍ୟଗୁଡିକରେ ହିଂସାକାଣ୍ଡ ଘଟିବା ଯୋଗୁ ୯ଜଣରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ଘଟିଛିଏହି ଗଣ୍ଡଗୋଳ ସମୟରେ ଅନେକ ସାଧାରଣ ଜନତା ଏବଂ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି
ତଫସିଲଭୁକ୍ତ ଜାତି/ଉପଜାତି ଅତ୍ୟାଚାର ନିରୋଧୀ ଆଇନ ରାଜୀବ ଗାନ୍ଧୀଙ୍କ ସରକାର ସମୟରେ ୧୯୮୯ରେ ପ୍ରଣୟନ କରାଯାଇଥିଲାଏହି ବର୍ଗର ଲୋକଙ୍କୁ ସାମାଜିକ ମୁଖ୍ୟ ସ୍ରୋତକୁ ଆଣିବା ଥିଲା ଏହି ଆଇନର ମୂଳ ଲକ୍ଷ୍ୟସାଧାରଣତଃ ସବର୍ଣ୍ଣ ଲୋକମାନେ ଦଳିତ ବର୍ଗର ଜନସାଧାରଣଙ୍କୁ ହୀନଦୃଷ୍ଟିରେ ଦେଖୁଥିବାର ନଜିର ଅନେକ ରହିଛିଫଳରେ ଦଳିତମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଛିଗ୍ରାମାଞ୍ଚଳରେ ଏହା ଆଜି ମଧ୍ୟ ଉତ୍କଟ ହୋଇ ରହିଛିସେମାନଙ୍କୁ ସୁରକ୍ଷା ଦେବା ସକାଶେ ରାଜୀବ ସରକାର ଆଇନର ଭୟ ସୃଷ୍ଟି କରିଥିଲେ ମଧ୍ୟ ଦଳିତଙ୍କ ପ୍ରତି ଉଚ୍ଚବର୍ଗର ଆଭିମୁଖ୍ୟରେ ପରିବର୍ତ୍ତନ ଆସିପାରିନାହିଁସାମାନ୍ୟ କଥାରେ ଦଳିତ ବର୍ଗର ଲୋକଙ୍କୁ ମାରଧର୍ଠାରୁ ଆରମ୍ଭ କରି ସେମାନଙ୍କ ଜମି ଜବରଦଖଲ, ଜାତିର ଦ୍ୱାହି ଦେଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ, ଗୁଣିଗାରେଡି ସନ୍ଦେହରେ ଅଖାଦ୍ୟ ଖୁଆଇବା, ହତ୍ୟା କରିବା, ଉଲଗ୍ନ କରି ଗଁା ଦାଣ୍ଡରେ ଚଲାଇବା, ମହିଳାଙ୍କୁ ଦୁର୍ବ୍ୟବହାର ବଳାତ୍କାର ଭଳି ଘଟଣା ଘଟିଚାଲିଛିଏହିଭଳି କଳଙ୍କିତ ଆଚରଣ ଭାରତର ହିନ୍ଦୁ ସମାଜକୁ ଭାଗ ଭାଗ କରିବା ସହିତ ସବୁବେଳେ ଦୁର୍ବଳ କରିରଖିଛିଅନ୍ୟପଟେ ଦଳିତମାନେ ମଧ୍ୟ ଆଇନର ଦୁରୁପଯୋଗ କରିବାକୁ ପଛାଉନାହାନ୍ତିଅନେକ କ୍ଷେତ୍ରରେ ସେମାନେ ସାମାନ୍ୟ କଥାକୁ ନେଇ ପୋଲିସରେ ଅଭିଯୋଗ କରି ଅଭିଯୁକ୍ତଙ୍କୁ ଜେଲ ପଠାଇ ଦେଉଛନ୍ତି
ଏହା ସତ୍ୟ ଯେ, ଭାରତ ଭଳି ବିଶାଳ ଦେଶରେ ଆଇନ ଦ୍ୱାରା ସମସ୍ତଙ୍କୁ ସୁରକ୍ଷିତ ରଖିବା ସମ୍ଭବ ନୁହେଁମହିଳାଙ୍କ ସୁରକ୍ଷା ସକାଶେ ଆଇନକୁ କଠୋର କରାଯାଇଥିଲେ ମଧ୍ୟ ପ୍ରତିଦିନ ନାରୀ ଜାତି ଉପରେ ଅତ୍ୟାଚାର, ହତ୍ୟା, ବଳାତ୍କାର ଆଦି ଘଟଣା ଘଟୁଛିଅନେକ କ୍ଷେତ୍ରରେ ଆଇନର ଅପବ୍ୟବହାର ମଧ୍ୟ ହେଉଛିଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁଯାୟୀ ୨୦୧୫ରେ ଅଦାଲତକୁ ଯେତିକି ଦଳିତ ନିର୍ଯାତନା ମାମଲା ଆସିଥିଲା ତନ୍ମଧ୍ୟରୁ ୧୫ ପ୍ରତିଶତ ମିଥ୍ୟା ଥିଲା୭୫ ପ୍ରତିଶତ ମାମଲାରେ ଅଭିଯୁକ୍ତ ପ୍ରମାଣ ଅଭାବରୁ ଦୋଷମୁକ୍ତ ହୋଇଥିଲେଆଇନର ଏଭଳି ଦୁରୁପଯୋଗକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ଅଦାଲତ ଏବେ ତଫସିଲଭୁକ୍ତ ଜାତି/ଜନଜାତି ଅତ୍ୟାଚାର ନିରୋଧୀ ଆଇନରେ ଥିବା ବ୍ୟବସ୍ଥାରେ ସଂଶୋଧନ ଆଣିଛନ୍ତିକିନ୍ତୁ ଏଥିରେ ଯେଉଁ ସର୍ତ୍ତ ରଖାଯାଇଛି ତାହା ପୂରଣ କରିବା ଜଣେ ସାଧାରଣ ଦଳିତ ବ୍ୟକ୍ତିଙ୍କ ପକ୍ଷେ ଅସମ୍ଭବ ମନେହୁଏଗ୍ରାମାଞ୍ଚଳର ଜଣେ ଅସବର୍ଣ୍ଣ ବ୍ୟକ୍ତି ଅଭିଯୋଗ ପାଇଁ ଡିଏସ୍ପି ପାହ୍ୟାର ପୋଲିସ ଅଧିକାରୀଙ୍କୁ ଖୋଜିବା କିମ୍ବା କୌଣସି ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସକାଶେ ତାଙ୍କ ଉଚ୍ଚପଦସ୍ଥ ଅଧିକାରୀଙ୍କଠାରୁ ଲିଖିତ ଅନୁମତି ପାଇବା ଏତେ ସହଜ ମନେ ହେଉନାହିଁ
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାର୍ଚ୍ଚ ୨୦ରୁ ସୁପ୍ରିମକୋର୍ଟଙ୍କ ରାୟ ଆସିଥିଲେ ମଧ୍ୟ ତାହା ଉପରେ କେନ୍ଦ୍ର ସରକାରଙ୍କର ନୀରବତାରାୟକୁ ବିରୋଧ କରି ଦଳିତ ସଙ୍ଗଠନଗୁଡିକ ଯେତେବେଳେ ଭାରତ ବନ୍ଦ କଲେ ଏବଂ ଅନେକ ରାଜ୍ୟରେ ହିଂସା ଦେଖାଦେଲା, ସେତେବେଳେ କେନ୍ଦ୍ର ସରକାରଙ୍କର ଚେତା ପଶିଲାରାୟର ପୁନର୍ବିଚାର କରି ପୂର୍ବ ବ୍ୟବସ୍ଥା ଅବ୍ୟାହତ ରଖିବାକୁ କେନ୍ଦ୍ର ସରକାର ସୋମବାର ( ଏପ୍ରିଲ ୨୦୧୮) ସର୍ବୋଚ୍ଚ ଅଦାଲତରେ ରିଭ୍ୟୁ ପିଟିଶନ୍ଦାଖଲ କରିଥିଲେମଙ୍ଗଳବାର ଏହା ଉପରେ ଶୁଣାଣି କରିଥିଲେ ମଧ୍ୟ ସୁପ୍ରିମକୋର୍ଟ ତାଙ୍କର ମାର୍ଚ୍ଚ ୨୦ ରାୟ ଉପରେ ରହିତାଦେଶ ଦେଇନାହାନ୍ତିବରଂ ସ୍ପଷ୍ଟ କରି ଦେଇଛନ୍ତି ଯେ, ଯେଉଁ ଲୋକମାନେ ରାୟ ବିରୋଧରେ ଆନ୍ଦୋଳନ କଲେ ସେମାନେ ଏହାକୁ ଠିକ୍ଭାବେ ପଢ଼ି ବିଭ୍ରାନ୍ତିର ଶିକାର ହୋଇଛନ୍ତି
ମୂଳକଥା ହେଉଛି ଭୋଟ୍ବ୍ୟାଙ୍କ ରାଜନୀତିସାଧାରଣ ନିର୍ବାଚନକୁ ଆଉ ପ୍ରାୟ ଏକବର୍ଷ ବାକି ରହିଥିବାରୁ କେନ୍ଦ୍ରର ନେତୃତ୍ୱାଧୀନ ଭାଜପା ସରକାର ଦଳିତ ଭୋଟକୁ ହାତଛଡା କରିବାକୁ ଚାହୁଁନାହାନ୍ତିଭାଜପା ଶାସିତ ରାଜ୍ୟ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ ଏବଂ ରାଜସ୍ଥାନରେ ଦଳିତ ସମୁଦାୟ ଅଧିକ ଉତ୍ତେଜିତ ହୋଇଥିବାରୁ ଏହି ଦଳର ଛନକା ପଶିଲାଣିସେଥିପାଇଁ ଉଚ୍ଚବର୍ଗ ଏବଂ ଅନ୍ୟ ଅନୁନ୍ନତ ବର୍ଗକୁ ମିଶାଇକରି ଭାଜପା ତରଫରୁ ଏପ୍ରିଲ ୧୦ ତାରିଖରେ ପୁନର୍ବାର ଭାରତ ବନ୍ଦର ଡାକରା ଦିଆଯାଇଛିବିନା ପ୍ରମାଣରେ ଏବଂ କେବଳ ମାତ୍ର ଅଭିଯୋଗରେ କାହାରିକୁ ଗିରଫ କରିବା କେବେହେଲେ ଆଇନସମ୍ମତ ହେବା ଉଚିତ ନୁହେଁସେଥିପାଇଁ ଗୋଟିଏପଟେ ସୁପ୍ରିମକୋର୍ଟଙ୍କର ରାୟକୁ ସମ୍ପୂର୍ଣ୍ଣ ଭାବେ ବିରୋଧ କରିବା ଯେଉଁଭଳି କଷ୍ଟକର ମନେହେଉଛି, ସେହିଭଳି ଅନ୍ୟପଟେ ରାଜନୈତିକ ସୁବିଧା ହାସଲ ସକାଶେ ଜାତିଆଣ ଭାବକୁ ବୃଦ୍ଧି କରାଇବାର ଚେଷ୍ଟା ନିଶ୍ଚିତ ଭାବେ ଦେଶ ପାଇଁ କ୍ଷତିକାରକଅବଶ୍ୟ ଏହା ସ୍ବୀକାରଯୋଗ୍ୟ ଯେ ଆଜି କେହି ଦେଶର ହିତ ସମ୍ପର୍କରେ ଚିନ୍ତା କରୁନାହାନ୍ତି

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...