ଯେତେବେଳେ ଆସୁରିକ ଶକ୍ତିର ପ୍ରାଦୁର୍ଭାବ ବୃଦ୍ଧିପାଏ,
ସେତେବେଳେ ସବୁ ଅସୁର ଏକାଠି ହୋଇ ସମାଜକୁ ଦମନ କରିବାକୁ ଚେଷ୍ଟା କରନ୍ତି। ତାହାର
ସଦ୍ୟ ଉଦାହରଣ ଏବେ ପୁନର୍ବାର ପିପିଲିରେ ୨୦୧୧ରେ ଘଟିଥିବା ଗଣବଳାତ୍କାର ଘଟଣା
ସମ୍ପର୍କିତ ଅଦାଲତଙ୍କ ରାୟରୁ ସ୍ପଷ୍ଟ ଜଣାପଡ଼ୁଛି। ସେତେବେଳେ ପିପିଲିର ଆଇଆଇସି ଥିବା
ଅମୂଲ୍ୟ ଚମ୍ପତ୍ତିରାୟଙ୍କୁ ଅତି ଲୋକଦେଖାଣିଆ ଭାବେ ସରକାର ଚାକିରିରୁ ନିଲମ୍ବନ
କରିଥିଲେ। ରାଜନୈତିକ ସମ୍ପୃକ୍ତି ଥିବା ହେତୁ ସେହି ଘଟଣାକୁ ଲୁଚାଇ ଦେବାର ଉଦ୍ୟମ
ସେତେବେଳେ ଜଣାପଡ଼ିଥିଲା। ଇତିମଧ୍ୟରେ ଦୀର୍ଘ ୭ ବର୍ଷ ବିତିଗଲା। ଅତି ସହଜରେ ଗଣମାଧ୍ୟମ
ସେହି ଘଟଣାରୁ ଦୂରେଇଗଲା। ଜନସାଧାରଣ ମଧ୍ୟ ଭୁଲିଗଲେ। ସାକ୍ଷୀଙ୍କୁ ସୁରକ୍ଷିତ
ରଖିବାର କୌଣସି ବ୍ୟବସ୍ଥା କରାଗଲା ନାହିଁ। ପୋଲିସର ଅନୁସନ୍ଧାନ ଓ ଅଦାଲତରେ ସାକ୍ଷ୍ୟ
ପ୍ରମାଣ କେଉଁଭଳି ପ୍ରଭାବିତ ହୋଇଥିବ, ତାହା ଅନୁମାନ କରିବା କଷ୍ଟକର ନୁହେଁ।
ଏବେ ଘଟଣା ସମ୍ପର୍କରେ ମନେପକାଇ ଦିଆଯାଇପାରେ। ପୁରୀ ଜିଲା ପିପିଲିର ଅର୍ଜୁନଗୋଦା ଗ୍ରାମରେ ୨୦୧୧ ନଭେମ୍ବର ୨୯ରେ ଜଣେ ଯୁବତୀ ଗଣବଳାତ୍କାରର ଶିକାର ହୋଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ସେ କୋମା ସ୍ତରକୁ ଚାଲିଯାଇଥିଲେ। ଶେଷରେ ୨୦୧୨ ଜୁନ୍ ୨୧ରେ କଟକ ବଡ଼ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହି ଲୋମହର୍ଷଣକାରୀ ଘଟଣାର ଦୁଇ ମୁଖ୍ୟ ଅପରାଧୀଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲା ଜଜ୍ ୨୦୧୮ ଡିସେମ୍ବର ୨୪ରେ ପ୍ରମାଣ ଅଭାବରୁ ମୁକ୍ତ କରି ଦେଇଛନ୍ତି। ଯୁବତୀ ବଳାତ୍କାର ହେବା ଓ ପରେ ତାଙ୍କ ପ୍ରାଣ ଯାଇଥିଲେ ମଧ୍ୟ ତାହାକୁ ପ୍ରମାଣସିଦ୍ଧ କରାଯାଇ ନ ପାରିବା ପୋଲିସ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଝିଅକୁ ହରାଇ ପାଖାପାଖି ୭ ବର୍ଷ ଧରି ମାନସିକ ଯନ୍ତ୍ରଣା ପାଇଥିବା ପରିବାରବର୍ଗଙ୍କ ପାଇଁ ଏହି ରାୟ ଶକ୍ତ ଧକ୍କା ପହଞ୍ଚାଇଛି। ଭୟରେ କେହି କିଛି କହିବେ କି ନାହିଁ, ତାହା ଜାଣିହେବ ନାହିଁ। କିନ୍ତୁ ବାସ୍ତବତାକୁ ଜନସାଧାରଣ ଏବେ ଭୁଲିବେ ନାହିଁ।
ସେତେବେଳର ଘଟଣାକୁ ମନେପକାଇ ଆଜିର ରାୟକୁ ଦେଖିଲେ ବିସ୍ମିତ ହେବାକୁ ପଡ଼ୁଛି। ଯେଉଁଭଳି ଢଙ୍ଗରେ ଯୁବତୀଙ୍କୁ ଗଣବଳାତ୍କାର କରାଯିବା ପରେ ତଣ୍ଟିଚିପି ହତ୍ୟା ଉଦ୍ୟମ କରାଯାଇଥିଲା, ତାହା ଅନେକଙ୍କ ମନରୁ ଲିଭି ନ ଥିବ। ପ୍ରାଥମିକ ସ୍ତରରେ ପିପିଲି ଥାନାରେ ମାମଲା ରୁଜୁ ହୋଇପାରି ନ ଥିଲା। ଏହି ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିବା ପରେ ବିଭିନ୍ନ ସଙ୍ଗଠନ ରାସ୍ତାକୁ ଓହ୍ଲାଇଥିଲେ। ରାଜ୍ୟ ମାନବ ଅଧିକାର କମିଶନ ଘଟଣାରେ ହସ୍ତକ୍ଷେପ କରିବା ପରେ ମାମଲା ରୁଜୁ କରାଯାଇଥିଲା। କ୍ରାଇମ୍ବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତଙ୍କୁ ମିଶାଇ ୮ ଜଣଙ୍କ ନାମରେ ଅଭିଯୋଗଫର୍ଦ୍ଦ ମଧ୍ୟ ଦାଖଲ କରିଥିଲା। କିନ୍ତୁ ଏହି ମାମଲା ପ୍ରମାଣ ଅଭାବରୁ ଖାରଜ ହେବାର ଅର୍ଥ ହେଉଛି ଯେ, ସମ୍ପୃକ୍ତ ତଦନ୍ତକାରୀ ସଂସ୍ଥା ଜାଣିଶୁଣି ଦୁର୍ବଳ ରିପୋର୍ଟ ଦେଇଛି। ଏହି ପ୍ରଚ୍ଛଦପଟରେ କୁନ୍ଦୁଲି ପୀଡ଼ିତାଙ୍କ କଥା ମଧ୍ୟ ମନେପଡ଼େ। ଗଣବଳାତ୍କାରର ଶିକାର ହୋଇ ମାନସିକ ଯନ୍ତ୍ରଣାରେ ଜର୍ଜରିତ ହୋଇଯାଇଥିବା ନବମ ଶ୍ରେଣୀ ଝିଅ କେଉଁଆଡ଼ୁ କିଛି ନ୍ୟାୟ ନ ପାଇବାରୁ ଶେଷରେ ୨୦୧୮ ଜାନୁୟାରୀ ୨୨ରେ ଆତ୍ମହତ୍ୟାର ବାଟ ବାଛି ନେଇଥିଲେ। ଜାନୁୟାରୀ ୨୩ରେ ଏହି ସ୍ତମ୍ଭରେ ଆମେ ‘ଆତ୍ମହତ୍ୟା’ ଶୀର୍ଷକରେ ଲେଖା ପ୍ରକାଶ କରିଥିଲୁ। ନ୍ୟାୟିକ ଓ କ୍ରାଇମ୍ବ୍ରାଞ୍ଚ ତଦନ୍ତ ହେବା ସତ୍ତ୍ୱେ କୌଣସି ଫଳାଫଳ ଦେଖିବାକୁ ମିଳିଲା ନାହିଁ। ନାବାଳିକା ଯଥେଷ୍ଟ ସାହସ ଦେଖାଇ ଲଢ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ମିଛୁଆ ଆଖ୍ୟା ଦିଆଯାଇଥିଲା। ପୋଲିସଠାରୁ ଆରମ୍ଭ କରି ସ୍ଥାନୀୟ ଲୋକେ ଯେଉଁମାନେ ତାଙ୍କ କଥାକୁ ସନ୍ଦେହ କଲେ, ସେଥିପାଇଁ ସମସ୍ତେ ଦାୟୀ ବୋଲି ଆମେ ଏଥିରେ ଉଲ୍ଲେଖ କରିଥିଲୁ। ଆଜିର ପିପିଲି ବଳାତ୍କାର ଘଟଣାର ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ମୁକ୍ତ କରିଦିଆଯିବା ବିଷୟ ଶୁଣିବା ପରେ ସମସ୍ତେ ବ୍ୟବସ୍ଥା ସମ୍ପର୍କରେ ବୁଝିଯାଇଥିବେ।
କେବଳ ଓଡ଼ିଶା ନୁହେଁ, ଦେଶବ୍ୟାପୀ ପୋଲିସ ଓ ନ୍ୟାୟ ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ସନ୍ଦେହ ବଢ଼ିବାରେ ଲାଗିଛି। ୨୦୦୫ରେ ଗୁଜରାଟରେ ସୋହରାବୁଦ୍ଦିନ୍ ଶେଖ୍ ମିଥ୍ୟା ଏନ୍କାଉଣ୍ଟରରେ ଅଭିଯୁକ୍ତ ଥିବା ସମସ୍ତ ପୋଲିସ ଅଧିକାରୀଙ୍କୁ ନିକଟରେ କୋର୍ଟ ନିର୍ଦ୍ଦୋଷ ଘୋଷଣା କରିବା ନ୍ୟାୟିକ ବ୍ୟବସ୍ଥାର ବିଫଳତାକୁ ସୂଚାଉଛି। ଏହିପରି ବହୁ ଆପରାଧିକ ମାମଲାରେ ଦୋଷୀ ଛାଡ଼ ପାଇଯିବା ଓ ପୀଡ଼ିତା ବା ପୀଡ଼ିତ ଯନ୍ତ୍ରଣା ଭୋଗିବା ଯେପରି ହୋଇଗଲାଣି ଗତାନୁଗତିକ ଧାରା। ଅର୍ଥ, ବାହୁ ଓ କ୍ଷମତା ବଳରେ ନ୍ୟାୟକୁ ଏପଟସେପଟ କରାଯାଉଥିବାରୁ ବ୍ୟବସ୍ଥା ଏବେ ବିଶ୍ୱାସର ସଙ୍କଟରେ ପଡ଼ିଯାଇଛି। ଅସତ୍ୟର ଧାରାରେ ଯାଉଥିବା ପୋଲିସ ଏବଂ ପ୍ରଶାସନ ପ୍ରମାଣ କରିଦେଉଛି ଯେ, ଦୁଷ୍ଟ ଶକ୍ତିର ପ୍ରାଦୁର୍ଭାବ ବଢ଼ୁଛି।

No comments:
Post a Comment