Wednesday 17 April 2019

ଵିଷମିଶା ପ୍ରେମ

     କୌଣସି ନାରୀ ଯଦି ପର ପୁରୁଷଙ୍କ ସହ ଅନୈତିକ ସମ୍ପର୍କରେ ଜଡ଼ିତ ଥାଏ ତେବେ ତାକୁ ସମାଜରେ ଚରିତ୍ରହୀନାର ଆଖ୍ୟା ଦିଆଯାଏ । ସେମିତି ସଙ୍ଗୀତା ଥିଲା ଗୋଟିଏ ଚରିତ୍ରହୀନା । ସ୍ଵାମୀ ଓ ଶାଶୂଘର ଲୋକେ ସଙ୍ଗୀତାକୁ ଏ ପାପରୁ ନିବୃତ୍ତ ରହିବା ପାଇଁ ଶତଚେଷ୍ଟା କରୁଥିଲେ ମଧ୍ୟ  ତା ପ୍ରକୃତିରେ କୌଣସି ପରିବର୍ତନ ଆସିଲା ନାହିଁ । ସଙ୍ଗୀତା କାମରେ ବାଧା ସୃଷ୍ଟି ହେବା କାରଣରୁ ସେ ତା' ରାସ୍ତାର କଣ୍ଟାକୁ ସଫା କରିବା ପାଇଁ ଯୋଜନା ପ୍ରସ୍ତୁତ କଲା

 


        ଭୋ ର୍‌ ସମୟ, ଘଡ଼ିରେ ସମୟ ପ୍ରାୟ ସାଢ଼େ ପାଞ୍ଚଟା |ସଙ୍ଗୀତା ପ୍ରତିଦିନ ପରି ଭୋରରୁ ଉଠି ଘରଦ୍ବାରା ଓଳ୍କାଓଳି କରି କରୁଥାଏ । ସଙ୍ଗୀତାର ସ୍ଵାମୀ ମୁକେଶ ଲୁଧୂଆନାର ଦୁର୍ଗା ଜଲୋନୀରେ ନିଢ୍ଚ ଘରେ ଏକ ଖ୍ୁୁଜୁରା ଦୋକାନ ଦେଇଥି ଲେ । କଲୋନୀରେ ବାସ କରନ୍ତି ମୂଲିଆ ଶ୍ରେଣୀରଲୋକେ । ପ୍ରତିଦିନ ମୁକେଶ ଦୋକାନ ଖୋଲିବା ମାତ୍ରକେ ହିଁ ଦୋକାନରେ ଭିଡ଼ ଜମିଯାଏ । ଗ୍ରାହକଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସବ୍ଧୁ ମୁକେଶ ତାଙ୍କ ଦୋକାନରେ ରଖିଥିଲେ ଯାହା ପାଇଁ ତାଙ୍କୁ ପ୍ରତିଦିନ ଜଲ୍‌ଦି ଦୋକାନ ଖୋଲିବାକୁ ପଡ଼େ । କିନ୍ଗୁ ଅଗଷ୍ଟ ୧୬ ତାରିଖ ୨୦୧୮ ଦିନ ସକାଳେ ମୁକେଶ ସଅଳ ନ ଉଠିବା କାରଣରୁ ସଙ୍ଗୀତା ଘରକାମ କରୁଥିବାରୁ ବଡ଼ ଝିଅକୁ ପଠାଇଲା ଛାତରେ ଶୋଇଥିବା ମୁକେଶଙ୍କୁ ଡାକିବା ପାଇଁ ।
     
      ପୂବ୍ବଦିନ ସ୍ଵାଧୀନତା ଦିବସ ଥିବା କାରଣରୁ ମୁକେଶ ତାଙ୍କ ଘରେ ସାଙ୍ଗ ଓ ପରିବାର ଲୋକଙ୍କ ପାଇଁ ଏକ ଭୋଜିର ଆୟୋଜନ କରିଥିଲେ । ଭୋଜିରେ ମୁକେଶଙ୍କ ସାନ ଭାଇ ରମେଶ ଓ ତାଙ୍କ ପରିବାର ମଧ୍ୟ  ସାମିଲ ଥଲେ । ମୁକେଶ ଓ ରମେଶ ଦୁହେଁ ବସି ମଦ ପିଇବା ପରେ ସର୍ଭିଙ୍କ ସହ ମିଶି ଖାଇଲେ । ରମେଶ ଖାଇସାରି ପନ୍ୀ ଓ ପିଲାଙ୍କୁ ନେଇ ତାଙ୍କ ନିଜ ଘରକୁ ଚାଲିଗଲେ । ରମେଶ ମୁକେଶଙ୍କ ଘରର ଜିଛି ଦୂରରେ ହିଁ ରହୁଥଲେ।

         ବାପାଙ୍କୁ ଡାକିବା ପାଇଁ ମୁକେଶଙ୍କ ବଡ଼ଝିଅ ଯେତେବେଳେ ଛାତ ଉପରେ ପହଞ୍ଚୁଲେ ସେ ମୁକେଶଙ୍କ ରକ୍ତ ଜୁଦୁବୁଡ୍ଗୁ ଦେହ ଦେଖ୍‌ ଚିତ୍କାର କରିବାକୁ ଲାଗିଲେ । ଝିଅର ଚିନ୍ନାର ଶୁଣି ସଙ୍ଗୀତା ସଙ୍ଗେ ସଙ୍ଗେ ଛାତ ଉପରକୁ ଦୌଡି ଆସିଲା । ଛାତ ଉପରର ଅବସ୍ଥା ଦେଖ୍‌ ସଙ୍ଗୀତା ମଧ୍ୟ  ଜୋର୍‌ରେ ଚିତ୍କାର କଲା । ମା ଝିଅଙ୍କ କାନ୍ଦ ବୋବାଳିରେ ପାଖ ପଡୋଶୀ ସବୁ ମୁକେଶଙ୍କ ଘରକୁ ଦୌଡି ଆସିଲେ । ଖବର ପାଇ ରମେଶ ମଧ୍ୟ  ଭାଇଘରକୁ ଚାଲି ଆସିଲେ । କେହି ଜଣେ ଏ ଘଟଣା ବିଷୟରେ ପୋଲିସକୁ ଜଣାଇ ଦେଲା । ପରେ କିଛି ସମୟ ଭିତରେ ମୁକେଶଙ୍କ ଘର ଆଗରେ ଲାଗିଲା ପୋଲିସ ଭ୍ୟାନ୍‌ । ପୋଲିସ ଶବକୁ ଉଦ୍ଧାର କରି ନିକଟସ୍ଥ ଡାକ୍ତ ରଖାନାକୁ ଶରୀର ବ୍ୟବଚ୍ଛେଦ ପାଇଁ ପଠାଇ ଦେଲା ।

      ଉପସ୍ଥିତ ଲେ।କମାନଙ୍କୁ ପୋଲିସ ମୁକେଶ ବିଷୟରେ ପଚରା ଉଚରା କରିବାରୁ ମୁକେଶଙ୍କର କେହି ଶତ୍ତୁ ନ ଥିବା କଥା ପୋଲିସ ଜାଣିବାକୁ ପାଇଲା । ପୋଲିସ ସନ୍ଦେହ କରୁଥିଲା ଯେ ମୁକେଶଙ୍କର କେହି ନିଜ ଲୋକ ହିଁ ତାଙ୍କୁ ହତ୍ୟା କରିଛି । କାରଣ ଘର ଭିତରପାଖେ ସିଡ଼ିର ବାଟ ଥବା କାରଣରୁ ବାହାରୁ କେହି ଛାତରେ ପ୍ରବେଶ କରିପାରିବେ ନାହିଁ ।ବାହାରୁ କେହି ଛାତରେ ଚଢ଼ିବା ମୁସ୍‌କିଲ୍‌ କାରଣ ମୁକେଶଙ୍କ ଘର ପାଖରେ ଅନେକ ବିଶାଳ ଘରମାନ ଥିଲା ଯାହାକୁ ପାର୍‌ ହୋଇ ମୁକେଶଙ୍କ ଘର ଛାତରେ ଚଢ଼ିବା କଷ୍ଟକର ।

        ମୁକେଶଙ୍କ ପୋଷ୍ଟମର୍ଟମ୍‌ ରିପୋର୍ଟରୁ ଜଣାଗଲା ଯେ ମୁକେଶଙ୍କ ମୃତ୍ୟୁ ଗଭୀର ଆଘାତ ଦେବା ଦ୍ଵାରା ହୋଇଛି ।
ମୁକେଶଙ୍କ ପରିବାର ତଳ ମହଲାରେ ରହୁଥିବାବେଳେ ଉପରେମୁକେଶ ୩ଟି ରୁମ୍‌ ତିଆରି କରିଥିଲେ ଯେଉଁଥିରୁ ଗୋଟିଏ ରୁମ୍‌ରେ ତାଙ୍କ ସାଙ୍ଗ ଶାମ୍‌ଜୀ ପାଶ୍ଵବାନ ପନ୍ନୀ ସହ ରହୁଥିଲା ।

       ସଙ୍ଗୀତା ପିଲାଟି ଦିନରୁ ଜିଦ୍‌ ସ୍ଵଭାବର ଥିଲା । ମନଇଚ୍ଛା କାମ ସବୁବେଳେ ସଙ୍ଗୀତା କରୁଥ୍‌ବାବେଳେ ସବୁବେଳେ ମୁକେଶ ସଙ୍ଗୀତାର ଦବ୍‌ଦବାରେ ରହୁଥ୍ଲେ । ମାତ୍ର ୧୨ ବର୍ଷ ବୟସରେ ସଙ୍ଗୀତା ମୁକେଶଙ୍କ ହାତ ଧରି ତାଙ୍କ ଘରକୁ ଆସିଥିଲା । ସଙ୍ଗୀତା ବିବାହ ପୂର୍ବରୁ ଅନେକ ପୁରୁଷଙ୍କ ସମ୍ପର୍କରେ ଥିଲା । ବିବାହ ପରେ ସଙ୍ଗୀତା ଅନେକ ଲୋକଙ୍କୁ ତା ମାୟ ଜାଲରେ ଫସାଇ ସେମାନଙ୍କ ସହ ଅନୈତିକ ସମ୍ପର୍କ ସ୍ଥାପନ କରୁଥିଲା । ଏକଥା କିନ୍ତୁ ଶଶୂର ଘର ଲୋକଙ୍କୁ ଅଛପା ରହିଲା ନାହିଁ । ସଙ୍ଗୀତାର ଶଶୂର ଘରଲୋକେ ସଙ୍ଗୀତାର ଏ କାର୍‌ନାମା ଜାଣି ପାରି ତାକୁ ଅନେକ କଥା କହିଲେ। କିନ୍ତୁ ଶ୍ଵାନ ଲାଙ୍ଗୁଡ ବଙ୍କା ପରି ସଙ୍ଗୀତାର ୱଭାବରେ କୌଣସି ପ୍ରକାର ପରିବର୍ଭନ ନଜର ଆସୁ ନ ଥିଲା । ଖାଲି ଏତିକି ନୁହେଁ ସ୍ଵାମୀ ମୁକେଶ ସମେତ ପରିବାରର ସବୁ ସଦସ୍ୟ ତାକୁ ପରିବାର, ମାନ- ମର୍ଯ୍ୟଦା ବିଷୟରେ ଅନେ କିଛି ବୁଝାଇଲେ ତଥାପି ତାଠାରେ କୌଣସି ପରିବର୍ତନ ଦେଖାଯାଇ ନ ଥିଲା ।

       ମୁକେଶ ବିହାର ଲକ୍‌ଖ୍‌ସରାୟ ରାଜ୍ୟର ମାହିସୋନୀ ଗାଂର ବାସିନ୍ଦା । ମୁକେଶ ଥିଲେ ଘରର ବଡ଼ ପୁଅ । ତାଙ୍କର ଆଉ ତିନଟି ସାନ ଭାଇ ଥଲେ । କାମ ଖୋଜିବା ଆଳରେ ବହୁବର୍ଷ ପୂର୍ବେ ମୁକେଶ ଲୁଧ୍‌ଆନା ଆସିଥିଲେ । ଲଧୁଆନାରେ କାମ ଖୋଜିବା ପରେ ସେ ସଙ୍ଗୀତାକୁ ତା' ସହ ଧରି ଲୁଧୂଆନା ଆସି ଗଲା ।
ଲୁଧ୍‌ଆନାର ଏକ ସାଇକେଲ୍‌ କମ୍ପାନୀ ରେ ମୁକେଶ କାମ କଲେ ।ପ୍ରାୟ ତିନିବର୍ଷ କାଳ ମୁକେଶ ସେହି ସାଇକେଲ୍‌ କମ୍ପାନୀ ରେ କାମ କରିବା ପରେ ଅର୍ଥ ସଞ୍ଚୟ କରି ସେ ଲୁଧ୍‌ଆନା ସ୍ଥିତ ଦୁର୍ଗା କଲୋନୀରେ ଘର ତିଆରି କରି ଭଡ଼ା ଲଗାଇ ଦେଲେ ଓ ନିଜ ଘରେ ଏକ ଖୁଚୁରା ଦୋକାନ ଖୋଲି ଦେଲେ ଯେଉଁଥିରୁ ସେ ମୋଟା ଅଙ୍କର ଅର୍ଥ ରୋଜଗାର କରିବାକୁ ଲାଗିଲେ । କମ୍ପାନୀ  ୁ ରେ କାମ କରିବା ସମୟରେ ମୁକେଶ ଶାମଜୀ ସେହି ଫ୍ୟାର୍କୁରେ କାମ କରୁଥିଲେ ଯାହା ପାଇଁ ଦୁହେଁ ସାଙ୍ଗ ପାଲଟି ଯାଇଥିଲେ ।

      ଏମିତି ଦିନେ ଶାମଜୀ ଘର ଖୋଜି ଖୋଜି ପହଞ୍ଚିଥିଲା ମୁକେଶ ନିକଟରେ । ମୁକେଶ ଶାମଜୀକୁ ସହାନୁଭୂତିର ହାତ ବଢ଼ାଇଲା । ମୁକେଶର ଘରେ ଶାମଜୀ ଭଡ଼ାରେ ତା ପନ୍ନୀ ସହ ରହିବାକୁ ଲାଗିଲା । ଶାମଜୀର ବିବାହକୁ କିଛି ବର୍ଷ ବିତିଯାଇ ଥିଲେ ମଧ୍ୟ  ତା'ର କୌଣସି ପିଲା ନ ଥିଲେ । ଶାମଜୀର ପନ୍ନୀ ଥିଲା ଅତ୍ୟନ୍ତ ସରଳ ସ୍ଵଭାବର ।

       ମୁକେଶ କମ୍ପାନୀ ରୁ ଚାକିରି ଛାଡିବା ପରେ ସଙ୍ଗୀତା କମ୍ପାନୀ ରେ ଚାକିରି କରିବା ଆରମ୍ଭ କରି ଦେଇଥିଲା । ଶାମଜୀ ଓ ମୁକେଶ ଦୁହେଁ ପୂର୍ବରୁ ବନ୍ଧୁହୋଇଥିବାବେଳେ ସଙ୍ଗୀତାଚାକିରି କରିବା ପରେଶାମଜୀ ଓ ସଙ୍ଗୀତ। ଭିତରେ ବନ୍ଧୁତା ସ୍ଥାପନ ହେଇ ଯାଇଥ୍ଲ। |ସଙ୍ଗୀତ। ଓ ଶାମଜୀ ଭିତରେ ଧୀରେ ଧୀରେ ଅନୈତିକ ସମ୍ପର୍କ ଗଢ଼ିବାକୁଲାଗିଲା । ପତି- ପନ୍ନୀଙ୍କପରି ସେମାନେ ସମ୍ପର୍କରେ ରହୁଥିଲେ ଯାହା ଶାମଜୀର ସ୍ତ୍ରୀ ଜାଣି ପାରୁ ନ ଥିଲେ ।

        ଦିନେ ସଙ୍ଗୀତା ଓ ଶାମଜୀ ବିଛଣାରେ ସଙ୍ଗୀନ ଅବସ୍ଥାରେଥିବା ସମୟରେ ସଙ୍ଗୀତାର ପୁଅ ଦେଖ୍‌ ବାପା ମୁକେଶକୁ କହି ଦେଇଥିଲା । ମୁକେଶ ଏ ଥା ଜାଣିବା ପରେ ସଙ୍ଗୀତା ଉପରେ କଡ଼ା ନଜର ରଖ୍ବାକୁ ଲାଗିଲା । ଦିନେ ନିଜେ ମୁକେଶ ସଙ୍ଗୀତା ଓ ଶାମଜୀକୁ ଏକାଠି ଅନ୍ତରଙ୍ଗ ହେବାର ଦେଖୁ ଶାମଜୀକୁ ଘରୁ ବାହାରି ଯିବାକୁ କହିଥିଲେ । କିନ୍ଧୁ ସଙ୍ଗୀତା ମୁକେଶକୁ ସିଧା ସିଧାକହିଲା - 'ଯଦି ଶାମଜୀକୁ ଚୁମେ ଘରୁ ବାହାର କରିବ ତେବେ ମୁଁ ତାଙ୍କ ସହ ଘର ଛାଡ଼ି ଚାଲିଯିବି ।। ଇଜତ୍‌ ହରାଇବା ଡରରେ ମୁକେଶ ଶାମଜୀକୁ ଘରୁ ବାହାର କଲା ନାହିଁ ।

      ମୁକେଶ ସଙ୍ଗୀତାକୁ ଚାକିରି କରିବା ପାଇଁ ବାଣ କଲା କିନ୍ତୁ ସଙ୍ଗୀତା ଚାକିରି ଛାଡ଼ିବାକୁ ଥିଲା ନାରାଜ୍‌ । କିଛି ଦିନ ଏମିତି ବତିଯିବା ପରେ ମୁକେଶ ସଙ୍ଗୀତା ପାଇଁ ଏକ ସୂତା କମ୍ପାନୀ ରେ ଚାକିରି ବୁଝୁଦେଲେ ଯାହା ଫଳରେ ସଙ୍ଗୀତାକୁ ସାଇକେଲ୍‌ କମ୍ପାନୀ ରୁ ଚାକିରି ଛାଡ଼ି ସୂତାକମ୍ପାନୀ ରେ କାମ କରିବାକୁ ପଡ଼ିଲା ଯାହା ଫଳରେ ଶାମଜୀ ଓ ସଙ୍ଗୀତାର ଆଉ ଦେଖା ସାକ୍ଷାତ ହୋଇ ପାରିଲା ନାହିଁ । ପରେ ସଙ୍ଗୀତା ଓ ମୁକେଶ ଯୋଜନା କଲେ ସେମାନଙ୍କ ସମ୍ପର୍କରେ କଣ୍ଟା ହୋଇ ଛିଡ଼ା ହୋଇଥିବା ମୁକେଶକୁ ସାରା ଦନ ପାଇଁ ତାଙ୍କ ରାମ୍ରରାରୁ ହ ଟାଇ ଦେବା । ଏହା ପରେ ସଙ୍ଗୀତା ତିଆରି କଲା ସ୍ଵାମୀ ପାଇଁ ମରଣଯନ୍ତା ।

ଦିନେ ସଙ୍ଗୀତା ସେ କରୁଥିବା ସବୁ ଖରାପ କାମ ପାଇଁ ମୁକେଶ ନିକଟରେ ଯାଇ କ୍ଷମା ମାଗିଲା । ମୁକେଶଙ୍କୁ ସେ କହିଲା - 'ମୁଁଏପର୍ଯ୍ୟନ୍ତ ଯେଉଁସବୁ କାମ କରି ତୁମ ମନରେ କଷ୍ଟ ଦେଇଛି ତା' ପାଇଁ ମୁଁ ଦୁଃଖ୍ତ । ମୁଁ ଆଉ ଏପରି ଭୁଲ୍‌ର ପୁନରାବୃଭି କରିବି ନାହିଁ । ” ସଙ୍ଗୀତାର ମିଠା କଥାରେ ମୁକେଶ ଭାବବିହ୍ଵଳ ହୋଇ ସଙ୍ଗୀତାର ଯନ୍ତାରେ ପଡ଼ିଗଲା । ଆଉ ବାକି ଥ୍ବଲା ମୁକେଶକୁ ସବୁଦିନ ପାଇଁ ସେମାନଙ୍କ ରାସ୍ତ୍ରାରୁ ହଟାଇବା...

              ସ୍ଵାଧୀନତା ଦିବସ ରାତିରେ ସେମାନଙ୍କୁ ମିଳିଗଲା ମୌକା ମୁକେଶକୁ ରାମ୍ର୍ରାରୁ ହଟାଇବା ପାଇଁ । ସେଦିନ ରାତିରେ ମୁକେଶ ତାଙ୍କ ଘରେ ଏକ ରାତ୍ରି ଭୋଜନର ଆୟୋଜନ କରି ଥିଲେଯେଉଁଥିରେ ପାଖରେ ରହୁଥିବା ମୁକେଶଙ୍କ ଭାଇ ରମେଶ, ପନ୍ନୀ ଓ ପୁଅ ସାମିଲ୍‌ ହୋଇଥିଲେ । ସମସ୍ତେ ଖାଇସାରିବା ପରେ କୌଣସି  କାରଣରୁ ସଙ୍ଗୀତା ଓ ମୁକେଶ ଭିତରେ ପ୍ରବଳ ଝଗଡ଼ା ହେଲା ଯାହା ସଙ୍ଗୀତା ଜାଣିଶୁଣି କରିଥିଲା । ସଙ୍ଗୀତା ଜାଣିଥିଲା ଝଗଡ଼ା ହେବା ପରେ ମୁକେଶ ଛାତ ଉପରେ ହିଁ ଶୋଇବ ଯାହାର ଫାଇଦା ଉଠାଇବେ ଶାମଜୀ ଓ ସଙ୍ଗୀତା । ଶେଷରେ ସେୟା ହିଁ ହେଲା ମୁକେଶ ନିଘୋଡ଼ ନିଦରେ ଶୋଇଥିବା ଅବସ୍ଥାରେ ସଙ୍ଗୀତା ତାଙ୍କ ଗୋଡ଼ ଦୁଇଟିକୁ ବାନ୍ଧିଦେଲା ଓ ହାତୁଡ଼ିରେ ଶାମଜୀ ତାଙ୍କ ମୁଣ୍ଡକୁ ପ୍ରହାର କଲା । ମଦ ନିଶାରେ ଥିବା କାରଣରୁ ମୁକେଶ ଚିକ୍କାର କରିପାରିଲା ନାହିଁ ଓ ତା ପରେ ତାଙ୍କ ପ୍ରାଣବାୟୁ ଉଡ଼ିଗଲା ।

            ପୋଲିସର ବହୁ ଜେରା ପରେ ବି ସଙ୍ଗୀତା ମୁହଁ ଖୋଲି ନଥିବା ବେଳେ ଶାମଜୀ ମଧ୍ୟ  ପୋଲିସକୁ ସମାନ ଉତ୍ତର ଦେଇଥିଲା । ପୋଲିସ ତା' ଯାସୁଜ୍‌ମାନଙ୍କୁ ସଙ୍ଗୀତା ଓ ଶାମଚ୍ଚୀ ପରେ ଲଗାଇ ଦେଲେ । କିଛିଦିନ ପରେ ପୋଲିସ ସଙ୍ଗୀତା ବିଷୟରେ ସବୁ କଥା ଜାଣିବା ପରେ ସଙ୍ଗୀତା ଆସି ଯାଇଥିଲା ପୋଲିସର ସନ୍ଦେହ ଘେରକୁ । ପୋଲିସ ଯେତେବେଳେ ସଙ୍ଗୀତା ଓ ଶାମଜୀର ସତ ଜାଣିଲା ସେ ସମୟରେ ଏ ଦୁଇ ଅଭିଯୁକ୍ତ ଫେରାର୍‌ ହୋଇ ସାରିଥିଲେ । ଚାରିଆଡ଼େ ଖୋଜିବା ପରେ ପୋଲିସ ସେମାନଙ୍କୁ ଧରିବାରେ ଅସଫଳ ହୋଇଥିଲା । ଅଗଷ୍ଟ ୨୨ ତାରି ଖରେ ପୋଲିସର ଜଣେ ଯାସୁଜ୍‌ର ସୂଚନା ଅନୁସାରେ ସଙ୍ଗୀତା ଓ ଶାମଜୀକୁ ଢଣ୍ଡାରୀ ରେଳଷ୍ଟେସନ୍‌ରୁ ଧରିନେଲେ । ଦୁଇ ଅଭିଯୁକ୍ତ ଧରାପଡ଼ିବା ପରେ ଦୁହେଁ କରିଥିବା ଅପରାଧକୁ ସ୍ଵୀକାର କରିଥିଲେ । ମୁକେଶଙ୍କୁ ମାରିବା ପାଇଁ ଶାମଜୀ ୨ଟି ହାତୁଡି ପୂର୍ବରୁ କିଣି ରଖ୍ଥୁଲା । ଦୁଇ ଅଭିଯୁକ୍ତଙ୍କ ବୟାନ ରେକର୍ଡ ପରେ ମୁକେଶଙ୍କ ଘର ପାଖ ଏକ ନାଳରୁ ହତ୍ୟାରେ ବ୍ୟବହୃତ ହାତୁଡ଼ି ଜବତ କରିନେଲା ପୋଲିସ । ପୋଲିସ ସଙ୍ଗୀତା ଓ ଶାମଜୀକୁ କୋର୍ଟରେ ହାଜର କରି ଜିଲ୍ଲା ଜେଲ୍‌କୁ ପଠାଇ ଦେଲେ ।
 ବର୍ଭମାନ ପର୍ଯ୍ୟନ୍ତ ଶାମଜୀର ପନ୍ନୀ ବିଶ୍ଵାସ କରି ପାରି ନାହାନ୍ତି ଯେ ଶାମଜୀର ସଙ୍ଗୀତା ସହ ଅନୈତିକ ସମ୍ପର୍କ ଥିଲା ଓ ମୁକେଶକୁ ଶାମଜୀ ହତ୍ୟା କରିଛି ବୋଲି । ଏବେ ଶାମଜୀର ପନ୍ନୀ ମୁକେଶଙ୍କ ୫ ପିଲାଙ୍କ ଲାଳନ ପାଳନ କରୁଛନ୍ତି ।

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...