Wednesday, 17 April 2019

ଲୋଭ ଆଗରେ ସମ୍ପର୍କ ହାର ମାନିଥିଲା





ସମ୍ପର୍କ ଡୋରରେ ମଣିଷ ବନ୍ଧା । ଡୋରର ବଳ ହେଉଛି ବିଶ୍ଵାସ । ସେମିତି ରାହୁଲଭାଇ ରିଶୁ ଉପରେ ବିଶ୍ଵାସ କରି ତାଙ୍କ ଘରର ସମସ୍ତ ଦାୟିତ୍ଵ ତା' ହାତକୁ ଟେକି ଦେଲା । ସେହିପରି ରାହୁଲର ଅନୁପସ୍ଥିତିରେ ରିଶୁ ସାଜିଲା ୫୫ବର୍ଷୀୟା ଉଷାଙ୍କ ସାହାରା । କିନ୍ତୁ ରିଶୁର ଉପକାର ପଛରେ ଥଲା ଏକ ବିରାଟ ଷଡଯନ୍ତ୍ର ଯାହାକେହି ବୁଝିପାରିବା ଆଗରୁ ସେ ପୋଛିଦେଲା ରାହୁଲ ମୁହଁରୁ ହସ ।



ଲୁ ଧୁଆନାର ବାବା ଥାନସିଂହ ଛକ ପାଖ ଫତେହଗଞ୍ଜରେ ଚ୍ଲୁହନ୍ତି ବଳଦେବ ରାଜ । ପନ୍ନୀ ଉଷା, ଦୁଇଝିଅ ଆଶନା, ହିନା ଓ ପୁଅ ରାହୁଲଙ୍କୁ ନେଇ ବଜଦେବ ବାବୁଙ୍କ ସଂସାର । ବଳଦେବ ବାବୁ ବଡ଼ଝିଅ ଆଶନାଙ୍କ ବିବାହ ପାଖ ଗାଁର ବିକାଶଙ୍କ ସହ କରାଇ ଦେଇଥିଲେ । ବଡ ଝିଅର ବାହାଘର ପରେ ବଳଦେବ ବାବୁଙ୍କ ମୁଣ୍ଡରୁ ଦାୟିତ୍ଵର ବୋଝ ହଟି ନ ଥିଲା । ବଳଦେବଙ୍କୁ ସାନ ଝିଅ ହିନା ଓ ରାହୁଲଙ୍କର ମଧ୍ୟ  ବିବାହ କରିବାର ଥିଲା । କିନ୍ତୁ ବଳଦେବ ବାବୁଙ୍କ ଏ ଆଶା ପୂରଣ ହୋଇ ପାରିଲା ନାହିଁ ହଠାତ୍‌ ସେ ପରିବାରର ହାଡ ଛାଡି ଈଶ୍ୱର ଙ୍କ ନିକଟକୁ ଚାଲିଗଲେ ।ବଳଦେବ ବାବୁଙ୍କ ମୃତ୍ୟୁପରେ ଘରର ସବୁ ଦାୟିତ୍ଵ ଆସିଗଲା ଉଷାଙ୍କ ମୁଣ୍ଡକୁ । ଉଷା ଚାଷ କରି ତାଙ୍କ ଘରଖର୍ଚ୍ଚ ତୁଲାଇବାରେ ଲାଗି ପଡିଲେ । ପଞ୍ଜାବର ଅଧୁକାଂଶ ଲୋକେ ବିଦେଶ ଯାଇ
ରୋଜଗାର କରନ୍ତି । ସେଠାରେ ମୋଟା ଅଙ୍କର ପଇସା ମଧ୍ୟ  ସେମାନଙ୍କୁ ମିଳେ । ରାହୁଲ ତାଙ୍କ ସମ୍ପର୍କୀୟଙ୍କ ସାହାଯ୍ୟରେ ଅଷ୍ଟ୍ରେଲିଆ ଯାଇ ସେଠାରେ ଚାକିରି କରିବା ପାଇଁ ମନ ସ୍ଥିର କଲେ । ପରିବାର ପ୍ରତିପୋଷଣ କରିବା ପାଇଁ ରାହୁଲ ଚାଲିଗଲେ ଅଷ୍ଟ୍ରେଲିଆ ।
ରାହୁଲଙ୍କଗ କେହି ଭାଇ ନ ଥିବାର୍ଲ ସେ ଅଷ୍ଟ୍ରେଲିଆ ଚାଲିଯିବା ପରେ ଘରେ ଖାଲି ମା' ଉଷା ଓ ଭଉଣୀ ହିନା । ରାହୁଲ ବିଦେଶ ଯିବାକୁ ବାହାରିଗଲେ କେବଳ ଅର୍ଥ ରୋଜଗାର କରିବା ପାଇଁ କିନ୍ତୁ ତାଙ୍କର ଘରେ ମା ଓ ଭଉଣୀଙ୍କୁ ଛାଡ଼ି ଯିବା ପାଇଁ ତାଙ୍କର ଇଚ୍ଛା ନ ଥ୍ଲା। ମା' ଓ ଭଉଣୀଙ୍କ ଦାୟିତ୍ଵ ରାହୁଲ ତାଙ୍କ ଦୂରସମ୍ପର୍କୀୟ ଭାଇ ରିଶୁ ଗ୍ରୋବରଙ୍କୁ ଦେଲେ । ରିଶୁ ଘର ରାହୁଲଙ୍କ ଘରର କିଛି ଦୂରରେ ହେବା କାରଣରୁ ରିଶୁ ରାହୁଲ ଘରକୁ ଯିବା ଆସିବାରେ କୌଣସି ଅସୁବିଧା ହ୍ୁୁଏ ନାହିଁ । ଏ ନେଇ ରିଶୁ ପରିବାର ଲୋକେ ମଧ୍ୟ  ତାକୁ କିଛି କୂହନ୍ତି ନାହିଁ । ରାହୁଲ ଅଷ୍ଟ୍ରେଲିଆଚାଲିଯିବା ପରେ ରିଶୁ ତାଙ୍କ ଘରର ସବୁ କଥା ବୁଝୁଥ୍‌ଲା । ସବୁଦିନ
ରାହୁଲଙ୍କ ଘରକୁ ରିଶ୍ମୁର ଯିବା ଆସିବା ଲାଗି ରହିଥିଲା । ବଜାରରୁ କିଛି ଆଣିବାର ଥିଲେ ବା ବାହାରେ କିଛି କାମ ଥିଲେ ସେଥିପାଇଁ ଉଷାଙ୍କୁ ରିଶୁ ସାହାଯ୍ୟ କରୁଥିଲା । ବେଳେ ବେଳେ ରିଶ୍ଲୁ ଉଷାଙ୍କ କହିବା କାରଣରୁ ତାଙ୍କ ଘରେ ରାତିରେ ରହି ବି ଯାଉଥଲା । ରାହୁଲର ସ୍ଵଭାବ ଆଦୌ ଭଲ ନ ଥିଲା । ସେ ସବୁ ପ୍ରକାରନିଶା ଦ୍ରବ୍ୟ ସେବନ କରିବା ସହ ଗୁଣ୍ଡା ସ୍ଵଭାବର ଲୋକମାନଙ୍କ ସହ ସବୁବେଳେ ବୁଲୁଥିଲା ।
     ରାହୁଲଙ୍କ ଯବାନ ଭଉଣୀ ହିନା ଉପରେ ଫତେହଗଞ୍ଜର ବାବୁର ଲୋଲୁପ ଦୃଷ୍ଟି ଥିଲା । ବାବୁର ଫଡେହଗଞ୍ଜରେ ଏକ ସାନିଟାରୀ ଦୋକାନ ଥିଲା । ହିନା ଘରୁ ଯେତେବେଳେ ବାହାରକୁ ଯାଏ ବାବୁ ତା' ରାମ୍ଫ୍ରା ରୋକେ ଓ ଏଣ୍ଡୁତେଣ୍ଡୁ ଅନେକ କଥା କୁହେ । ଦିନେ ହିନା ବାବୁର ଏ ବ୍ୟବହାରକୁ ସହ୍ୟ ନ କରି ଘରକୂ ଆସି ରିଶୁ ଓ ଭିଣୋଇ ବିକାଶ ଆଗରେ ବାବୁର ଅଭିଯୋଗ କରିଦେଲା । ବିକାଶ ବାବୁ ନୀ'ରେ ଡିଭିଜନ୍‌ ଥାନା-୩ରେ ଏକ ହିନାଙ୍କୁ କମେଣ୍ଟ ମାରିବା ନେଇ ଅଭିଯୋଗ କରିଦେଲେ । ପୋଲିସ ବାବ୍ଲୁକୁ ଥାନାକୁ ଡକାଇ ପଚରାଉଚରା କଲେ ଓ ଆଉଥରେ ଏଭଳି କାମ ନ କରିବା ପାଇଁ ପୋଲିସ ତାକୁ ତାଗିଦ୍‌ କଲା । ଥାନାରୁ ଆସିବା ପରେ ବି ବାବୁର ସ୍ଵଭାବରେ କୌଣସି ପ୍ରକାର ପରିବର୍ତନ ଦେଖାଯାଉ ନ ଥିଲା ।

ହିନାକୁ ବାଟରେ ଘାଟରେ କମେଣ୍ଟ ନ ମାରିବା ପାଇଁ ରିଶୁ ବାବୁକୁ ଡରା ଧମ୍‌କା କରେ । ଏ ମୌକାରେ ରିଶୁ ହିନାର ନିକଟତର ହେବାକୁ ଲାଗିଲା । ଆଉ ରିଶୁ ହିନାକୁ ତା ପ୍ରେମ ଜାଲରେ ଫସେଇବାରେ ସଫଳ ହୋଇଗଲା । ହିନା ତ ସତରେ ରିଶୁର ପ୍ରେମରେ ପଡିଗଲା କିନ୍ତୁ ରିଶୁ ଷଡଯନ୍ତ୍ର କରି ହିନାକୁ ତା' ପ୍ରେମ ଜାଲରେ ଫସେଇ ଥିଲା । ସେ ହିନାକୁ ପ୍ରେମରେ ଫସାଇ ରାହୁଲ ପଠାଭଥିବା ପଇସାକୁ ହଡପ୍‌ କରିବାକୁ ଚାହୁଁଥିଲା । ରିଶୁ ତାଂ କାର୍ଯ୍ୟରେ ସଫଳ ହେଲା । ସେ ହିନା ସହ ଅନୈତିକ ସମ୍ପର୍କ ସ୍ଥାପନ କଲା । ଉଷାଙ୍କୁ ଖାଦ୍ୟରେ ହିନା ନିଶା ବଟିକା ମିଶାଇ ଖାଇବାକୁ ଦେଉଥିଲେ ଯାହା ଫଳରେ ରାହ୍ୁଳର ମା' ଉଷା ଖାଇବା
ମାତ୍ରକେ ଖଟରେ ଶୋଇ ପଡୁଥିଲେ । ଏ ଅସ୍ଵାଭାବିକ ବ୍ୟବହାରକୁଉଷା ଭାବୁଥିଲେ ଯେ ବୟସ ବଢ଼ିବା କାରଣର ଏପରି ହେଉଛି । ଉଷା ଶୋଇ ପଡିବା ପରେ ଦୁହେଁ ମଜି ଯାଉଥିଲେ ଦେହ ଉପଭୋଗରେ । ଏମିତି କିଛିଦିନ ଚାଲିଲୀ,.. ହିନାଙ୍କୁ ବ୍ଲାକ୍ମେଲ୍‌କରି ରିଶୁ ତାଙ୍କଠାରୁ ସବୁ ଟଙ୍କା ନେଇ ଯାଉଥଲା ଓ ସେହି ଟଙ୍କାରେ ସେ ତା'ର ସବୁ ଆବଶ୍ୟକତା ପୂରଣ କରୁଥଲା । ରିଶୁର ଅତ୍ୟାଚାର ହିନା ସହ୍ୟ ନ କରିପାରି ସବୁ କଥା ଭାଇ ରାହୁଲଙ୍କୁ ଫୋନ୍‌କରି କହିଦେଲେ ।
ହିନାର ଅଭିଯୋଗ ଶୁଣିବା ପରେ ରାହୁଲ ତୁରନ୍ତ ଆସି ଫତେହଗଞ୍ଜରେ ପହଞ୍ଚିଗଲେ ଓ ରିଶୁକୁ ଏସବୁ କଥା ବିଷୟରେପଚାରି ତାଗିଦ୍‌ କଲ। । ସେପଟେ ରିଶୁର ଘରଲୋକ ମଧ୍ୟ  ରିଶୁକୁ ଏନେଇ ଅନେକ କଥା କହିଲେ । ଏହା ପରଠାରୁ ରିଶୁ ପାଇଁ ରାହୁଲଙ୍କ ଘର କବାଟ ସବୁଦିନ ପାଇଁ ବନ୍ଦ ହୋଇଗଲା ।
ହିନାର ବିବାହ ପାଇଁ ରାହୁଳ ବରପାତ୍ର ଖୋଜିବାରେ ଲାଗିଗଲେ । ଲୁଧଆନାର ପଖୋୱରାଲ ନିବାସୀ ସୌରବଙ୍କ ସହିତ ହିନାର ବାହାଘର ଫିକ୍ସ କରିଦେଲେ । ରାହୁଲ ହିନା ଓ ସୌରବଙ୍କ ନିର୍ବନ୍ଧ ସାରି ବାହାଘର ପାଇଁ ନଭେମ୍ବର ୨୦୧୩ ମସିହାର ତାରିଖ ଧାର୍ଯ୍ୟ କଲେ । ବାହାଘରର ସବୁ ଦାୟିତ୍ଵ ଭଉଣୀ ଆଶନା ଓ
ଭିଣେଇ ବିକାଶଙ୍କୁ ଦେଇ ରାହୁଲ ଅଷ୍ଟ୍ରେଲିଆ ଚାଲିଗଲେ । ହିନାଙ୍କ ବାହାଘର ପାଇଁ ଘରଲୌକେ ପୂର୍ବ ପ୍ରସ୍ଥୁତି ଆରମ୍ଭ କରିଥିଲେ । ରାହୁଲ ଅଷ୍ଟ୍ରଲିଆରେ ପହଞ୍ଚି ମା ଉଷାଙ୍କ ଆକଉଣ୍ଟକୁ୪ ଲକ୍ଷ ଓ ୧୦୦ ଡଲାର ପଠାଇ ଦେଇଦେଲେ । ମେ ୨୧ ତାରିଖରେ ମା' ଓ ହିନାଙ୍କ ସହ କଥା ହେବା ପାଇଁରାହୁଲ ମା' ଉଷାଙ୍କୁ ଫୋନ୍ କଲେ । କିନ୍ତୁ ଉଷାଙ୍କ ଫୋନ୍ ସ୍ଵିଚ୍ଅଫ୍ ଦେଖୋଉ ଥିବଲା । ବହୁବାର ଉଷାଙ୍କ ଫୋନ୍କୁ କଲ୍ କରିବା ପରେ ରାହୁଲ ହିନାଙ୍କୁ ଫେଶନ୍ କଲେ ମା'ଙ୍କ ପରି ହିନାଙ୍କ ଫୋନ୍ ମଧ୍ୟ  ବନ୍ଦ ଆସୁଥିଲା । ଶେଷରେ ରାହୁଲ ଭଣେଇ ବକାଶଙ୍କୁ ଫୋନ୍ କରି ମା' ଓ ହିନାଙ୍କ ବିଷୟରେ ପଚାରିଲେ ଓ ସେମାନଙ୍କ ଫୋନ୍ ବନ୍ଦ ଆସୁଥ୍ବାର କାରଣ ପଚାରିଲେ । ବିକାଶ ଏନେଇ କିଛି ଜାଣି ନଥିବା କଥା କହି ଫୋନ୍ କାଟି ତୁରନ୍ତ ଆଶମାଙ୍କୁ ସାଥ୍ଵରେ ନେଇ ଶ୍ଵଶୁର ଘର ଅଭିମୁଖେ ଚାଲିଲେ । ସେଠାରେ ପହଞ୍ଚି ଦେଖ୍ଲେ ଘରର ମୁଖ୍ୟ କବାଟ ଖୋଲା ପଡ଼ଛ । ଖୋଲା କବାଟକୁ ଦେଖୁ ବକାଶ ଓ ଆଶମାଙ୍କ ମନକୁ ପାପ ଛୁଇଁଲା । ଦୁହେଁ ଘର ଭିତରକୁ ଯାଇ ଦେଖନ୍ତି ଖଟରେ
ଉଷାଙ୍କ ରକ୍ତାକ୍ତ ଶରୀର ସେଠାରେ ପଡ଼ିଛି । ମା 'ଙ୍କ ମୃତଦେହ ଦେଖ ଆଶମା ଜୋର୍ରେ ଚଳ୍ପାର କରପକାଇଲେ । ହନାକେଉଁଠାରେ ଅଛନ୍ତି ବୋଲି ଭାବି ବିକାଶ ଉପର ମହଲାକୁ ଯାଇ ଦେଖିଲା ବେଳକୁ ସେଠାରେ ଗାଧୁଆ ଘର ସାମ୍ନାରେ ହିନାଙ୍କମୃତ ଦେହ ପଡ଼ିରହିଥିଲା । ତୁରନ୍ତ ବିକାଶ ଡିଭିଜନ୍‌ ଥାନାକୁ ଫୋନ୍‌ କରି ଏ ବିଷୟରେ ସୂଚନା ଦେବା ସହ ରାହୁଲଙ୍କୁ ମଧ୍ୟ  ଏ କଥା କହିଦେଲେ । ପୋଲିସ ସାଥୀରେ ଫରେନ୍‌ସିକ୍‌ ଟିମ୍‌ ଓ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ନେଇ ଘଟଣା ସ୍ଥଳରେ ପହଞ୍ଚିଗଲେ ଓ ଶବକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇ ଦେଲେ 
          ଦୁଇଦିନ ପରେ ରାହୁଲ ଆସି ଗାଁରେ ପହଞ୍ଚିଗଲା । ଦୁହିଁଙ୍କୁ ଧାରୁଆ ହତିଆରରେ ହାଣି ହତ୍ୟା କରାଯାଇଛି ବୋଲି ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଥିଲା । ଘଟଣା ସ୍ଥଳରେ ମୃତକଙ୍କ ରକ୍ତ ସାଙ୍ଗକୁ ଆଉ ଜଣେ ଅଜଣା ବ୍ୟକ୍ତିଙ୍କ ରକ୍ତର ନମୁନା ଥିବା ଫରେନ୍‌ସିକ୍‌ ଟିମ୍‌ ରିପୋର୍ଟରୁ ବାହାରିଲା । ହିନାଙ୍କ ଶବ ଉଦ୍ଧାର ହୋଇଥ୍ବା କାନ୍ଧରେ ରକ୍ତରେ ଏ ନୀ ଲେଖାଯାଇଥିଲା ସେ ନାଟି ଥିଲା ବାବୁର । ପୋଲିସ ଏ ନେଇ ବାବୁକୁ ଜେରା-କଲା କିନ୍ତୁ ପୋଲିସ ବାବୁକୁ ନିର୍ଦ୍ଦେଷ ପାଇଲା ପରେ ପୋଲିସର ସନ୍ଦେହ ବିକାଶଙ୍କ ଉପରେ ହେଲା । ପୋଲିସ ବିକାଶଙ୍କୁ ମଧ୍ୟ  ଜେରା କଲା । ରାହୁଲଙ୍କୁ ଏ ନେଇ ପଚରା ଉଚରା କଲାପରେ ରିଶୁ ଆସିଲା ପୋଲିସ ଆଗକୁ । ଟିକେ ବି ଡେରି ନ କରି ରିଶୁକୁ ପୋଲିସ ତା' ଅକ୍ତିଆରକୁ ନେଲା ।

         ପୋଲିସ ରିଶୁକୁ ମାଡ଼ମାରି ହତ୍ୟାକାଣ୍ଡ ସମ୍ପର୍କରେ ସବୁ ପଚାରିବା ପରେ ରିଶୁ କରିଥିବା ଭୁଲ୍‌ ମାନିଗଲା । ରିଶୁ ହିନା ଓ ଉଷାଙ୍କୁ ମାରି ତାଙ୍କ ଘରେ ଥିବା ୪ ଲକ୍ଷ ଟଙ୍କା, ୧୦୦ ଡଲାର ଓ ଗୋଟିଏ ସୁନା ଚେନ୍‌ ଚୋରି କରି ନେଇଥିଲା । ପୋଲିସ ତାକୁ ଧରିବା ପରେ ରିଶୁ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ଛୁରୀ ଓ ଲୁଟିଥିବା ଟଙ୍କାରୁ ୨ଲକ୍ଷ ୧୦୦ଡଲାର ଜବତ୍‌ କରିନେଲା ।
ଏଘଟଣାରେ ଦୋଷୀକୁ ଦଣ୍ଡ ଦେବା ପାଇଁ ଲାଗିଗଲା ପାଞ୍ଚ ବର୍ଷ । କୋର୍ଟରେ ସର୍ବମୋଟ ୨୩ଜଣ ସାକ୍ଷୀ କୋର୍ଟ ମୁହାଁ ହେବା ପରେ ୨୦୧୮ ମସିହା ସେପ୍ଟେମ୍ବର ୧୦ ତାରିଖରେ ରିଶୁକୁ ହତ୍ୟାକାରୀ ଘୋଷଣା କରାଯାଇ ତାକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଗଲା । ଜଣେ ପ୍ରତ୍ୟକ୍ଷଦର୍ଶୀ ମହିଳାଙ୍କ ବୟାନ ଆଧାରରେ ରିଶୁକୁ ଦଣ୍ଡ ମିଳିଲା । ମହିଳା ଜଣକ ପ୍ରତିଦିନ ଗୁରୁଦ୍ଵାରାକୁ ପୂଜା କରିବାକୁ ଯାନ୍ତି । ଘଟଣା ଦିନ ମହିଳା ଜଣକ ରିଶୁକୁ ରାହୁଲଙ୍କ ଘରୁତରତରରେ ବାହାରି କୌଣସି ଆଡେ ଯିବାର ଦେଖୁଥିଲେ । ଚତୁର ରିଶୁ ବାବୁକୁ ଏଘଟଣାରେ ଫସାଇବା ପାଇଁ ଘଟଣାସ୍ଥଳରେ ବାବୁର ନା ଲେଖ୍‌ ଦେଇଥିଲା । କିନ୍ତୁ ସୌଭାଗ୍ୟ ବଶତଃ ବାବୁ ରିଶୁର
ଏ ଜାଲରୁ ମୁକୂଳି ଯାଇଥଲା ଓ ପ୍ରକୃତ ଦୋଷୀକୁ କୋର୍ଟ ପକ୍ଷରୁ ଉଚିତ୍‌ ଦଣ୍ଡ ମିଳିଲା ।

      ରାହଲଙ୍କର ପ୍ରଥମ ଭୁଲ୍‌ ଥିଲା ଯେ ସେ ରିଶୁକୁ ଆଖ୍‌ବୁଜି ବିଶ୍ଵାସ କରୁଥ୍‌ଲେ ଓ ଯାହାର ଫାଇଦା ଭଲଭାବେ ଉଠାଇଥିଲା ରିଶୁ । ରିଶୁ ଉଷା ଓ ହିନାଙ୍କୁ ଛ୍ଥୁରୀରେ ଏପରିଭାବେ ହତ୍ଯା କରିଥିଲା ଯେ ଦେଖୁବା ଲୋକ ଭୟାତୁର ହୋଇ ପଡ଼ିବ । ଲୋଭ ଆଗରେ ମଣିଷ ପଣିଆ ହାର ମାନିଥିଲା ଏ କ୍ଷେତ୍ରରେ । ରିଶୁର ଅର୍ଥ ଲୋଭ ପାଇଁ ସେ ତା ଭଉଣୀ ସହ ଶାରୀରିକ ସମ୍ପର୍କ ରଖିବାକୁ ପଛାଇ ନ ଥିବାବେଳେ ମା ପରି ସ୍ନେହ କରୁଥିବା ଉଷାଙ୍କୁ ଜୀବନରୁ ମାରିବାରେ ତିଳେ ହେଲେ ସଂକୋଚ ପ୍ରକଟ କରି ନ ଥିଲା । ଏ ଜଘନ୍ୟ ଅପରାଧ ଉପରୁ ପର୍ଦା ହଟାଇବା ପାଇଁଲାଗିଗଲା ୫ ବର୍ଷ ଆଉ ଶେଷରେ ଅପରାଧୀକୁ ମିଳିଲା ଦଣ୍ଡ ।

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...