Monday 10 June 2019

ଜସପ୍ରୀତର ଅବୈଧ ସମ୍ପର୍କ


କିଛି ନାରୀ ଓ ପୁରୁଷ ଅଛନ୍ତି ଯେଉଁମାନେ ବିବାହ ପରେ ଅନ୍ୟ ନାରୀ ଓ ପୁରୁଷଙ୍କ ସହଅବୈଧ ସମ୍ପର୍କ ରଖୁଛନ୍ତି । ବର୍ତମାନ ଆଇନ୍‌ ଅନୁସାରେ ଅବୈଧ ସମ୍ପର୍କ ଆଇନସମ୍ମତହେଲେ ମଧ୍ୟ  ସମାଜରେ ଏହାକୁ ସ୍ଵୀକୃତି ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଯେଉଁ ଦମ୍ପତି ନିଜସମ୍ପର୍କକୁ ନେଇ କର୍ତବ୍ୟପରାୟଣ ଥାନ୍ରି ସେମାନେ ଏଭଳି ସମ୍ପର୍କକୁ ଆଦୌ ପ୍ରଶ୍ରୟଦେଇପାରନ୍ତି ନାହିଁ । ସେହିପରି ଗୁରତେଜ ସିଂହ ପନୀ ଜସପ୍ରୀତକୁ ଜୀବନଦେଇ ଭଲ ପାଇଆସୁଥଲା । କିନ୍ତୁ ସ୍ଵାମୀଠାରୁ ଏତେ ଭଲପାଇବା ପାଇଁ ଜସପ୍ରୀତ ଅନ୍ୟ ପୁରୁଷ ସହ ଅବୈଧ ସମ୍ପର୍କ ରଖୁଥିଲା ଯାହା ଜାଣିବା ପରେ ଗୁରତେଜ ସହିବା ସୀମା ପାର ହୋଇଗଲା
        ଗୁରତେଜ ସିଂହ ଓରଫ ତେଜା ୨୦୦୭ ମସିହାରେ ଶ୍ରୀମୁକ୍ତସର ଏ ସାହିବ ଜିଲ୍ଲାର ଲମ୍ବୀ ଥାନା ଅନ୍ତର୍ଗତ ଭୁତିହାରେ ବାସ କରୁଥିବା କୁଲବୀର ସିଂହଙ୍କ ସାନଝିଅ ଜସପ୍ରୀତ କୌରଙ୍କୁ ବିବାହ କରିଥିଲେ । ତେଜାର ଆଉ ଦୁଇଜଣ ଭାଇ ଥିଲେ । ସେମାନେ ଉଠିଣ୍ଡାସ୍ଥିତ ମୁହାଲୀ ଗୀରେ ରହୁଥିଲେ । ଗୁରତେଜ୍‌ ଦୁଇ ଭାଇଙ୍କ ଠାରୁଅଲଗା ପନ୍ନୀ ଓ ପୁଅ ସହ ରହୁଥିଲା । ଗୁରତେଜ୍‌ ପାଖରେ ଟଙ୍କାରକୌଣସି ଅଭାବ ନଥିଲା, ସମ୍ପଭି ସାଙ୍ଗକୁ ଗୁରତେଜ୍‌ ପାଖରେ ସୁନ୍ଦରୀପନ୍ନୀ ଜସପ୍ରୀତ ଓ ଗୀରେ ତା'ର ଖୁବୁ ଖାତିର ଥିଲା । ଗୁରତେଜ ସକାଳୁଜମିକୁ କାମ କରିବାକୁ ଯାଏ ଓ ସନ୍ଧ୍ୟାରେ ଘରକୁ ଫେରେ । ନିଜରଛୋଟ ପରିବାରରେ ତେଜା ବେଶ୍‌ ଖୁସିରେ ଜୀବନଯାପନ କରୁଥିଲା ।କିନ୍ତୁ ତେଜାର ଖୁସି ସଂସାରରେ ଦିନେ ଗ୍ରହଣ ଲାଗିଲା, ଦିନେ ଜନୈକବନ୍ଧୁ ତେଜାକୁ ତା' ପନୀ ସମ୍ପର୍କରେ ଏକ ସୂଚନା ଦେଲେ । ସେହି ବନ୍ଧୁଙ୍କକହିବା କଥା ଥିଲା, ଜସପ୍ରୀତ ଘରେ ତେଜାର ଅନୁପସ୍ଥିତି ବେଳେ ଅନ୍ୟ
ଜଣେ ଯୁବକ ସହିତ ବଜାରରେ ବୁଲୁଛନ୍ତି । ଏକଥା ପ୍ରତି ତେଜା ବିଶେଷଗୁରୁତ୍ଵ ଦେଲାନାହିଁ ସତ କିନ୍ତୁ ଏକଥା ନେଇ ସେ ତା ପନ୍ନୀକୁ ପଚାରିବାକୁଭୁଲିଲା ନାହିଁ । ତେଜାଠାରୁ ଏକଥା ଶୁଣି ଜସପ୍ରୀତ କଥାକୁ ଥଟାରେଉଡ଼େଇ କହିଲେ, 'ତୁମ ସାଙ୍ଗମାନେ ସବୁ ଭାଙ୍ଗ ଖାଇ ବଜାରରେ ବୁଲୁଛନ୍ି' ତୁମଛଡ଼ା ମୁଁ ଆଉ କାହା ସହ ଯାଇ ବୁଲିଛି, ପ୍ରାୟ ୧୦ ଦିନ ଏକଥାକୁବଢ଼ିଯିବା ପରେ ପୁଣି ତେଜା ଏ ସମାନ କଥା ପାଇ ଜଣେ ସମ୍ପର୍କୀୟଙ୍କ ଠାରୁ ପୁଣି ଶୁଣିଲା ଆଉ ଯାହାପରେ ତେଜାର ସୁନା ସଂସାରରେ ନିଆଁଲାଗିବା ଆରମ୍ଭ ହୋଇଗଲା । ଦୁହିଁଙ୍କ ଭିତରେ ଝଗଡ଼ା ଲାଗିଲା କିନ୍ତୁଜସପ୍ରୀତର ବୟାନରେ କୌଣସି ପରିବର୍ତନ ଆସି ନଥିଲା । ତେଜା ଏତିକି ଜାଣିଥିଲା ସେଠାର ଲୋକ ଓ ତା' ପନ୍ନୀ ଭିତରେ କେହି ଜଣେ ମିଛ କହୁଛି କିନ୍ତୁ ସେ ମିଛ କିଏ କହୁଥିଲା ତାହା ତେଜା ଜାଣିବାରେ ଅସମର୍ଥଥିଲା । ତେଜାକୁ ବେଳେ ବେଳେ ସ୍ବାମୀ ଭାବିଲା ପନ୍ନୀକୁ ଏମିତି ପଚାରିକାଳେ ସେ କିଛି ଭୁଲ୍‌ କରୁନି ତ ?

ଏମିତି ଦ୍ଵନ୍ଦ୍ରରେ ତେଜାର ଦିନଗୁଡ଼ିକ ବିତିଯାଉଥାଏ । ଦିନେ ତେଜାରନିଜ ସାନଭାଇ ଜଗତାର ତାକୁ ଚେତାବନୀ ଦେଇ କହିଲେ- “ଭାଇତୁମେ ହୋସ୍‌କୁ ଫେରିଆସ, ଗୋଡ଼ ବୁଡ଼ି ପାଣି ଆଣ୍ଠୁଏ ହେବା ପୂର୍ବରୁସଜାଗ ହୋଇଯାଅ । ଭାଇଠାରୁ ସମାନ କଥା ଶୁଣିବା ପରେ ଦୀର୍ଘଦିନ ଧରି ପନ୍ନୀ ନା'ରେ ଉଠିଥବା କଥାକୁ ବିଶ୍ବାସ କରିବାକୁ ଲାଗିଲା ତେଜା | ଭାଇ ସହ କଥା ହୋଇ ଘରକୁ ଫେରିଲା ପରେ ତେଜା କିନ୍ତୁ ଏ ନେଇଜସପ୍ରୀତଙ୍କୁ କିଛି ପଚାରିଲା ନାହିଁ । କିନ୍ତୁ ସତ୍ୟତା ଉପର ପର୍ଦା ଉଠାଇବାପାଇଁ ତେଜା ଜସପ୍ରୀତ ଉପରେ କଡ଼ା ନଜର ରଖୁବାକୁ ଲାଗିଲା । ପନ୍ନୀ
ସମ୍ପର୍କରେ ସେ ଅନ୍ୟ ପାଖ ପଡୋଶୀମାନଙ୍କୁ ମଧ୍ୟ  ପଚାରା ପଚରି କଲା ।ପଡୋଶୀମାନଙ୍କ କଥାରୁ ଜଣାପଡ଼ିଲା ଯେ, ପ୍ରତିଦିନ ସେ ଜମିକୁ ଗଲାପରେ କେହି ଜଣେ ଯୁବକ ସବୁବେଳେ ଜସପ୍ରୀତ ପାଖକୁ ଆସୁଛି ।ଜସପ୍ରୀତ ପୁଅକୁ କୌଣସି ପଡୋଶୀଙ୍କ ଘରେ ଛାଡିଦେଇ ସେହି ସନ୍ଦିଗ୍ଧ ଯୁବକ ସହ କୌଣସି ଆଡ଼େ ଚାଲିଯାନ୍ତି ।

ତେଜା ଜସପ୍ରୀତକୁ ସେ ଯୁବକ ସହ ଧରିବାକୁ ଚାହୁଁଥିଲା ଯାହାପାଇଁସେ ଦିନେ ଜମିକୁ ଯିବା କଥା କହି ଗୀରେ ଲୁଚି ରହିଲା । ପାଖାପାଖ୍‌ଏକ ଘଣ୍ଟା ଗାରେ ଇଆଡେ ସିଆଡେ ହେବା ପରେ ଏକ ଟାଟା ୪୦୭ଟେମ୍ପୋ ତେଜା ଘରର କିଛି ଦୂରରେ ଆସି ରହିଲା । ଗାଡ଼ିରୁ ଜଣେଯୁବକ ବାହାରି ତେଜା ଘର ଆଡକୁ ଗଲା । ଟେମ୍ପୋକୁ ଦେଖୁ ତେଜା ଭାବିଲା ଯେ ଗାର ଅନ୍ୟକାହା ଘରକୁ ବୋଧହୁଏ କେହି କୁଣିଆ ଆସିଛନ୍ତି ।କିନ୍ତୁ ତେଜାର ଭାବନା ନ ସରୁଣୁ ଟେମ୍ପୋରେ ଜସପ୍ରୀତ ସେହି ଯୁବକ ସହବସି ଚାଲିଗଲେ । ଏହା ଦେଖ୍‌ ସଙ୍ଗେ ସଙ୍ଗେ ତେଜା ସେହି ଟେମ୍ପୋର ପିଛାକରିବାକୁ ଲାଗିଲା । କିଛି ଦୂର ଟେମ୍ପୋର ପିଛା କରିବା ପରେ ଟେମ୍ପୋଟିତେଜାକୁ ଚକ୍‌ମା ଦେଖାଇ କୌଣସି ଆଡେ ଚଲିଗଲା ଯେ ତେଜା ଆଉ ତା'ଟେର୍‌ ପାଇ ପାରିଲା ନାହିଁ । ଯେମିତି ଟେମ୍ପୋ ତା' ଆଖି ଆଗରୁ ଚାଲିଗଲାସେକ୍ଷଣି ତେଜା ଘର ଅଭିମୁଖେ ବାହାରି ଗଲା । ତେଜା ମନରେ ଭାବୁ ଥିଲାସେ ଆଗୁଆ ଯାଇ ଘରେ ପହଞ୍ଚୁଗଲେ ଯେତେବେଳେ ଜସପ୍ରୀତ ଘରକୁଡେରିରେ ଆସିବ ସେ ସମୟରେ ସେ ତା' କଥା ବୁଝିବ । କିନ୍ତୁ ତେଜା ଘରେପହଞ୍ଚିବା ବେଳକୁ ଜସପ୍ରୀତ ଘରେ ତା ପୁଅକୁ ଖୁଆଉ ଥିଲେ । ଏହା ଦେଖ୍‌ତେଜା ଏକ୍‌ଦମ୍‌ରେ ଆଶ୍ଚର୍ଯ୍ୟ ହୋଇଗଲା । ସେପଟେ ଟେମ୍ପୋ ବାବଦକୁ ସେଆଉ ଜସପ୍ରୀତକୁ କୌଣସି ପ୍ରଶ୍ନ ମଧ୍ୟ  କଲା ନାହିଁ ।

ଏମିତି କଳ୍ପନା ଜଳ୍ପନାରେ ତେଜାର ଦିନ ଗୁଡିକ ବିତୁଥାଏ । ଦିନେ ତେଜା ପନ୍ନଜୀ ଜସପ୍ରୀତ ବଜାରରେ ଜନୈକ ଯୁବକ ସହ ବୁଲୁଥିବାର ଦେଖୁଜସପ୍ରୀତ ପାଖକୁ ଯିବା ସମୟରେ ଯୁବକ ଜଣକ ତେଜାକୁ ଦେଖ୍‌ ଜସପ୍ରୀତପାଖରୁ କୌଣସି ଆଡ଼େ ଚାଲିଗଲା । ତେଜା ଜସପ୍ରୀତ ପାଖରେ ପହଞ୍ଚିଲବେଳକୁ ଜସପ୍ରୀତ ଏକୁଟିଆ ସେଠାରେ ଛିଡା ହୋଇଥିଲେ । ପତି-ପନ୍ନୀ ଘରକୁ ଫେରିବା ପରେ ଯୁବକକୁ ନେଇ ଦୁହିଁଙ୍କ ଭିତରେ କଥାକଟାକଟି ହେଲା । ତେଜା ଜସପ୍ରୀତକୁ, ନେଇ ନିସ୍ଫୁକ ପିଟିବାକୁ ମଧ୍ୟ ଲାଗିଲା । ଗୁଡ଼ାଏ ମାଡ଼ ଗାଳି ଖାଇବା ପରେ ବି ଜସପ୍ରୀତ ସେ ଅଜଣାଯୁବକ ବିଷୟରେ ମୁହଁ ଖୋଲିଲେ ନାହିଁ । ଏହା ପରଠାରୁ ତେଜା ଘରେ ମାର୍‌ପିଟ୍‌ ସବୁବେଳେ ଦୈନିକ ଭୋଜନ ସଦୃଶ ହୋଇଗଲା ।

      ଦିନେ ଜସପ୍ରୀତି ତେଜାକୁ କିଛି ନ ଜଣେଇ ପୁଅକୁ ଛାଡ଼ି କୌଣସିଆଡ଼େ ଚାଲିଗଲା । ତେଜା ଚାଲିଯାଇଛି ତା' ବାପଘରକୁ । ବାପଘରେଜସପ୍ରୀତକୁ ଅନେକ ବୁଝାସୁଝା କଲାପରେ ବି ଜସପ୍ରୀତି କିଛି କଥା ବୁଝିବାକୁନାରାଜ ଥିଲା । ବାପଘର ପରେ ଜଣେ ବାଜୀ ଗୀରେ ରହୁଥିବା ତା'ବଡ଼ଭଉଣୀ ଘରକୁ ଚାଲିଗଲା । ଜସପ୍ରୀତ ବଡ଼ଭଉଣୀ ଘରେ କିଛିଦିନରହି ସେହି ଯୁବକ ସହ କୌଣସିଆଡ଼େ ଚାଲିଯିବାର ଯୋଜନା କରିଥଲା ।କିନ୍ତୁ ଜସପ୍ରୀତିର ଏ ଯୋଜନା ତା' ବଡ଼ ଭଉଣୀକୁ ଅଛପା ରହିଲା ନାହିଁ |ବଦୂନାମ ଡ଼ରରେ ତା ବଡ଼ଭଉଣୀ ତେଜାକୁ ତାଙ୍କ ଘରକୁ ଡ଼କାଇ ଏମାନଙ୍କଭିତରେ ଥିବା ମନାନ୍ତରର ସମାଧାନ କଲେ । ଭଉଣୀ ଘରେ ଜସପ୍ରୀତ ତେଜାକୁ ଏମତିକା ଭୁଲ୍‌ କେବେ କରିବ ନାହିଁ ବୋଲି କହିଲା ଓ ତେଜା ସହ ତା' ଘରକୁ ଫେରିଲା ।

ଘରକୁ ଫେରି ସ୍ବାମୀ-ସ୍ତ୍ରୀ ସ୍ବାଭାବିକ ଜୀବନଯାପନ କରିବାକୁଲାଗିଲେ । ୨୦୧୭ ମସିହା ଜୁଲାଇ ୨୭ ତାରିଖ ଦିନ ରାତିରେ ତେଜା ଓଜସପ୍ରୀତ ଏକାଠି ନିଜର ରାତ୍ରିଭୋଜନ କରି ବେଡ଼ରୁମ୍‌କୁ ଶୋଇବା ପାଇଁଆସିଲେ । କିଛିଦିନ ହେବ ତେଜା ରାତ୍ରିଭୋଜନ ଖାଇବା ମାତ୍ରକେ ତାକୁନିଦ ମାଡ଼ିଆସୁଥିଲା । ଯାହା ଫଳରେ ସେଦିନ ମଧ୍ୟ  ଶେଯକୁ ଯାଉ ଯାଉ ତେଜା ଶୋଇ ପଡ଼ିଥିଲା । ରାତି ପାଖାପାଖ୍‌ ୯ଟା ହେବ ତେଜାର ନିଦ ଭାଙ୍ଗିଗଲା ଓ ମୁଣ୍ଡ ଭାରି ଭାରି ଲାଗୁଥିଲା । ଏହି ସମୟରେ ତାକୁ ବାହାରୁଦୁଇଜଣ ଲୋକ ପଫ୍ରୁସ୍‌ ଫୁସ୍‌ହେବା ଓ ଚୁଡ଼ି ଶବ୍ଦ ଶୁଣାଗଲା । ବାହାରକୁଯାଇ ଦେଖ୍‌ଲା ବେଳକୁ ଅଗଣାରେ ପଡ଼ିଥିବା ବେଞ୍ଚ ଉପରେ ଜସପ୍ରୀତିଏକ ଯୁବକ ସହ ଅସଞ୍ଜତ ଅବସ୍ଥାରେ ଥିବା ଦୃଶ୍ୟ ଦେଖୁ ତେଜା ରାଗରେଥରିବାକୁ ଲାଗିଲା । ରାଗକୁ ଆୟତ ନକରିପାରି ତେଜା ସଂଗେ ସଂଗେତା ଲାଇସେନ୍ସପ୍ରାପ୍ତ ବନ୍ଧୁକ ଆଣି ଜସପ୍ରୀତକୁ ଓ ତା ପ୍ରେମିକକୁ ଗୁଳିକରି ଦେଲା । ଘଟଣାସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ହୋଇଥଲା ।

ସେମାନଙ୍କ ଶବରେ ତେଜା ଏକ କପଡ଼ା ଘୋଡ଼ାଇ ଦେଇ, ପ୍ରତ୍ୟହତା' ନିତ୍ୟକର୍ମ ସାରି ଏକ ଚୌକିରେ ତା ଅଗଣାରେ ବସି ରହିଲା । ଧୀରେଧୀରେ ଘଟଣାସ୍ଥଳରେ ଲୋକ ଜମା ହେବାରେ ଲାଗିଲେ ଓ ଘଟଣାରଖବର ପାଇ ସେଠାକୁ ପୋଲିସ୍‌ ଆସି ପହଞ୍ଚି ତେଜାକୁ ଗିରଫ କରିନେଲା ।

ତେଜା ଦା' ପୁଅର ସମସ୍ତ ଦାୟିତ୍ଵ ତାଂସାନ ଭାଇକୁ ଦେଇ ଦେଇପୋଲିସ୍‌ ସହ ଥାନାକୁ ଚାଲିଗଲା । ବୟାନକୁ ଆଧାର କରି ୧୭୯ /୨୦୧୭ରେ ଆଇପିସି ଆର୍‌ ୩୦୨ ଓ ୨୭ ଆର୍ମ୍ପ ଆକ୍ଟ୍‌ ଅନୁସାରେ ତେଜା ନୀରେ ମାମଲା ରୁଜୁ କରାଗଲ। । ସେହିଦିନ ଜିଲ୍ଲା ମାଜିଷ୍ଟ୍ରେଟଙ୍କଅଦାଲତରେ ତେଜାକୁ ହାଜିର କରାଯାଇ ଜେଲ୍‌ ପଠାଇ ଦିଆଗଲା ।
ପୋଲିସ୍‌ ଅନୁସନ୍ଧାନ ଚଳାଇ ଜସପ୍ରୀତକୁ ସେହି ପ୍ରେମିକର ପରିଚୟପାଇବାରେ ସଫଳ ହେଲା ପୋଲିସ୍‌ । ତେବେ ସେ ଯୁବକର ନୀ ଥିଲଗୁରପ୍ରୀତ ସିଂହ ଯେ ସୁତୁ - ଖେଡ଼ା ଗ୍ରାମର ବାସିନ୍ଦା ଥିଲା । ଦୀର୍ଘ ୨ ବର୍ଷଧରି ଜସପ୍ରୀତ ଓ ଗୁରପ୍ରୀତ ଭିତରେ ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା ।ଖାଲି ଏତିକି ନୁହେଁ ଦୁହେଁ ଏକାଠି ସଂସାର ଗଢ଼ିବାର ଯୋଜନା ମଧ୍ୟ  କରିଥିଲେ ।ତେଜା ରାଗରେ ଜସପ୍ରୀତ ଓ ଗୁରପ୍ରୀତକୁ ମାରି ଦେଲା । କିନ୍ତୁ ଏଥିରେ ତେଜାର ହିଁ ସବୁଠାରୁ ଅଧୂକ କ୍ଷତି ହେଲା ।

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...