Monday 10 June 2019

ଆକାଶରଏକତରଫା ପ୍ରେମର ଭୟାବହ ଅନ୍ତ


     ପ୍ରେମ କରିବା ଯେତେ ସହଜ, ପ୍ରେମକୁ ସାର୍ଥକତା ଦେବା ସେତିକି କଷ୍ଟ । ଯଦି କେହି କାହାକୁ ଜୀବନଠାରୁ ଅଧୂକ ଭଲପାଏ ଓ ଏହାପରିବର୍ତେ କେବଳ ଘୃଣା ମିଳେ, ମନରେ ଅସହ୍ୟ କଷ୍ଟ ହୁଏ | ସେହିପରିଆକାଶ ପ୍ରାଚୀ ପାଇଁ ପାଗଳ ହୋଇଯାଇଥିଲା । ଯଦି ପ୍ରାଚୀ ତା'ର ହେବନି ସେ ତାକୁ ଆଉ କାହାର ବି ହେବାକୁ ଦେବନି - ଏଭଳି ଚିନ୍ତାଶୟନେ ସପନେ ଜାଗରଣେ ଆକାଶର ମନରେ ଚାଲୁଥିଲା । ପ୍ରତ୍ୟେକଏକତରଫା ପ୍ରେମର କରୁଣ ଅନ୍ତ ଘଟିଥାଏ। ତେବେ ଆକାଶରଏକତରଫା ପ୍ରେମର ଅନ୍ତ ଥିଲା ହୃଦୟବିଦାରକ ।
ମହାରାଷ୍କ ଠାଣେର କିଶୋର ନଗର ସ୍ଥିତ ଆନନ୍ଦ ଭବନସୋସାଇଟିରେ ରୁହନ୍ତି ୬୫ବର୍ଷୀୟ ବିକାଶ ଜାଡ଼େ । ବିକାଶ ବାବୁଙ୍କ ଚାରି ଝିଅ ଓ ପନ୍ନୀଙ୍କୁ ନେଇ ତାଙ୍କ ସୁନାର ସଂସାର ଝିଅମାନଙ୍କୁ ଭଲମଣିଷକରିବାକୁ ସେ ସବୁବେଳେ ଚାହୁଁଥିଲେ । ବିକାଶ ବାବୁଙ୍କର ଏକ ସଉଦା ଦୋକାନ ଥ୍ବଲା ଯେଉଁଥ୍ରୁ ଭଲ ରୋଜଗାର ହୁଏ । ବିକାଶ ବାବୁ ସଉଦାଦୋକାନରୁ ଯାହା ଆୟ କରନ୍ତି ସେଥିରେ ତାଙ୍କ ପରିବାର ଭଲଭାବେଚଳିଯାଆନ୍ତି । ପ୍ରାଚୀ ହେଉଛି ବିକାଶ ବାବୁଙ୍କ ଅଲିଅଳୀ ଝିଅ ଯେ ସବୁବେଳେ ବକାଶବାବୁଙ୍କୁ ପୁଅ ପରି ସାହାଯ୍ୟ କରିବାକୁ ଆଗଭର ଥାଏ ।

     ବିକମ୍‌ ଦ୍ଵିତୀୟ ବର୍ଷର ଛାତ୍ରୀ ପ୍ରାଚୀ ଦେଖୁବାକୁ ଯେମିତି ସୁନ୍ଦରପାଠରେ ସେମିତି ହୁସିଆର । ପାଠ ପଢ଼ିବା ସାଙ୍ଗକୁ ପ୍ରାଚୀ ବାପାଙ୍କୁଆର୍ଥିକ ସହାୟତା ଦେବା ପାଇଁ ଠାଣେର ଏକ ପ୍ରାଇଭେଟ୍‌ କମ୍ପାନୀରେ ପାର୍ଟଟାଇମ୍‌ ଚାକିରୀ କରୁଥିଲେ । ପ୍ରତିଦିନ କଲେଜ ସାରିବା ପରେପ୍ରାଚୀ ପାଖାପାଖୂ ଗୋଟେ ବେଳକୁ ଅଫିସ ବାହାରି ଯାଏ | ଅଫିସ୍‌ରେସବୁ କର୍ମଚାରୀ ତାଙ୍କୁ ଆଦର କରନ୍ତି କାରଣ ଅନ୍ୟ କର୍ମଚାରୀ ଦିନସାରାଯେତିକି କାମ କରନ୍ତି ପ୍ରାଚୀ ସେହି କାମକୁ ୨ରୁ ୩ ଘଣ୍ଟା ଭିତରେସାରିପାରେ । କଉ୍ତବ୍ୟନିଷ୍ଠ ପ୍ରାଚୀ କଲେଜର ସାଂସ୍କୃତିକ କାର୍ଯ୍ୟକ୍ରମରେମଧ୍ୟ  ଭାଗ ନିଏ । ଉଦାରମନା ପ୍ରାଚୀ ତାଙ୍କ ମୃତ୍ୟୁ ପରେ ଆଖ୍‌କୁ ଦାନ କରିବ ବୋଲି ଇଚ୍ଛା ରଖୁଥଲେ । ସେ ଚା ହୁଁଥିଲେ ମୃତ୍ୟୁ ପରେ ବି ତାଙ୍କ ଆଖୁରେ ଆଉ କେହି ଏ ସୁନ୍ଦର ଦୁନିଆକୁ ଦେଖୁ । କେବଳ ପରିବାର ଲୋକେ ନୁହନ୍ତି ପ୍ରାଚୀଙ୍କୁ ପାଖ ପଡିଶାମାନେ ମଧ୍ୟ  ଆଦରକରନ୍ତ ।
  ସାଧାରଣ ଜୀବନରେ  ସବ୍‌. କିଛି 0 କଠ।କ, ଚାଲିଥିବାବେଳେ ପ୍ରାଚୀଙ୍କ ଜୀବନରେ ପ୍ରବେଶ କରନ୍ତି ଆକାଶ।କଲେଜରେ ପଢ଼ିବା ସମୟରେ ଆକାଶ ଓ ପ୍ରାଚୀ ଦୁହେଁ ଭଲ ବନ୍ଧୁହୋଇଯାଇଥିଲେ । ଦୁଇ ବନ୍ଧୁ ମିଶି ହସ ଖୁସି କରିବା ସହ ଦୁହେଁବୁଲାବୁଲି ମଧ୍ୟ  କରନ୍ତି । ପ୍ରାଚୀ ଆକାଶକୁ ବନ୍ଧୁ ବୋଲି ଭାବେଆକାଶ କିନ୍ତୁ ପ୍ରାଚୀର ପ୍ରେମରେ ପଡ଼ିଯାଇଥିଲ। । ଆକାଶ ଦିନେ ପ୍ରାଚୀକୁ ନ ଦେଖୂଲେ ଅବା ଅନ୍ୟ କେଉଁ ପୁରୁଷ ବନ୍ଧୁ ସହ କଥାବାର୍ଭାହେଲେ ଆକାଶ ପାଗଳ ପରି ଆଚରଣ କରୁଥିଲା । ପ୍ରାଚୀ ଓ ଆକାଶଙ୍କ ବନ୍ଧୁତା ପାଖାପାଖୁ ୫ ବର୍ଷର ହୋଇସାରି ଥିଲା ।
ଆକାଶ ଥିଲା ଘରର ସାନ ପୁଅ ଓ ସ୍ବଵଭାବରେ ଜିଦ୍‌ ଖୋର ।ସେ ଯାହା ଜିଦ୍‌ କରୁଥିଲା ତା' ଘରଲୋକ ତାକୁ ସେଇଆ ଯୋଗାଇଦେଉଥିଲେ । ବଦ୍‌ମାସ୍‌ ସାଙ୍ଗମାନଙ୍କ ସହ ମିଶି ଦିନରାତି ବୁଲାବୁଲିକରିବା ଛଡ଼ା ତା'ର ଅନ୍ୟ କୌଣସି କାମ ନ ଥାଏ । ତାଂ୮ର ଏହିବଦ୍‌ମାସ୍‌ ସାଙ୍ଗମାନଙ୍କ ପାଇଁ ପ୍ରାଚୀ ତା'ଠାରୁ ଦୂରେଇ ରହୁଥିଲା ଯାହାଆକାଶ ସହ୍ୟ କରିପାରୁ ନ ଥିଲ। । ଆକାଶର ଭରାପୃର।ପରିବାର ହୋଇଥିବାବେଳେ ବାପା କୁମାର ପାୱ୍‌ାର ମୁମ୍ବାଇର ଏକଘରୋଇ କମ୍ପାନୀରେ ଚାକିରୀ କରୁଥିଲେ । ।

ଆକାଶର ପାଠପଢ଼ାରେ କୌଣସି ପ୍ରକାର ଆଗ୍ରହ ନ ଥିଲା ।ବିକମ୍‌ ପ୍ରଥମ ବର୍ଷରେ ଫେଲ୍‌ ହେବାରୁ କଲେଜ କର୍ତ୍ତୃପକ୍ଷ ତାକୁ କଲେଜରୁବିତାଡ଼ିତ କରିଦେଇଥିଲେ । ହେଲେ ବି ତା'ର କଲେଜ ଯିବା ବନ୍ଦହୋଇ ନ ଥିଲା । ଜୁନ୍‌ ୧୧ ତାରିଖରେ କଲେଜ ପରିସରରେ ପ୍ରାଚୀତା'ର ଜଣେ ଯୁବ କଳେଚଜ ବନ୍ଧୁଙ୍କ ସହ କଥା ହେଉଥାଏ | ଏହି ସମୟରେ ଆକାଶ ସେଠାକୁ ଯାଇ ପ୍ରାଚୀକୁ ଧମ୍‌କାଇବାକୁ ଲାଗିଲା, କହିଲା  ' ପ୍ରାଚୀ  ତୁ ମୋ ସହ ଫ୍ରେଣ୍ଡସିପ୍‌ ଭାଙ୍ଗି ଆଉ କାହା ସହ ଫ୍ରେଣ୍ଡସିପ୍‌ କରିପାରିବୁ ନାହିଁ' । ଫଳରେ ପ୍ରାଚୀ ଆସି ଘରେ ବାପାଙ୍କୁ ଜଣାଇଲେ । ବିକାଶ ବାବୁ ଥାନାରେ ଆକାଶ ନାରେ ଅଭିଯୋଗ କଲେ କିନ୍ଗୁ ପୋଲିସ ଏନେଇଆକାଶ ଉପରେ କୌଣସି ପଦକ୍ଷେପ ନ ନେଇ ପୋଲିସ ଆକାଶ ଦ୍ଵାରାଏକ କ୍ଷମାପତ୍ର ଲେଖାଇ ଛାଡ଼ିଦେଲା । ଏ ଘଟଣା ପରେ ଆ କାଶ ପ୍ରାଚୀକୁ ଭେଟିବା ପାଲ୍‌ ଦେଷା କଲା କିନ୍ତ ସମ୍ଭବ ହେଲାନାହିଁ ।ଭେଟବା ପାଇ ଚେଷ୍ଟା କଲା କନ୍ଧୁ ସମ୍ଭବ ହେଲାନାହ ।
ଅଗଷ୍ଟ ୪ ଶନିବାର ହୋଇଥିବା ରୁ କଲେଜ ଛୁଟି ଥାଏ ।ପ୍ରାଚୀ ସେ ଦିନ ପାଖାପାଖୁ ୧୧ଟା ବେଳକୁ ସ୍କୁଟି ଧରିଅଫିସ୍‌ ବାହାରିଗଲେ । ବାଟରେ ଗଲାବେଳେ ଆର୍‌ଟିଓଅଫିସ୍‌ ସାମ୍ନାରେ ଆକାଶ ପ୍ରାଚୀଙ୍କୁ ଓଭର୍‌ଟେକ୍‌ କରି ତାଙ୍କସ୍କୁଟି ଆଗରେ ତା' ପଲ୍ସରକୁ ଛିଡା କରିଦେଲା | ହଠାତ୍‌ଏମିତି ଆକାଶ ତାଙ୍କୁ ବାଟରେ ଅଟକାଇବାରୁ ପ୍ରାଚୀରାଗିଗଲେ ଓ କହିଲେ - “ଏ କି ଅଭଦାମି, ତୁମେ ଏପରିକଣ ପାଇଁ ରାସ୍ତାମଝିରେ ମୋତେ ଅଟକାଇଲ ?” |ଆକାଶ କହିଲା - 'ଥରେ ନୁହେଁ କି ଦୁଇଥର ନୁହେ, ମୁଁ ତୁମ  ରାସ୍ତାକୁ ହଜାର ଥର ରୋକିବି ।' ଏମିତି ତିରିଶି ମିନିଟ୍‌ ପର୍ଯ୍ୟନ୍ତ ପ୍ରାଚୀ ଓ ଆକାଶ ମଧ୍ୟ ରେ ବଚସା ହେବାକୁଲାଗିଲା । ଏ ଭିତରେ ଆକାଶ ପ୍ରାଚୀଙ୍କ ଗାଡ଼ି ଚାବିକୁଛଡ଼ାଇ ନେଲା । ପ୍ରାଚୀ ଗାଡ଼ି ଚାବି ମାଗିଲାବେଳେ ମୁଣ୍ଡରେଥିବା ହେଲ୍‌ମେଟକୁ ଆକାଶ ଛଡାଇ ନେଇ ରାସ୍ତା କଡ଼କୁଫୋପାଡ଼ି ଦେଲା । ଏତିକି ବେଳେ ଆକାଶ କରୁଣ ସ୍ଵରରେ ପ୍ରାଚୀଙ୍କୁ କହିଲା-ଂମୁଁ ତୁମକୁ ମୋ ଜୀବନଠାରୁ ଅଧିକଭଲପାଏ । ଆମେ ଦୁହେଁ ଦୁହିଁଙ୍କ ପାଇଁ ଗଢ଼ାହୋଇଛେ।ଆମେ ବିବାହ କରି ଆମର ସୁନାର ସଂସାର ତିଆରି କରିବା ।
 ଆକାଶର କଥା ଶୁଣି ପ୍ରାଚୀ କହିଲେ - ' ମୁଁ ତୁମକୁ ମୋ ଭଲ ବନ୍ଧୁ ବୋଲି ଭାବିଥିଲି,ମୁଁ ତୁମକୁ କେବେ ଭଲ ପାଇ ନାହିଁ କି କେବେ ଭଲପାଇବି ନାହିଁ ।'ପ୍ରାଚୀଙ୍କ କଥା ଶୁଣି ଆକାଶ ରାଗିଗଲା କହିଲା - 'ମୁଁ ତୁମ ବିନା ବଞ୍ଚିପାରିବି ନାହିଁ...ତୁମେ ଯଦି ମୋର ହେବନି ତେବେ ମୁଁ ତୁମକୁ ଆଉକାହାର ହେବାକୁ ଦେବି ନାହିଁ । ଏତିକି କହି ଆକାଶ ତା ପକେଟରୁ ଏକ ଧାରୁଆ ଛୁରୀ ବାହାର କରି ତାଙ୍କୁ ଆକ୍ରମଣ କଲା । ଆକାଶରଛୁରୀ ମାଡ଼ରେ ପ୍ରାଚୀ ଗାଡିରୁ ତଳକୁ ଖସିପଡ଼ିଲା । ସେପଟେ ଆକାଶ ରାସ୍ତା ପାରି ହୋଇ ଗୋଟିଏ ଚଳନ୍ତା ବସ୍‌ ଆଗକୁ ଲମ୍ମମାରିଲା କିନ୍ତୁସୌଭାଗ୍ୟବସତଃ ବସ୍‌ ଡ୍ରାଇଭର ଆକାଶ ଗାଡି ସାମ୍ନାକୁ ଆସୁଥିବାର ଦେଖୁ ବ୍ରେକ୍‌ ମାରିଦେଲେ । ଯାହାଫଳରେ ଆକାଶର ପ୍ରାଣ ବଞ୍ଚିଗଲା ।ସେଠାରୁ ତୁରନ୍ତ ଏକ ଅଟୋରେ ଆକାଶ ସେ ସ୍ଥାନ ଛାଡ଼ି ପଳାଇଲା ।

ଘଟଣାସ୍ଥଳରେ ପ୍ରତ୍ୟକ୍ଷଦର୍ଶୀ ଛଟପଟ ହେଉଥ୍ବା ପ୍ରାଚୀଙ୍କୁଦେଖୁଥାନ୍ତି । କିଏ ଭିଡିଓ ତିଆରି କରୁଥାଏ ତ ଆଉ କିଏ ଫଟୋଉଠାଉଥାଏ । କିନ୍ତୁ ସେହି ସ୍ଥାନରେ ଉପସ୍ଥିତ କେହି ବି ଦେଖଣାହାରୀପ୍ରାଚୀଙ୍କୁ ଡାକ୍ତରଖାନା ନେବାକୁ ପ୍ରସ୍ତୁତ ନ ଥିଲେ । ଏହିପରି କିଛିସମୟ ପରେ ଘଟଣାସ୍ଥଳରେ ତିନି ଯୁବକ ଆସି ପହଞ୍ଚିଲେ ଯେଉଁମାନେଏକ ପ୍ରାଇଭେଟ୍‌ ଗାଡିକୁ ଠିକ୍‌ କରି ପ୍ରାଚୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁନେଇଗଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଦେଲେ । ଏ ଭିତରେ ଘଟଣା ସଂପର୍କରେ ସୂଚନା ପହଞ୍ଚିଗଲା ନୋପଡ଼ା ଥାନା ଅଧିକାରୀ ଚନ୍ଦ୍ରକାନ୍ତ ଯାଦବଙ୍କ ପାଖରେ । ଥାନାଅଧୂକାରୀ ଏ ଘଟଣା ବିଷୟରେ ତାଙ୍କ ଉଚ୍ଚାଧୂକାରୀଙ୍କୁ ଜଣାଇଲେ ଓତିଳେ ବିଳମ୍ବ ନ କରି ପହଞ୍ଚି ଗଲେ ଡାକ୍ତରଖାନାରେ । ପ୍ରାଚୀଙ୍କ ବ୍ୟାଗ୍‌ରୁ
କଲେଜ୍‌ ଆଇକାର୍ଡ ମିଳିଲା ଯାହା ସାହାଯ୍ୟରେ ପ୍ରାଚୀଙ୍କ ପରିଚୟମିଳିପାରିଲା ଓ ତୁରନ୍ତ ତାଙ୍କ ଘରଲୋକଙ୍କୁ ପ୍ରାଚୀଙ୍କ ମୃତ୍ଯୁ ଖବରଜଣାଇ ଦିଆଗଲା । ଘରଲୋକ ହଠାତ୍‌ ଝିଅର ମୃତ୍ୟୁ ଖବର ଶୁଣି ଅସ୍ତବ୍ୟସ୍ତ ହୋଇପଡି ଡାକ୍ତରଖାନାରେ ପହଞ୍ଚିଗଲେ । ପ୍ରାଚୀଙ୍କଶରୀରରେ ପାଖାପାଖୁ ୭ରୁ ୮ଟି ଜାଗାରେ ଆଘାତ ଲାଗିଥିଲା ଯଦିବିଳମ୍ବ ନକରି ଠିକ୍‌ ସମୟରେ ତାଙ୍କୁ ଡାକ୍ତରଖାନା ଅଣାଯାଇଥାନ୍ତା ତେବେ ସେ ବର୍ତମାନ ଜୀବିତ ଥାନ୍ତେ ।

ପୋଲିସ ପ୍ରାଚୀଙ୍କ ବାପା ବିକାଶ ବାବୁଙ୍କୁ ପ୍ରାଚୀଙ୍କ ସମ୍ପର୍କରେପଚାରିଥିଲେ ଯାହାଫଳରେ ପୋଲିସ ଆକାଶ ବିଷୟରେ ଜାଣିବାକୁପାଇଲା। ବିକାଶ ବାବୁ ତାଙ୍କ ଝିଅର ହତ୍ୟା ଆକାଶ କରିଛି ବୋଲିଥାନାରେ ଅଭିଯୋଗ କରିଥିଲେ। ଯାହାପରେ ପୋଲିସ ତଦନ୍ତ ଆରମ୍ଭକରିଦେଲା । ପୋଲିସର ୫ ଜଣିଆ ଟିମ୍‌ ଏହାର ତଦନ୍ତ ଦାୟିତ୍ଵ ନେଲେ ।ଚାରିଆଡ଼େ ବୁଲି ଆକାଶକୁ ଖୋଜିବାରେ ଲାଗିପଡ଼ିଲେ | କିଛି ଘଣ୍ଟାଭିତରେ ପୋଲିସ ଆକାଶକୁ ଧରିବାରେ ସଫଳ ହେଲା । ଆକାଶମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିବାରୁ ପୋଲିସ ପ୍ରଥମେ ତାକୁଡାକ୍ତରଖାନା ଓ ପରେ ଥାନା ନେଇ ପଚରା ଉଚରା କଲେ । ପ୍ରଥମରୁହିଁ ଆକାଶ ପୋଲିସ ଆଗରେ ସବୁ ସତ ମାନିଗଲା ।ଆକାଶ କହିବା ଅନୁସାରେ ପ୍ରାଚୀଙ୍କୁ ହତ୍ୟା କରିବାର ପ୍ରି- ପ୍ଲାନ୍‌ହୋଇସାରିଥିଲା । ମୃତ୍ୟୁର ପୂର୍ବଦିନ ହିଁ ସେ ହତ୍ୟାରେ ବ୍ୟବହାରହୋଇଥିବା ଛୁରୀକୁ ବଜାରରୁ କିଣିଥିଲା । ଗିରଫ ପରେ ଆକାଶକୁ କୋର୍ଟ ଚାଲାଣ କରାଯାଇ ଜେଲ୍‌ ପଠାଇଦିଆଯାଇଛି ।

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...