Thursday 6 June 2019

ବିଶ୍ବାସଘାତକ ଥିଲା ସୁନୀଲ


ମୁମ୍ବାଇର ମାନଖୁର୍ଦରେ ରହୁଥିବା ରୋହିଣୀର ବିବାହ ହୋଇଥିଲା ଅଭିଜିତ ଘୋରପଡେ ସହିତ | ରୋହିଣୀ ବିବାହ ପରେ ଖୁସି ଥିଲା ସେ ତାଂର ମନପସନ୍ଦରଜୀବନସାଥୀ ପାଇଥିଲା ହସଖୁସିରେ ସମୟ କାଟୁଥିଲାରୋହିଣୀର ଏହା ଭିତରେ ସେ ଗୋଟିଏ ପିଲାର ମାଂମଧ୍ଯ ହୋଇ ସାରିଥିଲା କୋଳକୁ ପିଲାଚିଏ ଆସିବା ପରେ ପରିବାରରେ ସମସ୍ତେ ଖୁସି ଥିଲେ ହେଲେ ରୋହିଣୀର ଏହି ଖୁସି ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠିଲା ନାହ ପିଲା ହେବାର ବର୍ଷକଭିତରେ ଅଭିଜିତର ମୃତ୍ୟୁ ହୋଇଗଲା | ରୋହିଣୀ ଜୀବନରେ ଅନ୍ଧାର ଘୋଟି ଆସିଥିଲା ପିଲା ବଡ଼ ହୋଇନଥିଲା କିଛି ବାଟନ ଦିଶିବାରୁ ସେ ପିଲାକୁ ଧରି ବାପଘରକୁ ଚାଲିଆସିଥିଲା ଘରଲୋକ ବୁଝାବୁଝି କରିବାରୁ ସେ ଧୀରେ ଧୀରେ ସାମାନ୍ୟ ହୋଇ ଆସିଥିଲା ଜଣେସଂପର୍କୀୟଙ୍କ ସାହାଯ୍ୟରେ ରୋହିଣୀକୁ ମୁମ୍ବାଇରଏକ ହସ୍ପିଟାଲରେ ଚାକିରି ମିଳିଯାଇଥିଲା
ସୁନୀଲ ସହିତ ପରିଚୟ
     ରୋହିଣୀ ସବୁଦିନ ମାନଖୁର୍ଦରୁ ଓ୍ରାସି ପର୍ଯ୍ୟନ୍ତ ଲୋକାଲଟ୍ରେନ୍ରେ ଯିବାଆସିବା କରୁଥିଲା ତା'ରି ଭିତରେ ରୋହି ଣୀରଗାର ରହୁଥିବା ରାମଚନ୍ଦ୍ର ତୁ କାରାମ ଯାଦବ ମାଧ୍ଯମରେ ତା'ରପରିଚୟ ହୋଇଥିଲା ସୁନୀଲ ସିରକେ ସହିତ ! ସୁନୀଲ ବିସେହି ହସ୍ପିଟାଲରେ କାମ କରୁଥିଲା ଯେଉଁ ହସ୍ପିଟାଲରେରୋହିଣୀ କାମ କରୁଥିଲା ଏହାରି ଭିତରେ ସେମାନଙ୍କମଧ୍ଯରେ ବନ୍ଧୁତା ହୋଇଯାଇଥିଲା ସୁନୀଲ ସହିତ ମିଳାମିଶାକରିବାକୁ ରୋହିଣୀକୁ ଭଲ ଲାଗୁଥିଲା ଶେଷରେ ବନ୍ଧୁତାପ୍ରେମରେ ପରିବର୍ତନ ହୋଇଯାଇଥିଲା ରୋହିଣୀ ସୁ ନୀଲକୁତା' ଅତୀତ ବିଷୟରେ ସବୁ କହିଦେଇଥିଲା| ସୁନୀଲ ସବୁଜାଣିଲା ପରେ ରୋହିଣୀକୁ ଭରସା ଦେଇଥିଲା ସେ ତାଂକୁବିବାହ କରିବ କିଛି ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ଭଲପାଇବାସେମିତି ଚାଲିଥିଲା
ବିଶ୍ବାସଘାତକ ଥିଲା ସୁନୀଲ

ରୋହିଣୀ ଅନେକ ଥର ସୁନୀଲକୁ କହିଛି ଜଲଦି ବାହାହୋଇଯିବାକୁ ହେଲେ ସୁନୀଲ ଆଡ଼େଇ ଯାଇଥିଲା ଦେଖୁଦେଖୁ ଏମିତି ୫ରୁ ବର୍ଷ କଟିଯାଇଥିଲା ରୋହିଣୀଜାଣିପାରିଥିଲା ସୁନୀଲ ତାଂକୁ ବାହା ହେବନି ତାଂସହିତକେବଳ ମଉଜମସ୍ତି କରୁଛି ହେଲେ ରୋହିଣୀ ଜାଣିନଥିଲାସୁନୀଲ ବାହା ନହେବା ପଛର କାରଣ ସୁନୀଲ ପ୍ରଥମରୁ ହଁବିବାହିତ ଥିଲା ତାଂର ଦୁଇଟି ପିଲା ମଧ୍ଯ ଥିଲେ ହେଲେ ରୋହିଣୀକୁ ସୁନୀଲ ମିଛ କହିଥିଲା ବିବାହ କଥାକୁ ନେଇସୁନୀଲ ଏବଂ ରୋହିଣୀ ଭିତରେ ଝଗଡ଼ା ସୃଷ୍ଟି ହେଉଥିଲା କୌଣସି ସୁତ୍ରରୁ ସୁନୀଲର ସ୍ତରକୁ ସ୍ବାମୀର ଅନୈତିକ ସଂପର୍କବିଷୟରେ ଖବର ମିଳିଯାଇଥିଲା ଏହି କାରଣରୁ ସୁନୀଲର ସ୍ତ୍ରୀ ସହିତ ବି ତା' ଝଗଡ଼ା ହୋଇଥିଲା ସୁନୀଲ ରୋହି ଣୀକୁ ବିବାହ କରିବାକୁ ଚାହୁ ଥିଲା ହେଲେ ଯେ ପର୍ଯ୍ୟନ୍ତ ଘରେ ସ୍ତ୍ରୀ ଅଛି ସେପର୍ଯ୍ୟନ୍ତ ସମ୍ଭବ ନୁହେ ଅନ୍ୟପଟେ ରୋହିଣୀ ବି ଚୁପ୍ ରହିବାର ନଥିଲା ବିବାହ ନା କହି ୫ରୁ ୬ବର୍ଷ ହେବ ସେ ରୋହିଣୀକୁ ଶୋଷଣ କରି ଆସୁଥିଲା ସେଥିପାଇଁ ସୁନୀଲ ସ୍ଥିର କରିଥିଲା ରୋହିଣୀଠାରୁ ସବୁ ସଂପର୍କ ତୁଟାଇ ଦେବ ସେ ତାଂର ସାଙ୍ଗ ରାମଚନ୍ଦ୍ର ଏବଂ ବିଜୟ ସିଂହଙ୍କୁସବୁକଥା କହିଥିଲା ବିଚାରବିମର୍ଶ କଲା ପରେ ସେମାନଙ୍କ ପାଖରେ ଗୋଟିଏ ଉପାୟ ଥିଲା ରୋହିଣୀର ହତ୍ୟ

ହୋଇଥିଲା ହତ୍ୟା ଷଡ଼ଯନ୍ତ୍ର

ତିନିଜଣ ମିଶି ରୋହିଣୀ ହତ୍ୟାର ଷଡ଼ଯନ୍ତ୍ର ପ୍ରସ୍ତୁତକରିଥିଲେ ଶବକୁ କିପରି ଠିକଣା ଲଗାଇବେ ତାହା ବି
ପୂର୍ବରୁ ସ୍ଥିର ହୋଇଯାଇଥିଲା ୧୩ ନଭେମ୍ବର ୨୦୧୮ ସୁନୀଲ ମୁମ୍ବାଇରୁ ୧୨୯ କିଲୋମିଟର ଦୂର ରାୟଗଡ ସ୍ଥିତ ନିଜ ମୂଳ ଗୀ ସିରସାଲ ଯାଇଥିଲା ସେଠି ସେ ତାଂଘର ପାଖର ଗୋଟିଏ ବଡ଼ ଗାତ ଖୋଳିଥିଲା ତାଂ ପରେ ପୁଣି ମୁମ୍ବାଇ ଚାଲି ଆସିଥିଲା ଏହା ପରର ଯୋଜନା ଥିଲା କୌଣସି ବାହାନା କରି
ରୋହିଣୀକୁ ସେଠାକୁ ନେଇଯିବାକୁ ସେଥିପାଇଁ ସେଦିନ ସେ ରୋହିଣୀ ସହିତ ମିଠାମିଠା କଥା ହୋଇଥିଲା ରୋହିଣୀକୁକହିଥିଲା, ଝଗଡ଼ା କରିବାର ବହୁତ ଦିନ ବିତିଗଲାଣି | ଏବେ ମୁ ତତେ ବାହା ହେବାକୁ ସ୍ଥ୍ରିର କରିଛି ଜଣେ ଓକିଲଙ୍କୁ ମୁଁ ଜାଣିଛି ଆମକୁ ତାଙ୍କ ପାଖକୁ ଯିବାର ଅଛି ସେ ଆମର ବିବାହ କଲା ପରେ ଆମେ ଏକାସଙ୍ଗରେ ରହିବା ସୁନୀଲର କଥା ଶୁଣି ରୋହିଣୀ ଖୁସି ହୋଇଯାଇଥିଲା ସେ ସୁନୀଲ ସହିତ ଯିବାକୁ ଭରିଥିଲା ୧୪ ନଭେମ୍ବର ରୋହିଣୀସାଙ୍ଗର ବାହାଘରକୁ ଯାଉଛି କହି ଘରୁ ବାହାରିଯାଇଥିଲା ସୁ ନୀଲ
ତାକୁ ନିର୍ଵାରିତ ଜାଗାରେ ଅପେକ୍ଷା କରି ରହିଥିଲା ସୁନୀଲସହିତ ରାମଚନ୍ଦ୍ର ଯାଦବ ଏବଂବିଜୟ ସିଂହ ମଧ୍ଯ ଥିଲେ ସେମାନେ ଏମ୍ଏଚ୍୨୩ ବି ୪୧୦୧ କାର୍ରେ ଥିଲେ ରୋହିଣୀ ଖୁସି ଖୁସି ସେହି କାର୍ରେ ବସି ଯାଇଥିଲା ହେଲେ ରୋହିଣୀ ଜାଣିନଥିଲା ସେ କେତେ ବଡ଼ ଷଡ଼ଯନ୍ତ୍ରରେ ଫସିସାରିଛି କାର୍ରେ ସମସ୍ତେ ରାୟଗଡ ପହଞ୍ଚିଯାଇଥିଲେ ସେଠି କୌଣସି ଓକିଲ ନଥିବାର ଦେଖ୍ ରୋହିଣୀ ସୁନୀଲ ସହିତ ଝଗଡ଼ା କରିଥିଲା ସୁନୀଲ ତା'କୁ ବୁଝାଇବାକୁ ଚେଷ୍ଟା କରିଥିଲା ହେଲେ ସେ ମାନିନଥିଲା ସୁନୀଲ ତାଂକୁ ବିବାହର ମିଛ ପ୍ରତିଶ୍ରୁତି ଦେଇ ସେହି ଜାଗାକୁ ନେଇ ଆସିଥିଲା ରୋହିଣୀ ଆଉ ଚୁପ୍ ନରହି କହିଦେଇଥିଲା ଯେ ସେ ପୁଲିସ ପାଖକୁ ଯିବ ରୋହିଣୀ ତାଂଜିଦିରେ ଅଟଳ ଥିବା ଦେଖି ରାମଚନ୍ଦ୍ର ରୋହିଣୀର ମୁଣ୍ଡକୁ ଠେଙ୍ଗାରେ ପ୍ରହାର କରିଥିଲା ରୋହିଣୀ ତଳେ ପଡ଼ିଯାଇଥିଲା ବିଜୟ ସିଂହ ତାଂର ଦୁଇହାତକୁ ମାଡିବସିଲା ସୁନୀଲ ଏବଂ ରାମଚନ୍ଦ୍ର ରୋହିଣୀର ପିନ୍ଧା ଶାଢ଼ିରେ ତା? ଗଳାକୁ ଚିପି ହତ୍ୟା କରିଥିଲେ
ଫେଲ୍ ମାରିଥିଲା ସବୁ କୌଶଳ
ରୋହିଣୀର ମୃତ୍ୟୁ ହେବା ପରେ ତିନିଜଣ ମିଶି ସେହି ଗାତରେ ରୋହିଣୀର ଶବକୁ ପୋତିଦେଇ ଆସିଥିଲେ ତାଂପରେ ନିଜ ନିଜ ଘରକୁ ଚାଲିଯାଇଥିଲେ ହେଲେ ସେପଟେ ରୋହିଣୀଘରକୁ ଫେରିନଥିବାରୁ ଘରଲୋକ ଚିନ୍ତିତ ହୋଇପଡ଼ି ଥିଲେ କୌଣସି ଖବର ନମିଳିବାରୁ ରୋହିଣୀର ଭାଇ ରାଜେନ୍ଦ୍ରଗୁଲାବ ହସ୍ପିଟାଲ ଯାଇ ପଚରାଉଚରା କରିଥିଲାଜଣାପଡ଼ିଥିଲା ଯେ ରୋହିଣୀ କାମକୁ ଆସିନଥିଲା ୧୬ନଭେମ୍ବରକୁ ରାଜେନ୍ଦ୍ର ମାନଖୁର୍ଦ ଥାନା ପହଞ୍ଚି ଭଉଣୀନିଖୋଜ ହେବା କଥା ପୁଲିସକୁ ଜଣାଇଥିଲା ପ୍ରଥମେପୁଲିସ ରୋହିଣୀ ଫୋନ୍ର କଲ୍ ଡିଟେଲସ୍ ବାହାର କରିଥିଲେ ହେଲେ ସେଥିରେ କୌଣସି ସୂଚନା ହାତରେଲାଗିନଥିଲା ପୁଲିସ ହସ୍ପିଟାଲ ଯାଇ ପଚାରିବାରୁ ଜଣାପଡ଼ିଥିଲା ରୋହିଣୀର ସୁନୀଲ ସିର୍କେ ସହିତ ସଂପର୍କ ଥିଲା ପୁଲିସ ସୁନୀଲକୁ ପଚରାଉଚରା କରିବାପାଇଁ ଥାନାକୁ ଡାକିଥିଲା ହେଲେ ସୁନୀଲ ସେଠି ମିଛକହି ଚାଲି ଆସିଥିଲା ପୁଲିସ ରୋହିଣୀର ବ୍ୟାଙ୍କଖାତା ଖୋଳତାଡ଼ କରିଥିଲା ସେଥିରୁ ଜଣାପଡ଼ିଥିଲାରୋହିଣୀ ଏସବିଆଇ ଖାତାରୁ ଏଟିଏମ ଦ୍ଵାରା ୧୫ ଏବଂ ୧୬ ନଭେମ୍ବରକୁ ୬୫ହଜାର ଟଙ୍କା ଉଠାଇ ଥିଲା ସେହି ଟଙ୍କା କିଏ ବାହାର କରିଥିଲା ଜାଣିବା ପାଇଁ ପୁଲିସ ସିସିଟିଭି କ୍ୟାମେରା ଦେଖୁଥିଲା ହେଲେ ଫଟୋରୁ ସ୍ପଷ୍ଟ ହୋଇପାରିନଥିଲେ
ଏଥିରୁ ପୁଲିସ ସନ୍ଦେହ କରିଥିଲା ଯେ ରୋହିଣୀଟଙ୍କା ଉଠାଇ କାହା ସହିତ ପଳାଇଯାଇଛି ପୁଲିସ
ସିସିଟିଭି ଫଟୋକୁ ହସ୍ପିଟାଲର କର୍ମଚାରୀଙ୍କୁ ଦେଖାଇଥିଲେ ହସ୍ପିଟାଲ କର୍ମଚାରୀ ସେହି ଫଟୋ ଦେଖୁ ଚିହ୍ନି ପାରିଥିଲେ ସେ ସୁନୀଲର ସାଙ୍ଗ ରାମଚନ୍ଦ୍ର ଥିଲା ପୁଲିସ ଟିମ୍ ରାମ ଚନ୍ଦ୍ରକାମ କରୁଥିବା କେବଲ୍ ଅଫିସ୍ ପହଞ୍ଚିଯାଇଥିଲେ ହେଲେ ସେଠି ରାମଚନ୍ଦ୍ର ମିଳିନଥିଲା ଜଣାପଡ଼ି ଥିଲା ରାମଚନ୍ଦ୍ର ଗାକୁଯିବା କହି ଆଉ ଫେରି ନାହ ପୁଲିସ ରାମଚନ୍ଦ୍ରକୁ ତାଂରଗାରେ ଗିରଫ କରିଥିଲା ତାଂସହିତ ସୁନୀଲକୁ ବି ଗିରଫ କରିଥିଲା ପୁଲିସ ପୁଲିସ ଆଗରେ ସବୁସତ କଥା ମାନିଯାଇଥିଲେ ସେମାନେ ତାଙ୍କ ସହିତ ସାମିଲ୍ ଥିବା ବିଜୟ ସିଂହର ନା ମଧ୍ୟ ପୁଲିସକୁ କହିଥିଲେ ସିନିୟର ପୁଲିସ ଅଫିସର ନିତିନ୍ ବୋବଡେ ପୁଲିସ ଚିମ୍ ସହିତ ସିରସାଲ ଗା ପହଞ୍ଚିଥିଲେ ଯେଉଁଠି ଅପରାଧୀମାନେ ରୋହିଣୀର ଶବକୁ ପୋତିଦେଇଥିଲେ ଘରଲୋକ ଏବଂ ଗାଲୋକଙ୍କଉପସ୍ଥିତିରେ ରୋହିଣୀର ଶବକୁ ବାହାର କରାଯାଇଥିଲା ଏହାପରେ ପୁଲିସ ତିନିଜଣ ହତ୍ୟାକାରୀ ସୁନିଲ, ରାମ ଚନ୍ଦ୍ରଏବଂ ବିଜୟ ସିଂହଙ୍କୁ ଜେଲ ପଠାଇ ଦେଇଥିଲା

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...