Monday 10 June 2019

ପ୍ରେମ ପାଇଁ


ରାମଚନ୍ଦ୍ରଙ୍କୁ ଟିକିଏ ନିଶା ଘାରିବା ସମୟରେ ରମେଶଓ କାଳିଆ ତାଙ୍କ ମୁଣ୍ଡକୁ ଇଟାରେ ଛେଚି ଦେଇଥିଲେ। ପରେ ତଣ୍ଢି ଚିପି ହତ୍ୟା କରିଥିଲେ। ରାତି ପାହିବାପୂର୍ବରୁ ରାମଚନ୍ଦ୍ରଙ୍କ ଶବକୁ ଫିଙ୍ଗି ଦେଇଥିଲେ ନଦୀତଟକୁ। ତାଙ୍କ ବାଇକ୍‌କୁ ମଧ୍ଯ ସେଠାରେ ଫୋପାଡି ଫେରାର୍‌ ହୋଇଯାଇଥିଲେ।


      ସେ ଦିନ ଥିଲା ମେ ୨୦ ତାରିଖ, ଭୋର୍ବଂଶଧାରା ନଦୀ ତଟରେ ପଡ଼ିଥିଲା ଏକ ମୃତଦେହ ଏକରେ ସକାଳ ସମୟ ତାଉପରେ ପୁଣି ମୃତ ଶରୀରଦେଖିବାର ଦୃଶ୍ୟ ଦେଖାଣାହାରୀଙ୍କ ମନରେ ଟିକେ ଭୟ ସୃଷ୍ଟି ହୋଇଥିଲା କଥା କାନରୁ ସେ କାନ ହୋଇ ଅନେକ ଲୋକଙ୍କ ନିକଟରେପହଞ୍ଚି ସାରିଥିଲା ଦେଖୁ ଦେଖୁ ରାୟଗଡ଼ା ଜିଲ୍ଲାମୁନିଗୁଡ଼ା ଥାନା କୁଟ୍ଟାଗୁଡ଼ା ଗାରେ ଖେଳିଯାଇଥିଲା ଚାଞ୍ଚଲ୍ୟ କଥାରେ ଅଛି ଭଲ ଖବର ପ୍ରସାରହେବାକୁ ସିନା ବିଳମ୍ବ ହୋଇଥାଏ ହେଲେକୌଣସି ଦୁଃସମ୍ବାଦ ଅତି ଶୀଘ୍ର ଲୋକେଜାଣିପାରନ୍ତି ଠିକ୍ସେଇ ଅନୁସାରେ ଏହିଖବରଟି ମଧ୍ୟ ବିଜୁଳି ବେଗରେ ଚାରିଆଡ଼େ ପ୍ରଚାରିତ ହୋଇଗଲା
        ଘଟଣାସ୍ଥଳରେ ଆଖପାଖର ଲୋକଙ୍କ ଭିଡ଼ ଜମିଯାଇଥିଲା ମୃତ ଶରୀର କାହାର ବୋଲି ଜଣାପଡ଼ିବାରେ ଲୋକଙ୍କୁ ଅସୁବିଧା ହୋଇନଥିଲା ଟିକିଏ ନିରିଖେଇ ଦେଖିବାରୁ ଜଣାପଡିଥିଲା, ମୃତଦେହଟି ଶିକ୍ଷକ ରାମଚନ୍ଦ୍ର ମହାନନ୍ଦିଆ( ୩୮)ଙ୍କର ଉପସ୍ଥିତ ଲୋକଙ୍କ ମଧ୍ୟରୁ କେହି ହୁଏତ ସେହି ସମୟରେ ପୁଲିସକୁ ଖବର କରିଦେଇଥିଲେ । ଆଉ ଏଭଳି ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା ପୁଲିସ୍‌। ଲୋକଙ୍କ ଉଦବେଗ୍‌ ଦେଖି ଆରମ୍ଭ କଲା ତନାଘନା । ବଡ଼ କଥା ଥିଲା କେବଳ ଅନ୍ତବସ୍ତକୁ ଛାଡ଼ିଦେଲେ ମୃତ ଶିକ୍ଷକଙ୍କ ଦେହରେ ନଥିଲା ଅନ୍ୟ କୌଣସି ପୋଷାକ। ମୃତଦେହଠାରୁ କିଛି ଦୂରରେ ପଡ଼ିଥିଲା ତାଙ୍କ ବାଇକ୍‌ । ଆଉ ବାଇକ୍‌ ଉପରେ ପଡ଼ିଥିଲା ରାମ ଚନ୍ଦ୍ରଙ୍କ ପ୍ୟାଣ୍ଟ ସାର୍ଟ । ତାଙ୍କ ମୁଣ୍ଡରେ ଲାଗିଥିଲା ଗଭୀର ଆଘାତ । ପାରିପାର୍ଶ୍ବିକ ସ୍ଥିିତିରୁ ପୁଲିସକୁ ବୁଝିବାରେ ଅସୁବିଧା ହୋଇନଥିଲା ଯେ ରାମଚନ୍ଦ୍ରଙ୍କୁ କେହି ଅତି ବୀଭସ୍ସ ଭାବେ ହତ୍ୟା କରିଛି।ଲୋକଙ୍କ ଭିଡ଼ ହଟାଇ ମୃତଦେହ ଜବତ କଲା ପୁଲିସ । ବ୍ୟବଚ୍ଛେଦ କରାଇ ହସ୍ତାନ୍ତର କଲା ପରିବାର ଲୋକଙ୍କୁ ।
             ସେହି ଶିକ୍ଷକଙ୍କର କେହି ଶତ୍ରୁ ନଥିଲେ ବୋଲି ସ୍ତ୍ରାନୀୟ ଲୋକ କୁହାକୁହି ହେଉଥିଲେ। ତଦନ୍ତ ପାଇଁ ରାୟଗଡ଼ା ଏସ୍‌ପିଙ୍କ ନିର୍ଦୈଶରେ ଗଢାଗଲା ସ୍ବତନ୍ତ୍ର ଟିମ୍‌। ଏଥିରେ ରହିଲେ ବିଷମକଟକ ଏସ୍‌ଡିପିଓ ଚନ୍ଦ୍ରଶେଖର ହୋତା, ମୁନିଗୁଡା ଥାନା ଆଇଆଇସି ରାଜେନ୍ଦ୍ର ପ୍ରସାଦ ଦେହୁରୀ, ସେକେଣ୍ଡ ଅଫିସର ଶ୍ଵେତପଦ୍ମା ସେଠ, ଏଏସ୍‌ ଆଇ ସୁ କାନ୍ତ ପ୍ରଧାନ ଏବଂ କନଷ୍ଟେବଳ ନିରଞ୍ଜନ ଦାସ । ଦୀର୍ଘ ୧୦ ଦିନ ଧରି ଚାଲିଲାଜୋର୍‌ଦାର ତ ଦନ୍ତ । ଏ ହାପରେ ପୁଲିସ ସ୍ପଷ୍ଟ ହୋଇଗଲା ଯେ, ରାମଚନ୍ଦ୍ରଙ୍କୁ ତରବରିଆ ଭାବେ କେହି ହତ୍ୟା କରିନାହାନ୍ତି । ବରଂ ବହୁତ ଦିନ ଆଗରୁ ଯୋଜନାବଦ୍ଧ ଭାବେ ଷଡଯନ୍ତ୍ର କରାଯାଇ ଅତି ନିର୍ମମ ଭାବେ ହ ତ୍ୟା କରାଯାଇଛି । ମାମଲାରେମୁଖ୍ୟ ଅଭିଯୁକ୍ତ ରମେଶ ପାତିକା ସମେତ ରହିଛନ୍ତି ୩ ଜଣ |
          ଏହା ଜଣା ପଡ଼ିଗଲା ପରେ ଗତ ୩୦ ତାରିଖରେ ଗୁଣପୁର ଆମ୍ବେଦକର ନଗରର ମୁଖ୍ୟ ଅଭିଯୁକ୍ତ ରମେଶ ସମେତ ଅନ୍ୟ ୨ ଅଭିଯୁକ୍ତ ସୁନିତା ମହାନନ୍ଦିଆ( ୩୭) ଓ ଗୁଣପୁର ଗାନ୍ଧି ନଗରର କାଳିଆ ଶ୍ରୀରାମ ( ୩୧) କୁ ଗିରଫ କଲା ପୁଲିସ୍‌ |ସୁନିତା ହେଉଛନ୍ତି ମୃତ ଶିକ୍ଷକ ରାମଚନ୍ଦ୍ରଙ୍କ ସ୍ତ୍ରୀ । ଗିରଫଦାରୀ ପରେ ପଦାକୁ ଆସିଲା ହ ତ୍ୟାକାଣ୍ଡର ଅସଲ ରହ ସ୍ୟ | ଖୋଦ୍‌ ଏସ୍‌ଡିପିଓ ଶ୍ରୀ ହୋତା କ'ଣ ପାଇ ଏହି ହ ତ୍ୟାକାଣ୍ଡ ଘଟିଥିଲା, ସେ ସମ୍ପର୍କରେ ଟିକିନିଖି ସୂଚନା ଦେଲେ ।

          ପୁଲିସ୍‌ ସୂଚନା ଅନୁଯାୟୀ, ହତ୍ୟାକାଣ୍ଡ ପଛରେ ଥିଲା ରାମ ଚନ୍ଦ୍ରଙ୍କ ସ୍ତ୍ରୀ ସୁନିତାଙ୍କ ପ୍ରେମ କାହାଣୀ । ଶିକ୍ଷକ ରାମ ଚନ୍ଦ୍ର ମୁନିଗୁଡା ବ୍ଳକ୍‌ର ସମଦଳା ଗାରେ ପ୍ରାଥମିକ ଶିକ୍ଷକ ଭାବେ କାମ କରୁଥିଲେ। ଗୁଣପୁର ନିବାସୀ ସୁନିତାଙ୍କୁ ସେ ବିବାହ କରିଥିଲେ | ବିବାହ ପରେ ମୁନିଗୁଡାର ଗୋବର୍ଦନ ସାହିରେଘରଭଡା ନେଇ ରହି ଆସୁଥିଲେ ରାମଚନ୍ଦ୍ର। କିନ୍ତୁ ବିବାହ ପୂର୍ବରୁ ଅଭିଯୁକ୍ତ ରମେଶ ସହିତ ସୁନିତାଙ୍କର ପ୍ରେମ ସମ୍ପର୍କ ଥିଲା। ଏମିତିକି ବିବାହ ପରେ ବି ସମ୍ପର୍କରେ ପଡିନଥିଲା ପୂର୍ଣ୍ଣଛେଦ । ବିବାହିତା ହୋଇ ମଧ୍ଯ ସେ ପ୍ରେମିକସହିତ ସଂପର୍କ ରଖିବାରେ ଦ୍ବିଧା ବୋଧକରିନଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଦୀର୍ଘ ୨୨ ବର୍ଷ ଧରି ସୁନିତା ଓ ରମେଶଙ୍କ ମଧ୍ୟରେ ଚାଳିଥିଲା ପ୍ରେମ ସମ୍ପର୍କ।
           ତଦନ୍ତ ବେଳେ ଏହା ଜାଣିବାକୁ ପାଇଥିଲା ପୁଲିସ୍‌। ତା'ଠାରୁ ବଳି ଆଶ୍ଚର୍ଯ୍ୟରକଥା ଥିଲା ପତ୍ନୀଙ୍କ ଏହି ପରକୀୟାପ୍ରୀତି ବିଷୟରେ ସବୁକିଛି ଜାଣିଥିଲେ ରାମଚନ୍ଦ୍ର। ରାଗିବା, ଉତ୍ଯକ୍ତ ହେବାକିମ୍ବା ଘର ବାହାର କରିଦେବା ପରିବର୍ଭେରାମ ଚନ୍ଦ୍ର ନିଜକୁ ଶାନ୍ତ ରଖିଥିଲେ। ଧୈର୍ଯ୍ୟହରାନହୋଇ ରାମ ଚନ୍ଦ୍ର ବାରମ୍ବାର ସ୍ତୀକୁ ବୁଝାଇବାକୁଚେଷ୍ଟା କରିଥିଲେ । କିନ୍ତୁ ମାନିନଥିଲେ ସୁନିତା ।ଏମିତିକି ରମେଶ ନିଜ ପାଖରେ ରଖିବା ଲାଗି ବାରମ୍ବାର ସୁନିତାଙ୍କୁ ଅନୁ ରୋଧ କରି ଆସୁଥିଲା।କିନ୍ତୁ ପ୍ରତିବନ୍ଧକ ସାଜିଥିଲେ ରାମଚନ୍ଦ୍ର। ଏହି କାରଣରୁ ସ୍ବାମୀ ରାମଚନ୍ଦ୍ରଙ୍କୁ ବାଟରୁ ହଟାଇ ଦେବା ଲାଗି ଉଦ୍ୟମ କରିଥିଲେସୁନିତା ଓ ତାଙ୍କ ପ୍ରେମିକ ରମେଶ । ତାଂପରେ ପ୍ରସ୍ତୁତହୋଇଥିଲା ହତ୍ୟାକାଣ୍ଡର ବୁପ୍ରିଣ୍ଠ।               
       ବାରମ୍ବାର ସୋସିଆଲ୍‌ମିଡିଆ ଯୁଟ୍ୟୁବ୍‌ର ଅପରାଧଭିଭିକ କାହାଣୀ ଦେଖି ଆସୁଥିଲାରମେଶ । କେଉଁ ଉପାୟରେ ରାମଚନ୍ଦ୍ରଙ୍କୁ ମାରିବ, ତାହାର ସୁତ୍ରଖୋଜୁଥିଲା। ଶେଷରେ ଖାଦ୍ୟରେ ବିଷ ଦେଇ ରାମ ଚନ୍ଦ୍ରଙ୍କୁମାରିବା ଲାଗି ଉଦ୍ୟମ କରିଥିଲା। ଏଥିରେ ବିଫଳ ହେବାପରେଗତ ୧୯ ତାରିଖରେ ଆଉ ଏକ ଷଡଯନ୍ତ୍ର ରଚିଥିଲା ରମେଶ ।ଗୁଣପୁରରୁ ଏକ କାର୍‌ ଭଡ଼ାରେ ନେଇଥିଲା ରମେଶ । ଯାହାରନମ୍ବର ଥିଲା ଏପି-୩୧ଏଏଚ୍‌-୮୧୧୮ | ରାମ ଚନ୍ଦ୍ରଙ୍କୁ ହତ୍ୟାକରିବା ଲାଗି ସହଯୋଗୀ କାଳିଆର ସହଯୋଗ ଲୋଡିଥିଲା |ଉଭୟ କାର୍‌ରେ ପହଞ୍ଚିଥିଲେ ମୁ ନିଗୁ ଡାରେ ରହୁଥିବା ଶିକ୍ଷକରାମଚନ୍ଦ୍ରଙ୍କ ଘରେ। ପ୍ରଥମେ ବିଦେଶୀ ମଦ କିଣିଥିଲେ ।ସେଥିରେ ନିଦ ବଟିକା ମିଶାଇଥିଲେ। ରାମ ଚନ୍ଦ୍ରଙ୍କୁ ଘରୁ ଡାକି ନେଇଥିଲେ କୁଟ୍ରାଗୁଡା ଗାଁ ନିକଟ ବଂଶଧାରା ନଦୀ ପାଖକୁ ।ରାମଚନ୍ଦ୍ର ବାଇକ୍‌ରେ ଯାଇଥିବା ବେଳେ ରମେଶ ଓ କାଳିଆଯାଇଥିଲେ କାର୍‌ରେ। ସେଠାରେ ପୂର୍ବ ଯୋଜନା ମୁତାବକରାମଚନ୍ଦଙ୍କୁ ନିଦ ବଟିକା ମିଶା ମଦ ପିଆଇଥିଲେ । ରାମ ଚନ୍ଦ୍ରଙ୍କୁଟିକିଏ ନିଶା ଘାରିବା ସମୟରେ ରମେଶ ଓ କାଳିଆ ତାଙ୍କ ମୁଣ୍ଡକୁ ଇଟାରେ ଛେଚି ଦେଇଥିଲେ । ପରେ ତଣ୍ଟି ଚିପି ହତ୍ୟାକରିଥିଲେ। ରାତି ପାହିବା ପୂର୍ବରୁ ରାମଚନ୍ଦ୍ରଙ୍କ ଶବକୁ ଫିଙ୍ଗି ଦେଇଥିଲେ ନଦୀତଟକୁ । ତାଙ୍କ ବାଇକ୍‌କୁ ମଧ୍ୟ ସେଠାରେଫୋପାଡି ଫେରାର୍‌ ହୋଇଯାଇଥିଲେ। ଭାବିଥିଲେ କେହିଜାଣିପାରିବେ ନାହ। ମୁଖ୍ୟ ଅଭିଯୁକ୍ତ ରମେଶ ଏହି କାଣ୍ଡ ଘଟାଇ ଆନ୍ଧ୍ର ପ୍ରଦେଶ ଫେରାର୍‌ ହୋଇଯାଉଥିବା ଖବରପାଇଥିଲା ମୁନିଗୁଡା ପୁଲିସ୍‌ । ଗୁଣପୁର ପୁଲିସ୍‌ ସହାୟତାରେ ଚଢ଼ଉ କରି ରମେଶ ସମେତ ତାଂ ସାଙ୍ଗ କାଳିଆକୁ ଗିରଫ କରିଥିଲା।
      ଏହାପରେ ଦୁଇ ଅଭିଯୁକ୍ତ ପୁଲିସ୍‌ ନିକଟରେସ୍ଵୀକାର କରିଥିଲେ ଯେ କିଭଳି ନିର୍ମମ ଭାବେ ରାମ ଚନ୍ଦ୍ରଙ୍କୁସେମାନେ ହତ୍ୟା କରିଥିଲେ । ଆଉ ଏହି ହତ୍ୟାକାଣ୍ଡ ପଛରକାହାଣୀ ଥିଲା ପରକୀୟା ପ୍ରେମ । ଏହି ସ୍ବୀକାରୋକ୍ତି ପରେଶିକ୍ଷକଙ୍କ ପତ୍ନୀ ସୁ ନିତାଙ୍କୁ ଗିରଫ କରିଥିଲା ପୁଲିସ୍‌ | ଭାରତୀୟଦଣ୍ଡବିଧି ଆଇନର ଦଫା ୨୭୯, ୩୦୪( କ ), ୩୦୨, ୧୨୦ବିଏବଂ ୩୪ ଧାରାରେ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ୩ ଅଭିଯୁକ୍ତଏବେ ବିଷମକଟକ ଜେଲ୍‌ରେ |

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...