Thursday 4 July 2019

ଉଚ୍ଚାକାଂକ୍ଷୀ ବୃଶାଲିର ନାଟକ



      ଥାନେ ଜିଲ୍ଲାର କଲ୍ୟାଣ ଅଧୀନସ୍ତ୍ବିଠଲବାଡ଼ିରେ ନବ ବିବାହିତା ପତ୍ନୀ ବୃଶାଲି ସହିତ ରହୁଥିଲେ ଜଗଦୀଶ ସାଲ୍ଲୁଙ୍କେ ଜଗଦୀଶ ଏକ ଫାର୍ମାସ୍ୟୁଟିକାଲ୍କମ୍ପାନିରେ କାମ କରୁଥିଲାବୃଶାଲି ସହିତ ତାର ବିବାହ କୁ ମାତ୍ର ମାସ ହୋଇଥିଲା ମାତ୍ର ଏଇ ତିନିମାସ ମଧ୍ୟ ରେ ଯେ ଏତେବଡ଼ କାଣ୍ଡ ଘଟିଯିବ ସେକଥା କେହି ବି ବିଶ୍ବାସ କରିପାରିନଥିଲେ
ଜଗଦୀଶ ବୃଶାଲିର ବିବାହରତିନି ମାସ ନପୁରୁଣୁ ଅଚାନକ ଦିନେ ରାତି ପ୍ରାୟ ୧୦ଟା ବେଳକୁ ଜଗଦୀଶର ମୃତ୍ୟୁ ହୋଇଗଲା ଏତେ ରାତିରେ କାହାକୁ ଫୋନ୍କରିବ ବୋଲି ଭାବି ବୃଶାଲି କାନ୍ଦି କାନ୍ଦି ପାଖରେ ରହୁଥିବା ବୃଶାଲିର ମାମୁ ନନ୍ଦଲାଲ ସୌନ୍ଦାଣେ ଏବଂ ବଡ଼ଭାଇ କାଞ୍ଚନକୁ ଫୋନ୍କରିଥିଲା ସେମାନେ ବି ହତବାକ୍ହୋଇଯାଇଥିଲେ ନୂଆ ବୋହୂ ମୁହରୁ ଏମିତି ଏକ ଦୁଃସମ୍ବାଦ ଶୁଣି ତୁରନ୍ତ ଜଗଦୀଶ ରହୁ ଥିବାଫ୍ରାଟ୍ରେ ପହଞ୍ଚିଥିଲେ ସେମାନେ ଖଟ ଉପରେ ନିସ୍ତେଜ ହୋଇ ପଡ଼ିରହିଥିଲା ଜଗଦୀଶର ନିଶ୍ଚଳ ଶରୀର ଆଲମାରି ଖୋଲା ଥିଲା ଜିନିଷପତ୍ର ସଚୁ ଛିନ୍ନଛତ୍ର ହୋଇ ଘର ସାରା ପଡ଼ି ରହିଥିଲାବୃଶାଲି କହୁଥିଲା କେହି ଡକାୟତି କରିବାକୁ ଆସି ଏମିତି କରିଦେଇଛି | ଘଟଣା ସମୟରେ ସେତଳକୁ ଯାଇଥିଲା ପରିବା କିଣିବା ପାଇଁ ଏକଥା ଶୁଣି ବୃଶାଲିକୁ ସନ୍ଦେହ ଭରା ଦୃଷ୍ଟିରେ ଚାହି ଥିଲେଜଗଦୀଶର ବଡ଼ଭାଇ କାଞ୍ଚନ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା ପୁଲିସ ଲାସ୍କୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଗଲା ବୃଶାଲି ଏତେ କାନ୍ଦୁଥିଲା ଯେ ତା'କୁ କିଛି ପଚାରିବାସେ ସମୟରେ ସମ୍ଭବ ନଥିଲା କେବଳ କହୁଥିଲା ଚୋରମାନେ ଚୋରିକରିବାକୁ ଆସି ମାତ୍ର କେଇ ମିନିଟ୍ମଧ୍ୟ ରେ ଏତେ ବଡ଼ କାଣ୍ଡ କରି ଦେଇଗଲେ |
ମାମଲା ଚୋରିର ନଥିଲା
ବୃଶାଲି କହୁଥିଲା ଚୋରମାନେ ଜଗଦୀଶକୁ ହତ୍ୟା କରିବା ସହ ଲୁଟପାଟ୍କରିଥିଲେ ମାତ୍ର ପୁଲିସର ଭ୍ରମ ଦୂର ହୋଇଗଲା ପୋଷ୍ଟମର୍ଟମ ରିପୋର୍ଟଆସିଲା ପରେ ୟେଉଥିରେ ଉଲ୍ଲେଖ ଥିଲା ଯେ ଜଗଦୀଶକୁ ହତ୍ୟା କରିବାଉଭୟ ଶ୍ଵାସରୋଧ ଏବଂ ବିଷକ୍ରିୟା କାରଣରୁ ହୋଇଛି ଏଥର ପୁଲିସରସନ୍ଦେହ ସିଧା ବୃଶାଲି ଉପରକୁ ଆସିଯାଇଥିଲା ଜଗଦୀଶର ପରିବାରଲୋକେ ବି କହିଥିଲେ ଯେ ବୃଶାଲି ବିବାହରେ ଆଦୌ ସୁଖୀ ନଥିଲାତେଣୁ ଜଗଦୀଶର ମୃତ୍ୟୁ ପଛରେ କିଛି ନା କିଛି ରହସ୍ୟ ଅଛି ପୁଲିସ ସେଦିନ ଆପାର୍ଟମେଣ୍ଟର ବେସମେଣ୍ଟରେ ଲାଗିଥିବା ସିସିଟିଭି ଫୂଟେଜ୍ଚେକ୍କଲାବେଳେ କେହି ବ୍ୟକ୍ତି ସେହି ସମୟରେ ଆପାର୍ଟମେଣ୍ଟ ଭିତରକୁ ପ୍ରବେଶ କରିବାର କିମ୍ବା ବୃଶାଲିକୁ ତଳକୁ ଆସିଥିବାର ଦେଖିବାକୁପାଇନଥିଲେ ଏହାର ଅର୍ଥ ବୃଶାଲିର ତଳକୁ ପରିବା କିଣିବାକୁ ଯାଇଥିବା କଥା ନିହାତି ମିଛ ଥିଲା ବାରମ୍ବାର ପୁଲିସ ଜେରା କରିବା ଦ୍ଵାରା ବୃଶାଲି ବି ବୟାନ ଏପଟ ସେପଟ କରୁଥିଲା ଏଥର ପୁଲିସ ଶକ୍ତ ହୋଇ ପଚାରିଥିଲାପୋଷ୍ଟମର୍ଟମ ରିପୋର୍ଟରୁ ସବୁକିଛି ସ୍ପଷ୍ଟ ହୋଇସାରିଛି ଅପରାଧୀ କିଏବୋଲି ମଧ୍ୟ  ପୁଲିସକୁ ଜଣାଅଛି ଭଲ ହେବ ଯଦି ବୃଶାଲି ଅପରାଧୀର ନାନିଜେ କହିଦିଏ ବୃଶାଲି ପାଖରେ ଲୁଚାଇବା ପାଇଁ ଆଉ କୌଣସି ଉପାୟ ନଥିଲା ସତ କଥା ସ୍ବୀକାର କଲା ସେ ହି ସ୍ବାମୀ ଜଗଦୀଶର ତ୍ୟାକାରୀ
କ୍ୟାରିଅରକୁ ଆଗେଇ ନେବାକୁ ଚାହୁଁ ଥିଲା ଜଗଦୀଶ
୨୩ ବର୍ଷୀୟ ଜଗଦୀଶ ଦେଖିବାକୁ ସୁ ନ୍ଦର ସ୍ଵାର୍ଟ ଥିଲା ପାଠପଢ଼ା ସରିବାପରେ ଗା ଆଉ ତା କୁ ଭଲ ଲାଗିଲା ନାହ ସେ ଭାବିଲା ବଡ଼ ଭାଇ କାଞ୍ଚନ ସାଲୁଙ୍କେ ଯଦି ତାଙ୍କ ପତ୍ନୀ ସହିତ ସହରରେ ସେଟଲ୍କରିଗଲେ ତେବେସେ କାହକି ଗାରେ ରହି ସଢ଼ିବ ଏଇଆ ଭାବି ସେ ବି ବଡ଼ଭାଇ ପାଖକୁଚାଲି ଆସିଲା ଅଳ୍ପ ଦିନ ମଧ୍ୟ ରେ ତାଂକୁ ଏକ ପ୍ରତିଷ୍ଠିତଫାର୍ମାସ୍ୟୁଟିକାଲ୍କମ୍ପାନିରେ ଉଚ୍ଚ ବେତ ନରେ ଚାକିରି ବି ମିଳିଗଲା ଜଗଦୀଶ ଭାବିଲା ଏଥର ତାଂର ଲାଇଫ୍ବନିଗଲା ଜଗଦୀଶ କାଞ୍ଚନଙ୍କ ବାପାମାଗାରେ ରହୁଥିଲେ କାଞ୍ଚନ ଗା ଛାଡ଼ି ସହରଆସିବା ପରେ ତାଙ୍କ ବାପା ଭାବିଥିଲେ ବଡ଼ପୁଅନ ହେଲେ ନାହ ସାନପୁ ଜଗଦୀଶ ପାରିବାରିକ ବ୍ଯବସାୟ ସମ୍ଭାଳିବ କିନ୍ତୁ ସେ ଚାକିରି କରିବାପରେ ତା' ବାପା ଭାବିଲେ ଜଗଦୀଶ ଯେତେବେଳେଗାରେ ରହିଲା ନାହଁ ତେଣୁ ତାର ବିବାହ କରିଦେଲେ ସେମାନଙ୍କ ଦାୟିତ୍ଵ ତୁଟିଯିବ ଏହାପରେ ସେମାନେ ଜଗଦୀଶ ପାଇ ଝିଅ ଦେଖିବା ଆରମ୍ଭ କରିଦେଲେ ସେପର୍ଯ୍ୟନ୍ତ ଜଗଦୀଶ ଭାଇ ଭାଉଜଙ୍କ ସହିତ ସେମାନଙ୍କ ଫ୍ଲାଟ୍ରେରହୁଥିଲା ବନ୍ଧୁବାନ୍ଧବଙ୍କ ଜରିଆରେ ବଡ଼ଭାଇ କାଞ୍ଚନ ଜାଣିବାକୁପାଇଲେ ବୃଶାଲି ଠକ୍କର ବିଷୟରେ | ୨୫ ବର୍ଷି ୟା ବୃଶାଲି ଦେଖିବାକୁ ସୁନ୍ଦରୀ ଉଚ୍ଚଶିକ୍ଷିତା ଥିଲା ଏହା ମଧ୍ୟ ରେ ଜଗଦୀଶର ବାପା ଜାଣିବାକୁ ପାଇଥିଲେ ବୃଶାଲିର ପରିବାର ସେମାନଙ୍କର ଦୂର ସଂପର୍କୀୟ ବନ୍ଧୁ ହେବେ ।ବୃଶାଲିର ବାପାଙ୍କ ମୃତ୍ଯୁ ପରଠାରୁ ତା'ର ମା' ଏବଂ ବଡ଼ଭାଇ ସତୀଶଚାହୁ ଥିଲେ ବୃଶାଲିର ବିବାହ କିପରି ଶୀଘ୍ର ହୋଇଯିବ । ଜଗଦୀଶ ବିଷୟରେଜାଣିବା ପରେ ବୃଶାଲିର ଭାଇ ଓ ମା ଏହି ପ୍ରସ୍ତାବରେ ରାଜି ହୋଇଗଲେ।ଜଗଦୀଶ ମଧ୍ୟ  ଖୁସି ଥିଲା। ସେ ଭାବିଥିଲା ଉଚ୍ଚଶିକ୍ଷିତା ପତ୍ନୀଟିଏ ମିଳିଗଲେ ସେ ତା'ର କ୍ୟାରିଅରକୁ ଆହୁରି ଆଗେଇ ନେବ ।

ବୃଶାଲି ଥିଲା ଉଚ୍ଚାକାଂକ୍ଷୀ
ବୃଶାଲି ଦେଖିବାକୁ ଖୁବ ସୁନ୍ଦର ଥିଲା। ଏହା ସହିତ ସେ ଉଚ୍ଚାକୀକ୍ଷୀ ବି ଥିଲା ।ଜଗଦୀଶ ସହିତ ତା'ର ବିବାହ ହେବା ପୂର୍ବରୁ ସେ ଘର ଲୋକଙ୍କୁ ସିଧା ସିଧାଜଣାଇ ଦେଇଥିଲା ପ୍ରଥମେ ନିର୍ବନ୍ଧ ହେବ। ଏହାର କିଛି ମାସ ପରେ ଯାଇବିବାହ ହେବ । ଜଗଦୀଶର ଘର ଲୋକେ ମଧ୍ୟ  ବୃଶାଲିର କଥାକୁ ସମର୍ଥନକରିଥିଲେ । ସେଇ ଅନୁସାରେ ଜଗଦୀଶ ଓ ବୃଶାଲିର ନିର୍ବନ୍ଧ ହୋଇଥିଲା।ଏହାପରେ ଜଗଦୀଶ ଓ ବୃଶାଲି ପରସ୍ପର ସହିତ ଦେଖାସାକ୍ଷାତ କରୁଥିଲେ |କିନ୍ତୁ ନିର୍ବନ୍ଧ ହେବାର ତିନିମାସ ପରେ ବୃଶାଲି ରୋକଠୋକ ମନା କରିଦେଲାକୌଣସି ପରିସ୍ଥିତିରେ ସେ ଜଗଦୀଶକୁ ବିବାହ କରିବ ନାହିଁ । ଯଦି ତାଂଇଚ୍ଛା ବିରୁଦ୍ଧରେ ବିବାହ ହୁଏ ତେବେ ସେ ଆତ୍ନ ହତ୍ୟା କରିଦେବ । ବୃଶାଲି ଠାରୁ ଏକଥା ଶୁଣି ଜଗଦୀଶର ପାଦ ତଳୁ ମାଟି ଖସିଯାଇଥିଲା। ସେ ତୁରନ୍ତଏ ବିଷୟରେ ନିଜ ବଡ଼ଭାଇ ଓ ବାପାଙ୍କୁ ଜଣାଇଦେଲା। ଜଗଦୀଶର ଭାଇକାଞ୍ଚନ କହିଲେ ଯେଉ ଝିଅ ବାହାଘର ଆଗରୁ ଏମିତି ନାଟକ କରିପାରେସେ ବିବାହ ପରେ କ'ଣ ନକରିବ। ତେଣୁ ସେଠି ବିବାହ କରିବା ଦରକାରନାହ। କିନ୍ତୁ ବୃଶାଲିର ଘର ଲୋକଙ୍କୁ ଏକଥା ଜଣାପଡ଼ିବାରୁ ସେମାନେ ବୃଶାଲିକୁ ଗାଳିଗୁଲଜ କରି ତା'କୁ ଏହି ବିବାହ ପାଇଁ ରାଜି କରାଇ ଦେଲେ |

ବୃଶାଲି ନେଇଥିଲା ଚରମ ନିଷ୍ପଭି
ବୃଶାଲି ଦେଖିଲା ଯେତେବେଳେ ତା'ର କୌଣସି କଥା ରହିଲା ନାହ ତେଣୁବାଧ୍ୟ  ହୋଇ ସେ ଜଗଦୀଶକୁ ବାହା ହେଲା। ହେଲେ ବିବାହର ମାତ୍ର ଆଠଦିନ ମଧ୍ୟ ରେ ଅଲଗା ରହିବା ପାଇଁ ଜିଦ୍‌ କଲା। ବୃଶାଲିର କଥା ଅନୁସାରେଜଗଦୀଶ ସେଇ ସମାନ ଆପାର୍ଟମେଣ୍ଟରେ ଅଲଗା ଫ୍ଲାଟ୍‌ ନେଇ ରହିବାକୁଲାଗିଲା। ତଥାପି ବୃଶାଲି ଖୁସି ନଥିଲା। ବିବାହ ପରେ ସେ କେବଳଜଗଦୀଶ ସହିତ ଖୁସିରେ ଅଛି ବୋଲି ନାଟକ କରୁଥିଲା। ମିଛ ବାହାନା କରି ଜଗଦୀଶକୁ ନିଜ ପାଖକୁ ଆସିବାକୁ ଦେଉନଥିଲା। ବେଶ୍‌ କିଛିଦିନ ଏମିତି ନାଟକ କରି କରି ବୋର୍‌ ହୋଇଯାଇଥିଲା ବୃଶାଲି। ଭାବିଲାଏଥର ଚରମ ନିଷ୍ପତ୍ତି ନେବାକୁ ପଡ଼ିବ । ଯୋଜନା ଅନୁସାରେ ଘଟଣା ଦିନରାତିରେ ଖାଦ୍ୟରେ ବିଷ ମିଶାଇ ଜଗଦୀଶକୁ ଖାଇବାକୁ ଦେଇ ନିଜ ଆଡ଼ୁସେ ଜଗଦୀଶ ଆଡ଼କୁ ଆଉଜି ହୋଇପଡ଼ିଲା। ଏତେଦିନ ପରେ ପତ୍ନୀରସୋହାଗ ଦେଖି ଜଗଦୀଶ ତା'କୁ ଆଦର କରିବ କଂଣ ଦୁଇ ହାତ ମୁଣ୍ଡରେ ଚିପି ଟଳିପଡ଼ିଲା। ଏମିତି ସୁଯୋଗ ହାତ ଛଡ଼ା ନ କରିବା ବୃଶାଲି ବୋଧ ହୁ ଏଆଗରୁ ପ୍ରସ୍ତୁତ ହୋଇସାରିଥିଲା। ଜଗଦୀଶକୁ ଛଟପଟ ହେଉଥିବା ଦେଖି ଏକ ପ୍ଵାଷ୍ଟିକ୍‌ ଦଉଡ଼ିରେ ଜଗଦୀଶର ଗଳା ଚିପି ହତ୍ୟା କଲା। ଏହା ପରେଚୋରମାନେ ଆସି ଜଗଦୀଶକୁ ହତ୍ୟା କରିଛନ୍ତି ବୋଲି ନାଟକ କରିଥିଲା ।ଶେଷ ମୁ ହୁର୍ତରେ ତାଂର ଏହି ନାଟକ ଉପରୁ ପରଦା ହଟିଯାଇଥିଲା।

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...