Thursday 4 July 2019

ବିଶ୍ଵାସଘାତକ ବନ୍ଧୁ


      କୁ ହାଯାଏ ଯେଉଁ ବନ୍ଧୁ ବିପଦ ଆପଦରେ ଶାହା ହୋଇ ଛିଡ଼ା ହୁଏ ସେ ହିଁ ପ୍ରକୃତ ବନ୍ଧୁ । ଯଦି ସେହି ବନ୍ଧୁ ଆଗରେ ଭଲ ହେବାର ଅଭିନୟ କରି ପଛରେ ଚେର କାଟେ,ତାକୁ ବିଶ୍ବାସଘାତକ ଛଡା ଆଉ କିଛି କୁହାଯାଇପାରିବନାହିଁ । ବିକାଶ ଓ ସପ୍ନାଙ୍କ ସମ୍ପର୍କ ବିଷୟରେ ଅଜ୍ଞ ଥିଲେ ରାଜକୁମାର ।ରାଜକୁମାର ଅନ୍ଧ ପରି ଯେଉଁ ସାଙ୍ଗକୁ ବିଶ୍ଵାସ କରୁଥ୍‌ଲେ ସେହିବନ୍ଧୁ ତାଙ୍କ ପନ୍ନୀଙ୍କୁ ଉପଭୋଗ କରିବାରେ ଲାଗିଥିଲା ।
       
     ରାଜକୁମାର ଗୌତମ ତାଙ୍କ ସୁନ୍ଦରୀ ପନ୍ନୀ ଓ ଅଢ଼େଇ ବର୍ଷରଝିଅ ସହ ଥାଣେ ଜିଲ୍ଲାର ଭାଦବଡ଼ ଗୀରେ ଭଡ଼ାରେ ରହନ୍ତି ।ଭାଦବଡ଼ରେ ରହିବା ପୂର୍ବରୁ ରାଜକୁମାର ପରିବାର ସହ ଅବଧାଗ୍ରାମରେ ରହୁଥିଲେ ।ଭାଦବଡ଼ ଗୀରେ ରହିବାର ୨ ମାସ ପରେରାଜକୁମାରଙ୍କ ପନ୍ଜୀ ସପ୍ନା ଆଉ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲେ ।ଦୁଇ ଝିଅ ଓ ପନ୍ନୀଙ୍କ ସହ ରାଜକୁମାଙ୍କ ସୁଖରେ ଜୀବନ କାଟୁଥାନ୍ତି ।ଲଗାତର ଦୁଇଟି ଝିଅ ହେବା ପରେ ସେମାନେ ଆଉ ସନ୍ତାନ ଚାହୁଁ ନ ଥିଲେ ଯାହା ପାଇଁ ଡେଲିଭରି ପରେ ସପ୍ନା ଗର୍ଭାଶୟରେ କପର-ଟୀ ଲଗାଇ ଦେଇଥିଲେ । କିନ୍ତୁ କପର-ଟୀ ଲଗାଇବା ପରେ ସପ୍ନାଙ୍କପେଟରେ ଅସହ୍ୟ ଯନ୍ତ୍ରଣା ହେବାକୁ ଲାଗିଲା । ଯନ୍ତ୍ରଣାକୁ ସହି ନ ପାରି ସ୍ୱପ୍ନା ବେଳେବେଳେ ବେହୋସ୍‌ ମଧ୍ୟ  ହୋଇଯାଉଥିଲେ ଯାହା ତାଙ୍କ ପଡୋଶୀମାନେ ଜାଣିଥିଲେ ।
୨୦୧୯ ଫେବୃଆରୀ ୪ ତାରିଖ ସମୟ ପାଖାପାଖ୍‌ ୩ଟା ହେବ ।ହଠାତ୍‌ ଏତିକି ବେଳେ ରାକୁମାରଙ୍କ ବଡ଼ ଝିଅ ନାନ୍ୟାର କାନ୍ଦିବାଶୁଣିବାକୁ ପାଇଲେ ପଡୋଶୀ । କୁନି ଝିଅର କାନ୍ଦ ଶୁଣି ରାଜକୁମାରଙ୍କଘରେ ଯାଇ ପହଞ୍ଚିଲେ ରାମ ଗଣେଶ । ଘରର ଦୃଶ୍ୟ ଦେଖ୍‌ ରାମ ଗଣେଶ ଚିତ୍କାର କରିବାକୁ ଲାଗିଲେ । ତାଙ୍କ ଚିଲ୍କାରେ ପଡୋଶୀ ସବୁ ରାଜକୁମାରଙ୍କ ଘରକୁ ଦୌଡ଼ିଆସିଲେ ।
        ଘଟଣାସ୍ଥଳରେ ସପ୍ନାଙ୍କ ଗଳାରୁ ରକ୍ତସ୍ସାବ ହୋଇ ସେ ବେହୋସଅବସ୍ଥାରେ ତଳେ ପଡ଼ିଥିବାବେଳେ ତାଙ୍କ ଝିଅ ନନ୍ୟା ତା'ର କୁନିକୁନି ହାତରେ ମା'କୁ ଉଠାଇବାକୁ ଚେଷ୍ଟା କରୁଥଲା । ଅନ୍ୟପଟେନବଜାତ କନ୍ୟାଟି ଖଟରେ ପଡ଼ିରହି ଗୋଡ ହାତ ହଲାଉଥିଲା ।ସଙ୍ଗେ ସଙ୍ଗେ ଏ କଥା ଲୋକେ ରାଜକୁମାରଙ୍କୁ ଫୋନ୍‌ ଯୋଗେଜଣାଇ ଦେଲେ । ସପ୍ନାଙ୍କୁ ବୋହୋସ୍‌ ଅବସ୍ଥାରେ ଲୋକେ ତୁରନ୍ତପାଖ ଇନ୍ଦିରା ଗାନ୍ଧି ଡାକ୍ତରଖାନାକୁ ନେଇଗଲେ । କିନ୍ଧୁ ଡାକ୍ତରଖାନାପହଞ୍ଚିବା ବେଳକୁ ଡାକ୍ତର ସପ୍ମାଙ୍କୁ ମୃତ ଘୋଷଣା କଲେ ।
       ଘଟଣା ସମ୍ପର୍କରେ ଶାନ୍ତିନଗର ଥାନା ଅଧ୍କାରୀ କିଶୋର ଯାଦବ ଜାଣିବାମାତ୍ରକେ ଡାକ୍ତରଖାନାରେ ପହଞ୍ଚି ସପ୍ଳାଙ୍କ ବାବଦକୁ ନେଇ ଅନେକପଚରା ଉଚରା କଲେ । ସ୍ଵାମୀ ରାଜକୁମାର ପନ୍ନୀ ସପ୍ନାଙ୍କ ମୃତ୍ୟୁ
ନେଇ କହିଲେ - କପର- ଟୀ ପାଇଁ ତାଙ୍କର ମୃତ୍ୟୁ ହୋଇଛି । ଏହାସହ ରାଜକୁମାର ସପ୍ନାଙ୍କୁ କପର- ଟୀ ପାଇଁ ହେଉଥିବା ଅସୁବିଧାବିଷୟରେ କହିଲେ । କିନ୍ତୁ ରାଜକୁମାରଙ୍କ ଉତ୍ତରରେ ଥାନା ଅଧୁକାରୀ ସନ୍ତୁଷ୍ଟ ନଥିଲେ । ଡାକ୍ତରଖାନାରେ ସମତ୍ତଙ୍କୁ ପଚରା ପଚରି କରିଥାନାଧ୍‌କାରୀ ତାଙ୍କ ଟିମ୍‌କୁ ନେଇ ପହଞ୍ଚିଗଲେ ସିଧା ରାଜକୁମାରଙ୍କ ଘରେ, ଯେଉଁଠାରେ ସପ୍ନାଙ୍କୁ ପଡୋଶୀ ଘାୟଲ ଅବସ୍ଥାରେ ପାଇ ଥିଲେ । ରାଜକୁମାରଙ୍କ ଘରେ ପୋଲିସ ତନ୍ନ ତନ୍ନ କରି ସବୁ ନିରୀକ୍ଷଣ କରିବାକୁ ଲଗିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଫରେନ୍‌ସିକ୍‌ ରିପୋର୍ଟ ଆସିବାପରେ ଜଣାଗଲା ଯେ ସପ୍ନାଙ୍କର ମୃତ୍ୟୁ ଆକସ୍ମିକ ନୁହେଁ !! ତାଙ୍କୁକେହି ହତ୍ୟା କରିଛି, କାରଣ ଘଟଣାସ୍ଥଳରୁ ଜବତ ଛୁରୀରେ ମୃତାଙ୍କର ନୁହେଁ ଅନ୍ୟକାହାର ଅଙ୍ଗୁଳି ଚିହ୍ନ ମିଳିଥିଲା ।ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ କିଶୋର ଯାଦବ ଏକ ସ୍ଵତନ୍ତ୍ରଟିମ୍‌ ଗଠନ କଲେ । ପୋଲିସ ସନ୍ଦେହ କରୁଥିଲ। ଯେ, ସପ୍ନାଙ୍କ ହତ୍ୟା ତାଙ୍କର ଆପଣାର କେହି କରିଥାଇ ପାରେ ! ଏ ନେଇପୋଲିସ ରାଜକୁମାରଙ୍କୁ ଗମ୍ଭୀରଭାବେ ଜେରା କରିବା ଆରମ୍ଭ କଲେ । ରାଜକୁମାରଙ୍କ ଅଙ୍ଗଳି ଚିହ୍ନ ସଂଗ୍ରହ କରାଯାଇଫରେନ୍‌ସିକ୍‌ଟିମ୍‌ ପାଖକୁ ପଠାଇ ଦିଆଗଲା । ଛ୍ଛୁରୀରେ ଥିବା ଚିହ୍ନଓ ରାଜକୁମାରଙ୍କ ହାତ ଚିହ୍ନ ନ ମିଶିବାରୁ ପୋଲିସର ସନ୍ଦେହ ଘେରରୁ ରାଜକୁମାର ବାହାରିଗଲେ ।
        ସନ୍ଧାନ କରୁ କରୁ ପୋଲିସ ବିକାଶ ଚୌରାସିଆ ବିଷୟରେ ଜାଣିବାକୁ ପାଇଲା । ଯେ ଥିଲ। ରାଜକୁମାରଙ୍କ ବନ୍ଧୁ ଓ ତା'ର ଯିବା ଆସିବା ରାଜକୁମାରଙ୍କ ଘରକୁ ଲାଗି ରହିଥିଲ। । କାରଣରାଜକୁମାରର ପ୍ରକୃତ ଗାର ଅଧ୍ବାସୀ ଥିଲା ବିକାଶ । ବିକାଶ ତ'ଘରୁ ଗାଏବ ଥିବା କାରଣରୁ ପୋଲିସ ତାଂ ନମ୍ବରକୁ ଟ୍ରାପ୍‌ କରିତା ଖୋଜ୍‌ରେ ଲାଗିଗଲା | ଜାସୁଜ୍‌ମାନଙ୍କ ସାହାଯ୍ୟରେ ପୋଲିସବିକାଶକୁ ସୋନାଲେ ଗୀରୁ ଧରିନେଲେ । ସପ୍ନାଙ୍କ ହତ୍ୟା ନେଇବିକାଶକୁ ପଚରା ଯିବାରୁ ସେ ନିର୍ଦ୍ଦୋଷ ବୋଲି ପୋଲିସ ଆଗରେକହିଲା । କିନ୍ତୁ ପୋଲିସ୍‌ର ଥାର୍ଡଡିଗ୍ରୀ ଟ୍ରିଟ୍‌ମେଣ୍ଟ ଆଗରେ ବିକାଶ ହାର୍‌ମାନି ନିଜର ଦୋଷ ସ୍ଵୀକାର କଲା ।
        ୨୫ ବର୍ଷୀୟ ରାଜକୁମାର ଗୌତମ ଉତ୍ତର ପ୍ରଦେଶର ବସ୍ଥିଜିଲ୍ଲାର କାରମିୟା ଶୁକ୍ଳା ଗ୍ରାମର ବାସିନ୍ଦା । ରାଜକୁମାରଙ୍କ ବାପା ଗୌତମରାମ ଜଣେ ସାଧାରଣ କୃଷକ ଥିଲେ । ପାରିବାରିକ ସ୍ଥିତିଭଲ ନ ଥିବା କାରଣରୁ ରାଜକୁମାର ଉଚ୍ଚଶିକ୍ଷାରୁ ବଞ୍ଚିତ ଥିଲେ ।ପରେ ଅର୍ଥ ଆଶାରେ ରା ଜକୁମାର ମୁମ୍ବାଇ ଚାଲିଆସିଲେ । ମୁମ୍ବାଇଠାରୁ ୧୦୦ କିଲୋମିଟର ଦୂର ଅବଧା ଗ୍ରାମରେ ରହିରାଜକୁମାର ଛୋଟମୋଟ କାମ କରି ଟଙ୍କା ରୋଜଗାର କରୁଥିଲେ । କିଛିଦିନ ମୁମ୍ବାଇରେ ରହି ସେ ଭଲ ଅର୍ଥ ରୋଜଗାର କରିବାକୁଲାଗିଲେ ଯାହା ଫଳରେ ପରିବାର ଲୋକ ତାଙ୍କ ବାହାଘର ୨୦୧୬ରେନିଜ ଗା ଝିଅ ସପ୍ନାଙ୍କ ସହ କରେଇ ଦେଲେ । ସପ୍ନାଙ୍କୁ ଜୀବନସାଥୀରୂପେ ପାଇ ରାଜକୁମାର ବେଶ୍‌ ଖୁସି ଥିଲେ । ବାହାଘରର କିଛି ଦିନ ପରେ ସେ ସପ୍ନାଙ୍କୁ ତାଙ୍କ ସହ ମୁମ୍ବାଇ ନେଇ ଚାଲିଗଲେ ।

            ୨୦ ବର୍ଷୀୟ ବିକାଶ ଜଣେ ମହତ୍ଵାକାଂକ୍ଷୀ ଯୁବକ ଥିଲା ।ମୁମ୍ବାଇକୁ ଆସିବା ପରଠାରୁ ରାଜକୁମାର ଓ ବିକାଶଙ୍କ ଭିତରେଭଲ ଦୋସ୍ତି ହୋଇଯାଇଥିଲା । ବିକାଶ ଏକ ପାନ ଦୋକାନରେକାମ କରୁଥିଲା ସେଥିରୁ ଯାହା ରୋଜଗାର କରୁଥଲା ସେଥିରେସେ ଆରାମ୍‌ରେ ଚଳିଯାଉଥିଲା ।ବାହାଘର ପରେ ଯେତେବେଳେ ରାଜକୁମାର ତାଙ୍କ ପନ୍ଜୀ ସପ୍ନାଙ୍କୁ ବିକାଶ ସହ ପରିଚିତ କରାଇଲେ ପ୍ରଥମ ଦେଖାରେ ବିକାଶ ହୃଦୟରେ ସପ୍ମା ଘର କରି ଦେଇଥିଲେ । ରାଜକୁମାରଙ୍କ ବଡ଼ଝିଅ ନନ୍ୟାରଜନ୍ମଦିନ ଅବସରରେ ସେ ଘରେ ଏକ ପାର୍ଟିର ଆୟୋଜନ କଲେ ।ଯେଉଁଥ୍ରେ ବିକାଶ ମଧ୍ୟ  ସାମିଲ୍‌ ଥିଲା । ସବୁ ଅତିଥି ଖାଇସାରିଚାଲିଯିବା ପରେ ବିକାଶ ସବାଶେଷରେ ସପ୍ମାକୁ ଆକର୍ଷିତ କରିବାପାଇଁ ନନ୍ୟା ପାଇଁ ଏକ ଦାମୀ ଗିଫ୍ଟ ଆଣିଥିଲା ।
      ସପ୍ନାଙ୍କ ସ୍ପର୍ଶ ଟିକିଏ ପାଇବା ପାଇଁ ବିକାଶ ଆତୁର ହୋଇଥିଲା ।ସବୁବେଳେ ବିକାଶ ରାଜକୁମାରଙ୍କ ସହ ତାଙ୍କ ଘରକୁ ଆସୁଥିଲାକିନ୍ତୁ କିଛିଦିନ ହେବ ବିକାଶ ଏକୁଟିଆ ରାଜକୁମାରଙ୍କ ଘରକୁ ଯିବାଆସିବା କଲା । ବିକାଶ ସପ୍ମା ପାଇଁ ଦାମୀ ଉପହାର ଆଣିବା ସହ ତାଙ୍କୁ କଥାରେ ଏମିତି ଫସେଇ ଦେଲା ଯେ, ସପ୍ନା ଆପେ ଆପେଆସି ବିକାଶର କୋଳରେ ବସି ପଡ଼ିଲା । ସପ୍ନାଙ୍କ ସ୍ପର୍ଶ ଟିକିଏପାଇଁ ବିକଳ ଥବା ବିକାଶ ସପ୍ମାକୁ ନିଜ କୋଳରେ ପାଇଲା ପରେ ତାକୁ ସ୍ଵର୍ଗପ୍ରାପ୍ତ ପରି ଲାଗୁଥିଲା । ୟା ପରଠାରୁ ଆରମ୍ଭ ହୋଇଗଲାବିକାଶର ପରକୀୟାପ୍ରିତି । କ୍ଷଣକ ପାଇଁ ଦୁହେଁ ଦୁହିଁଙ୍କୁ ନ ଦେଖୁରହିପାରୁ ନଥିଲେ । ଦୁହଙ୍କୁ ଯେତେବେଳେ ମୌକା ମିଳୁଥିଲା ସେମାନେ ତାଙ୍କର ସବୁ ମୁହୁର୍ଭକୁ ବିଛଣା ରେ ବିତାଇ ଦେଉଥିଲେ । ଏଭିତରେସପ୍ମା ଗର୍ଭବତୀ ହୋଇଗଲେ । କାଳେ ଡେଲିଭରିରେ କିଛି ଅସୁବିଧାହେବ ସେ ନେଇ ରାଜକୁମାର ଭଡା ଘର ପରିବର୍ତନ କରି ଭଦବଡ଼ଗ୍ରାମ ଚାଲିଆସିଲେ । ଯେଉଁଠାରୁ ଡାକ୍ତରଖାନା ଥିଲା ଖୁବ୍‌ ପାଖ ।
            ଘଟଣା ଦିନ ସୁବିଧା ଦେଖି ବିକାଶ ପହଞ୍ଚିଥିଲା ସପ୍ନାଙ୍କପାଖରେ । ସେ ସମୟରେ ବଡ଼ ଝିଅ ନନ୍ୟା ବାହାରେ ଖେଳୁଥିବାବେଳେ ସପ୍ନା ନବଜାତ ଶିଶୁ ପାଖରେ ଖଟରେ ଶୋଇଥାନ୍ତି । ବିକାଶସେ ସମୟରେ ସପ୍ନା ପାଖରେ ଖଟରେ ବସି ପ୍ରଥମେ ଶିଶୁର ମଥାକୁଚୁମି ସପ୍ନାକୁ ଆଲିଙ୍ଗନ କଲା । କିଛି ସମୟ କଥା ହେବା ପରେ
ବିକାଶ ସପ୍ନାଙ୍କ ସହ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ  କଲା । ସପ୍ନାତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନାହି କହିବା ସତ୍ତ୍ଵେ ବିକାଶ କାମନାର ଭୋକରେ ଜଙନ୍ଗୁ ପ୍ରାୟ ପାଲଟି ଯାଇଥିଲା । ଯାହା ଫଳରେ ସପ୍ମାମନା କରିବା ପରେ ମଧ୍ୟ  ସେ ତାଙ୍କ ସହ ଜବରଦସ୍ତି କରିଥିଲା ।ସମ୍ପର୍କ ପାଇଁ ପ୍ରସ୍ତୁତ ନ ଥିବା ସପ୍ନା ବିକାଶକୁ ଏକ ଧକ୍କା ମାରିଲା
ଯାହା ଫଳରେ ସେ ତଳେ ଆସି ପଡ଼ିଲା । ସପ୍ମା ତୁରନ୍ତ ଖଟରୁଓହ୍ଲାଇ ବିକାଶକୁ ଚାଲିଯିବା ପାଇଁ କହିଲେ । ସପ୍ନାଙ୍କ ବ୍ୟବହାରରେଅତିଷ୍ଟ ହୋଇ ବିକାଶ ସିଧା ରୋଷେଇ ଘରକୁ ଯାଇ ସେଠାରୁ ଏକ ଛ୍ଥୁରୀ ଆଣି ସପ୍ଜାଙ୍କ ଗଳା କାଟି ସେଠାରୁ ଚାଲିଗଲା ।ଅପରାଧ ସ୍ଵୀକାର କରିବା ପରେ ପୋଲିସ ବିକାଶକୁ କୋର୍ଟରେ ହାଜର କରି ଜେଲ୍‌ ପଠାଗଲା ।

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...