Saturday 27 July 2019

ପ୍ରେମୀ ଡ୍ରାଇଭରରୁ ଖୁନି ମର୍ଡ ରର


ରା ତି ପ୍ରାୟ ୯.୩୦ । ଅଚାନକ ଏକ ବିକଳ ଚିକ୍କାରରା, ଶୁଣାଗଲା। ତୁରନ୍ତ ପଡୋଶୀମାନେ ରୁଣ୍ଡହୋଇଯାଇଥିଲେ ଚିକ୍କାର ଶୁୁଣାଯାଉଥିବା ଘରଆଗରେ । ଭିତର ପଟୁ କବାଟ ବନ୍ଦ ଥ୍ବଲା । ବାହାରୁ ଲୋକେକବାଟ ଭାଙ୍ଗି ଘର ଭିତରେ ପଶିଥିଲେ । ଘର ଭିତରେ ରକ୍ତଜୁଡୁବୁଡୁ ଅବସ୍ହାରେ ପଡିଥ୍‌ଲେ ଘର ମାଲିକ ସମୀରଣ ପାଖରେ ପଡିଥିଲା ପନ୍ନୀ ତନୟାଙ୍କ କ୍ଷତବିକ୍ଷତ ଶରୀର ।ସମୀରଣ କିଛି କହିବା ପୂର୍ବରୁ ହଁ ଚେତା ହରାଇଲେ। ଘଟଣାଟିଘଟିଥିଲା ବେହାଲା ଥାନା ଅଧ୍ନସ୍ଫ୍‌ ଠାକୁରପୁକୁର ଅଞ୍ଚଳରେ ।ସେହି ଅଞ୍ଚଳଚି ଜନଗହଳିପୂର୍ଣ୍ଣ ରହୁଥିବାରୁ ରାତି ୯.୩୦ରେକେହି ଦୁର୍ବୃତ୍ତ ଆସି ଏମିତି କାଣ୍ଡ କରିବ ବୋଲି ସହଳରେବିଶ୍ଵାସ କରିପାରୂନଥୂଲେ ସ୍ଫାନୀୟ ବାସିନ୍ଦା। ଅଞ୍ଚଳଚିରେ ହାଇ ପ୍ରୋଫାଇଲ୍‌ ଲୋକ ରହୁଥିବାର ସେଠାକାର ସୁରକ୍ଷା ବ୍ୟବସ୍ଫା ମଧ୍ୟ ବେଶ୍‌ କଡ଼ାକଡ଼ି ଥିଲା। ଘଟଣାସ୍କୃଳରେ ତୁରନ୍ତ ଆମ୍ବୁଲାନ୍ସ ଓ ପୁଲିସ ଆସି ପହଞ୍ଚି ଯାଇଥଲା ।

 ପଡ଼ୋଶୀମାନେ ବିଦ୍ୟାସାଗର ହସପିଟାଲକୁ ନେଇଯାଇଥ୍‌ଲେ ସମୀରଣ ଓ ତନୟାଙ୍କୁ। ସମୀରଣଙ୍କର ହୋସ୍‌ ଫେରିଥିଲେ ମଧ୍ୟସବୁଦିନ ପାଇଁ ଆଖି ବୂଜିଥିଲେ ତନୟା। ଅତ୍ୟଧିକ ରକ୍ତସ୍ରାବ ହେତୁ ତାଙ୍କୁ ବଞ୍ଚାଇବାରେ ସମର୍ଥ ହୋଇପାରିନଥିଲେଡାକ୍ତରମାନେ। ଏହି ଘଟଣାର ଗୋଚିଏ ଦିନ ପରେସମୀରଣଙ୍କର ସ୍ବାସ୍ଥ୍ୟାବସ୍ଫାରେ ଚିକେ ଉନ୍ନତିଆସିଥିଲା। ସେ କଥା କହିବା ଭଳି ସ୍ଥିତିକୁଆସିଲା ପରେ ଡାକ୍ତରମାନେ ତାଙ୍କୁ ପୁଲିସ ସହିତ କଥା ହେବା ପାଇଁ ଅନୁମତି ଦେଇଥିଲେ ।ପରେ ସେ ପୁଲିସକୁ କହିଥିଲେ ଯେଦୀନେଶ ଏଥ୍ଵପାଇଁ ଦାୟୀ । ଏହାପରେ ପୁଲିସ ଦିନେଶର ଠିକଣା ଖୋଳିବାରେ ଲାଗିପଡିଲା ।
ଦୀନେଶ ଥିଲା ସମୀରଣଙ୍କରଡ୍ରାଇଭର୍‌-
ଏକ ସମୟରେ ସମୀରଣଙ୍କ ଡ୍ରାଇଭର ଭାବେକାମ କରୁଥିଲା ଦୀନେଶ। କିନ୍ତୁ କୌଣସି କାରଣରୁ ସମୀରଣ ବାବୁ ତାଂକୁ ତିନିମାସ ଆଗରୁ ବାହାରକରିଦେଇଥିଲେ। ତେବେ ଦୀନେଶ ଜଣେ ଭଲ ଲୋକ ବୋଲି ସମୀରଣଙ୍କ ପଡ଼ୋଶୀମାନେ ପୁଲିସକୁ କହିଥିଲେ ।କିନ୍ତୁ କଂଣ ପାଇଁ ସେ ସମୀରଣ ଓ ତନୟାଙ୍କ ଉପରେ
ଏପରି ଅତର୍କିତ ଆକ୍ରମଣ କଲା ସେ ବିଷୟରେ ସେମାନେଜାଣିପାରୁନାହାନ୍ତି। ପୁଲିସକୁ ଦୀନେଶର ଠିକଣା ମିଳୁନଥିଲାତେବେ ଠାକୁରପୁକୁର ଅଞ୍ଚଳର ଜଣେ ଫଳ ଦୋକାନି ଦୀନେଶ ବିଷୟରେ ଏତିକି କହିଥିଲା ଯେ ସେ ଆଗରୁଟ୍ଯାକ୍ରି ଚଳାଉଥିବାକୁ ଟ୍ୟାକ୍ି ଆସୋସିଏସନ୍‌ରୁ ହୁଏତତାଂର ଠିକଣା ମିଳିପାରିବ । ପୁଲିସ ଏଥର କୋଲକାତାଟ୍ୟାକ଼ି ଆସୋସିଏସନ୍‌ ସହିତ ଯେଗାଯୋଗ କରିଥିଲା । ଆଉଏଥର ପୁଲିସକୁ ସଫଳତା ମିଳିଥିଲା। ଟ୍ୟାକ୍ସି ଆସୋସିଏସନ୍‌ଦେଇଥିବା ଖବର ଅନୁସାରେ ଦୀନେଶ ଥିଲା ବିହାରର ମୂଳବାସିନ୍ଦା। ସେ ଜୀବିକା ସନ୍ଧାନରେ ବିହାରରୁ କୋଲକାତା ଚାଲିଆସିଥିଲା। ତିନିବର୍ଷ କୋଲକାତାରେ ଟ୍ୟାକ୍ଷି ଚଲାଇବା ପରେତା'କୁ ଆଉ ଭଲ ନ ଲାଗିବାରୁ ସେ ପ୍ରାଇଭେଟ୍‌ କାର ଚାଳକଭାବେ କାମ କରୁଥିଲା। କିତ୍ତୁ କ'ଣ ପାଇଁ ସେ ସମୀରଣ ଓତନୟାଙ୍କୁ ହତ୍ୟା କରିବାର ଚେଷ୍ଟା କରିଥଲା ?
 ହତ୍ୟାର କାରଣଖୋଳିବା ଅପେକ୍ଷା ପୁଲିସ ପାଇଁ ଦୀନେଶକୁ ଖୋଜି ବାହାରକରିବା ସବୁଠୁ ବଡ ଚ୍ୟାଲେଞ୍ଜ ହୋଇପଡିଥିଲା । ପ୍ରଥମେସେ ରହୁ ଥିବା ଘର ଉପରେ ପୁଲିସ ଚଢ଼ଭ କରିଥଲା । ମାତ୍ରସେ ସେଠୁ କୁଆଡେ ଫେରାର ହୋଇଯାଇଥିଲା । ଏହାପରେକୋଲକାତା ପୁଲିସ ବିହାର ଯାଇ ତା'ର ମୂଳ ଠିକଣାରେଚଢ଼ଉ କରିଥିଲେ। ମାତ୍ର ସେଠି ବି କୋଲକାତା ପୁଲିସକୁନିରାଶ ହେବାକୁ ପଡ଼ିଥିଲା। ଏହି ଘଟଣାକୁ ପ୍ରାୟ ଦୁଇ ମାସ ଉପରେ ହୋଇଯାଇଥିଲା। ସମୀରଣ ବାବୁ ମଧ୍ୟ ସ୍ଲସ୍ଥ ହୋଇଘରକୁ ଫେରି ଆସିଥିଲେ |
ଅଚାନକ ଦିନେ ଏକ ଅଜଣାନମ୍ବରରୁ ତାଙ୍କୁ ଫୋନ୍‌ କରି ଧମକ ଦେଇଥିଲା ଦୀନେଶ ।କହିଥିଲା ସେଥର ସିନା ସେ ବଞ୍ଚିଗଲେ । ହେଲେ ଏଥର ତାଙ୍କୁକିଏ ବାଞ୍ଚାଇବ। ଭୟଭୀତ ହୋଇ ସମୀରଣ ବାବ୍ଛୁ ଥାନାରେ
ଅଭିଯୋଗ କଲେ । ପୁଲିସ ଏଥର ପୂର୍ବାପେକ୍ଷା ଆହୁରି ସଜାଗହୋଇପଡିଲା । ଦୀନେଶର ଫୋନ୍‌ କଲ୍‌ ଟ୍ରାକିଂ କଲା। ଏଥରପୂର୍ବାପେକ୍ଷା ପୁଲିସକୁ ଅଧିକ ସଫଳତା ମିଳିଥିଲା। ମୋବାଇଲ୍‌ ଟ୍ରାକିଂରୁ ଦୀନେଶ ଶିଲିଗୁ ଡିରେ
ଥିବା ଜଣାପଡିଲା । ଆଉ ଡେରି ନ କରିକୋଲାକାତା ପୁଲିସର ଏକ ଚିମ୍‌ ଯାଇଶିଲିଗୁଡିରେ ପହଞ୍ଚିଥିଲେ। ସେଠିମଧ୍ୟ ଅନେକ ଲୁଚାଛପା ଖେଳଖେଳିବା ପରେ ଶେଷରେ `ପୁଲିସକୁ ସଫଳତା ମିଳିଲା। ଶିଲିଗୁଡିରୁ ଦୀନେଶ କୁ ଗିରଫକରାଯଇଥିଲା। କୋଲକାତାକୁ ଅଣାଯିବା ପରେ ସେ ତନୟା ଓ ସମୀରଣଙ୍କୁ ହତ୍ୟା କରିବା କଥା ସ୍ନୀକାର କରିଥିଲା।
ନିଃସନ୍ତାନ ଥିଲେ ସମୀରଣ ଓ ତନୟା
ପୁଲିସକୁ ସେ ଦେଇଥି ବା ବୟାନ ଥିଲା କିଛି ଏମିତି । ସମୀରଣଥୂଲେ ତନୟାଙ୍କଠୁ ଦଶ ବର୍ଷ ବଡ । ସେମାନେ ନିଃସନ୍ତାନଥିଲେ। ସେଣ୍ଟ୍ରାଲ ଆଭେନ୍ୟ୍ୟୁର ଏକ ବ୍ରାଣ୍ଡେଡ୍‌ ଶୋ ରୁମ୍‌ରମାଲିକ ଥିଲେ ସମୀରଣ। ପାର୍କଷ୍ଟିଟ୍‌ ଅଞ୍ଚଳରେ ଏକ ଦାମୀପାର୍ଲର ଚଳାଉଥିଲେ ତନୟା। ଅର୍ଥର ଅଭାବ ନଥିଲା ସମୀରଣଓ ତନୟାଙ୍କ ପାଖରେ। ମାତ୍ର ଯେଉଁ ଜିନିଷର ଅଭାବ ଥିଲାସେଇଟା ହେଉଛି ଶାନ୍ତି। ସନ୍ତାନ ନଥୂବାରୁ ତନୟାଙ୍କ ମନରେସବୁବଳେ ଉଦାସପଣ ରହୁଥିଲା। ଏମିତିକି ସେ ଅନାଥଶ୍ରମରୁପୋଷ୍ଯ ସନ୍ତାନ ଆପଣେଇବା କଥା ଚିନ୍ତା କରୁଥିଲେ ।
ମାତ୍ର ତନୟାଙ୍କ ଏହି ପ୍ରସ୍ତାବ ସମୀରଣଙ୍କ ମନକୁ ଆଦୌପାଉନଥିଲା। ଆଉ ଗୋଟିଏ କଥା ଏମିତି ଥିଲା ଯାହା ସମୀରଣଓ ତନୟାଙ୍କ ପାରିବାରିକ ସଂପର୍କକୁ ଆହୁରି ପ୍ରଭାବିତକରିଥିଲା। ତାହା ଥିଲା ଉଭୟଙ୍କ ମଧ୍ୟରେ ଶିଥୂଳ ଶାରୀରିକସଂପର୍କ । ତନୟାଙ୍କ ଶାରୀରିକ ଚାହିଦା ମେଣ୍ଟାଇ ପାରୁନଥିଲେସମୀରଣ । ଦୀନେଶ ଯେବେଠୁ ତାଙ୍କ ଘରେ ଡ୍ରାଇଭର ଭାବେକାମ ଆରମ୍ଭ କଲା ସେବେଠୁ ସେ ଜାଣିପାରିଥିଲା ସମୀରଣ--ଓ ତନୟା କେହି କାହାକୁ ପସନ୍ଦ କରନ୍ତିନି । ଦୀନେଶ ବେଶ୍‌ଶାନ୍ତ ସ୍ବଭାବର ହୋଇଥିବାରୁ ତନୟା ଅନେକ ସମୟରେ ନିଜମନ କଥା ତା' ଆଗରେ ପ୍ରକାଶ କରୁଥିଲେ। ଧୀରେ ଧୀରେ ସେମାନଙ୍କ ମଧ୍ୟରେ ଭାବନାତ୍କକ ସ୍ତରରେ ଏକ ସଂପର୍କଗଢି  ଉଠି  ଥିଲା |ନିଜ ମନକଥା କହୁଥିବାରୁ ଦୀନେଶ ମନେ ମନେଭାବି ନେଇଥିଲା ଯେ ତନୟା ହୁଏତ ତାଂକୁଭଲ ପାଉଛନ୍ତି। ମାତ୍ର ତାର ସେହି ଧାରଣାକୁ ଦିନେ ଭୁଲ ପ୍ରମାଣିତ କରିଥ୍‌ଲେ ତନୟା। ତେଣୁ ଦୀନେଶ ତନୟାଙ୍କ ପାଖ କ୍ଷମା ପ୍ରାର୍ଥନା କରି   ଥିଲା
ତନୟାଙ୍କୁ ଏକତରଫାଭଲପାଉଥିଲା ଦୀନେଶ
ମାତ୍ର କିଛିଦିନ ପରେ ପୋଷ୍ୟ ସନ୍ତାନ ଗ୍ରହଣ କରିବା କଥାକୁ ନେଇ ସମୀରଣଓ ତନୟାଙ୍କ ମଧ୍ୟରେ ଖୁବ୍‌ ଜୋରରେପାଟିତୁଣ୍ଡ ହୋଇଥିଲା । ସେଦିନସମୀରଣ ରାଗରେ କିଛି ନ ଖାଇଦୋକାନ ବାହାରି ଯାଇଥିଲେ । ତନୟାଘରେ ଏକୁଟିଆ ବସି କାନ୍ଦୁଥିଲେ । ଏହିସମୟରେ ଦୀନେଶ ଆସି ତାଙ୍କୁ ବୁଝାଇଥିଲା।
କହିଥିଲା ସମୀରଣ ଘରକୁ ଫେରିଲେ ସେନିଜେ ତାଙ୍କ ସହ କଥା ହୋଇ ତାଙ୍କୁ ପୋଷ୍ଯସନ୍ତାନ ଗ୍ରହଣ କରିବା ପାଇଁ ରାଜି କରାଇବ । କିନ୍ତୁତନୟା କିଛି ବୂଝିବା ପରିବର୍ଭେ ଆହୁରି କାନ୍ଦିଥ୍‌ଲେ ।ତାଙ୍କୁ ବୁଝାଉ ବୂଝାଉ ଦୀନେଶ ତାଙ୍କର ଏତେ ନିକଟତରହୋଇପଡିଥିଲା ଯେ ତାଙ୍କୁ ଆଲିଙ୍ଗନ କରିଥ୍‌ ଲା । ତନୟାଙ୍କମନ ବି ସେତେବେଳେ ଦୀନେଶ ଆଡ଼କୁ ଢଳିଥିଲା।ଏହାପରେ ଦୁଇଜଣ ସେଇଠି ମିଳିତ ହୋଇଥୂଲେ ।ତନୟା ବୁଝିପାରିଥୁ୍‌ଲେ ସମୀରଣ ତାଙ୍କୁ ଯେଉ ସୁଖଦେଇପାରୁନଥିଲେ ତାହା ଦୀନେଶ ହିଁ ଦେଇପାରିବ । ମାତ୍ରସେ ଦୀନେଶ କୁ ଭଲପାଉ ନଥୂଲେ । କିନ୍ତୁ ଦୀନେଶ ତନୟାଙ୍କୁଭଲପାଉଥୂ ଲା । ଅଚାନକ ଦିନେ ସମୀରଣ ଅଧାରୁ ଦୋକାନ
ବନ୍ଦ କରି ଘରକ୍କୁ ଫେରିଆସିଥ୍‌ଲେ। ଦେଖୁଲେ ଘର ଆଗରେତାଙ୍କ କାର୍‌ ରହିଛି । ସେ ଭାବିଲେ ତନୟା ବୋଧ ହୁଏ ପାର୍ଲରବନ୍ଦ କରି ଶୀଘ୍ର ଫେରିଆସିଛନ୍ତି । ମାତ୍ର ଘର ଭିତରକୁ ଯାଇତନୟା ଓ ଦୀନେଶକୁ ଅନ୍ତରଙ୍ଗ ଅବସ୍ଫାରେ ଦେଖୁ ନିଜ ଭପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ସେଇ ମୁହୂର୍ତରେସେ ଦୀନେଶକୁ ଘରୁ ବାହାରି ଯିବାକୁ କହିଥିଲେ । ମାତ୍ରଦୀନେଶ ଉତ୍କ୍ଷିପ୍ତ ହୋଇ କହିଥିଲା ସେ ତନୟାଙ୍କୁ ଭଲପାଏ। ତେଣ୍ଠୁ ତନୟାଙ୍କୁ ନେଇ ସେ ଏ ଘରୁ ବାହାରିଯିବ। କିନ୍ତୁତନୟା ଦୀନେଶକୁ ଭଲପାଉନଥିଲେ । ସେ କେବଳ ଦୀନେଶସାହାଯ୍ୟରେ ନିଜ ଶାରୀରିକ ଚାହିଦା ପୂରଣ କରୁଥିଲେ ।ତେଣ୍ଟ୍‌ ସେ ଦୀନେଶକୁ କହିଲେ ସେମାନଙ୍କ ମଧ୍ୟରେ ଯାହା ବି କିଛି ଥୂଲା ତାହା କେବଳ ସାମୟିକ ଥିଲା। ଏବେଠୁ ଦୀନେଶଆଉ ଯେମିତି ତାଙ୍କ ଘରକୁ ନଆସେ । ସମୀରଣଙ୍କ ତିରସ୍କାରଓ ତନୟାଙ୍କ ବିଶ୍ଵାସଘାତକତା ଦୀନେଶକୁ ମାନସିକ ସ୍ତରରେବିପର୍ଯ୍ୟସ୍ତ କରିଦେଇଥିଲା । ସେ ସେଦିନ ଯିବା ବେଳେ ପ୍ରତିଶୋଧ ନେବ ବୋଲି ଦୁଇଜଣଙ୍କୁ ଧମକ ଦେଇଯାଇଥିଲା।
ଘଟଣାଦିନ ସମୀରଣ ଓ ତନୟାଙ୍କୁ ସେ ନ୍ୟୁ ମାର୍କେଟ୍‌ରେ ଖୁସି ମିଳାଜରେ ସପିଙ୍ଗ କରୁଥୂବାର ଦେଖୁ ରାଗରେ ଜଳି ଯାଇଥିଲା। ଏହାପରେ ସେ ଏକ ଟ୍ୟାକ୍ସି ଯୋଗେ ସେମାନଙ୍କପିଛା କରିଥି ଲା। ଠାକୁରଘୁକୁର ସ୍ତିତ  ସମୀରଣଙ୍କ ଘରଠୁ କିଛିଦୂରରେ ଟ୍ୟାକ୍ମିରୁ ଓହ୍ଲାଇଥି ଲା। ବାହାରେ କିଛି ସମୟ ଏପଟସେପଟ ହୋଇ ରାତି ପ୍ରାୟ ୯.୨୦ ମିନିଟ ବେଳକୁ କଲିଂବେଲ୍‌ ମାରିଥିଲା |
 କବାଟ ଖୋଲିଥ୍‌ ଲେ ସମୀରଣ | ଦୀନେଶକହିଥିଲା ତାଂର କିଛି ବାକି ଟଙ୍କା ପାଇବାର ଅଛି। ତାକୁ
ସେତକ ନ ମିଳିଲେ ସେ ଏଠାରୁ ହଲିବ ନାହିଁ। ସମୀରଣତାକୁ ଘର ଭିତରକୁ ଆସି ହିସାବ ଦେଖାଇବାକୁ କହିଲେ ।ଦୀନେଶ ଘର ଭିତରକୁ ଆସିବା ପରେ ଭିତର ପଟୁ କବାଟବନ୍ଦ କରିଦେଲା । ସାଙ୍ଗରେ ଆଣିଥିବା ଏକ ମାରଣାସ୍ତରେସମୀରଣ ଓ ତନୟାଙ୍କୁ ଅତର୍କିତ ଆକ୍ରମଣ କରିଥଲା ।ସମୀରଣଙ୍କ ଚିକ୍କାର ଶୁଣି ପାଖ ପଡୋଶୀମାନେ ଆସିଲାବେଳକୁ ସେ ପଛପଟ କବାଟ ଦେଇ ଘଟଣା ସ୍କୁଳରୁ ଫେରାର ହୋଇଯାଇଥି ଲା।

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...