ସୂଚନା ଅଧିକାର ଆଇନ, ୨୦୦୫
(ଆର୍ଟିଆଇ ଆକ୍ଟ,୨୦୦୫)ର ଧାରା-୧୩ରେ କେନ୍ଦ୍ରୀୟ ମୁଖ୍ୟ
ସୂଚନା ଆୟୁକ୍ତ (ଚିଫ୍ ଇନ୍ଫର୍ମେସନ୍ କମିସନର୍-‘ସିଆଇସି’)
ଏବ˚ ସୂଚନା ଆୟୁକ୍ତ (ଇପ୍ଫର୍ମେସନ୍ କମିସନର୍)ମାନଙ୍କର
କାର୍ଯ୍ୟକାଳ ଓ ପଦବୀ ସହିତ
ସ˚ଯୁକ୍ତ ଦରମା
ଓ ଭତ୍ତା ଆଦି
ସମ୍ପର୍କିତ ସର୍ତ୍ତାବଳୀ ନିର୍ଦ୍ଧାରିତ ହୋଇଛି। ଏଥିରେ
ଉଭୟ ପଦବୀ ପାଇଁ କାର୍ଯ୍ୟକାଳ
ଅବଧିକୁ ପାଞ୍ଚବର୍ଷ କିମ୍ବା ସର୍ବୋଚ୍ଚ ବୟସ
ସୀମା ୬୫ ବର୍ଷରେ ସ୍ଥିର
କରାଯାଇଛି। ଚିଫ୍
ଇନ୍ଫର୍ମେସନ୍ କମିସନର୍ଙ୍କର
ଦରମା ଓ ଭତ୍ତା ଦେଶର
ମୁଖ୍ୟ ନିର୍ବାଚନ ଆୟୁକ୍ତ (ଚିଫ୍ ଇଲେକ୍ସନ୍ କମିସନର୍)ଙ୍କ
ଦରମା ଓ ଭତ୍ତା ସହିତ
ସମାନ ହୋଇଛି ଏବ˚ ଇନ୍ଫର୍ମେସନ୍ କମିସନର୍ମାନଙ୍କର
ଦରମା ଓ ଭତ୍ତାକୁ ଇଲେକ୍ସନ୍ କମିସନର ମାନଙ୍କର
ଦରମା ଓ ଭତ୍ତା ସହିତ
ସମାନ ରଖାଯାଇଛି।
ସେହିପରି
ସେହି ଆଇନର ଧାରା-୧୬ରେ
ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ
(ଷ୍ଟେଟ୍ ଚିଫ୍ ଇନ୍ଫର୍ମେସନ
କମିସନର୍) ଏବ˚ ରାଜ୍ୟ
ସୂଚନା ଆୟୁକ୍ତ (ଷ୍ଟେଟ ଇନ୍ଫର୍ମେସନ୍ କମିସନର୍)ମାନଙ୍କ
ସମ୍ପର୍କିତ ଉପରୋକ୍ତ ବିଷୟମାନଙ୍କ ପ୍ରତି ଲାଗୁ ହେଉଥିବା
ସର୍ତ୍ତାବଳୀ ନିରୂପଣ କରାଯାଇଛି।
ସେମାନଙ୍କର କାର୍ଯ୍ୟକାଳ ମଧୢ ଅନୁରୂପ ଭାବରେ
ପାଞ୍ଚବର୍ଷ ବା ସର୍ବୋଚ୍ଚ ୬୫
ବର୍ଷ ବୟସରେ ସ୍ଥିର କରାଯାଇଛି। ଷ୍ଟେଟ୍
ଚିଫ୍ ଇନ୍ଫର୍ମେସନ୍ କମିସନର୍ଙ୍କର ଦରମା
ଓ ଭତ୍ତା ଇଲେକ୍ସନ୍ କମିସନର୍ଙ୍କର ଦରମା ଓ
ଭତ୍ତା ସହିତ ସମାନ ହୋଇଥିବା
ବେଳେ ଷ୍ଟେଟ୍ ଇନ୍ଫର୍ମେସନ୍
କମିସନରଙ୍କର ଦରମା ଓ ଭତ୍ତା
ରାଜ୍ୟ ସରକାରଙ୍କର ମୁଖ୍ୟ ଶାସନ ସଚିବଙ୍କ
ଦରମା ଓ ଭତ୍ତା ସହିତ
ସମାନ ରଖାଯାଇଛି। ସେହି
ଆଇନର ଧାରା-୨୭ରେ ସରକାରଙ୍କୁ
ଆଇନ କାର୍ଯ୍ୟକାରୀ ହେବା ପାଇଁ ଆବଶ୍ୟକ
ନିୟମାବଳୀ ପ୍ରଣୟନ କରିବା ପାଇଁ
କ୍ଷମତା ପ୍ରଦାନ କରାଯାଇଛି।
ବର୍ତ୍ତମାନ
ସ˚ସଦର ଉଭୟ
ଗୃହରେ ନାଟକୀୟ ଢ଼ଙ୍ଗରେ ପାରିତ
ହୋଇଯାଇଥିବା ସୂଚନା ଅଧିକାର ଆଇନ୍ରେ ସ˚ଶୋଧନ
ଅନୁସାରେ ଧାରା-୧୩ ଓ
ଧାରା-୧୬ରେ ପରିବର୍ତ୍ତନ ଘଟି
ଉଭୟ କେନ୍ଦ୍ରରେ ଓ ରାଜ୍ୟରେ ମୁଖ୍ୟ
ଓ ଅନ୍ୟ କମିସନରମାନଙ୍କର
କାର୍ଯ୍ୟକାଳ ଦରମା ଓ ଭତ୍ତା
ଆଦି ସମ୍ବନ୍ଧରେ ସରକାର ନିଷ୍ପତ୍ତି ନେବା
ପାଇଁ ବ୍ୟବସ୍ଥା କରାଯାଇଛି। ଏହି
ଅନୁଯାୟୀ ନିୟମ ପ୍ରଣୟନ ପାଇଁ
ମଧୢ ଧାରା-୨୭ରେ ଆବଶ୍ୟକ
ସ˚ଶୋଧନ କରାଯାଇଛି। ଲୋକସଭାରେ
କ୍ଷମତାସୀନ ଭାରତୀୟ ଜନତା ପାର୍ଟି
ନେତୃତ୍ବାଧୀନ ଏନ୍ଡିଏ ସରକାରଙ୍କର
ଆବଶ୍ୟକରୁ ଅଧିକ ସ˚ଖ୍ୟା
ଗରିଷ୍ଠତା ଥିବା ଯୋଗୁଁ ସ˚ଶୋଧନ ବିଲ୍ଟି
ସହଜରେ ପାରିତ ହୋଇ ଯାଇଥିବା
ବେଳେ ରାଜ୍ୟସଭାରେ ଏନ୍ଡିଏ ବାହାରେ
ଥିବା ବିଜେଡ଼ି, ଟିଆର୍ଏସ,
ଵାଇଏସ୍ଆର୍ସି
ଆଦି ଦଳମାନଙ୍କର ସମର୍ଥନ ବଳରେ ବିଲ୍ଟି ପାରିତ ହେବା
ଏକ ନାଟକୀୟ ତଥା ବିବଦମାନ
ପରିସ୍ଥିତି ସୃଷ୍ଟି କରିଛି।
ସ˚ଶୋଧନ ବିଲ୍ଟିକୁ ବିରୋଧ କରୁଥିବା
ବାମଦଳ, କ˚ଗ୍ରେସ ଓ
ଅନ୍ୟାନ୍ୟ ଦଳମାନେ ସୂଚନା ଅଧିକାରକୁ
ସଙ୍କୁଚିତ କରିବା ପାଇଁ ଭାଜପା
ସରକାରର ଏହା ଏକ ନଗ୍ନ
ଉଦ୍ୟମ ବୋଲି ଚିତ୍କାର କରୁଥିବା
ବେଳେ ବିଜେଡ଼ି ଓ ଅନ୍ୟାନ୍ୟ
ଅଣ-ଏନ୍ଡିଏ ଦଳମାନଙ୍କର ଏହି
ବିଲ୍ ପ୍ରତି ସମର୍ଥନ ସେଭଳି
ପ୍ରତିବାଦକୁ ସ୍ପଷ୍ଟ ରୂପେ ପାଣିଚିଆ
କରି ଦେଇଛି।
ଏହା ସମସ୍ତେ ସ୍ବୀକାର କରିନ୍ତି
ଯେ ସୂଚନା ଅଧିକାରୀ ଆଇନ
ହେଉଛି ପୂର୍ବତନ ୟୁପିଏ ସରକାରର
ବିଭିନ୍ନ କେଳେଙ୍କାରୀର କଳା ବାଦଲ ଭିତରୁ
ଉଙ୍କି ମାରି ଝଟକୁଥିବା ଏକ
ଉଜ୍ଜ୍ବଳ ବିଜୁଳି ଛଟାଭଳି।
ତେଣୁ ସୂଚନା ଅଧିକାର ଆଇନରେ
କିଏ ହାତ ମାରିଲେ କ˚ଗ୍ରେସ ନେତୃବୃନ୍ଦ ପ୍ରତିକ୍ରିୟାଶୀଳ
ହୋଇପଡ଼ିବା ସ୍ବାଭାବିକ (ଯଦି ବା ଏକଦା
ମନମୋହନ ସି˚ହ ସରକାର
ମଧୢ ନାଗରିକମାନଙ୍କୁ ‘ଅଯଥା ସୂଚନା’ ଦାବି
କରିବାରୁ ନିବୃତ୍ତ କରିବା ପାଇଁ
ଆଇନରେ ସ˚ଶୋଧନ ଆଣିବା
ପାଇଁ ଉଦ୍ୟମ କରିବା ଦେଖାଯାଇଥିଲା)। କିନ୍ତୁ
ଯଦି ନିରପେକ୍ଷ ଭାବରେ ଦେଖାଯାଏ, ଆଇନରେ
କରାଯାଇଥିବା ସ˚ଶୋଧନ ଦ୍ବାରା
ନାଗରିକର ସୂଚନା ଅଧିକାର ବାଧାପ୍ରାପ୍ତ
ହେବାର କୌଣସି କାରଣ ଦୃଷ୍ଟିକୁ
ଆସୁନାହିଁ।
ଏହି ଆଇନର ଧାରା-୧୨
(୩)ରେ କେନ୍ଦ୍ରୀୟ ମୁଖ୍ୟ
ଓ ଅନ୍ୟ ସୂଚନା
ଆୟୁକ୍ତମାନଙ୍କର ନିଯୁକ୍ତି ବିଧି ନିରୂପିତ ହୋଇଛି
ଏବ˚ ଧାରା ୧୫ (୩)ରେ ରାଜ୍ୟ ମୁଖ୍ୟ
ଓ ଅନ୍ୟାନ୍ୟ ଆୟୁକ୍ତମାନଙ୍କର
ନିଯୁକ୍ତି ବିଧି ଉଲ୍ଲିଖିତ ହୋଇଛି। ବର୍ତ୍ତମାନର
ସ˚ଶୋଧନ ଏ
ଉଭୟ ଧାରାକୁ ସ୍ପର୍ଶ କରିନାହିଁ। ସେହିପରି
ଧାରା-୧୪ ଓ ଧାରା-୧୭ରେ ସେମାନଙ୍କର ପଦରୁ
ବହିଷ୍କାର ବ୍ୟବସ୍ଥା ସ୍ଥାନ ପାଇଛି।
ସେଥିରେ ମଧୢ କୌଣସି ସ˚ଶୋଧନ କରାଯାଇନାହିଁ।
ସୂଚନା ଅଧିକାର ଆଇନର ଧାରା-୧୨ (୪) ବଳରେ
ମୁଖ୍ୟ ଓ ଅନ୍ୟ ଆୟୁକ୍ତମାନେ
ନିଜର କର୍ତ୍ତବ୍ୟ ସମ୍ପାଦନ କରିବାରେ ସମ୍ପୂର୍ଣ୍ଣ
ସ୍ବାୟତ୍ତ ଅଧିକାର ଉପଭୋଗ କରିଥାନ୍ତି। ସେ
ଧାରାରେ ମଧୢ କୌଣସି ସ˚ଶୋଧନ କରାଯାଇ ନାହିଁ। ଏଣୁ
ବର୍ତ୍ତମାନର ସ˚ଶୋଧନ ଦ୍ବାରା
ସୂଚନା ଆୟୋଗର ସ୍ବାୟତ୍ତତା କ୍ଷୁଣ୍ଣ
ହେଲା ବୋଲି କରାଯାଉଥିବା ଅଭିଯୋଗ
ସମ୍ପୂର୍ଣ୍ଣ ଭିତ୍ତିହୀନ ମନେହୁଏ।
ଅପରପକ୍ଷେ
ଏହି ସ˚ଶୋଧନ ଆଇନରେ
ଥିବା କେତେକ ଅସ˚ଗତି
ଦୂର କରିବାରେ ସାହାଯ୍ୟ କରିବ। ଆଇନରେ
କେନ୍ଦ୍ରୀୟ ମୁଖ୍ୟ ସୂଚନା ଆୟୁକ୍ତଙ୍କୁ
ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ସହିତ ସମାନ ମର୍ଯ୍ୟାଦାପ୍ରଦାନ
କରାଯାଇଛି, ଅର୍ଥାତ୍ ସୁପ୍ରିମ୍କୋର୍ଟ ବିଚାରପତିଙ୍କ ସହିତ
ସମାନ। ଏହା
ଏକ ଅସ˚ଗତି, କାରଣ
ଉଭୟ ସୁପ୍ରିମ୍କୋର୍ଟ ଓ ନିର୍ବାଚନ
ଆୟୋଗ ଗୋଟିଏ ଗୋଟିଏ ସାମ୍ବିଧାନିକ
ଅନୁଷ୍ଠାନ ହୋଇଥିବା ବେଳେ ସୂଚନା ଆୟୋଗ
ହେଉଛି ଏକ ବୈଧାନିକ ଅନୁଷ୍ଠାନ
ମାତ୍ର। ସେଇଭଳି
ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ
ଜଣେ କେନ୍ଦ୍ରୀୟ ସୂଚନା ଆୟୁକ୍ତ ଏବ˚
ପରୋକ୍ଷରେ ଜଣେ ସୁପ୍ରିମକୋର୍ଟ ବିଚାରପତିଙ୍କ
ସହିତ ସମାନ ମର୍ଯ୍ୟାଦା ଉପଭୋଗ
କରିଥାନ୍ତି। କିନ୍ତୁ
ଏକ ଅସ˚ଗତି ସ୍ବରୂପ
ତାଙ୍କର ଏକ ରାୟ ବିରୁଦ୍ଧରେ
ହାଇକୋର୍ଟରେ ରିଟ୍ ଅଭିଯୋଗ ଦାଖଲ
କରାଯାଇପାରେ। ବର୍ତ୍ତମାନର
ସ˚ଶୋଧନ ଆଇନରେ
ଥିବା ଏହି ଅସ˚ଗତି
ଦୂର କରିବା ପାଇଁ ସରକାରଙ୍କୁ
କ୍ଷମତା ପ୍ରଦାନ କରିଛି।
No comments:
Post a Comment