Monday 8 July 2019

ରାଗରେ କରିଥିଲାଭଉଣୀ ଭଉଣୀର ହତ୍ୟା


             ସେ ଦିନ ଥିଲା ଗଣତନ୍ତ୍ର ଦିବସ । ସ୍କୁଲରେ ସାଂସ୍କୃତିକସୌଜକନାର ସମାପ୍ତ ହେବା ପରେ ପିଲାମାନଙ୍କୁନିଜ ନିଜ ଘରେ ଛାଡ଼ି ଅପରାହ୍ନ ବେଳକୁ ଘରକୁ ଫେରିଥିଲେ ଶ୍ୟାମ ସିଂହ। ଘରେ ନଜର ବୁଲାଇ ଦେଖିଲେ ତ କେବଳ ତାଙ୍କ ବଡ଼ ଝିଅ ପୁଷ୍ପା ଥିଲା। ହେଲେ ସାନ ଝିଅ ପ୍ରୀତିକୁଦେଖିବାକୁ ପାଇନଥିଲେ । ପ୍ରୀତିକୁ ଘରେ ନ ପାଇ ଶ୍ୟାମ ସିଂହପୁଷ୍ପାକୁ ପଚାରିଥିଲେ ପ୍ରୀତି କେଉଠି ଅଛି। ପୁଷ୍ପା କହିଥିଲା,ପ୍ରୀତି ସ୍କୁଲରୁ ଆସି ସାଙ୍ଗ ଘରକୁ ଯାଇଛି । ଶ୍ୟାମ ସିଂହ ଝିଅରକଥାକୁ ବିଶ୍ଵାସ କରି ଶୋଇପଡ଼ିଲେ। ପ୍ରାୟ ଘଣ୍ଟାଏ ପରେତାଙ୍କର ନିଦ ଭାଙ୍ଗିଥିଲା। ସେ ବଡ଼ ଝିଅ ପୁଷ୍ପାକୁ ପଚାରିଲେପ୍ରୀତି କ'ଣ ଏପର୍ଯ୍ୟନ୍ତ ଆସିନି | ସନ୍ଧ୍ୟା ହେବାକୁ ବସିଲାଣି | ଏହାପରେ ସେ କିଛି ଘଣ୍ଟା ଅପେକ୍ଷା କରିଥିଲେ। ପ୍ରୀତି ନ ଫେରିବାରୁ ତାଙ୍କର ଚିନ୍ତା ବଢିଥିଲା। ଆଖପାଖ ପଡ଼ୋଶୀଙ୍କୁପ୍ରୀତି ବିଷୟରେ ପଚାରିଥିଲେ । ପ୍ରୀତିର ସାଙ୍ଗମାନଙ୍କ ଘରକୁମଧ୍ୟ  ଯାଇ ବୁଝିଥିଲେ । ହେଲେ ପ୍ରୀତିର ସାଙ୍ଗମାନେ କହିଥିଲେସେ ଆଜି ସ୍କୁଲ ଆସିନଥିଲା। ଶ୍ୟାମ ସିଂହଙ୍କ ମୁଣ୍ଡ ଆଉ କାମକରିନଥିଲା। କାରଣ ପୁଷ୍ପା କହିଥିଲା ପ୍ରୀତି ସ୍କୁଲରୁ ଆସି ସାଙ୍ଗଘରକୁ ଯାଇଛି । ଗାର କିଛି ଲୋକ ଶ୍ୟାମ ସିଂହଙ୍କ ସହିତ ମିଶିପ୍ରୀତିକୁ ଖୋଜିବାକୁ ଯାଇଥିଲେ । ହେଲେ ପ୍ରୀତିର କୌଣସିଖବର ନଥିଲା। ରେଳଷ୍ଟେସନ, ବସ୍ଷ୍ଟାଣ୍ଟ)ୁ ହାଇଧ୍ତ୍ ସବୁଜାଗାରେ ଖୋଜିଥିଲେ। କିନ୍ତୁ ପ୍ରୀତି କେଉଠି ନଥିଲା। ବହୁଖୋଜାଖୋଜି ପରେ ପ୍ରୀତି ନ ମିଳିବାରୁ ଶ୍ୟାମ ସିଂ ଶେଷରେ ଥାନା ପହଞ୍ଚିଥିଲେ ।

ବଡ଼ ଝିଅ ଉପରେ ହୋଇଥିଲା ସନ୍ଦେହ
ଥାନାରୁ ଫେରିବା ପରେ ଶ୍ୟାମ ସିଂହ ଘରକୁ ଯାଇଥିଲେ । ତାଙ୍କୁଲାଗିଥିଲା ପେ ପ୍ରୀତି ନିଖୋଜ ହେବାର ରହସ୍ୟ ନିଶ୍ଚୟ ପୁଷ୍ପାଜାଣିଥିବ। ସେ ପୁଷ୍ପାକୁ ଡକାଇ ପ୍ରୀତି ବିଷୟରେ ପଚାରିଥିଲେ |ହେଲେ ଯେତେବେଳେ ପୁଷ୍ପା କିଛି କହିଲାନି ଶ୍ୟାମ ସିଂହ
ତା'କୁ ମାରିବାକୁ ଆରମ୍ଭ କରିଥିଲେ । ତା'ପରଦିନ କିଛି ଲୋକପୋଖରିକୁ ଗାଧୋଇବା ପାଇ ଯାଇଥିଲେ । ପୋଖରି ନିକଟରେଗୋଟିଏ ବସ୍ତା ଭାସୁଥିଲା। କୁକୁର ସେହି ବସ୍ତାକୁ ଟାଣୁ ଥିଲା ।ବସ୍ତାକୁ ଦେଖି ଲୋକେ ସନ୍ଦେହ କରିଥିଲେ ଯେ ତା' ଭିତରେନିଶ୍ଚୟ କାହାର ଶବ ଥିବ । ପୋଖରିଟି ଶ୍ୟାମ ସିଂହଙ୍କ ଘରରପଛପଟେ ଥିଲା। ସେଥିପାଇ ଖବର ଶୁଣି ଶ୍ୟାମ ସିଂହ ଦୌଡ଼ିଥିଲେ ପୋଖରି ନିକଟକୁ। ବସ୍ତା ଖୋଲି ଦେଖିଲାବେଳକୁ ଯାହା ଦେଖିବାକୁ ପାଇଲେ ସେଥିରେ ତାଙ୍କର ପିତୃହୃଦୟ ବିଲପି ଉଠିଥିଲା। ତା ଭିତରେ ପ୍ରୀତିର ଶବ ଥିଲା। ସୂଚନା ପାଇ ଥାନାଧିକାରୀ ଆର.ପି.ସିଂହ ପୋଖରି ନିକଟରେପହଞ୍ଚିଥିଲେ। ପୁଲିସ ଟିମ୍ ଘଟଣାସ୍ଥୁଳର ନିରୀକ୍ଷଣ କରି ଏବିଷୟରେ ଶ୍ୟାମ ସିଂହଙ୍କୁ ପଚାରିଥିଲେ । ଶ୍ୟାମ ସିଂହ ପୁଲିସ---ଅଧିକାରୀଙ୍କୁ କହିଥିଲେ ପ୍ରୀତିର ହତ୍ୟା ଘଟଣା ତାଙ୍କ ବଡ଼ ଝିଅ ପୁଷ୍ପା ଜାଣିଛି। ଯଦି ତାଂକୁ ଶକ୍ତ କରି ପଚରାଯାଏ ତେବେ ସେ ସତ କଥା ନିଶ୍ଚୟ କହିବ।

ପୁଷ୍ପା ହଁ ଥିଲା ପ୍ରୀତିର ହତ୍ୟାକାରୀ

ମହିଳା ପୁଲିସ ସହାୟତାରେ ପୁଲିସ ପୁଷ୍ପାକୁ ପଚରାଉଚରାକରିଥିଲା। ଏହାପରେ ପ୍ରଦୀପ ଏବଂ ତା ସାଙ୍ଗ ଦୀପକ ପାଲବି ପୁଲିସର ନଜରକୁ ଆସିଥିଲେ। ପ୍ରଥମେ ପୁଷ୍ପା ସାନଭଉଣୀକୁ ହତ୍ୟା କରି ନାହ ବୋଲି ମନା କରିଥିଲା। ହେଲେପୁଲିସ ଟିକେ ଶକ୍ତ ଭାଷାରେ ପଚାରିବାରୁ ସେ କହିଥିଲାସେଦିନ ପ୍ରୀତି ସହିତ ତା'ର ଝଗଡ଼ା ହୋଇଥିଲା। ତାଂପରେପ୍ରୀତି ନିଜକୁ ରୁମ୍ରେ ବନ୍ଦ କରି ଫ୍ୟାନରେ ଫାଶି ଲଗାଇଆତ୍ମହତ୍ୟା କରିଥିଲା। ସେ ଡରି ଯାଇଥିଲା। ସେଥିପାଇଁସେ ପ୍ରୀତିର ଶବକୁ ଅଖାରେ ଭର୍ଭି କରି ଘର ପଛପଟପୋଖରିରେ ଫିଙ୍ଗି ଦେଇଥିଲା। ପୁଷ୍ପାର ଏହି ସ୍ବୀକାରୋକ୍ତିକୁପୁଲିସ ଆଦୌ ବିଶ୍ଵାସ କରି ନଥିଲା। ତଥାପି ସତ ଜାଣିବାପାଇ ଶ୍ୟାମ ସିଂହଙ୍କ ଘରେ ପହଞ୍ଚିଥିଲା ପୁଲିସ । ରୁମ୍ରେ ଥିବାଫ୍ୟାନ୍କୁ ପୁଲିସ ଦେଖିଥିଲା। ହେଲେ ପାରିପାଶ୍ଵ୍ରି କ ପରିସ୍ପିତି ଦେଖି ଜଣାପଡୁଥିଲା ପ୍ରୀତି କେବେ ବି ଫାଶି ଲଗାଇ ନଥିବ।ଏହାପରେ କିଛି ଜିନିଷ ତଦାରଖ କରି ପୁଲିସ ଜାଣିପାରିଥିଲାପୁଷ୍ପା ମିଛ କହି ପୁଲିସ ଓ ତା'ର ବାପାଙ୍କୁ ଭୂଆ ବୁଲାଉଛି। ପୁଷ୍ପାକୁ ପୁଣିଥରେ ଜେରା କରାଗଲା। ତାଂପରେ ସେ ସବୁ ସତ କହିଥିଲା ମାନିଗଲା।

ପ୍ରଦୀପ ସହିତ ଥିଲା ପ୍ରେମ ସଂ ପର୍କ

ପ୍ରଦୀପ ନିଜ ଭାଇ ସହିତ ମିଶି ଏକ ଡେୟାରୀ ଫାର୍ମରେ କାମକରୁଥିଲା। ପ୍ରଦୀପର ସାଙ୍ଗ ଥିଲା ଦୀପକ । ଦୀପକ ପୁଧଷ୍ପାରପଡ଼ୋଶୀ ଥିଲା। ଦୀପକ ଘରକୁ ଯିବା ଆସିବା ସମୟରେତାଂର ନଜର ପଡ଼ିଥିଲା ପୁଷ୍ପା ଉପରେ। ସେ ତାଂକୁ ମନେମନେ ଭଲ ପାଇ ବସିଥିଲା। ପୁଷ୍ପା ବି ତାଂକୁ ଭଲ ପାଉଥିଲା।କଲେଜ ଛୁଟି ହେବା ପରେ ଦୁହେ ବୁଲାବୁଲି କରୁଥିଲେ । ହେଲେ ସେମାନେ ଖିବ୍ ସାବଧାନତାର ସହିତ ମିଳାମିଶା-କରୁଥିଲେ । ସେମାନେ ବହୁ ତ ଚେଷ୍ଟା କରିଥିଲେ ତାଙ୍କ ପ୍ରେମସଂପର୍କ ବିଷୟରେ କେହି ଯେମିତି ନ ଜାଣନ୍ତୁ। ହେଲେ ସାନ ଭଉଣୀ ପ୍ରୀତିକୁ ପ୍ରଦୀପ ଏବଂ ବଡ଼ ଭଉଣୀର ପ୍ରେମସଂପର୍କ ବିଷୟରେ ଜଣା ପଡ଼ିଯାଇଥିଲା। ଦିନେ ପୁଷ୍ପା ଏବଂ
ପ୍ରଦୀପ ବୁଲାବୁଲି କରୁଥିବାର ଦେଖି ଦେଇଥିଲା ପ୍ରୀତି । କିନ୍ତୁରାସ୍ତାରେ କିଛି କହିନଥିଲା। ଘରକୁ ଆସି ଘରେ ବାପାଙ୍କୁକହିଦେଇଥିଲା। କିଛି ସମୟରେ ପୁଷ୍ପା କଲେଜରୁ ଫେରିବାପରେ ପ୍ରଦୀପ ବିଷୟରେ ପଚରା ଯାଇଥିଲା। ପୁଷ୍ପା ସେହିପୁଅକୁ ଭଲପାଉଛି ବୋଲି ସମସ୍ତଙ୍କ ଆଗରେ କହିଥିଲା।ଯେଉଁଥିପାଇ ଶ୍ୟାମ ସିଂହ ରାଗିଯାଇ ତା'କୁ ବାଡ଼େଇ ଥିଲେ |ପୁଷ୍ପାର କଲେଜ ଯିବା ବି ବନ୍ଦ କରିଦେଲେ ।ପ୍ରୀତି ଥିଲା ରାସ୍ତାର କଣ୍ଠାପୁଷ୍ପା ଉପରେ ନଜର ରଖିବା ପାଇ ଶ୍ୟାମ ସିଂହ ସାନଝିଅ ପ୍ରୀତିକୁ କହିଥିଲେ। ପୁଷ୍ପା ଯେବେ ବି ଘରୁ ବାହାରକୁ ଯାଉଥିଲା ପ୍ରୀତି ବି ସାଙ୍ଗରେ ଥିଲା। ଯେଉଥି ପାଇ ପୁଷ୍କାଏବଂ ପ୍ରଦୀପର ମିଳାମିଶା ବନ୍ଦ ହୋଇଯାଇଥିଲା। ପ୍ରଦୀପକିଛିବାଟ ନ ପାଇ ଦୀପକଠୁ ପରାମର୍ଶ ନେଇଥିଲା। ଦୀପକପୂଜାର ପଡ଼ୋଶୀ ଥିବାରୁ ସେ ତା' ଘରକୁ ଯିବାଆସିବାକରୁଥିଲା। ସେଥିପାଇଁ ପ୍ରଦୀପ ଅନିଲକୁ ମୋବାଇଲ ଦେଇକହିଥିଲା ପୁଷ୍ପା ଘରେ ଯେତେବେଳେ କେହି ନଥିବେ ତା'ସହିତ ମୋବାଇଲରେକଥାବାତ୍ତା କରାଇଦେବାକୁ । ଏହାପରେଦୀପକ ପୁଷ୍ପା ଏବଂ ପ୍ରଦୀପର କଥାବାର୍ଭାକରାଇବାର ମାଧ୍ୟ ମ ପାଲଟିଥିଲା।ଯେତେବେଳେ ବି ସୁଯୋଗ ମିଳୁଥିଲାଦୀପକ ପୁଷ୍ପାକୁ ପ୍ରଦୀପ ସହିତ କଥାବାର୍ଭାକରାଇ ଦେଉଥିଲା। କିନ୍ତୁ ଏହା ବେଶୀଦିନ ପର୍ଯ୍ୟନ୍ତ ଚାଲିଲା ନାହ । ଗୋଟିଏ ଦିନ ପୁଷ୍ପା ଫୋନ୍ରେ ପ୍ରଦୀପ ସହିତକଥାବାର୍ଭା ହେବା ସମୟରେ ପ୍ରୀତି ଶୁଣିଦେଇଥିଲା। ପ୍ରୀତି ସବୁକଥା ଘରଲୋକଙ୍କୁକହିଦେଇଥିଲା। ପୁଣିଥରେ ପୁଷ୍ପା ଉପରେଗାଳି ମାଡ଼ ହୋଇଥିଲା। ବାରମ୍ବାର ଏମିତିହେବାରୁ ପୁଷ୍ପା ତାଂ ନିଜ ସାନ ଭଉଣୀକୁଶତ୍ରୁ ଭାବିବା ଆରମ୍ଭ କରିଥିଲା। ସେପ୍ରତିଶୋଧ ନିଆରେ ଜଳୁଥିଲା।

ରାଗରେ କରିଥିଲାଭଉଣୀ ଭଉଣୀର ହତ୍ୟା-
୨୬ ଜାନୁଆରୀ ୨୦୧୯ ଗଣଚନ୍ତ୍ର ଦିବସଥିଲା। ପାଖାପାଖି ସଢେ ୭ଟାରେ ଶ୍ୟାମସିଂହ କାମକୁ ବାହାରି ଯାଇଥିଲେ। ଶ୍ୟାମ ସିଂହ ଯିବା ପରେ ଦୀପକ ପୁଷ୍ପା ଘରେପହଞ୍ଚିଥିଲା ଏବଂ ତା'କୁ ମୋବାଇଲ ଦେଇ ଯାଇଥିଲା। କିଛିସମୟ ପରେ ପ୍ରୀତି ବି କୌଣସି କାମରେ ପଡ଼ୋଶୀଙ୍କ ଘରକୁଯାଇଥିଲା। ଏହି ମଉକାରେ ପୁଷ୍ପା କଲ୍ କରି ପ୍ରଦୀପ ସହିତକଥାବାର୍ତା ହେଉଥିଲା || କିଛି ସମୟ କଥାବାର୍ଭା ହେବା ଭିତରେପ୍ରୀତି ଘରକୁ ଚାଲିଆସିଥିଲା। ପ୍ରୀତି ପ୍ରଦୀପ ସ ହିତ ଫୋନ୍ରେକଥାବାର୍ଭା ହେଉଥିବା ଦେଖି ସେ ବିରୋଧ କରିଥିଲା। ଆଉ କହିଥିଲା ଯେ ସେ ସବୁକଥା ବାପାଙ୍କୁ କହିଦେବ । ପ୍ରୀତିର କଥାଶୁଣି ପୁଷ୍ପାକୁ ରାଗ ଆସିଥିଲା। ପ୍ରୀତି ପୁଷ୍ପାର ହାତରୁ ଫୋନ୍ ଆଣି ତଳେ ଫୋପାଡ଼ି ଭାଙ୍ଗି ଦେଇଥିଲା। ପୁଷ୍ପା ରାଗ ସମ୍ଭାଳିନପାରି ପ୍ରୀତି ବେକରେ ପଡ଼ିଥିବା ସ୍କାର୍ଫକୁ ଦୁଇହାତରେ ଚାପି ଧରିଥିଲା। ସେତେବେଳେ ପୁଷ୍ପା ଭୁଲିଯାଇଥିଲା ସେ ଯାହାର ଗଳା ଚିପି ଧରିଥିଲା ସେ ତାଂ ସାନ ଭଉଣୀ  ପୁଷ୍ପାକୁହୋସ୍ ଆସିଲା ବେଳକୁ ପ୍ରୀତି ମରି ସାରିଥିଲା। ପୁଷ୍ପା ବିଶ୍ଵାସ କରିପାରିନଥିଲା ସେ ତାଂସାନ ଭଉଣୀକୁ ମାରିଦେଇଛି।ସେ ତାଂକୁ ଉଠାଇବାକୁ ଚେଷ୍ଟା କରିଥିଲା। ତା ନାଁ ନେଇ ଡାକିଥିଲା, କ୍ଷମା ମାଗିଥିଲା। ହେଲେ ସେତେବେଳକୁ ପ୍ରୀତିମରିସାରିଥିଲା। ପୁଷ୍ପା କିଛି ସମୟ ପର୍ଯ୍ୟନ୍ତ ପ୍ରୀତିର ଶବପାଖରେ ବସି ଅନୁତାପ କରିଥିଲା। ତାଂପରେ ଧରାପଡ଼ିଯିବା ଭୟରେ ଶବକୁ ନେଇ ପୋଖରିରେ ଫିଙ୍ଗି ଦେଇଥିଲା ।

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...