Monday 8 July 2019

ରୋମାନଟିକ୍ ପାପ


ରେଖା ବୀରେନ୍ଦ୍ରକୁ ବାରମ୍ବାର ବୁଝାଇ ଚାଲିଥାଏ, କଥା ବୃିବାକୁ ଚେଷ୍ଟା କର। ଯାହା ତୁ କହୁଛୁ ସେଇଟକେବେ ବି ସମ୍ଭବ ନୁ ହଁ। ମୋର ନିଜର ଘର ସଂସାର ଅଛି।ସ୍ବାମୀ, ଦୂଇ ପିଲାଛୁଆଙ୍କୁ ଛାଡ଼ି ତୋ ସହିତ ପଳେଇବି ବୋଲି ତୁ କେମିତି କହି ପାରୁଛୁ ? ଏଇଟା କେବେ ବି ହୋଇପାରିବନି। ଆମେ ଦୁଇଜଣ ଭଲ ସାଙ୍ଗ, ଆମ ଭିତରେଯେଉଁ ସଂପର୍କ ଅଛି ସବୁବେଳେ ରହିବ। ସେହି ସଂପର୍କଭାଙ୍କିବାକୁ କେବେ କହିବିନି। ତୁ ମୋ କଥା ବୁଝିବାକୁ ଚେଷ୍ଟାକର ବୋଲି ବୀରେନ୍ଦ୍ର ହତାଶ ହୋଇ ରେଖାକୁ କହିଲା।ତୁ ଜାଣିଛୁ ମୁଁ ତତେ କେତେ ଭଲପାଏ। ତାଂପରେ ବିତୁ ମତେ ଏମିତି କଥା କହୁ ଛୁ। ତୋ ବିନା ମୁଁ ଗୋଟେ ମୁହୂର୍ଭ ବି ରହିପାରିବିନି। ସେଥିପାଇଁ କହୁଛି ସ୍ବାମୀ ୨ଓ ପିଲାଛୁଆଙ୍କ ମୋହ ତ୍ୟାଗ କରି ମୋ ସହିତ ଚାଲି ଆସ। ଆମେ ଏଠାରୁ ବହୁ ଦୂରକୁ ଚାଲିଯିବା। ଆଉ ସେଠି ଆମର ନୂଆ ସଂସାରଗଢ଼ିବା।
     ବୀରେନ୍ଦ୍ରର ଏତେ ବୁଝାଇବା ପରେ ବିରେଖା ତା) କଥାରେ ରାଜି ନଥିଲା। ସ୍ବାମୀ ଓ ପିଲାଙ୍କୁଛାଡି ସେ କୁଆଡେ ଯିବନି ବୋଲି ନିଷ୍ପଭି ନେଇଥିଲା।ଶେଷରେ ଏହି କଥାକୁ ନେଇ ଦୁହିଙ୍କ ଭିତରେ ଖିବ୍ ଜୋର ଝଗଡ଼ା ହୋଇଥିଲା। ବୀରେନ୍ଦ୍ର ରେଖାକୁ ଧମକ ଦେଇକହିଲା, ଯଦି ସେ ତା' ସହିତ ନ ଆସିବ ସେ ତାକୁ ବଦନାମ କରିଦେବ। କିନ୍ତୁ ରେଖା ବୀରେନ୍ଦ୍ରର ଧମକରେ ଡରିନଥିଲା।ବଟଂ ବୀରେନ୍ଦ୍ରକୁ ଜବାବ ଦେଇ କହିଥିଲା, ଧମକ କାହାକୁଦେଉଛୁ ଆମ ସଂପର୍କ ବିଷୟରେ ମୋ ସ୍ବାମୀ ସବୁ ଳାଣିଛନ୍ତି।ହେଲେ ସେ ବହୁତ ଭଲ ବୋଲି ଆଜି ପର୍ଯ୍ୟନ୍ତ ମତେ କିଛିକହି ନାହାନ୍ତି। ତାଙ୍କ ସ୍କାନରେ ଆଉ କେହି ଥିଲେ ମତେ ଘରୁବିଦା କରି ସାରିଥାନ୍ତେ। ତାଙ୍କ ପରି ସ୍ବାମୀଙ୍କୁ ଛାଡି ମୁଁ କୁଆଡେଯିବନି। ବରଂ ତୁ ଆମ ଘରୁ ଚାଲିଯାଆ। ଆଉ କେବେ ତୋମୁହଁ ମତେ ଦେଖେଇବୁନି। ତୋର ମିଛ ପ୍ରେମଜାଲରେପଡ଼ି ମୁଁ ମୋ ସ୍ବାମୀଙ୍କୁ ଧୋକା ଦେଇ ଆସ୍କୁ ଛି। ଆଉ ଆଳିସେଇ ଭୁଲ୍ର ଦଣ୍ଡ ପାଭଛି। ତୋର ଯାହା କରିବାର ଅଛି ତୁ କର। ହେଲେ ମୁଁ ତୋ ସହିତ ଯିବନି। ରେଖା ବୀରେନ୍ଦ୍ରକୁ ଗାଳି କରି ଘରୁ ବାହାର କରିଦେଲା।

ବୀରେନ୍ଦ୍ରର ଥିଲା ଖରାପ ନଜର
        ଲୋକେଶ ଥିଲା ରେଖାର ସ୍ବାମୀ। ଉତ୍ତର ପ୍ରଦେଶର ଗାଁକଂବୋହ ମାଜରା ଥିଲା ଲୋକେଶର ଘର। ସେ ୨୦୦୬ରେରେଖା ସହିତ ବିବାହ କରିଥିଲା। ଲୋକେଶ ଖିବ୍ ସାଧାରଣଓ ସିଧାସାଧା। କିନ୍ତୁ ରେଖା ଦେଖିବାକୁ ଖିବ୍ ସୁନ୍ଦର। ତାଂକୁଯିଏବି ଦେଖିଥିଲେ ତା'ଉପରୁ ଆଖି ହଟାଇ ପାରୁନଥିଲେ। ରେଖା ଭଳି ସୁନ୍ଦରୀ ସ୍ତ୍ରୀକୁ ପାଇ ଲୋକେଶ ବହୁତ ଖିସିଥିଲା। ସେ ରେଖାକୁ ବହୁ ତ ଭଲପାଉଥିଲା ଓ ରେଖା ମଧ୍ୟ ତା'କୁ ଭଲ ପାଭଥିଲା। ଲୋକେଶର ଅଳ୍ପ ବହୁତ ଳମି ଥିଲା।ସେଥିରେ ଘର ଖର୍ଚ୍ଚ ବହୁତ କଷ୍ଟରେ ହେଉଥିଲା। ସେଥିପାଇଁ ୭ ବର୍ଷ ପୂର୍ବେ ଲୁଧିଆନା ଚାଲି ଆସିଥିଲା କାମ ଖୋଳିବାପାଇଁ। ଶେଷରେ ଏକ ସାଇକେଲ୍ କମ୍ପାନୀରେ ତାକୁ ଚାକିରି ମିଳି ଯଇଥିଲା। ଚାକିରି କଲା ପରେ ଲୋକେଶ ଗାଁରୁ ସ୍ଥୀ ଓ ପିଲାଙ୍କୁ ଲୁଧିଆନା ନେଇ ଆସିଥିଲା। ଗ୍ୟାସାମ୍ଲୁର ସ୍ଥିତ ଗଳିନମ୍ବର-୧ରେ ଘର ଭଡା ନେଇ ରହୁଥିଲେ। ସେମାନଙ୍କସଂସାର ଭଲରେ କଟୁଥିଲା। କିନ୍ତୁ ଯେତେବେଳେବୀରେନ୍ଦ୍ରର ନଜର ରେଖା ଭପରେ ପଡିଲା ସବୁକିଛି ଓଲଟ ପାଲଟ ହୋଇଗଲା। ବୀରେନ୍ଦ୍ର ଠିକ୍ ରେଖାର ଘର ସାମ୍ନାରେ ରହୁଥିଲା।

ରେଖା ଫଂସିଥିଲା ବୀରେନ୍ଦ୍ରର ଜାଲରେ-

       ବୀରେନ୍ଦ୍ର ଖିବ୍ ଚାଲାକ ଥିଲା। ରେଖା ଉପରେ ତାଂର ନଜରପଡିବା ଦିନରୁ ତାକୁ ପାଇବା ପାଇଁ ସେ ବ୍ୟାକୁଳ ହୋଇଉଠିଥିଲା। ରେଖାର ସୁନ୍ଦର ଶରୀର ଓ ଚେହେରା ଦେଖି ତାଂସହିତ ଶାରୀରିକ ସଂପର୍କ ରଖିବାକୁ ଚାହିଁ ଥିଲା। ସେଥିପାଇଁସେ ମଉକା ଦେଖି ରେଖା ସହିତ କଥା ହେବାକ୍ତୁ  ଚାହୁଁଥିଲା।ହେଲେ ରେଖା ତାକୁ ନ ଚାହିଁ ତାଂ ବାଟରେ ଚାଲି ଯାଉଥିଲା।ହେଲେ ବୀରେନ୍ଦ୍ର ମଧ୍ୟ  ହାର୍ ମାନିନଥିଲା। ରେଖାକୁ ପାଇବାପାଇଁ ସେ କିଛି ବି କରିବାକୁ ପ୍ରସ୍ତୁତ ଥିଲା। ସେଥିପାଇଁବୀରେନ୍ଦ୍ର ରଚିଥିଲା ତା ଚାଲ୍। ରେଖାର ସ୍ବାମୀ ଲୋକେଶ ସହିତ ଆରମ୍ଭ କରିଥିଲା ବନ୍ଧୁତ୍ବର ସଂପର୍କ। ଏହାର ଫାଇଦାଉଠାଇ ସେ ବାରମ୍ବାର ରେଖା ଘରକୁ ଯିବା ଆସିବା କରୁଥିଲା। କିନ୍ତୁ ରେଖା ବୀରେନ୍ଦ୍ରର ଷଡ଼ଯନ୍ତ୍ର ବିଷୟରେ ପୂରାପୂରି ଅଜଣା ଥିଲା। ରେଖାକୁ ପାଇବା ପାଇଁ ସେ ଲୋକେଶ ଓ ରେଖାଭିତରେ ଫାଟ ସୃଷ୍ଟି କରିଥିଲା। ଲୋକେଶର ଅଧ୍କାଂଶ ନାଇଟ୍ ଡିୟୁଟି ଥାଏ । ଯାହାର ବୀରେନ୍ଦ୍ର ଖିବ୍ ଫାଇଦା ଉଠାଇଥିଲା।ଲୋକେଶ ଡିୟ୍ଫୁଟି ଯିବା ପରେ ବୀରେନ୍ଦ୍ର କିଛି ବାହାନ କରି ରେଖା ଘରେ ହାଜିର ହେଇ ଯାଉଥିଲା। ସାଙ୍ଗ ଭାବି ରେଖାମଧ୍ୟ  ତାଂକୁ ଘର ଭିତରକୁ ଡାକୁ ଥିଲା। କିନ୍ତୁ ଏହିବନ୍ଧୁ ତ୍ଵର ସଂପର୍କ କେତେବେଳେ ଯେ ଅନୈତିକସଂପପର୍କରେ ପରିଣତ ହୋଇଯାଇଥିଲା ରେଖା ଜାଣିପାରିନଥିଲା। ବୀରେନ୍ଦ୍ର ତା ଉଦ୍ଦେଶ୍ୟରେସଫଳ ହୋଇଥିଲା। ରେଖାକୁ ତାଂ ମିଛ ପ୍ରେମଜାଲରେ ଫସାଇ ତା ସହିତ ଶରୀରିକ ସଂପର୍କ ରଖିଥିଲା। ଆଉ ଦୁହିଁଙ୍କ ଭିତରେ ଆରମ୍ଭ ହୋଇଯାଇ ଥିଲା ଏକ ପାପ ସଂପର୍କ । କିନ୍ତୁ ଏହି ସଂପର୍କ ରେଖାକୁସେତେବେଳେ ଖଟା ଲାଗିଥିଲା ଯେତେବେଳେ ବୀରେନ୍ଦ୍ର ତାକୁ କହିଥିଲା ସ୍ବାମୀ ଓ ପିଲାକୁ ଛାଡି ତାସହିତ ପଳେଇବାକୁ। ବୀରେନ୍ଦ୍ର ଠାରୁ ଏପରି କଥା ଶୁଣି ରେଖା ତାଂ ଭୁଲକୁ ମନେ ପକାଇ କାନ୍ଦୁଥିଲା। କାରଣ ରେଖା ଜାଣି ସାରିଥିଲା ସେ ଗୋଟେ ବଡ଼ ସଇତାନ୍ର ଜାଲରେ ଫସି ସାରିଛି। ସ୍ବାମୀ ଓ ପିଲାଙ୍କୁ ଛାଡ଼ି ଯିବାକୁ ରେଖା ମନା କରିଥିଲା। କିନ୍ତୁ ରେଖା ଜାଣିନଥିଲା ତା ଭୁଲର ଦଣ୍ଡ ଏତେ ବଡ଼ ବୋଲି । ବୀରେନ୍ଦ୍ର ବାରମ୍ବାର ବୁଝାଇବା ପରେ ରେଖା ନ ମାନିବାରୁ ସେ ଖିବ୍ ରାଗି ଯାଇଥିଲା।
ଶେଷରେ କରିଥିଲା ହତ୍ୟା
୨ ଏପ୍ରିଲ, ସକାଳ ସମୟ | ମଉକା ଦେଖ୍ ବୀରେନ୍ଦ୍ର ରେଖା ଘରକୁ ଯାଇଥିଲା। ରେଖା ସେତେବେଳେ ଘରେ ଏକୁଟିଆଥିଲା। ଲୋକେଶ କାମକୁ ଚାଲି ଯାଇଥିଲା ଓ ଦୁଇ ପିଲାସ୍କୁଲ। ବୀରେନ୍ଦ୍ର ଆଉ ବୁଝାଇବାକୁ ଚେଷ୍ଟା କଲା ନାହିଁ।ତାର ଗୋଚିଏ ପ୍ରଶ୍ନ ଥିଲା ଯେ ରେଖା ତା ସହିତ ଯିବ ନାନାହିଁ। ରେଖାର ନା ଶୁଣି ବୀରେନ୍ଦ୍ର ଆଉ ନିଜ ରାଗ ସମ୍ଭାଳି ପାରିନଥିଲା। ରୋଷେଇ ଘରକୁ ଦୌଡ଼ି ଯାଇ ଛୁରୀ ନେଇଆସିଥିଲା। ରେଖା ଉପରେ ଛୁରୀରେ ଆକ୍ରମଣ କରିଥିଲା।ହଠାତ୍ ବୀରେନ୍ଦ୍ରର ଏପରି ରୂପ ଦେଖି ରେଖା ବହୁତଡରି ଯାଇଥିଲା। ସେ ବୀରେନ୍ଦ୍ରର ଆକ୍ରମଣରୁ ବଞ୍ଚିବା ପାଇଁବହୁତ ଚେଷ୍ଟା କରିଥିଲା। କିନ୍ତୁ ବୀରେନ୍ଦ୍ର ତାକୁ ଧକ୍କା ଦେଇତଳେ ପକାଇ ଦେଇଥିଲା ଓ ରେଖା ପିନ୍ଧିଥିବା ଓଢ଼ଣୀରେ ତା ଗଳା ଚିପି ହତ୍ୟା କରିଥିଲା। ରେଖାକୁ ହତ୍ୟା କଲାପରେ ନିଳ ଘରକୁ ଫେରିଯାଇଥିଲା। ସେଠି ସେ ମୂଷାମରା ଞ୍ଚିଷଧ ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ପଡ଼ୋଶୀ ଲୋକଙ୍କ ସନ୍ଦେହ ହେବାରୁ ସେମାନେ ପୁଲିସଡାକିଥିଲେ। ଥାନାଧିକାରୀ ଗୁରବିନ୍ଦର ସିଂହ ଘଟଣାସ୍ଥଳରେପହଞ୍ଚି ଲୋକେଶର ଘରକୁ ଯାଇଥିଲେ ଯେଉଁଠି ରେଖାର ଶବବେଡ୍ ଉପରେ ପଡିଥିଲା। ପୁଲିସ ରେଖାର ଶବକୁ ଜବତକରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇ ଦେଇଥିଲେ।ଆଭ ବୀରେନ୍ଦ୍ରକୁ ଧରି ମେଡିକାଲ ନେଇଥିଲେ। ସେଠାରୁ ସେଭଲ ହୋଇ ଆସିବା ପରେ ସବୁ ସତ କଥା ସ୍ବୀକାର କଲା। କୋର୍ଟର ନିର୍ଦ୍ଦେଶାନୁ ସାରେ ବୀରେନ୍ଦ୍ରକୁ ଜିଲ୍ଲା ଜେଲ୍ ପଠାଇ ଦିଆ ଯାଇଥିଲା।

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...