Friday 2 August 2019

ମହଙ୍ଗା ପଡ଼ିପାରେ ଆଣ୍ଡ୍ରଏଡ୍‌ ମୋବାଇଲ୍ ଆପ୍‌ ମୋହ, ତଥ୍ୟ ଚୋରାଉଛି ୧୩୨୫ ଆପ୍‌ |



ଆପଣଙ୍କ ନିକଟରେ ଆଣ୍ଡ୍ରଏଡ୍ଫୋନ୍ଅଛି କି? ମନ ଇଚ୍ଛା ନୂଆ ନୂଆ ଆପ୍କୁ ଆପଣାଉଛନ୍ତି କି? ତେବେ ସାବଧାନ ଏହି ଆପ୍ପ୍ରେମ ଆପଣଙ୍କୁ ମହଙ୍ଗା ପଡ଼ିପାରେ ଧ୍ୟାନଦିଅନ୍ତୁ ଯେ, ନୂଆ ଆପ୍ଲିକେସନ୍ଟିଏ ଆସିବା ମାତ୍ରେ ତା ସମ୍ବନ୍ଧରେ ସବିଶେଷ ନପଢ଼ି ଆପଣ ଯଦି ତାକୁ ଆପଣାଇ ନେଉଛନ୍ତି ତେବେ ତାହା ଆପଣଙ୍କ ମୋବାଇଲ୍ରେ ଥିବା ସମସ୍ତ ତଥ୍ୟ ଚୋରି କରି ନେଉଛି ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି ଯେ ୧୩୨୫ ଆପ୍ ବା ଆପ୍ଲିକେସନ୍ଆପଣଙ୍କ ତଥ୍ୟ ଚୋରାଇ ନିଜ ସର୍ଭରରେ ମହଜୁଦ ରଖୁଛି ଏମିତି କି ଏକ ଫଟୋ ଏଡିଟିଙ୍ଗ୍ଆପ୍ଫଟୋକୁ ମାଧ୍ୟମ କରି ସମସ୍ତ ଜିପିଏସ୍ତଥ୍ୟ ହାସଲ କରି ନେଉଛି ଏଥିପାଇଁ ଅନୁମତି ନଥିଲେ ମଧ୍ୟ ତଥ୍ୟ ସେଇ ଆପ୍ଲିକେସନ୍ ସର୍ଭରକୁ ଚାଲି ଯାଉଛି

ସର୍ଭରକୁ ଚାଲିଯାଉଛି ବ୍ୟକ୍ତିଗତ, ବ୍ୟାଙ୍କିଙ୍ଗ ତଥ୍ୟ
ଏହି ଭାଇରସ୍ଆପଣ ଡାଉନ୍ଲୋଡ୍କରିଥିବା ଏବଂ ଆପଣଙ୍କ ଆଣ୍ଡ୍ରଏଡ୍ମୋବାଇଲ୍ରେ ମହଜୁଦ ଥିବା ହ୍ବାଟ୍ସଆପ୍‌, ସେୟାର ଇଟ୍‌, ଏମ୍ଏକ୍ସ ପ୍ଲେୟାର, ଜିଓ ଟିଭି, ଫ୍ଲିପ୍କାର୍ଟ, ଟ୍ରୁ କଲର ଡେଲି ହଣ୍ଟ୍ଭଳି ଆପ୍ଲିକେସନ୍ ସ୍ଥାନ ଅକ୍ତିଆର କରି ନେଉଛି ଆପଣଙ୍କ ଅଜାଣତରେ ଏହା ହେଉଥିବାରୁ ଆପଣ ଭାବୁଥିବେ ଠିକ୍ଆପ୍ବ୍ୟବହାର କରୁଛନ୍ତି ମାତ୍ର ତାହା ହୁଏତ ଭାଇରସ୍ଦ୍ବାରା ନିୟନ୍ତ୍ରିତ ହେଉଥିବ ସବୁଠୁ ବଡ଼ କଥା ହେଉଛି ନେତା ମନ୍ତ୍ରୀ, ପୁଲିସ୍‌, ସେନାବାହିନୀଙ୍କ ଆଣ୍ଡ୍ରଏଡ୍ ମୋବାଇଲ୍ରେ ଯଦି ଏହି ଭାଇରସ୍ପ୍ରବେଶ କରିଥାଏ ତାହା ସୁରକ୍ଷା କ୍ଷେତ୍ରରେ ସମସ୍ୟା ଉପୁଜାଇବାର ସମ୍ଭାବନା ରହିଛି

ସାଂଘାତିକ ଏଜେଣ୍ଟ୍ସ୍ମିଥ୍
ଏଜେଣ୍ଟ୍ସ୍ମିଥ୍ମାଲ୍ୱେର୍‌ (କମ୍ପ୍ୟୁଟର ଆଣ୍ଡ୍ରଏଡ୍ଫୋନ୍କୁ ବିଭିନ୍ନ ଉପାୟରେ ହାନି ପହଞ୍ଚାଉଥିବା ଭାଇରସ୍‌) ମଧ୍ୟ ବହୁଳ ବ୍ୟବହାର ହେଉଥିବା ବିଭିନ୍ନ ଆପ୍ଉପରେ କବ୍ଜା କରିନେଇଛି ଫଳରେ ଆପଣ ହ୍ବାଟ୍ ଆପ୍ବ୍ୟବହାର କରୁଥିବେ ମାତ୍ର ଏହା ପ୍ରକୃତ ହ୍ବାଟ୍ସଆପ୍କୁ ସ୍ଥାନାନ୍ତର କରି ତା ସ୍ଥାନ ଅକ୍ତିଆର କରିନେଇପାରେ ଆପଣଙ୍କ ଅଜାଣତରେ ହୁଏତ ଏହା ଆପଣଙ୍କ ଆଣ୍ଡ୍ରଏଡ୍ମୋବାଇଲ୍କୁ ଆକ୍ରମଣ କରୁଛି ମାତ୍ର ଆପଣ ଜାଣିପାରୁନାହାନ୍ତି ଥାର୍ଡ ପାର୍ଟି ଆପ୍ରୁ ଯଦି ଆପଣ କୌଣସି ଆପ୍ଡାଉନ୍ଲୋଡ୍କରୁଛନ୍ତି ତେବେ ଫସିବା ସମ୍ଭାବନା ଅଧିକ ଗୁଗୁଲ୍ତା ପ୍ଲେ-ଷ୍ଟୋର୍ରୁ ଏହିଭଳି ୧୬ଟି ଆପ୍ଚିହ୍ନଟ କରି ହଟାଇ ସାରିଥିଲେ ମଧ୍ୟ ଆପଣ ପୂର୍ବରୁ ପ୍ଲେ ଷ୍ଟୋର୍ରୁ ଡାଉନ୍ଲୋଡ୍କରି ବ୍ୟବହାର କରୁଥିବା ଆପ୍ଗୁଡ଼ିକ ବି ହାନି ପହଞ୍ଚାଇପାରେ ଫଳସ୍ବରୂପ ଆପଣ ଲକ୍ଷ୍ୟ କରିଥିବେ ଯେ, ଏବେ ବିଭିନ୍ନ ଆପ୍ବାରମ୍ବାର ଅପ୍ଡେଟ୍ମାଗୁଛନ୍ତି ଅପ୍ଡେଟ୍କରାଇଦେବା ନିତାନ୍ତ ଆବଶ୍ୟକ ମଧ୍ୟ

ବିଜ୍ଞାପନ, ପପ୍ଅପ୍ ଦ୍ବାରା ଆକର୍ଷିତ କରୁଛି
ବିଶେଷକରି ଆଣ୍ଡ୍ରଏଡ୍ ଭର୍ସନ୍ରେ ଏହି ଭାଇରସ୍ ଆକ୍ରମଣ ଦେଖିବାକୁ ମିଳୁଛି ବିଭିନ୍ନ ଅବାଞ୍ଝିତ ବିଜ୍ଞାପନ ପପ୍ଅପ୍ ଜରିଆରେ ଲୋଭ ଦେଖାଇ ଏହା ଆଣ୍ଡ୍ରଏଡ୍ଫୋନ୍ମଧ୍ୟରେ କବ୍ଜା କରୁଛି ବିଶେଷକରି ମୋବାଇଲ୍ଆଣ୍ଟି ଭାଇରସ୍‌, ସେକ୍ସ ଗେମ୍, ସେଲ୍ଫି କ୍ୟାମେରା ବିସ୍ତୃତ କରିବା ଭଳି ପ୍ରଲୋଭନ ଜରିଆରେ ଏହି ଆପ୍ଡାଉନ୍ଲୋଡ୍କରିବାକୁ ଲୋଭ ଦେଖାଉଛି

ଦେଢ଼ କୋଟି ମୋବାଇଲ୍ରେ ଏଜେଣ୍ଟ୍ସ୍ମିଥ୍
ସଂପ୍ରତି ଦେଢ଼ କୋଟି ମୋବାଇଲ୍ରେ ଏହି ଏଜେଣ୍ଟ୍ସ୍ମିଥ୍ଭାଇରସ୍ରାଜ କରୁଛି ଏମାନଙ୍କ ଭିତରେ ହୁଏତ ଆପଣ ବି ଥାଇପାରନ୍ତି ତେଣୁ ଆପଣ ଦିଗରେ ସତର୍କ ରହିବା ଉଚିତ୍ ସୂଚନା ବୈଷୟିକ ବିଭାଗ ଏନେଇ ଏକ ସର୍କୁଲାର ଜାରି କରିବା ସହ ସାଇବର କ୍ରାଇମ୍ପୁଲିସ୍କୁ ଏହି ଭାଇରସ୍ ବିପଦପୂର୍ଣ୍ଣ ଦିଗ ବାବଦରେ ତର୍କ କରିଛି

କୁହନ୍ତି ସାଇବର ଏକ୍ସପର୍ଟ?
୧୩୨୫ ଆପ୍ତଥ୍ୟ ଚୋରାଇ ନେଉଥିବା ଚିହ୍ନଟ କରାଯାଇଛି ଯଦି ଆପଣ ଇଣ୍ଟରନେଟ୍ଅନ୍କରିଛନ୍ତି ଏବଂ ଥରେ ଏହି ହାନିକାରକ ଆପ୍କୁ ଇନ୍ଷ୍ଟଲ୍କରିଦେଇଛନ୍ତି ତେବେ ସେଇ ଆପ୍ତା ସର୍ଭରକୁ ଆପଣଙ୍କ ମୋବାଇଲ୍ରେ ଥିବା ସବିଶେଷ ତଥ୍ୟ ଚୋରାଇ ନେବାର ଆଶଙ୍କା ରହିଛି ଏମିତି କି ଇନ୍ଷ୍ଟଲ୍କରିବା ପରେ ଆଲାଉ କିମ୍ବା ଡେନାଏ ଅପ୍ସନ୍ମାଗିବା ପରେ ଯଦି ଆପଣ ଡେନାଏ ଉପରେ ବି କ୍ଲିକ୍କରନ୍ତି ତେବେ ବି ଏହି ଆପ୍ଆପଣଙ୍କ ତଥ୍ୟ ତା ସର୍ଭରକୁ ନେବାରେ ସଫଳ ହେବ ବୋଲି କହିଛନ୍ତି ସାଇବର ଏକ୍ସପର୍ଟ ଚିରାଗ ରଥ ସଂପ୍ରତି ଓଡ଼ିଶାରେ ସିଆଇଡି କାର୍ଯ୍ୟାଳୟ, କଟକରେ ଏକମାତ୍ର ସାଇବର କ୍ରାଇମ୍ପୁଲିସ୍ଷ୍ଟେସନ୍ରହିଥିବା ବେଳେ ଯଦି ଏହି ଭାଇରସ୍ଯୋଗୁ ସାଇବର କ୍ରାଇମ୍ସଂଖ୍ୟା ବୃଦ୍ଧି ପାଏ ତେବେ ଏହା ଓଡ଼ିଶା କ୍ଷେତ୍ରରେ ଆହ୍ବାନ ପାଲଟିବ ବୋଲି ସେ କହିଛନ୍ତି

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...