Saturday 10 August 2019

ଲିପିକାର ବୁକୁ ଫଟା ଚିତ୍କାର


ମ ତେ ଛଡ଼ିଦିଅ। ଦୟାକରି ଏମିତି କର ନାହିଁ। ମୁଁ ମରିଯିବି। କେହି ଦୟା କରି ମତେ ବଞ୍ଚାଅ। ଏହା ଥିଲାଲିପିକା ପାଚିରୁ ବାହାରିଥିବା ହୃଦୟ ବିଦାରକ କେଇ ପଦ। ହେଲେ ସେକଥା କାହା କାନରେ ପଡ଼ିନଥିଲା। ଓଲଟା ମୃତ୍ୟୁ 'ହାତରୁ ରକ୍ଷା ପାଇବାକୁ କାକୁତି ମିନତି କରୁଥିବା ବେଳେତାଂକୁ ମାରୁଥିବା ଲୋକମାନେ ଅଧିକରୁ ଅଧିକ ବୀଭତ୍ସପାଲଟି ଯାଇଥିଲେ। ନା କେହି ବି ଶୁଣିପାରିଲେନି ବଞ୍ଚିବାପାଇଁ ଲିପିକାର ବୂକୁଫଟ ଚିତ୍କାର, କାହା ଆଖିରେ ପଡ଼ିଲାନାହିଁ ତାଂ ସହିତ ହେଉଥିବା ନାରକୀୟ ଅତ୍ୟାଚାର। ସେ ହାରିଯଇଥିଲା। ଆଉ ଜିତି ଯଇଥିଲେ ତା' ଶାଶୂଘର ଲୋକେ ଯେଉଁମାନେ ସେଦିନ ରକ୍ତମୁଖା ଦାନବ ପାଲଟି ଯାଇଥିଲେ। 

ସେ ଦିନ ଥିଲା ୨୦୧୮ ଜୁଲାଇ ୧୪ ତାରିଖ । ଦିନ ଗଡ଼ି ସଞ୍ଜ ନଇଁ ଆସୁ ଥାଏ । ବୋହୂ ଲିପିକାକୁ ଶାଶୂ ଲତା, ନଣନ୍ଦ ଜିନିଓ ସ୍ବାମୀ କୁଲୁ ଧମକ ଦେଉଥିଲେ ଯେ ଯୌତୂକ ସାମଗ୍ରୀ ନଆଣିବା ପର୍ଯ୍ୟନ୍ତ ଏ ଘରେ ତା'ର କୌଣସି ସ୍ମ୍ରନ ନାହିଁ। କେବଳସେଦିନ ନୁହେଁ। ଏହା ପୂର୍ବରୁ ଅନେକ ଥର ବାପା ଭାଇଙ୍କୁକହି ତୁରନ୍ତ ଲକ୍ଷେ ଟଙ୍କା ଆଣିବା ପାଇଁ ବାରମ୍ବାର ଲିପିକାଙ୍କୁତାଗିଦ କରୁଥିଲେ ଶାଶୂଘ୍ଘର ଲୋକେ । ବାହାଘର ପରଠାରୁଏସବୁ ଶୁଣି ଶୁଣି ଲିପିକା ବଧ୍ର ପଡ଼ିଯାଇଥିଲା। ବାପା ଜଣେଛୋଟ କାରଖାନାର ଶ୍ରମିକ ହୋଇ କିଭଳି ଏତେ ଟଙ୍କା ଦେବେ
ସେ କଥା ଭାବି ଲିପିକାର ମନ ଆନ୍ଦୋଳିତ ହେଉଭଥିଲା। ସ୍ବାମୀ, ଶାଶୂ ଓ ନଣନ୍ଦଙ୍କ ଏତେବଡ଼ ଦାବିକୁ ପୂରଣ କରିବାତା' ବାପଘର ଲୋକଙ୍କ ପାଖରେ ସମ୍ଭବ ହେବ ନାହିଁ ବୋଲିରୋକଠୋକ୍ ମନା କରି ଦେଇଥିଲା। ଏହା ପରଠାରୁ ଆରମ୍ଭହୋଇଯାଇଥିଲା ମାଡ଼ ଗାଳି । ମାଡ଼ ଅସହ୍ୟ ହେବାରୁ ବାପଘରୁତୁରନ୍ତ ଆସି ନେଇଯିବା ପାଇଁ ଟେଲିଫୋନ୍ କରିଥିଲା ଲିପିକା।ହେଲେ ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ବାପଘରୁ ଆଶ୍ଵସନାମିଳିଥିଲା। ବାପଘରକୁ କାହିଁ କି ଫୋନ୍ କଲୁ ବୋଲି ଶାଶୂଘରଲୋକଙ୍କର ରାଗ ପଞ୍ଚମକୁ ଉଠିଯାଇଥିଲା। ଦାନ୍ତ କଡ଼ମଡ଼
କରି ଶାଶୂ ଏବଂ ନଣନ୍ଦ ଝାମ୍ମି ନେଇଥିଲେ ବୋହୂ ଲିପିକାକୁ।ଅଗ୍ନି ଏବଂ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି  ସାତଳନମ ପାଇଁଯାହାର ହାତ ଧରିଥିଲା ସେ କ୍ଷଣିକରେ ପାଲଚିଗଲା ବଇରି ।ରୋଷେଇ ଘରୁ କିରାସିନୀ ଜାରକିନ୍ ଆଣି ଦେହ ସାରା ଢାଳିଦେବାପରେ ଦିଆସିଲି ଜଳାଇ ନିଆଁ ଲଗାଇଦେଲେ। ନିଜରଲୋକଙ୍କ ଆଗରେ ଳିଅନ୍ତା ଜଳି ଛଟପଟ ହେଉଥିଲେ ବିମଣିଷ ପଣିଆ ହଳିଯାଇଥିଲା ସତେ ଯେମିତି । ବଞ୍ଚିବା ପାଇଁ ପାଣି ଟ୍ଯାପ୍ ପାଖକୁ ଯଉଥିବାବଳେ ପୁଣି ମାଡ଼ଗାଳିମିଳିଥିଲା। ସେଦିନର ଲୋମଟାଙ୍କୁରା ଘଟଣା ସମସ୍ତଙ୍କୁ ବିଚଳିତ କରିଦେଇଛି। ଆଠଦିନର ସଂଘର୍ଷ ପରେ ଜୀବନ ଯନ୍ତ୍ରଣାରେ ଛଟପଟ ହେଉଥବା ସେହି ମଣିଷଟି ସବୁଦିନପାଇଁ ଆଖ୍ ବୁଜିଥିଲେ ବି ଯାହାକୁ ନିଜର ଭାବିଥ୍ଲା ସେମାନଙ୍କମନରେ ତିଳେ ବି ଅନୁଶୋଚନା ଦେଖି ବାକୁ ମିଳିନଥିଲା ।
ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ପଞ୍ଚାୟତ ଅନ୍ତର୍ଗତନରଣଘ୍ୁର ଗାଁର ଲଳିତ ପ୍ରଧାନ କଳିଙ୍ଗ ଝୋଟ କାରଖାନାରଜଣେ ଶ୍ରମିକ। ତାଙ୍କ ୬ ଝିଅଙ୍କ ମଧ୍ୟରୁ ଲିପିକା (୨୫) ଥିଲାତୃତୀୟ। ରୂପରେ ଯେମିତି ସୁନ୍ଦର, ଗୁଣରେ ଅନୁପମ ।ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ତାଳବରକୋଟ ଗାଁର ସ୍ବର୍ଗତନିବାସୀ ମଲ୍ଲିକଙ୍କ ପୁଅ କୁଲ୍ଲ ମଲ୍ଲିକ୍ ୩୮)ଙ୍କୁ ୨୦୧୭ଅକ୍ଷୟତୃତୀୟା ଦିନ ବୈଦିକ ରୀତିରେ ବିବାହ କରିଥିଲେ ।ନରଣପୁର ଗାଁ ଶିବ ମନ୍ଦିରରେ ବିବାହ ଖି ବ ଧୁମ୍ଧାମ୍ରେସମ୍ପନ୍ନ ହୋଇଥିଲା। ବିବାହ ସମୟରେ ଶାଶୂଘର ଦାବିମୁତାବକ ୧ ଲକ୍ଷ ଟଙ୍କା ଏକ ମଟର ସାଇକେଲ୍, ସୁନାଗହଣାଓ ବିଭିନ୍ନ ଆସବାବପତ୍ର ଦିଆଯଇଥି ଲା। ମାସେ ଦୂଇମାସପରେ ଲିପିକାଙ୍କ ଜୀବନରେ ଝଡ ସୃଷ୍ଟି ହୋଇଥଲା । ଶାଶୂଏବଂ ସ୍ଵାମୀ ଆଉ ଏ କଲକ୍ଷ ଯୌତୂକ ଆଣିବା ସହ ସୌଖି ନ ସାମଗ୍ରୀ ଆଣିବା ପାଇଁ ଲିପିକା ଉପରେ ମାନସିକ ଚାପ ପକାଇଆସ୍ଲୁଥ୍ଲେ । ନଣନ୍ଦ ଯେତେବେଳେ ଘରକୁ ଆସନ୍ି ସିଏ ବିଦେଖେଇ ସିଖେଇ କହିବା ସହ ଯୌତୁକ ସାମଗ୍ରୀ ଆଣିବାପାଇଁ କଟୁ କଥା କହିଥାନ୍ତି। ବର୍ଷକର ଦାମ୍ପତା ଜୀବନରେତିନି ତିନିଥର ଭଦ୍ର ଲୋକଙ୍କ ଉପସ୍ମିତିରେ ଏ ସବୁରସମାଧାନ ପାଇଁ ଉଦ୍ୟମ ହୋଇଛି । ଭଦ୍ରଲୋକଙ୍କର ସବୁ ପ୍ରୟାସ ଯେ ବିଫଳ ହେଲା ଜୁଲାଇ ୧୪ତାରିଖ ରାତିର ଘଟଣାକୁ ଅନ୍ଲଶୀଳନ କଲେ ସ୍ପଷ୍ଟ ବାରି ହୋଇପଡିବ ।

ଳୁଲାଇ ୧୪ ତାରିଖ ଶନିବାର ସଂଧ୍ଧା ଶାଶୁଘର ଲୋକଯୌତୂକ ପାଇଁ ଝଗଡା ଲଗାଉଥ୍ବା କଥା ଲିପିକା ଫୋନ୍ କରିବାପଘର ଲୋକଙ୍କୁ ଜଣାଇଥିଲା। ମାତ୍ର ପରିବାର ଲୋକଘଟଣୀକୁ ହାଲକା ଭାବେ ନେଇ ସକାଳ ହେଲେ ବୁଝିବା ବୋଲିକହିଥିଲେ। କିନ୍ତୁ ଏହାର ଘଣ୍ଟାକ ପରେ ତୁମ ଝିଅ ପୋଡ଼ିହୋଇଯାଇଛି ବୋଲି ପୁନଶ୍ଚ ତାଳବରକୋଟରୁ ପଡୋଶୀଙ୍କପାଖରୁ ଫୋନ୍ କଲ୍ ଆସିଥିଲା। ନରଣପୁରରୁ ବାପଘରଲୋକେ ରାତି ସାଢେ ୧୧ଟାରେ ଝିଅ ଶାଶୁଘରେ ପହଞ୍ଚିଦେଖିଲା ବେଳକୁ ଝିଅ ଜଳି ଯାଇ ଛଟପଟ ହେଉଛି। କାଳ ବିଳମ୍ବ ନକରି ଏକ ଭଡା ଗାଡି ଯୋଗେ ରାତାରାତି ଢେଙ୍କାନାଳ ଡାକ୍ତରଖାନାକୁ ନେଇ ଆସିଥିଲେ ଲିପିକାର ପରିବାର ଲୋକ ।---ଲିପିକାଙ୍କ ଶରୀରର ୭୦ ଭାଗ ପୋଡି ଯଇଥିବାରୁ ତାଂକୁକଟକ ବଡଡାକ୍ତରଖାନା ନେଇଯିବା ପାଇଁ ଡାକ୍ତର ପରାମର୍ଶଦେଇଥିଲେ। କଟକ ବଡଡାକ୍ତରଖାନାରେ ଆଠଦିନ ମୃତ୍ୟୁସହସଂଗ୍ରାମ କରିଥିଲା ଲିପିକା। ଜୁଲାଇ ୨୧ ତାରିଖ ସକାଳେସବୁଦିନ ପାଇଁ ଆଖି ବୁଜି ଆରପାରିକୁ ଚାଲିଯାଇଥ୍ଲା ଲିପିକା।ଝିଅକୁ ଶାଶୁଘର ଲୋକେ ପୋଡ଼ି ମାରିଦେଇଥିବା ନେଇ ବାପାଲଳିତ ଗୋବିନ୍ଦତ୍ୁର ଫାଣ୍ଡିରେ ଲିଖ୍ତ ଅଭିଯୋଗ କରିଥିଲେ ।ଏହାକୁ ଆଧାର କରି ପୁଲିସ୍ ୨୯୮/ ୨୦୧୮, ୪୯୮ ଏ, ୩୨୩,୩୦୭, ୩୪ ଆଇପିସି, ୪ ଡିପି ଆକ୍ତରେ ମାମଲା ରୁଜୁକରିଥିଲା। ଘଟଣାର ତିନିଦିନ ପରେ ଶାଶୁ ଲତା ମଲ୍ଲିକ( ୬୦) ଙ୍କୁ ପୁଲିସ୍ ଗିରଫ କରିଥିଲା। ଏ ହାପରେ ପୁଲିସ୍ ମାଳିଷ୍ଟ୍ରେଟ୍ଙ୍କସହାୟତାରେ କଟକ ବଡଡାକ୍ତରଖାନାରେ ପହଞ୍ଚି ସଙ୍କଟପନ୍ନଅବସ୍ଫାରେ ଚିକିସ୍ିତ ହେଉଥିବା ଲିପିକାର ମୃତ୍ୟୁକାଳୀନଜମାନବନ୍ଦୀ ରେକର୍ଡ କରିଥିଲେ। ଏହାର ଚାରିଦିନ ପରେ ଲିପିକା ଆଖି  ବୁଜିଥିଲା। ତାଂପରେ ଘଟଣାର ମୋଡ଼ବଦଳିଯାଇଥିଲା । ୩୦୭ ହତ୍ୟା ଉଦ୍ୟମ ଦଫା ପରିବର୍ଭେପୁଲିସ୍ ୩୦୨ ହତ୍ୟା ଦଫାକୁ ରୂପାନ୍ତରିତ ହୋଇଥିଲା। ପୁଲିସ୍ସଙ୍ଘେ ସଙ୍ଗେ ଅଭିଯୁକ୍ତ ସ୍ବାମୀ କୁଲୁ ମଲ୍ଲିକଙ୍କୁ ଗିରଫ କରିଜେଲ୍ ପଠାଇଥିଲା । ଏହାପରେ ପୁଲିସ୍ ଦୁଲୁକୁ ଦିନିକିଆରିମାଣ୍ଡରେ ଆଣି ଜେରା କରିଥିଲା। ଯୌତୁକ ସାମଗ୍ରୀ ଉଦ୍ଧାରକରି ପୁଲିସ୍ ମୃତ ଲିପିକାର ବାପଘର ଲୋକଙ୍କୁ ହସ୍ତାନ୍ତର କରିଥିଲା ।

କ'ଣ ଥିଲା ମୃତ୍ୟୁକାଳୀନ ଜମାନବନ୍ଦୀ
ମୋର ନାମ ଲିପିକା ମଲିକ | ମୋର ବାହାଘର ଏକବର୍ଷ ୩ମାସ ହେବ । ମୋର ଶାଶୁ, ସ୍ବାମୀ, ନଣନ୍ଦ ବିଭିନ୍ନ ସମୟରେନିର୍ଯାତନା ଦିଅନ୍ତି । ୧୪ ତାରିଖ ସଂଧ୍କାରେ ମୋ ସହିତଗଶ୍ଚଗୋଳ କଲେ । ଶାଶୂ ଘରେ ଶଶୁଙ୍କ ରୁମ୍ରେ ଶାଶୂ, ନଣନ୍ଦ ମୋତେ ଜାବୁଡ଼ି ଧରିଲେ । ସ୍ଵାମୀ ମୋ ଉପରେ କିରାସିନୀ ଢାଳିଦିଆସିଲି ଲଗାଇ ଦେଇଥିଲେ | ମୁଁ ବୋଉଲୋ... ବୋଉଲୋ...ପାଟି କରି ପାଣି ପାଇପ୍ ଟ୍ୟାପ୍ ପାଖକୁ ଆସି ପାଣି ଢାଳି ହେଲିଓ ପାଣି ପିଇ ପକାଇଲି । ନିଆଁ ଲଗାଇବା ସମୟ ରାତି ୮ ରୁସାଢ଼େ ୮ଟା ହେବ !'?

ତଦନ୍ତକାରୀ ଅଧିକାରୀ ଯାହା କୁ ଛନ୍ତି
ତଦନ୍ତକାରୀ ସବ୍ଇନିସ୍ପେକ୍କର ପ୍ରଶାନ୍ତ କୁମାର ଲେଙ୍କାକୁହନ୍ତି ଲିପିକାର ବାପା ଲଳିତ ପ୍ରଧାନଙ୍କ ଅଭିଯୋଗ
ଅନୁସାରେ ପ୍ରଥମେ ହତ୍ୟା ଉଦ୍ୟମ ଏବଂ ଯୌତୁକ ନିର୍ଯାତନାଆଇନ୍ ବଳରେ ମାମଲା ରୂଳୁ କରାଯାଇଥିଲା । ଆମେତାଳବରକୋଟ ଯାଇ ଘଟଣାସ୍ଥଳ ଅନୁଅ୍ଯାନ କରିଥିଲୁ। ଲିପିକାର ପୋଡ଼ା ଲୁଗା, ସାୟା ଓ କିରାସିନୀ ଳାରକିନ୍ ଳବତକରିଛୁ । ଲିପିକାର ମୃତ୍ୟୁ ପରେ କେସ୍ରେ ହତ୍ୟା ମାମଲା ରୁଜୁ କରାଯାଇ ୩୦୭ ପରିବର୍ଭେ ୩୦୨ ଦଫା ଲଗାଯାଇ ମାମଲାକରାଯାଇଛି । ଲିପିକାଙ୍କ ଶାଶୁ ଓ ସ୍ବାମୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ନଣନ୍ଦ ଫେରାର ଅଛି। ତାଂକୁ ଧରିବାପାଇଁ ବିଭିନ୍ନ ସ୍ଫରାନରେ ଚଢ଼ାଉ ଜାରି ରହିଛି । ନିୟମ ଅନୁଯାୟୀମାଳିଷ୍ଟ୍ରେଟ୍ ଓ ଡାକ୍ତରଙ୍କ ଉପସ୍ଥିତି ମୃତ୍ୟୁକାଳୀନ ଜମାନବନ୍ଦୀରେକର୍ଡ କରାଯାଇଛି ଏବଂ ସେଥିରେ ଲିପିକା ତାଙ୍କୁ ତାଙ୍କ  ସ୍ଵାମୀ ଏବଂ ନଣନ୍ଦ ପୋଡି ମାରିବା କଥା ସ୍ପଷ୍ଟ ଭାବେ କହିଥି ବା ସୂଚନା ଦେଇଛନ୍ତି ।

ଯୌତୂକ ନିରୋଧ ପାଇଁ ସରକାର କଡା ଆଇନ୍ ପ୍ରଣୟନ କରିଛନ୍ତି । ଅପରାଧକୁ ରୋକିବା ପାଇଁ ମଧ୍ୟ ସେ ହି ଭଳି ଆଇନ୍ ରହିଛି । ହେଲେ ଏହି ସବୁ ଆଇନ୍ ଯେ ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିପାରିନାହିଁ ତାଂର ଜ୍ଵଳନ୍ତ ଉଦାହ ରଣ ହେଉଛନ୍ତିଲିପିକା । ଶାଶୁ, ନଣନ୍ଦ ଜାବୁଡ଼ି ଧରିବା ଏବଂ ସ୍ଵାମୀ କିରାସିନୀଢାଳି ନିଜ ପନ୍ନୀଙ୍କୁ ଜାଳିଦେବା ଘଟଣା କେତେ ଯେ ଅମାନୁଷିକତାହା ଅବରଣ୍ଣଟ୍ରନୀୟ। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତତାଳବରକୋଟ ଗାଁରେ ନବବଧି ଲିପିକାଙ୍କୁ ଶାଶ୍ମୁଗର
ଲୋକେ ପୋଡି ମାରିଦେବା ଘଟଣା ସମଗ୍ର ଅଞ୍ଚଳରେଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାର ମୋଡ କେଉଁ ଆଡକୁ ଯାଉଛି ତାହା କେବଳ ତାଳବରକୋଟ ନୁହେଁ,ଲିପିକାର ବାପଘର ଲୋକେ ଚାହିଁ ବସିଛନ୍ତି । ଅପରାଧୀଙ୍କୁ କଠୋରରୁ ଅତି କଠୋର ଦଶ୍ତ ବିଧାନ ପାଇଁ ବାପଘରଲୋକେ ଦାବି କରିଆସୁଛନ୍ତି। ଏହା ହିଁ ହେଲେ ଲିପିକାର ଆତ୍କା ଶାନ୍ତି ପାଇବ ବୋଲି ପରିବାର ଲୋକେ କୋହଭରା କଣ୍ଠରେକୁହନ୍ତି । ଆଇନ୍ର ବିଧ୍ ବ୍ୟବସ୍ଥାରେ ଏଭଳି ଅପରାଧୀଙ୍କ ପାଇଁ କି ଦଣ୍ଡ ମିଳୁଛି ତାହା ସମସ୍ତେ ଅପେକ୍ଷା କରିଛନ୍ତି ।

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...