Saturday 10 August 2019

ସେଲଟର ହୋମ୍ ର କଳାକାରନାମା


ଉତ୍ତର ପ୍ରଦେଶ ଦେବରିୟା ଟାଉନ୍ର ଷ୍ଟେସନ୍ ରୋଡ୍ ସ୍ଥିତ୧ ସେଲ୍ଟର୍ ହୋମ୍ରୁ ଜଣେ ନାବାଳିକା ଆସି ପହଞ୍ଚିଲାକୋତବାଲୀ ଥାନାରେ । ୧୫ ବର୍ଷର ନାବାଳିକା ଥାନା ଅଧିକାରୀଙ୍କ ପାଖରେ ପହଞ୍ଚି ସେ ରହୁଥିବା ସେଲ୍ଟର୍ହୋମ୍ର କଳା କାର୍ସାଦି ବିଷୟରେ ବଖାଣିଲା । ନାବାଳିକାର କହିବା ଅନୁସାରେ ପ୍ରତି ସପ୍ତାହର ଶେଷ ଦିନ ସେଲ୍ଟର୍ ହୋମ୍ରେ ରହୁଥିବା ଝିଅମାନଙ୍କୁ ଅଚିହ୍ନା ଲୋକମାନଙ୍କ ସହିତ ଜବରଦସ୍ତି ଲାଲ୍ ଓ ନୀଳରଙ୍ଗର ବତୀ ଲଗାଥିବା ଗାଡ଼ିରେ ପଠାଯାଏ । ଗାଡ଼ି ଭିତରେସେଲ୍ଟର୍ ହୋମ୍ର ଝିଅମାନଙ୍କ ଶୋଷଣ କରନ୍ତି ସେ ଅଚିହ୍ନାଲୋକ । ମୁହଁ ଅନ୍ଧାର ବେଳକୁ ସେହି ସବୁ ଗାଡିରେ ଝିଅମାନେପରଦିନ ସେଲ୍ଟର୍ ହୋମ୍କୁ ଫେରି ଆସନ୍ତି । ଯେଉଁ ଝିଅମାନେଏହାର ପ୍ରତିବାଦ କରନ୍ତି ସେମାନଙ୍କୁ ବିଭିନ୍ନ ପ୍ରକାରର ନିର୍ଯାତନାଦିଆଯାଏ । ବାକି ଯେଉଁ ଝିଅମାନେ ମାଡାମ୍ଙ୍କ ସବୁ କଥା ମାନିଚଳନ୍ତି ସେମାନଙ୍କ ସହିତ ସେଲ୍ଟର ହୋମ୍ର କର୍ରୂପକ୍ଷ ଭଲ ବ୍ୟବହାର କରନ୍ତି ।

   ନାବାଳିକାର କଥା ଶୁଣିବା ପରେ ଥାନା ଅଧୁକାରୀଙ୍କୁ ମାମଲାଗମ୍ଭୀର ଲାଗିଲା ଯାହା ପରେ ଥାନା ଅଧୁକାରୀ ତୁରନ୍ତ ଏହାରସୂଚନା ଏସ୍ପି ରୋହନ ପି. କନୟଙ୍କୁ ଦେଇଦେଲେ । ଘଟଣାର ଯାଞ୍ଚ ପାଇଁ ସେହିଦିନ ସନ୍ଧ୍ୟାରେ ପୋଲିସ ଟିମ୍ ଯାଇ ପହଞ୍ଚିଲା ମା' ବିନ୍ଧ୍ୟବାସିନୀ ମହିଳା ଓ ଏବଂ ବାଳିକା ସଂରକ୍ଷଣ ଗୃହରେ ।ଏହି ନାରେ ଆଉ ଦୁଇଟି ସେଲ୍ଟର ହୋମ୍ ଗୋରଖପୁର ଓସଲେମପୁରରେ ମଧ୍ୟ ରହିଛି ଯାହାର ସଞ୍ଚାଳିକା ହେଉଛନ୍ତି ଗିରିଜା ତ୍ରିପାଠୀ । ପୋଲିସ ଅଧିକାରୀମାନେ ସେଲ୍ଟର ହୋମ୍ରେ ପହଞ୍ଚିବା ବେଳକୁ ସେଠାରୁ କିଛି ଝିଅ ଅନୁପସ୍ଥିତ ଥ୍ଲେ ।ସଂସ୍ଥାର ପରିଚାଳିକା ଗିରିଜା ଜନସେବା ପାଇଁ ବେଶ୍ ଜଣାଶୁଣା ଥିବାବେଳେ ସଂସ୍ଥା ଚଳାଇବା ପାଇଁ କାମରେ ତାଙ୍କୁ ପତି ମୋହନଓ ଝିଅ ଲତା ସାହାଯ୍ୟ କରୁଥିଲେ ।
 ପ୍ରାରମ୍ଭିକ ଅବସ୍ଥାରେ ଗିରିଜାଜଣେ ଗୃହିଣୀ ଥିଲେ ଓ ସ୍ଵାମୀ ମୋହନ ଭଟନୀ ସ୍ଥିତ ସୁଗାରମିଲ୍ରେ କାମ କରୁଥିଲେ । ଘର ଖର୍ଚ୍ଚରେ ସାହାଯ୍ୟ କରିବା ପାଇଁଗିରିଜା ଘରେ ଛୋଟମୋଟ ସିଲେଇ କାମ କରୁଥିଲେ ଯାହା ଏବେ ଏକ ବଡ଼ ସିଲେଇ ସେଣ୍ଟରର ରୂପ ନେଇଛି । ସ୍ଵାମୀ ମୋହନଙ୍କ ଅବସର ପରେ ୧୯୯୩ରେ ଗିରିଜ ଏକଚିଟ୍ଫଣ୍ଡ କମ୍ପାନୀ ଖୋଲିଲେ କିନ୍ତୁ ବ୍ୟବସାୟ ସଫଳ ନ ହେବାଫଳରେ ସେ ଏହି ନାରେ ଏକ ଏନ୍ଜିଓ ତିଆରି କରିଦେଲେ ।୨୦୦୩ରେ ଗିରିଜାର ଏହି ଏନ୍ଜିଓକୁ ସେଲ୍ଟର ହୋମ୍ ତିଆରିକରିବାର ପ୍ରୋଜେକ୍ତ୍ ମିଳିଲା ଯାହା ପରେ ସେ ପ୍ରଶାସନିକ କ୍ଷେତ୍ରରେ ନିଜର କାୟା ବିସ୍ତାର କରିବାକୁ ଲାଗିଲ। । ପରେ ଗିରିଜା
ଗୋରଖପୁର ଓ ସଲେମପୁରରେ ମାଂ ବିନ୍ଧ୍ୟବାସିନୀ ନାମରେ ଆଉ  ଦୁଇଟି ସେଲ୍ଟର୍ ହୋମ୍ ଖୋଲିଦେଲା । ଏହାଛଡ଼ା ସଂସ୍ଥା ନାରେଅନେକ ଜାଗାରେ ସମଭଦ୍ତି ମଧ୍ୟ କିଣିଦେଲା ଗିରିଜା । ଏହାଛଡ଼ାସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହେବା ସହ ସରକାରଙ୍କସାମୁହିକ ବିବାହ ଯୋଜନାରେ ମଧ୍ୟ ସାମିଲ ଥଲା ଗିରିଜା । ସେ ଅନାଥ ପିଲାମାନଙ୍କ ରକ୍ଷଣା ବେକ୍ଷଣା ସହ ସେହିପିଲାମାନଙ୍କୁ ଅନ୍ୟ ଲୋକମାନେ ନିଜ ସନ୍ତାନ ଭାବେ ଗ୍ରହଣ କରିବାରଏକ ସେଣ୍ଟର ଚଳାଉଥିଲା ଯାହା ବାଳ କଲ୍ୟାଣ ସମିତି ଅଧୀନରେଚାଲିଥିଲା ।
 ୨୦୧୭, ଜୁନ୍ ୨୩ ତାରିଖରେ କୌଣସି କାରଣରୁଏହି ସେଣ୍ଟର ମାନ୍ୟତାକୁ ରଦ୍ଦ କରାଗଲା ପରେ ଏହା ଗିରିଜାର ଆଉ ଏକ ସେଲ୍ଟର ହୋମ୍ ଭାବେ ପରିଗଣିତ ହେଲା ।ଯେଉଁ ଝିଅମାନେ ଘରୁ ଲୁଚି ପ୍ରେମିକ ସହ ଘରଛାଡି ଆସୁଥିଲେପରେ ପ୍ରେମିକ ନ।ରେ ଅଭିଯୋଗ କାରଣରୁ ତାକୁ ଜେଲ୍ ଯିବାକୁ ପଡେ। ଏହିପରିପ୍ରେକ୍ଷୀରେ ଝିଅକୁ ସେଲ୍ ଟର ହୋମ୍ ପଠେଇଦିଆଯାଏ । ଏହି ଅସହାୟଯୁବତୀମାନଙ୍କୁ ଆଶ୍ରୟ ଦେବାସହ ଗିରିଜା ଏମାନଙ୍କୁ ଦେହ ବ୍ୟାପାରରେ ଲଗେଇଦେଉଥିଲା । ଏହାଛଡ଼ା ଏଠାରେ ରହୁଥିବା କିଛି ଯୁବତୀମାନଙ୍କୁ ଘରକାମ କରିବାକୁ ଅନ୍ଯ ସହରକୁ ପଠ।ଇ ଦିଆଯାଉଥିଲା ।

ଅଗଷ୍ଟ ୧୫ ତାରିଖରେଯେଉଁ ନାବାଳିକା ଗିରିଜାରସେଲ୍ଟର ହୋମ୍ ବିରୋଧରେ ଅଭିଯୋଗ ବାଢ଼ିଥିଲା ତା' ନା' ଥିଲା ନୀତ।। ଗରିବପରିବାରରେ ଜନ୍ମ ହୋଇଥିବା ନୀତା ୩ମାସ ପୂର୍ବରୁ ହିଁ ଘରୁ ଲୁଚିଆସି ଗିରିଜାର ସେଲ୍ଟର ହୋମ୍ରେ ଆଶ୍ରୟ ନେଇଥିଲା । ପ୍ରତିସପ୍ତାହ ପରି ସେ ଦିନ ତାକୁ କାର୍ରେ ବସେଇ ଅଚିହ୍ନା ଯୁବକ ସହପଠାଯିବା ବେଳେ ସେ ମୌକା ଦେଖ୍ ଖସି ଆସିଲା ।
ପୋଲିସ ଯାଞ୍ଚ ପରେ ଉତ୍ତର ପ୍ରଦେଶ ସରକାରଙ୍କ ଦୃଷ୍ଟି ପଡ଼ିଲା ସେଲଟର ହୋମ୍ର କଳାକାରନାମା ଉପରେ । ଘଟଣାର ଏନ୍ଆଇଟିଯାଞ୍ଚ କରାଗଲା ଯାହାର ଦାୟିତ୍ଵ ଦିଆଗଲା ଏଡିଜି ସଞ୍ଜୟ ସଙ୍ଘଲଙ୍କୁ ।ଏହା ବ୍ୟତୀତ ଦୁଇ ମହିଳା ଆଇପିଏସ୍ ଅଧିକାରୀ, ଜଣେ ମହିଳାସିଓ ଓ ଇନ୍ସପେକ୍ଟର ବ୍ରଜେଶ ସିଂହ ଆଦିଙ୍କୁ ଏଥିରେ ସାମିଲ କରାଗଲା ।ଯାଞ୍ଚ ପରେ ପୋଲିସ ସଂସ୍ଥା ବିରୋଧରେ ଧାରା ୧୮୮,୧୮୯, ୩୧୦, ୩୫୪ଏ, ୫୦୪ ଆଦି ଆକ୍୍ ଲଗାଗଲା | ଯାଞ୍ଚରୁ ଅନେକ ପ୍ରକାରର ତଥ୍ୟ ପୋଲିସକୁ ମିଳିଲା । ଗିରିଜା କେବଳଯୁବତୀମାନଙ୍କ ଦେହ ବ୍ୟବସାୟ, ଚାଇଲୁ ଲେବର ଆଦି ଅନେକ ପ୍ରକାରର କାର୍ଯ୍ୟ କରେଇ ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିବା କଥା ପୋଲିସ ଜାଣିବାକୁ ପାଇଲା । ଏହା ବ୍ୟତୀତ ଯାଞ୍ଚ କରୁଥିବା ପୋଲିସ ପାଖରେ ଅଲଗା ଅଲଗା ଅଭିଯୋଗ ସବୁ ଆସିବାରେଲାଗିଥିଲା । ରେଜିଷ୍ଟରରେ ଲେଖାଥିବା ନା ଭିତରୁ କିଛି ଯୁବତୀନିଖୋଜ୍ ଥିବା ବେଳେ କିଛି ଯୁବତୀ ସେଠାରେ ଥାଇ ମଧ୍ୟ ତାଙ୍କ ନାଁ ରେଜିଷ୍ଟରକୁ ଉଠି ନ ଥିଲା । ଦେବରିଆ ସମେତ ଆଉ ଯେଉଁଠି ବି ଗିରିଜାର ସେଲ୍ଟର ହୋମ୍ ଥିଲା ସେ ସବୁ ପୋଲିସ ରେଡ୍କରି ସାରିଥିଲା । ପୋଲିସ ସଂସ୍ଥା କାମରେ ସାମିଲ ଥିବା ଗିରିଜାର ଝିଅ କନକଲତା ସମେତ ତା' ପୁଅ ବୋହୁଙ୍କଠାରୁ ଅନେକ ତଥ୍ୟସଂଗ୍ରହ କରିବାରେ ଲାଗି ପଡ଼ିଥିଲା । ଏମାନଙ୍କ ବ୍ୟତୀତ ଆହୁରିଅନେକ ଲୋକ ଏ କାର୍ଯ୍ୟରେ ସଂଶ୍ଳିଷ୍ଟ ଥିବା ଜଣାପଡ଼ିଲା ।

ପୂର୍ବରୁ ସେଲ୍ଟର ହୋମ୍ର ଏହି ଦୋନମ୍ବରି କାରବାର ଜାଣିମଧ୍ୟ ପୋଲିସ କିପରି ଏଠାକୁ ଯୁବତୀଙ୍କୁ ପଠାଉଥିଲା ତାକୁ ନେଇଏକ ବିରାଟ ଦ୍ଵନ୍ଦ୍ର ସୃଷ୍ଟି ହେଇଥିଲା ଯାଞ୍ଚକର୍ତାଙ୍କ ମନରେ । ଗିରିଜାରସେଲଟର୍ ହୋମ୍ରେ ଏକ ସ୍ବତନ୍ତ୍ର ପ୍ରକାରର ଅନ୍ଧାରୁଆ କୋଠରୀ ଥିଲା ଯେଉଁଠାରେ ଗିରିଜା ଯୁବତୀମାନଙ୍କୁ ଲୁଚାଇ ରଖି ସେମାନଙ୍କଚାଲାଣ କରୁଥଲା । ପୋଲିସ ଯୁବତୀମାନଙ୍କ ଡ୍ରେସ୍ଠାରୁ ଆରମ୍ଭକରି କୁନି ଶିଶୁମାନଙ୍କ ଖେଳନା ସବୁକୁ ମଧ୍ୟ ଯାଞ୍ଚ କରିଥିଲା ।ସଂସ୍ଥାର କାନ୍ଥରେ ଟଙ୍ଗା ଯାଇଥିବା ଫଟୋକୁ ଦେଖି  ପୋଲିସ ସେମାନଙ୍କୁ ମଧ୍ୟ ସଂସ୍ଥା ବିଷୟରେ ପଚରାଗଲା ।ଅନ୍ୟପଟେ ଆଲ।ହାବାଦ ହାଇକୋର୍ଟ ଏହି ମାମଲ।ର ଶୁଣାଣି ଜାରି ରହିଥ୍ବା ବେଳେ ପୋଲିସ ସବୁ ଅଭ ଯୁକ୍ତଙ୍କୁ ନିଜ ଅଧୀନକୁ ନେଇ ସାରିଛି ।

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...