Friday 2 August 2019

ନିର୍ଦ୍ଦୋଷ ହରପ୍ରୀତକୁ ଏସିଡ୍ ଆକ୍ରମଣ


      ଦୋ ଅନ୍ୟ କାହାର ଥିଲା, ଶତ୍ରୁତା ଥିଲା ଆଉ କାହାର ସହିତହେଲେ ଦଣ୍ଡ ଭୋଗିବାକୁପଡିଥିଲା ନିର୍ଦ୍ଦୋଷ ହରପ୍ରୀତ କୌରକୁବହୁତ କଷ୍ଟ ସହିବାପରେ ଅସମୟରେ ତାଂର ମୃତ୍ୟୁ ହୋଇଯାଇଥିଲାଏହି ମାମଲାର କଣ ଶୁଣାଣି ହୋଇଥିଲା, ତା! ପୁର୍ବରୁ ଜାଣିବା ପୂରାଘଟଣା ବିଷୟରେ |
ହରପ୍ରୀତର ସ୍ଥିର ହୋଇଥିଲା ବିବାହ-

      ପଞ୍ଜାବ ଜିଲ୍ଲା ବରନାଲାର ଢନୋଲା ରୋଡ ସ୍ତଫ୍ରିତ ବସ୍ତି ଫତେହନଗରେ ରହୁଥିଲେ ଯଶଧତନ୍ତ ସିଂହସେ ତାଙ୍କରଘରର ଗୋଟିଏ ଭାଗରେ ସେଲୁନ୍ ଖୋଲିଥିଲେତାଙ୍କପରିବାରରେ ପତ୍ନୀ ଦବିନ୍ଦରଙ୍କ ବ୍ୟତୀତ ଦୁଇ ପୁଅ ଏବଂଗୋଟିଏ ଝିଅ ହରପ୍ରୀତ କୌର ରହୁଥିଲେକୋଲକାତାରେ ରହୁଥିବା ରଞ୍ଜତ ସିଂହଙ୍କ ପୁଅ ଗୁରୁପ୍ରସାଦ ସିଂହ ଓରଫ ହନିସହିତ ହରପ୍ରୀତର ବିବାହ ସ୍ଥିର ହୋଇଥିଲାରଞ୍ଜତ ସିଂହମୂଳ ରୂପରେ ଲୁଧିଆନାର ଥିଲେକିନ୍ତୁ ବ୍ୟବସାୟ ଆରମ୍ଭହେବା ପରେ ପୂରା ପରିବାର କୋଲକାତାରେ ବ୍ୟବସ୍ଥିତହୋଇ ଯାଇଥିଲେସେଠାରେ ତାଙ୍କର ହୋଟେଲ ଏବଂରେସ୍ତୋରାର ବହୁତ ବଡ଼ ବ୍ୟବସାୟ ଥିଲାତାଙ୍କ ପାଖରେ ପଇସାର ଅଭାବ ନଥିଲା
ଆସିଥିଲା ଧମକଭରା ଫୋନ୍
       ଦୁଇଘରର ସଦସ୍ୟ ମିଶି ହରପ୍ରୀତ ଏବଂ ହନିର ବାହାଘର ତାରିଖ ଡିସେମ୍ବର, ୨୦୧୩ରେ ସ୍ଥିର କରିଥିଲେବିବାହତାରିଖ ଠିକ୍ ହେବା ପରେ ଯଶଧତନ୍ତ ସିଂହଙ୍କୁ ଧମକପୂର୍ଣ୍ତଫୋନ୍ ଆସିଥିଲାତାଙ୍କୁ କେହି ଜଣେ ଫୋନ୍ କରି କହିଥିଲା,ସେ ଏହି ବାହାଘର ଭାଙ୍ଗି ଦିଅନ୍ତୁନହେଲେ ପରିଣାମଭଲ ହେବନିଯଶଧ୍ତନ୍ତ ସିଂହ ଏସବୁ କଥା ରଞ୍ଜିତ ସିଂହଙ୍କୁକହିଥିଲେରଞ୍ଜିତ ସିଂହ କହିଥିଲେ ବ୍ଯବସାୟ କାରଣରୁକିଛି ଲୋକ ତାଙ୍କର ଶତ୍ରୁ ପାଲଟି ଯାଇଛନ୍ତିସେମାନଙ୍କ ମଧ୍ୟରୁ କେହି ଫୋନ୍ କରି ଧମକାଇ ଥାଇପାରେ କିନ୍ତୁ ସେବିଷୟରେ ଚିନ୍ତା କରିବା ଦରକାର ନାହିଁ ବୋଲି କହିଥିଲେରଞ୍ଜିତ ସିଂହରଞ୍ଜିତ ସିଂହଙ୍କଠୁ ଆଶ୍ଵସନା ପାଇବା ପରେଯଶଧୱୱନ୍ତ ସିଂହ ସବୁକଥା ଭୁଲି ଗଲେ | ହେଲେ ପୁଣି କିଛି ଦିନପରେ ଧମକଭରା ଫୋନ୍ ଆସିଥିଲାଏମିତିକି କିଛି ଅଜଣା ଯୁବକ ମୁହରେ କପଡା ବାନ୍ଧି ତାଙ୍କ ଘରକୁ ଆସି ବାହାଘରଭାଙ୍ଗିବାକୁ କହିଥିଲେକିନ୍ତୁ ଯଶୱନ୍ତ ସିଂହ ଏହାକୁ ଗୁରୁତ୍ଵ ନଦେଇ ବିବାହ କାମରେ ଲାଗିପଡିଲେ
ହରପ୍ରୀତକୁ କରାଯାଇଥିଲାଏସିଡ୍ ଆକ୍ରମଣ-
ଡିସେମ୍ବରରେ ଥିଲା ହରପ୍ରୀତର ବାହାଘର |ସକାଳ ୭ଟାରେ ସେ ତାର ମାଂ, ବାପା ଏବଂ ଦୁଇ ସାଙ୍ଗ
ସହିତ ମେକଅପ୍ ହେବା ପାଇଁ ଏକ ପାର୍ଲରରେ ପହଞ୍ଚିଥିଲାହରପ୍ରୀତର ମାଂ ବାପା ବାହାରେ କାର୍ରେ ବସିଥିଲେହରପ୍ରୀତ ତା' ଦୁଇ ସାଙ୍ଗ ସହିତ ପାର୍ଲର ଭିତରକୁଯାଇଥିଲାଠିକ୍ ଅଧ ଘଣ୍ଟା ପରେ ଜଣେ ଯୁବକ ହାତରେପ୍ଵାଷ୍ଟିକର ଡବା ଧରି ପାର୍ଲର ଭିତରକୁ ପ୍ରବେଶ କରିଥିଲାସେ ତା' ଚେହେରା କପଡାଚରେ ଢାକି ରଖିଥିଲାହରପ୍ରୀତପାଖରେ ପହଞ୍ଚି ଧମକାଇ କହିଥିଲା, ମୁଁ ତତେ ଏବଂ ତୋଘରଲୋକଙ୍କୁ କେତେ ଥର କହିଛି ମୁଁ ବାହାଘର ହେବାକୁଦେବିନିଏତିକି କହିବା ପରେ ସେହି ଯୁବକ ପ୍ଲାଷ୍ଟିକ ଡବାଖୋଲି ହରପ୍ରୀତ ମୁହରେ ଏସିଡ୍ ଢାଳି ଦେଇଥିଲାସେଠିଗୋଟିଏ କାଗଜ ଖଣ୍ଡ ପକାଇ ଦେଇ ଦୌଡ଼ି ପଳାଇଥିଲାଡବା ଭିତରେ ଏସିଡ୍ ଥିଲା ବୋଲି କେହି ଜାଣିନଥିଲେହରପ୍ରୀତ ଖିବ୍ ଜୋର ଚିକ୍କାର କରିଥିଲା
ଘଟଣା ପ୍ରେମ ସଂ ପର୍କର ନଥିଲା-
ପାର୍ଲର ମ୍ୟାନେଜର ପୁଲିସକୁ ବିଷୟରେ ସୂଚନାଦେଇଥିଲେପୁଲିସ ପହଞ୍ଚିଲା ବେଳକୁ ହରପ୍ରୀତକୁ
ହସ୍ପିଟାଲ ନିଆଯାଇ ସାରିଥିଲାହରପ୍ରୀତ କୌରର ପୂରା ଚେହେରା ଜଳି ଯାଇଥିଲାଘଟଣା ସ୍ଫୁଳର ନୀରିକ୍ଷଣ କଲାପରେ ଇନ୍ସପେକ୍ଟର ହରପାଲ ସିଂହଙ୍କୁ ସେହି କାଗଜ ଖଣ୍ଡମିଳିଥିଲାଜାଣିବାକୁ ମିଳିଥିଲା ତାହା ପ୍ରେମପତ୍ର ଥିଲାପାର୍ଲରରେ ଲାଗିଥିବା ସିସିଟିଭି କ୍ଯାମେରା ଫୂଟେଜ୍କୁଖୋଳତାଡ କରିଥିଲା ପୁଲିସଯେଉଁଥିରୁ ଜଣା ପଡିଥିଲାଯେ ପୁଲିସକୁ ବାଟବଣା କରିବା ପାଇଁ ଯୁବକଚି ପ୍ରେମପତ୍ରସେଠାରେ ଫିଙ୍ଗି ଦେଇଥିଲାକାରଣ ହରପ୍ରୀତ କୌରରକାହା ସହିତ ପ୍ରେମ ସଂପର୍କ ନଥିଲାହରପ୍ରୀତ କୌର ବୟାନଦେବାର ସ୍ଥ୍ି ତିରେ ନଥିଲାଦିନକୁ ଦିନ ତାଂର ଦେହ ଅଧୁକଖରାପ ହେବାକୁ ଲାଗିଥିଲାସେଥିପାଇଁ ବିଶେଷ ବିମାନ ଜରିଆରେ ତାଂକୁ ମୁମ୍ବାଇ ପଠାଇ ଦିଆଯାଇଥିଲାହେଲେ ବହୁ ଦିନ ଚିକିତ୍ସା ହେଲା ପରେ ବି ହରପ୍ରୀତକୁ ବଞ୍ଚାଇବା ସମ୍ଭବ ହୋଇନଥିଲା୨୭ ଡିସେମ୍ବର ସନ୍ଧ୍ୟା ୫ଟାରେହରପ୍ରୀତ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲା |
ପୁଲିସ ହାତରେ ଆସିଥିଲେ ଛଅ ଅଭିଯୁକ୍ତ-
ଏହି ହତ୍ଯାକାଣ୍ଡରେ ପଲବିନ୍ଦର ସିଂହକୁ ପୁଲିସ ପ୍ରଥମେଧରିଥିଲାତା'”ପରେ ହତ୍ୟାକାଣ୍ଡ ପଛର ସତ୍ୟତା ପଦାକୁଆସିଥିଲାଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲା ଅମୃତପାଲ କୌର | ଯିଏକି ଥିଲା ହନିର ଭାଉଜପୁଲିସ ଅନ୍ୟ ଅପରାଧୀସମେତ ଅମୃତପାଲକୁ ମଧ୍ୟ ଗିରଫ କରିଥିଲାହନି ସିଂହରଭାଇ ସହିତ ଅମୃତପାଲର ବହୁ ଦିନ ଆଗରୁ ବିଚ୍ଛେଦ ହୋଇଯାଇଥିଲାସେ ତାଂର ସ୍ଵାମୀ ଏବଂ ଶଶୁର ଘରଲୋକଙ୍କଠାରୁ ପ୍ରତିଶୋଧ ନେବା ପାଇଁ ଏହି ହତ୍ୟାକାଣ୍ଡ କରାଇଥିଲାହେଲେ ଏଥିରେ ଜଣେ ନିର୍ଦ୍ଦୋଷର ଜୀବନ ବଳି ପଡ଼ିଥିଲା
ଏହି ଘଟଣାର ବିଷୟରେ ଜୋର୍ ଦେଇ ଜେରା କରିବା ପରେସବୁ କଥା ଜଣା ପଡ଼ିଥିଲା
ନିଜ ଇଚ୍ଛାର ମାଲିକ ଥିଲା ଅମୃତ ପାଲ-
୨୦୦୩ରେ ରଞ୍ଜିତ ସିଂହଙ୍କ ବଡ଼ ପୁଅ ତରନଜିତ ସିଂହସହିତ ଅମୃତପାଲର ବିବାହ ହୋଇଥିଲାବିବାହ ହୋଇ ଆସିବା ପରେ ଅମୃତପାଲ ଜାଣିପାରିଥିଲା ତାଂର ସ୍ବାମୀ ନପୁଂସକସ୍ଵାମୀ ସଙ୍ଗ ମିଳିବାରୁ ଅମୃତପାଲ ଚିଡ଼ ଚିଡ଼ାହୋଇଗଲାଆଉ ତାଂ ମନକୁ ଯାହା ଆସୁଥିଲା ସେ ସେଇଆକରୁଥିଲାସ୍ଵାମୀ ଏବଂ ଶଶୂରଙ୍କୁ ଗାଳି କରୁଥିଲାଘରର ସମ୍ମାନ ରଖିବାକୁ ଯାଇ ତାଂକୁ କେହି ବି କିଛି କହୁ ନଥିଲେଶାନ୍ତିରେ ବଞ୍ଚିବା ପାଇଁ ତରନଜିତ ଅମୃତପାଲକୁ ସାଙ୍ଗରେ ଧରି ବିଦେଶ ଚାଲିଯାଇଥିଲେଯେଉଁଠି ଅମୃତପାଲ ଦୁଇଟି ଯମଜ ପୁଅକୁ ଜନ୍ମ ଦେଇଥିଲାପୁଅ ଜନ୍ମ ହେବା ପରେଦୁଇଜଣ କୋଲକାତା ଫେରି ଆସିଥିଲେଏହାପରେ ମଧ୍ୟ ଝଗଡା କମିବା ବଦଳରେ ଅଧୁକ ବଢ଼ିିଥିଲାଅମୃତପାଲ ତା' ଦୁଇପୁଅକୁ ଶଶୂର ଘରେ ଛାଡ଼ି ସ୍ବାମୀ ସହିତ ସବୁ ସଂପର୍କ ଛିନ୍ନ କରି ଚାଲି ଯାଇଥିଲା
ପଲବିନ୍ଦର ସହିତ ସଂପକ ରଖିଥିଲା-
ଛାଡପତ୍ର ହେବା ପରେ ଅମୃତପାଲ ଜଣେ ଏନଆରଆଇଅମରିନ୍ଦର ସିଂହକୁ ବିବାହ କରିଥିଲାବାହାଘରର କିଛିଦିନପରେ ତାର ସ୍ବାମୀ ଲଣ୍ଡନ ପଳାଇଥିଲାସ୍ବାମୀ ବିଦେଶଯିବା ପରେ ତାଂର ପଲବିନ୍ଦର ସହିତ ସଂପର୍କ ବଢିଥିଲାପଲବିନ୍ଦର ଜଣେ ଅପରାଧୀ ଥିଲାଅମୃତପାଲକୁ କାହାରସାହାରା ଦରକାର ଥିଲାସେଥିପାଇ ସେ ପଲବିନ୍ଦରରନିକଟତର ହୋଇଥିଲାସେ ତାଂର ଜୀବନ ନିଜ ଇଚ୍ଛାରେବଞ୍ଚୁଥିଲାଏପଟେ ଛାଡ଼ପତ୍ର ହେବା ପରେ ଅମୃତପାଲରଶଶୁର ଘରଲୋକ ଶାନ୍ତିରେ ଜୀବନ ବଞ୍ଚିବା ଆରମ୍ଭ କରିଥିଲେଯାହାକି ଅମୃତପାଲ ସହ୍ୟ କରିପାରିନଥିଲାଅମୃତପାଲକୁଯେତେବେଳେ ଜଣାପଡିଲା ହନିର ବାହାଘର ଜଣେ ସୁନ୍ଦରୀ ଝିଅ ସହ ହେବାକୁ ଯାଉଛି ପ୍ରତିଶୋଧ ନିଆଁରେ ଜଳିବାକୁଲାଗିଲା
ବାହାଘର ବନ୍ଦ କରିବାକୁ ଷଡ଼ଯନ୍ତ୍ର-
ହରପ୍ରୀତର ସୌନ୍ଦର୍ଯ୍ୟ ନଷ୍ଟ କରିବାକୁ ଅମୃତପାଲପଲବିନ୍ଦରକୁ କହିଥିଲାଯଦି ତାର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ ତେବେ ବାହାଘର ବନ୍ଦ ହୋଇଯିବ ବୋଲିଅମୃତପାଲ ଯୋଜନା କରିଥିଲାପଲବିନ୍ଦର ଏହି ଯୋଜନାରେତା' କାକା ପୁଅ ଭାଇ ସନ୍ଧିକୁ ବି ସାମିଲ କରିଥିଲାସନ୍ନି ତାଂ ସାଙ୍ଗ ରାକେଶ କୁମାର, ଜସପ୍ରୀତ ସିଂହ ଏବଂ ଗୁରୁସେବକକୁସାମିଲ କରିଥିଲାସେମାନେ ଏକ କାର୍ ବୁକ୍ କରିଥିଲେସେଥିରେ ନକଲି ପ୍ଲେଟ ନମ୍ବର ହରପ୍ରୀତ ଉପରେ ଏସିଡ୍ଆକ୍ରମଣ କରିଥିଲେପଲବିନ୍ଦର ସିଂହ ପଟିଆଲାର ଜଣେ ମୋଟର୍ ମେକାନିକ୍ ଅଶ୍ଵିନୀ କୁମାରଠୁ ଏସିଡ୍ କିଣିଥିଲାପୁଲିସ ଅଭିଯୁକ୍ତମାନଙ୍କ ଠାରୁ ପୂରା ଘଟଣା ବିଷୟରେ ଜାଣିବାପରେ ସମସ୍ତଙ୍କୁ ଜେଲ ପଠାଇ ଦେଇଥିଲାଏହି ଘଟଣାର ସମସ୍ତ ଅପରାଧୀମାନଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...