ସନ୍ଧ୍ୟା ହୋଇଆସୁଥିଲା। ଦିଲ୍ଲୀର ବସନ୍ତକୁଞ୍ଜ ସ୍ଥିତ ହସପିଟାଲ୍ର ସବୁ ଷ୍ଟାଫ୍ ନିଜ ନିଜ ଡ୍ୟୁଟିରେ ବ୍ଯସ୍ତ ଥିଲେ। ଏତିକିବେଳେ ଜଣେ ଯୁବକ ହସପିଟାଲ୍ର ଷ୍ଟ୍ରେଚରକୁ ଠେଲି ଠେଲି ଇମରଜେନ୍ଧି ୱାର୍ଡରେ ପହଞ୍ଚିଥିଲା।ଡକ୍ଟରଙ୍କୁ ସେ କହିଥିଲା ଯେ ତାଙ୍କ ସ୍ତ୍ରୀ ବିଷ ଖାଇ ଦେଇଛନ୍ତି ।ହେଲେ ଡାକ୍ତର ପରୀକ୍ଷା କଲା ବେଳକୁ ସେ ମରିସାରିଥିଲେ ।ଘଟଣାଟି ଆତ୍ନହତ୍ୟା କେସ୍ ଥିବାରୁ ହସପିଟାଲ୍ ପ୍ରଶାସନପୁଲିସକୁ ଖବର ଦେଇଥିଲେ। ପୁଲିସ ଆସି ଜେରା କଲାପରେ ଜଣାପଡ଼ିଥିଲା ଯେ ମୃତା ଯୁବତୀଙ୍କ ନା ପୂଜା ଏବଂ ତାଙ୍କ ସହିତ ଥିବା ବ୍ୟକ୍ତି ତାଙ୍କର ସ୍ଵାମୀ ରାହୁ ଲ ମିଶ୍ର ଥିଲେ ।ପୁଲିସକୁ ରାହୁଲ କହିଥିଲା, ସେ ଗୁରୁଗ୍ରାମର ଏକ କମ୍ପାନୀରେମେକାନିକାଲ ଇଞ୍ଜନିୟର ବିଭାଗରେ ଚାକିରି କରିଛି। ସେଅଫିସ୍ରୁ ଘରକୁ ଫେରି ଦେଖିଥିଲେ ପୂଜା ତଳେ ପଡିଥିଲାଏବଂ ତାଂପାଖରେ ଗୋଟିଏ ସୁଇସାଇଡ୍ ନୋଟ୍ ଥିଲା।ସେଥିରେ ଲେଖାଥିଲା ସେ ବିଷ ପିଇ ଆତ୍ନ ହତ୍ୟା କରିଛି।
ପୂଜାର ମୃତ୍ୟୁ ଖବର ଶୁଣି ତାଂର ବାପା ସୁରେଶ ରାଏ ତୁରନ୍ତଦିଲ୍ଲୀ ଆସିଥିଲେ। ପୂଜାର ମୃତ୍ୟୁ ପାଇ ସେ ନିଜ ଜ୍ଵାଇଙ୍କୁ ଦାୟୀକରିଥିଲେ । ୧୮ ମାର୍ଚ୍ଚରେ ତିନିଜଣ ଡକ୍ତଟରଙ୍କ ସାହାଯ୍ୟରେପୂଜାର ପୋଷ୍ଠମାର୍ଟମ ରିପୋର୍ଟ ବାହାରିଥିଲା। ଯେଉଁଥିରୁସ୍ପଷ୍ଟ ହୋଇଥିଲା ଯେ ମୁଣ୍ଡରେ ଆଘାତ ସହିତ ଶରୀରରେବିଷକ୍ରିୟା କାରଣରୁ ହୋଇଛି। ସେହିଦିନ ପୁଲିସ ରାହୁଲକୁଥାନାକୁ ଡାକି କହିଥିଲା, ପୂଜା ଆତ୍ନହତ୍ୟା କରିନି ବରଂ ତା'କୁ ହତ୍ୟା କରାଯାଇଛି । ହେଲେ ରାହୁଲ କହିଥିଲା, ପୁଜାର କାହାସହିତ ଶତ୍ଷୁତା ନଥିଲା। କେହି ତା'କୁ ବିନା କାରଣରେ କାହ କି ମାରିବ ?
ରାହୁଲ ଥିଲା ସନ୍ଦେହ ଘେରରେ-
ପୂଜାର ସମସ୍ତ ପରିଚିତ ଲୋକଙ୍କ ଫୋନ୍ ନମ୍ବର ଯୋଗାଡ଼କରିଥିଲା ପୁଲିସ। ସମସ୍ତଙ୍କର କଲ୍ ଡିଟେଲସ୍ ବାହାରକରାଯାଇଥିଲା । ଏହା ମଧ୍ୟରେ ରାହୁଲର କଲ୍ ଡିଟେଲସ୍ରେଏମିତି ଗୋଟିଏ ନମ୍ବର ଉପରେ ପୁଲିସର ନଜର ପଡିଥିଲା,ଯେଉଁଥିରେ ରାହୁଲ ଅଧୁକ ସମୟ କଥା ହେଉଥିଲା। ସେହି ନମ୍ବର ଥିଲା ପଦ୍ମା ତିୱ୍ଵାରିର। ରାହୁଲକୁ ଏ ବିଷୟରେପଚାରିବାରୁ ସେ କହିଥିଲା, ପଦ୍ମା ତା'ର ସାଙ୍ଗ ଥିଲା। ଘଟଣାଦିନ ବି ପଦ୍ମା ସନ୍ଧ୍ଯା ବେଳେ ରାହୁଲ ସହିତ ଫୋନ୍ରେକଥା ହୋଇଥିଲା। ପୁଲିସ ଅଧୁକ ପ୍ରମାଣ ପାଇଁ ଆଖପାଖ ପଡ଼ୋଶୀଙ୍କୁ ପଚରାଉଚରା କରିଥିଲା। ଜଣାପଡ଼ିଥିଲା ଯେ,୧୬ ମାର୍ଚ୍ଚ ସକାଳେ ପୂଜାକୁ ଦେଖା କରିବା ପାଇ ପଦ୍ମାତାଂର ଫ୍ଲାଟ୍କୁ ଆସିଥିଲା। ତାଂ ପରେ କେହି ପୁଜାକୁ ଫ୍ଲାଟ୍ରୁବାହାରିବାର ଦେଖିନାହାନ୍ତି। ସନ୍ଧ୍ୟା ସମୟରେ ରାହୁଲ ଆସିପୂଜାକୁ ମେଡିକାଲ ନେଇଯାଇଥିଲା। ଏ ହାପରେ ଥାନାପ୍ରଭାରୀ ପୂରା ମାମଲା ବିଷୟରେ ବୁଝିପାରିଥିଲେ।
ପଦ୍ମା କରିଥିଲା ହତ୍ୟା
ସୁଇସାଇଡ୍ ନୋଟ୍ର ରାଇଟିଙ୍ଗ୍ ଏବଂ ପଦ୍ମାର ହ୍ୟାଣ୍ଡରାଇଟିଙ୍ଗ୍ମିଶିଯାଉଥିଲା। ପୁଲିସ ଟିକେ କଠୋର ହୋଇ ଜେରାକରିବାରୁ ପଦ୍ମା ସତ ସ୍ବୀକାର କରିଥିଲା | ଏ ହାପରେ ସାମ୍ନାକୁ ଆସିଥିଲା ସବୁ କଥା। ପଦ୍ମା ତାଂ” ପିଲାଦିନର ପ୍ରେମକୁପାଇବା ପାଇ ଏମିତି ଏକ ଜଘନ୍ୟ କାଣ୍ଡ କରିଥିଲା ବୋଲିସ୍ଵୀକାର କରିଥିଲା। ଏଥିରେ ତା'” ସହିତ ରାହୁଲ ବି ସାମିଲ୍ହୋଇଥିଲା। କାରଣ ରାହୁଲ ହି ଥିଲା ତା” ପିଲାବେଳରପ୍ରେମ। ଯାହାକୁ ପାଇବା ପାଇଁ ସେ ପୂଜାର ହତ୍ୟା କରିବାକୁପଛାଇ ନଥିଲା। ବିବାହ ସତ୍ତ୍ଵେ ବି ପଦ୍ମା ରାହୁ ଲକୁ ପାଇବାକୁଚାହୁ ଥିଲା। ପୂଜା ଏବିଷୟରେ ଜାଣିଯିବାରୁ ତାଂକୁ ରାସ୍ତାରୁହଟାଇ ନେଇଥିଲା ବୋଲି ପୁଲିସକୁ କହିଥିଲା ପଦ୍ମା।
ରାହୁଲ ଏବଂ ପଦ୍ମାର ଲଭ୍ଷ୍ଟୋରୀ-
ରାହୁଲ ଏବଂ ପଦ୍ମା ଗୋଟିଏ ସ୍କୁଲରେ ପଢୁ ଥିଲେ। ଧୀରେଧୀରେ ବୟସ ବଢିବା ସହିତ ସେମାନଙ୍କ ବନ୍ଧୁତ୍ବ ପ୍ରେମରେପରିଣତ ହୋଇଥିଲା। ହେଲେ ଦୁଇଜଣଙ୍କ ରାସ୍ତା ଅଲଗାହୋଇଯାଇଥିଲା। ରାହୁଲ ଇଞ୍ଜିନିୟରିଂ ପାଇଁ ଗ୍ବାଲିୟରଆସିଥିଲା। ତାପରେ ଚାକିରିରେ ବ୍ୟସ୍ତ ରହିଗଲା।୨୦୧୫ରେ ରାହୁ ଲର ସ୍କୁଲ ସାଙ୍ଗମାନେ ମିଶି ହ୍ଵାଟସ ଆପ୍ରେଏକ ଗ୍ରୁପ୍ କରିଥିଲେ। ସେଥିରେ ପଦ୍ମା ବି ଥିଲା। ଏହି ଗ୍ରୁପ୍ଜରିଆରେ ପଦ୍ମା ରାହୁଲ ସହିତ ପୁଣି ସଂପର୍କ ଯୋଡ଼ିଥିଲା।ପଦ୍ମା ନୋଏଡ଼ାର ଏକ ମଲ୍ସଟିନ୍ୟାସନାଲ୍ କମ୍ପାନିରେ ଚାକିରିକରିଥିଲା। ହେଲେ ଦୁଇଜଣଙ୍କ ଭାଗ୍ୟରେ ଥିଲା କିଛି ଅଲଗା |୨୦୧୭ରେ ରାହୁଲର ଘରଲୋକ ପୂଜାକୁ ବୋହୂ କରିବେବୋଲି ପସନ୍ଦ କରିନେଇଥିଲେ । ରାହୁ ଲ ପୂଜାକୁ ବାହା ହେବନିବୋଲି ମନା କରି ଦେଇଥିଲା। ସେ ପଦ୍ମାକୁ ଭଲପାଉଛି ବୋଲିକହିଥିଲା। ହେଲେ ରାହୁଲର କଥା ଘରଲୋକ ଶୁଣିନଥିଲେ |
ପୂଜା ସହିତ ବାହାଘର ସ୍ଥିର କରି ନେଇଥିଲେ ।
ପୂଜା ଜାଣିଯାଇଥିଲା ସତ
ଏପ୍ରିଲ, ୨୦୧୭ରେ ରାହୁଲ ଓ ପୂଜାର ବିବାହ ହୋଇଥିଲା।ବାହାଘର ପରେ ରାହୁ ଲ ପୁଜାକୁ ନେଇ ଦିଲ୍ଲୀ ଚାଲି ଆସିଥିଲା।ରାହୁଲକୁ ବାହା ହୋଇ ପୁଜା ବହୁତ ଖିସି ଥିଲା। ହେଲେରାହୁଲ ଖିସି ନଥିଲା। ପୂଜାକୁ ବାହା ହେଲା ପରେ ବି ପଦ୍ମାକୁଭୁଲି ପାରିନଥିଲା ରାହୁଲ । ପଦ୍ମାର ବି ସମାନ ଅବସ୍ତ୍ରା ଥିଲା ।ଦୁଇଜଣ ସମୟ ବାହାର କରି ପରସ୍ପରକୁ ଦେଖା କରୁଥିଲେ ।ପଦ୍ମା ମୟ୍ମୁରବିହାରରେ ଗୋଟିଏ ଭଡ଼ା ଘର ନେଇ ରହୁଥିଲା।୨୦୧୮ ଯେତେବେଳେ ପୂଜା ଚାକିରି କରିବା ପାଇ ବାୟୋଡାଟାବାହାର କରିବାକୁ କହିଲା। ରାହୁଲ ଏଇ ବାହାନାରେ ପଦ୍ମାକୁନିଜ ଫ୍ନାଟକୁ ଡାକିଆଣିଥିଲା। ପଦ୍ମା ପୂଜାର ବାୟୋଡାଟାତିଆରି କରିଦେଲା। ପୂଜାକୁ ବି ଚାକିରି ମିଳିଗଲା। ତାଂପରେପଦ୍ମା କୌଣସି ନା କୌଣସି ବାହାନା କରି ରାହୁଲର ଫ୍ଲାଟ୍କୁଆସୁଥିଲା। ପଦ୍ମାର ଯିବାଆସିବା ଅଧୁକ ବଢ଼ିବାରୁ ପୂଜାକୁସନ୍ଦେହ ହୋଇଥିଲା।
ପୂଜାକୁ ମାରିବାକୁ ଯୋଜନା
ପୂଜା ସତ ଜାଣିଯିବାରୁ ପଦ୍ମା ଏବଂ ରାହୁଲକୁ ବହୁତ ଗାଳିକରିଥିଲା। ରାହୁଲକୁ କହିଦେଇଥିଲା ଯେ ପଦ୍ମା ଯେମିତି ତାଙ୍କଫ୍ରାଟ୍କୁ ନ ଆସୁ । ପୂଜାର କଥା ଶୁଣି ରାହୁଲ ମନେ ମନେ ଖିବ୍ରାଗି ଯାଇଥିଲା। ପଦ୍ମା ରାହୁଲକୁ କହିଥିଲା ଶୀଘ୍ର କିଛି କରିବାକୁପଡିବ। ଏଥିପାଇ ଦୁଇଜଣ ଯୋଜନା ପ୍ରସ୍ତୁତ କରିଥିଲେ । ୧୬ମାର୍ଚ୍ଚ ୨୦୧୯ ଶନିବାର ଥିଲା। ଯୋଜନା ଅନୁସାରେ ରାହୁଲସକାଳୁ ଅଫିସ ଚାଲି ଆସିଥିଲା। ପୂଜାର ସେଦିନ ଛୁଟିଥିଲା।ସେଥିପାଇ ସେ ଫ୍ଲାଟ୍ରେ ଏକୁଟିଆ ଥିଲା। ରାହୁଲ ଯିବାର କିଛିସମୟ ପରେ ପଦ୍ମା ଆସି ପହଞ୍ଚିଥିଲା। ପୂଜା ତା'କୁ କହିଥିଲାକିଛି କାମ ପାଇ ତା'କୁ ବାହାରକୁ ଯିବାର ଅଛି। ସେ ଅଧୁକସମୟ କଥା ହେଇପାରିବନି ।
ପଦ୍ମା ତା'ସହିତ ଦୁଇଟା ଜୁସ୍ ନେଇ ଆସିଥିଲା। ହେଲେସେହି ସମୟରେ ଘରର ଚାକରାଣୀ ସେଠି କାମ କରୁଥିଲା।ଯେତେବେଳେ ଚାକରାଣୀ ଚାଲିଗଲା ପଦ୍ମା ପୂଜାକୁ ଜୁସ୍ପିଇବାକୁ କହିଥିଲା। ପଦ୍ମା ତା” ବ୍ଯାଗରେ ପୂର୍ବରୁ ବିଷାକ୍ତପଦାର୍ଥ ନେଇ ଆସିଥିଲା। ପୂଜା ଯେମିତି ଜୁସ୍ ଗ୍ଲାସ୍ ହାତରେଧରିଛି ପଦ୍ମା ବାହାନା କରି ଏକ ଗ୍ଲାସ୍ ପାଣି ଆଣିବାକୁ ପୂଜାକୁକହିଥିଲା। ପୂଜା ପାଣି ଆଣିବା ପାଇ ଭିତରକୁ ଯିବା ସମୟରେପଦ୍ମା ବ୍ୟାଗ୍ରୁ ବିଷାକ୍ତ ପଦାର୍ଥ ବାହାର କରି ଜୁସ୍ରେ ମିଶାଇଦେଇଥିଲା। ପୂଜା ଜୁସ୍ ପିଇବାର କିଛି ସମୟ ଭିତରେ ତା'ର ଦେହ ଖରାପ ହୋଇଥିଲା। ସେ ଫ୍ଲାଟ୍ରୁ ବାହାରକୁ ଯିବାକୁଚେଷ୍ଟା କରିଥିଲା। କିନ୍ତୁ ପଦ୍ମା ପୂଜାକୁ ମାଡି ବସିଥିଲା। ପୂଜାବେହୋସ ହେବା ପରେ ପଦ୍ମା ତା'ର ମୁଣ୍ଡକୁ ଧରି କାନ୍ଥରେପିଟିଥିଲା। ଯେମିତି ପୂଜା ବଞ୍ଚିନଯାଏ। ହତ୍ୟା କଲା ପରେପଦ୍ମା ତାଂର ନିଜ ରୁମ୍କୁ ଚାଲି ଯାଇଥିଲା। ରାହୁ ଲକୁ ଫୋନ୍କରି ପୂଜାର ହତ୍ୟା ବିଷୟରେ ଖବର ଦେଇଥିଲା। ପୁଲିସସବୁ ଶୁଣିବା ପରେ ରାହୁଲ ଏବଂ ପଦ୍ମାକୁ ଗିରଫ କରି ଜେଲ୍ ପଠାଇ ଦେଇଥିଲା।
ENGLISH
ENGLISH
No comments:
Post a Comment