Thursday 14 November 2019

ହତ୍ୟାରେ ପରିବାରଲୋକ ଥିଲେ ସାମିଲ୍


ତ୍ତତ୍ତରପ୍ରଦେଶ ଜିଲ୍ଲା ଏଟା ଥାନା ମାଲବାଁନ   ଅନ୍ତର୍ଗତ ବାହାଦୁର ପୁ ର   ଗା। ସେହି ଗାର ଜଣେ ବ୍ୟକ୍ତି କ୍ଷେତକୁ ଯାଉଥିବା ସମୟରେ ବୁଦା ମୁଳରୁ କିଛି ଶବ୍ଦ ଶୁଣିଥିଲା। ସେ ସେହି ବୁଦା ପାଖକୁ ଯାଇ ଯାହା ଦେଖିଥିଲା, ଚମକି ପଡିଥିଲା। ରକ୍ତ ଜୁଡୁବୁଡୁ ଜଣେ ଯୁବତୀ ଯନ୍ତ୍ରଣାରେ ଛାଟିପିଟିହେଉଥିଲା। ସେହି ବ୍ଯକ୍ତି ଜଣକ ବୁଦା ଭିତରୁ ଯୁବତୀକୁବାହାର କରି ଆଣିଥିଲା। ପାଟିକରିବାରୁ ଆଖପାଖ ଲୋକମଧ୍ୟ ଆସିଥିଲେ । ଯୁବତୀ ସେହି ଗାର ହୋଇନଥିବାରୁ ତା'କୁକେହି ଚିହ୍ନିପାରିନଥିଲେ। ସଙ୍ଗେ ସଙ୍ଗେ ପୁଲିସକୁ ସୂଚନା ଦିଆଯାଇଥିଲା ।
ପୁଲିସ ଆସିଲା ପରେ ଯୁବତୀକୁ ଜିଲ୍ଲା ହସପିଟାଲ୍ରେ ଭଉିକରାଇଥିଲା। ଚିକିତ୍ସାର କିଛି ସମୟ ପରେ ତାଂର ହୋସ୍ ଆସିଯାଇଥିଲା। ପୁଲିସ ପଚରାଉଚରା ପରେ ସେ କହିଥିଲା,ତାଂର ନା ନିଶା। ସେ ଏଟା ଥାନା ଅନ୍ତର୍ଗତ ବାସ୍ତର ଗା ନିବାସୀ ଅଫରୋଜଙ୍କ ଝିଅ। ସେ ପରିବାର ସହିତ ଆଲିଗଡର ଜମାଲପୁର ନଗରରେ ରହୁଥିଲା। ତାଂର ଏପରି ଅବସ୍ଥାକିଏ କରିଥିଲା ସେ ବିଷୟରେ ପୁଲିସକୁ ବିସ୍ତୃତ ତଥ୍ୟ ଦେଇ କହିଥିଲା, ୬ ଜୁଲାଇରେ ତା ମାଂବାପା, ସାନ ଭାଇ ଏବଂମାମୁ ଆଲିଗଡଠାରେ ତାରି ଆଖି ସାମ୍ନାରେ ତା'ର ପ୍ରେମିକ ଆମିରକୁ ହତ୍ୟା କରିଥିଲେ। ପ୍ରେମିକର ହତ୍ଯା ପରେ ସେ ଘରଲୋକଙ୍କ ବିରୋଧୀ ହୋଇଯାଇଥିଲା। ପରିବାରଲୋକଙ୍କୁ ଭୟ ଥିଲା ଯେ ନିଶା ପୁଲିସ ଆଗରେ ଆମିର ହତ୍ୟା ସଂପର୍କରେ କହିଦେବ। ସେଥିପାଇଁ ସେମାନେ ତାଂକୁ ଜୋରରେ ମାରପିଟ୍ କରି ଘରେ ବନ୍ଦୀ କରି ଦେଇଥିଲେ। ସେହି ରାତିରେ ନିଶାରମା ବାପା ଏବଂ ମାମୁ ତାଂକୁ ବାସ୍ତର ନେଇଆସିଥିଲେ। ସେଠିତାଂକୁ ଦୁଇଦିନ ପର୍ଯ୍ୟନ୍ତ ବନ୍ଦୀ କରି ରଖାଯାଇଥିଲା। ନିଶାକୁ କାହା ସହିତ ଦେଖାକରିବାକୁ ଦିଆ ଯାଉନଥିଲା। ଆଲିଗଡ ଯିବା ବାହାନାରେ ରାସ୍ତାରେ ନିଶାକୁ ଗୁଳି କରି ଫୋପାଡି ଦେଇଥିଲେ।

ନିଶାର ବୟାନକୁ ଆଧାର କରି ପୁଲିସ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ୩୦୭ ଅନ୍ତର୍ଗତ ରିପୋର୍ଟ ଦାୟର କରାଇଥିଲା ।ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ବାସ୍ତର ଗାରେ ପହଞ୍ଚିଥିଲା।ହେଲେ ସେଠାରେ କେହି ବି ଅଭିଯୁକ୍ତ ନଥିଲେ। ୭ଜୁଲାଇସକାଳେ ଅଲିଗଡ ଭମୋଲା ରେଳଷ୍ଟେସନ କଡ଼ରେ ଜଣେ୨୫ ବର୍ଷିୟ ଯୁବକର ଶବ ପଡିଥିବାର ପୁଲିସକୁ ସୁଚନା ମିଳିଥିଲା। ମୃତକର ଗଳା ଏବଂ ଶରୀର ଅନ୍ୟ ଭାଗରେ ଗଭୀର ଆଘାତ ଲାଗିଥିଲା। ପୁଲିସ ସେଠାରେ ଉପସ୍ତିତ ଥିବା ଲୋକଙ୍କୁ ଶବ ଚିହ୍ନିବାକୁ କହିଥିଲା। ହେଲେ ଶବର ପରିଚୟ ମିଳିପାରିନଥିଲା। ପୁଲିସ ମୃତ ଯୁବକର ପ୍ୟାଣ୍ଟ ପକେଟ୍ରୁ ଆଧାର କାର୍ଡ ପାଇଥିଲା। ଯେଉଁଥିରୁ ଜଣାପଡିଥିଲା ସେହି ଯୁବକ ନିଶାର ପ୍ରେମିକ ଆମିର | ଆମିର ବାପା ଅକିଲ ଅହ ମଦ ପୁଲିସକୁ କହିଥିଲେ, ଶନିବାର ରାତିରେ ଆମିରକୁ ଫୋନ୍ ଆସିଥିଲା। ତାଂପରେ ସେ ଘରୁ ବାହାରିଯାଇଥିଲା। ହେଲେ ତାପରଠାରୁ ଫେରିନଥିଲା। ରାତିରେ ଘରକୁ ନଫେରିବାରୁ ସେ ଆମିରକୁ କଲ୍ କରିଥିଲେ । କିନ୍ତୁ ଫୋନ୍ ଲାଗିନଥିଲା।
ଧରାପଡ଼ିଥିଲେ ଅଭିଯୁକ୍ତ
୮ ଜୁଲାଇରେ ଆଲିଗଡ ପୁଲିସ ନିଶାର ଘରେ ପହଞ୍ଚିଥିଲା। ହେଲେ ସେଠି ତାଲା ଖଝୁଲୁଥିଲା। ନିଶାର ଅବସ୍ଫା ଗମ୍ଭୀର ଥିବାରୁ ୧୦ ଜୁଲାଇରେ ଆଲିଗଡର ଜେ.ଏନ୍. ମେଡିକାଲକୁସ୍ତ୍ରାନାନ୍ତରିତ କରାଯାଇଥିଲା। ଏହି ଘଟଣାରେ ଉଭୟ ମାଲ ବାନା ଏବଂ ଆଲିଗଡ ପୁଲିସ ମିଶି ଅଭିଯୁକ୍ତକୁ ଧରିବା ପାଇ ଚେଷ୍ଟା ଚଳାଇଥିଲେ । ନିଶା ଆଲିଗଡ ପୁଲିସକୁ ମଧ୍ୟ ତା'ର ମାଂବାପା, ସାନଭାଇ ଏବଂ ମାମୁଁ ବିରୋଧରେ ଅଭିଯୋଗ କରିଥିଲା। ୧୩ ଜୁଲାଇ ଦ୍ବିପ୍ରହର ସମୟର ପୁଲିସ ଦଳ ଅଭିଯୁକ୍ତ ନୁରଜହା ଏବଂ ନିଶାର ବାପା ଅଫରୋଜକଙ୍କୁ ଆସପୁରରୁ ବାଗଓ୍ତାଲା ଯିବାରାସ୍ତାରୁ ଧରି ପକାଇଥିଲେ । ସେମାନେ ସେଠାରୁ ଫେରାର ହେବାକୁ ଚେଷ୍ଟା କରୁଥିଲେ । ହେଲେ ପୁଲିସ ଟିମ୍ ସେମାନଙ୍କ ପୂର୍ବରୁ ସେଠାରେ ପହଞ୍ଚି ସେମାନଙ୍କୁ ଧରିପକାଇଥିଲା। ସେମାନଙ୍କ ନିକଟରୁ ବନ୍ଧୁକ ଜବତ କରିଥିଲା ପୁଲିସ ।

ଅଫରୋଜଙ୍କୁ ପସନ୍ଦ ନଥିଲା ଆମିରଆମିର ରାଜମିସ୍ତୀ କାମ କରୁଥିଲା। ସେତେବେଳେ ନିଶାଘରେ ମଧ୍ୟ କିଛି ଟାଇଲ କାମ ଚାଲୁଥିଲା । ଆମରି ନିଶା ଘରକୁ ଟାଇଲ କାମ କରିବାକୁ ଆସୁଥିଲା । ଏଇଠି ତାଂର ନିଶା ସହିତଭେଟ ହୋଇଥିଲା। ନିଶାର ସୁନ୍ଦର ଚେହେରା ଦେଖି ସେଆକର୍ଷିତ ହୋଇଯାଇଥିଲା। ନିଶା ବି ମନେ ମନେ ଆମିରକୁଭଲପାଇ ବସିଥିଲା। ତାଂପରେ ଦୁହେଁ ନମ୍ବର ଦିଆନିଆ ହୋଇଥିଲେ। ନିଶା ଆମିର ସହିତ ଫୋନ୍ରେ ବହୁତ ସମୟ କଥା ହେଉଥିଲା। ହେଲେ ଅଫରୋଜଙ୍କୁ ଝିଅର ପ୍ରେମ ସଂପର୍କ ବିଷୟରେ ଜଣାପଡିଯାଇଥିଲା। ନିଶା ଉପରେ ଘରଲୋକ ୨୪ଘଣ୍ଟା ନଜର ରଖୁଥିଲେ। ଏଥିପାଇ ସେମାନେ ରାତିରେଦେଖା କରିବାକୁ ସ୍ଫଥିର କରିଥିଲେ। ୬ଜୁଲାଇ ରାତିରେନିଶାର ପରିବାର ଲୋକ ଖାଇପିଇ ଛାତ ଉପରକୁ ଶୋଇବାକୁଚାଲିଯାଇଥିଲେ । ହେଲେ ନିଶା ଆଖିରେ ନିଦ ନଥିଲା। କାରଣପ୍ରେମିକ ଆମିରକୁ ଦେଖା କରିବାର ବ୍ୟାକୁଳତା ତାଂଭିତରେ ଥିଲା।

ଆମିରକୁ ନିଶା ଘରକୁ ଆସିବା ବନ୍ଦ ହୋଇଯାଇଥିଲା। ତଥାପିସେମାନେ ରାତିରେ ଲୁଚି ଲୁଚି ଦେଖା କରୁଥିଲେ । ସେଦିନ ରାତିରେ ଆମିର ପହଞ୍ଚିଥିଲା ନିଶାର ଘରେ। ନିଶା ପୂର୍ବରୁକବାଟ ଖୋଲି ରଖିଥିଲା। ଦୁହେଁ ରୁମ୍ରେ ବସି କଥାବାର୍ଭା ହେଉଥିଲେ। ଏହି ସମୟରେ ନିଶାର ମାମୁ ହଫିଜକୁ ଟଏଲେଟ ଲାଗିଥିଲା। ହେଲେ ଛାତକବାଟ ଭିତରୁ ବନ୍ଦଥିଲା। କବାଟ ପିଟିଲା ପରେ ନିଶା ବହୁତ ସମୟ ପରେ ଆସିଖୋଲିଥିଲା। ହଫିଜକୁ ନିଶା ଉପରେ ସନ୍ଦେହ ହୋଇଥିଲା।ସେଥିପାଇଁ ସେ ରୁମ୍ ଭିତରକୁ ଯାଇ ଖୋଜାଖୋଜି କରିଥିଲା।ତା'କୁ ଆମିର ଲୁଚିଥିବା ଅବସ୍ତାରେ ମିଳିଯାଇଥିଲା। ତାଂପରେ ସେ ଘରର ଅନ୍ୟ ଲୋକଙ୍କୁ ଡାକିଥିଲା। ଆମିରକୁ ଦେଖି ସେମାନେ ରାଗିଯାଇଥିଲେ । ରାଗରେ ତାଂକୁ ପିଟିବା ଆରମ୍ଭକରି ଦେଇଥିଲେ। ନିଶା ବିରୋଧ କରିଥିଲା। ହେଲେ ସେମାନେ ତା) ପାଟି ବନ୍ଦ କରି ଦେଇଥିଲେ। ପିଟିପିଟି ନିଶା ଆଖି ଆଗରେ ଆମିରକୁ ହତ୍ୟା କରିଥିଲେ ପରିବାର ଲୋକ । ଝିଅକୁ ହତ୍ୟା କରିବାର ଯୋଜନାଆମିରକୁ ହତ୍ୟା କରିବାର ଦୁଇଦିନ ପର୍ଯ୍ୟନ୍ତ ପରିବାରଲୋକନିଶାକୁ ବୁଝାଇଥିଲେ ଘଟଣା ସଂପର୍କରେ କାହାକୁ କିଛି ନକହିବାକୁ । ହେଲେ ନିଶା ଜିଦି ଧରିଥିଲା ସେ ପୁଲିସ ଆଗରେସବୁକଥା ସତ କହିଦେବ ନିଶା ଜିଦି ନ ଛାଡିବାରୁ ପରିବାର ଲୋକ ଡରି ଯାଇଥିଲେ। ନିଶା ବଞ୍ଚିରହିଲେ ସେ ଆମିରରହତ୍ୟା ବିଷୟରେ ନିଶ୍ଚିତ ଭାବେ ପୁଲିସକୁ କହିଦେବ। ତେଣୁ ସେମାନେ ନିଶାକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ ।
୯ଜୁଲାଇ ରାତିରେ ସମସ୍ତେ ମୋଟରସାଇକେଲରେଆଲିଗଡ ବାହାରିଥିଲେ। ନିଶା ବି ସେମାନଙ୍କ ସହିତ ଥିଲା। ଗୋଟିଏ ଗାଡ଼ିରେ ନିଶା ତାଂର ମା' ନୁରଜ ହା ବସିଥିଲେ ।ଅଫରୋଜ ଏଇ ଗାଡିକୁ ଚଲାଉଥିଲେ। ଅନ୍ୟଟିରେ ମାମୁ ହଫିଜ ଏବଂ ନିଶାର ଭାଇ ବସିଥିଲା। ଗାଠାରୁ ୧୫କି.ମି ଯିବା ପରେ ବହାଦୁରପୁର ଗାରେ ଭିତରକୁ ପ୍ରବେଶକରିଥିଲେ | ନିଶାକୁ ସନ୍ଦେହ ହୋଇଥିଲା | କାରଣ ସେଇଟାଆଲିଗଡ ଯିବାର ରାସ୍ତା ନଥିଲା। ଗୋଟିଏ ନିଛାଟିଆ ଜାଗାଦେଖି ଗାଡି ଅଟକାଇ ଦେଇଥିଲେ ନିଶାର ବାପା ମା' ତାଂରହାତକୁ ମାଡି ବସିଥିଲେ | ଏହି ସମୟରେ ହ ଫିଜ ପକେଟରୁବନ୍ଧୁକ ବାହାର କରି ନିଶାକୁ ଗୁଳି କରିଥିଲା। ତାଂପରେସେମାନେ ନିଶାକୁ ଗୋଟିଏ ବୁଦା ମୂଳେ ଫୋପାଡି ସେଠାରୁଚାଲିଯାଇଥିଲେ। ଭାବିଥିଲେ ନିଶା ମରିଯାଇଛି। ହେଲେ ନିଶା ବଞ୍ଚିଯାଇଥି ଲା।

1 comment:

  1. Wynn Palace - Visit the Encore at Wynn Palace in Las Vegas
    The Encore at Wynn Palace has 상주 출장마사지 become a 공주 출장샵 magnificent and authentic experience 남원 출장안마 in Las Vegas. Guests can experience all 남양주 출장안마 the 경산 출장마사지 thrills of Las Vegas

    ReplyDelete

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...