Thursday 14 November 2019

ମୋବାଇଲ ଫୋନ୍ ଉଜାଡ଼ିଲା ସଂସାର


ପୁନମର ମନ ସକାଳୁ ଠିକ୍ ନଥିଲା। ପୁନମର ଚହେରରେ ଏକ ଅଳବ ପ୍ରକାର ଭୟ ଥିଲା। ପୂନମର ମନ ଖରାପ ଥିବା ଦେଖ୍ ସ୍ବାମୀ ବିନୟ ପଚାରିଥିଲା ସେ ଏମିତି ଚୁପ୍ଚାପ ମୁଣ୍ଡରେ ହାତ ଦେଇ କାହିଁ କି ବସିଛି। ସ୍ବାମୀର କଥା ଶୁଣି ପୁନମ ଆଖରେ ଲୁହ ଆସିଯାଇଥିଲା। ବିନୟ ବାରମ୍ବାର ପଚାରିବାରୁ ଘୁନମ ସତକଥା କହିଥିଲା।
ପୁନମ ତା'ର ମୋବାଇଲ ଆଣି ବିନୟକୁ ଦେଇଥିଲା। ବିନୟ ଦେଖୁଲା ପୁନମର ଇନବକ୍ଞସରେ ଲେଖା ଥିଲା, ମୋର ଜାନ୍ ତୋ ସୁନ୍ଦର ଚେହେରାର ମୁଁ ଦିୱ୍ଵାନା ହୋଇଯାଇଛି। ମୁଁ ଯେବେଠାରୁ ତତେ ଦେଖୁଛି ମୋ ଆଖୁରୁ ନିଦ ହଜିଯାଇଛି। ତୁ ତା ଠାରୁ ଦୂରେଇ ଯାଇ ମୋ ପାଖକୁ ଚାଲିଆସ । ଏମିତି ମେସେଜ ପଢି ବିନୟ ରାଗିଯାଇଥିଲା। ପୁନମ ଡରି ଡରି କହିଥିଲା କେହି ଜଣେ ଏମିତି ଅଶ୍ଳୀଳ ମେସେଜ ପଠାଇ ହଇରାଣ କରୁଛି।
ଉତ୍ତରପ୍ରଦେଶର କଲ୍ୟାଣପୁର ଥାନା ଅନ୍ତର୍ଗତ ଇନ୍ଦ୍ରପୁରିରେ ବିନୟ ନିଜ ପରିବାର ସହିତ ରହୁ ଥିଲା। ସେ ପୁନମକୁ ବିବାହ କଲା ପରେ ବହୁତ ଖୁସିରେ ଥିଲା। ହେଲେ ଯେବେଠାରୁ ପୁନମକୁ ଅଶ୍ଳୀଳ ମେସେଳ
ଆସିବାକୁ ଲାଗିଲା ତା ମୁହଁରୁ ଯେମିତି ଖୁସି ହଜି ଯାଇଥିଲା। ପ୍ରଥମେ ପୁନମ ସ୍ବାମୀକୁ କିଛି କହିନଥିଲା। ହେଲେ କଥା ବରଦାସ୍ତ ବାହାରକୁ ଚାଲିଗଲା ପରେ ସେ କହିଥିଲା। ଯେଉଁ ଫୋନ୍ ନମ୍ବରରୁ ମେସେଜ
ଆସିଥିଲା ବିନୟ ସେହି ଫୋନ୍ ନମ୍ଭରକୁ କଲ୍ କରିଥିଲା। ହେଲେ କଲ୍ କେହି ରିସିଭ କରିନ ଥିଲେ।



ପୁନମ କହିଥିଲା ବିନୟର ଅନୁପସ୍ଥିତିରେ ହିଁ ଏଭଳି ମେସେଳ୍ ଆସୁଛି। ଏକଥା ଶୁଣିଲା ପରେ ବିନୟ ଜାଣିପାରିଥିଲା ତାଂ ଉପରେ ବି ନଜର ରଖାଯାଉଛି। ଏଥର ବିନୟ କହିଥିଲା ଯଦି ଏହା ପରଠାରୁ ସେହି
ବଦମାସ୍ର କଲ୍ ଆସେ ତାଂ ସହିତ ମିଠା ମିଠା କଥା ହୋଇ ତାଂ ନାଁ ଏବଂ ଠିକଣା ହାସଲ କରିବୁ। ତାଂପରେ ମୁଁ ତାଂର ସବୁ ପ୍ରେମ ନିଶା ବାହାର କରିଦେବି। ଗୋଟିଏ ଦିନ ବିନୟ ଯେମିତି ଘରୁ ବାହାରିଲା ପୁନମ
ମୋବାଇଲକ୍ଟୁ କଲ୍ ଆସିଲା। ପୁନମ ହେଲୋ କହିବା କ୍ଷଣି ସେପଟୁ କେହି ଜଣେ କହିଲା ପୁନମ ତୁ କ'”ଣ ମତେ ଭୁଲିଗଲୁ। ପୁନମ ତାଂସହିତ ମିଠା ମିଠା କଥା ହେଲା ନାଁ ଜାଣିବା ପାଇଁ। ଆରପଟୁ ଲୋକଟି "“ କହିଲା ଦୁଇ ବର୍ଷ ତଳେ ସେ ପର୍ଣିଚର ତିଆରି କରିବାକୁ ଆସିଥିଲା ଦିନ ପୁନମକୁ ଦେଖିଥିଲା। ପୁନମ କଥା ଛଳରେ କହିଥିଲା ତୁମର ନାଁ ମୁଁ ଭୁଲିଯାଇଛି। ସେପଟୁ ରୋମାଣ୍ଟିକ ସ୍ବରରେ ଉତ୍ତର ମିଳିଥିଲା ଆରେ ମୁଁ ତୋର ଦିଧ୍ଵାନା ବିଜୟ ଯାଦବ। ବିଳୟ ଯାଦବ ନାଁ ଶୁଣି ସେ ଚମକି ପଡିଥିଲା। ସ୍ଵାମୀ ଘରକୁ ଆସିବା ପରେ ସେ ସବୁ କଥା କହିଥିଲା।

ବ୍ଲାକମେଲିଙ୍ଗ୍ କରିବା ଆରମ୍ଭ କରିଥିଲା
ବିନୟ ଧମକାଇବା ପରେ ପୁନମ ପାଖକୁ କିଛି ଦିନ ହେବ ବିଳୟର କଲ୍ କି ମେସେଜ୍ ଆସିନଥିଲା। କିନ୍ତୁ ୧୫-୨୦ ଦିନପରେ ପୁଣିଥରେ ସେ ପୂର୍ବ ଅପେକ୍ଷା ଅଧୁକ ହଇରାଣ କରିବାକୁ ଲାଗିଥିଲା ପୁନମ କୁ । ଦିନେ ପୁନମକୁ ଫୋନ୍ କରି ତାଂକୁ ଦେଖା କରିବାକୁ ଡାକିଥିଲା। ଘୁନମ ଆସିବାକୁ ମନା କରିବାରୁ ତାଂର ଘରକୁ ଯିବ ବୋଲି କହି ବ୍ଲାକମେଲିଙ୍ଗ୍ କରିଥିଲା। ପୁନମ ପୂରା ଡରିଯାଇ କାହାକୁ କିଛି ନ କହି ବିଳୟ କହିଥିବା ଜାଗାକୁ ଦେଖା କରିବାକୁ ଚାଲିଯାଇଥିଲା। ବିଜୟ ଯାଦବ ପୁନମକୁ ତାସହିତ ଶରୀରିକ ସଂପର୍କ ରଖୁ୍ବାକୁ କହିଥିଲା। ତା'କଥାରେ ରାଜି ନହୋଇ ଘୁନମ ସେଠୁ ପଳାଇ ଆସିଥିଲା। ବିଜୟ ଯେତେବେଳେ ଡାକୁଥିଲା ଅନିଚ୍ଛା ସଙ୍ଗେ
ପୁନମ ତାକୁ ଦେଖା କରିବାକୁ ଯାଉଥିଲା। ଦିନେ ପୂନମକୁ ସେ କିଛି ବିଷାକ୍ତ ଜିନିଷ ଦେଇ ଘରକୁ ପଠାଇଥିଲା। ତାଂକୁ କ୍ଷୀରରେ ମିଶାଇ ବିନୟକୁ ଦେବ ବୋଲି କହିଥିଲା। ବିଜୟ ଚାହୁଁ ଥିଲା ବିନୟ ତା' ରାସ୍ତାରୁ ହଟିଯିବା ପରେ ସେ ପୁନମକୁ ପାଇଯିବ। ହେଲେ ପୁନମ ସେହି ବିଷକୁ ସ୍ବାମୀକୁ ଦେବା ବଦଳରେ ନିଜେ ପିଇ ଦେଇଥିଲା। ଘରଲୋକ ପୁନମ କୁ ମେଡିକାଲ ନେଇ ଭଲ କରିଥିଲେ।


ଏହି କଥାକୁ ନେଇ ବିଜୟ ଏବଂ ବିନୟ ମଧ୍ୟରେ ପାଚିତୁଣ୍ଡ ଆରମ୍ଭ ହୋଇ ଯାଇଥିଲା। ଏହି ପାଟିତୁଣ୍ଡ ଏତେ ଳୋର ବଢି ଯାଇଥିଲା ଯେ ବିଜୟ ବିନୟର ଗେଡ଼କୁ ଗୁଳି ମାରିଥିଲା। ହେଲେ ବିନୟର ଜୀବନ ବଞ୍ଚି ଯାଇଥିଲା। ବିନୟ ଥାନା କଲ୍ୟାଣପୁରରେ ବିଜୟ ବିରୋଧରେ ଏଫ୍ଆଇ୍ଆର୍ ଲେଖାଇଥିଲା। ପୁଲିସ ବିଜୟକୁ ଗିରଫ କରି ଆଣିଥିଲା। ଏଥିପାଇଁ ବିଜୟକୁ ୧୦ ମାସ ଜେଲ୍ ହୋଇଥିଲା। ୯ ଅଗଷ୍ଟ ୨୦୧୭ରେ ସେ କାନପୁର ଜେଲରୁ ବାହାରକୁ ବାହାରିଲା। ବାହାରକୁ ଆସିବା ପରେ ବି ସେ ପୁନମର ସିଛା ଛାଡିନଥିଲା। ସେ ପୁନମକୁ ଦେଖା କରିବାକୁ ବହୁତ ଚେଷ୍ଟା କରିଥିଲା ହେଲେ ପୁନମର ସିମ୍କାର୍ଡ ପରିବର୍ଭନ ହୋଇଥିବାରୁ ସେ ତା'ର ନିକଟକୁ ପହଞ୍ଚିବାରେ ବିଫଳ ହୋଇଥିଲା।
ରଚିଥିଲା ଷଡ଼ଯନ୍ତ୍ର

ବହୁତ ଚେଷ୍ଟା ପରେ ବି ସେ ପୁନମ ପାଖରେ ପହଞ୍ଚି ନପାରିବାରୁ ଷଡ଼ଯନ୍ତ୍ର ରଚିଥିଲା। ସେ ଜଣେ ଝିଅକୁ ସେଲ୍ସ ଗର୍ଲ ବନେଇ ପୁନମର ଘରକୁ ପଠାଇଥିଲା। ଏହିଠାରୁ ବିଳୟକୁ ପୁଣିଥରେ ପୁନମର ନମ୍ବର ମିଳିଯାଇଥିଲା। ବିଜୟ ପୁଣିଥରେ ପୁନମକୁ କଲ୍ କରି ବ୍ଳାକ୍ମେଲିଙ୍ଗ୍ କରିବା ଆରମ୍ଭ କରିଥିଲା। ପୁନମକୁ ଏକାନ୍ତର ଦେଖା କରିବାକୁ ଡାକିଥିଲା। ପୁନମ ମନା କରିବାରୁ ଧମକ ଦେଇ କହିଥିଲା ସେ ତା'ର ସ୍ବାମୀର ଗାଡ଼ିରେ
ଚରସ ଏବଂ ନିଶା ସାମଗ୍ରୀ ରଖିଦେବ। ଆଉ ପୁଲିସକୁ ଫୋନ୍ କରି ତାଂକୁ ଗିରଫ କରି ଦେବ। ପୂନମ ଡରିଯାଇଥିଲା କାରଣ ବିଜୟ ପୂର୍ବରୁ ବିନୟକୁ ଗୁଳି ମାରି ପ୍ରଥମ ଟ୍ରେଲର ଦେଖାଇ ସାରିଥିଲା। ତଥାପି ପୁନମ ନମାନିବାରୁ ସେ ତାଂକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲା। ବିଳୟ ପୁନମସହିତ ନିଜର ଅଶ୍ଳୀଳ ଫଟେ ଫେସବୂକ୍ରେ ଅପଲୋଡ୍ କରି ଦେଇଥିଲା। ବିନୟ ଜାଣିବା ସହିତ ପୁନମ ଶାଶୂଗରଲୋକ ଏବଂ ସଂପର୍କୀୟମାନେ ଜାଣିଗଲେ।
ପ୍ରସ୍ତୁତ ହୋଇଥିଲା ହତ୍ୟା ଯୋଜନା

ସ୍ତୀର ଅଶ୍ଳୀଳ ଫଟେ ଦେଖୁ ବିନୟ ବହୁତ ରାଗିଯାଇଥିଲା । ସେଥିପାଇଁ ବିନୟ ତା'ର ବଡ଼ ଭାଇ ବିନୋଦକୁ କହିଥିଲା। ଶେଷରେ ପୁନମ, ବିନୋଦ ଏବଂ ବିନୟ ମିଶି ବିଜୟର ମୃତ୍ୟୁର ଜାଲ ତିଆରି କରିଥିଲେ । ଯୋଜନା ଅନୁସାରେ ପୂନମ ସନ୍ଧ୍ୟା ୬ଟାରେ ବିଜୟକୁ କଲ୍ କରି ତାଂକୁ ଦେଖା କରିବାକୁ ଅରାମ ପୁ ର ଥାନା ପଛ ଗଳିକୁ ଆସିବାକୁ କହିଥିଲା। ପୁନମର କଥାରେ ଫସି ବିଜୟ ସେହି ଗଳି ନିକଟକୁ ଆସିଥିଲା। ବିଜୟ ପୂନମ ସହିତ କଥା ହେବାକୁ ଯଉଥିବା ବେଳେ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ବିନୟ ତା'ର ମୁଣ୍ଡକୁ ପ୍ରହାର କରିଥିଲା। ବିଳୟ ତଳେ ପଡିଯିବାରୁ ସମସ୍ତେ ମିଶି ତାଂକୁ ଧରିପକାଇ କଟୁରୀରେ ତା?ବେକକୁ ପ୍ରହାର କରି ସେଠାରୁ ଖସି ପଳାଇଥିଲେ। ହେଲେ ବିଜୟ ଜୀବିତ ଥିଲା। ସେହି ବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତିକୁ ବିଜୟ ଉଦ୍ଧାର ପାଇଁ
ଡାକିଥିଲା। ବିଜୟର ଅବସ୍ଫା ସେତେବେଳକୁ ଖୁବ୍ ଗମ୍ଭୀର ଥିଲା। ବିଜୟ ସେହି ବ୍ୟକ୍ତିକୁ ତା'ର ବଡ଼ ଭାଇ ବୀରବାହାଦୂର ଯାଦବକୁ କଲ୍ କରି ସୂଚନା ଦେବାକୁ କହିଥିଲା। ବୀରବାହାଦୁର ଏବଂ ତାଂର ସାଥୀମାନେ ସେହି ସ୍ଥାନରୂ ମେଡିକାଲ୍ ନେଇଯାଇଥିଲେ । ଯିବା ବାଟରେ ବିଜୟ ହତ୍ୟା ପଛରେ ଥିବା ସମସ୍ତଙ୍କ ନାଁ ବଡ଼ ଭାଇକୁ କହି ଦେଇଥିଲା। ବୀରବାହାଦୁର ମୋବାଇଲରେ ଏହାର ରେକଙର୍ଡିଙ୍ଗ୍ କରି ଦେଇଥିଲା। ହେଲେ ମେଡିକାଲ୍ ନେବା ବାଟରେ ବିଜୟର ମୃତ୍ୟୁ ହୋଇ ଯାଇଥିଲା ।
ସମସ୍ତେ ଗିରଫ ହୋଇଥିଲେ

ଭାଇର ମୃତ୍ୟୁରେ ବୀରବାହାଦୁର ରାଗିଯାଇଥିଲା। ତାଂ ପାଖରେ ପ୍ରମାଣ ମଧ୍ୟ ଥିଲା। ସେ ତାଂର କିଛି ସମର୍ଥକଙ୍କୁ ନେଇ ଥାନାରେ ପହଞ୍ଚିଥିଲା ଏବଂ ଅପରାଧୀଙ୍କୁ ଯଥାଶୀଘ୍ର ଧରିବା ପାଇଁ ଦବୀ କରିଥିଲା। ପୁଲିସ ଚିମ୍ ୨୫ ନଭେମ୍ଭରକୁ ପୁନମ, ତାଂର ସ୍ବାମୀ ବିନୟ ଏବଂ ବଡ଼ ଭାଇ ବିନୋଦକୁ ଗିରଫ କରି ଆଣିଥିଲା। ପୁଲିସ ଆଗରେ ତିନିଜଣ ଅପରାଧୀ ନିଜର ଅପରାଧ ସ୍ବୀକାର କରି ନେଇଥିଲେ। ବିନୟ ପୁଲିସକୁ କହିଥିଲା ବିଜୟ ଜୋରଜବରଦସ୍ତି ତାଂର ସ୍ତ୍ରୀ ସହିତ ଶାରୀରିକ ସଂପର୍କ ରଖିବାକୁ ଚାହୁଁଥିବାରୁ ସେ ବିଳୟର ହତ୍ୟା କରିଥିଲା ।

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...