Saturday 30 November 2019

ନଗମାକୁ ମୁଁ ହତ୍ୟା କରିଛି


ଛ ତିଶଗଡ଼ର ରାୟପୁର ଜିଲ୍ଲା ଅର୍ତଗତ ରିସାଇପାରାର ଝିଅ ଥିଲା ନଗମା ପରଞ୍ଛିନ୍। ଦେଖିବାକୁ ଏତେ ସୁନ୍ଦର ଥିଲା ଯେ ଲୋକେ କହୁଥିଲେ ଗୋଟିଏ ଚାଉଳରେ ଗଢ଼ା। ପରିବାର ଲୋକଙ୍କ ସହନଗମା ରିସାଇପାରାରେ ରହୁଥିଲା। ମହମ୍ମଦଅସଲମଙ୍କ ବଡ଼ ଝିଅ ଥିଲା ନଗମା। ବିଏ ପଢ଼ ବାପରେ ତା'କୁ ଏକ ପ୍ରାଇଭେଟ୍ କମ୍ପାନିରେ ଚାକିରିମିଳିଯାଇଥିଲା। ବେଶ୍ ହସଖିସିରେ କଟୁଥିଲା ତାଂଜୀବନ। ଚାକିରି କରିବା ସହିତ ଘର ପାଖରେ ଏକବିୟୁଟି ପାଇଁର ମଧ୍ୟ ଖୋଲିଥିଲା। କିନ୍ତୁ ୧୮ ଜାନୁ ଆରୀ,୨୦୧୭ରେ ହଠାତ୍ କଂଣ ହେଲା ଯେ ନଗମା ବିୟୁଟିପାର୍ଲରରୁ ଆଉ ଘରକୁ ଫେରିନଥିଲୀ। ଘର ଲୋକ ଖିବ୍ଚିନ୍ତାରେ ପଡ଼ି ଯାଇଥିଲେ ।ବ୍ୟସ୍ତ ହୋଇ ବାପା ମହମ୍ମଦ ଅସଲମ ନଗମାରମୋବାଇଲକୁ କଲ୍ କରିଥିଲେ। କିନ୍ତୁ ନଗମାର ମୋବାଇଲଘରେ ଥିଲା। ବିୟୁଟି ପାର୍ଲର ଘର ଠାରୁ ଅଧୁକ ଦୁର ନଥିଲା। ସେଥିପାଇଁ ନଗମାର ବାପା ପ୍ରଥମେ ପାର୍ଲରକୁଯାଇ ନଗମାର ଖୋଜ ଖବର ନେଇଥିଲଲ। କିନ୍ତୁ ସେଠିପହଞ୍ଚି ଜାଣିବାକୁ ପାଇଲେ ଯେ ନଗମା ସେଦିନ ପାର୍ଲରଯାଇନାହିଁ। ଘର ଲୋକଙ୍କୁ କିଛି ବୁଦ୍ଧି ବାଟ ଦିଶିଲାନି।କ'ଣ କରିବେ, କାହାକୁ ପଚାରିବେ କିଛି ବୁଝିପାରୁନଥିଲେସେମାନେ। ନଗମା ଯଦି ପାର୍ଲର ଯାଇନାହିଁ ତେବେସେ ଗଲା କୁଆଡେ? ଏହି ପ୍ରଶ୍ନଟି ଘର ଲୋକଙ୍କୁ ଆହୁରି ଚିନ୍ତାରେ ପକାଇ ଦେଇଥିଲା। କାରଣ ନଗମା ଯେତେବେଳେ ବି ବାହାରକୁ ଯାଏ ଘର ଲୋକଙ୍କୁ କହିକରିଯାଏ।
 ପ୍ରଥମ ଥର ପାଇଁ ନଗମା ଘରେ କାହାକୁ କିଛି ନକହି ଯାଇଥିଲା । ନଗମାର ବାପା ମହମ୍ମଦ ଅସଲମ ତାଂକୁସବୁ ସ୍ଫ୍ରାନରେ ଖୋଜି ଶେଷରେ ନିରାଶ ହୋଇଯାଇଥିଲେ।ନଗମାର କୌଣସି ଖବର ନଥିଲା। ନଗମା ବି ଛୋଟପିଲା ନଥିଲା ଯେ ତାଂକୁ କେହି ଫୂସଲେଇ ଅପହରଣକରିନେବ। ସକାଳ ହେବା ମାତ୍ରେ ମହଜତ୍ମ୍ପଦ ଅସଲମ ଏବଂତାଙ୍କ ପରିବାର ଲୋକ ଥାନାକୁ ଯାଇ ନଗମାର ନିଖୋଜହେବା ଖବର ଦେଇଥି ଲେ। ସଙ୍ଗରେ ସଙ୍ଗେ ଥାନାଧିକାରୀ ଜୟପ୍ରକାଶ ସିଂ ଏହି ମାମଲାର ତଦନ୍ତ ଆରମ୍ଭ କରିଦେଇଥିଲେ। ପଚରାଉଚରା ବେଳେ ଜଣାପଡିଥିଲା ଯେ ଘଟଣା ଦିନ ନଗମା ତେଜପ୍ରକାଶ ସେନ୍ ନାମକ ଜଣେ ବ୍ୟକ୍ତିର ଗାଡ଼ି ରେ ବସି କେଉଁଆଡେ ଯାଇଥିଲା। ଆଉ ଏହି ଖବର ନଗମାର ୮ବର୍ଷର ଛୋଟ ଭଭଣୀ ହିଁ ପୁଲିସକୁ କହିଥିଲା। କିନ୍ତୁ ସେ ଘର ଲୋକଙ୍କୁ କିଛି କହିନଥିଲା।ପୁଲିସ ପଚାରିବାରୁ ସେ କହି ଦେଇଥିଲା। ଜୟପ୍ରକାଶ---ସିଂ ଯେତେବେଳେ ଏହି ବିଷୟରେ ଜାଣିବାକୁ ପାଇଲେ ସେ ମହମ୍ମଦ ଅସଲମଙ୍କୁ ତେଜପ୍ରକାଶ ବିଷୟରେ ପଚାରିଥିଲେ। ତେଜପ୍ର କାଶ ଆମାତାଲାବରେ ରହୁଥିଲା। ସେ ବିବାହି ତ ଏବଂ ଦୁଲ ପିଲାଙ୍କ ବାପା ଥିଲା। ଏହା ସକ୍ତ୍ବେ ବି ସେ ନଗମାକୁ ଭଲ ପାଇ ବସିଥିଲା। ନଗମାକୁ ମିଛ କହି ତା ସହିତ କୋର୍ଟ ମ୍ୟାରେଜ କରି ଥିଲା ତେଜପ୍ରକାଶ ।
କିନ୍ତୁ ତେଜପ୍ରକାଶ ପୂର୍ବରୁ ବିବାହିତ ବୋଲି ଜାଣିଲା ପରେ ନଗମା ସଙ୍ଗେ ସଙ୍ଗେ ଅଦାଲତରେ ତା! ନାରେ ପ୍ରତାରଣାର ମାମଲା ରୁଜୁ କରିଥିଲା। ନ୍ୟାୟାଧୀଶ ଉଭୟ ପକ୍ଷର ଯୁକ୍ତିଶୁଣିବା ପରେ ତେଜପ୍ରକାଶ କୁ ଦୋଷୀ ସାବ୍ୟସ୍ତ କରିଥିଲେ ।ତେଣୁ କ୍ଷତିପୂରଣ ବାବଦ ନଗମାକୁ ଦେଢଲକ୍ଷ ଟଙ୍କାଦେବୀର ଆଦେଶ କରିଥିଲେ। ତେଜପ୍ରକାଶ ନଗମାକୁପ୍ରତି ମାସରେ ୨୭ହଜାର ଟଙ୍କା ଦେବାର ମଧ୍ୟ ସ୍ଥିରହୋଇଥିଲା। କିନ୍ତୁ ତେଜପ୍ରକାଶ ଗୋଟିଏ କିସ୍ତି ଦେବାପରେ ଆଉ ଟଙ୍କା ଦେଇନଥିଲା। ଏସବୁ ଶୁଣିବା ପରେଜୟପ୍ରକାଶ ସିଂଙ୍କୁ ବୁ ଝିବାକୁ ଆଉ ଡେରି ହୋଇନଥିଲା ।ପୁଲିସ ଟିମ୍ ସଙ୍ଗେ ସଙ୍ଗେ ଚେଜପ୍ରକାଶର ଘରକୁଯାଇ ଥାନାକୁ ନେଇ ଆସିଥିଲେ। କିନ୍ତୁ ତେଜପ୍ରକାଶର କୌଣସି ଡର ନଥିଲା। ଜୟପ୍ରକାଶ ସିଂ ଯେତେବେଳେ ତେଜପ୍ରକାଶକ୍ଲ ନଗମା ପରଞ୍ଜିନ୍ ବିଷୟରେ ଜାଣିଛି କିନାହିଁ ପଚାରିଲେ ସେତେବେଳେ ତେଜପ୍ରକାଶ କହିଥିଲା ସେ ଭଲ କରି ନଗମାକୁ ଜାଣିଛି। କିନ୍ତୁ ତା' ବିଷୟରେ ତାଂକୁ କ'ଣ ପାଇଁ ପଚରା ଯାଉଛି ବୋଲି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲା। ଜୟମପ୍ରକାଶ ସିଂ କହିଥିଲେ ନଗମା ଚାରି ଦିନ ହେବ ନିଖୋଜ ଅଛି। ଆଶ୍ଚର୍ଯ୍ୟ ହୋଇ ତେଜପ୍ରକାଶପଚାରିଥିଲା କ'ଣ ୪ ଦିନ ହେବ ନିଖୋଜ ! ଜୟପୁ କାଶ ସିଂକହିଥିଲେ ନଗମା ପାର୍ଲର ଯିବାକୁ କହି ଯେ ଯାଇଛି ଆଉଘରକୁ ଫେରି ନାହିଁ। କିଛି ନଜାଣିଲା ପରି ତେଜପ୍ରକାଶକହିଥିଲା ସେ ମତେ କ'ଣ କହି କରି ଯାଇଛି ? ଯଦି ତାଂବିଷୟରେ ଜାଣିବାକୁ ଚାହୁଁଛତେବେ ତା' ଘର ଲୋକଙ୍କୁ ପଚାର ମତେନୁହଁ। ପୁଲିସ ଆଗରେ ଏମିତି ରୋକଠୋକ ଜବାବ ଦେଇଥିଲା ଚେଜପ୍ରକାଶ। ଜୟପ୍ରକାଶ କିନ୍ତୁ ତାଂର ଚାଲ୍ପ୍ରଥମରୁ ବୁଝିପାରିଥିଲେ। ସେଥିପାଇଁ ସେ କହିଥିଲେ ଠିକ୍ ଅଛି ଚୁ କିଛି ଜାଣିନୁ । କିନ୍ତୁ ନଗମାର ସାନ ଭଉଣୀ ତ କହିଲା ନଗମା ନିଖୋଜ ହେବା ଦିନ ତାଂକୁ ତୋ ଗାଡ଼ିରେ ଯିବାର ସେ ଦେଖିଥିଲା। ଏଥର ତେଜପ୍ର କାଶଡରି ଯାଇଥି ଲା। ତା ପାଟିରୁ ସତ ବାହାରିଥିଲା। ତୁରନ୍ତସେ ଥାନାଧିକାରୀ ଜୟପ୍ରକାଶଙ୍କ ଗୋଡ ଧରି ପକାଇକହିଥିଲା ସାର୍ ମୁଁ ବହୁତ ବଡ଼ ଭୁଲ୍ କରିଦେଇଛି । ନଗମାକୁ ମୁଁ ହତ୍ୟା କରିଛି। ତାଂକୁ ମାରିବା ଛଡାମୋ ପାଖରେ ଆଉ କୌଣସି ରାସ୍ତା ନଥିଲା। ମୁଁତାଂକୁ ଭଲପାଇଲି। ତା ପାଇଁ ମୋ ସ୍ଥୀ ଏବଂପିଲାଛୁଆକୁ ଛାଡିଲି। ଏତେ ପରେ ମଧ୍ୟ ସେମୋର ସବୁକିଛି ଲୁଟିବାକୁ ବସିଥିଲା। ସେ ମୋଜୀବନକୁ ନର୍କ କରି ଦେଇଥିଲା।
    ଚେଜପ୍ରକାଶ ଥିଲା ତା ବାପାମାଂଙ୍କ ଏକମାତ୍ର ସନ୍ତାନ । ବିବାହିତ ହୋଇ ମଧ୍ଧ ନଗମାର ସୌନ୍ଦର୍ଯ୍ୟରେ ଆକର୍ଷି ତହୋଇ ପଡିଥିଲା ସେ। ନଗମାକୁ ଦେଖିବା ଉଦ୍ଦେଶ୍ୟରେସେ ସବୁଦିନ ତାଂ ପାର୍ଲରକୁ ଯାଉଥିଲା। କିନ୍ତୁ ନଗମାଜାଣିନଥିଲା ଯେ ତେଜପ୍ରକାଶ ବିବାହିତ । ନଗମାର ଘରଲୋକ ମଧ୍ୟ ଦୁହିଙ୍କ ସଂପର୍କ ବିଷୟରେ ଳାଣି ପାରିଥିଲେ |ସେମାନଙ୍କୁ ମଧ୍ୟ କୌଣସି ଆପଭି ନଥି ଲା। ଦୁହେଁ କୋର୍ଟମ୍ୟାରେଜ କଲେ। ତେବେ ଚାଲାକ ତେକଜପ୍ରକାଶ ପୂର୍ବରୁବିବାହିତ ବୋଲି ନଗମା କି ତାଂ ପରିବାର ଲୋକଙ୍କୁଜାଣିବାକୁ ଦେଇନଥିଲା। ତେବେ ଅଳ୍ଛ ଦିନ ମଧ୍ୟରେଚେଜପ୍ରକାଶର ଅସଲି ରୂପ ନଗମା ଜାଣିପାରିଥିଲା।ନଗମା ଯାହାକୁ ଏତେ ଭଲ ପାଉଥିଲା ସେ ଏତେ ବଡ଼ବିଶ୍ଵାସଘଘାତକ ହେବ ବୋଲି ସେ ଭାବି ପାରୁନଥିଲା ।ତାଂର ସବୁ ସ୍ବପ୍ନ ଚୁରମାର ହୋଇଯାଇଥିଲା। ଅନ୍ୟକୌଣସି ରାସ୍ତା ନଦେଖି ସେ ଏ ବିଷୟରେ ବାପା ମହମ୍ମଦଅସଲମଙ୍କୁ ଜଣାଇଥିଲା। ଏହାପରେ ନଗମା ଏବଂମହମ୍ମଦ ଅଦାଲତରେ ତେଳପ୍ର କାଶ ନାଁରେ ମକଦ୍ଦମା ରୁଜ୍ଜୁ କରିଥିଲେ। ଏସବୁ ବିଷୟରେ ଜାଣି ତେଳପ୍ରକାଶର ପ୍ରଥମସ୍ତ୍ରୀ ତାଂକୁ ଛାଡି ପଳାଇ ଥିଲା। ତେଜପ୍ରକାଶ ଏହାପରେସମ୍ପୂର୍ଣ୍ଣ ଏକୁ ଟିଆ ହୋଇଯାଇଥିଲା। ତାଂକୁ କିଛି ବି ବୁଦ୍ଧିବାଟ ଦିଶୁନଥିଲା। ପୁଣି ନଗମାକୁ ପ୍ରତି ମାସରେ ୨୭ହଜାର ଟଙ୍କା ଦେବାର ମଧ୍ୟ ଥିଲା। କିନ୍ତୁ ପ୍ରଥମ କିସ୍ତି ଦେବା ପରେ ତେଜମପ୍ରକାଶ ଆଉ ଟଙ୍କା ନ ଦେବାରୁ ପୁଣିଥରେଅଦାଲତର ଦ୍ଵାରସ୍କ ହୋଇଥିଲା ନଗମା। ତେଳପ୍ରକାଶସବୁଦିନ ପାଇଁ ନଗମା ଠାରୁ ପିଛା ଛଡାଇବାକୁ ଚାହୁଁ ଥି ଲା।କିନ୍ତୁ ନଗମା ତା' ପିଛା ଛାଡିନଥିଲା। ଶେଷରେ ତେଜପ୍ର କାଶନଗମାକୁ ହତ୍ୟା କରିବ ବୋଲି ମ୍ମିର କଲା। କିନ୍ତୁ ଏଥିରେମଧ୍ୟ ତାଂର ଧରାପଡିଯିବାର ଭୟ ଥିଲା।
ଟିଭି ସିରିଏଲଦେଖ୍ ହତ୍ୟାର ଷଡଯନ୍ତ୍ର ପ୍ରସ୍ତୁତ କରିଥିଲା ତେଜପ୍ର କାଶ ।ହତ୍ୟା ଦିନ ନଗମାକୁ କହିଥିଲା ଯେ ମୁଁ ଘର ଠାରୁ କିଛିଦୁରରେ ଗାଡ଼ି ନେଇ ଛିଡା ହୋଇଥି ବି । ତୁ ମେ ଆସିଯିବ।କିନ୍ତୁ ଫୋନ୍ ଘରେ ଛାଡି ଦେଇ ଆସିବ। କାରଣ ମୁଁ ତୁମକୁ ଏକ ନୂଆ ଫୋନ୍ ଦେବି । ତେଜପ୍ରକାଶ ଯେମିତି କହିଥିଲା ନଗମା ସେମିତି କରିଥିଲା। ତେଜପ୍ରକାଶ ନଗମାକୁ ସାଙ୍ଗରେ ନେଇ ପଡ଼ୋଶୀ ଜିଲ୍ଲା ବାଲୋଦର ସିୟୋଦେଇ ମନ୍ଦିର ନିକଟରେ ପହଞ୍ଚିଥିଲା। ନିଛାଟିଆଜାଗା ଦେଖୂ ତେକପ୍ରକାଶ ନଗମାକୁ ଧକ୍କା ମାରିତଳେ ପକାଇ ଦେଇଥିଲା। ଆଭ ସଙ୍ଗେ ସଙ୍ଗେ ନଗମା ପକାଇଥିବା ଓଢଣୀରେ ତାର ତଣ୍ଟ ଚିପି ହତ୍ୟା କରିଥିଲା। ନଗମା ମରିଯିବା ପରେ ଗାଡ଼ି ଡିକିରୁ ପେଟ୍ରୋଲ ବାହାର କରି ନଗମାର ମୃତ ଶରୀରକୁ ଜାଳି ଦେଇଥିଲା । ଆଉ ସଙ୍ଗେ ସଙ୍ଗେ ସେହି ସ୍କାନ ଛାଡି ପଳାଇଆସିଥିଲା ତେଜପ୍ରକାଶ। ସମସ୍ତ ଘଟଣା ଶୁଣିବା ପରେ ପୁଲିସ ତେଜପ୍ରକାଶକୁ ଗିରଫ କରିଥିଲା। ତେଜପ୍ରକାଶ ପୁଲିସ ଆଗରେ ଚାଲାକି ଦେଖାଇଥିଲା । କିନ୍ତୁ ଆଇନ୍ ଆଖିରେ ଧୂଳି ଦେବାକୁ ସକ୍ଷମ ହୋଇ ପାରିନଥିଲା।

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...