Sunday 22 December 2019

ରାକେଶର ଧୋକାରେ ଭାଙ୍ଗିପଡିଥିଲା ଅଞ୍ଜଳି

୨୫ବର୍ଷିୟ ଅଞ୍ଜଳି ଯାଦବ ୨୨ମେରେ ତା'ର ରୁମ୍ରେ  ଥିଲା। ସେ ସିଦ୍ଧାର୍ଥନଗର ଜିଲ୍ଲା ଗୋହନିଆ ବଜାରରେ ବିଜୟ କୁମାରଙ୍କ ଘର ପ୍ରଥମ ମହଲ ଭଡ଼ା ନେଇ ରହୁଥିଲା। ଅଞ୍ଜଳି ଏବଂ ତା'ର ସହକର୍ମୀ ଖୁସ୍ବୁ ସିଦ୍ଧାର୍ଥନଗର କାଞ୍ଚନପୁର ପ୍ରାଇମେରି ବିଦ୍ୟାଳୟରେ ଏକାଠି
ପଢାଉଥିଲେ। ସେହି ସମୟର ଗ୍ରୀଷ୍ମକାଳୀନ ଛୁଟିଥିବାରୁ ଖୁସ୍ବୁ ଘରକୁ ଚାଲିଯାଇଥିଲା। ଅଞ୍ଜଳିକୁସେଦିନ ଏକୁଟିଆ ଦେଖି ଘର ମାଲିକର ଦୁଇ ଝିଅ ରିଆ ଏବଂ ସୀମା ତା ନିକଟକୁ ଆସିଥିଲେ ।ଅଞ୍ଜଳି ଯେବେ ବି ଏକୁଟିଆ ଥାଏ ରିଆ ଏବଂ ସୀମାତାଂସହିତ କଥାବାର୍ତା ହେବା ପାଇଁ ଚାଲିଆସନ୍ତି। ସାଢେ ୩ଟା ପାଖାପାଖି ରିୟା ଏବଂ ସୀମା ନିଜରୁମ୍କୁ ଚାଲିଯାଇଥିଲେ। ଅଞ୍ଜଳି ରୁମ୍ରେ ଏକୁଟିଆ ଥିଲା। ଗୋଟିଏ ଘଣ୍ଟା ପରେ ଅଞ୍ଜଳି ରୁମ୍ରୁ ଧୂଆଁ ବାହାରିବାକୁ ଲାଗିଥିଲା । ଧୂଆଁ ବାହାରୁ ଥିବାର ଦେଖିସଙ୍ଗେ ସଙ୍ଗେ ଲୋକଙ୍କ ଭିଡ଼ ଜମିଥିଲା। ରୁମ୍ ବାହାରୁତାଲା ପଡିଥିଲା। ଲୋକେ ତାଲା ଭାଙ୍ଗି ରୁମ୍ ଭିତରକୁଯାଇଥିଲେ। ରୁମ୍ ଭିତରର ଦୃଶ୍ୟ ହୃଦୟ ବିଦାରକ ଥିଲା। ଅଞ୍ଜଳିର ଶବ ପଖାରେ ଝୁଲୁଥିଲା। ଶବସମ୍ପୁର୍ଣ୍ଣ ଜଳିଯାଇଥିଲା। କିଛି ଲୋକ ୧୦୦ ନମ୍ବରକୁକଲ୍ କରି ପୁଲିସକୁ ସୂଚନା ଦେଇଥିଲେ |
ପୁଲିସ ବି ହୋଇଥିଲା ଆଶ୍ଚର୍ଯ୍ୟ
ପୁଲିସ ଆସିବା ପରେ ଦେଖିଥିଲା ଅଞ୍ଜଳିର ଶବପଙ୍ଖାରେ ଝୁଲୁଥିଲା। ତା'ର ବେକରେ ଲୁ ହା ତାର ଏବଂ ପାଦରେ ଜଞ୍ଜିର ବନ୍ଧା ହୋଇଥିଲା। ରୁମ୍ରେ ଗ୍ୟାସସିଲିଣ୍ଡର ରଖାଯାଇଥିଲା। କିଚେନ୍ ରୁମ୍ରେ ଦୁଇଟିଲାଲ୍ ରଙ୍ଗର ବ୍ୟାଗ ଥିଲା। ଏସବୁ ଦେଖି ପୁଲିସଭାବିଥିଲା ଅଞ୍ଜଳି ଆତ୍ନହତ୍ୟା କରିଥିବ। ହେଲେ ରୁମ୍ର ଦୃଶ୍ଯ କିଛି ଭିନ୍ନ କହୁଥିଲା। ଯେଉଁଥିପାଇଁପୁଲିସ ବି ଆଶ୍ଚର୍ଯ୍ୟ ହୋଇଥିଲା। ଯଦି ଅଞ୍ଜଳି ଆତ୍ନହତ୍ୟା କରିଥିବ ରୁମ୍ ବାହାରପଟୁ କିପରି ବନ୍ଦହେବ? ତେଣୁ ପୁଲିସ ସନ୍ଦେହ କରିଥିଲା ଅଞ୍ଜଳିବ୍ୟତୀତ ଅନ୍ୟ କେହି ବ୍ୟକ୍ତି ସେହି ରୁମ୍ରେ ଥିଲା। ଘଟଣାକୁ ନଜରରେ ରଖି ପୁଲିସ ଅନୁମାନ କରିଥିଲା ଅଞ୍ଜଳିର ହତ୍ୟା କରିବା ପରେ ହ ତ୍ୟାକାରୀ ଅଞ୍ଜଳିରଶବକୁ ପଙ୍ଖାରେ ଝୁଲାଇ ଦେଇଥିବ। ତାଂପରେରୁମ୍ ବାହାରୁ ବନ୍ଦ କରି ସମସ୍ତଙ୍କ ନଜରରୁ ଲୁଚି ପଳାଇଥିବ।। ଗ୍ୟାସ୍ ସିଲିଣ୍ଡର କିଚେନ୍ରେ ରହିବା ବଦଳରେ ଅଞ୍ଜଳିର ରୁମ୍ରେ ଥିଲା। ହେଲେଏହା ଆତ୍ନ ହତ୍ୟା ନା ହତ୍ୟା ଜାଣିବା ପାଇ ପୁଲିସପୋଷ୍ଟମାର୍ଟମ ରିପୋର୍ଟକୁ ଅପେକ୍ଷା କରିଥିଲା। ଝିଅର ମୃତ୍ଯୁ ଖବର ଘରଳୋକଙ୍କୁ ଦିଆଯାଇଥିଲା।ଘରଲୋକ ଆସିବା ପରେ ଜଣାପଡିଥିଲା ଯେ ଅଞ୍ଜଳି ରଲୋକ ଆସିବା ପରେ ଜଣାପଡିଥିଲା ଯେ ଅଞ୍ଜଳିକିଛି ଦିନ ହେବ ଚିନ୍ତାରେ ରହୁଥିଲା ।
ରାକେଶ ଥିଲା ସନ୍ଦେହରେ
ପୁଲିସ ଅଞ୍ଜଳିର କଲ୍ ଡିଟେଲସ୍ ବାହାର କରିଥିଲା।ଯେଉଁଥିରୁ ଜଣାପଡିଥିଲା ଅଞ୍ଜଳି ଗୋଟିଏ ନମ୍ବରକୁ ଅନେକଥର କଲ୍ କରି କଥା ହେଉଥିଲା। ସେହି ନମ୍ବର ଥିଲାରାକେଶ କୁମାର ଯାଦବର । ରାକେଶ ଏବଂ ଅଞ୍ଜଳି ଗୋଟିଏବିଦ୍ୟାଳୟରେ ପଢାଉଥିଲେ । ଦୁଇଜଣଙ୍କ ସଂପର୍କ ବିଷୟରେପୁଲିସ ଖୋଳତାଡ କରିବାରୁ ଜଣାପଡିଥିଲା ରାକେଶ ଏବଂଅଞ୍ଜଳି ଭିତରେ ପ୍ରେମ ସଂପର୍କ ଥିଲା। ଏହି କଥା ଅଞ୍ଜଳିରଘରଲୋକଙ୍କୁ ମଧ୍ଯ ଜଣାଥିଲା। ପୁଲିସ ଯେତେବେଳେ ଅଞ୍ଜଳିରବାପାଙ୍କୁ ଏ ବିଷୟରେ ପଚାରିଥିଲା, ସେ ଅଞ୍ଜଳିର ରାକେଶ ସହିତ ସଂପର୍କ ଥିବା କଥାକୁ ସ୍ବୀକାର କରିଥିଲେ | ଆଉ ପୂରାଦମ୍ଭର ସହିତ କହିଥିଲେ ଯେ, ରାକେଶ ଅଞ୍ଚଳିକୁ ହତ୍ଯା କରିଛି | ତା'କୁ ଥାନାକୁ ଆଣି କଠୋର ହୋଇ ପଚାରିଲେ ସେସବୁ ସତ କଥା ମାନିଯିବ । ୨୬ମେରେ ରାକେଶକୁ ତା'ର ଘରୁଗିରଫ କରାଯାଇଥିଲା। ପଚରାଉଚରା ସମୟରେ ସେ ସତ କଥା ମାନିଯାଇଥିଲା। ରାକେଶ ଥିଲା ଅଞ୍ଜଳିର ହ ତ୍ୟାକାରୀ ।ପ୍ରେମରେ ପଡ଼ିବାକୁ ଚାହୁଁନଥିଲା ଅଞ୍ଜଳି ରାକେଶ କୁମାର ଯାଦବ ଅଞ୍ଜଳିଠାରୁ ବୟସରେ ବହୁତ ବଡ଼ଥିଲା। ଦୁଇଜଣ ଏକାଠି ଗୋଟିଏ ସ୍କୁଲରେ ପଢାଉଥିବାରୁ ରାକେଶ ଅଞ୍ଜଳିକୁ ମନେ ମନେ ଭଲ ପାଇ ବସିଥିଲା।
ରାକେଶ ଯେବେ ଏ ବିଷୟରେ ଅଞ୍ଜଳିକୁ କହିଥିଲା। ସେ ସଫାସଫା ମନା କରିଦେଇଥିଲା | କହିଥିଲା ଘରଲୋକଙ୍କ ଇଚ୍ଛାରେବାହା ହେ ବ । କିନ୍ତୁ ରାକେଶ ଚେଷ୍ଟା ଛାଡିନଥିଲା। ସେ ତାଂରସାଙ୍ଗ ଖୁସ୍ବୁ ଜରିଆରେ ଅଞ୍ଜଳିର ନିକଟତର ହୋଇଥିଲା।ଖୁସ୍ବୁ ଅଞ୍ଜଳି ଆଗରେ ରାକେଶର ପ୍ରଶଂସା କରୁଥିଲା।ଯେଉଁଥିପାଇ କିଛି ଦିନ ପରେ ଅଞ୍ଜଳି ରାକେଶର ପ୍ରେମକୁସ୍ଵୀକୃତି ଦେଇଥିଲା। ଅଞ୍ଜଳିର ପ୍ରଥମ ପ୍ରେମ ଥିଲା ରାକେଶ ।ଦିନକୁ ଦିନ ସେ ରାକେଶକୁ ବହୁ ତ ଭଲ ପାଇବସିଥିଲା।
ସତ ଲୁଚାଇଥିଲା ରାକେଶ

ରାକେଶ ବିବାହିତ ଥିଲା ବୋଲି ଅଧଞ୍ଚଳିକୁ ଲୁଚାଇଥିଲା ।କେବଳ ଅଞ୍ଜଳି ନୁହ ଖୁସ୍ବୁକୁ ମଧ୍ଯ ଏ ବିଷୟରେ ସେ କିଛି କହିନଥିଲା। ରାକେଶ ବହୁତ ଚାଲାକ ଥିଲା। ଅଞ୍ଜଳିକୁ ପ୍ରେମକରୁନଥିଲା ବରଂ ତା'ର ଶରୀରକୁ ଚାହୁଁ ଥିଲା। ସେ ଅଞ୍ଜଳିସହିତ କେବଳ ଛଳନା କରୁଥିଲା। ଅଞ୍ଜଳି ସହିତ ଶାରୀରିକସଂର୍ପକ ରଖିବା ପରେ ତାଂକୁ ଛାଡି ଦେଇଥାନ୍ତା। ଅଞ୍ଜଳିକୁପାଇବା ପାଇଁ ସେ କୌଣସି ବି ସ୍ତର ପର୍ଯ୍ୟନ୍ତ ଯିବାକୁ ପ୍ରସ୍ତୁତଥିଲା। ସେଥିପାଇଁ ସେ ଅଞ୍ଜଳି ଆଗରେ ବିବାହ ପ୍ରସ୍ତାବଦେଇଥିଲା। ଅଞ୍ଜଳି ତା'ର ପ୍ରସ୍ତାବକୁ ମନା କରିପାରିନଥିଲାବିବାହ ପାଇଁ ହ କହିଥିଲା। ହେଲେ ସେପଟେ ଅଞ୍ଜଳିରମାଂବାପା ତାଂର ବାହାଘର ଠିକ୍ କରିଦେଇଥିଲେ ଜଣେଇଞ୍ଜିନିୟର ସହିତ | ଅଞ୍ଜଳି ବି ସେତେବେଳେ ଜାଣିପାରିଥିଲାଯେତେବେଳେ ଘରଲୋକ ତାଂ ର ନିର୍ବନ୍ଧର ତାରିଖ କହିଥିଲେ । ରାକେଶର ମୁଖା ଖୋଲିଥିଲା

ଅଞ୍ଜଳି ତାଂର ବାହାଘର ଠିକ୍ ହୋଇଥିବା କଥା ରାକେଶକୁକହିବାକୁ ବାହାରିଥିଲା ବେଳେ ରାକେଶ ବିବାହିତ ବୋଲିଜାଣିପାରିଥିଲା। ରାକେଶର ଧୋକାରେ ସେ ଭାଙ୍ଗିପଡିଥିଲା।ସେ ରାକେଶଠାରୁ ଏମିତି ଆଶା କରୁନଥିଲା। ତାଂପରେସେ ନିର୍ବନ୍ଧ ପାଇଁ ଘରକୁ ଚାଲିଯାଇଥିଲା। ହେଲେ ଅଞ୍ଜଳିରଏହି ବାହାଘରରେ କୌଣସି ଆଗ୍ରହ ନଥିଲା। ସବୁବେଳେଚିନ୍ତାରେ ରହୁ ଥିଲା ଅଞ୍ଜଳି । ନିର୍ବନ୍ଧ ହୋଇଯିବା ପରେ ଅଞ୍ଜଳି ପୁଣି ଫେରି ଆସିଥିଲା। ପ୍ରେମରେ ଧୋକା ଖାଇବା ପରେତା'ର ମନ କୌଣସି କାମରେ ଲାଗୁନଥିଲା। ରାକେଶର ବି
ଫୋନ୍ ଉଠାଉନଥିଲା। ରାକେଶ ତାଂକୁ ଦେଖା କରିବା ପାଇଁ ଯେତେଥର ଡାକିଛି ସେ ମନା କରିଦେଇଥିଲା। ଅଞ୍ଜଳିକହିଥିଲା ତା'ର ବାହାଘର ଠିକ୍ ହୋଇସାରିଛି। ସେଥିପାଇଁ ତା'ସହିତ କୌଣସି ସଂପର୍କ ରଖିବ ନାହ |

ସାକ୍ଷାତ ବାହାନାରେ କରିଥିଲା ହତ୍ୟା
ସେଦିନ ରିଆ ଏବଂ ସୀମା ଅଞ୍ଜଳି ସହିତ କଥାବାର୍ଭା ସାରିନିଜ ଘରକୁ ଚାଲିଯାଇଥିଲେ। ତାଂପରେ ରାକେଶର କଲ୍ଆସିଥିଲା। ସେ ଅଞ୍ଜଳିକୁ ଦେଖା କରିବାକୁ ଚାହୁଁ ଥିଲା। ହେଲେଅଞ୍ଜଳି ମନା କରି ଫୋନ୍ କାଟି ଦେଇଥିଲା । ରାକେଶକୁ ଏହାଅପମାନିତ କରିଥିଲା। ସେ ପ୍ରତିଶୋଧ ନେବାକୁ ଚାହୁଁଥିଲା।ରାକେଶ ଜାଣିଥିଲା ଅଞ୍ଜଳି ରୁମ୍ରେ ଏକୁଟିଆ ଥିଲା। ପ୍ରଥମେସେ ଅଞ୍ଜଳିର ଘରମାଲିକଙ୍କ ଉପରେ ନଜର ରଖିଥିଲା। ଯେମିତି ସେ ବାହାରକୁ ଯାଇଛନ୍ତି ସେ ଘର ଭିତରକୁପ୍ରବେଶ କରିଥିଲା। ଅପରାହ୍ନ ହୋଇଥିବାରୁ ଅନ୍ଯ ଲୋକଶୋଇଥିଲେ। ଲୁଚି ଲୁଚି ଅଞ୍ଜଳିର ରୁମ୍କୁ ଯାଇଥିଲା। ଅଞ୍ଜଳିଘରକୁ ଯିବା ପାଇଁ ପ୍ୟାକିଙ୍ଗ୍ କରୁଥିଲା। ଏହି ସମୟରେରାକେଶକୁ ରୁମ୍ରେ ଦେଖି ଚମକି ପଡିଥିଲା। ପଡ଼ୋଶୀଲୋକ ଜାଣିଲେ ତାଂର ବଦନାମୀ ହେବ ବୋଲି ସେ ପାଟି କରିନଥିଲା। ବାହାଘର କଥାକୁ ନେଇ ଦୁହଙ୍କ ଭିତରେ ଖୁବ୍ଜୋର ଝଗଡ଼ା ହୋଇଥିଲା। ରାକେଶ ରାଗିଯାଇ ଅଞ୍ଜଳିର ବେକରେ ପଡିଥିବା ଓଢଣୀରେ ତାଂର ଗଳା ଚିପି ହତ୍ୟାକରିଥିଲା। ତା'ପରେ ତା'ର ଶବକୁ ପଖାରେ ଝୁଲାଇ ରୁମ୍ରେ ନିଆଁ ଲଗାଇ ଦେଇଥିଲା। ଆଉ ବାହାରପଟୁ କବାଟ ବନ୍ଦ କରି ଘଟଣାସ୍ତ୍ଵଳରୁ ଫେରାର ହୋଇଯାଇଥିଲା।

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...