Sunday 22 December 2019

ଦକ୍ଷାର ଦକ୍ଷତା


ମଙ୍ଗଳବାର ୪ ଜୁନ୍ର ଘଟଣା। ରାଜସ୍ଥାନ ବାଡ଼ମେର ର ହାଥମା ଗାଁ ନିକଟରେ କିଛି ଲୋକ ରାସ୍ତାକଡ଼ରେ ଶବ ପଡ଼ିଥିବାର ଦେଖିବାକୁ ପାଇଥିଲେ। ହେଲେଶବଟି କାହାର ଥିଲା ଜାଣି ପାରିନଥିଲେ । ଗାରେ ଏହି ଖବରବ୍ୟାପିବାରୁ ଗାଁ ଲୋକଙ୍କ ଭିଡ଼ ଜମିଥିଲା ସେଠି । ଗାର ଜଣେଲୋକ ମୃତକକୁ ଚିହ୍ନି ପାରିଥିଲା। ମୃତକର ନା ଥିଲା ବୀରସିଂହ। ସେ ଯୋଗରାଜ ସିଂହଙ୍କ ପୁଅ ଥିଲା। ସଙ୍ଗେ ସଙ୍ଗେ ପୁଅର ମୃତ୍ଯୁ ଖବର ଘରକୁ ଦିଆଯାଇଥିଲା। ଘରଲୋକସମସ୍ତେ ଘଟଣାସ୍ତ୍ରଳରେ ପହଞ୍ଚିଥିଲେ। ସ୍ପୀ ଦକ୍ଷା ବି ସେଠାରେଉପସ୍ଥିତ ଥିଲା। ଦକ୍ଷା ସ୍ବାମୀର ଶବ ପାଖରେ ବସି ମୁଣ୍ଡପିଟିକାନ୍ଦୂଥିଲା। ଏତିକି ବେଳେ ପୁଲିସ ଆସି ସେଠାରେପହଞ୍ଚିଥିଲା। ଥାନାଧିକାରୀ ବିକ୍ରମ ସିଂହ ଘଟଣାସ୍ଥଳରନିରୀକ୍ଷଣ କରିଥିଲେ। ମୃତକ ବୀର ସିଂହର ମୁଣ୍ଡରେ ଗଭୀରଆଘାତ ଲାଗିଥିଲା। ଜଣାପଡିଥିଲା ଯେ ମୃତକକୁ ଅନ୍ୟଜାଗାରେ ହ ତ୍ୟା କରାଯାଇ ସେଠାରେ ଫିଙ୍ଗି ଦିଆଯାଇଥିଲା।ପୁଲିସ ଏହି ଘଟଣାକୁ ଗୁରୁତ୍ଵର ସହିତ ନେଇ ଖୋଳତାଡ଼ ଆରମ୍ଭ କରିଥିଲା।

`
ମହେନ୍ଦ୍ରର ନା ଆସିଥିଲା ସାମ୍ନାକୁ

ପୁଲିସ ଏହି ଘଟଣାର ଅପରାଧୀକୁ ଯଥାଶୀଘ୍ର ଧରିବା ପାଇଁସ୍ବତନ୍ତ୍ର ଟିମ୍ ଗଠନ କରିଥିଲା। ଏହି ଟିମ୍ ପ୍ରଥମେ ବୀର ସିଂହର ସ୍ଥୀ ଦକ୍ଷାକୁ ଜେରା କରିଥିଲେ । ଦକ୍ଷା କହିଥିଲା,ଜୁନ୍ ୩ ତାରିଖ ମଧ୍ୟାହ୍ନରେ ସେ କେଉଁଆଡେ
ଯାଇଥିଲେ। ହେଲେ ତାଂପରଦିନ ସକାଳେରାସ୍ତାକଡ଼ରେ ତାଙ୍କ ଶବ ମିଳିବାରସୂଚନା ଘରକୁ ମିଳିଥିଲା। ପୁଲିସ
ଟିମ୍ ବୀର ସିଂହ ଏବଂ ଦକ୍ଷାମୋବାଇଲ୍ର କଲ୍ ଡିଟେଲସ୍ବାହାର କରିଥିଲେ। ଦକ୍ଷାର କଲ୍ଡିଟେଲସ୍ରୁ ଜଣା ପଡିଥିଲା ତା'ରଗୋଟିଏ ନମ୍ବର ସହିତ ଅଧୁକାଂଶ ସମୟ କଥାବାର୍ତା ହେଉଥିଲା। ସେହିନମ୍ବରଟି ଥିଲା ମହେନ୍ଦ୍ର ସିଂହର। ଯାଞ୍ଚପରେ କିଛି ଗାଲୋକଙ୍କଠାରୁ ଜାଣିବାକୁମିଳିଥିଲା ଜୁନ୍ ୩ ତାରିଖରେ ବୀରସିଂହ ଘର ନିକଟରେ ମହେନ୍ଦ୍ର ସିଂହକୁଦେଖିବାକୁ ମିଳିଥିଲା।ପୁଲିସ ମହେନ୍ଦ୍ର ଉପରେ ସନ୍ଦେହ କରିଥିଲା। ପୁଲିସ ଟିମ୍ ମହେନ୍ଦ୍ରକୁ ଖୋଜିବାକୁ ଆରମ୍ଭ କରିଥିଲେ ।ଜଣାପଡିଥିଲା ଜୁନ୍ ୪ ତାରିଖରେ ସେଗୁଜରାଟ ଚାଲିଯାଇଛି। ରାଜସ୍ଥାନ ପୁଲିସଗୁଜରାଟରୁ ମହେନ୍ଦ୍ରକୁ ଗିରଫ କରିଥିଲେ।

ଖୋଲିଥିଲା ହତ୍ୟାକାରୀ ମୁଖା

ଥାନାକୁ ଆସିବା ପରେ ମହେନ୍ଦ୍ରକୁ ପୁଲିସ ଚିମ୍ ବୀର ସିଂହରମୃତ୍ୟୁ ବିଷୟରେ ପଚାରିଥିଲେ । ସେ ହତ୍ୟା କରି ନାହିଁ ବୋଲିକହିଥିଲା। କିନ୍ତୁ ପୁଲିସର ଗୋଟିଏ ମାଡରେ ସେ ସଚୁ ସତକଥା ମାନି ଯାଇଥିଲା। ଏହି ଘଟଣାରେ କେବଳ ସେ ସାମିଲ୍ନଥିଲା, ଦକ୍ଷା ମଧ୍ଯ ଥିଲା।| ଦକ୍ଷା ଥିଲା ଏହି ହତ୍ୟାକାଣ୍ଡର ମୁଖ୍ୟଷଡ଼ଯନ୍ତ୍ରକାରୀ । ପୁଲିସ ଦକ୍ଷାକୁ ଥାନାକୁ ଡାକିଥିଲା। ଥାନାରେଦକ୍ଷା ମହେନ୍ଦ୍ରକୁ ଦେଖି ଡରି ଯାଇଥିଲା। ସତ ସ୍ବୀକାର ଛଡାତା'ପାଖରେ କୌଣସି ରାସ୍ତା ନଥିଲା। ଦକ୍ଷା ଏବଂ ମହେନ୍ଦ୍ରଦୁହେଁ ମିଶି ବୀର ସିଂହର ହତ୍ୟା କରିଥିଲେ। ମହେନ୍ଦ୍ରକୁ ପାଇବା ପାଇଁ ସ୍ବାମୀକୁ ହତ୍ୟା କରିଥିଲା ବୋଲି ପୁଲିସ ଆଗରେ ସ୍ଵୀକାର କହିଥିଲା ଦକ୍ଷା ।


ମହେନ୍ଦ୍ର ପାଇଁ ସଂପକ ବଦଳିଥିଲା
ବୀର ସିଂହ ଦକ୍ଷାକୁ ବାହା ହୋଇ ବହୁତ ଖୁସିରେ ଥିଲା।ଦକ୍ଷାର ସବୁ ଇଚ୍ଛା ପୂରଣ କରିବା ପାଇଁ ବୀର ସିଂହ ଦିନରାତିକାମ କରୁଥିଲା। ହେଲେ ମହେନ୍ଦ୍ର ହି ସ୍ଵାମୀ ସ୍ତୀର ସଂପର୍କକୁବଦଳାଇ ଦେଇଥିଲା। ମହେନ୍ଦ୍ର ଥିଲା ବୀର ସିଂହର ସାଙ୍ଗ ।କିନ୍ତୁ ତାଂ ସହିତ ବିଶ୍ବାସଘାତ କରି ବସିଥିଲା ଦକ୍ଷା ପାଇ ।ମହେନ୍ଦ୍ର ଗୁଜରାଟରେ କାମ କରୁଥିଲା। ମହେନ୍ଦ୍ର ସେଠାରେଗୋଟିଏ ହୀରା ଫାର୍ମରେ କାମ କରୁଥିଲା। ସେଠି ତାଂକୁଭଲ ଦରମା ମିଳୁଥିଲା। ମଝିରେ ମଝିରେ ସେ ବୀର ସିଂହରଘରକୁ ମଧ୍ୟ ବୁଲି ଆସୁଥିଲା। ଦକ୍ଷା ତାଂର ବହୁତ ଯତ୍ନନେଉଥିଲା। ଦକ୍ଷାକୁ ଯାହା ଦରକାର ହେଉଥିଲା ସେ ସ୍ବାମୀକୁନକହି ମହେନ୍ଦ୍ରକୁ କହୁଥିଲା। ମହେନ୍ଦ୍ର ବି ଦକ୍ଷାକୁ ସବୁକିଛିଦେଉଥିଲା। ଦିଅର ଭାଉଜ ସଂପର୍କ ଶେଷରେ ଅନୈତିକ ସଂପର୍କରେ ପରିଣତ ହୋଇଥିଲା।

ସତ ଜାଣିଦେଇଥିଲା ବୀର ସିଂହବହୁତ ଦିନ ପର୍ଯ୍ୟନ୍ତ ଦୁହେଁ ସେମାନଙ୍କ ସଂପର୍କକୁଲୁଚାଇ ରଖିଥିଲେ। ହେଲେ ଗା ଲୋକଙ୍କ ନଜରରୁ ଲୁଚିପାରିନଥିଲେ। ଗୀର କିଛି ମହିଳା ମହେନ୍ଦ୍ର ଏବଂ ଦକ୍ଷାରମିଳାମିଶାକୁ ନେଇ ସନ୍ଦେହ କରିଥିଲେ। ଦିନେ ସେମାନେଜାଣି ଦେଇଥିଲେ ମହେନ୍ଦ୍ର ବୀର ସିଂହର ଅନୁପସ୍ଥ୍ତିତିରେ ଦକ୍ଷାଘରକୁ କାହିଁ କି ଆସୁଛି। ସେହି ମହିଳାମାନେ ବୀର ସିଂହକୁସବୁ କଥା କହିଥିଲେ। ବୀର ସିଂହ ଏସବୁ ଶୁଣିଲା ପରେବିଶ୍ଵାସ କରିପାରିନଥିଲା। ଦକ୍ଷା ତା' ସହିତ ବିଶ୍ଵାସଘାତକତାକରିପାରିବ ସେ ସ୍ବପ୍ନରେ ଭାବିନଥିଲା। ସେହି ମହିଳାଙ୍କ କଥାଶୁଣି ବୀର ସିଂହର ସନ୍ଦେହ ହୋଇଥିଲା। ସେଥିପାଇଁ ସେ ଦୁଇଜଣଙ୍କ ଉପରେ ନଜର ରଖିବା ଆରମ୍ଭ କରିଥିଲା।
ସୁଧୁରି ନଥିଲା ଦକ୍ଷା

ଦିନେ ବୀର ସିଂହ ମହେନ୍ଦ୍ର ଏବଂ ଦକ୍ଷାକୁ ଘରେ ଆପଭିଜନକ ସ୍ତିତିରେ ଦେଖି ଦେଇଥିଲା। ବୀର ସିଂହ ମହେନ୍ଦ୍ରକୁବହୁତ ଗାଳି ଦେଇଥିଲା ଏବଂ ତା'ର ଘରକୁ ଆସିବା ବନ୍ଦକରି ଦେଇଥିଲା। ମହେନ୍ଦ୍ର ଯିବା ପରେ ସେ ଦକ୍ଷାକୁ ମାଡମାରିଥିଲା। ଧମକ ଦେଇ କହିଥିଲା ମହେନ୍ଦ୍ର ଯଦି ପୁଣିଥରେଘରକୁ ଆସେ ଦୁଇଜଣଙ୍କୁ ଜୀବନରୁ ମାରିଦେବ । ସ୍ବାମୀରଧମକ ଶୁଣି ଡରି ଯାଇଥିଲା ଦକ୍ଷା। କହିଥିଲା ପୁଣିଥରେସେ ଏମିତି କାମ କରିବନି । ମହେନ୍ଦ୍ର ସହିତ ଆଉ କେବେକଥା ହେବନି । କିନ୍ତୁ ସେ ତା'ର ପ୍ରତିଶ୍ରୁତିରୁ ଶୀଘ୍ର ଓହରିଯାଇଥିଲା। କିଛିଦିନ ପରେ ପୁଣିଥରେ ମହେନ୍ଦ୍ର ସହିତକଥାବାର୍ଭା ଜାରି ରଖିଥିଲା। ଏହିକଥାକୁ ନେଇ ସ୍ବାମୀ ସ୍ତୀଙ୍କଭିତରେ ବହୁତ ଝଗଡ଼ା ହେଉଥିଲା। ବୀର ସିଂହ ପ୍ରତିଦିନଦକ୍ଷାକୁ ମାଡ ମାରୁଥିଲା। ହେଲେ ଦକ୍ଷା ସୁଧୁରିବା ବଦଳରେ ଆହୁରି ଜିଦଖୋର ହେଉଥିଲା।

ଦୁହେଁ ଷଡ଼ଯନ୍ତ୍ର ରଚିଥିଲେ

ଦିନେ ଦକ୍ଷା ସ୍ବାମୀର ଅତ୍ଯାଚାର ବିଷୟରେ ମହେନ୍ଦ୍ରକୁକହିଥିଲା। ବୀର ସିଂହର କବଳରୁ ଯେତେଜଲଦି ବାହାରିବାକୁ ଦକ୍ଷା ଚାହୁଁ ଥିଲା। ॥। ଆଉ ସବୁଦିନ ପାଇଁ ମହେନ୍ଦ୍ରରହେଇଯିବାକୁ ଚାହୁଁ ଥିଲା। ହେଲେ
ଯେ ପର୍ଯ୍ୟନ୍ତ ବୀର ସିଂହ ଜୀବିତଅଛି ସମ୍ଭବ ନଥିଲା। ସେଥିପାଇଁସେ ରଚିଥିଲା ଷଡ଼ପଯନ୍ତର।ତା'ସହିତ ସହଯୋଗ କରିଥିଲାତାଂର ପ୍ରେମିକ ମହେନ୍ଦ୍ର। ଦୁହେଁନିଷ୍ପରି ନେଇଥିଲେ ବୀର ସିଂହକୁହତ୍ୟା କରିବା ପରେ ସେମାନେ ଏକାଠିହୋଇଯିବେ। ବୀର ସିଂହ ସେମାନଙ୍କଉପରେ ନଜର ରଖୁଥିଲା। ସେଥିପାଇଁସେମାନେ ସୁଯୋଗ ଖୋଜୁଥିଲେ 

କଟୁରୀରେ ହାଣି ହତ୍ୟା କରିଥିଲେ

ଜୁନ୍ ୩ ତାରିଖରେ ବୀର ସିଂହ କେଉଁଆଡେଯାଇଥିଲା। ଘରେ କେହି ନଥିଲେ ସେହି ସମୟରେ। ଏହି
ମଉକା ଦେଖି ଦକ୍ଷା ଫୋନ୍ କରି ମହେନ୍ଦ୍ରକୁ ଘରକୁ ଡାକିଥିଲା। ମହେନ୍ଦ୍ର ସଙ୍ଗେ ସଙ୍ଗେ ଦକ୍ଷୀ ଘରେ ପହଞ୍ଚି ଯାଇଥିଲା। ଏତେଦିନ ପରେ ଦେଖା ହୋଇଥିବାରୁ ସେମାନେ କଥାବାର୍ଭାରେମଜିଗଲେ। ସେଥିପାଇଁ ସେମାନେ ବୀର ସିଂହର ଉପସ୍ମିତି- ଜାଣିପାରିନଥିଲେ। ବୀର ସିଂହକୁ ସାମ୍ନାରେ ଦେଖି ଦକ୍ଷା ମହେନ୍ଦ୍ରଠାରୁ ଦୂରେଇ ଯାଇଥିଲା। ବୀର ସିଂହ ରାଗରେ ଲାଲ। ପଡିଯାଇଥିଲା। ମହେହଦ୍ରକୁ ଗାଳି କରି ମାଡ଼ ମାରିବା ଆରମ୍ଭ। କରିଥିଲା। ଦୁଇଜଣଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା।। ଦକ୍ଷା ମଧ୍ୟ ପ୍ରେମିକର ପକ୍ଷ ନେଇ ସ୍ବାମୀ ସହିତ ଗଣ୍ଡଗୋଳକରିଥିଲା। ଦୁଇଜଣ ମିଶି ବୀର ସିଂହକୁ ପିଟିବାକୁ ଲାଗିଥିଲେ ।ଏତିକିବେଳେ ଦକ୍ଷା କଟୁରୀ ଆଣି ବୀର ସିଂହର ମୁଣ୍ଡ ପଛକୁଚୋଟ ପକାଇଥିଲା। ବୀର ସିଂହ ଗୋଟିଏ ଚୋଟରେ ତଳେ ପଡି ଯାଇଥିଲା। ମରିଯିବା ପରେ ତା'ର ଶବକୁ ଦୁହେଁ ମିଶି। ଫିଙ୍ଗି ଦେଇ ଆସିଥିଲେ।

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...