Sunday 22 December 2019

ନିଶାର ପ୍ରେମ ନିଶା


ନିଶା ୨୦୧୪ରେ ରାଜକୁମାର ପାଦ୍ରୀଙ୍କୁ ପ୍ରେମ ବିବାହ ସୁଖ ଦାମ୍ପତ୍ୟ ଜୀବନ ଅତିବାହିତ କଲା ।ରାଜକୁମାରଙ୍କ ଯୌଥ ପରିବାରଠାରୁ ଦୂରରେ ରହି ଦୁହେଁଗଢ଼ିଲେ ନିଜ ଦୁନିଆ । କିନ୍ତୁ ବାହାଘରର କିଛି ବର୍ଷ ପରେରାଜକୂମାରଙ୍କୁ ନେଇ ନିଶାର ରୁଚି ବଦଳିଗଲା - ଦାମ୍ପତ୍ୟ ଜୀବନରେପ୍ରବେଶ କଲା ଅର୍ଜୁନ । ଅର୍ଜୁନକୁ ତିଳେ ନ ଦେଖି ରହିପାରୁ ନ ଥିଲା ନିଶା । କିନ୍ତୁ ଏମାନଙ୍କ ଚୋରା ପ୍ରୀତି ଅଛପା ରହିଲା ନାହିଁ ।ଖିବ୍ କମ୍ ଦିନରେ ସବୁକଥା ଜାଣିଗଲେ ରାଜକୁମାର, ଆଉ ନିଜ ଘରକୁ ଫେରି ଯିବା ପାଇଁ ଜିଦ୍ ଧରିଲେ । କିନ୍ତୁ ଯୌଥ ପରିବାରକୁ ଫେରିବାକୁ ଚାହୁଁ ନ ଥିଲା ନିଶା । ସେ ରଚିଲା ସ୍ବଵାମୀ ହତ୍ଯାର ଷଡଯନ୍ତ୍ର ଆଉ ପ୍ରେମିକ ଅର୍ଜୁନ ସହିତ ମିଶି ର।ଜକୁମାରଙ୍କୁ ଆରପାରିକୁ ପଠାଇ ଦେଲା ।


ଉତ୍ତର ପ୍ରଦେଶ ବଦାମ୍ଯୁ ସ୍ଥିତ ହୋଲି ସ୍କୁଲ୍ର ଶିକ୍ଷୟିତ୍ରୀ ନିଶା ।ନିଶାର ସ୍ଵାମୀ ରାଜକୁମାର ଏୱଜୀରଗଞ୍ଜର ଏକ ଚର୍ଚ୍ଚରେ ପାଦ୍ରୀଭାବେ କାର୍ଯ୍ୟ କରୁଥ୍୍ଲେ । ସ୍କୁଲ୍ ପକ୍ଷରୁ ନିଶାକୁ କ୍ଵାଟର ମିଳିଥିଲା ।ସ୍ଵାମୀ ଓ ଦୁଇ ଝିଅଙ୍କ ସହିତ କ୍ଵାଟରରେ ରହୁଥିଲା ନିଶା । ଦିନେଦିନେ କାର୍ଯ୍ୟଭାର ବଢିଗଲେ ରାଜକୁମାର ବଦାମ୍ଯୁ ସ୍ଥିତ କ୍ଵାଟରକୁ ବହୁ ବିଳମ୍ବରେ ନ ଫେରି ଚର୍ଚ୍ଚରେ ରହିଯାନ୍ତି ।

      ନିଶା ଓ ରାଜକୁମାରଙ୍କ ଦେଖା ଲକ୍ଷ୍ମୌରେ ଏକ ପାଦ୍ରୀ ଟେନିଂ କାର୍ଯ୍ୟକ୍ରମ ଅବସରରେ ହୋଇଥିଲା । ଏହାଛଡ଼ା ରାଜକୁମାର ନିଶାର ବଡ଼ ଭଉଣୀଙ୍କ ଲେଖାଯୋଖା ଦିଅର । କିଛିଦିନ ଏକାଠି ଟ୍ରେନିଂ ନେବା ପରେ ଦୁହେଁ ପ୍ରେମରେ ପଡ଼ିଯାଇଥିଲେ । କିନ୍ତୁ କୌଣସି କାରଣବଶତଃ ନିଶାକୁ ଅଧାରୁ ଟ୍ରେନିଂ ଛାଡ଼ିବାକୁ ପଡିଲା,ହେଲେ ଏଥିପାଇଁ ଦୁହିଁଙ୍କ ସମ୍ପର୍କରେ ଭଟ୍ଟା ଆସି ନ ଥିଲା । ଟ୍ରେନିଂଶେଷ ପରେ ପାରିବାରିକ ସହମତି କ୍ରମେ ଦୁହିଁଙ୍କ ବାହାଘର ସମ୍ପନ୍ନ ହେଲା । ନିଶା ଶାଶୁଘରେ ଆରାମରେ ରହିବାକୁ ଲାଗିଲା ।


ତେବେ ଖାଲିଟାରେ ଘରେ ବସିବା ନିଶାକୁ ପସନ୍ଦ ନ ଥିଲା ।ତେଣୁ ସେ ଚାକିରି କରିବାକୁ ନିଷ୍ପତ୍ତି ନେଇ ଶାଶୁଘର ଲୋକଙ୍କୁ ଜଣେଇ ଦେଲା।ରାଜକୁମାରଙ୍କ ବାପା ରଘୁବୀର ପେଶାରେ ଥିଲେ ସରକାରୀଚାକିରିଆ ( ପୋଲିସ କର୍ମଚାରୀ) । ଘରେ ଚାରି ପୁଅ, ଦୁଇ ଝିଅଓ ପନ୍ନୀଙ୍କୁ ନେଇ ତାଙ୍କ ପରିବାର ।ଶାଶୁଘର ଲୋକେ ରାଜି ହୋଇଗଲା ପରେ ନିଶା ଚାକିରିଅନ୍ବେଷଣରେ ଲାଗିପଡ଼ିଲା । ନିଶାର ଇଂରାଜୀ ଜ୍ଞାନ ମଜ୍ଭୁତ ଥିବାଯୋଗୁ ତାକୁ ହୋଲି ଇଂରାଜୀ ମିଡ଼ିୟମ୍ ସ୍କୁଲରେ ଚାକିରି ସାଙ୍ଗକୁକ୍ଵାଟର ମିଳିଗଲା । ଶାଶୁଘରୁ ବାହାରି ନିଶା ତା ଦୁଇ ଝିଅ ଓ ସ୍ଵାମୀ ସହ ସ୍କୁଲ କ୍ଵାଟରରେ ରହୁଥିଲା ।


କିଛିବର୍ଷ ସ୍ଵାମୀ ପିଲାଙ୍କ ସହ ସୁଖ ଜୀବନ କାଟିବା ପରେ ରାଜକୁମାରଙ୍କୁ ନେଇ ନିଶା ଆଉ ଖିସି ହେଉ ନ ଥିଲା । ତାକୁଲାଗୁଥିଲା ଯଦି ରାଜକୁମାର ଅଧୂକ ପାଠ ପଢ଼ି ଭଲ ଚାକିରିକରିଥାନ୍ତେ ତେଵେ ସେ ରାଣୀ ହୋଇ ରହିଥାନ୍ତା । ଦିନେ ରାତିରେରାଜକୁମାର ଚର୍ଚ୍ଚରୁ ଫେରି ଚା ପିଉଥିବା ବେଳେ ହଠାତ୍ ନିଶାରାଜକୁମାରଙ୍କୁ ତାଙ୍କ କମ୍ ପଠପଢ଼ା ନେଇ କଟୁ କଥା କହି ଝଗଡ଼ାକରିବାକୁ ଲାଗିଲା । କଳି ନ ବଢ଼େଇବା ପାଇଁ ରାଜକୁମାର କ୍ଵାଟର ବାହାରକୁ ଚାଲିଗଲେ ।

କିଛି ସମୟ ବାହାରେରହି ଘରକୁ ଫେରିଲାବେଳକୁ ନିଶାଙ୍କ ରାଗଶାନ୍ତ ହେ।ଇ ଆଁଯାଇଥଲା ।   ରାଜକୁମାର ରାତ୍ରି |ଭେ।ଜନ ଖାଇଲ।ବେଳକୁ କ୍ଵାଟରରେ ଆସି ।ପହଞ୍ଚିଲା ସ୍କୁଲ୍ ପିଅନଅର୍ଜୁନ । ଶ୍ରେଣୀଗୃହରେ ନତାଲା ପକାଇସାରି ଖାଲି-ମେନ୍ ଗେଟ୍ ଖୋଲା ରହିଥିବା କଥା କହି ଅଜୁନ ନିଶାକୁ ଚାବିଧରେଇ ଦେଲା । ଏତିକି ବେଳେ ନିଶା ଅର୍ଜୁନକୁ ଚାଯାଚିଲା ।ନିଶା ବେଶି ବାଧ୍ଯ କଲାରୁ ସେ ଚା' ପିଇ ନିଜ ଘରକୁ ବାହାରିଗଲା ।


ଅର୍ଜୁନକୁ ନିଶା ଚା ଯାଚିବା କଥା ରାଜକୁମାରଙ୍କୁ ପସନ୍ଦ ଆସିନ ଥିଲା । ତେଣୁ ସେ ନିଶାକୁ ନିଜ ମର୍ଯ୍ୟାଦାରେ ରହି କାମ କରିବାକୁପରାମର୍ଶ ଦେଲେ । ସେମିତିରେ ଅର୍ଜୁନକୁ ରାଜକୁମାର ପସନ୍ଦ କରୁନ ଥିଲେ । ରାଜକୁମାରଙ୍କ କଥାରେ ଗୁରୁତ୍ଵ ନ ଦେଇ ନିଶା ତା'କାମରେ ଲାଗିପଡ଼ିଲା । ତେବେ ରାଜକୁମାରଙ୍କ ଭର୍ସନା ଶୁଣିବା ପରେ ନିଶା ମନରେ ଅଝଜୁନ ପାଇଁ ଦୁର୍ବଳତା ଜନ୍ମିଲା ।


କିଛିଦିନ ପରେ ରାଜକୁମାରଙ୍କ ଦେହ ଖରାପ ହେବାରୁ ସେଦୁଇ ଦିନରେ ଥରେ କ୍ଵାଟରକୁ ଆସୁଥିଲେ । ରାଜକୁମାରଙ୍କଅନୁପସ୍ଥିତିରେ ଅର୍ଜୁନ ବେଳେ ବେଳେ ନିଶାର କ୍ଵାଟରକୁ ଆସି ତା' ଦୁଇ ଝିଅଙ୍କ ସହିତ ଖେଳିଲା । ସେମାନଙ୍କ ପାଇଁ ଅର୍ଜୁନ ଚକୋଲେଟନେଇ ଆସୁଥିଲା । ଏସବୁ ଭିତରେ ନିଶା ମନରେ ଅର୍ଜୁନକୁ ନେଇପ୍ରେମଭାବ ଜାଗ୍ରତ ହୋଇସାରିଥିଲା । ଅର୍ଜୁନର ହାବଭାବରୁ ସମାନକଥା ଅନୁଭୂତ ହେଉଥିଲେ ହେଁ ସେ କେବେ ମୁହଁ ଖୋଲି ନିଶାକୁ ଏ କଥା କହି ନ ଥିଲା ।


ଦିନେ ରାଜକୁମାର ନିଶାକୁ ଫୋନ୍ କରି କ୍ସାଟରକୁ ନ ଫେରିବାକଥା ଜଣେଇ ଦେଲେ । ରାଜକୁମାରଙ୍କ ଅନୁପସ୍ଥିତିର ସୁଯୋଗରେଥିବା ନିଶା ଅର୍ଜୁନକୁ ତା ମନକଥା କହିବାକୁ ଉପଯୁକ୍ତ ସମୟପାଇଲା । ସ୍କୁଲ୍ରେ ତାଲା ପକାଇ ଅର୍ଜୁନ ଯେତେବେଳେ ନିଶାକୁଚାବି ଦେବା ପାଇଁ ଆସିଲା, ନିଶା ଅର୍ଜୁନକୁ ରାତିରେ ତା' କ୍ଵାଟରରେରହିବାକୁ କହିଲା । ଏପରି ସୁବର୍ଣ୍ଣ ସୁଯୋଗର ଫାଇଦା ଉଠେଇଅଜୁନ ସେଦିନ ରାତିରେ ନିଶା ପାଖରେ ରହିଗଲା । ରାତିରେଖାଇ ସାରି ଅର୍ଜୁନ ପାଇଁ ନିଶା ତଳେ ଶେଯ ପାରିଦେଲା । ସେଦିନ ନିଶା ତା ପିଲାମାନଙ୍କୁ ବେଗି ଖିଆଇ ଶୁଆଇ ଦେଇଥିଲା । ନିଶା ମଧ୍ଯ ଅର୍ଜୁନ ଶେଯର କିଛି ଦୂରରେ ନିଜ ଶେଯ ପାରି ଶୋଇଲା ।


ରାତି ଯେତେ ବଢ଼ୁଥାଏ ଅର୍ଜୁନ ଓ ନିଶାଙ୍କ ମନର ବ୍ୟଗ୍ରତା ସେତେ ବଢ଼ିବାକୁ ଲାଗୁଥାଏ । ଅର୍ଜୁନ ଖାଲି କଡ ଲେଉଟାଉ ଥିବା ବେଳେ ନିଶା ନ ଶୋଇ ଅଝଜୁନକୁ ଚାହି ରହିଥିଲା । ନିଶା ଅଜୁନକୁ ନିଦ ନ ହେଉଥିବା କଥା ପଚାରିବାରୁ ଅର୍ଜୁନ ନିଶା ମୁହଁକୁଂଏକାଲୟରେ ଚାହିଁରହିଲା । ଏହି ନିରବତା ଭିତରେ ଦୁହେଁ ଦୁହିଁଙ୍କଆଖିର ନିରବ ଭାଷା ବୁଝିପାରିଥିଲେ । କିଛି ସମୟ ଅତିକ୍ରାନ୍ତ ହେବା 'ପରେ ନିଶା ଅର୍ଜୁନକୁ ପ୍ରେମ ନିବେଦନ କଲା । ନିଶାର କଥା ଅର୍ଜୁନକୁ ସତେ ଯେମିତି କରେଣ୍ଟ ପରି ଲାଗିଲା ।ଶେଯରୁ ତତ୍କ୍ଷଣାତ୍ ଉଠିପଡ଼ି ନିଶା ଅର୍ଜୁନ ପାଖରେ ପହଞ୍ଚି ନଡରିବାକୁ କହି ତା' ହାତକୁ ଧରିଲା । ଏହାପରେ ଦୁହେଁ ମିଶିଦୀର୍ଘଦିନର କାମନାଗ୍ନିକୁ ଶାନ୍ତ କଲେ । ଏହାପର ଠାରୁ ରାଜକୁମାରଙ୍କଅନୁପସ୍ଥିତିରେ ଦୁହେଁ ଏକାଠି ରାତି ବିତେଇବାକୁ ଲାଗିଲେ ।


ଦିନକର କଥା । ରାଜକୁମାର କ୍ଵାଟରକୁ ଫେରିଲା ବେଳକୁ ଅର୍ଜୁନବେଡ୍ରୁମ୍ ଖଟରେ ଶୋଇଥିଲା । ଏ ପରି ଅଭାବନୀୟ ଦୃଶ୍ୟ ଦେଖିରାଜକୁମାରଙ୍କ ପାରା ଉଠିଗଲା । ସେ ଉଚ୍ଚସ୍ଵରରେ ତାକୁ ଗାଳିଦେବାକୁ ଲାଗିଲେ । ଗାଳି ଶୁଣି ଅର୍ଜୁନ କ୍ଵାଟରରୁ ବାହାରିଗଲା । ନିଶାକୁ ମଧ୍ଯ ରାଜକୁମାର ତାଗିଦ୍ କଲେ । କିନ୍ତୁ ପିଲାମାନଙ୍କ ପାଇଁଅଜଜୁନ ଖାଦ୍ୟ ଆଣିଦେବା ଓ କେବେକେମିତି ଘର କାମ କରିଦେଉଥିବା କଥା କହି ନିଶା ରାଜକୁମାରଙ୍କୁ ଭୁଲେଇବାକୁ ଲାଗିଲା ।ରାତ୍ରି ଭୋଜନ ସାରି ରାଜକୁମାର ଶୋଇବାକୁ ଚାଲିଗଲେ।ସେ ଦିନର ଘଟଣା ପରଠାରୁ ରାଜକୁମାର ଅର୍ଜୁନର ମୁହଁଚାହିଁବାକୁ ପସନ୍ଦ କଲେ ନାହିଁ କି ରାଜକୁମାରଙ୍କ ଉପସ୍ଥିତିରେ ଅର୍ଜୁନକ୍ଵାଟରକୁ ଆସିଲା ନାହିଁ ।


ସତକୁ ଯେତେ ଲୁଚେଇଲେ ବି ତାହା ଲୁଚି ରହେ ନାହିଁ । ଦିନେ ଚର୍ଚ୍ଚରେ କିଛି କାମ ଥିବାରୁ ରାଜକୁମାର କ୍ଵାଟରକୁ ଫେରିବେ ନାହିଁବୋଲି ନିଶାକୁ ଫୋନ୍ ଯୋଗେ ଜଣେଇ ଦେଲୌ। ରାଜକୁମାରଘରକୁ ନ ଆସିବା ଜାଣି ନିଶା ଅର୍ଜୁନକୁ ଘରକୁ ଡାକିଲା । ଅର୍ଜୁନକ୍ଵାଟରରେ ପହଞ୍ଚିବା ଦେଖି ନିଶା ତାକୁ ଫ୍ରେସ୍ ହେବା କଥା କହିରୋଷେଇ କାମରେ ଲାଗିପଡ଼ିଲା । ପିଲାମାନଙ୍କୁ ଖିଆଇ ଶୁଆଇବାପରେ ଅର୍ଜୁନ ଓ ନିଶା ଦୁହେଁ ଏକାଠି ଖାଇଲେ। ଖାଇସାରି ଶେଯରେ ଏକାଠି ହେଲା ବେଳକୁ ରାଜକୁମାର ଅଚାନକ ଘରେ ଆସି ପହଞ୍ଚି ଦୁହିଁଙ୍କୁ ଆପଭିଜନକ ଅବସ୍ଥାରେ ଦେଖିଦେଲେ ।ରାଜକୁମାରଙ୍କ ରକ୍ତ ଯେମିତିମୁଣ୍ଡକୁ ଚହଟିଗଲ। । ନିଶା ଓଅର୍ଜୁନକୁ ସେ ନିସ୍ହୁକ ପିଟିଲେ ।ଅର୍ଜୁନ କୌଣସିମତେ ସେଠାରୁ ଖସି ପଳାଇଲା ।


ଏ କଥା ରାଜକୁମାର ବାପାରଘୁବୀରଙ୍କୁ ଫୋନ୍ କରି ଜଣେଇଦେଲେ । ଗତ ୬ ମାସ ଧରି ନିଶାଓ ଅର୍ଜୁନଙ୍କ ସମ୍ପର୍କକୁ ନେଇ ସନ୍ଦେହଉପ୍ୁଜିଥିଲା । ଏ ଘଟଣା ପରେ କ୍ବାର୍ଟସ୍ସରେ ରହିବାକୁ ଚାହୁଁ ନ ରାଜକୁମାର ପନ୍ନୀ ଓ ଝିଅମାନଙ୍କୁ ନେଇ ପୈତୃକ ଗ୍ରାମକୁ ଯିବାକୁ ଜଦ୍ ଧରି ବସିଲେ ।


ଶାଶୁଘରକୁ ଫେରିବାକୁ ନାରାଜ୍ ଥିବା ନିଶା ସ୍ବାମୀରାଜକୁମାରଙ୍କୁ ରାସ୍ତାରୁ ହଟେଇବା ପାଇଁ ପ୍ରେମିକ ସହିତ ମିଳିତଯୋଜନା ପ୍ରସ୍ତୁତ କଲା । ଯୋଜନାକ୍ରମେ ଘଟଣାର କିଛିଦିନପରେ ଅର୍ଜୁନ ରାଜକୁମାର ପାଖକୁ ଆସି ତାଙ୍କୁ କ୍ଷମା ମାଗିଲା ଓସରଳ ବିଶ୍ଵାସୀ ରାଜକୁମାର ଅର୍ଜୁନକୁ କ୍ଷମା ମଧ୍ଯ କରିଦେଲେ ।ଦିନେ ଅର୍ଜୁନ ମାଛ କିଣିବାର ବାହାନା କରି ରାଜକୁମାରଙ୍କୁ ତା' ସହ ବଜାରକୁ ଡାକିଲା । ଘରେ ବସି ବିରକ୍ତିଭାବ ପ୍ରକାଶ କରୁଥିବା ରାଜକୁମାର ଟିକେ ବାହାରେ ବୁଲି ଆସିବା କଥାଭାବି ତା' ସାଙ୍ଗରେ ଯିବା ପାଇଁ ରାଜି ହୋଇଗଲେ । ଅଧାବାଯାଉ - ଯାଉ ଦେହ ଅସୁସ୍ଥ ଲାଗିବାରୁ ଅର୍ଜୁନ ରାଜ କୁମାରଙ୍କୁ ଗାଡି ଚଲାଇବାକୁ କହିଲା । ରାଜକୁମାର ଗାଡି ଚଲେଇ କିଛିଦୂର ଗଲାପରେ ଅର୍ଜୁନ ଚୁପ୍ସେ ପକେଟରୁ ପିସ୍ତଲ କାଢ଼ି ରାଜକୁମାରଙ୍କୁଗୁଳି କରିଦେଲା । ଗାଡି ଇନ୍ବାଲାନ୍ସ ହୋଇ ଦୁହେଁ ତଳେପଡିଗଲା ପରେ କିଛି ଦୂରରେ ଥିବା ରେଳ ଧାରଣରେ ଅର୍ଜୁନ ରାଜକୁମାରଙ୍କୁ ଫୋପାଡି ଦେଇ ଘରକୁ ଚାଲି ଆସିଲା । ଘରଲୋକେ ଅର୍ଜୁନର ରକ୍ତ ଜୁଡୁବୁଡୁ ପୋଷାକ ଦେଖି ଜାଣି ସାରିଥିଲେ ଯେ, ନିଶ୍ଚୟ ଅର୍ଜୁନ କିଛି ଅଘଟଣ ଘଟେଇ ଆସିଛି ।ଯୋଜନା କ୍ରମେ ରାଜକୁମାରଙ୍କୁ ହତ୍ୟା କରି ରେଳଧାରଣାରେ ଫୋପାଡିବାର ଥିଲା ଯାହା ଫଳରେ ଶବରେ ରେଳଚଢ଼ିଯିବ ଓ ରାଜକୁମାରଙ୍କ ହତ୍ୟା ଆତ୍ମହତ୍ୟା ଅଥବା ଦୁର୍ଘଟଣାଭଳି ଲାଗିବ! କିନ୍ତୁ ଅର୍ଜୁ ନ ଯେତେବେଳେ ରାଜକୁମାରଙ୍କୁ ଛଟପଟ ଅବସ୍ଥାରେ ରେଳ ଧାରଣାରେ ପକେଇ ଦେଇ ଆସିଥିଲା ସେତେବେଳକୁ (କାସଗଞ୍ଜରୁ ବରେଲି) ଟ୍ରେନ ଚାଲିଯାଇଥିଲାଓ ଭୋର୍ ପର୍ଯ୍ୟନ୍ତ ସେହି ରେଳ ଧାରଣା ଦେଇ କୌଣସି ଟ୍ରେନ୍ଯିବାର ନ ଥିଲା ।ପରଦିନ ସକାଳେ ସେହି ବାଟ ଦେଇ କିଛି ଲୋକ ଗଲାବେଳେ ରାଜକୁମାରଙ୍କ ଶବ ଦେଖି ରେଲଞ୍ଚେ ପୋଲିସକୁ ସୂଚନାଦେଲେ । ଘଟଣା ସ୍ଥଳରେ ସିଭିଲ୍ ପୋଲିସ ପହଞ୍ଚି ଛାନ୍ଭିନ୍ଆରମ୍ଭ କରିଦେଲା । ଶବ ପକେଟରୁ ୧୦୦ ଟଙ୍କିଆ ନୋଟ୍:ସାଙ୍ଗକୁ ଗୋଟିଏ ଚିଠା ପୋଲିସର ହମ୍ତଗତ ହେଲା । ଏହା ପରେ ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠେଇ ଦେଲେ। ଶବ ଚିହ୍ନଟ ଓ ପାଇଁ ପୋଲିସ ଶବର ଫଟୋ ଆଞ୍ଚଳିତ ଖବରକାଗଜରେ ଛପେଇ ଦେଲା ।


ଜୁନ୍ ୧୫ ତାରିଖରେ ରାଜକୁମାର ବରେଲି ଯିବା କଥା ଘରକୁଫୋନ୍ କରି କହିଥିଲେ ହେଁ ରାଜକୁମାର ବରେଲିରେ ନପହଞ୍ଚିବାକୁ ନେଇ ତାଙ୍କ ବ।ପା ଓ ଘରଲୋକ ବ୍ୟସ୍ତହୋଇପଡ଼ିଥ୍ଲେ।

ଜୁନ୍ ୧୭ ତାରିଖରେ ଖବରକାଗଜରେ ଶବର ଫଟୋ ଦେଖିରାଜକୁମାରଙ୍କ ଜଣେ ସମ୍ପର୍କୀୟ ରଘୁବୀରଙ୍କୁ ଫୋନ୍କରିରାଜକୁମାର ବିଷୟରେ ପଚାରି ବୁଝିଲେ । ରଘୁବୀରଙ୍କ କଥାଶୁଣି ସମ୍ପର୍କୀୟ ଜଣକ ଖବରକାଗଜ ଧରି ତାଙ୍କ ଘରକୁଆସିଗଲେ । ଘର ଲୋକେ ବିଜ୍ଞପ୍ତି ଦେଖି ଦେଖି ପୋଲିସ କଣ୍ଟ୍ରୋଲ୍ରୁମ୍ରୁ ରଘୁବୀରଙ୍କ ପାଖକୁ ଫୋନ୍ କଲ୍ ଆସିଲା । ରଘୁବୀରପୋଷ୍ଟମର୍ଟମ ଗୃହରେ ପହଞ୍ଚି ଶବ ଦେଖିଲା ବେଳକୁ ଶବ ଥିଲାତାଙ୍କ ପୁଅ ରାଜକୁମାରଙ୍କର । ସଙ୍ଗେ ସଙ୍ଗେ ସୂଚନା ପାଇ ପୋଲିସ ବ୍ୟବଚ୍ଛେଦ ଗୃହରେ ବୋହୂ ନିଶା ଆସି ପହଞ୍ଚି ସ୍ଵାମୀଙ୍କ ମୃତ୍ୟୁରେ

ଛାଡ଼ିପିଟି ହୋଇ ବାହୁନି କାନ୍ଦିବାକୁ ଲାଗିଲା।


ରାଜକୁମାର ସବୁକଥା ବାପା ରଘୁବୀରଙ୍କୁ ଜଣେଇଥିବାରୁତାଙ୍କର ସନ୍ଦେହ ନିଶା ଉପରେ ହୋଇଥିଲା ଯାହାକୁ ସେ ପୋଲିସ ଅଧ୍କାରୀଙ୍କୁ ଜଣେଇ ନିଶା ଓ ଅର୍ଜୁନ ନାରେ ପୁଅ ରାଜକୁମାରଙ୍କ ହତ୍ୟା ନେଇ ଏକ ମାମଲା ରୁଜୁ କରିଦେଲେ ।ପୋଲିସ ନିଶା ଓ ଅର୍ଜୁନକୁ ଥାନାମକୁ ଡକେଇ ପଚରା ଉଚରାକଲାପରେ, ଦୁହେଁ ପରସ୍ପରକୁ ଦୋଷ ଦେଲେ । ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ ଫଳରେ ଦୁହେଁ ନିଜ ଦୋଷ ମାନିଗଲେ ।ନିଶା ଓ ଅର୍ଜୁନଙ୍କ ନାରେ ୩୦୨ ଓ ୨୦୧ ଧାରାରେ ମାମଲାରୁଜୁ କରି ପୋଲିସ ପଚରା ଉଚରା ପରେ ଦୁଇ ଦୌଷୀଙ୍କୁ କୋର୍ଟରେ ହାଜର କରି ଜେଲ୍ ପଠାଇ ଦେଲା ।

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...